କନକ ବ୍ୟୁରୋ : ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଦିନ ୧୨ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ଖଡଗେ । ଏହା ପରେ ଏକ ବିରାଟ ଶୋଭାଯାତ୍ରାରେ ଶକ୍ତି ପ୍ରଦର୍ଶନ କରି, ଲୋୟର ପିଏମଜିରେ ଆୟୋଜିତ ହୋଇଥିବା ଓଡ଼ିଶା ବଂଚାଓ ସମାବେଶରେ ଯୋଗଦେବେ । ସମାବେଶରେ ଜିଲ୍ଳା ସଭାପତି, ବ୍ଲକ ସଭାପତି, ମଣ୍ଡଳ ସଭାପତି, ପଞ୍ଚାୟତ ସଭାପତିଙ୍କ ସହ ହଜାର ହଜାର କଂଗ୍ରେସ ନେତା ଓ କର୍ମୀ ସାମିଲ୍ ହେବେContinue reading “ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଏଆଇସିସି ଅଧ୍ୟକ୍ଷ । ବିଜେପିର କଟାକ୍ଷ, ସାରା ଦେଶରେ ମଳିନ ହୋଇସାରିଛି କଂଗ୍ରେସ ଛବି, ପଡ଼ିବନି ପ୍ରଭାବ”
Category Archives: News
ଗାବାରେ ଭାଙ୍ଗିଲା ଗର୍ବ । ୨୧ ବର୍ଷ ପରେ ଅଷ୍ଟ୍ରେଲିଆକୁ ମାତ୍ ଦେଲା ୱେଷ୍ଟଇଣ୍ଡିଜ ।
କନକ ବ୍ୟୁରୋ : ଅଷ୍ଟ୍ରେଲିଆ ମାଟିରେ ଇତିହାସ ରଚିଲା ୱେଷ୍ଟଇଣ୍ଡିଜ । ବ୍ରିସବେନରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ୮ ରନର ରୋମାଞ୍ଚକର ବିଜୟ ହାସଲ କରିଛି ୱେଷ୍ଟଇଣ୍ଡିଜ । ସେମାର ଜୋସେଫଙ୍କ ଘାତକ ବୋଲିଂର ସାମ୍ନା କରି ନପାରି ବିଜୟ ଠାରୁ ୮ ରନ ଦୂରରେ ରହିଥିଲା ଅଷ୍ଟ୍ରେଲିଆ । ଏହି ବିଜୟ ସହ ସିରିଜ ୧-୧ରେ ଶେଷ ହୋଇଥିବା ବେଳେ ୨୭ ବର୍ଷର ଅପେକ୍ଷା ମଧ୍ୟ ଶେଷ ହୋଇଛି । ଅଷ୍ଟ୍ରେଲିଆ ମାଟିରେ ୨୭Continue reading “ଗାବାରେ ଭାଙ୍ଗିଲା ଗର୍ବ । ୨୧ ବର୍ଷ ପରେ ଅଷ୍ଟ୍ରେଲିଆକୁ ମାତ୍ ଦେଲା ୱେଷ୍ଟଇଣ୍ଡିଜ ।”
ନୀତିଶଙ୍କ ଉପରେ ବର୍ଷିଲେ ଲାଲୁ ଯାଦବଙ୍କ ଝିଅ ରୋହିଣୀ । କହିଲେ ଅଳିଆ ପୁଣି ଅଳିଆ ଗଦାକୁ ଗଲା ।
କନକ ବ୍ୟୁରୋ: ଅଳିଆ ଏବେ ପୁଣି ଅଳିଆ ଗଦାକୁ ଗଲା ବୋଲି ଆଜି ନୀତୀଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ଆର୍ଜେଡି’ ମୁଖ୍ୟ ଲାଲୁ ଯାଦବଙ୍କ ଝିଅ ରୋହିଣୀ ଆଚାର୍ୟ୍ୟ ସମାଲୋଚନା କରିଛନ୍ତି। ଟ୍ୱିଟରରେ ଏଭଳି ପୋଷ୍ଟ କରିଛନ୍ତି ରୋହିଣୀ । ସୂଚନାଯୋଗ୍ୟ, ଆଜି ସନ୍ଧ୍ୟା ୫ଟା ବେଳେ ନୀତୀଶ ଶପଥ ଗ୍ରହଣ କରି ‘ବିଜେପି’ ସମର୍ଥନରେ ବିହାରରେ ନୂଆ ସରକାର ଗଠନ କରିବେ। ଆସନ ବଣ୍ଟନ ବୁଝାମଣାContinue reading “ନୀତିଶଙ୍କ ଉପରେ ବର୍ଷିଲେ ଲାଲୁ ଯାଦବଙ୍କ ଝିଅ ରୋହିଣୀ । କହିଲେ ଅଳିଆ ପୁଣି ଅଳିଆ ଗଦାକୁ ଗଲା ।”
