କନକ ବ୍ୟୁରୋ : ଦେଶକୁ ସ୍ୱାଧୀନ କରାଇଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ । ତାଙ୍କୁ ସମସ୍ତେ ନିଜର ଆଦର୍ଶ ମାନି ଚାଲନ୍ତି । କିନ୍ତୁ ଅଧିକାଂଶ ସମୟରେ ମହାତ୍ମା ଗାନ୍ଧୀଙ୍କୁ ଅସମ୍ମାନ କରାଯାଉଥିବାର ଚିତ୍ର ସାମ୍ନାକୁ ଆସିଥାଏ । ଠିକ୍ ସେହିପରି କିଛି ଦୃଶ୍ୟ ପାଲଲହଡ଼ାରୁ ଆସିଛି । ୬୦ ବର୍ଷ ତଳେ ପଣ୍ଡରାବସାର ଗାନ୍ଧିନଗରଠାରେ ଗାନ୍ଧୀ ମୁର୍ତି ସ୍ଥାପନ କରିଥିବା ବେଳେ ବର୍ତମାନ ତାହା ଅବହେଳିତ ଅବସ୍ଥାରେ ରହିଛି । ଯାହାକୁ ନେଇ ସ୍ଥାନୀୟContinue reading “ଜାତୀୟ ରାଜପଥରେ ଜାତିର ପିତାଙ୍କୁ ଅସମ୍ମାନ । ଜରାଜୀର୍ଣ୍ଣ ଅବସ୍ଥାରେ ପଡିଛି ଗାନ୍ଧୀ ପ୍ରତିମୂର୍ତି”
Category Archives: News
ନିର୍ବାଚନ ପୂର୍ବରୁ ଜୋର ଧରିଲା ପୋଷ୍ଟର ଚିରା ରାଜନୀତି । ବାଲେଶ୍ୱର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳିରୁ ଆସିଲା ଚିତ୍ର
କନକ ବ୍ୟୁରୋ : ୨୦୨୪ ସାଧାରଣ ନିର୍ବାଚନକୁ ଆହୁରି ୩ ମାସରୁ ଅଧିକ ବାକି ଥିବା ବେଳେ ଏବେଠାରୁ ଆରମ୍ଭ ହେଲାଣି ରାଜନୈତିକ ଗଣ୍ଡଗୋଳ । ଆଶାୟୀ ପ୍ରାର୍ଥୀମାନେ ଲଗାଇଥିବା ଶୁଭେଚ୍ଛା ବାର୍ତାର ବ୍ୟାନରକୁ ଚିରାଯାଉଥିବା ଦୃଶ୍ୟ ସାମ୍ନାକୁ ଆସୁଛି । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳିର ଇଡଦା ପଂଚାୟତରେ । ରାଜ୍ୟ ମହିଳା କାର୍ଯ୍ୟକାରୀଣି ସଭାପତି ତଥା ବସ୍ତା ବିଜେଡିର ଆଶାୟୀ ପ୍ରାର୍ଥୀ ସୁବାସିନି ଜେନା ଏବଂ କଂଗ୍ରେସContinue reading “ନିର୍ବାଚନ ପୂର୍ବରୁ ଜୋର ଧରିଲା ପୋଷ୍ଟର ଚିରା ରାଜନୀତି । ବାଲେଶ୍ୱର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳିରୁ ଆସିଲା ଚିତ୍ର”
ଉଦଘାଟନର ବର୍ଷେ ନପୁରୁଣ ଗ୍ରାମୀଣ ପାର୍କରେ ଝୁଲିଲା ତାଲା । ୩ କୋଟିରୁ ଅଧିକ ଟଙ୍କାରେ ନିର୍ମିତ ପାର୍କରୁ ଚୋରି ହୋଇଗଲାଣି ସରଞ୍ଜାମ
