ଦେଶର ୩ କୋଟି ମହିଳା ବନିବେ ଲକ୍ଷପତି ଦିଦି । ସ୍ୱୟଂ ସହାୟକ ମହିଳାଙ୍କୁ ଦିଆଯିବ ଡ୍ରୋନ ଉଡାଇବା ଟ୍ରେନିଙ୍ଗ : ମହିଳାଙ୍କ ପାଇଁ ସୀତାରମଣଙ୍କ ବଡ ଘୋଷଣା

କନକ ବ୍ୟୁରୋ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନ୍ତରୀଣ ବଜେଟ୍ ୨୦୨୪ ଆଗତ କରିଛନ୍ତି । ଏହି କ୍ରମରେ ସେ ସରକାରଙ୍କ ୧୦ ବର୍ଷର ଉପଲବ୍ଧିକୁ ବଖାଣିଛନ୍ତି । ଆଗାମୀ ୫ ବର୍ଷରେ ଦେଶରେ ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରାଯିବ ବୋଲି ଘୋଷଣା କରିଛନ୍ତି ସୀତାରମଣ । ୨୦୨୩ ସ୍ୱାଧୀନତା ଦିବସ ଅବସରରେ ଏହି ଯୋଜନା ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ, ଯେଉଁଥିରେ ଦେଶର ୨ କୋଟି ମହିଳାଙ୍କୁ ଲକ୍ଷପତି ଦିିଦି ବନାଯିବାକୁ ଘୋଷଣା କରିଥିଲେ ।Continue reading “ଦେଶର ୩ କୋଟି ମହିଳା ବନିବେ ଲକ୍ଷପତି ଦିଦି । ସ୍ୱୟଂ ସହାୟକ ମହିଳାଙ୍କୁ ଦିଆଯିବ ଡ୍ରୋନ ଉଡାଇବା ଟ୍ରେନିଙ୍ଗ : ମହିଳାଙ୍କ ପାଇଁ ସୀତାରମଣଙ୍କ ବଡ ଘୋଷଣା”

ଗ୍ରାମାଞ୍ଚଳରେ ନିର୍ମାଣ ହେବ ୫ କୋଟି ଘର । ୧କୋଟି ପରିବାରକୁ ମାସକୁ ମିଳିବ ୩୦୦ ୟୁନିଟ୍ ମାଗଣା ବିଜୁଳି ।

କନକ ବ୍ୟୁରୋ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଭାଷଣରେ କହିଛନ୍ତି ଯେ, ମୋଦୀ ସରକାର ମଧ୍ୟମ ବର୍ଗଙ୍କୁ ନିଜର ଘର ନିର୍ମାଣ କରିବାକୁ ଏବଂ କିଣିବାକୁ ସାହାଯ୍ୟ କରିବାକୁ ବିଶେଷ ଯୋଜନା ଆରମ୍ଭ ହେବ । ରୁଫଟପ୍ ସୋଲାରାଇଜେସନ୍ ମାଧ୍ୟମରେ ଦେଶର ୧କୋଟିରୁ ଅଧିକ ପରିବାରଙ୍କୁ ମାସିକ ୩୦୦ ୟୁନିଟର ବିଜୁଳି ଶକ୍ତି ମାଗଣାରେ ମିଳିବ । ନିବେଶର ଆବଶ୍ୟକତାକୁ ପୂରଣ କରିବାକୁ ସରକାର ଆର୍ଥିକ କ୍ଷେତ୍ର ପ୍ରସ୍ତୁତ କରିବ । ଫଳରେ ଭାରତ ଅନ୍ୟ ଦେଶମାନଙ୍କContinue reading “ଗ୍ରାମାଞ୍ଚଳରେ ନିର୍ମାଣ ହେବ ୫ କୋଟି ଘର । ୧କୋଟି ପରିବାରକୁ ମାସକୁ ମିଳିବ ୩୦୦ ୟୁନିଟ୍ ମାଗଣା ବିଜୁଳି ।”

ବଜେଟରେ ସରକାରଙ୍କ ଲକ୍ଷ୍ୟ କଣ? ଅର୍ଥମନ୍ତ୍ରୀ କହିଲେ ବଜେଟରେ କାହାକୁ ମିଳିବ ସୁବିଧା?

