କନକ ବ୍ୟୁରୋ: ଭୁବନେଶ୍ୱରରେ ଆୟୋଜିତ ହୋଇଛି ଓଡିଶା ବଞ୍ଚାଅ ଅଭିଯାନ । ଲୋୟର ପିଏମଜିରେ ଆୟୋଜିତ ସଭାରେ ଉପସ୍ଥିତ ହଜାର ହଜାର କଂଗ୍ରେସ କର୍ମୀଙ୍କୁ ସମ୍ବୋଧନ କରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ । ସଭାରେ ସେ କେନ୍ଦ୍ର ଓ ରାଜ୍ୟ ସରକାରକୁ ଟାର୍ଗେଟ କରିଛନ୍ତି । ଖଡଗେ କହିଛନ୍ତି, ରାଜ୍ୟରେ ଯାହା ବିକାଶ ହୋଇଛି କଂଗ୍ରେସ ସରକାର ଅମଳରେ ହୋଇଛି । ସେ ପଟ୍ଟନାୟକ ଓ ଏ ପଟ୍ଟନାୟକ ମଧ୍ୟରେ ବହୁତ ଫରକ ରହିଛି ।Continue reading “ଓଡ଼ିଶା ବଞ୍ଚାଅ ସମାବେଶରେ ବର୍ଷିଲେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ । ଖଡଗେ କହିଲେ, ସେବେର ବିଜୁ, ଏବେର ନବୀନଙ୍କ ମଧ୍ୟରେ ବହୁତ ଫରକ । ଲୋକତନ୍ତ୍ର ଓ ସମ୍ବିଧାନକୁ ବର୍ବାଦ କରୁଛନ୍ତି ମୋଦୀ”
Category Archives: News
ପୁଷ୍ପା-୨ ରିଲିଜ୍ ତାରିଖ ଘୋଷଣା । ଆଲୁ ଅର୍ଜୁନ ଏହି ଦିନ ପ୍ରେକ୍ଷାଳୟରେ ଧୂମ ମଚେଇବେ ।
ସାରା ଦେଶରେ ପ୍ରଶଂସକମାନେ ଆଲୁ ଅର୍ଜୁନଙ୍କ ଆଗାମୀ ଚଳଚ୍ଚିତ୍ର ପୁଷ୍ପା ୨ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ସମୟରେ, ଫିଲ୍ମର ନିର୍ମାତା ଏହାର ସିକ୍ୱେଲର ରିଲିଜ୍ ତାରିଖ ଘୋଷଣା କରିଛନ୍ତି ଏବଂ ଏହି ଚଳଚ୍ଚିତ୍ର ଆଗାମୀ ୨୦୦ ଦିନ ମଧ୍ୟରେ ପ୍ରେକ୍ଷାଳୟକୁ ଆସିବ ବୋଲି ଜଣାପଡିଛି । ଆଲୁ ଅର୍ଜୁନଙ୍କ ଉତ୍ସାହିତ ପ୍ରଶଂସକମାନେ ଉତ୍ସାହର ସହିତ ‘ପୁଷ୍ପା-୨ ରିଲିଜକୁ ଅପେକ୍ଷା କରିଛନ୍ତି । ଜାନୁଆରୀ ୨୯ ରେ, ନିର୍ମାତାମାନେ ଏକ ବିଶେଷ ପୋଷ୍ଟର ସହିତContinue reading “ପୁଷ୍ପା-୨ ରିଲିଜ୍ ତାରିଖ ଘୋଷଣା । ଆଲୁ ଅର୍ଜୁନ ଏହି ଦିନ ପ୍ରେକ୍ଷାଳୟରେ ଧୂମ ମଚେଇବେ ।”
କୁଆଡେ ଗଲେ ହେମନ୍ତ ସୋରେନ୍? ଦିଲ୍ଲୀ ସ୍ଥିତ ବାସଭବନରେ ଜଗି ବସିଛି ଇଡି ଓ ଦିଲ୍ଲୀ ପୋଲିସ । ଲୋକେସନ୍ ଟ୍ରେସ୍ କରାଯାଉଥିବା ସୂଚନା