ନବଜାତକୁ ହସ୍ପିଟାଲରେ ଛାଡି ପଳାଇଲେ ବାପା । ପୋଲିସ ଧରିବାରୁ ବାପା କହିଲେ ଏଭଳି କଥା…
କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ବରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୨୨ ଦିନର ଶିଶୁକନ୍ୟାକୁ ଛାଡ଼ି ଦେଇ ବାପା ଫେରାର ହୋଇଯାଇଥିଲେ। ତାଙ୍କୁ ଖୋଜା ଚାଲିଥିବାବେଳେ ନବଜାତକର ବାପା ପୁଲିସକୁ ଯୋଗାଯୋଗ କରି ଟଙ୍କା ପାଇଁ ସେ ଘରକୁ ଯାଇଥିବା କହିଛନ୍ତି। ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳରୁ ପ୍ରଶାନ୍ତ ନାୟକ ନିଜର ଶିଶୁକନ୍ୟାକୁ ଆମ୍ବୁଲାନ୍ସରେ ଆଣି କ୍ୟାପିଟାଲ ହସ୍ପିଟାଲକୁ ଆସିଥିଲେ। ନବଜାତକୁ ସ୍ପେଶାଲ ନ୍ୟୁ ବର୍ଣ୍ଣ କେୟାର ୟୁନିଟContinue reading “ନବଜାତକୁ ହସ୍ପିଟାଲରେ ଛାଡି ପଳାଇଲେ ବାପା । ପୋଲିସ ଧରିବାରୁ ବାପା କହିଲେ ଏଭଳି କଥା…”
କାହିଁକି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ? ମେଣ୍ଟ ସରକାରରୁ ଓହରିବା ପଛର ପୂରା କାହାଣୀ କହିଲେ ।
କନକ ବ୍ୟୁରୋ : ବିହାର ମୁଖ୍ୟମନ୍ତ୍ରୀ ପଦରୁ ନୀତିଶ କୁମାର ଇସ୍ତଫା ଦେବା ପରେ ଜେଡିୟୁ-ଆରଜେଡି-କଂଗ୍ରେସ ମେଣ୍ଟ ସରକାର ଭାଙ୍ଗିଛି । ବିଜେପି ସହ ମିଶି ଜେଡିୟୁ ପୁଣିଥରେ ସରକାର ଗଠନ କରିବାକୁ ଯାଉଛି । ସନ୍ଧ୍ୟା ୫ଟାରେ ନୀତିଶ ପୁଣିଥରେ ମୁଖ୍ୟମନ୍ତ୍ରୀ ଶପଥ ନେବେ । ନୀତିଶଙ୍କ ସମେତ ୨ ଉପ-ମୁଖ୍ୟମନ୍ତ୍ରୀ ଓ ୬ ଜଣ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ନେବେ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ନୀତିଶ କହିଛନ୍ତି, ଦଳContinue reading “କାହିଁକି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ? ମେଣ୍ଟ ସରକାରରୁ ଓହରିବା ପଛର ପୂରା କାହାଣୀ କହିଲେ ।”
କାହାକୁ ନେଇ ସରକାର ଗଢିବେ ନୀତିଶ? ଜାଣନ୍ତୁ ରାଜଭବନକୁ ନୀତିଶଙ୍କ ସହ ଯାଇଥିଲେ କିଏ?
