କନକ ବ୍ୟୁରୋ: ଅନେକ ସମୟରେ କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସେମିଷ୍ଟର ପ୍ରସ୍ତୁତିକୁ ନେଇ ଚିନ୍ତାରେ ଥାନ୍ତି । କିନ୍ତୁ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ାକୁ ସହଜ କରିବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ସ୍ୱରୂପ ଇ-ଲେକ୍ଚର ବ୍ୟବସ୍ଥା ଆଣିଛନ୍ତି । ଅର୍ଥାତ୍ ପିଲାମାନେ ଘରେ ବସି ସେମିଷ୍ଟର ପାଇଁ ପ୍ରସ୍ତୁତ ହୋଇପାରିବେ । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ୱେବସାଇଟ୍ରେ ୧୧ଟି ବିଷୟବସ୍ତୁ ଅପଲୋଡ କରାଯାଇଛି । ଏହା ଉକ୍ରଳ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ କରାଯାଇଛି ।Continue reading “ଦୂର ହେବ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଚିନ୍ତା: ଘରେ ବସି ନିଜ ପସନ୍ଦର ଅଧ୍ୟାପକଙ୍କଠାରୁ ପଢ଼ିବେ ପାଠ, ଆରମ୍ଭ ହେଲା ଇ-ଲେକ୍ଚର ବ୍ୟବସ୍ଥା”
Category Archives: News
ବଢ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଅଡ଼ୁଆ । ଅବକାରୀ ଦୁର୍ନୀତି ମାମଲାରେ ଚତୁର୍ଥ ପାଇଁ ଇଡି ପଠାଇଲା ସମନ
କନକ ବ୍ୟୁରୋ : କେଜ୍ରିୱାଲଙ୍କୁ ପୁଣି ସମନ କଲା ଇଡି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଉ ଥରେ ସମନ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଜାନୁଆରୀ ୧୮ରେ ତାଙ୍କୁ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି । ଏହାକୁ ମିଶାଇ ୪ ଥର ସମନ କରିସାରିଲାଣି ଇଡି । ନଭେମ୍ବର ୨, ଡିସମ୍ବର ୨୧ ଓ ଜାନୁଆରୀ ୩ରେ ନୋଟିସ୍ ପଠାଇଥିଲା ତଦନ୍ତକାରୀ ସଂସ୍ଥା । ପୂର୍ବ ତିନିଥରContinue reading “ବଢ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଅଡ଼ୁଆ । ଅବକାରୀ ଦୁର୍ନୀତି ମାମଲାରେ ଚତୁର୍ଥ ପାଇଁ ଇଡି ପଠାଇଲା ସମନ”
ଭାରତ ବିରୋଧୀ ବୟାନ ପରେ ପ୍ରତିଦିନ ୮କୋଟିରୁ ଅଧିକ ଟଙ୍କାର କ୍ଷତି ସହୁଛି ମାଳଦ୍ୱୀପ । ବିପଦରେ ୪୪ହଜାର ପରିବାରର ଜୀବନ ଜୀବିକା