କନକ ବ୍ୟୁରୋ : କେଉଁଠି ପାର୍କ ତ ଆଉ କେଉଁଠି ଉଦ୍ୟାନ । ତ ଆଉ କେଉଠି ଫୁଡ଼ ପାର୍କ ତ ଆଉ କେଉଁଠି ପର୍ଯ୍ୟଟନ ସ୍ଥଳ । ଖେଳ କସରତ ସାଙ୍ଗକୁ ସବୁ ପ୍ରକାର ଆଧୁନିକ ଉପକରଣ । କୋଟି କୋଟି ଟଙ୍କା ଖର୍ଚ୍ଚ କରି ରସ୍ତା କଡ଼ରେ ନିର୍ମାଣ କଲା ପ୍ରଶାସନ । ଉଦଘାଟନର ବର୍ଷେ ନପୁରୁଣୁ କେଉଁଠି ତାଲା ଝୁଲୁଛି ତ ଆଉ କେଉଁଠି ପାର୍କର ସରଞାମ ଚୋରି ହୋଇଗଲାଣି । ସରକାରContinue reading “ଉଦଘାଟନର ବର୍ଷେ ନପୁରୁଣ ଗ୍ରାମୀଣ ପାର୍କରେ ଝୁଲିଲା ତାଲା । ୩ କୋଟିରୁ ଅଧିକ ଟଙ୍କାରେ ନିର୍ମିତ ପାର୍କରୁ ଚୋରି ହୋଇଗଲାଣି ସରଞ୍ଜାମ”
ରଙ୍ଗ ବଦଳାଇବାରେ ଏଣ୍ଡୁଅକୁ ଟପିଯାଇଛନ୍ତି ନୀତୀଶ । କଡା ସମାଲୋଚନା କଲା କଂଗ୍ରେସ
କନକ ବ୍ୟୁରୋ : ନୀତୀଶ କୁମାର ରଙ୍ଗ ବଦଳାଇବାରେ ଏଣ୍ଡୁଅକୁ ବି ଟପିଯାଇଛନ୍ତି । ବିଜେପି ସହ ନୀତୀଶ କୁମାର ମିଶିବା ପରେ କିଛି ଏପରି ବୟାନ ଦେଇ କଡା ସମାଲୋଚନା କରିଛି କଂଗ୍ରେସ । କଂଗ୍ରେସ ମୁଖପାତ୍ର ଜୟରାମ ରମେଶ୍ ଟ୍ୱିଟରରେ ଟ୍ୱିଟ୍ କରି କହିଛନ୍ତି, ରାଜନୀତିରେ ବାରମ୍ବାର କଡ ଲେଉଟଉଥିବା ନୀତୀଶ କୁମାନ ରଙ୍ଗ ବଦଳାଇବାରେ ଏଣ୍ଡୁଅକୁ ବି ଟପିଯାଇଛନ୍ତି । ଏହି ବିଶ୍ୱାସଘାତକ ବିଶେଷଜ୍ଞକୁ ଜନତା କ୍ଷମତା କରିବେ ନାହିଁ । ସ୍ପଷ୍ଟContinue reading “ରଙ୍ଗ ବଦଳାଇବାରେ ଏଣ୍ଡୁଅକୁ ଟପିଯାଇଛନ୍ତି ନୀତୀଶ । କଡା ସମାଲୋଚନା କଲା କଂଗ୍ରେସ”
ବିହାରରେ ପୁଣି ନୀତିଶ ସରକାର । ବିଜେପି ସହ ମିଶି ଗଢିଲେ ନୂଆ ସରକାର । ୯ମ ଥର ପାଇଁ ନେଲେ ଶପଥ ।
କନକ ବ୍ୟୁରୋ: ବିହାରର ମୁଖ୍ୟମନ୍ତ୍ରୀ ଭାବେ ପୁଣି ଶପଥ ଗ୍ରହଣ କଲେ ନୀତିଶ କୁମାର । ୯ମ ଥର ପାଇଁ ନୀତିଶ କୁମାର ଆଜି ରାଜଭବନରେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି । ବିହାରର ରାଜ୍ୟପାଳ ତାଙ୍କୁ ଏହି ଶପଥ ପାଠ କରାଇଛନ୍ତି । ତେବେ ମହାମେଣ୍ଟକୁ ବାଏ ବାଏ କହି ପୁଣିଥରେ ବିଜେପି ସହ ମିଶିଛନ୍ତି ନୀତିଶ କୁମାର । Nitish Kumar takes oath as Bihar CM for theContinue reading “ବିହାରରେ ପୁଣି ନୀତିଶ ସରକାର । ବିଜେପି ସହ ମିଶି ଗଢିଲେ ନୂଆ ସରକାର । ୯ମ ଥର ପାଇଁ ନେଲେ ଶପଥ ।”
ରାସ୍ତାରେ ଅଭିନୟ କରିବି, କିନ୍ତୁ କେବେ କାମ ମାଗିବିନି । ଏକ ସାକ୍ଷାତକାରରେ ନୱାଜୁଦ୍ଦିନ୍ କହିଲେ ଏପରି କଥା
