କନକ ବ୍ୟୁରୋ: ପଦ ପଦବୀ ଗଲା ପରେ ଅବହେଳିତ ଆଉ ଅଲୋଡା ବ୍ଲକ ମୁଖିଆ । ବ୍ଲକ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶରେ ବହୁ ଉନ୍ନତି ମୂଳକ କାମ ହେଉଛି । ହେଲେ ପଦବୀ ଯାଇସାରିଲା ପରେ ଏବେ ଯେମିତି ଅଲୋଡା ହାଇପଡିଛନ୍ତି ସମ୍ବଲପୁର ଧନକଉଡା ବ୍ଲକ ବଡସିଂହାରୀ ଗାଁର ପୂର୍ବତନ ବ୍ଲକ ଅଧ୍ୟକ୍ଷା ମୈଥଳୀ ବଗର୍ତୀ । ୨୦୦୭ରୁ ୨୦୧୨ ମସିହା ଯାଏଁ ମୈଥଳୀ ବ୍ଲକ ଅଧ୍ୟକ୍ଷା ହୋଇଥିଲେ । ତାଙ୍କ ସମୟରେ ଅନେକ କାମ ହେବା ସହContinue reading “ଦିନେ ଥିଲେ ବ୍ଲକ୍ ଅଧ୍ୟକ୍ଷ, ହେଲେ ଆଜି ଅବହେଳିତ । ପଦବୀ ଗଲା ପରେ ଦୁର୍ଦ୍ଦିନରେ ବିତୁଛି ଜୀବନ ।”
Category Archives: News
କେବଳ ପାଣି ଓ ଜୁସ୍ ରେ ୫୦ ବର୍ଷ ଜୀବିତ
ଭିଏତନାମରେ ରହୁଥିବା ଜଣେ ବୃଦ୍ଧ ମହିଳା ଦାବି କରିଛନ୍ତି ଯେ ସେ ଗତ ୫୦ ବର୍ଷ ମଧ୍ୟରେ କୌଣସି କଠିନ ଖାଦ୍ୟ ଖାଇ ନାହାଁନ୍ତି ଏବଂ କେବଳ ପାଣି ଏବଂ ମୃଦୁ ପାନୀୟ ପିଇ ଜୀବନଯାପନ କରୁଛନ୍ତି । କୌତୁହଳର ବିଷୟ ହେଉଛି ସେ କେବେ ବି ଅସୁସ୍ଥ ହୋଇନାହାନ୍ତି କି ହସ୍ପିଟାଲ ଯାଇନାହାନ୍ତି । ଦୁନିଆରେ ବିଭିନ୍ନ ପ୍ରକାରର ଲୋକ ଅଛନ୍ତି ଏବଂ ସେମାନେ ସେମାନଙ୍କର ନିଜର ନିୟମ ଅନୁଯାୟୀ ଜୀବନ ଅତିବାହିତ କରନ୍ତି ।Continue reading “କେବଳ ପାଣି ଓ ଜୁସ୍ ରେ ୫୦ ବର୍ଷ ଜୀବିତ”
ପୁଅକୁ ବଂଚାଇବାକୁ ମାଆର ଝୁଙ୍କ୍ । ପରିଣତ ବୟସରେ ପୁଅକୁ କିଡନୀ ଦେବାକୁ ପ୍ରସ୍ତୁତ ମା’, ହେଲେ ଅପରେଶନ ପାଇଁ ଅର୍ଥ ସାଜିଛି ବାଧକ
କନକ ବ୍ୟୁରୋ : ଦୁନିଆରେ ମାଆର ସ୍ଥାନ ସବୁଠି ଉପରେ । ମାଆର ସ୍ନେହ ଆଗରେ ସବୁ କିଛି ତୁଚ୍ଛ । ନିଜ ସନ୍ତାନ ପାଇଁ ମାଆ ସବୁ ପରିସ୍ଥିତିକୁ ସାମନା କରିବାକୁ ପ୍ରସ୍ତୁତ ଥାଏ । ଏପରିକି ନିଜ ଜୀବନ ଦେବାକୁ ବି କୁଣ୍ଠାବୋଧ ହୁଏନି । ସେହିଭଳି ଏକ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଡେରାବିଶ ମଙ୍ଗରାଜପୁରର ଗାଁରେ । ଗାଁର ଏହି ମହିଳା ଜଣକ ହେଉଛନ୍ତି ଭଗବତୀ ଦାସ । ବଡ ହସଖୁସିରେContinue reading “ପୁଅକୁ ବଂଚାଇବାକୁ ମାଆର ଝୁଙ୍କ୍ । ପରିଣତ ବୟସରେ ପୁଅକୁ କିଡନୀ ଦେବାକୁ ପ୍ରସ୍ତୁତ ମା’, ହେଲେ ଅପରେଶନ ପାଇଁ ଅର୍ଥ ସାଜିଛି ବାଧକ”
ବଲାଙ୍ଗୀର ପୁଇଁତଲା ବହଲପଦର ଗାଁରେ କଙ୍ଗାରୁ କୋର୍ଟ । ଲୋକଙ୍କୁ ନଜଣାଇ ଘର ଦ୍ୱାର ଭାଙ୍ଗିଲେ ଗାଁର ଲୋକ
କନକ ବ୍ୟୁରୋ : ଯୁଗ ବଦଳୁଛି । ହେଲେ ଲୋକଙ୍କ ମାନସିକତାର ପରିବର୍ତନ ହୋଇପାରୁନି । ଏବେ ବି ଗାଁ ଗହଳି ଗୁଡିକରେ ଅନ୍ଧିବିଶ୍ୱାସ ଚିତ୍ର ଦେଖିବାକୁ ମିଳୁଥିବା ବେଳେ ଚାଲିଛି ଅନ୍ଧାରୀ ଶାସନ । ବହୁ ନିରୀହ ଲୋକ ନିର୍ଯାତିତ ହେଉଛନ୍ତି । ହେଲ ଚୁପ୍ ବସିଛି ପ୍ରଶାସନ । ଏଇ ଯେମିତି ବଲାଙ୍ଗୀର ପୁଇଁତଲା ବହଲପଦର ଗାଁରେ କିଛି ଚିତ୍ର ସାମନାକୁ ଆସିଛି । ଗାଁରେ କଙ୍ଗାରୁକୋର୍ଟ କରି ଗାଁର ଗରିବଙ୍କ ଘରଦ୍ୱାର ଭାଙ୍ଗିଦିଆଯାଇଛିContinue reading ” ବଲାଙ୍ଗୀର ପୁଇଁତଲା ବହଲପଦର ଗାଁରେ କଙ୍ଗାରୁ କୋର୍ଟ । ଲୋକଙ୍କୁ ନଜଣାଇ ଘର ଦ୍ୱାର ଭାଙ୍ଗିଲେ ଗାଁର ଲୋକ”
ମେଗା ଉଠାଜଳସେଚନ ନାଁରେ ଚାଷୀଙ୍କୁ ଧୋକା । ଉଦଘାଟନ ପରେ ବି ଆସୁନି ପାଣି, ଖତ ଖାଉଛି ୨୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ପ୍ରକଳ୍ପ
କନକ ବ୍ୟୁରୋ : ପ୍ରକଳ୍ପ ନାଁରେ ପ୍ରହସନ । ଉଦଘାଟନ ପରେ ବି ଆସୁନି ପାଣି । ପ୍ରକଳ୍ପ ଲୋକାର୍ପଣର ୧୫ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପ୍ରକଳ୍ପ ଲୋକଙ୍କ କାମରେ ଆସୁନାହିଁ । ପ୍ରୋଜେକ୍ଟରୁ ଏବେ ପାଣି ମୁନ୍ଦେ ବି ବାହାରୁନି । ଖାଲି ସେତିକି ନୁହେଁ ପ୍ରକଳ୍ପରରେ ତାଲା ଝୁଲୁଛି । ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ବର୍ଷସାରା ଚାଷୀଙ୍କ ଜମିରେ ଫସଲ ଅମଳ ହେବ ସ୍ୱପ୍ନ ଦେଖିଥିଲେ ଚାଷୀ । ଚାଷୀର ସମସ୍ତContinue reading “ମେଗା ଉଠାଜଳସେଚନ ନାଁରେ ଚାଷୀଙ୍କୁ ଧୋକା । ଉଦଘାଟନ ପରେ ବି ଆସୁନି ପାଣି, ଖତ ଖାଉଛି ୨୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ପ୍ରକଳ୍ପ”
୨୦୨୪ ନିର୍ବାଚନ ପୂର୍ବରୁ ଚଳଚଞ୍ଚଳ କଳାହାଣ୍ଡି ଜିଲ୍ଲାର ରାଜନୈତିକ ପାଣିପାଗ । ଲାଂଜିଗଡରୁ କିଏ ହେବ ପ୍ରାର୍ଥୀ ? ଲମ୍ବି ଚାଲିଛି ଆଶାୟୀଙ୍କ ସଂଖ୍ୟା
କନକ ବ୍ୟୁରୋ : ଆଦିବାସୀ ବହୁଳ ବିଧାନସଭା କ୍ଷେତ୍ର କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ । ବଣ, ପାହାଡ ଘେରା ଏହି ନିର୍ବାଚନମଣ୍ଡଳୀରେ ୨୦୨୪ନିର୍ବାଚନକୁ ନେଇ ଆରମ୍ଭ ହୋଇଗଲାଣି ଚର୍ଚ୍ଚା । ଅନ୍ୟପଟେ ନିର୍ବାଚନରେ ପ୍ରାର୍ଥୀ ହେବାକୁ ଲମ୍ବି ଚାଲିଛି ଆଶାୟୀଙ୍କ ସଂଖ୍ୟା । ବିଶେଷକରି ଶାସକ ଦଳ ବିଜେଡିରୁ ଟିକେଟ ଆଶାୟୀଙ୍କ ସଂଖ୍ୟା ଅଧିକ ରହିଛି । ବର୍ତମାନର ବିଧାୟକ ପ୍ରଦୀପ କୁମାର ଦିସାରି ତାଲିକାରେ ଆଗରେ ରହିଛନ୍ତି । ସେହିପରି କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦContinue reading ” ୨୦୨୪ ନିର୍ବାଚନ ପୂର୍ବରୁ ଚଳଚଞ୍ଚଳ କଳାହାଣ୍ଡି ଜିଲ୍ଲାର ରାଜନୈତିକ ପାଣିପାଗ । ଲାଂଜିଗଡରୁ କିଏ ହେବ ପ୍ରାର୍ଥୀ ? ଲମ୍ବି ଚାଲିଛି ଆଶାୟୀଙ୍କ ସଂଖ୍ୟା”
ଦୁର୍ବଳ ବାତ୍ୟା ମିଗଜୋମ୍ । ବିଭିନ୍ନ ସ୍ଥାନରେ କୋହଲା ପାଗ ସହ ଲାଗି ରହିଛି ଝିପି ଝିପି ବର୍ଷା, ପାଣିରେ ଭାସିଲା ପାଚିଲା ଧାନ
କନକ ବ୍ୟୁରୋ : ବାତ୍ୟାର ପ୍ରଭାବରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ଲାଗି ରହିଛି । ପୁରୀ, ଗଂଜାମ, ଜଗତସିଂହପୁର, ଖୋର୍ଦ୍ଧା ଜିଲ୍ଲା ସହ ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ଆହୁରି ୨୪ ଘଂଟା କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା ଲାଗୁ ରହିବ । ତେବେ ବାତ୍ୟା ଯୋଗୁ ଚାଷୀଙ୍କ ମୁଣ୍ଡରେ ପଡିଛି ଚଡକ । ବର୍ଷାରେ ଉଜୁଡ଼ ଯାଇଛି କ୍ଷେତ । ପଚିଲା ଫସଲ ହୋଇଛି ପ୍ରଭାବିତContinue reading “ଦୁର୍ବଳ ବାତ୍ୟା ମିଗଜୋମ୍ । ବିଭିନ୍ନ ସ୍ଥାନରେ କୋହଲା ପାଗ ସହ ଲାଗି ରହିଛି ଝିପି ଝିପି ବର୍ଷା, ପାଣିରେ ଭାସିଲା ପାଚିଲା ଧାନ”
ତିନି ରାଜ୍ୟରେ ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ କରିପାରେ ବିଜେପି । ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶକୁ ମିଳିବ ନୂଆ ମୁହଁ
କନକ ବ୍ୟୁରୋ: ତିନି ରାଜ୍ୟରେ କିଏ ହେବେ ମୁଖ୍ୟମନ୍ତ୍ରୀ? ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ କିଏ ସମ୍ଭାଳିବେ ବିଜେପି ମଙ୍ଗ? କାହାକୁ ଏତେ ବଡ଼ ଦାୟିତ୍ୱ ଦେବେ ମୋଦି-ଶାହା ଯୋଡ଼ି? ଏଭଳି କିଛି ପ୍ରଶ୍ନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଥିବା ବେଳେ ଖବର ମିଳୁଛି ଯେ, ବିଜେପି ହାଇକମାଣ୍ଡ ତିନିଟି ଯାକ ରାଜ୍ୟରେ ନୂଆ ଚେହେରାକୁ ଦାୟିତ୍ୱ ଦେବାକୁ ଯାଉଛି । ଏନେଇ ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇ ଏକ ଟୁଇଟ୍ କରିଛି ।