କନକ ବ୍ୟୁରୋ: ସଂସଦରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନର୍ମଳା ସୀତାରମଣ । ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ ଉପସ୍ଥାପିତ ହୋଇଛି । ଏହି ସମୟରେ ଅର୍ଥମନ୍ତ୍ରୀ ବଜେଟର ଲକ୍ଷ୍ୟ କଣ କହିଛନ୍ତି । ସେ କହିଥିଲେ ସରକାରଙ୍କ ଲକ୍ଷ୍ୟ ରହିଛି ୫ ବର୍ଷରେ ଆଉ ୨ କୋଟି ଘର ନିର୍ମାଣ ହେବ । ମାସକୁ ୩ଶହ ୟୁନିଟ ବିଜୁଳି ମାଗଣା ଯୋଗାଯିବ । ୧ କୋଟି ଘରର ଛାତ ଉପରେ ଲାଗିବ ସୋଲାର ପ୍ୟାନେଲContinue reading “ବଜେଟରେ ସରକାରଙ୍କ ଲକ୍ଷ୍ୟ କଣ? ଅର୍ଥମନ୍ତ୍ରୀ କହିଲେ ବଜେଟରେ କାହାକୁ ମିଳିବ ସୁବିଧା?”

ଗରିବ, ମହିଳା, କୃଷକ ଓ ଯୁବପିଢିଙ୍କ ଉପରେ ଗୁରୁତ୍ୱ: ନିର୍ମଳା କହିଲେ, ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଦେଶ କରିବା ଲକ୍ଷ୍ୟ

କନକ ବ୍ୟୁରୋ: ସଂସଦରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନର୍ମଳା ସୀତାରମଣ । ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ ଉପସ୍ଥାପିତ ହୋଇଛି । ଏହି ସମୟରେ ସମକାରୀ ଯୋଜନାର ଲାଭ କଥା କହିଛନ୍ତି ଅର୍ଥମନ୍ତ୍ରୀ । ସେ କହିଛନ୍ତି, ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଦେଶ କରିବା ଲକ୍ଷ୍ୟ ରହିଛି । ଗରିବ, ମହିଳା, କୃଷକ ଓ ଯୁବପିଢିଙ୍କ ଉପରେ ଦିଆଯିବ ଗୁରୁତ୍ୱ । ଗରିବ କଲ୍ୟାଣ ଦେଶର କଲ୍ୟାଣ । ୨୫ କୋଟି ଲୋକଙ୍କContinue reading “ଗରିବ, ମହିଳା, କୃଷକ ଓ ଯୁବପିଢିଙ୍କ ଉପରେ ଗୁରୁତ୍ୱ: ନିର୍ମଳା କହିଲେ, ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଦେଶ କରିବା ଲକ୍ଷ୍ୟ”

ଆଫଗାନିସ୍ତାନ ସୀମା ନିକଟରେ ଇମ୍ରାନ ଖାନଙ୍କ ଦଳର ପ୍ରାର୍ଥୀ ଗୁଳିକରି ହତ୍ୟା ।  ତିନିଜଣ ଆହତ ।

ନିର୍ବାଚନ ବୈଷୟିକ ଭିତ୍ତିରେ ଇମ୍ରାନ ଖାନଙ୍କ ପାର୍ଟିର  ପାରମ୍ପାରିକ ନିର୍ବାଚନ ପ୍ରତୀକ, କ୍ରିକେଟ୍ ବ୍ୟାଟ୍ ଛଡ଼ାଇ ନିଆଯାଇଛି ଏବଂ ଏହାର ପ୍ରାର୍ଥୀମାନେ ସ୍ୱାଧୀନ ଭାବରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ପିଟିଆଇ ପ୍ରାଦେଶିକ ଅଧ୍ୟକ୍ଷ ଆଟିଫ ଖାନ କହିଛନ୍ତି ଯେ ରେହାନ ଜେବ ଖାନ ଦଳର ଜଣେ ସଦସ୍ୟ ଥିଲେ କିନ୍ତୁ ପାର୍ଟି  ସମର୍ଥନରେ ଏହି ନିର୍ବାଚନମଣ୍ଡଳୀରେ ପିଟିଆଇର ଆଉ ଜଣେ ପ୍ରାର୍ଥୀ ଅଛନ୍ତି। ଫେବୃଆରୀ ୮ ନିର୍ବାଚନ ପୂର୍ବରୁ ପାକିସ୍ତାନରେ ହିଂସା ଘଟଣା ବୃଦ୍ଧି ପାଇଛିContinue reading “ଆଫଗାନିସ୍ତାନ ସୀମା ନିକଟରେ ଇମ୍ରାନ ଖାନଙ୍କ ଦଳର ପ୍ରାର୍ଥୀ ଗୁଳିକରି ହତ୍ୟା ।  ତିନିଜଣ ଆହତ ।”

