ବ୍ଲାକଲିଷ୍ଟ୍ ହୋଇଯିବ ଆପଣଙ୍କ ଫାଷ୍ଟଟ୍ୟାଗ୍! ତୁରନ୍ତ କରିନିଅନ୍ତୁ ଏହି କାମ

କନକ ବ୍ୟୁରୋ : ଯଦି ଆପଣଙ୍କର କାର୍ କିମ୍ବା ବଡ ଗାଡି ଅଛି ଆଉ ଆପଣ ଟୋଲ୍ ଟ୍ୟାକ୍ସ ଦେଉଛନ୍ତି ତେବେ ଆପଣଙ୍କ ପାଇଁ ବଡ ଖବର । ଆପଣଙ୍କ ଗାଡିରେ ଲାଗିଥିବା ଫାଷ୍ଟଟ୍ୟାଗ୍ ବ୍ଲାକ୍ ଲିଷ୍ଟ୍ ହେବାକୁ ଯାଉଛି । ନ୍ୟାସନାଲ୍ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (ଏନଏଚଏଆଇ) କିଛି ଫାଷ୍ଟଟ୍ୟାଗକୁ ବ୍ଲାକ୍ ଲିଷ୍ଟ୍ କରିବାକୁ ଯାଉଛନ୍ତି । ଯଦି ଆପଣଙ୍କର ବି ଫାଷ୍ଟଟ୍ୟାଗ୍ ବ୍ଲାକ୍ ଲିଷ୍ଟ୍ ହେଉଛି ଏବଂ ଆପଣ ଟୋଲ ପ୍ଲାଜା ଦେଇContinue reading “ବ୍ଲାକଲିଷ୍ଟ୍ ହୋଇଯିବ ଆପଣଙ୍କ ଫାଷ୍ଟଟ୍ୟାଗ୍! ତୁରନ୍ତ କରିନିଅନ୍ତୁ ଏହି କାମ”

ମାଲଦ୍ୱୀପରେ ‘ଖେଲା ସୁରୁ’ । ଭାରତ ବିରୁଦ୍ଧରେ ବିଷ ଓଗାଳୁଥିବା ରାଷ୍ଟ୍ରପତି ମୁଇଜୁଙ୍କ ଚେୟାର ବିପଦରେ ।

ଭାରତ ବିରୋଧୀ ଆଭିମୁଖ୍ୟ ରଖୁଥିବା ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ରାଜନୈତିକ ସ୍ଥିତି ଧୀରେ ଧୀରେ ବିପଦ ଆଡକୁ ଯାଉଛି । ବିରୋଧୀ ଦଳ ତାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି । ସର୍ବଦା ଭାରତକୁ  ବିରୋଧ କରି ଆସୁଥିବା ମାଲଦ୍ୱୀପ ରାଷ୍ଟ୍ରପତି ମୁଇଜୁ ନିଜ ଚେୟାରକୁ ବିପଦରେ ପକାଇ ଦେଇଛନ୍ତି । ଭାରତ ବିରୋଧୀ ଆଭିମୁଖ୍ୟ ରଖୁଥିବା ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ରାଜନୈତିକ ଅବସ୍ଥା ଏବେ ଖୁବ ଦୁର୍ବଳ ହୋଇଯାଇଛି ।Continue reading “ମାଲଦ୍ୱୀପରେ ‘ଖେଲା ସୁରୁ’ । ଭାରତ ବିରୁଦ୍ଧରେ ବିଷ ଓଗାଳୁଥିବା ରାଷ୍ଟ୍ରପତି ମୁଇଜୁଙ୍କ ଚେୟାର ବିପଦରେ ।”

ପାଣି ପାଇଁ ଉତ୍ତେଜନା । ପଞ୍ଚାୟତ ଅଫିସରେ ସରପଞ୍ଚ, ସ୍ଥାନୀୟ ଲୋକ ମୁହାଁମୁହିଁ । କେନ୍ଦ୍ରାପଡ଼ା ଶ୍ୟାମସୁନ୍ଦରପୁର ପଞ୍ଚାୟତ ଘଟଣା ।

