ଏଟିଏମ୍ ମେସିନ୍ ତାଡି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ନବରଙ୍ଗପୁର ସହର ବ୍ଲକ୍ କାର୍ଯ୍ୟାଳୟ ପାଖ ଏଟିଏମର ଘଟଣା ।

କନକ ବ୍ୟୁରୋ: ତାଲା ଭାଙ୍ଗି ଏଟିଏମ୍ ମେସିନ୍ ତାଡି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ନବରଙ୍ଗପୁର ସହର ବ୍ଲକ୍ କାର୍ଯ୍ୟାଳୟ ପାଖରେ ଏଟିଏମ୍ ଲୁଟର ଏଭଲି ଦୃଶ୍ୟ ଦେଖିବାକୁ ମିଳିଛି ।

ମଙ୍ଗଳବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଏଟିଏମ୍ ମେସିନକୁ ତାଡି ଏଭଳି କାଣ୍ଡ ଭିଆଇ ଥିବା ଜଣାପଡିଛି । ଖବର ପାଇ ଆଜ ସକାଳୁ ଘଟଣା ସ୍ଥଳରେ ପୋଲିସ ପହଞ୍ଚିି ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା କେତେ ପରିପାଣର ଟଙ୍କା ଚୋରି ହୋଇଛି ତାହା ଜଣାପଡି ନାହିଁ । ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ଏଟିଏମ୍ ମେସିନ୍ ଥିବା ଘରର ସଟର ତାଲା ଭାଙ୍ଗି ଭିତରକୁ ପଶିଥିଲେ ଚୋର । ଏହାପରେ ସଟର ପକାଇ ଭିତରେ ମେସିନ୍ ତାଡି ଟଙ୍କା ଚୋରି କରି ନେଇଥିବା କୁହାଯାଉଛି ।

The post ଏଟିଏମ୍ ମେସିନ୍ ତାଡି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ନବରଙ୍ଗପୁର ସହର ବ୍ଲକ୍ କାର୍ଯ୍ୟାଳୟ ପାଖ ଏଟିଏମର ଘଟଣା । first appeared on Kanak News.

from Kanak News
via <a href="https://ifttt.com/?

ଶେଷ ମୂହୁର୍ତ୍ତରେବି ପ୍ରେମିକାଙ୍କ ହାତ ଛାଡିନଥିଲେ ପ୍ରେମିକ । କ୍ୟାନ୍ସର ହୋଇଥିବା ଜାଣିବି କଲେ ବିବାହ । ପ୍ରେମିକକୁ ବିବାହ କରିବାର ୧୮ଘଣ୍ଟା ପରେ ଆଖି ବୁଜିଲେ ପ୍ରେମିକା

ଆମେରିକାର କନେକ୍ଟିକଟ ରାଜ୍ୟରେ ୨୦୧୭ ଡିସେମ୍ବର ୨୨ ତାରିଖ‌‌ରେ ଏକ ପ୍ରେମୀଯୁଗଳଙ୍କୁ ନେଇ ଦୁଃଖଦ ଘଟଣା ଘଟିଥିଲା। ସେ ସମୟରେ ଉକ୍ତ ପ୍ରେମୀଯୁଗଳଙ୍କ ପ୍ରେମ ଓ ବିବାହ ଖୁବ ଚର୍ଚ୍ଚାରେ ଥିଲା। ଦୁହିଁଙ୍କ ବିବାହର କିଛି ଫଟୋ ଓ କାହାଣୀ ସୋସିଆଲ ମିଡିଆ ଏକ୍ସରେ @ ପିକ୍ଚର୍ସ ଫୋଇଡର୍‌ ଦ୍ୱାରା ପୋଷ୍ଟ କରାଯାଇଥିଲା। ଯାହାକି ପୁଣିଥରେ ଭାଇରାଲ ହୋଇଛି।