ଅର୍ଥମନ୍ତ୍ରୀ ନିର୍ମାଳା ସୀତାରମଣଙ୍କ ବଜେଟ୍ ଭାଷଣ ଆରମ୍ଭ : ନିର୍ବାଚନୀ ବର୍ଷରେ ବିକାଶ ଯୋଜନାକୁ ଗୁରୁତ୍ୱ ।

କନକ ବ୍ୟୁରୋ: ନୂଆ ସଂସଦରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ୍ ଅଭିଭାଷଣରେ ପ୍ରଥମେ ସୀତାରମଣ କହିଥିଲେ ଯେ, ଦେଶ ଭବିଷ୍ୟ ଆଡକୁ ଦେଖୁଛି, ଯାହା ଆଶାନ୍ୱିତ ରହିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱେ ଆମେ ଆଗକୁ ବଢୁଛେ । ଯେବେ ମୋଦୀ ୨୦୧୪ରେ କାମ ଆରମ୍ଭ କରିଥିଲେ । ତାଙ୍କ ଅଗାରେ ଏକାଧିକ ଚ୍ୟାଲେଞ୍ଜ ଥିଲା । ସେଥିରୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସବୁଠୁ ବଡ ପ୍ରସଙ୍ଗ ଥିଲାContinue reading “ଅର୍ଥମନ୍ତ୍ରୀ ନିର୍ମାଳା ସୀତାରମଣଙ୍କ ବଜେଟ୍ ଭାଷଣ ଆରମ୍ଭ : ନିର୍ବାଚନୀ ବର୍ଷରେ ବିକାଶ ଯୋଜନାକୁ ଗୁରୁତ୍ୱ ।”

ରାଜଧାନୀରେ କିଲର କାରକୁ ନେଇ ଚା ଞ୍ଚଲ୍ୟ । ଭୁବନେଶ୍ୱର ପଟିଆରେ ସ୍କୁଟିକୁ କାର ୨ କିଲୋମିଟର ଘୋଷାଡି ନେବା ଘଟଣାରେ ଚାଳକ ଅଟକ ।

କନକ ବ୍ୟୁରୋ: ପଟିଆ ରୟାଲିଟି ଛକର କିଲର କାର । ଦୁର୍ଘଟଣା ଘଟାଇ ଫିଲ୍ମ ଷ୍ଟାଇଲରେ ସ୍କୁଟିକୁ ଦୁଇ କିଲୋମିଟରରୁ ଅଧିକ ବାଟ ଯାଏଁ ଭିଡିନେଲା ଏହି କାର । ୟୁପି ନମ୍ବର ଥିବା ଏକ ହୋଣ୍ଡା କାର ଏକ ସ୍କୁଟିକୁ ଘୋଷାଡି ନେଉଥିବାର ଭିଡିଓ ଦେଖିବାକୁ ମିଳିଛି । କାରଟି ୨ଜଣ ବ୍ୟକ୍ତିଙ୍କୁ ଦୁର୍ଘଟଣା ଘଟାଇବା ପରେ ସ୍ପିଡରେ ଏକ ସ୍କୁଟିକୁ ଘୋଷାଡି ନେଇଥିଲା । ବାଟରେ ଉକ୍ତ କାରକୁ ଦେଖି ଲୋକମାନେ ଜୀବନ ବିକଳରେContinue reading “ରାଜଧାନୀରେ କିଲର କାରକୁ ନେଇ ଚା ଞ୍ଚଲ୍ୟ । ଭୁବନେଶ୍ୱର ପଟିଆରେ ସ୍କୁଟିକୁ କାର ୨ କିଲୋମିଟର ଘୋଷାଡି ନେବା ଘଟଣାରେ ଚାଳକ ଅଟକ ।”

ପାତ୍ର ଇଣ୍ଟେରିୟର୍ସରେ ପ୍ରଦର୍ଶିତ ହେଉଛି ୫୦୦ ରୁ ଉର୍ଦ୍ଧ୍ୱ ହୋମ୍ ଏବଂ ଅଫିସ୍ ଫର୍ଣ୍ଣିଚର । ଏକ୍ସଚେଞ୍ଜର ସୁବିଧା ସହିତ ରହିଛି ୬୦% ପର୍ୟ୍ୟନ୍ତ ରିହାତି ।