କନକ ବ୍ୟୁରୋ : ବିହାରରେ ଭାଙ୍ଗିଛି ଜେଡିୟୁ-ଆରଜେଡି ମେଣ୍ଟ ସରକାର । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନୀତିଶ କୁମାର । ମେଣ୍ଟ ସରକାର ଭାଙ୍ଗିବା ପରେ ଏବେ ବିଜେପି ସହ ମିଶି ପୁଣିଥରେ ସରକାର ଗଢିବେ ନୀତିଶ । ସନ୍ଧ୍ୟା ୫ଟାରେ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ କୁମାର । ସରକାର ଗଢିବା ନେଇ ରାଜ୍ୟପାଳଙ୍କୁ ଭେଟୀ ସମର୍ଥନ ପତ୍ର ଦେଇଛନ୍ତି ନୀତିଶ କୁମାର । ନୀତିଶଙ୍କ ଏହି ନୂଆ ସରକାରକୁ ବିଜେପିContinue reading “କାହାକୁ ନେଇ ସରକାର ଗଢିବେ ନୀତିଶ? ଜାଣନ୍ତୁ ରାଜଭବନକୁ ନୀତିଶଙ୍କ ସହ ଯାଇଥିଲେ କିଏ?”
ସପ୍ତାହକ ମଧ୍ୟରେ ୨ ଥର ଓଡ଼ିଶା ଆସିବେ ମୋଦି । ଫେବ୍ରୁଆରୀ ୧୦ରେ ଭୁବନେଶ୍ୱରରେ ଆୟୋଜିତ ମହିଳା ସମାବେଶରେ ଦେଇପାରନ୍ତି ଯୋଗ ।
କନକ ବ୍ୟୁରୋ : ଗୋଟିଏ ସପ୍ତାହ ଭିତରେ ଦୁଇ ଦୁଇ ଥର ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଫେବୃୟାରୀ ୩ ତାରିଖ ପରେ ପୁଣି ଫେବୃୟାରୀ ୧୦ ତାରିଖରେ ଓଡ଼ିଶା ଆସିପାରନ୍ତି ମୋଦୀ । ଭୁବନେଶ୍ୱରରେ ୧୪ ରାଜ୍ୟର ୨୫ ହଜାରରୁ ଅଧିକ ମହିଳାଙ୍କୁ ଏକ ବିଶାଳ ମହିଳା ସମାବେଶ ଆୟୋଜନ କରୁଛି ଭାରତୀୟ ଜନତା ପାର୍ଟି । ଏହି ସମାବେଶରେ ସାମିଲ୍ ହୋଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସାଧାରଣ ନିର୍ବାଚନ ପୂର୍ବରୁContinue reading “ସପ୍ତାହକ ମଧ୍ୟରେ ୨ ଥର ଓଡ଼ିଶା ଆସିବେ ମୋଦି । ଫେବ୍ରୁଆରୀ ୧୦ରେ ଭୁବନେଶ୍ୱରରେ ଆୟୋଜିତ ମହିଳା ସମାବେଶରେ ଦେଇପାରନ୍ତି ଯୋଗ ।”
ଶତାୟୁ ସଂଗ୍ରାମୀ ନୀଳମଣି ସାମଲଙ୍କ ଶେଷଯାତ୍ରା । ଯାଜପୁର ବାଲିଚନ୍ଦ୍ରପୁରରେ ଅନ୍ତିମ ବିଦାୟ ଦେଲେ ଲୋକେ
କନକ ବ୍ୟୁରୋ : ପଂଚଭୁତରେ ବିଲୀନ ହେଲେ ସଂଗ୍ରାମୀ ନୀଳମଣି । ରାଷ୍ଟ୍ର୍ରୀୟ ମର୍ଯ୍ୟାଦା ସହ ସ୍ୱାଧୀନତା ସଂଗ୍ରାମୀ ନୀଳମଣିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଜନ୍ମଭୂମି ଯାଜପୁର ବଡଚଣା ବ୍ଳକର ବାଲିପଡିଆରେ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇ ତାଙ୍କର ଶେଷକୃତ୍ୟ କରାଯାଇଛି । କଟକ ସ୍ୱରାଜ ଆଶ୍ରମରୁ ତାଙ୍କର ପାର୍ଥିବ ଶରୀର ବାହାରି ଯାଜପୁର ବଡଚଣାରେ ପହଂଚିଥିଲା । ସେଠାରେ ତାଙ୍କର ଶେଶ ଦର୍ଶନ ପାଇଁ ରଖାଯାଇଥିଲା । ପରେ ସେଠାରୁ ଏକ ବିରାଟ ପଟୁଆରରେContinue reading “ଶତାୟୁ ସଂଗ୍ରାମୀ ନୀଳମଣି ସାମଲଙ୍କ ଶେଷଯାତ୍ରା । ଯାଜପୁର ବାଲିଚନ୍ଦ୍ରପୁରରେ ଅନ୍ତିମ ବିଦାୟ ଦେଲେ ଲୋକେ”