କନକ ବ୍ୟୁରୋ : ଭାରତ ବିରୋଧୀ ବୟାନ ଦେବା ପରେ ସମସ୍ୟା ଘେରରେ ମାଳଦ୍ୱୀପ । କିଛି ଦିନ ହେବ ବୟକଟ ମାଳଦ୍ୱୀପ ଟ୍ରେଣ୍ଡ ଚାଲିଛି । ଏହା ଭିତରେ ଦେଶକୁ ସହିବାକୁ ପଡିଛି କୋଟି କୋଟି ଟଙ୍କାର କ୍ଷତି । ମିଳିଥିବା ସୂଚନା ଅନୁସାରେ ମାଳଦ୍ୱୀପ ପ୍ରତିଦିନ ୮କୋଟି ୬୪ଲକ୍ଷ ଟଙ୍କାର କ୍ଷତି ସହୁଛି । ପ୍ରତିଦିନ କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛି ଦେଶ । ପରିସ୍ଥିତି ଏଭଳି ହେଲାଣି କି ପର୍ଯଟକଙ୍କୁ ଆକୃଷ୍ଟContinue reading “ଭାରତ ବିରୋଧୀ ବୟାନ ପରେ ପ୍ରତିଦିନ ୮କୋଟିରୁ ଅଧିକ ଟଙ୍କାର କ୍ଷତି ସହୁଛି ମାଳଦ୍ୱୀପ । ବିପଦରେ ୪୪ହଜାର ପରିବାରର ଜୀବନ ଜୀବିକା”
ବିଜେଡିର ଟିକେଟ କସରତ: କାହାକୁ ମିଳିବ ଟିକେଟ, କିଏ ପଡ଼ିବେ ବାଦ? ପାୱାର କରିଡରରେ ଚାଲିଛି ଅଙ୍କକଷା
କନକ ବ୍ୟୁରୋ: ବିଜେଡିରେ ଟିକେଟ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଅନେକ ଆସନରେ ଏକାଧିକ ଟାଣୁଆ ନେତା ଦଳୀୟ ଟିକେଟରେ ନିର୍ବାଚନ ଲଢ଼ିବାକୁ ଅଂଟା ଭିଡ଼ିଛନ୍ତି । ଏପଟେ କାହାକୁ ଟିକେଟ ଦିଆଯିବ, କେଉଁ ନେତା ବାଦ୍ ପଡ଼ିବେ ଏନେଇ ଚାଲିଛି ଅଙ୍କକଷା । ପ୍ରାୟ ୪୦ଟି ଆସନରେ ବଡ଼ ବଡ଼ ନେତା ଆଶାୟୀ ଥିବାରୁ ଦଳର ମୁଣ୍ଡବିନ୍ଧା ଆରମ୍ଭ ହୋଇଛି । ନିର୍ବାଚନକୁ ପ୍ରାୟ ଦୁଇମାସ ବାକି ରହିଲା । ପ୍ରାର୍ଥୀ ଚୟନକୁ ନେଇContinue reading “ବିଜେଡିର ଟିକେଟ କସରତ: କାହାକୁ ମିଳିବ ଟିକେଟ, କିଏ ପଡ଼ିବେ ବାଦ? ପାୱାର କରିଡରରେ ଚାଲିଛି ଅଙ୍କକଷା”
ଗୋଆ ହତ୍ୟା ମାମଲାରେ ଅଭିଯୁକ୍ତକୁ ନେଇ ସିନରିକ୍ରିଏଟ କଲା ପୁଲିସ । ଜେରା ସମୟରେ ସତ ଉଗାରୁଛି ଅଭିଯୁକ୍ତ ସୂଚନା ସେଠ୍
କନକ ବ୍ୟୁରୋ : ଯେଉଁ ହୋଟେଲରେ ୪ ବର୍ଷ ପୁଅକୁ ହତ୍ୟା କରିଥିଲେ ସୂଚନା, ସେହି ହୋଟେଲକୁ ସୂଚନାଙ୍କୁ ନେଇ ସିନ୍ ରିକ୍ରିଏସନ୍ କରିଛି ଗୋଆ ପୋଲିସ । ଶୁକ୍ରବାର ପୋଲିସ ସୂଚନାଙ୍କୁ ହୋଟେଲର ସେହି ରୁମକୁ ନେଇ ଯାଇଥିଲା, ଯେଉଁଠି ସେ ନିଜ ୪ ବର୍ଷର ନୀରିହ ପୁଅକୁ କରିଥିଲେ ହତ୍ୟା । ପ୍ରାୟ ଦୁଇ ଘଂଟା ଧରି ପୋଲିସକୁ ସୂଚନା ସେଦିନର ଘଟଣାକ୍ରମ ବିଷୟରେ କହିଥିଲେ । ସିନ୍ ରିକ୍ରିଏସନରେ ହତ୍ୟାକାଣ୍ଡ – ହୋଟେଲରେContinue reading “ଗୋଆ ହତ୍ୟା ମାମଲାରେ ଅଭିଯୁକ୍ତକୁ ନେଇ ସିନରିକ୍ରିଏଟ କଲା ପୁଲିସ । ଜେରା ସମୟରେ ସତ ଉଗାରୁଛି ଅଭିଯୁକ୍ତ ସୂଚନା ସେଠ୍”
