ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ କୁମାର । ବିଧାୟକ ଦଳ ବୈଠକ ପରେ ରାଜଭବନକୁ ଯାଇ ରାଜ୍ୟପାଳଙ୍କୁ ଦେଲେ ଇସ୍ତଫା ପତ୍ର

କନକ ବ୍ୟୁରୋ : ବିହାର ରାଜନୀତିରେ ବଡ଼ ହଟଚମଟ ସୃଷ୍ଟି ହୋଇଛି । ଗତ କିଛି ଦିନ ହେଲା ଯାହା ଚର୍ଚ୍ଚା ହେଉଥିଲା, ତାହା ସତ ହୋଇଛି । ଏବଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନୀତୀଶ କୁମାର । ରାଜ ଭବନରେ ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫା ପ୍ରଦାନ କରିଛନ୍ତି ନୀତୀଶ କୁମାର । ନୀତୀଶଙ୍କ ଇସ୍ତଫା ନେଇ ଗତ କିଛି ଦିନ ହେଲା ଚର୍ଚ୍ଚା ହେଉଥିଲା । ଆଜିି ସକାଳୁ ସକାଳୁ ମଧ୍ୟ ନୀତୀଶଙ୍କContinue reading “ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ କୁମାର । ବିଧାୟକ ଦଳ ବୈଠକ ପରେ ରାଜଭବନକୁ ଯାଇ ରାଜ୍ୟପାଳଙ୍କୁ ଦେଲେ ଇସ୍ତଫା ପତ୍ର”

ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ କୁମାର ! ବିଜେପିରୁ ୨ ଜଣ ଉପ ମୁଖ୍ୟମନ୍ତ୍ରୀ ହେବା ନେଇ ନିଷ୍ପତ୍ତି

କନକ ବ୍ୟୁରୋ : ବିହାର ରାଜନୀତି ଉପରେ ଏବେ ସାରା ଦେଶର ନଜର ରହିଛି । ପୂର୍ବ ଆକଳନ ମୁ୍ତାବକ ଆଜି ବିହାରର ମୁଖ୍ୟମନ୍ତ୍ରୀ ପଦରୁ ନୀତିଶ କୁମାର ଇସ୍ତଫା ଦେଇଛନ୍ତି । ଅପରାହ୍ନ ୪ଟା ସୁଦ୍ଧା ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । ଏହା ମଧ୍ୟରେ ଏକ ବଡ ଖବର ଆସିଛି । ଗତଥର ଜେଡିୟୁ ଓ ବିଜେପି ମେଣ୍ଟ ସରକାରରେ ବିଜେପି ତରଫରୁ ଜଣଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ମିଳିଥିଲା ।Continue reading “ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ କୁମାର ! ବିଜେପିରୁ ୨ ଜଣ ଉପ ମୁଖ୍ୟମନ୍ତ୍ରୀ ହେବା ନେଇ ନିଷ୍ପତ୍ତି”

ପ୍ରଥମ ମାଡ଼ ମାରିଲେ, ପୁଣି କ୍ଷମା ମାଗିଲେ । ପାକିସ୍ତାନୀ ଗାୟକ ରାହତ ଫତେ ଅଲି ଖାନ, ନିଜ ଛାତ୍ରଙ୍କୁ ବାଡ଼ୋଉଥିବାର ଭିଡିଓ ଭାଇରାଲ

କନକ ବ୍ୟୁରୋ : ନିଜ ଛାତ୍ରଙ୍କୁ ମାଡ଼ ମାରିଲେ, ପୁଣି ପରେ କ୍ଷମା ମାଗିଲେ । ଛାତ୍ରଙ୍କୁ ମାଡ଼ ମାରୁଥିବାର ଭିିଡିଓ ଭାଇରାଲ ହେବା ପରେ ସଫେଇ ରଖି କ୍ଷମା ମାଗିଛନ୍ତି ପାକିସ୍ତାନୀ ଗାୟକ ରାହତ ଫତେ ଅଲି ଖାନ । ଛାତ୍ରଙ୍କୁ ମାଡ ମାରୁଥିବାର ଭିଡିଓ ଭାଇରାଲ ହେବା ପରେ ରାହତ ଫତେ ଅଲ୍ଲୀଖାନ କହିଛନ୍ତି କି, ଏହା ତାଙ୍କର ବ୍ୟକ୍ତିଗତ ମାମଲା । ଭିଡିଓରେ ଦେଖିବାକୁ ମିିଳିଥିଲା କି, ଫତେ ଅଲ୍ଲୀଖାନ ଲୋକପ୍ରୀୟ କୱାଲୀContinue reading “ପ୍ରଥମ ମାଡ଼ ମାରିଲେ, ପୁଣି କ୍ଷମା ମାଗିଲେ । ପାକିସ୍ତାନୀ ଗାୟକ ରାହତ ଫତେ ଅଲି ଖାନ, ନିଜ ଛାତ୍ରଙ୍କୁ ବାଡ଼ୋଉଥିବାର ଭିଡିଓ ଭାଇରାଲ”