ଏହି ଘଟଣାଟି ହେଉଛି ଏପରି, ଆମେରିକାର କନେକ୍ଟିକଟ ରାଜ୍ୟରେ ହେଥର ମୋଶେର ନାମ ମହିଳା ବସବାସ କରୁଥିଲେ। ହେଥର ଡେଭିଡ ନାମକ ଜଣେ ଯୁବକଙ୍କୁ ଭଲ ପାଇ ବସିଥିଲେ। ଏହାରି ଭିତରେ ହେଥର ସ୍ତନ କର୍କଟରେ ପୀଡ଼ିତ ହୋଇଥିଲେ। ଏହାପରେ ସେ ଡେଭିଡଙ୍କ ଠାରୁ ଦୂରେଇ ଯିବାକୁ ଚାହିଁଥିଲେ। କାରଣ ସେ ନିଜ ପାଇଁ ପ୍ରେମିକଙ୍କ ଜୀବନକୁ ନଷ୍ଟ କରିବାକୁ ଚାହୁଁ ନଥିଲେ।‌

ତେବେ ଡେଭିଡ଼ ବି ହେଥରଙ୍କ ସ୍ଭଭାବ କାହିଁକି ହଠାତ ଏମିତି ପରିବର୍ତ୍ତନ ହୋଇଥିଲା ତାହାର କାରଣ ଖୋଜିଥିଲେ ଆଉ ପାଇ ଯାଇଥିଲେ। ଏହାପରେ ସେ ହେଥରଙ୍କ ପାଖକୁ ଯାଇ ଆଲିଙ୍ଗନ କରି ଖୁବ କାନ୍ଦିଥିଲେ। କିଛିଦିନ ପରେ ହେଥରଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଯେଉଁ କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଥିଲା। ଏହାରି ଭିତରେ ଡାକ୍ତର ମହିଳାଙ୍କ ପରିବାରଲୋକଙ୍କୁ କହି ଦେଇଥିଲେ କି ହୋଇପାରୁଛି ଯଦି ହେଥରଙ୍କ କ’ଣ କ’ଣ ଶେଷ ଇଚ୍ଛା ଅଛି ତାହାକୁ ପୁରଣ କରି ଦିଅନ୍ତୁ।  ହେଥରଙ୍କୁ ଶେଷ ଇଚ୍ଛା ପଚରା ଯିବାର ସେ ଡେଭିଡଙ୍କ ସହ ବିବାହ କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ। ଏହାପରେ ପରିବାରଲୋକ ଡାକ୍ତରଙ୍କ ପରାମର୍ଶରେ ହସ୍ପିଟାଲରେ ହେଥର ଓ ଡେଭିଜଙ୍କ ବିବ‌ାହ କରାଇଥିଲେ । ଏହି ବିବାହର ୧୮ଘଣ୍ଟା ପରେ ହେଥର ଦୁନିଆକୁ ଅଲବିଦା କହି ଦେଇଥିଲେ ।

The post ଶେଷ ମୂହୁର୍ତ୍ତରେବି ପ୍ରେମିକାଙ୍କ ହାତ ଛାଡିନଥିଲେ ପ୍ରେମିକ । କ୍ୟାନ୍ସର ହୋଇଥିବା ଜାଣିବି କଲେ ବିବାହ । ପ୍ରେମିକକୁ ବିବାହ କରିବାର ୧୮ଘଣ୍ଟା ପରେ ଆଖି ବୁଜିଲେ ପ୍ରେମିକା first appeared on Kanak News.

from Kanak News
via <a href="https://ifttt.com/?

ଗାଡି ଆଲୁଅରେ ଚାଲିଛି ରାସ୍ତା କାମ । ଅନ୍ଧାରରେ ଚାଲିଛି ବିକାଶ କାର୍ଯ୍ୟ

କନକ ବ୍ୟୁରୋ : ଅନ୍ଧାରରେ ଚାଲିଛି ବିକାଶ କାର୍ଯ୍ୟ, ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଗାଡି ଆଲୁଅରେ ଚାଲିଛି ରାସ୍ତା ଢଳେଇ କାମ । ଠିକଦାର ମନଇଛା ରାତି ଅଧିଆ କାମ କରି ରାଜସ୍ୱ ଲୁଟୁଥିବା ବେଳେ ପ୍ରଶାସନର ନୀରବତା ନେଇ ଉଠିଲା ପ୍ରଶ୍ନ ।

ପୁରୀ ସାକ୍ଷୀଗୋପଳରୁ ଅଳଗୁମ ମୁଖ୍ୟରାସ୍ତା ନରେନ୍ଦ୍ରପୁର ଠାରେ ରାତିଅଧିଆ ଗାର୍ଡୱାଲ ନିର୍ମାଣ ହେଉଥିବା ଦେଖିବାକୁ ମିଳିଛି । ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଠିକାଦାର କାହିଁକି ତରବରିଆ ଭାବେ ନିର୍ମାଣ କାର୍ଯ୍ୟ କରୁଛନ୍ତି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

The post ଗାଡି ଆଲୁଅରେ ଚାଲିଛି ରାସ୍ତା କାମ । ଅନ୍ଧାରରେ ଚାଲିଛି ବିକାଶ କାର୍ଯ୍ୟ first appeared on Kanak News.

from Kanak News
via <a href="https://ifttt.com/?

