ଓଡିଶା ପ୍ରଜ୍ଞାପନ ମେଢ ହେଲା ପ୍ରଥମ । ଓଡିଶା ସରକାରଙ୍କ ପ୍ରତିନିଧି ଗ୍ରହଣ କଲେ ଟ୍ରଫି ଏବଂ ପ୍ରମାଣପତ୍ର ।

କନକ ବ୍ୟୁରୋ: ନୂଆଦିଲ୍ଲୀର କର୍ତ୍ତବ୍ୟପଥରେ ଆୟୋଜିତ ସାଧାରଣତନ୍ତ୍ର ଦିବସରେ ଓଡିଶାର ପ୍ରଜ୍ଞାପନ ମେଢ ପ୍ରଥମ ସ୍ଥାନ ଅଧିକାର କରିଛି । ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ପ୍ରତିନିଧି ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟଙ୍କଠାରୁ ଟ୍ରଫି ଓ ପ୍ରମାଣପତ୍ର ଗ୍ରହଣ କରିଛନ୍ତି । ଓଡିଶା ସରକାରଙ୍କ ପକ୍ଷରୁ ସୂଚନା ଓ ଓ ଲୋକସମ୍ପର୍କ ବିଭାଗର ସହକାରୀ ସୂଚନା ଅଧିକାରୀ ହରପ୍ରସାଦ ମହାପାତ୍ର ଓ ପ୍ରଜ୍ଞାପନ ମେଢର ଶିଳ୍ପୀ କିର୍ତୀ କିଶୋର ମହାରଣା ଏହାକୁContinue reading “ଓଡିଶା ପ୍ରଜ୍ଞାପନ ମେଢ ହେଲା ପ୍ରଥମ । ଓଡିଶା ସରକାରଙ୍କ ପ୍ରତିନିଧି ଗ୍ରହଣ କଲେ ଟ୍ରଫି ଏବଂ ପ୍ରମାଣପତ୍ର ।”

ସାଧାରଣ ନିର୍ବାଚନ ପୂର୍ବରୁ ଇମ୍ରାନ ଖାନଙ୍କୁ ବଡ ଝଟକା :  ସାଇଫର ମାମଲାରେ ୧୦ ବର୍ଷ ଜେଲ ଦଣ୍ଡାଦେଶ

ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଏକ ବଡ ଝଟକା ଲାଗିଛି । ସାଇଫର ମାମଲାରେ ପାକିସ୍ତାନର ସ୍ୱତନ୍ତ୍ର କୋର୍ଟ ପିଟିଆଇ ମୁଖ୍ୟଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଇମ୍ରାନ ଖାନଙ୍କ ବ୍ୟତୀତ ପୂର୍ବତନ ବୈଦେଶିକ ମନ୍ତ୍ରୀଙ୍କୁ ମଧ୍ୟ ୧୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ପାକିସ୍ତାନରୁ ଏକ ବଡ ଖବର ସାମନାକୁ ଆସିଛି । ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀContinue reading “ସାଧାରଣ ନିର୍ବାଚନ ପୂର୍ବରୁ ଇମ୍ରାନ ଖାନଙ୍କୁ ବଡ ଝଟକା :  ସାଇଫର ମାମଲାରେ ୧୦ ବର୍ଷ ଜେଲ ଦଣ୍ଡାଦେଶ”

ମ୍ୟାଡାମ୍ ତୁସାଡଙ୍କ ମ୍ୟୁଜିଅମରେ ଲାଗିବାକୁ ଯାଉଛି ଯୋଗ ଗୁରୁ ବାବା ରାମଦେବଙ୍କ ପ୍ରତିମୂର୍ତ୍ତି, ୬ ବର୍ଷ ଧରି ତିଆରି ଚାଲିଥିଲା

ବର୍ତ୍ତମାନ ଯୋଗ ଗୁରୁ ବାବା ରାମଦେବଙ୍କ ନାମରେ ଆଉ ଏକ ରେକର୍ଡ ପଞ୍ଜିକୃତ ହେବାକୁ ଯାଉଛି । ତାଙ୍କ ପ୍ରତିମୂର୍ତ୍ତି ନ୍ୟୁୟର୍କର ତୁସାଡ ମ୍ୟୁଜିଅମରେ ସ୍ଥାପନ ହେବାକୁ ଯାଉଛି । ଗତ ୬ ବର୍ଷ ଧରି ବାବା ରାମଦେବଙ୍କ ଏକ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଥିଲା । ଆଜିର ସମାରୋହ ପରେ ନ୍ୟୁୟର୍କକୁ ପଠାଯିବାକୁ ଥିବା ଏହି ପ୍ରତିମୂର୍ତ୍ତି ଦିଲ୍ଲୀରେ ଆସି ପହଞ୍ଚିଛି । ଯୋଗ ଗୁରୁ ବାବା ରାମଦେବ ନିଜେ ଜାନୁଆରୀ ୩୦ ରେ ଏହି ପ୍ରତିମୂର୍ତ୍ତିContinue reading “ମ୍ୟାଡାମ୍ ତୁସାଡଙ୍କ ମ୍ୟୁଜିଅମରେ ଲାଗିବାକୁ ଯାଉଛି ଯୋଗ ଗୁରୁ ବାବା ରାମଦେବଙ୍କ ପ୍ରତିମୂର୍ତ୍ତି, ୬ ବର୍ଷ ଧରି ତିଆରି ଚାଲିଥିଲା”