କନକ ବ୍ୟୁରୋ: କୁଆଡେ ଗଲେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ । ଜମି ଦୁର୍ନୀତି ସହ ଅର୍ଥ ହେରଫେର ମାମଲାରେ ତାଙ୍କୁ ପଚାରାଉଚୁରା କରିବାକୁ ସକାଳୁ ଉଭୟ ଉଡି ଅଧିକାରୀ ଓ ଦିଲ୍ଲୀ ପୋଲିସ ଜଗି ବସିଥିବାବେଳେ ସୋରେନ କିନ୍ତୁ ତାଙ୍କ ବାସଭବନରେ ନଥିବା ଜଣାପଡିଛି । ଫଳରେ ତାଙ୍କର ଲୋକେସନ୍ ଟ୍ରେସ୍ କରାଯାଉଥିବା ଜଣାପଡିଛି । ଅନ୍ୟପଟେ ରାଞ୍ଚିରେ ମେଳି ବାନ୍ଧିବାରେ ଲାଗିଛନ୍ତି ଝାରଖଣ୍ଡ ମୁକ୍ତି ମୋର୍ଚ୍ଚାର କର୍ମକର୍ତ୍ତା ତଥା ସମର୍ଥକ । ରାଞ୍ଚିରେ ଝାଡ଼ଖଣ୍ଡରContinue reading “କୁଆଡେ ଗଲେ ହେମନ୍ତ ସୋରେନ୍? ଦିଲ୍ଲୀ ସ୍ଥିତ ବାସଭବନରେ ଜଗି ବସିଛି ଇଡି ଓ ଦିଲ୍ଲୀ ପୋଲିସ । ଲୋକେସନ୍ ଟ୍ରେସ୍ କରାଯାଉଥିବା ସୂଚନା”
ଭୁବନେଶ୍ୱର ଲୋୟର ପିଏମଜିରେ ପୁଣି ଗର୍ଜିଲେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ । ଠିକା ନିଯୁକ୍ତି ଉଠାଇ ନିୟମିତ ଶିକ୍ଷକ ନିଯୁକ୍ତି କରିବାକୁ ଦାବୀ ।
କନକ ବ୍ୟୁରୋ: ପୁଣି ଗର୍ଜିଲେ ଶିକ୍ଷକ । ଭୁବନେଶ୍ୱର ଲୋୟର ପିଏମଜିରେ ପୁଣି ଧାରଣାରେ ବସିଲେ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ । ବାରମ୍ବାର ଧାରଣାରେ ବସିବା ସତ୍ତେ୍ୱ ସମସ୍ୟାକୁ ସୁଧାରୁନାହାଁନ୍ତି ସରକାର । ତେଣୁ ପୁଣିଥରେ ମୁହଁରେ କଳାପଟି ବାନ୍ଧି ଧାରଣାରେ ବସିଛି ଶିକ୍ଷକ ସଂଘ । ଠିକା ନିଯୁକ୍ତି ଉଠାଇ ନିୟମିତ ଶିକ୍ଷକ ନିଯୁକ୍ତି ଦାବୀରେ ଅଡି ବସିଛି ସଂଘ । ଏହି ଦାବୀ ପୂରଣ କରିବାକୁ ବିଦ୍ଧିବଦ୍ଧ ପ୍ରତିଶୃତି ନମିଳିବା ଯାଏଁ ଆନ୍ଦୋଳନ ଜାରିContinue reading “ଭୁବନେଶ୍ୱର ଲୋୟର ପିଏମଜିରେ ପୁଣି ଗର୍ଜିଲେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ । ଠିକା ନିଯୁକ୍ତି ଉଠାଇ ନିୟମିତ ଶିକ୍ଷକ ନିଯୁକ୍ତି କରିବାକୁ ଦାବୀ ।”
‘ପରୀକ୍ଷା ପେ’ ଚର୍ଚ୍ଚା’ ପିଏମ ମୋଦୀ କହିଲେ – ‘ରିଲ୍ସ ଦେଖିବାରେ ସମୟ ନଷ୍ଟ କର ନାହିଁ । ପର୍ଯ୍ୟାପ୍ତ ପରିମାଣରେ ନିଦ୍ରା ମଧ୍ୟ ଜରୁରୀ ‘‘
‘ପରୀକ୍ଷା ପେ’ ଚର୍ଚ୍ଚା’ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଲାମାନଙ୍କୁ ରିଲ୍ସ ଦେଖିବାରେ ସମୟ ନଷ୍ଟ ନକରିବାକୁ କହିଛନ୍ତି । ସେ ପିଲାମାନଙ୍କୁ ଭଲ ଖାଦ୍ୟ ଏବଂ ପର୍ଯ୍ୟାପ୍ତ ନିଦ ନେବାକୁ କହିଥିଲେ । ଆଜି ବୋର୍ଡ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ପରୀକ୍ଷା ବିଷୟରେ ଆଲୋଚନା