ଫେବୃଆରୀ ୩ରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବାର ରହିଛି କାର୍ଯ୍ୟକ୍ରମ

କନକ ବ୍ୟୁରୋ : ଫେବୃଆରୀ ୩ରେ ସମ୍ବଲପୁର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଇଆଇଏମ ସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ କରିବା ସହ ସାଧାରଣ ସଭାକୁ କରିବେ ସମ୍ବୋଧନ ।

ପ୍ରଥମେ ବସନ୍ତପୁର ସ୍ଥିତ ସମ୍ବଲପୁର ଆଇଆଇଏମ ସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ କରିବା ସହ ଭିସି ଜରିଆରେ ରାଜ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ପରେ ବିଜେପି ପକ୍ଷରୁ ଆୟୋଜିତ ଏକ ବିଶାଳ ଜନସଭାକୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବେ । ଏହି ସମାବେଶର ନାଁ ‘ବିଶାଳ ଗ୍ୟାରେଂଟି ସମାବେଶ’ ବୋଲି ନାମକରଣ କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ଏନେଇ ସମ୍ବଲପୁର ବିଜେପି ପକ୍ଷରୁ ସୂଚନା ଦିଆଯିବା ସହିତ ଭଏସ ମେସେଜ, ଗୀତ ଏବଂ ଭିଡିଓ ବାର୍ତାର ରିଲିଜ କରାଯାଇଛି ।

The post ଫେବୃଆରୀ ୩ରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବାର ରହିଛି କାର୍ଯ୍ୟକ୍ରମ first appeared on Kanak News.

from Kanak News
via <a href="https://ifttt.com/?

ରାଜଧାନୀର ରାଜରାସ୍ତା ପାଲଟିଲା ରଣକ୍ଷେତ୍ର । ବୁଲିଲା ଖଣ୍ଡା ଭୁଜାଲି, ପରସ୍ପର ଆକ୍ରମଣରେ ଉଭୟ ଗୋଷ୍ଠୀର ୪ଜଣ ଆହତ

କନକ ବ୍ୟୁରୋ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ । ରାଜଧାନୀର ରାଜରାସ୍ତା ପାଲଟିଲା ରଣକ୍ଷେତ୍ର । ଆତଙ୍କ ରଚାଇବା ସହିତ ବୁଲିଲା ଖଣ୍ଡା ଓ ଭୁଜାଲି । ହଣାକଟାରେ ଉଭୟ ଗୋଷ୍ଠୀର ୪ଜଣ ଆହତ ହୋଇଥିବା ସୂଚନା ।

ମଙ୍ଗଳବାର ରାତି ୯ଟାରେ ରାଜଧାନୀର ଜାଗମରା ନୂଆ ରୋଡରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଛକାପଂଝା ଦେଖିବାକୁ ମିଳିଛି । ଭାଇଗିରିକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ବେଳେ ବାଉଁଶ, ମଦ ବୋତଲରେ ପରସ୍ପର ଉପରକୁ ଆକ୍ରମଣ କରିବା ସହିତ ଗାଡି ମଧ୍ୟ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି । ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଦେଇଥିବା ବେଳେ ଖଣ୍ଡଗିରି ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି

The post ରାଜଧାନୀର ରାଜରାସ୍ତା ପାଲଟିଲା ରଣକ୍ଷେତ୍ର । ବୁଲିଲା ଖଣ୍ଡା ଭୁଜାଲି, ପରସ୍ପର ଆକ୍ରମଣରେ ଉଭୟ ଗୋଷ୍ଠୀର ୪ଜଣ ଆହତ first appeared on Kanak News.

from Kanak News
via <a href="https://ifttt.com/?

ସର୍ବଭାରତୀୟ ପରିସଂଖ୍ୟାନ ସେବା ପରୀକ୍ଷାରେ ଓଡ଼ିଆ ପୁଅଙ୍କ କମାଲ । ଦେଶରେ ୮ମ ସ୍ଥାନ ଅଧିକାର କରି ଓଡ଼ିଶା ତଥା ସୁନ୍ଦରଗଡ଼ ପାଇଁ ଗୌରବ ଆଣିଲେ ପ୍ରତୀକ ନାୟକ ।

କନକ ବ୍ୟୁରୋ : ସର୍ବଭାରତୀୟ ପରିସଂଖ୍ୟାନ ସେବା ପରୀକ୍ଷାରେ ଓଡ଼ିଆ ପୁଅଙ୍କ ସଫଳତା । ଅଷ୍ଟମ ସ୍ଥାନ ଅଧିକାର କରି ଓଡ଼ିଶା ତଥା ସୁନ୍ଦରଗଡ଼ ପାଇଁ ଗୌରବ ଆଣିଲେ ସୁନ୍ଦରଗଡ଼ ବାଲିଶଙ୍କରାର ପ୍ରତୀକ ନାୟକ ।

ପ୍ରତୀକଙ୍କ ଏହି ସଫଳତା ପରେ ବିଭିନ୍ନ ଆଡୁ ତାଙ୍କୁ ପ୍ରଶଂସାର ସୁଅ ଛୁଟିଛି । ପ୍ରତୀକଙ୍କ ବାପା ମା ଉଭୟ ଶିକ୍ଷକ ହୋଇଥିବା ବେଳେ ପିଲାଠୁ ବେଳୁ ପ୍ରତୀକଙ୍କର ପାଠପଢା ପ୍ରତି ବେଶ ଆଗ୍ରହ ରହିଥିଲା । ବାଲିଶଙ୍କରା ଭଳି ଉପାନ୍ତ ଅଂଚଳରୁ ନିଜର ସ୍କୁଲ ଶିକ୍ଷା ଆରମ୍ଭ କରିଥିବା ପ୍ରତୀକ ନିଜ ପାଠପଢା କ୍ୟାରିୟରରେ କେବେ ପଛକୁ ଫେରିଚାହିଁନାହାଁନ୍ତି । ୨୦୨୨ରେ ପ୍ରଥମ ଚେଷ୍ଟାରେ କୃତକାର୍ଯ୍ୟ ହୋଇନଥିଲେ ମଧ୍ୟ ଦୃଢ ମନୋବଳ ଯୋଗୁ ଦ୍ୱିତୀୟ ପ୍ରୟାସରେ ସଫଳତା ଅର୍ଜନ କରିବା ସହିତ ସର୍ବଭାରତୀୟ ପରିସଂଖ୍ୟାନ ସେବା ପରୀକ୍ଷାରେ ପ୍ରତୀକ ୮ମ ସ୍ଥାନ ଅଧିକାର କରିବାରେ ସକ୍ଷମ ହୋଇଛନ୍ତି ।

The post ସର୍ବଭାରତୀୟ ପରିସଂଖ୍ୟାନ ସେବା ପରୀକ୍ଷାରେ ଓଡ଼ିଆ ପୁଅଙ୍କ କମାଲ । ଦେଶରେ ୮ମ ସ୍ଥାନ ଅଧିକାର କରି ଓଡ଼ିଶା ତଥା ସୁନ୍ଦରଗଡ଼ ପାଇଁ ଗୌରବ ଆଣିଲେ ପ୍ରତୀକ ନାୟକ । first appeared on Kanak News.

from Kanak News
via <a href="https://ifttt.com/?

ବିମାନରେ ବସିବା ପରେ ବିଗିଡିଲା ଭାରତୀୟ କ୍ରିକେଟର ମୟଙ୍କ ଅଗ୍ରୱାଲଙ୍କ ସ୍ୱାସ୍ଥ୍ୟବସ୍ଥା । ତୁରନ୍ତ ଆଇସିୟୁରେ କରାଗଲା ଭର୍ତ୍ତି, ଜାଣନ୍ତୁ ଏବେ କେମିତି ଅଛି ସ୍ୱାସ୍ଥ୍ୟବସ୍ଥା?

କନକ ବ୍ୟୁରୋ : ଭାରତୀୟ ବ୍ୟାଟର ତଥା କର୍ଣ୍ଣାଟକ ରଣଜୀ ଟିମ୍ ଅଧିନାୟକ ମୟଙ୍କ ଅଗ୍ରୱାଲଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର । ଅଗରତାଲାର ଏକ ଘରୋଇ ହସ୍ପିଟାଲରେ ଆଇସିୟୁରେ ମୟଙ୍କଙ୍କୁ ଗୁରୁତର ଅବସ୍ଥାରେ ଭର୍ତି କରାଯାଇଥିବା ସୂଚନା । ତ୍ରିପୁରାରୁ ସୁରଟ ଯାତ୍ରା କରିବା ପାଇଁ ବିମାନରେ ଚଢିବା ସମୟରେ ଅସୁସ୍ଥତା ଅନୁଭବ କରିଥିଲେ ମୟଙ୍କ ଅଗ୍ରୱାଲ । ପାଟି ଓ ଗଳାରେ ଜଳାପୋଡା ଅନୁଭବ କରିବା ପରେ ତାଙ୍କୁ ତୁରନ୍ତ ତ୍ରିପୁରା ରାଜଧାନୀ ଅଗରତାଲାର ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସଙ୍ଗେ ସଙ୍ଗେ ଆଇସିୟୁରେ ଭର୍ତି କରାଯାଇ ଚିକିତ୍ସା କରାଯାଇଥିବା ବେଳେ ବର୍ତମାନ ସେ ସୁସ୍ଥ ଥିବା ଜଣାପଡିଛି ।

ତ୍ରିପୁରା କ୍ରିକେଟ ଆସୋସିଏସନର ଅଧିକାରୀ ମାନେ ଡାକ୍ତରଖାନାରେ ପହଁଚି ମୟଙ୍କଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ବେଳେ ବଡଧରଣର ବିପଦ ଟଳି ଯାଇଛି । ପୋଲିସ ଏକ ମାମଲା ରୁଜୁ କରି ଏହି ଘଟଣାର ଯାଞ୍ଚ ଆରମ୍ଭ କରିଛି ।

The post ବିମାନରେ ବସିବା ପରେ ବିଗିଡିଲା ଭାରତୀୟ କ୍ରିକେଟର ମୟଙ୍କ ଅଗ୍ରୱାଲଙ୍କ ସ୍ୱାସ୍ଥ୍ୟବସ୍ଥା । ତୁରନ୍ତ ଆଇସିୟୁରେ କରାଗଲା ଭର୍ତ୍ତି, ଜାଣନ୍ତୁ ଏବେ କେମିତି ଅଛି ସ୍ୱାସ୍ଥ୍ୟବସ୍ଥା? first appeared on Kanak News.

from Kanak News
via <a href="https://ifttt.com/?

ଆଜି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପୁଣି ଜେରା କରିବ ଇଡ଼ି । ବଢିଲା ଗିରଫଦାରୀର ଭୟ

କନକ ବ୍ୟୁରୋ : ଆଜି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜେରା କରିବ ଇଡ଼ି, ବଢିଲା ଗିରଫଦାରୀର ଭୟ । ପତ୍ନୀଙ୍କୁ ଧରି ଦଳୀୟ ନେତା କର୍ମୀଙ୍କ ସହ ହେମନ୍ତଙ୍କ ଘନ ଘନ ବୈଠକ, ସ୍ତ୍ରୀ କଳ୍ପନା ସୋରେନ ଆଗାମୀ ମୁଖ୍ୟମନ୍ତ୍ରୀ ହେବା ନେଇ ଦଳ ମଧ୍ୟରେ ଚର୍ଚ୍ଚା । ଜମି ଦୁର୍ନୀତି ମାମଲାରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡ ଉପରେ ଗିରଫଦାରୀର ଖଣ୍ଡା ଝୁଲୁଛି । ଏହାରି ମଧ୍ୟରେ ଦୀର୍ଘ ୪୦ଘଣ୍ଟା ଧରି ଲୁଚକାଳି ଖେଳିବା ପରେ ମଙ୍ଗଳବାର ହେମନ୍ତ ସୋରେନ ରାଞ୍ଚିରେ ପହଁଚିଥିବା ବେଳେ ଦଳୀୟ କର୍ମୀଙ୍କ ସହ ଘନ ଘନ ବୈଠକ କରିଛନ୍ତି ।