୪୦ ଘଣ୍ଟା ପରେ ରାଞ୍ଚି ଫେରିଲେ ହେମନ୍ତ ସୋରେନ୍ ।  ଆସନ୍ତା କାଲି ଇଡି କାର୍ଯ୍ୟାଳୟରେ ବୟାନ ରେକର୍ଡ ପାଇଁ ଲେଖିଲେ ଚିଠି  । ସେପଟେ ପତ୍ନୀ କଳ୍ପନାଙ୍କୁ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ।

କନକ ବ୍ୟୁରୋ: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ରାଞ୍ଚି  ଫେରିଛନ୍ତି । ୪୦ ଘଂଟା ପରେ ସେ ରାଞ୍ଚି ଫେରିଛନ୍ତି । ହଠାତ୍ ସେ ଦିଲ୍ଲୀରୁ ଗାୟବ ହୋଇଯାଇଥିଲେ । ଜମି ଦୁର୍ନୀତି ମାମଲାରେ ସୋରେନଙ୍କୁ ୧୦ଥର ସମନ ଜାରି କରାଯାଇଛି । ଗତକାଲି ହେମନ୍ତ ସୋରେନଙ୍କ ଦିଲ୍ଲୀ ବାସଭବନକୁ ଯାଇଥିଲେ ଇଡି ଅଧିକାରୀ । ହେଲେ ତାଙ୍କୁ ନପାଇ ନିରାଶ ହୋଇ ଫେରିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ବିଏମଡବ୍ଲୁ କାରକୁ ଜବତ କରି ସାଙ୍ଗରେ ନେଇଥିଲେ ।Continue reading “୪୦ ଘଣ୍ଟା ପରେ ରାଞ୍ଚି ଫେରିଲେ ହେମନ୍ତ ସୋରେନ୍ ।  ଆସନ୍ତା କାଲି ଇଡି କାର୍ଯ୍ୟାଳୟରେ ବୟାନ ରେକର୍ଡ ପାଇଁ ଲେଖିଲେ ଚିଠି  । ସେପଟେ ପତ୍ନୀ କଳ୍ପନାଙ୍କୁ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ।”

‘ରାସ୍ତାରେ ବିଛେଇଦେଲେ ଲ୍ୟାଣ୍ଡମାଇନ୍ : ବୋଲାନକୁ କବଜା କରିଥିବାର ଦାବି କଲେ ବାଲୁଚ ବିଦ୍ରୋହୀ  । ପାକିସ୍ତାନୀ ସେନା ସହ ଘମାଘୋଟ ସଂଘର୍ଷ

ଗତ ରାତିରୁ ବୋଲାନ ଏବଂ ଏହାର ଆଖପାଖ ଅଞ୍ଚଳରେ ବାଲୁଚିସ୍ତାନ ଲିବରେସନ୍ ଆର୍ମି ଏବଂ ପାକିସ୍ତାନୀ ସେନା ମଧ୍ୟରେ କ୍ରମାଗତ ଭାବେ ଯୁଦ୍ଧ ଚାଲିଛି । ତେବେ ପାକିସ୍ତାନୀ ପ୍ରଶାସନ କହିଛି ଯେ ଗୁପ୍ତ ସୂଚନା ଆଧାରରେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ଏବଂ ବର୍ତ୍ତମାନ ମାମଲା ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି । ବାଲୁଚିସ୍ତାନ ଲିବରେସନ ଆର୍ମି ମୁଖପାତ୍ର ଜୟନ୍ତ ବାଲୋଚ ପାକିସ୍ତାନୀ ପ୍ରଶାସନର ଦାବିକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ସେମାନେ ବୋଲାନ ଏବଂContinue reading “‘ରାସ୍ତାରେ ବିଛେଇଦେଲେ ଲ୍ୟାଣ୍ଡମାଇନ୍ : ବୋଲାନକୁ କବଜା କରିଥିବାର ଦାବି କଲେ ବାଲୁଚ ବିଦ୍ରୋହୀ  । ପାକିସ୍ତାନୀ ସେନା ସହ ଘମାଘୋଟ ସଂଘର୍ଷ”

