ମହାନଦୀ ଭିତରେ ଫସିଗଲା ଯାତ୍ରୀବାହୀ ଡଙ୍ଗା । କେନ୍ଦ୍ରାପଡ଼ା ବାହାକୁଦରୁ ପାରାଦୀପ ଯିବା ବେଳେ ଇଞ୍ଜିନ୍ ଖରାପ ଯୋଗୁଁ ଫସି ରହିଲା ୨ ଡ଼ଙ୍ଗା ।

କନକ ବ୍ୟୁରୋ: ମହାନଦୀରେ ଫସିଗଲା ଯାତ୍ରୀବାହୀ ଡଙ୍ଗା । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ବାହାକୂଦ ମୂଷାଡ଼ିଆ ଫେରିଘାଟର ୨ଟି ଡଙ୍ଗା ଆଜି ଭୋରରୁ ମହାନଦୀରେ ଫସିରହିଥିଲା । ଶହେରୁ ଅଧିକ ଯାତ୍ରୀଙ୍କୁ ନେଇ ବାହାକୂଦ ପଟୁ ପାରାଦୀପ ଅଭିମୁଖେ ଯାଉଥିବା ୨ଟି ଡଙ୍ଗାର ଇଞ୍ଜିନରେ ତ୍ରୁଟି ଯୋଗୁଁ ଅଚଳ ହୋଇଯାଇଥିଲା । ମହାନଦୀ ମଝିରେ ପ୍ରାୟ ୩ଘଣ୍ଟା ଧରି ଡଙ୍ଗା ଦୁଇଟି ଅଟକି ରହିଥିଲା । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛିContinue reading “ମହାନଦୀ ଭିତରେ ଫସିଗଲା ଯାତ୍ରୀବାହୀ ଡଙ୍ଗା । କେନ୍ଦ୍ରାପଡ଼ା ବାହାକୁଦରୁ ପାରାଦୀପ ଯିବା ବେଳେ ଇଞ୍ଜିନ୍ ଖରାପ ଯୋଗୁଁ ଫସି ରହିଲା ୨ ଡ଼ଙ୍ଗା ।”

ଏସଡିଏମ୍ ପତ୍ନୀଙ୍କୁ ହତ୍ୟା କଲେ ସ୍ୱାମୀ । ଅନ୍ୟ ଝିଅଙ୍କ ସହ ସ୍ୱାମୀଙ୍କ ସମ୍ପର୍କ ଥିବା ଜାଣି ବ୍ୟାଙ୍କ ଓ ଚାକିରୀରେ ରଖିନଥିଲେ ନୋମିନି । ସାମ୍ନାକୁ ଆସିଲା ହତ୍ୟାର କାରଣ ।

କନକ ବ୍ୟୁରୋ: ବ୍ୟାଙ୍କରେ ଥିବା ଜମା ରାଶିରେ ନୋମିନି ନକରିବାରୁ ଜଣେ ମହିଳା ଉପଖଣ୍ଡ ମାଜିଷ୍ଟ୍ରେଟ୍‌ (ଏସଡିଏମ୍‌)ଙ୍କୁ ତାଙ୍କର ସ୍ୱାମୀ କରିଥିବ ଜଣାପଡିଛି । ସାମାଜିକ ଗଣମାଧ୍ୟମରେ ମନୀଷ ଶର୍ମା(୪୫)ଙ୍କ ସହ ମଧ୍ୟପ୍ରଦେଶ ଦିଣ୍ଡୋରି ଜିଲ୍ଲାର ସାହାପୁରାର ଉପଖଣ୍ଡ ମାଜିଷ୍ଟ୍ରେଟ୍‌ ନିଶା ଶର୍ମାଙ୍କର ପରିଚୟ ହୋଇଥିଲା। କ୍ରମେ ଉଭୟଙ୍କ ମଧ୍ୟ‌ରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ଓ ‌ଶେଷରେ ୨୦୨୦ରେ ସେମାନେ ବିବାହ ବନ୍ଧନ‌ରେ ବାନ୍ଧି ହୋଇଥିଲେ। ତେବେ ନିଜର ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିଥିବା ଅଭିଯୋଗରେContinue reading “ଏସଡିଏମ୍ ପତ୍ନୀଙ୍କୁ ହତ୍ୟା କଲେ ସ୍ୱାମୀ । ଅନ୍ୟ ଝିଅଙ୍କ ସହ ସ୍ୱାମୀଙ୍କ ସମ୍ପର୍କ ଥିବା ଜାଣି ବ୍ୟାଙ୍କ ଓ ଚାକିରୀରେ ରଖିନଥିଲେ ନୋମିନି । ସାମ୍ନାକୁ ଆସିଲା ହତ୍ୟାର କାରଣ ।”