ନୂଆବର୍ଷରେ ନୂଆ ରଣନୀତି: ଯୁବ ଭୋଟରଙ୍କ ଉପରେ ବିଜେପିର ନଜର
କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ ନୂଆ ରଣନୀତି ସହ ବଡ଼ ଅଭିଯାନ ଆରମ୍ଭ କରିବାକୁ ଯାଉଛି ବିଜେପି । ବିଶେଷ କରି ନୂଆ ଓ ଯୁବ ଭୋଟରଙ୍କୁ ଯୋଡ଼ିବା ପାଇଁ ଜାନୁୟାରୀ ୨୫ରୁ କରିବ ‘ନବ ମତଦାତା ସମ୍ମିଳନୀ’ । ସାରା ଦେଶରେ ୫ହଜାର ସମ୍ମିଳନୀ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଓଡ଼ିଶାରେ ପ୍ରାୟ ୩ଶହ ସମ୍ମିଳନୀ କରିବାକୁ ଯାଉଛି ଦଳ । ନୂଆ ଓ ଯୁବ ଭୋଟରଙ୍କ ସହ ଯୋଡି ହେବାକୁ ବିଜେପି ଆରମ୍ଭContinue reading “ନୂଆବର୍ଷରେ ନୂଆ ରଣନୀତି: ଯୁବ ଭୋଟରଙ୍କ ଉପରେ ବିଜେପିର ନଜର”
ବହୁ ଚର୍ଚ୍ଚିତ ମଡେଲ ଦିବ୍ୟା ପାହୁଜା ମୃତ୍ୟୁ ଘଟଣାରେ ପୁଲିସକୁ ବଡ ସଫଳତା । ୧୧ ଦିନ ପରେ ହରିଆଣାର ଟୋହାନା କେନାଲରୁ ମିଳିଲା ମୃତଦେହ
କନକ ବ୍ୟୁରୋ : ଗୁରୁଗ୍ରାମର ବହୁଚର୍ଚ୍ଚିତ ମଡେଲ ଦିବ୍ୟା ପାହୁଜାଙ୍କ ମିଳିଲା ମୃତଦେହ । ହତ୍ୟାର ୧୧ଦିନ ପରେ ହରିଆଣାର ଏକ କେନାଲରୁ ଦିବ୍ୟାଙ୍କ ମୃତଦେହ ଉଦ୍ଧାର ହୋଇଛି । ପୋଲିସର ସୂଚନା ଅନୁସାରେ, ଦିବ୍ୟାଙ୍କ ମୃତଦେହ ଟୋହନା କେନାଲରୁ ମିଳିଛି । ମୃତଦେହଟି ଦିବ୍ୟାଙ୍କର ବୋଲି ତାଙ୍କ ପରିବାର ଲୋକେ ଚିହ୍ନଟ କରିଛନ୍ତି । ପୋଲିସ ବର୍ତମାନ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ମାମଲାରେ ଅଭିଯୁକ୍ତ ବଲରାଜ ଗିଲContinue reading “ବହୁ ଚର୍ଚ୍ଚିତ ମଡେଲ ଦିବ୍ୟା ପାହୁଜା ମୃତ୍ୟୁ ଘଟଣାରେ ପୁଲିସକୁ ବଡ ସଫଳତା । ୧୧ ଦିନ ପରେ ହରିଆଣାର ଟୋହାନା କେନାଲରୁ ମିଳିଲା ମୃତଦେହ”
ଭାରତ-ଚୀନ ବିବାଦ ଭିତରେ ଭାରତର ବଡ଼ ବୟାନ । ବୈଦେଶିକମନ୍ତ୍ରୀ କହିଲେ ସୀମାରେ ସ୍ଥିତି ସୁଧାର ନଆସିବା ଯାଏଁ ଭାରତ-ଚୀନ ମଧ୍ୟରେ ସ୍ଥିର ସମ୍ପର୍କ ଅସମ୍ଭବ
