କେନ୍ଦୁଝର ତେଲକୋଇରେ ବଢୁଛି ହାତୀ ଉପଦ୍ରବ । ଫସଲ ନଷ୍ଟ କରିବା ସହ ଭାଙ୍ଗିଲା ଘରଦ୍ୱାର,   ମଂଚା ବାନ୍ଧି ଧାନ ଜଗିଛି ଚାଷୀ

କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳରେ ବର୍ଷ ତମାମ ହାତୀପଲଙ୍କ ଉପଦ୍ରବ ଲାଗି ରହିଛି। ହାତୀ ପାଇଁ ଲୋକଙ୍କ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ହୋଇଛି। ଧାନ ରୁଆ ଠାରୁ ଆରମ୍ଭ କରି ଅମଳ ପର୍ୟ୍ୟନ୍ତ ମଞ୍ଚାରେ ଚାଷୀର ଜୀବନ ବିତୁଛି। ତଥାପି ଏକର ଏକର ପାଚିଲା ଧାନ ଫସଲ ହାତୀ ମୁହଁରେ ଯାଉଛି । ହାତୀପଲ କେତେବେଳେ ଘର ଭାଙ୍ଗୁଛନ୍ତି ତ ଆଉ କେତେବେଳେ ମଣିଷ ମାରୁଥିବା ଅଭିଯୋଗ ହୋଇଛି । ହାତୀଙ୍କ ସୁରକ୍ଷାContinue reading “କେନ୍ଦୁଝର ତେଲକୋଇରେ ବଢୁଛି ହାତୀ ଉପଦ୍ରବ । ଫସଲ ନଷ୍ଟ କରିବା ସହ ଭାଙ୍ଗିଲା ଘରଦ୍ୱାର,   ମଂଚା ବାନ୍ଧି ଧାନ ଜଗିଛି ଚାଷୀ”

କାର୍ତ୍ତିକ ପୂର୍ଣ୍ଣମୀରେ ଡଙ୍ଗା ଭସାଇବା ପଡିଲା ମହଙ୍ଗା  । ପାଣିରେ ବୁଡି ନାବାଳିକା ମୃତ

କନକ ବ୍ୟୁରୋ : କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ସାରା ରାଜ୍ୟରେ ଉତ୍ସବର ମାହୋଲ ରହିଛି । ଏହାରି ମଧ୍ୟରେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ପଢୁଆଁ ମହାଳିକ ସାହିରୁ ଆସିଛି ଦୁଖଦ ଖବର । ପୋଖରୀରେ ଭାସୁଥିବା ଡଙ୍ଗା ଆଣିବାକୁ ଯାଇ ଜଣେ ନାବାଳିକାର ମୃତ୍ୟୁ ହୋଇଛି । ସକାଳେ ଡଙ୍ଗା ଭସା ପର୍ବ ସରିଥିଲା । ଲୋକମାନେ ପୋଖରୀରେ ଡଙ୍ଗା ଭସାଇ ଫେରିଆସିଥିଲେ । ହେଲେ ନାବାଳିକା ଜଣଙ୍କ ପୋଖରୀ ଭିତରେ ଭାସୁଥିବା ଡଙ୍ଗା ଆଣିବାକୁContinue reading “କାର୍ତ୍ତିକ ପୂର୍ଣ୍ଣମୀରେ ଡଙ୍ଗା ଭସାଇବା ପଡିଲା ମହଙ୍ଗା  । ପାଣିରେ ବୁଡି ନାବାଳିକା ମୃତ”

ବିଜେଡ଼ିରେ ସାମିଲ ହେବା ପରେ ତାରାତାରିଣୀ ପୀଠରେ ଭି.କେ ପାଣ୍ଡିଆନ । ସକାଳେ ନବୀନ ନିବାସରେ ବିଧିବଦ୍ଧ ଭାବେ ଦଳରେ ହୋଇଥିଲେ ସାମିଲ

କନକ ବ୍ୟୁରୋ : ବିଜେଡିରେ ସାମିଲ ହେବା ପରେ ତାରା ତାରିଣୀ ପୀଠରେ ପହଁଚିଲେ ଭି.କେ ପାଣ୍ଡିଆନ୍ । ସେଠାରେ ପହଂଚିବା ପରେ ହଜାର ହଜାର ସମର୍ଥକ ତାଙ୍କୁ ସ୍ୱାଗତ କରିଥିଲେ । ଏହା ପରେ ସେ ତାରାତାରିଣୀ ପୀଠକୁ ଯାଇ ମା’ଙ୍କ ଦର୍ଶନ କରିଥିଲେ । ଏହି ଅବସରରେ ତାଙ୍କୁ ସ୍ୱତନ୍ତ୍ର ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟ, ଆସ୍କା ସାଂସଦ ପ୍ରମିଳା ବିଷୋଇ, ବାଙ୍କୀ ବିଧାୟକ ଦେବୀ ରଂଜନ ତ୍ରିପାଠୀଙ୍କContinue reading “ବିଜେଡ଼ିରେ ସାମିଲ ହେବା ପରେ ତାରାତାରିଣୀ ପୀଠରେ ଭି.କେ ପାଣ୍ଡିଆନ । ସକାଳେ ନବୀନ ନିବାସରେ ବିଧିବଦ୍ଧ ଭାବେ ଦଳରେ ହୋଇଥିଲେ ସାମିଲ”

ଭୟ ବଢାଉଛି ଚାଇନା ନିମୋନିଆ । ଦିନକୁ ଦିନ ବେଜିଂରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଅଜଣା ରୋଗ ସମ୍ପର୍କରେ ସତର୍କ କରାଉ ନାହିଁ ଚୀନ ସରକାର

କନକ ବ୍ୟୁରୋ : କରୋନା ଡର ମନରୁ ନ ଲିଭୁଣୁ, ଏବେ ଆଉ ଏକ ରୋଗକୁ ନେଇ ଚିନ୍ତା ବଢିଲାଣି । କରୋନା ଭଳି ଏହି ରୋଗ ମଧ୍ୟ ଚୀନରୁ ଆରମ୍ଭ ହୋଇଛି । ଚୀନରେ ରହସ୍ୟମୟ ନିମୋନିଆ ଦ୍ରୁତ ବେଗରେ ବ୍ୟାପୁଥିବା ଦେଖିବାକୁ ମିଳୁଛି । ବିଶେଷ କରି ଶିଶୁମାନେ ଏହି ଅଜଣା ରୋଗରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତି ହେଉଛନ୍ତି । ବେଜିଂ ଓ ଏହାର ଆଖ ପାଖ ସହରରେ ପ୍ରାୟ ସବୁ ଡାକ୍ତରଖାନାରେContinue reading “ଭୟ ବଢାଉଛି ଚାଇନା ନିମୋନିଆ । ଦିନକୁ ଦିନ ବେଜିଂରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଅଜଣା ରୋଗ ସମ୍ପର୍କରେ ସତର୍କ କରାଉ ନାହିଁ ଚୀନ ସରକାର”

ଚତୁର୍ଥ ଶ୍ରେଣୀ ପିଲାଙ୍କ ଉନ୍ମତ କାଣ୍ଡ । ସହପାଠୀଙ୍କୁ ୧୦୮ ଥର କମ୍ପାସ ଭୂଷିଦେଲେ

ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଏକ ବିବ୍ରତ କଲାପରି ମାମଲା ସାମ୍ନାକୁ ଆସିଛି । ଏକ ଘରୋଇ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀରେ ପଢୁଥିବା ଛାତ୍ରମାନଙ୍କ ମଧ୍ୟରେ ଖେଳିବାବେଳେ ଝଗଡା ହୋଇଥିଲା । ଏହି ଝଗଡା ସମୟରେ ତିନିଜଣ ଛାତ୍ର ସେମାନଙ୍କର ଜଣେ ସହପାଠୀଙ୍କୁ କମ୍ପାସରେ ୧୦୮ ଥର ଭୂଷି ଦେଇଥିଲେ । ଖାଲି ଏତିକିରେ ସେମାନେ ଶାନ୍ତ ହେଇନଥିଲେ ତାପରେ ସେମାନେ ସହପାଠୀକୁ ଲାତ, ବିଧା ଗୋଇଠା ମାରି ଚାଲିଥିଲେ ଅନ୍ୟମାନେ ଆସି ନ ଛଡ଼େଇଲା ପର୍ଯ୍ୟନ୍ତ ।Continue reading “ଚତୁର୍ଥ ଶ୍ରେଣୀ ପିଲାଙ୍କ ଉନ୍ମତ କାଣ୍ଡ । ସହପାଠୀଙ୍କୁ ୧୦୮ ଥର କମ୍ପାସ ଭୂଷିଦେଲେ”