କୋଟାରେ ଜୀବନ ହାରିଲେ ଆଉ ଜଣେ ଛାତ୍ରୀ । ଚିଠିରେ ଲେଖିଲେ ଆତ୍ମହତ୍ୟାର କାରଣ । ଜାନୁଆରୀରେ ଦ୍ୱିତୀୟ ଆତ୍ମହତ୍ୟା ।

କନକ ବ୍ୟୁରୋ: ସୁଇସାଇଡ୍ ହବ୍ ପାଲଟିଥିବା ରାଜସ୍ଥାନ କୋଟାରେ ଆଉ ଜଣେ ମେଧାବୀ ଛାତ୍ରୀଙ୍କ ଆତ୍ମହତ୍ୟା । ସେ କାହିିଁ ଆତ୍ମହତ୍ୟା କଲେ ତା’ର କାରଣ ଲେଖିଥିବା ଚିଠିକୁ ଜବତ କରିଛି ପୋଲିସ, ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ମିଳିଥିବା ସୂଚନା ଅନୁଯାସୟୀ ଗତକାଲି ନିହାରିକା ସିଂହ ନାମକ ଛାତ୍ରୀ ନିଜ ଘରେ ଆତ୍ମହତ୍ୟା କରିଛନ୍ତି। ତାଙ୍କ ବାପା ଜଣେ ବ୍ୟାଙ୍କ କର୍ମଚାରୀ। ତାଙ୍କ ସହିତ ଘରେ ରହି ଜେଇଇ ପାଇଁ ପ୍ରସ୍ତୁତି ଚଳାଇଥିଲେContinue reading “କୋଟାରେ ଜୀବନ ହାରିଲେ ଆଉ ଜଣେ ଛାତ୍ରୀ । ଚିଠିରେ ଲେଖିଲେ ଆତ୍ମହତ୍ୟାର କାରଣ । ଜାନୁଆରୀରେ ଦ୍ୱିତୀୟ ଆତ୍ମହତ୍ୟା ।”

ଆରବ ସାଗରରେ ପରାକ୍ରମ ଦେଖାଇଲା ଆଇଏନଏସ୍ ସୁମିତ୍ରା । ୧୯ ପାକିସ୍ତାନୀ ନାବିକଙ୍କ ସହ ଇରାନ୍ ଜାହାଜକୁ କଲା ଉଦ୍ଧାର ।

କନକ ବ୍ୟୁରୋ: ବିଶ୍ୱ ଦେଖିଲା ଆଇଏନଏସ୍ ସୁମିତ୍ରାର ଶକ୍ତି । ୨୪ ଘଣ୍ଟା ମଧ୍ୟରେ ୨ଟି ଜାହାଜକୁ ଲୁଟେରାଙ୍କ କବଳରୁ ମୁକ୍ତ କଲା ଭାରତୀୟ ନୌସେନା । ଆଇଏନଏସ୍ ସୁମିତ୍ରା ଯୁଦ୍ଧ ଜାହାଜ ପଠାଇ ଭାରତୀୟ ନୌସେନା ଦେଖାଇଲା ଦମ୍ । ପ୍ରଥମେ ଆଇଏନଏସ୍ ସୁମିତ୍ରା ଇରାନର ଜାହାଜ ‘ଏଫବି ଇମାନ୍’କୁ ଉଦ୍ଧାର କରିଥିଲା । ଏହା ପରେ ଆଉ ଏକ ଅଭିଯାନରେ ‘ଅଲ୍ ନଇମି’କୁ ସୋମାଲିଆ ଲୁଟେରାଙ୍କ କବଳରୁ ମୁକ୍ତ କରିଛି । ଏହି ଅଭଯାନରେContinue reading “ଆରବ ସାଗରରେ ପରାକ୍ରମ ଦେଖାଇଲା ଆଇଏନଏସ୍ ସୁମିତ୍ରା । ୧୯ ପାକିସ୍ତାନୀ ନାବିକଙ୍କ ସହ ଇରାନ୍ ଜାହାଜକୁ କଲା ଉଦ୍ଧାର ।”