ଜେଡିୟୁ ବିଧାୟକ ଦଳ ବୈଠକରେ ବଡ଼ ନିଷ୍ପତି । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ କୁମାର

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଜେଡିୟୁ ବିଧାୟକ ଦଳ ବୈଠକରେ ନିଆଗଲା ବଡ଼ ନିଷ୍ପତି । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ବିଧାୟକ ମାନଙ୍କୁ ସୂଚନା ଦେଇଛନ୍ତି ନୀତୀଶ କୁମାର । ସେ ରାଜଭବନରେ ପହଁଚି ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଏହା ପୂର୍ବରୁ ରାଜଭବନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଅପରାହ୍ନରେ ନୂଆ ସରକାର ନେଇପାରେ ଶପଥ ।Continue reading “ଜେଡିୟୁ ବିଧାୟକ ଦଳ ବୈଠକରେ ବଡ଼ ନିଷ୍ପତି । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ କୁମାର”

ପଣ୍ଡିତଙ୍କ ମନ୍ତ୍ରୋଚାରଣଙ୍କ ସାଙ୍ଗକୁ ହୋମଯଜ୍ଞ ଓ ଚଣ୍ଡୀପାଠରେ କମ୍ପୁଛି ସମଲେଇ ପୀଠ । ପଶ୍ଚିମ ଓଡ଼ିଶାର ୧୧ଜିଲ୍ଲାରୁ ଆସିଥିବା ପଣ୍ଡିତ ସାମିଲ

କନକ ବ୍ୟୁରୋ : ସମଲେଇ ମନ୍ଦିର ଯଜ୍ଞ କୁଣ୍ଡରେ ଆଜି ପୁଣି ଆରମ୍ଭ ହୋଇଛି ହୋମଯଜ୍ଞ ଓ ଚଣ୍ଡିପାଠ । ୧୧ଟି ଜିଲ୍ଲାରୁ ୩୦ଜଣ ପୂଜକ ଏହି ପୂଜାପାଠରେ ଲାଗିଛନ୍ତି । ପୁରୋହିତଙ୍କ ମନ୍ତ୍ରୋଚାରଣରେ କମ୍ପୁଛି ପରିବେଶ । ଗତକାଲିଠାରୁ ଆରମ୍ଭ ହୋଇଛି ଯଜ୍ଞ । ୩୧ରେ ଯଜ୍ଞର ପୂର୍ଣ୍ଣାହୁତି ହେବ । ତେବେ ୩୦ତାରିଖ ପରେ ସାଧାରଣ ଶ୍ରଦ୍ଧାଳୁ ସମଲେଇ ପ୍ରକଳ୍ପ ବୁଲି ଭିନ୍ନ ଭିନ୍ନ ଅନୁଭୂତି ସାଉଁଟି ପାରିବେ । ଆସନ୍ତା ୩୧ରେ ଯଜ୍ଞରContinue reading “ପଣ୍ଡିତଙ୍କ ମନ୍ତ୍ରୋଚାରଣଙ୍କ ସାଙ୍ଗକୁ ହୋମଯଜ୍ଞ ଓ ଚଣ୍ଡୀପାଠରେ କମ୍ପୁଛି ସମଲେଇ ପୀଠ । ପଶ୍ଚିମ ଓଡ଼ିଶାର ୧୧ଜିଲ୍ଲାରୁ ଆସିଥିବା ପଣ୍ଡିତ ସାମିଲ”

ନୂଆଦିଲ୍ଲୀ କାଲକାଜି ମନ୍ଦିରରେ ଭଜନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଭାଙ୍ଗିଲା ମଂଚ । ଦଳାଚକଟାରେ ଜଣେ ମୃତ, ୧୭ଜଣ ଆହତ

