କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପୂର୍ବରୁ ବିଜେପି ଓବିସି ମୋର୍ଚ୍ଚାର ଗୁରୁତ୍ୱପୂର୍ଣ୍ଣ ବୈଠକ । ଭୁବନେଶ୍ୱର ମଂଚେଶ୍ୱରରେ ସମସ୍ତ ପଦାଧିକାରି ଓ ଜିଲ୍ଲା ସଭାପତିଙ୍କୁ ନେଇ ଆଲୋଚନା ଚାଲିଛି । ବିଜେପି ଓ ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ, ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର ବୈଠକରେ ଉପସ୍ଥିତ ଅଛନ୍ତି । ରାଜ୍ୟରେ ଓବିସିଙ୍କୁ ଅବହେଳା ଓ ସଂରକ୍ଷଣ ଦାବିକୁ ପୁଣି ଜୋରଦାର କରିବାକୁ ଯୋଜନା କରିଛି ଦଳ ।Continue reading “୨୦୨୪ ନିର୍ବାଚନ ପୂର୍ବରୁ ବିଜେପି ଓବିସି ମୋର୍ଚ୍ଚାର ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟରେ ଓବିସିଙ୍କୁ ଅବହେଳା ଓ ସଂରକ୍ଷଣ ଦାବିକୁ ପୁଣି ଜୋରଦାର କରିବାକୁ ଯୋଜନା ।”
Category Archives: News
ପାକିସ୍ତାନରେ ଗତ ୨୦ ଦିନ ମଧ୍ୟରେ ୨୨୦ ପିଲାଙ୍କର ମୃତ୍ୟୁ : କାରଣ କଣ ?
ଆଜିକାଲି ପାକିସ୍ତାନର ପଞ୍ଜାବ ପ୍ରଦେଶ ଶିଶୁ ମୃତ୍ଯୁ ନେଇ ବହୁତ ଚିନ୍ତିତ । ଗତ ୨୦ ଦିନ ମଧ୍ୟରେ ଏଠାରେ ପ୍ରାୟ ୨୨୦ ଜଣ ପିଲା ପ୍ରାଣ ହରାଇଛନ୍ତି । ଏହା ହେଉଛି ସରକାରୀ ତଥ୍ୟ । ପ୍ରକୃତ ସଂଖ୍ୟା ଏହାଠାରୁ ଅଧିକ ହୋଇପାରେ । ମୃତ୍ୟୁବରଣ କରିଥିବା ପିଲାମାନେ ନିମୋନିଆରେ ପୀଡିତ ଥିଲେ । ଗତ ବର୍ଷ ଏହି ପ୍ରଦେଶରେ ନିମୋନିଆ ହେତୁ ପ୍ରାୟ ୧୦୦୦ ପିଲା ପ୍ରାଣ ହରାଇଥିଲେ । ଗତ କିଛିଦିନ ଧରିContinue reading “ପାକିସ୍ତାନରେ ଗତ ୨୦ ଦିନ ମଧ୍ୟରେ ୨୨୦ ପିଲାଙ୍କର ମୃତ୍ୟୁ : କାରଣ କଣ ?”
ବାମ ଛାତ୍ର ସଂଗଠନର ବିରୋଧ ପରେ ରାସ୍ତା ମଝିରେ ଚୌକି ପକାଇ ବସିଲେ କେରଳ ରାଜ୍ୟପାଳ । କହିଲେ, ମୋତେ ଅମିତ୍ ଶାହାଙ୍କ ସହ କଥା କରାଇଦିଅ
କନକ ବ୍ୟୁରୋ : କେରଳ ରାଜ୍ୟପାଳ ଆରିଫ୍ ମହମ୍ମଦ ହଠାତ ଗାଡିରୁ ଉହ୍ଲାଇଲେ ଓ ରାସ୍ତା ମଝିରେ ଚୌକି ପକାଇ ବସିଲେ । କହିଲେ ମୋତେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ କଥା କରାଇଦିଅ । ଏହା ଦେଖି ଦେଖଣାହାରୀ ଚକିତ ହୋଇଗଲେ । ଏହାର କାରଣ ଯାହା ଜଣାପଡିଛି ରାଜ୍ୟପାଳ ଆରିଫ୍ ମହମ୍ମଦ ଏକ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ କେରଳର ବାମଦଳ ସମର୍ଥିତ ଛାତ୍ର ସଂଗଠନ ଏସଏଫଆଇ ବା ଷ୍ଟୁଡେଣ୍ଟ ଫେଡରେସନ ଅଫ୍ ଇଣ୍ଡିଆ ଆରିଫ୍Continue reading “ବାମ ଛାତ୍ର ସଂଗଠନର ବିରୋଧ ପରେ ରାସ୍ତା ମଝିରେ ଚୌକି ପକାଇ ବସିଲେ କେରଳ ରାଜ୍ୟପାଳ । କହିଲେ, ମୋତେ ଅମିତ୍ ଶାହାଙ୍କ ସହ କଥା କରାଇଦିଅ”
ବିଜୟପାଲ ହେଲେ ଓଡ଼ିଶା ବିଜେପିର ନୂଆ ନିର୍ବାଚନ ପ୍ରଭାରୀ । ବୈଜୟନ୍ତଙ୍କୁ ମିଳିଲା ଉତ୍ତରପ୍ରଦେଶ ଦାୟିତ୍ୱ ।
କନକ ବ୍ୟୁରୋ : ଆଗାମୀ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ବିଭିନ୍ନ ରାଜ୍ୟ ପାଇଁ ନିର୍ବାଚନ ପ୍ରଭାରୀ ଓ ସହ-ପ୍ରଭାରୀ ଘୋଷଣା କରିଛି । ଓଡ଼ିଶା ପାଇଁ ବିଜୟପାଲ ସିଂ ତୋମାରଙ୍କୁ ପ୍ରଭାରୀ ଦାୟିତ୍ୱ ଦିଆଯାଇଥିବା ବେଳେ ଲତା ଉସେଣ୍ଡିଙ୍କୁ ସହ-ପ୍ରଭାରୀ ଦାୟିତ୍ୱ ମିଳିଛି । ସେହିଭଳି ୨୩ ରାଜ୍ୟ ପାଇଁ ପ୍ରଭାରୀ ଓ ସହ-ପ୍ରଭାରୀଙ୍କ ନାଁ ଘୋଷଣା କରିଛି ବିଜେପି । ଉତ୍ତରପ୍ରଦେଶ ପାଇଁ ବୈଜୟନ୍ତ ପଣ୍ଡାଙ୍କୁ ଏକାକୀ ପ୍ରଭାରୀ ଦାୟିତ୍ୱ ମିଳିଛିContinue reading “ବିଜୟପାଲ ହେଲେ ଓଡ଼ିଶା ବିଜେପିର ନୂଆ ନିର୍ବାଚନ ପ୍ରଭାରୀ । ବୈଜୟନ୍ତଙ୍କୁ ମିଳିଲା ଉତ୍ତରପ୍ରଦେଶ ଦାୟିତ୍ୱ ।”
ସମଲେଇ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ । ମା’ ସମଲେଇଙ୍କୁ ଦର୍ଶନ କରିବା ପରେ କଲେ ଉଦଘାଟନ ।
କନକ ବ୍ୟୁରୋ: ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପର ଆଜି ହୋଇଛି ଲୋକାର୍ପଣ । ପ୍ରଥମେ ମା’ ସମଲେଇଙ୍କୁ ଦର୍ଶନ କରିବା ପରେ ପ୍ରକଳ୍ପ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ପଶ୍ଚିମ ଓଡିଶାର ଆଧ୍ୟାତ୍ମିକ ଭାବାବେଗର ପ୍ରାଣକେନ୍ଦ୍ର, ମା’ ସମଲେଶ୍ୱର ପୀଠରେ ନିର୍ମାଣ ଚାଲିଥିବା ଏହି ପ୍ରକଳ୍ପର ଲୋକାର୍ପଣ କରିବାକୁ ନେଇ ପୁରା ପରିବେଶ ଉତ୍ସବମୁଖର ହୋଇଉଠିଛି । ମା’ ସମଲେଇ ପ୍ରକଳ୍ପ ଲୋକାର୍ପଣ ପାଇଁ ଆଜି ସକାଳୁ ଆରମ୍ଭ ହୋଇଥିଲା ହୋମଯଜ୍ଞ । ପୁରୋହିତଙ୍କ ମନ୍ତ୍ରୋଚାରଣ ଓContinue reading “ସମଲେଇ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ । ମା’ ସମଲେଇଙ୍କୁ ଦର୍ଶନ କରିବା ପରେ କଲେ ଉଦଘାଟନ ।”
ଆଜି ଇସ୍ତଫା ଦେବେ ନୀତିଶ କୁମାର ! ବିଜେପି ସହ ମିଶି ପୁରୁଣା ଫର୍ମୁଲାରେ ଗଢିବେ ନୂଆ ସରକାର ।