ଉତ୍ତରକାଶୀ ଟନେଲରେ ୧୬ ଦିନରେ ଉଦ୍ଧାର କାର୍ଯ୍ୟ ଜାରି । ଘଟଣାସ୍ଥଳରେ ପହଁଚି ଶ୍ରମିକଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର

କନକ ବ୍ୟୁରୋ : ଯୁଦ୍ଧକାଳୀନ ଭିତିରେ ଚାଲିଛି ଇତ୍ତରକାଶୀ ସିଲକ୍ୟାରା ଟନେଲରେ ଫସିଥିବା ଶ୍ରମିକଙ୍କ ଉଦ୍ଧାର କାମ । ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା କାମ ୧୬ ଦିନରେ ପହଁଚିଲାଣି । ଏବେ ବି ସୁଡଙ୍ଗରୁ ଉଦ୍ଧାର ହୋଇ ପାରି ନାହାଁନ୍ତି । ସେପଟେ ଅର୍ଗର୍ ମେସିନ୍ ଭାଙ୍ଗିବା ପରେ ଏବେ ଭର୍ଟିକାଲ ବା ଭୂଲମ୍ବ ଖନନ ପ୍ରକ୍ରିୟା ଜାରି ରହିଛି । ବର୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ପାହାଡର ଉପର ପଟୁ ଖନନContinue reading “ଉତ୍ତରକାଶୀ ଟନେଲରେ ୧୬ ଦିନରେ ଉଦ୍ଧାର କାର୍ଯ୍ୟ ଜାରି । ଘଟଣାସ୍ଥଳରେ ପହଁଚି ଶ୍ରମିକଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର”

ରାଜନୀତିରେ ଯୋଗ ଦେବେ ଅକ୍ଷରା ସିଂ । ଜାଣନ୍ତୁ କେଉଁ ପାର୍ଟିରେ ଯୋଗଦେବା ନେଇ କଲେ ଖୁଲାସା

କନକ ବ୍ୟୁରୋ : ଭୋଜପୁରୀ ଅଭିନେତ୍ରୀ ତଥା ଗାୟୀକା ଅକ୍ଷରା ସିଂ ଖୁବଶୀଘ୍ର ରାଜନୀତିରେ ପ୍ରବେଶ କରିବାକୁ ଯାଉଛନ୍ତି । ଜାତୀୟ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି କି, ଖୁବଶୀଘ୍ର ସେ ପ୍ରଶାନ୍ତ କିଶୋରଙ୍କ ଜନ ସ୍ୱରାଜ ପାର୍ଟିରେ ଯୋଗଦେବାକୁ ଯାଉଛନ୍ତି । ଏ ଖବର ଆସିବା ପରେ ଭୋଜପୁରୀ ସିନେ ଇଣ୍ଡଷ୍ଟ୍ରିଜରେ ଚର୍ଚ୍ଚା ଜୋର ଧରିଛି । ନିଜର ମଧୁର ସ୍ୱର ଓ ଅଭିନୟ ପାଇଁ ଚର୍ଚ୍ଚାରେ ଥିବା ଅକ୍ଷରାଙ୍କୁ ଏବେ ରାଜନୀତିContinue reading “ରାଜନୀତିରେ ଯୋଗ ଦେବେ ଅକ୍ଷରା ସିଂ । ଜାଣନ୍ତୁ କେଉଁ ପାର୍ଟିରେ ଯୋଗଦେବା ନେଇ କଲେ ଖୁଲାସା”

କେବିସି ଜୁନିଅର ହଟସିଟରେ ଓଡ଼ିଆ ପୁଅ ଅତ୍ୟୁକ୍ତଙ୍କ କମାଲ, ଜିତିଲେ ୨୫ ଲକ୍ଷ । ବିଗ୍ ବିଙ୍କୁ ଶିଖାଇଲେ ଓଡିଆ ଭାଷା ।

