ଆଜି ପବିତ୍ର ବଡଦିନ । ମଧ୍ୟରାତ୍ରରେ ଧରାପୃଷ୍ଟକୁ ଆଗମନ କରିଛନ୍ତି ପ୍ରଭୁ ଯୀଶୁ । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବଡ଼ଦିନ ଅବସରରେ ବାଲୁକା କଳା ଜରିଆରେ ବାର୍ତା ଦେଇଛନ୍ତି ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଚଳିତ ବର୍ଷ କୋଭିଡ୍ ପାଇଁ ସଚେତନତାର ବାର୍ତା ରଖିଛନ୍ତି ସୁଦର୍ଶନ ପଟ୍ଟନାୟକ । ବେଳାଭୂମୀରେ ୬ ହଜାର ବର୍ଗଫୁଟ ଅଂଚଳରେ ନିର୍ମାଣ କରିଛନ୍ତି ବିଶ୍ୱର ସବୁଠୁ ବଡ଼ ୧୦୦ ଫୁଟ୍ ଲମ୍ବର ମାସ୍କ । ଆଉContinue reading “ବାଲୁକାରେ ବଡ଼ଦିନର ଶୁଭେଚ୍ଛା : ବାଲୁକା କଳା ଜରିଆରେ ବଡ଼ଦିନର ବାର୍ତା ଦେଇଛନ୍ତି ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ”
Category Archives: News
ଷ୍ଟେଜରେ ନାଚିଲେ ଦିଦି : ବଙ୍ଗୀୟ ସଙ୍ଗୀତ ମେଳାରେ ସଂଗୀତର ତାଳେ ତାଳେ ପାଦ ପକାଇ ଖୁବ୍ ନାଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ , ଦିଦିଙ୍କ ନାଚକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା
ନାଚିଲେ ଦିଦି । ରାଜନୀତିରେ ଆକ୍ରମଣାତ୍ମକ ମୁଦ୍ରାରେ ବିରୋଧୀଙ୍କୁ ଜବାବ ଦେଉଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ଭିନ୍ନ ମୁଦ୍ରାରେ ଦେଖିବାକୁ ମିଳିଛି । ଦିଦି ଭାବେ ପରିଚିତ ମମତା ସଂଗୀତର ତାଳେ ତାଳେ ନାଚୁଥିବାର ଦୃଶ୍ୟ ନଜର ଆସିଛି । କୋଲକାତାରେ ବାଂଲା ସଂଗୀତ ମେଳାରେ ସଂଗୀତ ସହ ପାଦ ମିଳାଇଥିଲେ ଦିଦି । ଆଦିବାସୀ ସଂଗୀତକାର ବାସନ୍ତୀ ହେମ୍ବ୍ରମ ଓ ଅନ୍ୟ କିଛି କଳାକାର ମଧ୍ୟ ମଂଚରେ ଉପସ୍ଥିତ ଥିଲେ । ବାଂଲାContinue reading “ଷ୍ଟେଜରେ ନାଚିଲେ ଦିଦି : ବଙ୍ଗୀୟ ସଙ୍ଗୀତ ମେଳାରେ ସଂଗୀତର ତାଳେ ତାଳେ ପାଦ ପକାଇ ଖୁବ୍ ନାଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ , ଦିଦିଙ୍କ ନାଚକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା”
ଧରାବତରଣ କଲେ ପ୍ରଭୁ ଯୀଶୁ : ବାଇବେଲ ପାଠ ଓ ପ୍ରାର୍ଥନା ପରେ ସମସ୍ତେ ପରସ୍ପରକୁ ଜଣାଇଲେ ଶୁଭେଚ୍ଛା , ପ୍ରଭୁଙ୍କ ପାଦ ଚୁମ୍ବନ କରି ଶ୍ରଦ୍ଧା ନିବେଦନ କଲେ ଖ୍ରୀଷ୍ଟଧର୍ମାବଲମ୍ବୀ । ବଡ଼ ଦିନରେ ଦେଶବ୍ୟାପୀ ଉତ୍ସବର ମାହୋଲ