ଟିମ ଇଣ୍ଡିଆର ଷ୍ଟାର କ୍ରିକେଟରଙ୍କ ବାପା କରୁଛନ୍ତି ଗ୍ୟାସ ଡେଲିଭରୀ । ଭାଇରାଲ ହେଲା ଭିଡ଼ିଓ, ସୋସିଆଲ ମିଡ଼ିଆରେ ଛୁଟିଲା ପ୍ରଂଶସାର ସୁଅ ।
କନକ ବ୍ୟୁରୋ : ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ରିଙ୍କୁ ସିଂଙ୍କୁ କିଏ ବା ନଜାଣେ । ନିଜ ଧୂଆଁଧାର ବ୍ୟାଟିଂ ପାଇଁ କ୍ରିକେଟପ୍ରେମୀଙ୍କ ମଧ୍ୟରେ ପରିଚିତ ରିଙ୍କୁ । ଆଇପିଏଲରେ ଦମଦାର ପ୍ରଦର୍ଶନ କରି ଟିମ୍ ଇଣ୍ଡିଆରେ ସ୍ଥାନ ପାଇଥିବା ରିଙ୍କୁ ମ୍ୟାଚ ୱିନର ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ପ୍ରତିପକ୍ଷ ଟିମ ହାତରୁ ମ୍ୟାଚ୍ ଛଡାଇ ଆଣିବାରେ ମାହିର ରିଙ୍କୁ । ଯେଉଁଥିପାଇଁ ଟିମ୍ ଇଣ୍ଡିଆର ଭରସାଯୋଗ୍ୟ ବ୍ୟାଟର ଭାବେ ଉଭାContinue reading “ଟିମ ଇଣ୍ଡିଆର ଷ୍ଟାର କ୍ରିକେଟରଙ୍କ ବାପା କରୁଛନ୍ତି ଗ୍ୟାସ ଡେଲିଭରୀ । ଭାଇରାଲ ହେଲା ଭିଡ଼ିଓ, ସୋସିଆଲ ମିଡ଼ିଆରେ ଛୁଟିଲା ପ୍ରଂଶସାର ସୁଅ ।”
ବର୍ଷର ପ୍ରଥମ ମନ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ । କହିଲେ, କୋଟି କୋଟି ଭାରତୀୟଙ୍କୁ ଏକତା ସୁତ୍ରରେ ବାନ୍ଧିଛି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ
କନକ ବ୍ୟୁରୋ : ଚଳିତ ବର୍ଷର ପ୍ରଥମ ମନ କି ବାତ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ରାମ ମନ୍ଦିର, ନାରୀଶକ୍ତି, ପଦ୍ମ ପୁରସ୍କାର ଏବଂ ଗଣତନ୍ତ୍ର ସମ୍ପର୍କରେ ଦେଶବାସୀଙ୍କ ସହ ଆଲୋଚନା କରିଛନ୍ତି ପିଏମ ମୋଦି । କୋଟି କୋଟି ଭାରତୀୟଙ୍କୁ ଏକାଠି କରିପାରିଛି ଅଯୋଧ୍ୟାର ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ । ସେହିପରି ଗଣତନ୍ତ୍ର ଦିବସ ପରେଡରେ ନାରୀଶକ୍ତିର ପ୍ରତିଫଳନ ଦେଖିବାକୁ ମିଳିଛି ବୋଲି କହିଛନ୍ତିContinue reading “ବର୍ଷର ପ୍ରଥମ ମନ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ । କହିଲେ, କୋଟି କୋଟି ଭାରତୀୟଙ୍କୁ ଏକତା ସୁତ୍ରରେ ବାନ୍ଧିଛି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ”