କନକ ବ୍ୟୁରୋ : କିଛି ଚିତ୍ର ହିଁ ବୟାନ କରୁଛି ଦୀର୍ଘ ଦିନ ପରେ ଘରକୁ ଫେରିବା ଖୁସି କ’ଣ । ବିଶେଷ କରି ଯେବେ ମୃତ୍ୟୁର ଜାଲରୁ ଜଣେ ପୁର୍ନଜନ୍ମ ପାଏ ତାର ଅନୁଭୂତି, ଖୁସିକୁ ଶଦ୍ଧରେ ପ୍ରକାଶ କରିବା ହୁଏତ ଏତେ ସହଜ ନୁହେଁ । ଜୀବନ ସଂଘର୍ଷରେ ଜିତିବାପରେ ଯେବେ ନିଜ ପରିବାର, ପରିଜନଙ୍କୁ ମଣିଷ ଭେଟେ ସେହି ସମୟର ଦୃଶ୍ୟ କିଛି ଏଭଳି ରହେ । ଏମାନେ ହେଉଛନ୍ତି ଶ୍ରମବୀର ।ଘରେContinue reading “ଏମସରୁ ଡିସଚାର୍ଜ ପରେ ଘରକୁ ଫେରିଲେ ଉଦ୍ଧାର ଶ୍ରମିକ । ମିଠା ଖୁଆଇ, ଫୁଲ ଦେଇ ସ୍ୱାଗତ ଜଣାଇଲେ ପରିବାର”
Category Archives: News
ଦୁବାଇରେ ଆୟୋଜିତ ବିଶ୍ୱ ଜଳବାୟୁ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ । ମୋଦୀ କହିଲେ, ଜଳବାୟୁ ପରିବର୍ତନ ସମସ୍ୟା ମୁକାବିଲା ଆବଶ୍ୟକ ମିଳିତ ସହଯୋଗ
କନକ ବ୍ୟୁରୋ : ଦୁବାଇରେ ଆୟୋଜିତ ବିଶ୍ୱ ଜଳବାୟୁ ସମ୍ମିଳନୀରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ମୋଦୀ କହିଛନ୍ତି ଜଳବାୟୁ ପରିବର୍ତନ ଏକ ବଡ ସମସ୍ୟା । ଏହାର ମୁକାବିଲା ପାଇଁ ମିଳିତ ସହଯୋଗର ଆବଶ୍ୟକା ରହିଛି । ପରିବେଶ ଓ ଅର୍ଥନୀତି ମଧ୍ୟରେ ଏକ ସନ୍ତୁଳନ ରକ୍ଷା କରି ବିଶ୍ୱ ପାଇଁ ଏକ ବଡ ଉଦାହରଣ ହୋଇପାରିଛି ଭାରତ । ଗୋଟିଏ ପୃଥିବୀ, ଗୋଟିଏ ପରିବାର ଓ ଗୋଟିଏ ଭବିଷ୍ୟତContinue reading “ଦୁବାଇରେ ଆୟୋଜିତ ବିଶ୍ୱ ଜଳବାୟୁ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ । ମୋଦୀ କହିଲେ, ଜଳବାୟୁ ପରିବର୍ତନ ସମସ୍ୟା ମୁକାବିଲା ଆବଶ୍ୟକ ମିଳିତ ସହଯୋଗ”
ସତ ହେବ ଏଗଜିଟ ପୋଲ ରିପୋର୍ଟ ନା ଠିକ ପ୍ରମାଣିତ ହେବ ଦଳଗୁଡିକଙ୍କର ଦାବି । ୫ରାଜ୍ୟ ବୁଥବାହୁଡା ମତକୁ ନେଇ ବଢ଼ିଲା ତର୍କବିର୍ତକ
କନକ ବ୍ୟୁରୋ : ବୁଥବାହୁଡା ମତ ଅନୁସାରେ ୫ଟି ରାଜ୍ୟରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହେଉଛି । ବିଜେପି ଓ କଂଗ୍ରେସ ଦୁଇଟି ଲେଖାଏଁ ରାଜ୍ୟରେ ସରକାର ଗଢିବେ ବୋଲି କୁହାଯାଉଛି । କିନ୍ତୁ ମିଜୋରାମରେ ଝୁଲା ସରକାର ଦେଖିବାକୁ ମଳିବ ଏଗଜିଟ୍ ପୋଲ ସୂଚନା ମଳିଛି । ସବଠୁ ବଡ଼ କଥା ହେଉଛି ଏଥର ଏକପାଖିଆ ଭାବେ କୌଣସି ଦଳ ବିଜୟୀ ହୋଇନପାରେ ବୋଲି କୁହାଯାଉଛି । ଏଗଜିଟ ପୋଲ ରିପୋର୍ଟContinue reading “ସତ ହେବ ଏଗଜିଟ ପୋଲ ରିପୋର୍ଟ ନା ଠିକ ପ୍ରମାଣିତ ହେବ ଦଳଗୁଡିକଙ୍କର ଦାବି । ୫ରାଜ୍ୟ ବୁଥବାହୁଡା ମତକୁ ନେଇ ବଢ଼ିଲା ତର୍କବିର୍ତକ”
ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ରାଜ୍ୟରେ ବର୍ଷା ଆଶଙ୍କା । ୩ରୁ ୬ ତାରିଖ ଯାଏଁ ବର୍ଷା ସମ୍ଭାବନା
କନକ ବ୍ୟୁରୋ : ସାମ୍ଭାବ୍ୟ ବାତ୍ୟା ପ୍ରଭାବରେ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା । ବର୍ଷା ନେଇ ଆଂଚଳିକ ପାଣିପାଗ କେନ୍ଦ୍ର ସତର୍କ କରିଛି । ୩ତାରିଖରେ ୪ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ ରହିଛି । ଏବଂ ୮ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ଆଶଙ୍କା ରହିଛି । ୪ତାରିଖରେ ସେହିପରି ରାଜ୍ୟର ୫ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଂଜାମContinue reading “ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ରାଜ୍ୟରେ ବର୍ଷା ଆଶଙ୍କା । ୩ରୁ ୬ ତାରିଖ ଯାଏଁ ବର୍ଷା ସମ୍ଭାବନା”
ପାରାଦୀପ ଦେଇ ବିଦେଶକୁ ଜାହାଜରେ ଯାଉଥିଲା କୋକେନ । ଜବତ ୨୨ଟି ପ୍ୟାକେଟର ଯାଂଚପରେ ସ୍ପଷ୍ଟ ହୋଇଥିବା ସୂଚନା
କନକ ବ୍ୟୁରୋ : ଇଣ୍ଡୋନେସିଆରୁ ଭାୟା ପାରାଦୀପ ଦେଇ ଡେନମାର୍କକୁ ଜାହାଜରେ ଚୋରା ଚାଲାଣ ହେଉଥିଲା ନିଷିଧ ଡ୍ରଗ୍ସ କୋକେନ । ଏମଭି ଦେବୀ ନାମକ ଜାହାଜଟି ପାରାଦୀପ ଇଂଟରନ୍ୟାସନାଲ କାର୍ଗୋ ଟର୍ମିନାଲରେ ଛିଡା ହୋଇଥିବାବେଳେ, ଗୁଇନ୍ଦା ସୂତ୍ରରୁ ସୂଚନା ପାଇ ଗୁରୁବାର ରାତିରେ ଚଢ଼ାଉ କରିଥିଲେ କଷ୍ଟମ ବିଭାଗ ଅଧିକାରୀ । ଆଉ ଚଢ଼ାଉ ପରେ ଜାହାଜରୁ ମିଳିଥିଲା ୨୨ଟି ସନ୍ଦିଗ୍ଧ ପ୍ୟାକେଟ୍ । କଷ୍ଟମ ବିଭାଗ ପକ୍ଷରୁ ପ୍ରେସ ରିଲିଜ୍ ଜାରି କରି ଏହାContinue reading “ପାରାଦୀପ ଦେଇ ବିଦେଶକୁ ଜାହାଜରେ ଯାଉଥିଲା କୋକେନ । ଜବତ ୨୨ଟି ପ୍ୟାକେଟର ଯାଂଚପରେ ସ୍ପଷ୍ଟ ହୋଇଥିବା ସୂଚନା”
ଘୁଗୁନି ପାଇଁ ବିଭତ୍ସ ହତ୍ୟା! ୨୪ ଦିନ ପରେ ବନ୍ଧା ହେଲା ଅଭିଯୁକ୍ତ
କନକ ବ୍ୟୁରୋ : ଘୁଗୁନିକୁ ନେଇ ଜଣେ ମହିଳାଙ୍କୁ ହତ୍ୟା ଘଟଣା ରାଜଧାନୀରେ ଚାଂଚଲ୍ୟ ଖେଳାଇ ଦେଇଛି । ଘୁଗୁନି ଖାଇବାକୁ ନେଇ ଜଣେ ଗ୍ରାହକଙ୍କ ସହ ବଚସା ହେବାରୁ ଗ୍ରାହକ ଜଣକ ଦୋକାନୀକୁ ଛୁରି ମାରି ହତ୍ୟା କରିଛି । ହତ୍ୟା କରି ଫେରାର ହୋଇଥିବା ଅଭିଯୁକ୍ତକୁ ୨୪ ଦିନ ପରେ ଗିରଫ କରିଛି ପୁଲିସ । ଆଉ ସାମ୍ନାକୁ ଆସିଛି ଚାଂଚଲ୍ୟକର ତଥ୍ୟ । ଗତ ନଭେମ୍ବର ୫ ତାରିଖ, ସକାଳେ ମିଥୁନ ଗୋଠପାଟଣାରେContinue reading “ଘୁଗୁନି ପାଇଁ ବିଭତ୍ସ ହତ୍ୟା! ୨୪ ଦିନ ପରେ ବନ୍ଧା ହେଲା ଅଭିଯୁକ୍ତ”
ବୁଥ୍ ବାହୁଡା ମତକୁ ନେଇ ସରଗରମ ରାଜନୀତି । ବିଜେପି କହୁଛି ୫ ରାଜ୍ୟରେ ଗଢିବ ସରକାର । କଂଗ୍ରେସ କହିଲା ୪ ରାଜ୍ୟରେ ମିଳିବ ବହୁମତ
କନକ ବ୍ୟୁରୋ : ବୁଥ ବାହୁଡା ମତ କହୁଛି, ଛତିଶଗଡରେ କଂଗ୍ରେସ ପୁଣି କ୍ଷମତାକୁ ଫେରିବ, କିନ୍ତୁ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ରାଜନୀତି ଜଟିଳ ହେବ । ତେଲେଙ୍ଗାନାରେ ବିଆରଏସ ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହେବ । କାରଣ ବିଭିନ୍ନ ଗଣମାଧ୍ୟମର ଏଗଜିଟ୍ ପୋଲ ରିପୋର୍ଟ କାହାକୁ ପୂର୍ଣ୍ଣ ବହୁମତ ଦେଇନାହାନ୍ତି । ତେବେ ସ୍ୱାଧୀନ ଓ ଛୋଟ ଛୋଟ ଦଳର ନିର୍ବାଚିତ ପ୍ରତିନିଧି ସରକାର ଗଢ଼ିବାରେ କିଙ୍ଗମେକର ଭୂମିକା ନେଇପାରନ୍ତି । ତେବେContinue reading “ବୁଥ୍ ବାହୁଡା ମତକୁ ନେଇ ସରଗରମ ରାଜନୀତି । ବିଜେପି କହୁଛି ୫ ରାଜ୍ୟରେ ଗଢିବ ସରକାର । କଂଗ୍ରେସ କହିଲା ୪ ରାଜ୍ୟରେ ମିଳିବ ବହୁମତ”
ଶୃଙ୍ଖଳିତ ଦର୍ଶନ ପାଇଁ ବଡ଼ଦାଣ୍ଡରେ ହେବ ଏସି ଟନେଲ । ମରିଚକୋଟ ଛକରୁ ବଡ଼ଦାଣ୍ଡରେ ସିଂହଦ୍ୱାର ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ପାଇଁ ହେବ ଏସି ଟନେଲ
କନକ ବ୍ୟୁରୋ : ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଆସୁଥିବା ଭକ୍ତଙ୍କୁ ମିଳିବ ଭିନ୍ନ ଅନୁଭୂତି । ବଡ଼ଦାଣ୍ଡରେ ସେଂଟ୍ରାଲ୍ ଏସି ଟନେଲରେ ଭକ୍ତଙ୍କୁ ସିଂହଦ୍ୱାର ପର୍ଯ୍ୟନ୍ତ ନେବାକୁ ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଏହି କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ଡିସେମ୍ବର ୫ ତାରିଖ ସୁଦ୍ଧା ମରିଚିକୋଟ ଛକରୁ ସିଂହଦ୍ୱାର ପର୍ଯ୍ୟନ୍ତ ଉଠା ଦୋକାନୀଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଦୋକାନୀମାନଙ୍କୁ ଶ୍ରୀସେତୁ ନିକଟରେ ଥଇଥାନ କରିବାକୁContinue reading “ଶୃଙ୍ଖଳିତ ଦର୍ଶନ ପାଇଁ ବଡ଼ଦାଣ୍ଡରେ ହେବ ଏସି ଟନେଲ । ମରିଚକୋଟ ଛକରୁ ବଡ଼ଦାଣ୍ଡରେ ସିଂହଦ୍ୱାର ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ପାଇଁ ହେବ ଏସି ଟନେଲ”
ଭୁବନେଶ୍ୱରରେ ପହଁଚିବା ପରେ ସୁଡ଼ଙ୍ଗ ଭିତରର ସଂଘର୍ଷ କାହାଣୀ ବଖାଣିଲେ ଓଡ଼ିଆ ଶ୍ରମିକ । ପ୍ରଥମ ୧୦ ଦିନ ଲାଗୁଥିଲା ଭୟ, ହେଲେ ହରାଇନଥିଲେ ସାହସ
କନକ ବ୍ୟୁରୋ : ହସ ହସ ମୁହଁ । ଆତ୍ମବିଶ୍ୱାସ ଭରା ଚେହେରା । ଓଡ଼ିଶା ମାଟିରେ ପହଂଚିବା ପରେ, ଓଡ଼ିଆ ଶ୍ରମିକଙ୍କ ମୁହଁରେ ସ୍ପଷ୍ଟ ବାରି ହୋଇପଡ଼ୁଛି ଉତ୍ସାହ । ସଂକଟ ଟଳଛି, ଶ୍ରମିକ ଏବେ ସୁରକ୍ଷିତ । କିନ୍ତୁ ସେଦିନର ସେଇ ଅଘଟଣ ଏବଂ ୧୭ ଦିନର ସଂଘର୍ଷ, ହୁଏତ ଏହି ଶ୍ରମିକମାନେ ଜୀବନ ଥିବା ଯାଏଁ କେବେ ଭୁଲିପାରିବେ ନାହିଁ । ଓଡ଼ିଶା ଫେରିବା ପରେ ସୁଡ଼ଙ୍ଗ ଭିତରର ଅନୁଭୂତି ବଖାଣିଛନ୍ତି ଶ୍ରମିକContinue reading “ଭୁବନେଶ୍ୱରରେ ପହଁଚିବା ପରେ ସୁଡ଼ଙ୍ଗ ଭିତରର ସଂଘର୍ଷ କାହାଣୀ ବଖାଣିଲେ ଓଡ଼ିଆ ଶ୍ରମିକ । ପ୍ରଥମ ୧୦ ଦିନ ଲାଗୁଥିଲା ଭୟ, ହେଲେ ହରାଇନଥିଲେ ସାହସ”
ପୁରୀରେ ପହଂଚିଲା କଂଗ୍ରେସର ତୁଳସୀ ଯାତ୍ରା । ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଓ ଚାରି ଦ୍ୱାର ଖୋଲିବା ଦାବିରେ ବିକ୍ଷୋଭ, ୩୧୪ ବ୍ଲକରୁ ଅଣାଯାଇଛି ତୁଳସୀ ପତ୍ର
କନକ ବ୍ୟୁରୋ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଓ ଚାରିଦ୍ୱାର ଖୋଲିବା ଦାବିରେ, ତୁଳସୀ ଯାତ୍ରା କରିଛି ରାଜ୍ୟ କଂଗ୍ରେସ । ରାଜ୍ୟର ସମସ୍ତ ବ୍ଲକ ଓ ଜିଲ୍ଲାରୁ ତୁଳସୀ ସଂଗ୍ରହ କରି ଜିଲ୍ଲା ସଭାପତିଙ୍କ ନେତୃତ୍ୱରେ କଂଗ୍ରେସ ଭବନକୁ ଅଣାଯିବା ପରେ, ଆଜି ଭୁବନେଶ୍ୱରରୁ ପୁରୀ ଅଭିମୁଖେ ବାହାରିଥିଲା ତୁଳସୀ ଯାତ୍ରା । ପିସିସି ସଭାପତିଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଓ କର୍ମୀ ଯାତ୍ରାରେ ସାମିଲ ଶ୍ରୀମନ୍ଦିର ଖୋଲିବାକୁ ଦାବି କରିଛନ୍ତି । ତୁଳସୀContinue reading “ପୁରୀରେ ପହଂଚିଲା କଂଗ୍ରେସର ତୁଳସୀ ଯାତ୍ରା । ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଓ ଚାରି ଦ୍ୱାର ଖୋଲିବା ଦାବିରେ ବିକ୍ଷୋଭ, ୩୧୪ ବ୍ଲକରୁ ଅଣାଯାଇଛି ତୁଳସୀ ପତ୍ର”