ରାତି ଅଧରେ ପିଡିଏସ୍ ଚାଉଳ ଲୁଟ୍ । ଚାଉଳ ଟ୍ରକ୍ ଅଟକାଉ ଗାଁ ଲୋକ ବୋହିନେଲେ ବସ୍ତା ବସ୍ତା ଚାଉଳ । ବାଲେଶ୍ୱର ଖଇରା ବ୍ଲକ ଘଟଣା ।

କନକ ବ୍ୟୁରୋ: ରାତି ଅଧରେ ପିଡିଏସ ଚାଉଳ ଲୁଟ୍ । ବାଲେଶ୍ୱର ଖଇରା ବ୍ଲକ ଝିଙ୍କିରିଆ ଗାଁରେ ପିଡିଏସ ଚାଉଳ ଲୁଟିନେଲେ ଗାଁଲୋକ । ଚାଉଳ ଦେବାକୁ ଆସିଥିବା ଗାଡ଼ି ଅଟକାଇ ନେଇଗଲେ ଚାଉଳ । ଘଟଣାକୁ ଡ୍ରାଇଭର ପ୍ରତିବାଦ କରିବାରୁ ଗାଡ଼ି ଜାଳିଦେବାକୁ ଦେଲେ ଧମକ । ଗତକାଲି ସଂଧ୍ୟା ୫ଟା ସମୟରେ ଗାଁକୁ ଗାଡ଼ି ଆସିବା ବେଳେ ସରପଞ୍ଚ ପ୍ରତିନିଧି କୈଳାଶ ମାଝୀ କିଛି ଲୋକଙ୍କୁ ଏକାଠି କରି ଡ୍ରାଇଭରକୁ ଡରାଇ ଧମକାଇ ଗାଡ଼ିContinue reading “ରାତି ଅଧରେ ପିଡିଏସ୍ ଚାଉଳ ଲୁଟ୍ । ଚାଉଳ ଟ୍ରକ୍ ଅଟକାଉ ଗାଁ ଲୋକ ବୋହିନେଲେ ବସ୍ତା ବସ୍ତା ଚାଉଳ । ବାଲେଶ୍ୱର ଖଇରା ବ୍ଲକ ଘଟଣା ।”

ଫେବ୍ରୁଆରୀରେ ହେବ ବରମୁଣ୍ଡା ବସ୍ ଟର୍ମିନାଲ ଲୋକାର୍ପଣ । ଭୋରରୁ ନୂଆ ଟର୍ମିନାଲ କାମର ସମୀକ୍ଷା କଲେ ଫାଇଭ-ଟି ଅଧ୍ୟକ୍ଷ । ଶୀଘ୍ର ବାକି କାମ ସାରିବାକୁ ନିର୍ଦ୍ଦେଶ ।

କନକ ବ୍ୟୁରୋ: ଫେବ୍ରୁଆରୀରେ ଲୋକାର୍ପିତ ହେବ ବରମୁଣ୍ଡା ନୂଆ ବସ୍ ଟର୍ମିନାଲ । ଆଜି ଭୋରରୁ ନୂଆ ଟର୍ମିନାଲ କାମର ସମୀକ୍ଷା କରିଛନ୍ତି ଫାଇଭ୍-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ । ପ୍ରତିକ୍ଷାଳୟ, ପରିମଳ ବ୍ୟବସ୍ଥା, ଆଲୋକୀକରଣ ସୁବିଧା ଆଦି କାମର ସମୀକ୍ଷା କରିଛନ୍ତି ଫାଇଭ୍-ଟି ଅଧ୍ୟକ୍ଷ । ମଧ୍ୟ ଫେବ୍ରୁଆରୀ ସୁଦ୍ଧା ବରମୁଣ୍ଡା ନୂଆ ବସ୍ ଟର୍ମିନାଲ ଲୋକାର୍ପଣ କରାଯିବ । ତେଣୁ ତୁରନ୍ତ ବାକି ଥିବା କାମ ଶେଷ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।Continue reading “ଫେବ୍ରୁଆରୀରେ ହେବ ବରମୁଣ୍ଡା ବସ୍ ଟର୍ମିନାଲ ଲୋକାର୍ପଣ । ଭୋରରୁ ନୂଆ ଟର୍ମିନାଲ କାମର ସମୀକ୍ଷା କଲେ ଫାଇଭ-ଟି ଅଧ୍ୟକ୍ଷ । ଶୀଘ୍ର ବାକି କାମ ସାରିବାକୁ ନିର୍ଦ୍ଦେଶ ।”