କନକ ବ୍ୟୁରୋ : ଦିଲ୍ଲୀ କାଲକାଜୀ ମନ୍ଦିରରେ ଗାୟକ ବି ପ୍ରାକଙ୍କ ଭଜନ କାର୍ଯ୍ୟକ୍ରମରେ ଭାଙ୍ଗିଗଲା ମଂଚ । ଦଳାଚକଟାରେ ୧୭ଜଣ ଆହତ, ଜଣେ ମହିଳାଙ୍କ ମୃତ୍ୟୁ । ଭଜନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ରାତି ପ୍ରାୟ ୧୨ଟା ବେଳେ ଏହି ଅଘଟଣ ଘଟିଛି । ପୋଲିସର ସୂଚନା ଅନୁଯାୟୀ ୨୭ତାରିଖ ରାତିରେ ଚାଲିଥିବା ଭଜନ ସମାରୋହ କାର୍ଯ୍ୟକ୍ରମରେ ପ୍ରାୟ ୧୫ଶହରୁ ୧୬ଶହ ଲୋକ ଏକାଠି ହୋଇଥିଲା । ଏହି କାର୍ଯ୍ୟକ୍ରମ ପାଇଁ କୌଣସି ଅନୁମତି ନିଆଯାଇନଥିଲାContinue reading “ନୂଆଦିଲ୍ଲୀ କାଲକାଜି ମନ୍ଦିରରେ ଭଜନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଭାଙ୍ଗିଲା ମଂଚ । ଦଳାଚକଟାରେ ଜଣେ ମୃତ, ୧୭ଜଣ ଆହତ”

୧୦ହଜାରରୁ ଅଧିକ ଗଞ୍ଜେଇ ଗଛକୁ ପୋଡି଼ଲା ପ୍ରଶାସନ ।ନବରଙ୍ଗପୁର ରାଇଘରରେ ଚାଲିଥିଲା ବେଆଇନ ଗଂଜେଇ ଚାଷ, ଆନୁମାନିକ ମୂଲ୍ୟ ଏକ କୋଟିରୁ ଅଧିକ

କନକ ବ୍ୟୁରୋ : ମକା ଓ ପନିପରିବା ଚାଷ ଭିତରେ ହୋଇଥିଲା ଚୋରା ଗଂଜେଇ ଚାଷ । ୧୦ହଜାରରୁ ଅଧିକ ଗଂଜେଇ ଗଛକୁ ପୋଡ଼ିଦେଲା ଜିଲ୍ଲା ପ୍ରଶାସନ । ଏହାର ଅନୁମାନିକ ମୂଲ୍ୟ ୧କୋଟିରୁ ଅଧିକ ଟଙ୍କା ହେବ । ନବରଙ୍ଗପୁର ଜିଲ୍ଲା ରାଇଘରର ଧୁଙ୍ଗିଆଡିହୀ ଗାଁ ନିକଟ ରାସ୍ତା କଡରେ ପ୍ରାୟ ୭ ଏକର ଜଂଗଲ ଓ ସରକାରୀ ଜମି ମଧ୍ୟରେ ମକା ଓ ପନିପରିବାର ଗଛ ଭିତରେ ବେଆଇନ ଗଂଜେଇ ଚାଷ ହୋଇଥିଲା ।Continue reading “୧୦ହଜାରରୁ ଅଧିକ ଗଞ୍ଜେଇ ଗଛକୁ ପୋଡି଼ଲା ପ୍ରଶାସନ ।ନବରଙ୍ଗପୁର ରାଇଘରରେ ଚାଲିଥିଲା ବେଆଇନ ଗଂଜେଇ ଚାଷ, ଆନୁମାନିକ ମୂଲ୍ୟ ଏକ କୋଟିରୁ ଅଧିକ”

ଓଡ଼ିଶାର ଶାଢୀ ବୁଣାକାରଙ୍କୁ ସମ୍ମାନ ପାଇଁ ନିଆରା ପ୍ରୟାସ । ରାଜଧାନୀରେ ପାଟଶାଢୀ ପିନ୍ଧି ଦୌଡିଲେ ୪ହଜାରରୁ ଅଧିକ ମହିଳା

