ଆରବ ସାଗର, ଆଦନ ଉପସାଗର ଓ ଲୋହିତ ସାଗରର କୁଖ୍ୟାତ ସେମାଲିଆ ଜଳଦସ୍ୟୁଙ୍କ କବଳରୁ ଭାରତୀୟ ନୌସେନା ଆଜି ଆଉ ଏକ ଜାହାଜକୁ ଉଦ୍ଧାର କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ଜଳଦସ୍ୟୁଙ୍କ କବଳରୁ ଉଦ୍ଧାର କରାଯାଇଥିବା ଏହା ଦ୍ବିତୀୟ ଇରାନୀ ଜାହାଜ ଅଟେ। ଭାରତୀୟ ନୌସେନା ପକ୍ଷରୁ ଆଜି ଦିଆଯାଇଥିବା ସୂଚନାନୁସାରେ, ୧୯ଜଣ ପାକିସ୍ତାନୀ କର୍ମଚାରୀଙ୍କୁ ନେଇ ଇରାନର ମାଛଧରା ଜାହାଜ ଅଲ ନାଇମି ଫେରୁଥିବା ବେଳେ ସୋମାଲିଆ ଉପକୂଳର ପୂର୍ବ ତଟରେ ୧୧Continue reading “ସମୁଦ୍ରରେ ଦଳଦସ୍ୟୁ ଆତଙ୍କ । ପୁଣି ଅପହରଣ କରିନେଲେ ଜାହାଜ । ଉଦ୍ଧାର କଲା ଭାରତୀୟ ନୌସେନା”
Category Archives: News
ପାକିସ୍ତାନ ନିର୍ବାଚନ ପୂର୍ବରୁ ଇମ୍ରାନ ଖାନଙ୍କୁ ବଡ ଝଟକା । ସାଇଫର ମାମଲାରେ ୧୦ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ ।
କନକ ବ୍ୟୁରୋ: ପାକିସ୍ତାନ ନିର୍ବାଚନ ପୂର୍ବରୁ ଇମ୍ରାନ ଖାନଙ୍କୁ ବଡ ଝଟକା । ପୂର୍ବତନ ପ୍ରଧାନମନ୍ତ୍ରୀ ସାଇଫର ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ୧୦ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଏଥିସହ ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କୁରେସୀ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଅଫିସିଆଲ ସିକ୍ରେଟ୍ ଅଫ ଆକ୍ଟ ଅନୁଯାୟୀ ଉଭୟଙ୍କୁ ଦଣ୍ଡିତ କରାଯାଇଛି । ସାଇଫର ହେଉଛି ପାକିସ୍ତାନର ଜାତୀୟ ସୁରକ୍ଷା ସହ ଜଡିତ ଏକ ମାମଲାContinue reading “ପାକିସ୍ତାନ ନିର୍ବାଚନ ପୂର୍ବରୁ ଇମ୍ରାନ ଖାନଙ୍କୁ ବଡ ଝଟକା । ସାଇଫର ମାମଲାରେ ୧୦ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ ।”
ଆରବସାଗରରେ ଦମ ଦେଖାଇଲା ଭାରତୀୟ ସେନା । ଜଳଦସ୍ୟୁଙ୍କଠୁ ଉଦ୍ଧାର ପାଇଲେ ୧୯ ପାକିସ୍ତାନୀ ନାଗରିକ ।
କନକ ବ୍ୟୁରୋ: ଆରବସାଗରରେ ପୁଣି ଦମ ଦେଖାଇଛି ଭାରତୀୟ ସେନା । ୨୪ ଘଣ୍ଟା ମଧ୍ୟରେ ଜଳଦସ୍ୟୁଙ୍କ କବଳରୁ ଉଦ୍ଧାର କଲା ଦୁଇଟି ଜାହାଜ । ଗଭୀର ସମୁଦ୍ର ରାଶିରେ ଶକ୍ତି ପ୍ରଦର୍ଶନ କରିଛି ଆଇଏନଏସ ସୁମିତ୍ରା । କେରଳ କୋଚି ଉପକୂଳର ୮୫୦ ମାଇଲ ଦୂର ଆରବ ସାଗରରେ ଘଟିଛି ଏହି ଘଟଣା । ଜଳଦସ୍ୟୁମାନେ ଇରାନ ପତାକା ଲାଗିଥିବା ଜାହାଜ ଓ ସେଥିରେ ଥିବା କ୍ର୍ୟୁ ମେମ୍ବରଙ୍କୁ ଅପହରଣ କରି ବନ୍ଦୀ କରି ରଖିଥିଲେContinue reading “ଆରବସାଗରରେ ଦମ ଦେଖାଇଲା ଭାରତୀୟ ସେନା । ଜଳଦସ୍ୟୁଙ୍କଠୁ ଉଦ୍ଧାର ପାଇଲେ ୧୯ ପାକିସ୍ତାନୀ ନାଗରିକ ।”
ବିହାରରେ ବଦଳିଳା ମେଣ୍ଟ, ଯାଦବ ପରିବାର ଉପରେ ପଡ଼ିଲା ଚଡ଼କ । ଚାକିରି ପାଇଁ ଦୁର୍ନୀତି ମାମଲାରେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀଙ୍କୁ ଜେରା
କନକ ବ୍ୟୁରୋ: ବିହାରରେ ପୁରୁଣା ମେଣ୍ଟ ପତନ ହୋଇଛି । ନୀତୀଶଙ୍କ ନୂଆ ମେଣ୍ଟର ନୂଆ ସରକାରକୁ ଦିନେ ନପୁରୁଣୁ ଆକ୍ସନ ମୋଡକୁ ଆସିଛି ଇଡି । ଦୁର୍ନୀତି ଅଭିଯୋଗ ଥିବା ନେତାଙ୍କ ବିରୋଧରେ ଇଡିର କରିଛି କାର୍ଯ୍ୟାନୁଷ୍ଠାନ । ତଦନ୍ତକାରୀ ସଂସ୍ଥାର ରାଡାରରେ ରହିଛି ଯାଦବ ପରିବାର । ଚାକିରୀ ପାଇଁ ଜମି ଦୁର୍ନୀତି ମାମଲାରେ ପ୍ରଥମେ ଆରଜେଡି ସୁପ୍ରିମୋ ଲାଲୁପ୍ରସାଦ ଯାଦବଙ୍କ ପରେ ଏବେ ତେଜସ୍ୱୀ ଯାଦବଙ୍କ ପାଳି ପଡିଛି । ସମନ ପରେContinue reading “ବିହାରରେ ବଦଳିଳା ମେଣ୍ଟ, ଯାଦବ ପରିବାର ଉପରେ ପଡ଼ିଲା ଚଡ଼କ । ଚାକିରି ପାଇଁ ଦୁର୍ନୀତି ମାମଲାରେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀଙ୍କୁ ଜେରା”
୪୦ ଘଣ୍ଟା ଲୁଚକାଳି ପରେ ରାଞ୍ଚି ଫେରିଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଠିକଣାରୁ ନଗଦ ଟଙ୍କା,ଦାମୀ କାର ଜବତ କଲା ଇଡି
କନକ ବ୍ୟୁରୋ: ୪୦ ଘଣ୍ଟାର ଲୁଚକାଳି ପରେ ରାଞ୍ଚି ଫେରିଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ । ଫେରିବା ପରେ ଆକ୍ଟିଭ ମୋଡକୁ ଆସିଛନ୍ତି ହେମନ୍ତ ସୋରେନ୍ । ନିଜ ବାସଭବନରେ ସବୁ ବିଧାୟକ ଏବଂ ବରିଷ୍ଠ ନେତାଙ୍କ ସହ ସାକ୍ଷାତ କରିଛନ୍ତି । ଏହି ବୈଠକରେ ଜେଏମଏମ୍, କଂଗ୍ରେସ ସମେତ ମେଣ୍ଟର ବିଧାୟକ ସାମିଲ ହୋଇଛନ୍ତି । ବଡ଼ କଥା ହେଉଛି, ବୈଠକରେ ହେମନ୍ତଙ୍କ ପତ୍ନୀ କଳ୍ପନା ସୋରେନ୍ ମଧ୍ୟ ସାମିଲ ହୋଇଛନ୍ତି । ବୈଠକରେContinue reading “୪୦ ଘଣ୍ଟା ଲୁଚକାଳି ପରେ ରାଞ୍ଚି ଫେରିଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଠିକଣାରୁ ନଗଦ ଟଙ୍କା,ଦାମୀ କାର ଜବତ କଲା ଇଡି”
୨ବର୍ଷ ସରକାରୀ ଚାକିରି, ନହେଲେ ୨ଗୁଣ ଜରିମାନା । ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ କଡ଼ାକଡ଼ି ହେଲା ବଣ୍ଡ୍ ନିୟମ