କନକ ବ୍ୟୁରୋ : ନୱାଜୁଦ୍ଦିନ୍ ସିଦ୍ଦିକି ବଲିଉଡର ଏକ ଦମଦାର ଅଭିନେତା । ତାଙ୍କର ନିଖୁଣ ଅଭିନୟ ପାଇଁ ତାଙ୍କୁ ଅନେକ ସମ୍ମାନ ମିଳିଛି । କିନ୍ତୁ ବଡ ପର୍ଦ୍ଦାରେ ଅଭିନୟ କରିବା ପାଇଁ ତାଙ୍କୁ ଅନେକ ପରିଶ୍ରମ ଓ ସଂଘର୍ଷ କରିବାକୁ ପଡିଛି । ଏକ ସାକ୍ଷାତକାରରେ ସେ ତାଙ୍କ ସଂଘର୍ଷମୟ କାହାଣୀ ବଖାଣିବା ସହ ଆକ୍ଟିଙ୍ଗ୍ କରିବାକୁ ସେ କେତେ ପସନ୍ଦ କରନ୍ତି ତାହା ବର୍ଣ୍ଣନା କରିଛନ୍ତି । ସାକ୍ଷାତକାରରେ ନୱାଜୁଦ୍ଦିନ୍ କହିଛନ୍ତି, ମତେContinue reading “ରାସ୍ତାରେ ଅଭିନୟ କରିବି, କିନ୍ତୁ କେବେ କାମ ମାଗିବିନି । ଏକ ସାକ୍ଷାତକାରରେ ନୱାଜୁଦ୍ଦିନ୍ କହିଲେ ଏପରି କଥା”
ଅଯୋଧ୍ୟାରେ ରାମ ଆସିଲେ, ବିହାରରେ ପଲଟୁରାମ । ନୀତିଶଙ୍କ ଇସ୍ତଫା ପରେ ବର୍ଷିଲେ ସଞ୍ଜୟ ରାଉତ ।
କନକ ବ୍ୟୁରୋ : ବିହାରରେ ମୁଖ୍ୟମନ୍ତ୍ରୀ ପଦରୁ ନୀତିଶ ଇସ୍ତଫା ଦେବା ସହ ଭାଙ୍ଗିଛି ଜେଡିୟୁ-ଆରଜେଡି-କଂଗ୍ରେସ ମେଣ୍ଟ ସରକାର । ଏହାସହ ଏନଡିଏ ସହ ମିଶି ସରକାର ଗଢିବାକୁ ନିଷ୍ପତ୍ତି ନେଇଛନ୍ତି ନୀତିଶ । ତେବେ ନୀତିଶଙ୍କ ଏଭଳି ନିଷ୍ପତ୍ତିକୁ ନେଇ ବର୍ଷିଛନ୍ତି ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀର ନେତା ସଞ୍ଜୟ ରାଉତ । ନୀତିଶଙ୍କ ଇସ୍ତଫାକୁ ନେଇ ସଞ୍ଜୟ କହିଛନ୍ତି, ଅଯୋଧ୍ୟାକୁ ରାମ ଆସିଛନ୍ତି, ବିହାରକୁ ପଲଟୁରାମ । ସଞ୍ଜୟ କହିଛନ୍ତି, ନୀତିଶ ମାନସିକ ରୂପେContinue reading “ଅଯୋଧ୍ୟାରେ ରାମ ଆସିଲେ, ବିହାରରେ ପଲଟୁରାମ । ନୀତିଶଙ୍କ ଇସ୍ତଫା ପରେ ବର୍ଷିଲେ ସଞ୍ଜୟ ରାଉତ ।”
ସମ୍ରାଟ ଚୌଧୁରୀ କିଏ? ଯିଏ ହେବାକୁ ଯାଉଛନ୍ତି ବିହାରର ନୂଆ ଉପ-ମୁଖ୍ୟମନ୍ତ୍ରୀ । ରାବ୍ରୀ ଦେବୀଙ୍କ ସରକାରରେ ବି ଥିଲେ ମନ୍ତ୍ରୀ…
କନକ ବ୍ୟୁରୋ: ବିହାରରେ ପୁଣି ଆରମ୍ଭ ହେବାକୁ ଯାଉଛି ଏନଡିଏ ସରକାର । ମହାମେଣ୍ଟକୁ ବାଏ ବାଏ କହି ଏବେ ନୂଆ ମେଣ୍ଟ ସହ ପୁଣିଥରେ ଶପଥ ନେବାକୁ ଯାଉଛନ୍ତି ନୀତିଶ କୁମାର । ରବିବାର ସନ୍ଧ୍ୟାରେ ନୀତିଶ କୁମାର ପୁଣିଥରେ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବାକୁ ଯାଉଥିବାବେଳେ, ବିଜେପିର ଦୁଇ ନେତା ନୂଆ ସରକାରରେ ଉପ-ମୁଖ୍ୟମନ୍ତ୍ରୀ ରହିବେ । ବିହାର ବିଜେପି ସଭାପତି ସମ୍ରାଟ ଚୌଧୁରୀ ଏବଂ ବିହାର ବିଧାନସଭାରେ ବିରୋଧୀ ଦଳ ନେତା ଥିବାContinue reading “ସମ୍ରାଟ ଚୌଧୁରୀ କିଏ? ଯିଏ ହେବାକୁ ଯାଉଛନ୍ତି ବିହାରର ନୂଆ ଉପ-ମୁଖ୍ୟମନ୍ତ୍ରୀ । ରାବ୍ରୀ ଦେବୀଙ୍କ ସରକାରରେ ବି ଥିଲେ ମନ୍ତ୍ରୀ…”
ବଲାଙ୍ଗୀରରୁ ଆସିଲା ରାଜନୀତିର ରୋଚକ ଚିତ୍ର । କଂଗ୍ରେସ ବିଧାୟକଙ୍କ ଘରେ ବିଜେଡିର ପୂର୍ବତନ ସାଂସଦ, ଭୋଗ ଦେଲେ ଆଶୀର୍ବାଦ ନେଲେ ।
କନକ ବ୍ୟୁରୋ : କଂଗ୍ରେସ ବିଧାୟକଙ୍କ ଘରେ ବିଜେଡିର ପୂର୍ବତନ ସାଂସଦ । ନରସିଂହ ମିଶ୍ରଙ୍କ ଘରକୁ ଯାଇ, ଅର୍ପଣର ଭୋଗ ବାଣ୍ଟିଛନ୍ତି କଳିକେଶ ସିଂହଦେଓ । କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ଘରକୁ ଯାଇ ବିଧାୟକଙ୍କ ସ୍ତ୍ରୀଙ୍କୁ ଜଗନ୍ନାଥଙ୍କ ଭୋଗ ଦେବା ସହ ମୁଣ୍ଡିଆ ମାରି ଆଶୀର୍ବାଦ ନେଇଛନ୍ତି କଳିକେଶ । ସେହିପରି ନରସିଂହ ମିଶ୍ରଙ୍କ ବଡ଼ ପୁଅ ତଥା ବରିଷ୍ଠ ଆଇନଜୀବୀ ଅମରେନ୍ଦ୍ର ମିଶ୍ରଙ୍କୁ ମଧ୍ୟ ଭୋଗ ଦେଇଛନ୍ତି । ଏହି ଚିତ୍ର ସାମ୍ନାକୁContinue reading “ବଲାଙ୍ଗୀରରୁ ଆସିଲା ରାଜନୀତିର ରୋଚକ ଚିତ୍ର । କଂଗ୍ରେସ ବିଧାୟକଙ୍କ ଘରେ ବିଜେଡିର ପୂର୍ବତନ ସାଂସଦ, ଭୋଗ ଦେଲେ ଆଶୀର୍ବାଦ ନେଲେ ।”
ଫୋକସରେ ମହିଳା ଭୋଟ । ବିଜେପି କରିବ ମହିଳା ସମାବେଶ, ବିଜେଡି ଓ କଂଗ୍ରେସର ଯୁକ୍ତି, ଆମ ଦଳ ସହ ଅଛନ୍ତି ମହିଳା ।
କନକ ବ୍ୟୁରୋ : ଫୋକସରେ ମହିଳା ଭୋଟ୍ । ଆସନ୍ତା ୧୦ ତାରିଖରେ ଭୁବନେଶ୍ୱରରେ ଏକ ବିଶାଳ ମହିଳା ସମାବେଶର ଆୟୋଜନ କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ର ନରେନ୍ଦ୍ର ମୋଦୀ ଯୋଗ ଦେବାର ସମ୍ଭାବନା ରହିଛି । ବିଜେପିର ଏହି ସମାବେଶ ଉପରେ ପ୍ରତିକ୍ରିୟା ରଖିଛି ବିଜୁ ଜନତା ଦଳ । ବିଜେଡି ବିଧାୟକ ସୁଧୀର ସାମଲ କହିଛନ୍ତି- ମହିଳା ସମାବେଶ କରନ୍ତୁ ବା ଯୁବ ସମାବେଶ କରନ୍ତୁ ।Continue reading “ଫୋକସରେ ମହିଳା ଭୋଟ । ବିଜେପି କରିବ ମହିଳା ସମାବେଶ, ବିଜେଡି ଓ କଂଗ୍ରେସର ଯୁକ୍ତି, ଆମ ଦଳ ସହ ଅଛନ୍ତି ମହିଳା ।”