ସରକାରୀ ମେଡିକାଲ କଲେଜରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ କଡ଼ାକଡ଼ି ହେଲା ବଣ୍ଡ୍ ନିୟମ । ପାଠ ପଢ଼ା ସରିବା ପରେ ୨ବର୍ଷ ସରକାରୀ ହସ୍ପିଟାଲରେ କାମ କରିବାକୁ ବାଧ୍ୟ ।

କନକ ବ୍ୟୁରୋ: ସରକାରୀ ମେଡିକାଲ କଲେଜରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଣ୍ଡ୍ ନିୟମ କଡାକଡି କରାଯାଇଛି । ପାଠ ପଢା ସରିବା ପରେ ୨ ବର୍ଷ ସରକାରୀ ହସ୍ପିଟାଲରେ କାମ କରିବାକୁ ବାଧ୍ୟ । ନହେଲେ ପାଠପଢା ସମୟରେ ପାଇଥିବା ଷ୍ଟାଇପେଣ୍ଡ ବା ଦରମାର ଦୁଇ ଗୁଣା ଟଙ୍କା ଦେବାକୁ ପଡ଼ିବ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏପରି ନିର୍ଦ୍ଦେଶନାମା ଜାରି କରାଯାଇଛି । ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ଅନୁସାରେ , ରାଜ୍ୟର ସରକାରୀ ମେଡିକାଲContinue reading “ସରକାରୀ ମେଡିକାଲ କଲେଜରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ କଡ଼ାକଡ଼ି ହେଲା ବଣ୍ଡ୍ ନିୟମ । ପାଠ ପଢ଼ା ସରିବା ପରେ ୨ବର୍ଷ ସରକାରୀ ହସ୍ପିଟାଲରେ କାମ କରିବାକୁ ବାଧ୍ୟ ।”

ଲାଗୁଥିଲା ମୋ ସମୟ ସରି ଆସୁଛି । କାର ଦୁର୍ଘଟଣାକୁ ମୁହଁ ଖୋଲିଲେ ଋଷଭ ପନ୍ତ ।

କନକ ବ୍ୟୁରୋ : କାର ଦୁର୍ଘଟଣାକୁ ନେଇ ପ୍ରଥମଥର ମୁହଁ ଖୋଲିଛନ୍ତି ଭାରତୀୟ ୱିକେଟକିପର ବ୍ୟାଟର ଋଷଭ ପନ୍ତ । ଋଷଭ କହିଛନ୍ତି, ଜୀବନରେ ପ୍ରଥମଥର ପାଇଁ ମୋତେ ଏମିତି ଲାଗିଲା ଯେ, ଏହି ଦୁନିଆରେ ମୋ ସମୟ ଶେଷ ହୋଇଗଲା । କିନ୍ତୁ ମୁଁ ଭାଗ୍ୟବାନ ଥିଲି, କାରଣ ଏହି ଦୁର୍ଘଟଣା ଆହୁରି ବଡ ଭୟଙ୍କର ହୋଇଥାନ୍ତା । ଦୁର୍ଘଟଣା ପରେ ମୁଁ ବଞ୍ଚିଥିଲି । କେହି ମୋତେ ବଞ୍ଚାଇଦେଲେ । ମୁଁ ହସ୍ପିଟାଲରେ ଡାକ୍ତରଙ୍କୁContinue reading “ଲାଗୁଥିଲା ମୋ ସମୟ ସରି ଆସୁଛି । କାର ଦୁର୍ଘଟଣାକୁ ମୁହଁ ଖୋଲିଲେ ଋଷଭ ପନ୍ତ ।”

ବିଜେପି ନେତାଙ୍କୁ ହତ୍ୟା ମାମଲା: ୧୫ ଜଣ ପିଏଫଆଇ ସଦସ୍ୟଙ୍କୁ ମୃତ୍ୟୁ ଦଣ୍ଡାଦେଶ । ଗଳା କାଟି କରିଥିଲେ ନିର୍ମମ ହତ୍ୟା ।

କନକ ବ୍ୟୁରୋ: ବିଜେପି ନେତା ରଣଜିତ ଶ୍ରୀନିବାସଙ୍କୁ ହତ୍ୟା ମାମଲାରେ କେରଳ କୋର୍ଟଙ୍କ ବଡ ଘୋଷଣା । ଅଦାଲତ ପିଏଫଆଇର ୧୫ ଜଣ ସଦସ୍ୟଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି। ୨୦୨୧ ଡିସେମ୍ବର ୧୯ରେ ବିଜେପି ନେତା ଶ୍ରୀନିବାସଙ୍କୁ ହତ୍ୟା କରାଯାଇଥିଲା। ଏବେ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆର ୧୫ ଜଣ ସଦସ୍ୟଙ୍କୁ କୋର୍ଟ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ବହୁଚର୍ଚ୍ଚିତ ଏହି ହତ୍ୟା ମାମଲାର ଶୁଣାଣି ପରେ ମାଭେଲିକରା ଅତିରିକ୍ତ ଜିଲ୍ଲା ଓ ସେସନ୍ସ କୋର୍ଟ ରାୟ ଶୁଣାଇଛନ୍ତି।Continue reading “ବିଜେପି ନେତାଙ୍କୁ ହତ୍ୟା ମାମଲା: ୧୫ ଜଣ ପିଏଫଆଇ ସଦସ୍ୟଙ୍କୁ ମୃତ୍ୟୁ ଦଣ୍ଡାଦେଶ । ଗଳା କାଟି କରିଥିଲେ ନିର୍ମମ ହତ୍ୟା ।”