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଛି ପାଟାଥନ୍ । ପାଟ ଶାଢି ପିନ୍ଧି ଶିଖରଚଣ୍ଡୀରୁ କିଟ୍ କ୍ରିକେଟ ଷ୍ଟାଡିୟମ ପର୍ଯ୍ୟନ୍ତ ମାରାଥନରେ ସାମିଲ ହୋଇଛନ୍ତି କିଟ୍ ଓ କିମସର ମହିଳା କର୍ମଚାରୀ । ଓଡ଼ିଶାର ଶାଢୀ ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଓଡ଼ିଶାର ଶାଢୀ ବୁଣାକାର ମାନଙ୍କୁ ସମ୍ମାନ ତଥା ଏହାର ବହୁଳ ପ୍ରଚାର ପ୍ରସାର ସହିତ ମହିଳା ସଶକ୍ତିକରଣ ଓ ଶିକ୍ଷାର ଉନ୍ନତି ଏହି ପାଟାଥନର ଉଦେଶ୍ୟContinue reading “ଓଡ଼ିଶାର ଶାଢୀ ବୁଣାକାରଙ୍କୁ ସମ୍ମାନ ପାଇଁ ନିଆରା ପ୍ରୟାସ । ରାଜଧାନୀରେ ପାଟଶାଢୀ ପିନ୍ଧି ଦୌଡିଲେ ୪ହଜାରରୁ ଅଧିକ ମହିଳା”

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଫୋକସରେ କଟକ । ଗୋଟିଏ ମାସରେ ଆସିଲେଣି ୩ଥର, ବୁଲିଲେଣି କଟକ ଲୋକସଭାର ସବୁ ନିର୍ବାଚନ ମଣ୍ଡଳୀ

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଫୋକସ୍ରେ କଟକ । ଚଳିତ ମାସରେ ତୃତୀୟ ଥର ପାଇଁ କଟକ ଗସ୍ତରେ ଆସିଛନ୍ତି ଅଶ୍ୱିନୀ ବୈଷ୍ଣବ । ଗତକାଲି ଦୁଇ ଦିନିଆ କଟକ ଗସ୍ତରେ ଆସିଛନ୍ତି ରେଳମନ୍ତ୍ରୀ । କଟକରେ ପହଂଚିବା ପରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ସମୀର ଦେଙ୍କ ବାସଭବନରେ ପହଂଚି ତାଙ୍କୁ ସାକ୍ଷାତ କରିଛନ୍ତି । ସମୀର ଦେଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଅଶ୍ୱିନୀ ବୈଷ୍ଣବ । ଆଜିContinue reading “ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଫୋକସରେ କଟକ । ଗୋଟିଏ ମାସରେ ଆସିଲେଣି ୩ଥର, ବୁଲିଲେଣି କଟକ ଲୋକସଭାର ସବୁ ନିର୍ବାଚନ ମଣ୍ଡଳୀ”

ଆଜି ରାଜଧାନୀରେ ଘନ କୁହୁଡି । ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡି ସାଙ୍ଗକୁ ଶୀତ ଅନୁଭୂତ, ୨ଦିନ ପରେ ବଢିପାରେ ରାତି ତାପମାତ୍ରା

କନକ ବ୍ୟୁରୋ : ଆଜି ରାଜଧାନୀରେ ଦେଖାଦେଇଛି ଘନ କୁହୁଡ଼ି । ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡି ସାଙ୍ଗକୁ ଶୀତ ଅନୁଭୂତ ହେଉଛି । କୁହୁଡ଼ି ଯୋଗୁଁ ଦୃଶ୍ୟମାନ ଦୂରତା କମ ରହିଛି । ୨ଦିନ ପରେ କମିପାରେ ଶିତ । ରାତି ତାପମାତ୍ରା ୨ରୁ ୩ଡିଗ୍ରୀ ବଢ଼ିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିିଛି । ଏହାସହ ଫେବ୍ରୁଆରୀ ପହିଲାରୁ ରାଜ୍ୟରେ ପୁଣି ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତାContinue reading “ଆଜି ରାଜଧାନୀରେ ଘନ କୁହୁଡି । ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡି ସାଙ୍ଗକୁ ଶୀତ ଅନୁଭୂତ, ୨ଦିନ ପରେ ବଢିପାରେ ରାତି ତାପମାତ୍ରା”

Design a site like this with WordPress.com
Get started