କନକ ବ୍ୟୁରୋ: ବିଭିନ୍ନ ମଡେଲର ଘର ଏବଂ ଅଫିସ୍ ପାଇଁ ଫର୍ଣ୍ଣିଚର ସହିତ ଘର ସଜାଇବା ସାମଗ୍ରୀ (ହୋମ ଡେ଼କର) ପାତ୍ର ଇଲେକ୍ଟ୍ରୋନିକ୍ସ ଗ୍ରୁପ୍ ତରଫରୁ କଟକ ସିଡିଏ ଠାରେ ଖୋଲାଯାଇଥିବା ଏହାର ଏକ୍ସକ୍ଲୁସିଭ ସୋ ରୁମ୍ “ପାତ୍ର ଇଣ୍ଟେରିୟର୍ସ” ରେ ଏବେ ପ୍ରଦର୍ଶିତ ହେଉଛି । ଏହି ସୋରୁମରେ ମିଳୁଛି ବିଭିନ୍ନ ନାମୀ ବ୍ରାଣ୍ଡର ୫୦୦ ପ୍ରକାରରୁ ଉର୍ଦ୍ଧ୍ୱ ଘର ଏବଂ ଅଫିସ୍ ପାଇଁ ଫର୍ଣ୍ଣିଚର ମଡେଲ । ଏଠାରେ ଗଡ଼ରେଜ ଇଣ୍ଟେରିଓ ଠାରୁ ଆରମ୍ଭContinue reading “ପାତ୍ର ଇଣ୍ଟେରିୟର୍ସରେ ପ୍ରଦର୍ଶିତ ହେଉଛି ୫୦୦ ରୁ ଉର୍ଦ୍ଧ୍ୱ ହୋମ୍ ଏବଂ ଅଫିସ୍ ଫର୍ଣ୍ଣିଚର । ଏକ୍ସଚେଞ୍ଜର ସୁବିଧା ସହିତ ରହିଛି ୬୦% ପର୍ୟ୍ୟନ୍ତ ରିହାତି ।”

ବଜେଟରେ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ହୋଇପାରେ ବଡ ଘୋଷଣା, ମହଙ୍ଗା ଭତ୍ତା ବୃଦ୍ଧି ନେଇ ଆଶା ।

କନକ ବ୍ୟୁରୋ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ମୋଦୀ ସରକାରଙ୍କର ଦ୍ୱିତୀୟ କାର୍ଯ୍ୟକାଳର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରୁଛନ୍ତି । ଏହା ତାଙ୍କର ଷଷ୍ଠ ବିଜେଟ୍ ପରିବେଷଣ । ଆଗକୁ ନିର୍ବାଚନ ଥିବାରୁ ଏହି ବଜେଟରେ ବଡ ଘୋଷଣା ହେବା ନେଇ ସମସ୍ତଙ୍କ ମନରେ ଆଶା ରହିଛି । ବିଶେଷ କରି ଟ୍ୟାକ୍ସରୁ ନେଇ କୃଷକ ଓ ମହିଳାଙ୍କ ପାଇଁ ଏହି ବଜେଟ୍ ଆଶାଜନକ ହେବ ବୋଲି ଆଶା କରାଯାଉଛି । ଏହାସହ କେନ୍ଦ୍ର କର୍ମଚାରୀଙ୍କରContinue reading “ବଜେଟରେ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ହୋଇପାରେ ବଡ ଘୋଷଣା, ମହଙ୍ଗା ଭତ୍ତା ବୃଦ୍ଧି ନେଇ ଆଶା ।”

ହେମନ୍ତ ସୋରେନଙ୍କୁ ୧୫ ଦିନିଆ ରିମାଣ୍ଡରେ ନେବ ଇଡି, କୋର୍ଟରେ ଆଜି ହେବେ ହାଜର

କନକ ବ୍ୟୁରୋ: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଗିରଫ ହେବା ପରେ ରାଜ୍ୟରେ ରାଜନୈତିକ ପରିବର୍ତ୍ତନ ଆରମ୍ଭ ହୋଇଛି । ଗୋଟିଏ ପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହେମନ୍ତ ସୋରେନଙ୍କୁ କୋର୍ଟରେ ହାଜର କରିବ। ଝାଡ଼ଖଣ୍ଡରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ଚମ୍ପାଇ ସୋରେନ୍ । ବୁଧବାର ରାତିରେ ହେମନ୍ତ ସୋରେନ ରାଜଭବନରେ ପହଞ୍ଚି ଇସ୍ତଫା ପତ୍ର ପ୍ରଦାନ କରିବା ପରେ ଇଡି ତାଙ୍କୁ ଗିରଫ କରିଥିଲା। ଇଡି ହେମନ୍ତ ସୋରେନଙ୍କୁ ୧୫ ଦିନ ରିମାଣ୍ଡରେ ନେଇପାରେContinue reading “ହେମନ୍ତ ସୋରେନଙ୍କୁ ୧୫ ଦିନିଆ ରିମାଣ୍ଡରେ ନେବ ଇଡି, କୋର୍ଟରେ ଆଜି ହେବେ ହାଜର”

Design a site like this with WordPress.com
Get started