ବସ୍ ଚଳାଇବା ବେଳେ ଡ୍ରାଇଭରଙ୍କୁ ହୃଦଘାତ । ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ବର୍ତ୍ତିଗଲେ ୭୦ ପର୍ଯ୍ୟଟକ । ପଶ୍ଚିମବଙ୍ଗରୁ ପଞ୍ଚଲିଙ୍ଗେଶ୍ୱର ଆସିଥୁଲା ବସ୍ ।

କନକ ବ୍ୟୁରୋ: ବସ୍ ଚଳାଉଥିବା ବେଳେ ଡ୍ରାଇଭରଙ୍କୁ ହୃଦଘାତ । ଅଳ୍ପକେ ବର୍ତ୍ତିଲେ ୭୦ପର୍ଯ୍ୟଟକ । ବାଲେଶ୍ୱର ପଞ୍ଚଲିଙ୍ଗେଶ୍ୱର ବୁଲିବାକୁ ଆସିଥିବା ବେଳେ ଅଧାରାସ୍ତାରେ ଚାଲିଗଲା ବଙ୍ଗୀୟ ଡ୍ରାଇଭରଙ୍କ ଜୀବନ । ଅଳ୍ପକେ ବର୍ତ୍ତିିର୍ଲେ ବସରେ ଥିବା ଯାତ୍ରୀ । ନୀଳଗିରିର ପାଟପୁର ଛକରେ ଘଟିଛି ଏପରି ଘଟଣା । ଡ୍ରାଇଭର ଜଣକ ପଶ୍ଚିମବଙ୍ଗ ହାୱଡା ଅଞ୍ଚଳର ଶେଖ୍ ଅଖତର ବୋଲି ଜଣାପଡ଼ିଛି । ହାୱଡାରୁ ୭୦ଜଣ ପର୍ଯ୍ୟଟକଙ୍କୁ ନେଇ ନସ୍କର ଟ୍ରାଭେଲ୍ସର ଏକ ଭଲଭୋ ବସ୍Continue reading “ବସ୍ ଚଳାଇବା ବେଳେ ଡ୍ରାଇଭରଙ୍କୁ ହୃଦଘାତ । ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ବର୍ତ୍ତିଗଲେ ୭୦ ପର୍ଯ୍ୟଟକ । ପଶ୍ଚିମବଙ୍ଗରୁ ପଞ୍ଚଲିଙ୍ଗେଶ୍ୱର ଆସିଥୁଲା ବସ୍ ।”

ଚିକିତ୍ସାରେ ଅବହେଳା ଅଭିଯୋଗ କରି ଡାକ୍ତରକୁ ନିସ୍ତୁକ ମାଡ଼ । ଡାକ୍ତର ନିଶା ଖାଇ ଚିକିତ୍ସା କରିନଥିବା ଅଭିଯୋଗ ।

କନକ ବ୍ୟୁରୋ: ରୋଗୀ ମୃତ୍ୟୁକୁ ନେଇ ବଲାଙ୍ଗୀର ଭିମଭୋଇ ମେଡିକାଲ କଲେଜରେ ଉତେଜନା । ଚିକିତ୍ସାରେ ଅବହେଳା ଅଭିଯୋଗ କରି ଡାକ୍ତରଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ମୃତକଙ୍କ ସମ୍ପର୍କୀୟ । ଅସୁସ୍ଥତା ଯୋଗୁଁ ଡୁଙ୍ଗୁରିପଡ଼ାର ନିକୁ ବାରିକଙ୍କୁ ଗତକାଲି ସନ୍ଧ୍ୟା ୫ଟାରେ ଡାକ୍ତରଖାନାକୁ ଅଣାଯାଇଥିଲା । କିନ୍ତୁ ୩ଘଂଟା ପର୍ଯ୍ୟନ୍ତ କୌଣସି ଡାକ୍ତର ତାଙ୍କର ଚିକିତ୍ସା କରିନଥିବା ମୃତକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ପରେ ଯନ୍ତ୍ରଣାରେ ଛଟପଟ ହୋଇ ରୋଗୀଙ୍କ ଜୀବନ ଚାଲିଯାଇଥିଲା ।Continue reading “ଚିକିତ୍ସାରେ ଅବହେଳା ଅଭିଯୋଗ କରି ଡାକ୍ତରକୁ ନିସ୍ତୁକ ମାଡ଼ । ଡାକ୍ତର ନିଶା ଖାଇ ଚିକିତ୍ସା କରିନଥିବା ଅଭିଯୋଗ ।”