କନକ ବ୍ୟୁରୋ: ଲୋକପ୍ରିୟ ଟେଲିଭିଜନ ସୋ କୌନ ବନେଗା କରୋଡ଼ପତି(KBC) ହଟ୍ ସିଟରେ ଓଡ଼ିଆ ବାଳକ ଚମକିଛନ୍ତି । କେବିସି ଜୁନିୟର ହଟସିଟରେ ପୁଅ ଅତ୍ୟୁକ୍ତଙ୍କ ୧୩ଟି ପ୍ରଶ୍ନର ସଠିକ୍ ଉତ୍ତର ଦେଇ ୨୫ ଲକ୍ଷ ଟଙ୍କା ଜିତିଛନ୍ତି । ମାତ୍ର ୧୦ ବର୍ଷ ବୟସରେ କେବିସିରେ ନିଜର ଦକ୍ଷତା ଦେଖାଇଛନ୍ତି ଅତ୍ୟୁକ୍ତ। ବିଗବିଙ୍କୁ ଶିଖାଇଛନ୍ତି ଓଡ଼ିଆ ଭାଷା । କୋରିଆନ ଭାଷାରେ ଆଙ୍କରିଂ ମଧ୍ୟ କରିଛନ୍ତି। ସୁପର ଜ୍ୟାକପଟ୍ ରାଉଣ୍ଡରେ ୧୦ ରୁ ୮ଟି ପ୍ରଶ୍ନରContinue reading “କେବିସି ଜୁନିଅର ହଟସିଟରେ ଓଡ଼ିଆ ପୁଅ ଅତ୍ୟୁକ୍ତଙ୍କ କମାଲ, ଜିତିଲେ ୨୫ ଲକ୍ଷ । ବିଗ୍ ବିଙ୍କୁ ଶିଖାଇଲେ ଓଡିଆ ଭାଷା ।”

ଉଦ୍ଧାର ହେଲା ଗାତରେ ପଡିଥିବା ନାବାଳିକା । ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ହସ୍ପିଟାଲରେ ଭର୍ତ୍ତି ।

କନକ ବ୍ୟୁରୋ: ଉଦ୍ଧାର ହେଲା ଗାତରେ ପଡିଥିବା ନାବାଳିକା । ମାଲକାନଗିରି ଜିଲ୍ଲା ମାଥିଲି ସଦର ବ୍ଲକ କଲୋନୀରେ ବିଦ୍ୟୁତ ଖୁଣ୍ଟ ପାଇଁ ଖୋଳା ଯାଇଥିବା ଗାତରେ ପଡି ଫସିଯାଇଥିଲା ନାବାଳିକା । ଘଣ୍ଟା ଘଣ୍ଟା ଉଦ୍ୟମ ପରେ ନାବାଳିକାକୁ ଉଦ୍ଧାର କରିଛନ୍ତି ଦମକଳ ବାହିନୀ । ଉଦ୍ଧାର ପରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ସ୍ୱାସ୍ଥ୍ୟାବସ୍ଥା ଉପରେ ଦୃଷ୍ଟି ରଖାଯାଇଛି । ସୂଚନା ମୁତାବକ, ବିଦ୍ୟୁତ ଖୁଣ୍ଟ ପଡିବାକୁ ଗାତ ଖୋଳାଯାଇଥିଲା । ଖେଳିବାContinue reading “ଉଦ୍ଧାର ହେଲା ଗାତରେ ପଡିଥିବା ନାବାଳିକା । ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ହସ୍ପିଟାଲରେ ଭର୍ତ୍ତି ।”

ଜେସିବି ଲଗାଇ ଏଟିଏମ୍ ତାଡିନେଲେ ଦୁର୍ବୃତ୍ତ । ବାହାନଗା ବଜାରରେ ଚାଞ୍ଚଲ୍ୟ ।

କନକ ବ୍ୟୁରୋ: ଜେସିବି ଲଗାଇ ଏଟିଏମ୍ ତାଡିନେଲେ ଦୁର୍ବୃତ୍ତ । ବାଲେଶ୍ୱର, ସୋର ବାହାନଗା ବଜାରରେ ଚାଞ୍ଚଲ୍ୟ । ଗତକାଲି ବିଳମ୍ବିତ ରାତିରେ ପ୍ରଥମେ ଜେସିବି ଲଗାଇ ଏସବିଆଇ ଏଟିଏଏମ୍ ତାଡିଲେ ଲୁଟେରା । ପରେ କଟରରେ କାଟି ଏଟିଏମ୍ରୁ ୨୬ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଲୁଟ୍ ବେଳର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଜେସିବିରେ ତାଡିବା ପରେ, ଏଟିଏମ୍ ଭିତରେ ପସି ଭିତରୁ ସଟର ଟାଣିContinue reading “ଜେସିବି ଲଗାଇ ଏଟିଏମ୍ ତାଡିନେଲେ ଦୁର୍ବୃତ୍ତ । ବାହାନଗା ବଜାରରେ ଚାଞ୍ଚଲ୍ୟ ।”

Design a site like this with WordPress.com
Get started