କନକ ବ୍ୟୁରୋ: ବିହାରରେ ପୁଣିଥରେ ହେବାକୁ ଯାଉଛି ସତ୍ତା ପରିବର୍ତ୍ତନ । ମହାମେଣ୍ଟ ସହ ସମ୍ପର୍କ ଛିନ୍ନ କରି ପୁଣିଥରେ ଏନଡିଏ ମେଣ୍ଟରେ ସାମିଲ ହେବାକୁ ଯାଉଛନ୍ତି ନୀତିଶ କୁମାର । ତେବେ ମେଣ୍ଟ ସରକାର ବଦଳୁଥିଲେ ବି, ମୁଖ୍ୟମନ୍ତ୍ରୀ କିନ୍ତୁ ସମାନ ରହିବେ ବୋଲି ଜଣାପଡିଛି । ମହାମେଣ୍ଟ ସରକାର ଭଳି ଏନଡିଏ ଏବଂ ଜେଡିୟୁ ସରକାରରେ ନୀତିଶ କୁମାର ହିଁ ମୁଖ୍ୟମନ୍ତ୍ରୀ ରହିବେ ବୋଲି ସ୍ପଷ୍ଟ ହେଇଯାଇଛି । ଆଉ ପୁଣିଥରେ ପୁରୁଣା ଫର୍ମୁଲାContinue reading “ଆଜି ଇସ୍ତଫା ଦେବେ ନୀତିଶ କୁମାର ! ବିଜେପି ସହ ମିଶି ପୁରୁଣା ଫର୍ମୁଲାରେ ଗଢିବେ ନୂଆ ସରକାର ।”
ଦିଲ୍ଲୀରେ ‘ଅପରେସନ୍ ଲୋଟସ୍’ ଷଡଯନ୍ତ୍ର ରଚୁଛି ବିଜେପି, ଆପ୍ ବିଧାୟକଙ୍କୁ ଦେଉଛି ୨୫ କୋଟିର ଅଫର୍’: କେଜ୍ରିୱାଲଙ୍କ ବଡ ଦାବୀ
କନକ ବ୍ୟୁରୋ: ଦିଲ୍ଲୀରେ ଶାସକ ଦଳ ଆପ୍ ବିଜେପିକୁ ଟାର୍ଗେଟ କରିଛି । ବିଜେପି ଆପ ୍ବିଧାୟକଙ୍କୁ ହାତ କରି ଦିଲ୍ଲୀରେ ଆପ୍ ସରକାରକୁ ଭାଙ୍ଗିବାକୁ ‘ଅପରେସନ୍ ଲୋଟସ୍’ ଚଳାଇଥିବା ଅଭିଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏହାକୁ ନେଇ କେଜ୍ର୍ରିିୱାଲ ସୋସିଆଲ ମିଡିଆରେ ଲମ୍ବା ଚଉଡା ପୋଷ୍ଟ କରିଛନ୍ତି । ଏଥିରେ ସେ ଦାବୀ କରିଛନ୍ତି ଯେ, ‘ଦିଲ୍ଲୀରେ ଆପ୍ ବିଧାୟକଙ୍କୁ ଦଳରୁ କାଢିନେବାକୁ ଚେଷ୍ଟା କରାଯାଉଛି । ବିଜେପି ଦିଲ୍ଲୀରେ ୭ଜଣ ଆପ୍Continue reading “ଦିଲ୍ଲୀରେ ‘ଅପରେସନ୍ ଲୋଟସ୍’ ଷଡଯନ୍ତ୍ର ରଚୁଛି ବିଜେପି, ଆପ୍ ବିଧାୟକଙ୍କୁ ଦେଉଛି ୨୫ କୋଟିର ଅଫର୍’: କେଜ୍ରିୱାଲଙ୍କ ବଡ ଦାବୀ”
ମହଙ୍ଗା ପଡିଲା ପରକୀୟା ପ୍ରୀତି । ପ୍ରେମିକକୁ ଦେଖା କରିବାକୁ ଆସି ଫିସିଗଲା ପ୍ରେମିକା । ମହିଳାଙ୍କୁ ଗଛରେ ବାନ୍ଧି ପୁଲିସ ଜିମା ଦେଲେ ସ୍ତ୍ରୀ ଓ ଗାଁ ଲୋକେ ।
କନକ ବ୍ୟୁରୋ: ମହଙ୍ଗା ପଡିଲା ପରକୀୟା ପ୍ରୀତି । ପ୍ରେମିକକୁ ଦେଖା କରିବାକୁ ଆସି ଫିସିଗଲା ପ୍ରେମିକା । ମହିଳାଙ୍କୁ ଗଛରେ ବାନ୍ଧି ପୁଲିସ ଜିମା ଦେଲେ ଲୋକେ । ବାଲେଶ୍ୱର ସୋର ଅଞ୍ଚଳର ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ସୂଚନା ମୁତାବକ, ସୋର କମରପୁର ଗାଁ ଜଣେ ବିବାହିତ ବ୍ୟକ୍ତିଙ୍କୁ ପ୍ରେମ କରୁଥିଲେ ମହିଳା । ଉଭୟଙ୍କ ପ୍ରେମ ପାଇଁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ମଧ୍ୟ ହେଉଥିଲା ।Continue reading “ମହଙ୍ଗା ପଡିଲା ପରକୀୟା ପ୍ରୀତି । ପ୍ରେମିକକୁ ଦେଖା କରିବାକୁ ଆସି ଫିସିଗଲା ପ୍ରେମିକା । ମହିଳାଙ୍କୁ ଗଛରେ ବାନ୍ଧି ପୁଲିସ ଜିମା ଦେଲେ ସ୍ତ୍ରୀ ଓ ଗାଁ ଲୋକେ ।”
ଅସ୍ତରଙ୍ଗରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ଘରୁ ଲୁଟ୍ । ମାରଣାସ୍ତ୍ର ଦେଖାଇ ଲୁଟିନେଲେ ୫ଲକ୍ଷ ଟଙ୍କାର ସୁନା ଗହଣା ଓ ନଗଦ ୮୦ହଜାର ଟଙ୍କା ।
କନକ ବ୍ୟୁରୋ: ପୁରୀ ଅସ୍ତରଙ୍ଗ ଆଳସାହି ଗାଁରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ଘରୁ ଲୁଟ୍ । ମାରଣାସ୍ତ୍ର ଦେଖାଇ, ହାତଗୋଡ଼ ବାନ୍ଧି ଲୁଟିନେଲେ ନଗଦ ଟଙ୍କା ସାଙ୍ଗକୁ ସୁନା ଅଳଙ୍କାର । ୫ଲକ୍ଷ ଟଙ୍କାର ସୁନା ଗହଣା ସାଙ୍ଗକୁ ନଗଦ ୮୦ହଜାର ଟଙ୍କା ଦୁବୃର୍ତ ଚୋରି କରିନେଇଥିବା ଅଭିଯୋଗ ହୋଇଛି । ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବିଷ୍ଣୁଚରଣ ମଲ୍ଲିକଙ୍କ ପରିବାର ପକ୍ଷରୁ ଏନେଇ ଥାନାରେ ଏତଲା ଦିଆଯାଇଛି । ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । TheContinue reading “ଅସ୍ତରଙ୍ଗରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ଘରୁ ଲୁଟ୍ । ମାରଣାସ୍ତ୍ର ଦେଖାଇ ଲୁଟିନେଲେ ୫ଲକ୍ଷ ଟଙ୍କାର ସୁନା ଗହଣା ଓ ନଗଦ ୮୦ହଜାର ଟଙ୍କା ।”
ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ନୀତିଶ, କଂଗ୍ରେସର ଅନେକ ବିଧାୟକ ଦଳ ଛାଡିବା ଆଶଙ୍କା ! ବିହାର ରାଜନୀତିରେ ହୋଇପାରେ ବଡ ଧରଣର ଓଲଟପାଲଟ ।
କନକ ବ୍ୟୁରୋ : ଆଜି ବିହାର ରାଜନୀତିରେ ବଡ ଧରଣର ଓଲଟପାଲଟ ହୋଇପାରେ । ଆଜି ଜେଡିୟୁ-ଆରଜେଡି ମେଣ୍ଟ ସରକାରରେ ମୁଖ୍ୟମନ୍ତ୍ରୀ ପଦରୁ ନୀତିଶ କୁମାର ଇସ୍ତଫା ଦେବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ମେଣ୍ଟ ସରକାରରୁ ଇସ୍ତଫା ଦେବା ପରେ ନୀତିଶ କୁମାର ବିଜେପି ସହ ମିଶି ପୁଣିଥରେ ସରକାର ଗଢିବା ସହ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । କେବଳ ନୀତିଶ ମେଣ୍ଟ ସରକାରରୁ ଓହରିବେନି ବରଂ କଂଗ୍ରେସର କିଛିContinue reading “ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ନୀତିଶ, କଂଗ୍ରେସର ଅନେକ ବିଧାୟକ ଦଳ ଛାଡିବା ଆଶଙ୍କା ! ବିହାର ରାଜନୀତିରେ ହୋଇପାରେ ବଡ ଧରଣର ଓଲଟପାଲଟ ।”