ବରିଷ୍ଠ କଂଗ୍ରେସ ନେତା ଲଢ଼ିବେନି ୨୦୨୪ ନିର୍ବାଚନ । ନରସିଂହ ମିଶ୍ର କହିଲେ, ତାଙ୍କ ବଦଳରେ ନିର୍ବାଚନ ମୈଦାନକୁ ଓହ୍ଲାଇବେ ସାନ ପୁଅ ସମରେନ୍ଦ୍ର ।

କନକ ବ୍ୟୁରୋ: ସୁର ରାଉତରାୟଙ୍କ ପରେ ଆଉ ଜଣେ ବରିଷ୍ଠ କଂଗ୍ରେସ ନେତା ଲଢ଼ିବେନି ୨୦୨୪ ନିର୍ବାଚନ । ନରସିଂହ ମିଶ୍ର କହିଲେ, ତାଙ୍କ ବଦଳରେ ନିର୍ବାଚନ ମୈଦାନକୁ ଓହ୍ଲାଇବେ ସାନ ପୁଅ ସମରେନ୍ଦ୍ର । କହିଲେ ୫ଟି କର୍ମୀ ସମ୍ମିଳନୀ କରାଯାଇଥିଲା । ସମସ୍ତଙ୍କ ମତ ସାନ ପୁଅ ସମରେନ୍ଦ୍ର ବିଧାନସଭା ନିର୍ବାଚନ ଲଢୁ଼ । ଏଆଇସିସିକୁ ଏନେଇ ନିଷ୍ପତ୍ତି ଜଣାଇବେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା । The post ବରିଷ୍ଠContinue reading “ବରିଷ୍ଠ କଂଗ୍ରେସ ନେତା ଲଢ଼ିବେନି ୨୦୨୪ ନିର୍ବାଚନ । ନରସିଂହ ମିଶ୍ର କହିଲେ, ତାଙ୍କ ବଦଳରେ ନିର୍ବାଚନ ମୈଦାନକୁ ଓହ୍ଲାଇବେ ସାନ ପୁଅ ସମରେନ୍ଦ୍ର ।”

ଇଡି ଜାଲରେ ଛନ୍ଦି ହେବା ପରେ ହେମନ୍ତ ସୋରେନ୍ ଛାଡ଼ି ପାରନ୍ତି ମୁଖ୍ୟମନ୍ତ୍ରୀ ପଦ । ପତ୍ନୀ କଳ୍ପନା ସୋରେନଙ୍କୁ ମିଳିପାରେ ଦାୟିତ୍ୱ ।

କନକ ବ୍ୟୁରୋ: ଇଡି ଜାଲରେ ଛନ୍ଦି ହେବା ପରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଛାଡି ପାରନ୍ତି ମୁଖ୍ୟମନ୍ତ୍ରୀ ପଦ । ଏହା ପରେ କିଏ ହେବେ ପରବର୍ତୀ ମୁଖ୍ୟମନ୍ତ୍ରୀ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏବେ ହେମନ୍ତ ସୋରେନ୍ଙ୍କ ପତ୍ନୀ କଳ୍ପନା ସୋରେନଙ୍କ ନାଁ ସବୁଠୁ ଆଗରେ ରହିଛି । ଓଡ଼ିଶା ମୟୂରଭଞ୍ଜର ଝିଅ କଳ୍ପନା ସୋରେନ୍ । ୨୦୦୬ ଫେବ୍ରୁଆରୀ ୭ରେ ହେମନ୍ତ ସୋରେନ୍ଙ୍କ ବିବାହ କରିଛନ୍ତି । ସେ ଏକContinue reading “ଇଡି ଜାଲରେ ଛନ୍ଦି ହେବା ପରେ ହେମନ୍ତ ସୋରେନ୍ ଛାଡ଼ି ପାରନ୍ତି ମୁଖ୍ୟମନ୍ତ୍ରୀ ପଦ । ପତ୍ନୀ କଳ୍ପନା ସୋରେନଙ୍କୁ ମିଳିପାରେ ଦାୟିତ୍ୱ ।”

Design a site like this with WordPress.com
Get started