କନକ ବ୍ୟୁରୋ: ସରକାରୀ ମେଡିକାଲ କଲେଜରେ ପଢୁଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ବଣ୍ଡ ନିୟମ କଡ଼ାକଡ଼ି ହୋଇଛି । ପାଠପଢା ସରିବା ପରେ ଡାକ୍ତରମାନଙ୍କୁ ୨ ବର୍ଷ ସରକାରୀ ହସ୍ପିଟାଲରେ କାମ କରିବାକୁ ପଡ଼ିବ । ନହେଲେ ପାଠପଢା ସମୟରେ ପାଇଥିବା ଷ୍ଟାଇପେଣ୍ଡ ବା ଦରମାର ଦୁଇ ଗୁଣ ଟଙ୍କା ଦେବାକୁ ପଡ଼ିବ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏପରି ନିର୍ଦ୍ଦେଶନାମା ଜାରି କରାଯାଇଛି । ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ଅନୁସାରେ ରାଜ୍ୟର ସରକାରୀ ମେଡିକାଲContinue reading “୨ବର୍ଷ ସରକାରୀ ଚାକିରି, ନହେଲେ ୨ଗୁଣ ଜରିମାନା । ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ କଡ଼ାକଡ଼ି ହେଲା ବଣ୍ଡ୍ ନିୟମ”
ଛତିଶଗଡ଼ରେ ବଡ଼ ଧରଣର ମାଓ ଆକ୍ରମଣ । ୩ ଯବାନ ସହିଦ, ୧୪ ଜଣ ଆହତ
କନକ ବ୍ୟୁରୋ: ଛତିଶଗଡ଼ରେ ବଡ଼ ଧରଣର ମାଓ ଆକ୍ରମଣ । ସୁକମା-ବିଜାପୁର ଜିଲ୍ଲା ସୀମାରେ ଥିବା ଟେକଲଗୁଡେମ୍ ଗାଁ ନିକଟରେ ଗୁଳିବିନିମୟ ଘଟିଛି । ଏହି ଘଟଣାରେ ୩ ଜଣ ଯବାନ ସହିଦ ହୋଇଥିବା ବେଳେ ୧୪ ଜଣ ଯବାନ ଆହତ ହୋଇଛନ୍ତି । ଆହତ ଯବାନମାନଙ୍କୁ ଚିକିତ୍ସା ପାଇଁ ରାୟପୁରକୁ ଏୟାରଲିଫ୍ଟ କରାଯାଇଛି । ଯବାନମାନେ ନୂଆ କ୍ୟାମ୍ପ ନିର୍ମାଣ କରି ମାଓ ଗତିବିଧି ଅନୁଧ୍ୟାନ କରୁଥିବା ବେଳେ ମାଓବାଦୀମାନେ ଅତର୍କିତ ଆକ୍ରମଣ କରିଥିଲେ ।Continue reading “ଛତିଶଗଡ଼ରେ ବଡ଼ ଧରଣର ମାଓ ଆକ୍ରମଣ । ୩ ଯବାନ ସହିଦ, ୧୪ ଜଣ ଆହତ”
କନିଷ୍ଠ ଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି ଜଳକା ଭିଜିଲାନ୍ସ ଅଧିକାରୀ । ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ । ୧୨ ପ୍ଲଟ ସମେତ କାର, ବାଇକ୍ ଓ ନଗଦ ଟଙ୍କା ଜବତ
କନକ ବ୍ୟୁରୋ: ବାବୁଙ୍କ ଉଭା ଯେତେ, ପୋତା ସେତେ । ରାଜ୍ୟ ଜଳ ସଂପଦ ବିଭାଗର କନିଷ୍ଠ ଯନ୍ତ୍ରୀ ସଂଜୟ କୁମାର ମହାନ୍ତିଙ୍କ ସମ୍ପତ୍ତି ଦେଖି ତାଜୁବ ହୋଇଛି ଭିଜିଲାନ୍ସ । ମାଲକାନଗିରି ଭଳି ପଛୁଆ ଜିଲ୍ଲାର ଏହି କୋଟିପତି ଅଫିସର ବେଆଇନ ଭାବେ କୋଟି କୋଟି ସଂପତି ଠୁଳ କରିଥିବା ଅଭିଯୋଗ ହୋଇଛି । ତଦନ୍ତ ଯେତିକି ଆଗଉଛି ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି । ମାଲକାନଗିରିର କୋଟିପତି କନିଷ୍ଠ ଯନ୍ତ୍ରୀ !Continue reading “କନିଷ୍ଠ ଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି ଜଳକା ଭିଜିଲାନ୍ସ ଅଧିକାରୀ । ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ । ୧୨ ପ୍ଲଟ ସମେତ କାର, ବାଇକ୍ ଓ ନଗଦ ଟଙ୍କା ଜବତ”
ଖଡଗେଙ୍କ ଗସ୍ତ ପରେ ଉତ୍ସାହିତ କଂଗ୍ରେସ ଶିବିର । ଜୋସରେ ଦଳୀୟ ନେତା । ପଞ୍ଚସୂତ୍ରୀ ଫର୍ମୁଲା ଅନୁସାରେ ଆଗକୁ ବଢ଼ିବ ଦଳ
କନକ ବ୍ୟୁରୋ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ରାଜ୍ୟ ନେତା ଓ କର୍ମୀଙ୍କୁ ୫ସୁତ୍ରୀ ବିଜୟ ଫର୍ମୁଲା ଦେବା ପରେ ଜୋସରେ କଂଗ୍ରେସ କର୍ମୀ । ତୃଣମୂଳ ସ୍ତରରେ ସଙ୍ଗଠନକୁ ମଜଭୁତ କରିବା ସହ ନୂଆ ମୁହଁକୁ ସୁଯୋଗ ଦେବାକୁ ପରାମର୍ଶ ଦେଇଛନ୍ତି ଖଡଗେ । କୁହାଯାଉଛି, ୫୦କୁ ୬୦ ବିଧାନସଭା ଆସନରେ ପୁରା ଦମରେ ଲଢିବ କଂଗ୍ରେସ । ଉତ୍ସାହ ବଢାଇଲେ ଖଡଗେ ଲୋକଙ୍କ ମନ ଜିଣିବ କି କଂଗ୍ରେସ? କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେContinue reading “ଖଡଗେଙ୍କ ଗସ୍ତ ପରେ ଉତ୍ସାହିତ କଂଗ୍ରେସ ଶିବିର । ଜୋସରେ ଦଳୀୟ ନେତା । ପଞ୍ଚସୂତ୍ରୀ ଫର୍ମୁଲା ଅନୁସାରେ ଆଗକୁ ବଢ଼ିବ ଦଳ”
ଦିଲ୍ଲୀ ଯିବା ପାଇଁ ରେସରେ କିଏ? ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ବଢ଼ିଲା ଚର୍ଚ୍ଚା । ନବୀନ ଦେବେ କି ସରପ୍ରାଇଜ୍?
କନକ ବ୍ୟୁରୋ: କିଏ ଯିବ ରାଜ୍ୟସଭା? ରାଜ୍ୟରେ ଖାଲି ପଡୁଥିବା ୩ଟି ରାଜ୍ୟସଭା ଆସନ ପାଇଁ ବିଗୁଲ ବାଜିବା ପରେ ଏ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଦିଲ୍ଲୀ ଲଡୁ କିଏ ପାଇବ ସେ ନେଇ ସମସ୍ତେ ଆଶା ଓ ଆଶଙ୍କାରେ ଥିବାବେଳେ କୁହାଯାଉଛି, ଏଥର ମୁଖ୍ୟମନ୍ତ୍ରୀ ସରପ୍ରାଇଜ ଦେବେ । ରାଜ୍ୟସଭା ଅଙ୍କକଷା ଆରମ୍ଭ ଦିଲ୍ଲୀ ରେସରେ କିଏ ? କେନ୍ଦ୍ରମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କ ସହ ଅମର ପଟ୍ଟନାୟକ ଓ ପ୍ରଶାନ୍ତ ନନ୍ଦଙ୍କ ପରେContinue reading “ଦିଲ୍ଲୀ ଯିବା ପାଇଁ ରେସରେ କିଏ? ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ବଢ଼ିଲା ଚର୍ଚ୍ଚା । ନବୀନ ଦେବେ କି ସରପ୍ରାଇଜ୍?”