କରିଛନ୍ତି । ନୂଆଦିଲ୍ଲୀ, ଆଇଟିପିଓ, ଭାରତ ମଣ୍ଡପମ୍ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ‘ପରୀକ୍ଷା ପେ’ ଚର୍ଚ୍ଚା’ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀContinue reading “‘ପରୀକ୍ଷା ପେ’ ଚର୍ଚ୍ଚା’ ପିଏମ ମୋଦୀ କହିଲେ – ‘ରିଲ୍ସ ଦେଖିବାରେ ସମୟ ନଷ୍ଟ କର ନାହିଁ । ପର୍ଯ୍ୟାପ୍ତ ପରିମାଣରେ ନିଦ୍ରା ମଧ୍ୟ ଜରୁରୀ ‘‘”
ଓଡିଶାରେ ଖଡଗେ । ଭୁବନେଶ୍ୱର ବିମାନ ବନ୍ଦରରେ ଜୋରଦାର ସ୍ୱାଗତ । ‘ଓଡିଶା ବଞ୍ଚାଅ ସମାବେଶ’ ରେ ଦେବେ ଉଦବୋଧନ ।
କନକ ବ୍ୟୁରୋ: ଓଡିଶାରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଉପସ୍ଥିତ ନେତା ଓ କର୍ମୀମାନେ ତାଙ୍କୁ ପାଛୋଟି ଆଣିଥିଲେ । ଆୟୋଜିତ ‘ ଓଡିଶା ବଞ୍ଚାଅ ସମାବେଶ’ରେ ଉଦବୋଧନ ଦେବେ । ଲୋୟର ପିଏମଜିରେ ଆୟୋଜିତ ହୋଇଥିବା ଓଡ଼ିଶା ବଂଚାଅ ସମାବେଶରେ ବରିଷ୍ଠ ନେତାଙ୍କଠାରୁ ଆରମ୍ଭ କରି ପଂଚାୟତ, ବୁଥ୍, ବ୍ଲକ ସ୍ତରର କର୍ମୀଙ୍କୁ ଉଦବୋଧନ ଦେବେ ଖଡଗେ । ଓଡ଼ିଶା ବଂଚାଅ ସମାବେଶରେ ପାଖାପାଖି ୧ ଘଂଟା ରହିବେContinue reading “ଓଡିଶାରେ ଖଡଗେ । ଭୁବନେଶ୍ୱର ବିମାନ ବନ୍ଦରରେ ଜୋରଦାର ସ୍ୱାଗତ । ‘ଓଡିଶା ବଞ୍ଚାଅ ସମାବେଶ’ ରେ ଦେବେ ଉଦବୋଧନ ।”
ଫେବ୍ରୁଆରୀ ୨୭ରେ ରାଜ୍ୟସଭା ନିର୍ବାଚନ, ଜାଣନ୍ତୁ କାହାର ସରିବ କାର୍ଯ୍ୟକାଳ? ରାଜ୍ୟସଭା ଟିକେଟ ପାଇଁ ରେସରେ କିଏ?
କନକ ବ୍ୟୁରୋ : ଆସନ୍ତା ଫେବ୍ରୁଆରୀ ୨୭ରେ ହେବ ରାଜ୍ୟସଭା ନିର୍ବାଚନ । ଏନେଇ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ୧୫ଟି ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ । ଯେଉଁଥିରେ ଓଡ଼ିଶାର ୩ଟି ଆସନ ରହିଛି । ଆସନ୍ତା ୩ ଏପ୍ରିଲରେ ପ୍ରଶାନ୍ତ ନନ୍ଦ, ଅଶ୍ୱିନୀ ବୈଷ୍ଣବ ଓ ଅମର ପଟ୍ଟନାୟକଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେଉଛି । ଫାଙ୍କା ପଡିବାକୁ ଥିବା ୩ ଆସନରେ ନିର୍ବାଚନ ହେବContinue reading “ଫେବ୍ରୁଆରୀ ୨୭ରେ ରାଜ୍ୟସଭା ନିର୍ବାଚନ, ଜାଣନ୍ତୁ କାହାର ସରିବ କାର୍ଯ୍ୟକାଳ? ରାଜ୍ୟସଭା ଟିକେଟ ପାଇଁ ରେସରେ କିଏ?”
ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ପଶ୍ଚିମବଙ୍ଗରୁ ଆସି ବିହାରର କିଶନଗଞ୍ଜରେ ପହଞ୍ଚିଲା
କଂଗ୍ରେସ ପାର୍ଟି ସାଂସଦ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ସୋମବାର ସକାଳେ ପଶ୍ଚିମବଙ୍ଗର ଉତ୍ତରରେ ଅବସ୍ଥିତ ଦିନାଜପୁର ଜିଲ୍ଲାର ସୋନେପୁରରୁ ପୁନଃ ଆରମ୍ଭ ହୋଇଛି । ଦଳର ନେତା କହିଛନ୍ତି ଯେ ଏହି ଯାତ୍ରା ଚୋପରା ଦେଇ ଇସଲାମପୁର ଯିବ। ଯେଉଁଠାରେ ରାହୁଲ ଗାନ୍ଧୀ ପ୍ରଥମେ ଏକ ଛୋଟ ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମ ପରେ ଯାତ୍ରା ବିହାରର କିଶାନଗଞ୍ଜରେ ପ୍ରବେଶ କରିଛି । କଂଗ୍ରେସContinue reading “ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ପଶ୍ଚିମବଙ୍ଗରୁ ଆସି ବିହାରର କିଶନଗଞ୍ଜରେ ପହଞ୍ଚିଲା”
ଦ୍ୱୈତନଗରୀର ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ନେଲେ ସଂଜୀବ ପଣ୍ଡା । କାର୍ଯ୍ୟାଳୟରେ ଦିଆଗଲା ଗାର୍ଡ ଅଫ୍ ଅନର ।
କନକ ବ୍ୟୁରୋ: କଟକ-ଭୁବନେଶ୍ୱର ଦ୍ୱୈତନଗରୀର ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ନେଲେ ସଂଜୀବ ପଣ୍ଡା । ପୋଲିସ କମିଶନରଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି । ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ୧୯୯୪ ବ୍ୟାଚର ଓଡ଼ିଆ ଆଇପିଏସ୍ ଅଧିକାରୀ ହେଉଛନ୍ତି ସଂଜୀବ ପଣ୍ଡା । ପୋଲିସ କମିଶନର ଦାୟିତ୍ୱ ନେବା ପୂର୍ବରୁ ସେ ରାଜ୍ୟ ପୋଲିସ ହାଉସିଂ ୱେଲଫେୟାର କର୍ପୋରେସନର ସିଏମଡି ଦାୟିତ୍ୱରେ ଥିଲେ ।Continue reading “ଦ୍ୱୈତନଗରୀର ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ନେଲେ ସଂଜୀବ ପଣ୍ଡା । କାର୍ଯ୍ୟାଳୟରେ ଦିଆଗଲା ଗାର୍ଡ ଅଫ୍ ଅନର ।”
ସାଧାରଣ ବର୍ଗରୁ ଏସସି, ଏସଟି ଏବଂ ଓବିସି ପଦବୀ ପୂରଣ ହେବ ନାହିଁ । UGC ପ୍ରସ୍ତାବକୁ ଶିକ୍ଷା ମନ୍ତ୍ରଣାଳୟର ପ୍ରତ୍ୟାଖ୍ୟାନ ।
UGC ର ଡ୍ରାଫ୍ଟ ନିର୍ଦ୍ଦେଶାବଳୀକୁ ନେଇ ବିବାଦ ଉପୁଜିଛି । ଯେଉଁଥିରେ କୁହାଯାଇଛି ଯେ ଏସସି, ଏସଟି ଏବଂ ଓବିସି ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ଯେ କୌଣସି ପଦବୀ ଅସଂରକ୍ଷିତ ଘୋଷିତ ହୋଇପାରିବ ଯଦି ଏହି ବର୍ଗରୁ ପର୍ଯ୍ୟାପ୍ତ ପ୍ରାର୍ଥୀ ଉପଲବ୍ଧ ନଥାନ୍ତି । ୟୁଜିସିର ଏହି ପ୍ରସ୍ତାବକୁ ଶିକ୍ଷା ମନ୍ତ୍ରଣାଳୟ ପ୍ରତ୍ୟାଖ୍ୟାନ କରିଛି । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ପ୍ରସ୍ତାବକୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପ୍ରତ୍ୟାଖ୍ୟାନ କରିଛି । ସଂରକ୍ଷିତ ବର୍ଗର SC, ST ଏବଂContinue reading “ସାଧାରଣ ବର୍ଗରୁ ଏସସି, ଏସଟି ଏବଂ ଓବିସି ପଦବୀ ପୂରଣ ହେବ ନାହିଁ । UGC ପ୍ରସ୍ତାବକୁ ଶିକ୍ଷା ମନ୍ତ୍ରଣାଳୟର ପ୍ରତ୍ୟାଖ୍ୟାନ ।”