ଇଡି ଜେରା ପରେ ତାଙ୍କୁ ଗିରଫ କରିବାର ସମ୍ଭାବନା ରହିଛି । ଏପରି ହେଲେ ପତ୍ନୀ କଳ୍ପନା ସୋରେନ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବାକୁ ସେ ଦଳୀୟ ବିଧାୟକ ସାଂସଦ ଓ ନେତାଙ୍କ ସହ ବିଚାରବିର୍ମଶ କରିଥିବା ଚର୍ଚ୍ଚା ହେଉଛି । ଲୋକସଭା ନିର୍ବାଚନ ଆଗକୁ ଆସୁଥିବା ବେଳେ ଝାଡ଼ଖଣ୍ଡରେ ରାଜନୈତିକ ଅସ୍ଥିରତା ସୃଷ୍ଟି କରିବାକୁ ତାଙ୍କୁ ଗିରଫ କରାଯାଇପାରେ ବୋଲି ହେମନ୍ତ ଅଭିଯୋଗ ଆଣିବା ସହ ଇଡି ଅଧିକାରୀଙ୍କ ସମ୍ମୁଖରେ ହାଜର ହୋଇ ଜେରାର ସମ୍ମୁଖୀନ ହେବେ ବୋଲି ସେ କହିଛନ୍ତି । ଏହା ପୂର୍ବରୁ ୨୦ଜାନୁଆରୀରେ ହେମନ୍ତଙ୍କୁ ଇଡି ଅଧିକାରୀ ତାଙ୍କ ସରକାରୀ ବାସଭବନରେ ୮ଘଂଟା ଧରି ପଚରାଉଚରା କରିଥିଲେ । ଆଜି ପୁଣିଥରେ ଇଡି ଅଧିକାରୀ ମାନେ ତାଙ୍କୁ ପଚରା ଉଚରା କରିବା ସହିତ ଗିରଫ କରିବାର ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀଙ୍କ ବାସଭବନ, ଇଡି କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡି କରାଯାଇଛି ।

The post ଆଜି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପୁଣି ଜେରା କରିବ ଇଡ଼ି । ବଢିଲା ଗିରଫଦାରୀର ଭୟ first appeared on Kanak News.

from Kanak News
via <a href="https://ifttt.com/?

ଆଜିଠୁ ସଂସଦର ବଜେଟ ଅଧିବେଶନ । ଆସନ୍ତାକାଲି ଗୃହରେ ଆଗତ ହେବ ଅନ୍ତରୀଣ ବଜେଟ, କଣ ନୂଆ ଘୋଷଣା କରିବେ ରହିଛି ପୂରା ଦେଶର ନଜର ।

କନକ ବ୍ୟୁରୋ : ଆଜିଠୁ ସଂସଦର ବଜେଟ ଅଧିବେଶନ, ଆସନ୍ତାକାଲି ଗୃହରେ ଅନ୍ତରୀଣ ବଜେଟ ଆଗତ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କେନ୍ଦ୍ରରେ ମୋଦି ସରକାରର ଦ୍ୱିତୀୟ ପାଳିର ଏହା ଶେଷ ବଜେଟ ଅଧିବେଶନ । ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ସେଂଟ୍ରାଲ ହଲରେ ଉଭୟ ଲୋକସଭା ଓ ରାଜ୍ୟସଭାର ସଦସ୍ୟମାନଙ୍କୁ ଉଦବୋଧନ ଦେବେ ।