କନକ ବ୍ୟୁରୋ: ପାଣି ପାଇଁ ଉତ୍ତେଜନା । ପଞ୍ଚାୟତ ଅଫିସରେ ସରପଞ୍ଚ , ସ୍ଥାନୀୟ ଲୋକ ମୁହାଁମୁହିଁ । କେନ୍ଦ୍ରାପଡ଼ା ଶ୍ୟାମସୁନ୍ଦରପୁର ପଞ୍ଚାୟତର ୧୨ ନମ୍ବର ୱାର୍ଡରେ ପିଇବା ପାଣିର ଅଭାବ । ସୀମା ଲଂଘୁଛି ଗାଁ ଲୋକଙ୍କ ଅସୁବିଧା । ପାଣି ପାଇଁ ନାନା ସମସ୍ୟା ଭୋଗୁଛନ୍ତି ଲୋକ । ସରପଞ୍ଚଙ୍କୁ ଅଭିଯୋଗ ଜଣାଇବାକୁ ଏକାଠି ହୋଇ ପଞ୍ଚାୟତ ଅଫିସ ଯାଇଥିଲେ । ସରପଞ୍ଚଙ୍କୁ ଭେଟି ଅଭିଯୋଗ କରିବା ସମୟରେ ମୁହାଁମୁହିଁ ହୋଇଥିଲେ ଗାଁଲୋକ- ସରପଞ୍ଚContinue reading “ପାଣି ପାଇଁ ଉତ୍ତେଜନା । ପଞ୍ଚାୟତ ଅଫିସରେ ସରପଞ୍ଚ, ସ୍ଥାନୀୟ ଲୋକ ମୁହାଁମୁହିଁ । କେନ୍ଦ୍ରାପଡ଼ା ଶ୍ୟାମସୁନ୍ଦରପୁର ପଞ୍ଚାୟତ ଘଟଣା ।”

ରାଜଧାନୀରେ ଗାଁ ସାଥୀଙ୍କ ନିଆରା ପ୍ରତିବାଦ । ଭଜନ କୀର୍ତ୍ତନ କରି ସରକାରଙ୍କୁ ସମାଲୋଚନା । ୩ ଦଫା ଦାବି ନେଇ ଆନ୍ଦୋଳନ ।

କନକ ବ୍ୟୁରୋ: ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ଗାଁ ସାଥୀଙ୍କ ଅଭିନବ ପ୍ରତିବାଦ । ଭଜନ ସଂକୀର୍ତନ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ଗାଁ ସାଥୀ । ଗୀତ ମାଧ୍ୟମରେ ସରକାରଙ୍କୁ ସେମାନଙ୍କ ଦାବି ଜଣାଇଛନ୍ତି । ଗାନ୍ଧୀମାର୍ଗରେ ହୋମଯଜ୍ଞ ମଧ୍ୟ କରିଛନ୍ତି । ମାସକୁ ୧୦ ହଜାରରୁ ଅଧିକ ପ୍ରୋତ୍ସାହନ ରାଶି ସହ ଅନ୍ୟ ତିନିଟି ଦାବି ପୂରଣ ପାଇଁ ଗାଁ ସାଥୀମାନେ ଦାବି କରିଛନ୍ତି । ପୂରଣ ନହେଲେ ଆସନ୍ତା ୫ ତାରିଖରେ ବିଶାଳContinue reading “ରାଜଧାନୀରେ ଗାଁ ସାଥୀଙ୍କ ନିଆରା ପ୍ରତିବାଦ । ଭଜନ କୀର୍ତ୍ତନ କରି ସରକାରଙ୍କୁ ସମାଲୋଚନା । ୩ ଦଫା ଦାବି ନେଇ ଆନ୍ଦୋଳନ ।”

ଚାକିରୀ ପାଇଁ ଜମି ଦୁର୍ନୀତି ମାମଲା । ଲାଲୁ ଯାଦବଙ୍କ ପରେ ଇଡିରେ ହାଜର ହେଲେ ପୁଅ ତେଜସ୍ୱୀ ଯାଦବ ।

କନକ ବ୍ୟୁରୋ: ବିହାରରେ ଆରଜେଡି, ଜେଡିୟୁ ମେଣ୍ଟ ସରକାର ପତନ ପରେ ଦୁର୍ନୀତି ଅଭିଯୋଗ ଥିବା ନେତାଙ୍କ ବିରୋଧରେ ଇଡିର କାର୍ଯ୍ୟାନୁଷ୍ଠାନ । ଚାକିରୀ ପାଇଁ ଜମି ଦୁର୍ନୀତି ମାମଲାରେ ପ୍ରଥମେ ଆରଜେଡି ସୁପ୍ରିମୋ ଲାଲୁପ୍ରସାଦ ଯାଦବଙ୍କ ପରେ ଏବେ ତେଜସ୍ୱୀ ଯାଦବଙ୍କ ପାଳି । ସମନ ପରେ ଆରଜେଡି ନେତା ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଆଜି ପ୍ରବର୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି । ପାଟନା ଇଡି କାର୍ଯ୍ୟାଳୟ ବାହାରେ ଆରଜେଡି କର୍ମୀContinue reading “ଚାକିରୀ ପାଇଁ ଜମି ଦୁର୍ନୀତି ମାମଲା । ଲାଲୁ ଯାଦବଙ୍କ ପରେ ଇଡିରେ ହାଜର ହେଲେ ପୁଅ ତେଜସ୍ୱୀ ଯାଦବ ।”