ଆଜି ପବିତ୍ର ବଡଦିନ । ମଧ୍ୟରାତ୍ରରେ ଧରାପୃଷ୍ଟକୁ ଆଗମନ କରିଛନ୍ତି ପ୍ରଭୁ ଯୀଶୁ । ତାଙ୍କୁ ସ୍ୱାଗତ କରିବା ପାଇଁ ତଥା ଭକ୍ତି ଅର୍ଘ୍ୟ ଢାଳିବା ପାଇଁ ପ୍ରାୟ ୩ଟା ଯାଏଁ ଚଳଚଂଚଳ ଥିଲା ବିଭିନ୍ନ ଚର୍ଚ୍ଚ । ରଙ୍ଗ ବେରଙ୍ଗର ଆଲୁଅ ମାଳାରେ ଝଲସୁଥିଲା ଚର୍ଚ୍ଚ । ଝଲସୁଥିଲା ଜିଙ୍ଗଲ ବେଲ । ଝଲସୁଥିଲା ବିଭିନ୍ନ ଉପହାରରେ ସଜ୍ଜିତ ଖ୍ରୀଷ୍ଟମାସ ବୃକ୍ଷ । ଭାସିଆସୁଥିଲା ସମବେତ କାରୋଲ ସଙ୍ଗୀତ । ଭଗବାନ ଯୀଶୁଙ୍କୁ ଆଗମନକୁ ଏପରିContinue reading “ଧରାବତରଣ କଲେ ପ୍ରଭୁ ଯୀଶୁ : ବାଇବେଲ ପାଠ ଓ ପ୍ରାର୍ଥନା ପରେ ସମସ୍ତେ ପରସ୍ପରକୁ ଜଣାଇଲେ ଶୁଭେଚ୍ଛା , ପ୍ରଭୁଙ୍କ ପାଦ ଚୁମ୍ବନ କରି ଶ୍ରଦ୍ଧା ନିବେଦନ କଲେ ଖ୍ରୀଷ୍ଟଧର୍ମାବଲମ୍ବୀ । ବଡ଼ ଦିନରେ ଦେଶବ୍ୟାପୀ ଉତ୍ସବର ମାହୋଲ”
ଆଫଗାନିସ୍ଥାନରୁ ଧରାହେଲେ ୧୦ ଜଣିଆ ଚୀନ୍ ଗୁପ୍ତଚର : ୧୦ ଗୁପ୍ତଚର ଅଟକ
ଆଫଗାନିସ୍ତାନର ରାଜଧାନୀ କାବୁଲରେ ଆତଙ୍କବାଦୀ ସଙ୍ଗଠନ ଚଳାଉଥିବା ୧୦ଜଣିଆ ସଦସ୍ୟବିଶିଷ୍ଟ ଏକ ଚୀନା ଗୁପ୍ତଚର ଦଳ ଧରାପଡ଼ିଥିବା କଥା କୂଟନୀତିଜ୍ଞ ଏବଂ ନିରାପତ୍ତା ଅଧିକାରୀମାନେ କହିଛନ୍ତି। ଗୁପ୍ତଚରଗିରି ଏବଂ ଆତଙ୍କବାଦୀ ସଙ୍ଗଠନ ଚଳାଉଥିବା ଅଭିଯୋଗରେ ସେହି ୧୦ଜଣ ଚୀନ୍ ନାଗରିକଙ୍କୁ ଆଫଗାନିସ୍ତାନର ‘ନ୍ୟାସ୍ନାଲ୍ ଡାଇରେକ୍ଟୋରେଟ୍ ଅଫ୍ ସିକ୍ୟୁରିଟି’ (ଏନ୍ଡିଏସ୍) ଅଟକ ରଖିଛି। ସେମାନେ ଚୀନ୍ର ଗୁପ୍ତଚର ଏଜେନ୍ସି ଏବଂ ରାଷ୍ଟ୍ରୀୟ ନିରାପତ୍ତା ମନ୍ତ୍ରାଳୟ ସହ ସମ୍ପୃକ୍ତ ଥିବା ପରି ମନେହେଉଛି। ଡିସେମ୍ବର ୧୦ ତାରିଖ ଦିନ ‘ଏନ୍ଡିଏସ୍’Continue reading “ଆଫଗାନିସ୍ଥାନରୁ ଧରାହେଲେ ୧୦ ଜଣିଆ ଚୀନ୍ ଗୁପ୍ତଚର : ୧୦ ଗୁପ୍ତଚର ଅଟକ “
୨ ମାସ ଭିତରେ ଗଞ୍ଜାମରେ ମୃତକଙ୍କ ସଂଖ୍ୟା ବଢାଇଛି ଦୁର୍ଘଟଣା : ଦୁର୍ଘଟଣାରେ ୫୯ ଲୋକଙ୍କ ଗଲାଣି ଜୀବନ ।