କନକ ବ୍ୟୁରୋ : ଦୀର୍ଘ ଦିନ ଧରି ଭାରତ-ଚୀନ ମଧ୍ୟରେ ଚାଲିଛି ସୀମା ବିବାଦ । ଏହା ଭିତରେ ପୁଣି ଥରେ ଭାରତ ବଡ଼ ବୟାନ ଜାରି କରିଛି । ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କର ଚୀନ ପ୍ରତି ଭାରତର ଆଭିମୁଖ୍ୟ କଣ ସେକଥା ପୁଣି ସ୍ପଷ୍ଟ କରିଛନ୍ତି । ବୈଦେଶିକମନ୍ତ୍ରୀ କହିଛନ୍ତି ସୀମା ବିବାଦ ପାଇଁ ଚୀନ ଦାୟୀ । ଭାରତର ସୀମାରେ ଚୀନ ସେନାକୁ ଅନୁପ୍ରବେଶ ବିବାଦର ମୁଖ୍ୟ କାରଣ । ଯେଉଁ ପର୍ଯଁନ୍ତ ସୀମାContinue reading “ଭାରତ-ଚୀନ ବିବାଦ ଭିତରେ ଭାରତର ବଡ଼ ବୟାନ । ବୈଦେଶିକମନ୍ତ୍ରୀ କହିଲେ ସୀମାରେ ସ୍ଥିତି ସୁଧାର ନଆସିବା ଯାଏଁ ଭାରତ-ଚୀନ ମଧ୍ୟରେ ସ୍ଥିର ସମ୍ପର୍କ ଅସମ୍ଭବ”
ଖୋଲୁଛି ଅଭଦ୍ର ଜ୍ୟୋତିଷର ପାପ ପେଡ଼ି: ଲବଙ୍ଗ ଦେଇ ଲୁଟିଛି ଭଦ୍ରକରୁ ଭୁବନେଶ୍ୱର
କନକ ବ୍ୟୁରୋ: ଭଣ୍ଡ ଜ୍ୟୋତିଷ ନିଳାମ୍ବର ପାଣିଙ୍କ ଗୋଟିଏ ପରେ ଗୋଟିଏ କଳା କାରନାମା ପଦାକୁ ଆସୁଛି । ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ସୋସିଆଲ ମିଡିଆକୁ ଅସ୍ତ୍ର ଭାବେ ବ୍ୟବହାର କରି ବିଭିନ୍ନ ଭିଡିଓ ପୋଷ୍ଟ କରୁଥିଲା । ମହିଳା ଓ କଲେଜ ଛାତ୍ରୀଙ୍କୁ ଟାର୍ଗେଟ କରି ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିବା ଚର୍ଚ୍ଚା ଜୋର ଧରିଛି । ସୋସିଆଲ ମିଡିଆରେ ମିଠା ମିଠା କଥା କହି ଲୋକଙ୍କୁ ଲୁଟ କରି ଚାଲିଥିବା ଏହିContinue reading “ଖୋଲୁଛି ଅଭଦ୍ର ଜ୍ୟୋତିଷର ପାପ ପେଡ଼ି: ଲବଙ୍ଗ ଦେଇ ଲୁଟିଛି ଭଦ୍ରକରୁ ଭୁବନେଶ୍ୱର”
ତେଜୁଛି କଂଗ୍ରେସ-ଟିଏମସି ବିବାଦ । ମମତାଙ୍କୁ ଅହଂକାରୀ, ବିଶ୍ୱଘାତକ କହିଲେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ
କନକ ବ୍ୟୁରୋ : କଥା କଟାକଟି, ବୟାନବାଜୀ, ଆରୋପପ୍ରତ୍ୟାରୋପ । ଏହା ଭିତରେ ଏବେ ତେଜିଛି ଟିଏମସି ଓ କଂଗ୍ରେସ ବିବାଦ । ଆସନ ଭାଗବଂଟାକୁ ନେଇ ଗୋଟେ ପଟେ ଦିଲ୍ଲୀରେ ଇଣ୍ଡିଆ ମେଂଟର ବୈଠକ ବସିଥିବାବେଳେ ଅନ୍ୟପଟେ ଟିଏମସି ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ଅଧିରରଂଜନ ଚୌଧୁରୀ । ଟିଏମସି ମୁଖିଆ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କୁ ଆକ୍ଷେପ କରି ଅଧୀର ରଂଜନ ଚୌଧୁରୀ ବିବାଦୀୟ ଟିପ୍ପଣୀ କରିଛନ୍ତି । ଅଧୀର କହିଛନ୍ତି,ମମତା ଜଣେContinue reading “ତେଜୁଛି କଂଗ୍ରେସ-ଟିଏମସି ବିବାଦ । ମମତାଙ୍କୁ ଅହଂକାରୀ, ବିଶ୍ୱଘାତକ କହିଲେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ”