ଯୁକ୍ତ ୨ ପରୀକ୍ଷା ମୂଲ୍ୟାୟନକୁ ନେଇ ଜାରି ରହିଛି ଦ୍ୱନ୍ଦ୍ୱ : ବିଶେଷଜ୍ଞ କମିଟିର ତୃତୀୟ ବୈଠକରେ ବି ବାହାରିପାରିଲାନି ବିକଳ୍ପ ବାଟ, ଆଜି ପୁଣି ବସିପାରେ ବୈଠକ

କନକ ବ୍ୟୁରୋ : କିପରି ମୂଲ୍ୟାଙ୍କନ କରାଯାଇ ଯୁକ୍ତ ୨ ପରୀକ୍ଷା ଫଳ ବାହାରିବ, ଜାରି ରହିଛି କସରତ । ବିକଳ୍ପ ମୂଲ୍ୟାଙ୍କନ ନେଇ ଅନିଶ୍ଚିତତା ଜାରି ରହିଥିବା ବେଳେ ବିଶେଷଜ୍ଞ କମିଟିର ତୃତୀୟ ବୈଠକ ସରିଛି । ବିଜ୍ଞପ୍ତି ପ୍ରକାଶ ପାଇବାର ୧୦ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ୧୪ ଜଣିଆ ବିଶେଷଜ୍ଞ କମିଟିକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଥିଲା । ଏହି କଂଟ ପୂରିଥିଲେ ମଧ୍ୟ ବିଶେଷଜ୍ଞ କମିଟିର ସଦସ୍ୟମାନେContinue reading “ଯୁକ୍ତ ୨ ପରୀକ୍ଷା ମୂଲ୍ୟାୟନକୁ ନେଇ ଜାରି ରହିଛି ଦ୍ୱନ୍ଦ୍ୱ : ବିଶେଷଜ୍ଞ କମିଟିର ତୃତୀୟ ବୈଠକରେ ବି ବାହାରିପାରିଲାନି ବିକଳ୍ପ ବାଟ, ଆଜି ପୁଣି ବସିପାରେ ବୈଠକ”

ବିଦେଶକୁ ଯାଉଥିଲେ ଆଗୁଆ ନେଇପାରିବେ କୋଭିସିଲ୍ଡ ଟିକାର ଦ୍ୱିତୀୟ ଡୋଜ୍ : ଚାକିରି କିମ୍ବା ପାଠ ପଢ଼ିବାକୁ ଯାଉଥିଲେ ୨୮ ଦିନ ପରେ ଦ୍ୱିତୀୟ ଡୋଜ୍ ପାଇଁ ଅନୁମତି

କନକ ବ୍ୟୁରୋ : ବିଦେଶକୁ ଯାଉଥିଲେ କୋଭିସିଲ୍ଡ ଟିକାର ଦ୍ୱିତୀୟ ଡୋଜ୍ ଆଗୁଆ ନେଇ ପାରିବେ । ଏ ନେଇ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ବିଦେଶକୁ ପାଠ ପଢ଼ିବାକୁ ଯାଉଥିବା ଛାତ୍ରଛାତ୍ରୀ, ଚାକିରି କରିବାକୁ ଯାଉଥିବା ବ୍ୟକ୍ତି ଏବଂ ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ଦଳରେ ସାମିଲ ହୋଇଥିବା ବ୍ୟକ୍ତି ବିଶେଷଙ୍କୁ ଏହି ସୁବିଧା ମିଳିବ । ସେମାନେ ୨୮ ଦିନ ପରେ ଏବଂ ୮୪ ଦିନ ପୂର୍ବରୁ ଟିକାର ଦ୍ୱିତୀୟ ଡୋଜ୍ ନେଇContinue reading “ବିଦେଶକୁ ଯାଉଥିଲେ ଆଗୁଆ ନେଇପାରିବେ କୋଭିସିଲ୍ଡ ଟିକାର ଦ୍ୱିତୀୟ ଡୋଜ୍ : ଚାକିରି କିମ୍ବା ପାଠ ପଢ଼ିବାକୁ ଯାଉଥିଲେ ୨୮ ଦିନ ପରେ ଦ୍ୱିତୀୟ ଡୋଜ୍ ପାଇଁ ଅନୁମତି”

ଜୁନ୍‌ ୧୯ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା : ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା

କନକ ବ୍ୟୁରୋ : ଜୁନ୍‌ ୧୯ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ଆଜି ୧୭ ତାରିଖରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦୁଝର, ସୁନ୍ଦରଗଡ଼, ଜଗତ୍‌ସିଂହପୁର, କେନ୍ଦ୍ରପଡ଼ା ଏବଂ ୧୮ ତାରିଖରେ ଦେବଗଡ଼, ଅନୁଗୁଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର ଓ ବରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୯ ତାରିଖContinue reading “ଜୁନ୍‌ ୧୯ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା : ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା”

ଆଜିଠୁ ଓଡ଼ିଶାରେ ଲକଡାଉନ କଟକଣା ଆଂଶିକ କୋହଳ : ଜାରି ରହିବ ନାଇଟ୍ କର୍ଫ୍ୟୁ ଓ ସପ୍ତାହନ୍ତ ସଟଡାଉନ

କନକ ବ୍ୟୁରୋ : ଆଜିଠାରୁ ଲକଡାଉନ କଟକଣାରେ ଆଂଶିକ କୋହଳ କରିଛନ୍ତି ରାଜ୍ୟ ସରକାର । ଅର୍ଥାତ ପୂର୍ବରୁ ଯେଉଁଭଳି ତାଲାବନ୍ଦ କଟକଣା ଥିଲା, ତାହାକୁ ମିଛି ମାତ୍ରାରେ କୋହଳ କରାଯାଇଛି । ସଂକ୍ରମଣ ହାରକୁ ଦେଖି ରାଜ୍ୟର ସମସ୍ତ ଜିଲ୍ଲାକୁ ଦୁଇଟି କାଟାଗୋରୀ କରି କଟକଣାକୁ କୋହଳ କରିଛନ୍ତ ସରକାର । ଯେଉଁଠି ସଂକ୍ରମଣ ହାର କମ ରହିଛି, ସେଠାରେ କଟକଣା ଅଧିକ କୋହଳ କରାଯାଇଛି । ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ମର୍ନିଂ ୱାକ୍,Continue reading “ଆଜିଠୁ ଓଡ଼ିଶାରେ ଲକଡାଉନ କଟକଣା ଆଂଶିକ କୋହଳ : ଜାରି ରହିବ ନାଇଟ୍ କର୍ଫ୍ୟୁ ଓ ସପ୍ତାହନ୍ତ ସଟଡାଉନ”

ପୁରୁଣା ବୟନାକୁ ନେଇ ନୂଆ ବିବାଦରେ ଫସିଲେ ମିଥୁନ ଚକ୍ରବର୍ତି । ନିର୍ବାଚନ ସମୟରେ ଦେଇଥିବା ଭାଷଣକୁ ନେଇ ପଶ୍ଚିମବଙ୍ଗ ପୁଲିସର ଛାନଭିନ୍ ।

କନକ ବ୍ୟୁରୋ: ପ୍ରାୟ ୩ ମାସ ତଳର ଏହି ପୁରୁଣା ବୟାନ, ଏବେ ପୁଣି ଥରେ ତାଜା ହୋଇଯାଇଛି, ଯେତେବେଳେ ଏହି ବୟାନକୁ ନେଇ କୋଲକତା ପୁଲିସ୍ ଛାନିବିନ୍ ଆରମ୍ଭ କରିଛି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ସୁପରଷ୍ଟାର ମିଥୁନ୍ ଦେଇଥିବା ଭାଷଣ ଏବଂ ନିର୍ବାଚନ ପରବର୍ତୀ ହିଂସାକୁ ଦୃଷ୍ଟିରେ ରଖି କୋଲକତା ପୁଲିସ୍ ମିଥୁନ୍ ଚକ୍ରବର୍ତୀଙ୍କୁ ଜେରା କରିଛି । ମାରବୋ ଇଖାନେ ଲାସ୍ ପୋରବେ ଶ୍ମଶାନେ ଅର୍ଥାତ୍ ଏଇଠି ମାରିବି ଶ୍ମଶାନରେContinue reading “ପୁରୁଣା ବୟନାକୁ ନେଇ ନୂଆ ବିବାଦରେ ଫସିଲେ ମିଥୁନ ଚକ୍ରବର୍ତି । ନିର୍ବାଚନ ସମୟରେ ଦେଇଥିବା ଭାଷଣକୁ ନେଇ ପଶ୍ଚିମବଙ୍ଗ ପୁଲିସର ଛାନଭିନ୍ ।”

ଦେଶରେ କମୁଛି କରୋନା ଗ୍ରାଫ । ୨୪ ଘଂଟାରେ ୬୨ ହଜାର ନୂଆ ମାମଲା, ୨୫ଶହ ୪୨ ମୃତ । ଲଗାତାର ୯ ଦିନ ହେଲା ଏକ ଲକ୍ଷ ତଳେ ରହୁଛି ଦୈନିକ ସଂକ୍ରମଣ

କନକ ବ୍ୟୁରୋ: କମ ହେବାରେ ଲାଗିଛି କରୋନା ସଂକ୍ରମଣ । ଆଉ ଦେଶରେ କୋହଳ ହେବାରେ ଲାଗିଛି କଟକଣା । ଲଗାତାର ଭାବେ ୯ ଦିନ ଧରି କରୋନା ସଂକ୍ରମଣ ସଂଖ୍ୟା ୧ ଲକ୍ଷ ତଳେ ରହିଛି । ଗତ ୨୪ ଘଂଟାରେ ଦେଶରେ ୬୨ହଜାର ୨୨୪ ନୂଆ ମାମଲା ରେକର୍ଡ ହୋଇଛି । ହେଲେ ସେପଟେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଏବେ ବି ୨ହଜାର ଉପରେ ରହିଛି । କରୋନା ମହାମାରୀର ଦ୍ୱିତୀୟ ଲହରContinue reading “ଦେଶରେ କମୁଛି କରୋନା ଗ୍ରାଫ । ୨୪ ଘଂଟାରେ ୬୨ ହଜାର ନୂଆ ମାମଲା, ୨୫ଶହ ୪୨ ମୃତ । ଲଗାତାର ୯ ଦିନ ହେଲା ଏକ ଲକ୍ଷ ତଳେ ରହୁଛି ଦୈନିକ ସଂକ୍ରମଣ”

ରାମ ମନ୍ଦିର ପାଇଁ ଜମି କିଣା ଦୁର୍ନୀତିକୁ ନେଇ ଆପର ଟାର୍ଗେଟ । ଜମି କିଣାରେ ସାଢେ୧୬ କୋଟି ଟଙ୍କା ଠକେଇର ପ୍ରମାଣ ଦେଖାଇଲେ ଆପ ସାସଂଦ ସଂଜୟ ସିଂ 

କନକ ବ୍ୟୁରୋ: ରାମମନ୍ଦିର ଜମି କିଣାରେ ଦୁର୍ନୀତି ହୋଇନାହିଁ ବୋଲି ଟ୍ରଷ୍ଟର ଦାବି ଓ ଦେଉଥିବା ପ୍ରମାଣକୁ ମିଛ କହିଛନ୍ତି ଆପ ସାଂସଦ ସଂଜୟ ସିଂହ । ଆଜି ଜମି କିଣାର ଦଲିଲ ଦେଖାଇ ସେ କହିଛନ୍ତି । ୨୦୨୧ ମାର୍ଚ୍ଚ ୧୮ରେ କୁସୁମ ପାଠକ ଓ ହରିଶ ପାଠକଙ୍କ ଠାରୁ ୨ କୋଟି ଟଙ୍କାରେ ଜମି କିଣିଥିଲେ ସୁଲତାନ ଅନସାରୀ ଓ ରବିମୋହନ ତିୱାରୀ । ଏହାପରେ ସେହି ଦିନ ରାମ ଜନ୍ମଭୂମି ଟ୍ରଷ୍ଟକୁ ୧୮Continue reading “ରାମ ମନ୍ଦିର ପାଇଁ ଜମି କିଣା ଦୁର୍ନୀତିକୁ ନେଇ ଆପର ଟାର୍ଗେଟ । ଜମି କିଣାରେ ସାଢେ୧୬ କୋଟି ଟଙ୍କା ଠକେଇର ପ୍ରମାଣ ଦେଖାଇଲେ ଆପ ସାସଂଦ ସଂଜୟ ସିଂ “

ଲୋକଜନଶକ୍ତି ପାର୍ଟି ଦୁଇଭାଗ ପାଇଁ ନୀତିଶଙ୍କୁ ଦୋଷ ଦେଲେ ଚିରାଗ । କହିଲେ ସୁବିଧାବାଦୀ ନେତାଙ୍କ ପାଇଁ ଦଳର ଏପରି ଦଶା । ପଶୁପତି ପାରଶ ସଂସଦୀୟ ଦଳ ନେତା ହେବା ବେଆଇନ

କନକ ବ୍ୟୁରୋ: ଲୋକ ଜନଶକ୍ତି ପାର୍ଟିରେ କ୍ଷମତା କନ୍ଦଳ ଭିତରେ ପ୍ରଥମ ଥର ମୁହଁ ଖୋଲି କାକା ଓ ବିହାର ମୁଖ୍ୟମନ୍ତ୍ରୀଙ୍କ ଉପରେ ଏଭଳି ଭାଷାରେ ବର୍ଷିଛନ୍ତି ଚିରାଗ ପାଶୱାନ । କହିଛନ୍ତି ବିଧାନସଭା ନିର୍ବାଚନରେ ନୀତିଶ କୁମାରଙ୍କୁ ଏଲଜେପି ଶକ୍ତି ଦେଖାଇବାରୁ ଦଳ ଭାଙ୍ଗିବାକୁ ଷଡଯନ୍ତ୍ର ହୋଇଛି । ଆଉ ସଂଘର୍ଷ ରାଜନୀତି ନକରିବାକୁ ଚାହୁଁଥିବା ନେତା ସେମାନଙ୍କ ସହ ହାତ ମିଳାଇଥିବା କହିଛନ୍ତି ଚିରାଗ ପାଶୱାନ । ଅନ୍ୟପଟେ ପଶୁପତି ପାରଶ କହିଛନ୍ତି ଦଳରେContinue reading “ଲୋକଜନଶକ୍ତି ପାର୍ଟି ଦୁଇଭାଗ ପାଇଁ ନୀତିଶଙ୍କୁ ଦୋଷ ଦେଲେ ଚିରାଗ । କହିଲେ ସୁବିଧାବାଦୀ ନେତାଙ୍କ ପାଇଁ ଦଳର ଏପରି ଦଶା । ପଶୁପତି ପାରଶ ସଂସଦୀୟ ଦଳ ନେତା ହେବା ବେଆଇନ”

ଭାରତରେ ବଢିଲା ଟ୍ୱିଟର ଅଡୁଆ । ନୂଆ ଆଇଟି ଆଇନ ନାମାନିବାରୁ ଆଇନଗତ ସୁରକ୍ଷା ହଟାଇ ନେଲେ ସରକାର । ପ୍ରଥମ ରାଜ୍ୟ ଭାବେ ୟୁପିରେ ଟ୍ୱିଟର ବିରୋଧରେ ମାମଲା ରୁଜ

କନକ ବ୍ୟୁରୋ: ସାମାଜିକ ଗଣମାଧ୍ୟମ ଟ୍ୱିଟରର ବ୍ୟବହାର ନିଜ ମନ୍ତବ୍ୟକୁ ସର୍ବସମ୍ମୁଖରେ ରଖିବା ପାଇଁ କରାଯାଏ । ଆଉ ଯଦି ଟ୍ୱିଟରକୁ ମିଛ ଖବର ପ୍ରଚାର ଏବଂ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ପହଁଚାଇବା ପାଇଁ ବ୍ୟବହାର କରାଯାଏ, ତାହାଲେ ଏଥିପାଇଁ ଦାୟୀ କିଏ ହେବ । ସେମିତି ଏକ ମିଛ ତଥ୍ୟ ହଜାର ହଜାର ଲୋକଙ୍କ ଦ୍ୱାରା ସେୟାର କରାଯାଇଛି । ଯାହା ପାଇଁ ଟ୍ୱିଟର ଇଣ୍ଡିଆ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି ।Continue reading “ଭାରତରେ ବଢିଲା ଟ୍ୱିଟର ଅଡୁଆ । ନୂଆ ଆଇଟି ଆଇନ ନାମାନିବାରୁ ଆଇନଗତ ସୁରକ୍ଷା ହଟାଇ ନେଲେ ସରକାର । ପ୍ରଥମ ରାଜ୍ୟ ଭାବେ ୟୁପିରେ ଟ୍ୱିଟର ବିରୋଧରେ ମାମଲା ରୁଜ”

ପୁଣି ବିବାଦରେ ପୂର୍ବତନ ମନ୍ତ୍ରୀ ବଦ୍ରିପାତ୍ରଙ୍କ ପୁଅ, ଟୁଟୁ ପାତ୍ର । ଦୁଷ୍କର୍ମ ହୋଇଥିବା ଜଣେ ଯୁବତୀଙ୍କୁ ମାମଲା ହଟାଇବା ପାଇଁ ଚାପ ପକାଉଥିବା ଅଭିଯୋଗ

କନକ ବ୍ୟୁରୋ: ପୁଣି ଅଡୁଆରେ ପୂର୍ବତନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର । ଏକ ମାମଲାକୁ ରଫାଦଫା କରିବାକୁ ଜଣେ ଯୁବତୀଙ୍କ ପରିବାର ଉପରେ ଚାପ ପକାଉଥିବା ଅଭିଯୋଗ । ଚାପ ପକାଉଥିବାର ଅଡିଓ ସୋସିଆଲ ମିଡିଆରେ ଭାଇରାଲ । ଯଉଁଥିରେ ଦେବାଶିଷ ଯୁବତୀଙ୍କ ପରିବାର ଉପରେ ଏତଲା ପ୍ରତ୍ୟାହାର କରିବାକୁ ଚାପ ପକାଉଛନ୍ତିି । ସେପଟେ ଅଡିଓ ଭାଇରାଲ ହେବା ପରେ ଗତକାଲି କିଛି ଦୁର୍ବୃତ ରାତି ଅଧରେ ଯୁବତୀଙ୍କ ଘର ଉପରେContinue reading “ପୁଣି ବିବାଦରେ ପୂର୍ବତନ ମନ୍ତ୍ରୀ ବଦ୍ରିପାତ୍ରଙ୍କ ପୁଅ, ଟୁଟୁ ପାତ୍ର । ଦୁଷ୍କର୍ମ ହୋଇଥିବା ଜଣେ ଯୁବତୀଙ୍କୁ ମାମଲା ହଟାଇବା ପାଇଁ ଚାପ ପକାଉଥିବା ଅଭିଯୋଗ”

Create your website with WordPress.com
Get started