ଅଧିବେଶନର ପ୍ରଥମ ଦିନରେ ଆଜି ଲୋକସଭାରେ ୨୦୨୩-୨୪ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହେବ । ଆସନ୍ତାକାଲି ଅର୍ଥାତ ଗୁରୁବାର କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଅନ୍ତରୀଣ ବଜେଟ ଆଗତ କରିବେ । ଏହା ପୂର୍ବରୁ ମଙ୍ଗଳବାର ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ବଜେଟ ହୋଇଥିବା ବେଳେ ଏଥିରେ ଦେଶବାସୀଙ୍କ ପାଇଁ କିଛି ଖାସ ଘୋଷଣା କରିପାରନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ଏହା ଅନ୍ତରୀଣ ବଜେଟ୍ ହୋଇଥିବା ବେଳେ ଆଗାମୀ ଜୁଲାଇ ମାସରେ ନୂଆ ସରକାର ସଂସଦରେ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ । ନିର୍ବାଚନୀ ବର୍ଷରେ କେନ୍ଦ୍ରୀୟ ବଜେଟ କଣ ରହିବ ତା ଉପରେ ସମସ୍ତଙ୍କ ନଜର ରହିଛି । ସେପଟେ ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯାଇଛି ।

The post ଆଜିଠୁ ସଂସଦର ବଜେଟ ଅଧିବେଶନ । ଆସନ୍ତାକାଲି ଗୃହରେ ଆଗତ ହେବ ଅନ୍ତରୀଣ ବଜେଟ, କଣ ନୂଆ ଘୋଷଣା କରିବେ ରହିଛି ପୂରା ଦେଶର ନଜର । first appeared on Kanak News.

from Kanak News
via <a href="https://ifttt.com/?

ଆଜିଠୁ ସଂସଦର ବଜେଟ ଅଧିବେଶନ । ଆସନ୍ତାକାଲି ଗୃହରେ ଆଗତ ହେବ ଅନ୍ତରୀଣ ବଜେଟ । କେନ୍ଦ୍ରରେ ମୋଦି ସରକାରର ଦ୍ୱିତୀୟ ପାଳିର ଏହା ଶେଷ ବଜେଟ

କନକ ବ୍ୟୁରୋ : ଆଜିଠୁ ସଂସଦର ବଜେଟ ଅଧିବେଶନ, ଆସନ୍ତାକାଲି ଗୃହରେ ଅନ୍ତରୀଣ ବଜେଟ ଆଗତ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କେନ୍ଦ୍ରରେ ମୋଦି ସରକାରର ଦ୍ୱିତୀୟ ପାଳିର ଏହା ଶେଷ ବଜେଟ ଅଧିବେଶନ । ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ସେଂଟ୍ରାଲ ହଲରେ ଉଭୟ ଲୋକସଭା ଓ ରାଜ୍ୟସଭାର ସଦସ୍ୟମାନଙ୍କୁ ଉଦବୋଧନ ଦେବେ । ଅଧିବେଶନର ପ୍ରଥମ ଦିନରେ ଆଜି ଲୋକସଭାରେ ୨୦୨୩-୨୪ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହେବ ।

ଆସନ୍ତାକାଲି ଅର୍ଥାତ ଗୁରୁବାର କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଅନ୍ତରୀଣ ବଜେଟ ଆଗତ କରିବେ । ଏହା ପୂର୍ବରୁ ମଙ୍ଗଳବାର ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ବଜେଟ ହୋଇଥିବା ବେଳେ ଏଥିରେ ଦେଶବାସୀଙ୍କ ପାଇଁ କିଛି ଖାସ ଘୋଷଣା କରିପାରନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ଏହା ଅନ୍ତରୀଣ ବଜେଟ୍ ହୋଇଥିବା ବେଳେ ଆଗାମୀ ଜୁଲାଇ ମାସରେ ନୂଆ ସରକାର ସଂସଦରେ ପୂଣ୍ଣାଙ୍ଗ ବଜେଟ ଆଗତ କରିବେ । ନିର୍ବାଚନୀ ବର୍ଷରେ କେନ୍ଦ୍ରୀୟ ବଜେଟ କଣ ରହିବ ତା ଉପରେ ସମସ୍ତଙ୍କ ନଜର ରହିଛି । ସେପଟେ ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ପକ୍ଷରୁ ରଣନିତୀ ପ୍ରସ୍ତୁତ କରାଯାଇଛି ।

The post ଆଜିଠୁ ସଂସଦର ବଜେଟ ଅଧିବେଶନ । ଆସନ୍ତାକାଲି ଗୃହରେ ଆଗତ ହେବ ଅନ୍ତରୀଣ ବଜେଟ । କେନ୍ଦ୍ରରେ ମୋଦି ସରକାରର ଦ୍ୱିତୀୟ ପାଳିର ଏହା ଶେଷ ବଜେଟ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started