କେଉଁଠି ଅଛନ୍ତି ହେମନ୍ତ ସୋରେନ? ଇଡିର ତନାଘନା । ରାଞ୍ଚିର ୩ଟି ସ୍ଥାନରେ ଲାଗିଲା ୧୪୪ ଧାରା ।

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ନିଜ ସରକାରୀ ବାସଭବନରେ ପହଞ୍ଚିଛନ୍ତି। ସେ କେବେ ଓ କେମିତି ଆସିଲେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। କିନ୍ତୁ ସେ ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ବାର୍ଷିକୀ କାର୍ୟ୍ୟକ୍ରମରେ ଯୋଗ ଦେଇପାରନ୍ତି ବୋଲି କୁହାଯାଉଛି। ଅନ୍ୟପଟେ ସୋରେନଙ୍କ ଫେରିବାକୁ ନେଇ ଏବେ ବି ସନ୍ଦେହ ଜାରି ରହିଛି । ତେବେ ଗତକାଲି ରାତିରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିବା ସୂଚନା ରହିଛି । ଅନ୍ୟପଟେ ଏହା ମଧ୍ୟContinue reading “କେଉଁଠି ଅଛନ୍ତି ହେମନ୍ତ ସୋରେନ? ଇଡିର ତନାଘନା । ରାଞ୍ଚିର ୩ଟି ସ୍ଥାନରେ ଲାଗିଲା ୧୪୪ ଧାରା ।”

ଆଜି ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ । ଆସନ୍ତା ନିର୍ବାଚନରେ ଅହିଂସାକୁ ଆଧାର କରି କଂଗ୍ରେସ ନିର୍ବାଚନ ମୈଦାନକୁ ଓହ୍ଳାଇବ ବୋଲି କହିଲେ ପିସିସି ସଭାପତି ।

କନକ ବ୍ୟୁରୋ: ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ । ଏହି ଅବସରରେ ସତ୍ୟ ଓ ଅହିଂସାର ଜନକଙ୍କୁ ମନେ ପକାଇଛି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ମହାତ୍ମା ଗାନ୍ଧୀ ପାର୍କରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି କଂଗ୍ରେସ ନେତା ଓ କର୍ମୀ । ସେହିପରି କଂଗ୍ରେସ ଭବନ ପରିସରରେ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ସମେତ ଅନ୍ୟ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଛନ୍ତି କଂଗ୍ରେସ ନେତା । କଂଗ୍ରେସContinue reading “ଆଜି ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ । ଆସନ୍ତା ନିର୍ବାଚନରେ ଅହିଂସାକୁ ଆଧାର କରି କଂଗ୍ରେସ ନିର୍ବାଚନ ମୈଦାନକୁ ଓହ୍ଳାଇବ ବୋଲି କହିଲେ ପିସିସି ସଭାପତି ।”

ପଣ୍ଡିତଙ୍କ ମନ୍ତ୍ରୋଚାରଣ ସାଙ୍ଗକୁ ହୋମଯଜ୍ଞ ଓ ଚଣ୍ଡୀପାଠରେ କମ୍ପୁଛି ସମଲେଇ ପୀଠ । ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ମାଙ୍କ ପୀଠରେ ଚାଲିବ ଯଜ୍ଞ ।

କନକ ବ୍ୟୁରୋ: ମା’ ସମଲେଇ ପ୍ରକଳ୍ପର ଲୋକାର୍ପଣ ପରେ ଜମୁଛି ଲୋକଙ୍କ ଭିଡ । ଭବ୍ୟ ପୀଠରେ ଚାଲିଛି ଦିବ୍ୟ ଉପାସନା । ସୁନ୍ଦର ଆଧ୍ୟାତ୍ମିକ ପରିବେଶ ମାଆଙ୍କ ଦର୍ଶନ କରି ଆତ୍ମତୃପ୍ତି ଅନୁଭବ କରୁଛନ୍ତି ଭକ୍ତ । ଆଉ ସମଲେଇ ପ୍ରକଳ୍ପକୁ ନେଇ ଅନୁଭୁତି ବଖାଣିଛନ୍ତି ଶ୍ରଦ୍ଧାଳୁ । ସେପଟେ ପ୍ରକଳ୍ପ ଉଦଘାଟନର ୩ ଦିନ ପରେ ବି ଚାଲିଛି ହୋମଯଜ୍ଞ । ସକାଳୁ ସକାଳୁ ସୂର୍ଯ୍ୟପୂଜା ପରେ ପୁରୋହିତଙ୍କ ଦ୍ୱାରା ମନ୍ତ୍ରୋଚାରଣ ଚାଲିଛି ।Continue reading “ପଣ୍ଡିତଙ୍କ ମନ୍ତ୍ରୋଚାରଣ ସାଙ୍ଗକୁ ହୋମଯଜ୍ଞ ଓ ଚଣ୍ଡୀପାଠରେ କମ୍ପୁଛି ସମଲେଇ ପୀଠ । ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ମାଙ୍କ ପୀଠରେ ଚାଲିବ ଯଜ୍ଞ ।”