Continue reading “ତିନି ରାଜ୍ୟରେ ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ କରିପାରେ ବିଜେପି । ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶକୁ ମିଳିବ ନୂଆ ମୁହଁ”
ନେହେରୁଙ୍କ ଭୁଲ ପାଇଁ ପିଓକେର ସୃଷ୍ଟି, ନଚେତ ଏହା ଏବେ ଭାରତର ଅଂଶବିଶେଷ ହୋଇ ରହିଥାନ୍ତା । ସଂସଦରେ ଅମିତ ଶାହାଙ୍କ ବୟାନକୁ ନେଇ ବିରୋଧୀଙ୍କ ହଙ୍ଗାମା ।
କନକ ବ୍ୟୁରୋ : ଜମ୍ମୁ-କାଶ୍ମୀର ପୁନଃଗଠନ ବିଧେୟକକୁ ନେଇ ସଂସଦରେ ଆଲୋଚନା କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ସଂସଦରେ ଏହି ଆଲୋଚନା ବେଳେ ଅମିତ ଶାହା କଂଗ୍ରେସକୁ ଟାର୍ଗେଟ କରିବାକୁ ଭୁଲିନାହାନ୍ତି । ନିଜ ସମ୍ବୋଧନରେ ଶାହା କହିଛନ୍ତି, ଜମ୍ମୁ-କାଶ୍ମୀରରୁ ଧାରା-୩୭୦ ଉଚ୍ଛେଦ କରିବା ନିଷ୍ପତ୍ତି କିଛି ଲୋକଙ୍କୁ ଖରାପ ଲାଗୁଛି । ଧାରା ୩୭୦ ପାଇଁ ୪୫ ହଜାର ଲୋକ ମୃତ୍ୟୁବରଣ କରିଛନ୍ତି । କିନ୍ତୁ ଏହି ଧାରାକୁ ମୋଦୀ ସରକାର ଉଚ୍ଛେଦ କରିଛନ୍ତିContinue reading “ନେହେରୁଙ୍କ ଭୁଲ ପାଇଁ ପିଓକେର ସୃଷ୍ଟି, ନଚେତ ଏହା ଏବେ ଭାରତର ଅଂଶବିଶେଷ ହୋଇ ରହିଥାନ୍ତା । ସଂସଦରେ ଅମିତ ଶାହାଙ୍କ ବୟାନକୁ ନେଇ ବିରୋଧୀଙ୍କ ହଙ୍ଗାମା ।”
ଆସିବ ନୂଆ ଗର୍ଭ ନିରୋଧକ ପଦ୍ଧତି । ରାଜ୍ୟ ପରିବାର ନିୟୋଜନରେ ଯୋଡି ହେଲା ଦୁଇ ନୂଆ ଗର୍ଭନିରୋଧକ ।
କନକ ବ୍ୟୁରୋ: ଆସିବ ନୂଆ ଗର୍ଭନିରୋଧକ ପଦ୍ଧତି । ରାଜ୍ୟ ପରିବାର ନିୟୋଜନରେ ଯୋଡି ହେଲା ଦୁଇ ନୂଆ ଗର୍ଭନିରୋଧକ । ଏହି ଦୁଇ ପଦ୍ଧତି ହେଉଛି ସବ ଡର୍ମାଲ ଇମ୍ଲାଣ୍ଟ ଓ ଅନ୍ତରା ଇଞ୍ଜେକସନ । ସବ ଡର୍ମାଲ ଇମ୍ଲାଣ୍ଟ ପଦ୍ଧତିରେ ମହିଳାଙ୍କ ବାମ ହାତର ଉପର ଭାଗରେ ଚର୍ମ ତଳେ ନିଡିଲ ଆକାରର ଏକ ରଡ ରଖାଯିବ । ଏହା ତିନି ବର୍ଷ ପର୍ଯ୍ୟନ୍ତ ଶରୀରରେ ରହିବ । ସେଥିରୁ ଏକ ହର୍ମନ କ୍ଷରିତContinue reading “ଆସିବ ନୂଆ ଗର୍ଭ ନିରୋଧକ ପଦ୍ଧତି । ରାଜ୍ୟ ପରିବାର ନିୟୋଜନରେ ଯୋଡି ହେଲା ଦୁଇ ନୂଆ ଗର୍ଭନିରୋଧକ ।”