ଚିଲିକା କୂଳରେ ଭୋଟର ତାଲିକା ଛାଡ଼ି ପଳାଇଲେ ସରକାରୀ ବାବୁ । ରାତି ଅଧରେ ଉଦ୍ଧାର କରି ଗାଁକୁ ଆଣିଲେ ଡ଼ଙ୍ଗା ଚାଳକ ।

କନକ ବ୍ୟୁରୋ: ଚିଲିକା କୂଳରେ ଭୋଟର ତାଲିକା ଛାଡ଼ି ପଳାଇଲେ ସରକାରୀ ବାବୁ । ଚିଲିକା ଟାପୁରେ ଥିବା ୧୪ଟି ପଞ୍ଚାୟତର ୮୦ ହଜାରରୁ ଅଧିକ ଲୋକଙ୍କ ଭୋଟର ତାଲିକା ଥିବା ଏହି ବସ୍ତାକୁ ସରକାରୀ ବାବୁ ଛାଡ଼ି ପଳାଇଥିବା କୁହାଯାଉଛି । ରାତି ଅଧରେ ଚିଲିକା କୂଳରେ ଡଙ୍ଗା ଚାଳକ କାଳୁ ତରେଇ ଏହାକୁ ଉଦ୍ଧାର କରି ଡଙ୍ଗାରେ ଆଣି କୃଷ୍ଣପ୍ରସାଦ ବ୍ଲକ ଜହ୍ନିକୁଦା ଗାଁରେ ରଖିଛନ୍ତି । ଏତେ ଗୁଡ଼ାଏ ଭୋଟର ଲିଷ୍ଟ କିପରିContinue reading “ଚିଲିକା କୂଳରେ ଭୋଟର ତାଲିକା ଛାଡ଼ି ପଳାଇଲେ ସରକାରୀ ବାବୁ । ରାତି ଅଧରେ ଉଦ୍ଧାର କରି ଗାଁକୁ ଆଣିଲେ ଡ଼ଙ୍ଗା ଚାଳକ ।”

୬ ଦଫା ଦାବିରେ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ । ଶିକ୍ଷା, ନିଯୁକ୍ତି, ଜମି ଅଧିଗ୍ରହଣ ପ୍ରସଙ୍ଗ ଉଠାଇ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚାର ରାସ୍ତା ଅବରୋଧ ।

କନକ ବ୍ୟୁରୋ: ଆଜି ୧୨ ଘଂଟିଆ ନବରଙ୍ଗପୁର ବନ୍ଦ । ୬ ଦଫା ଦାବି ନେଇ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି । ଯୁବ ମୋର୍ଚ୍ଚା ସଭାପତିଙ୍କ ନେତୃତ୍ୱରେ ବିଭିନ୍ନ ଛକରେ ରାସ୍ତା ଅବରୋଧ କରିବା ସହ ୨୬ ନମ୍ବର ଜାତୀୟ ରାଜପଥ ମଧ୍ୟ ଅବରୋଧ କରାଯାଇଛି । ଫଳରେ ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ରାସ୍ତା ଉଭୟ ପାଶ୍ୱର୍ରେ ଅନେକContinue reading “୬ ଦଫା ଦାବିରେ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ । ଶିକ୍ଷା, ନିଯୁକ୍ତି, ଜମି ଅଧିଗ୍ରହଣ ପ୍ରସଙ୍ଗ ଉଠାଇ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚାର ରାସ୍ତା ଅବରୋଧ ।”

Design a site like this with WordPress.com
Get started