୨୦୦ ଆସନରେ ବି ଜିତିପାରିବନି ବିଜେପି, ପ୍ରଭୁ ଶ୍ରୀରାମ ବି ବଞ୍ଚାଇବେନି । ବିଜେପି ଓ ନୀତିଶଙ୍କ ଉପରେ ବର୍ଷିଲେ ସଞ୍ଜୟ ରାଉତ ।

କନକ ବ୍ୟୁରୋ : ବିଜେପି ସହ ମିଶି ନୀତିଶ କୁମାର ବିହାରରେ ସରକାର ଗଠନ କରିବା ପରେ ବର୍ଷିଛନ୍ତି ଶିବସେନା ଉଦ୍ଧବ ଗୋଷ୍ଠୀର ନେତା ସଞ୍ଜୟ ରାଉତ । ବିଜେପିକୁ ଟାର୍ଗେଟ କରି ସଞ୍ଜୟ କହିଛନ୍ତି, ଶିବସେନାରେ ଫାଟ ସୃଷ୍ଟି କର, ହେମନ୍ତ ସୋରେନ ଓ କେଜ୍ରିୱାଲଙ୍କ ଉପରେ ଚଢାଉ କର, ବିଜେପି ଏଭଳି ନାଟକ କେତେଦିନ କରିବ । ଆଗାମୀ ନିର୍ବାଚନରେ ୪୦୦ ଆସନ ତ ଛାଡ ୨୦୦ ଆସନ ବି ହାସଲ କରିପାରିବନି ବିଜେପିContinue reading “୨୦୦ ଆସନରେ ବି ଜିତିପାରିବନି ବିଜେପି, ପ୍ରଭୁ ଶ୍ରୀରାମ ବି ବଞ୍ଚାଇବେନି । ବିଜେପି ଓ ନୀତିଶଙ୍କ ଉପରେ ବର୍ଷିଲେ ସଞ୍ଜୟ ରାଉତ ।”

କ୍ଲିନିକରେ ଝୁଲି ପଡ଼ିଲେ ଯୁବତୀ । ‘ମୃତ୍ୟୁକୁ ଅପେକ୍ଷା’ ଲେଖି ହ୍ୱାଟସ ଆପରେ ରଖିଥିିଲେ ଷ୍ଟାଟସ୍ ।

କନକ ବ୍ୟୁରୋ: ମୋବାଇଲରେ ଷ୍ଟାଟସ୍ ଦେଇ ସୁଇସାଇଡ୍ । ବେକରେ ଓଢଣୀ ଲଗାଇ ଝୁଲିପଡ଼ିଲେ ଯୁବତୀ । ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ଥିବା ଏକ କ୍ଲିନିକରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଯୁବତୀ ଜଣଙ୍କ ସେହି କ୍ଲିନିକରେ କାମ କରୁଥିଲେ । ଗତକାଲି ରାତିରେ ସେ ଆତ୍ମହତ୍ୟା କରିଛନ୍ତି । ଏହା ପୂର୍ବରୁ ସେ ହ୍ୱାଟ୍ସଆପରେ ଏକ ଷ୍ଟାଟସ୍ ଛାଡିଥିଲେ । ଯେଉଁଥିରେ ଲେଖାଥିଲା ‘ଆଇ ଆମ୍ ୱେଟିଂ ଫୋର୍ ମାଇଁ ଡେଥ୍’ । ଏହାର କିଛିContinue reading “କ୍ଲିନିକରେ ଝୁଲି ପଡ଼ିଲେ ଯୁବତୀ । ‘ମୃତ୍ୟୁକୁ ଅପେକ୍ଷା’ ଲେଖି ହ୍ୱାଟସ ଆପରେ ରଖିଥିିଲେ ଷ୍ଟାଟସ୍ ।”

Design a site like this with WordPress.com
Get started