ରାଜ୍ୟର ଦୁର୍ଘଟଣାପ୍ରବଣ ଜିଲ୍ଲା ମଧ୍ୟରେ ଗଞ୍ଜାମ ସ୍ଥିତି ଉଦ୍ବେଗଜନକ। ଜିଲ୍ଲାରେ ସଡ଼କ ଦୁର୍ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦୁର୍ଘଟଣା ଓ ଏଥିଜନିତ ମୃତ୍ୟୁ କମାଇବାକୁ ସୁପ୍ରିମକୋର୍ଟ ବାରମ୍ବାର ତାଗିଦ୍ କରୁଛନ୍ତି। କିନ୍ତୁ ଜିଲ୍ଲାରେ ଦୁର୍ଘଟଣା କମିବା ନାଁ ଧରୁନି। ୨୦୧୯ ସେପ୍ଟେମ୍ବର ଓ ଅକ୍ଟୋବର ୨ମାସ ମଧ୍ୟରେ ଗଞ୍ଜାମରେ ସଡ଼କ ଦୁର୍ଘଟଣାରେ ୩୫ଜଣଙ୍କ ମୃତ୍ୟୁ ଘଟିଥିଲା। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଏହି ଦୁଇ ମାସରେ ୬୮.୫୭ ପ୍ରତିଶତ ଅଧିକ ଲୋକ ଦୁର୍ଘଟଣାରେContinue reading “୨ ମାସ ଭିତରେ ଗଞ୍ଜାମରେ ମୃତକଙ୍କ ସଂଖ୍ୟା ବଢାଇଛି ଦୁର୍ଘଟଣା : ଦୁର୍ଘଟଣାରେ ୫୯ ଲୋକଙ୍କ ଗଲାଣି ଜୀବନ । “
ଦିଲ୍ଲୀରେ ପୁଣି ମୃଦୁ ଭୂମିକମ୍ପ ଅନୁଭୂତ : ରିକ୍ଟର ସ୍କେଲରେ ତୀବ୍ରତା ୨.୩ , ସକାଳ ପ୍ରାୟ ୫ ଟା ୨ ମିନିଟରେ ଭୂକମ୍ପ । କ୍ଷୟକ୍ଷତିର କୌଣସି ସୂଚନା ନାହିଁ
ଆଜି ଭୋରରୁ ଦିଲ୍ଲୀରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ନ୍ୟାସନାଲ ସେଂଟର ଫର ସିସମୋଲଜି ଅନୁସାରେ, ରିକ୍ଟର ସ୍କେଲର ଭୂମିକମ୍ପର ତୀବ୍ରତା ୨.୩ ଥିଲା । ଭୋର ପ୍ରାୟ ୫ଟା ୦୨ ମିନିଟରେ ଏହି ଭୂମିକମ୍ପ ହୋଇଛି । ତେବେ ଏଥିରେ କିଛି କ୍ଷୟକ୍ଷତି ହୋଇଥିବା ସୂଚନା ନାହିଁ । ଗତ ୧୭ ଡିସେମ୍ବରରେ ମଧ୍ୟ ଦିଲ୍ଲୀ-ଏନସିଆରରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ସେତେବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୨ ।Continue reading “ଦିଲ୍ଲୀରେ ପୁଣି ମୃଦୁ ଭୂମିକମ୍ପ ଅନୁଭୂତ : ରିକ୍ଟର ସ୍କେଲରେ ତୀବ୍ରତା ୨.୩ , ସକାଳ ପ୍ରାୟ ୫ ଟା ୨ ମିନିଟରେ ଭୂକମ୍ପ । କ୍ଷୟକ୍ଷତିର କୌଣସି ସୂଚନା ନାହିଁ”
ରାସ୍ତାକଡ଼ରେ ବ୍ୟବସାୟ କରୁଥିବା ଦୋକାନୀକୁ ବିଏମସିର ଚରମବାଣୀ : ଦୋକାନ ସାମ୍ନାରେ ଦୁଇଟି ଡଷ୍ଟବିନ୍ ନରଖିଲେ ସିଲ୍ ହେବ ଦୋକାନ
ସ୍ବଚ୍ଛ ସର୍ବେକ୍ଷଣ-୨୦୨୧ ପାଇଁ ବିଏମ୍ସି ପକ୍ଷରୁ ଜୋରଦାର୍ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥର ଯେପରି ଭଲ ରୢାଙ୍କ ମିଳିବ, ସେଥିପାଇଁ ବିଏମ୍ସି ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ପରିମଳ ନେଇ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହେଉଥିବା ବେଳେ ବିଏମ୍ସି ପକ୍ଷରୁ ସମସ୍ତ ଦୋକାନ ଓ ବ୍ୟାବସାୟିକ ପ୍ରତିଷ୍ଠାନ ପାଇଁ ଦୁଇଟି ଡଷ୍ଟବିନ୍ ରଖିବା ବାଧ୍ୟତାମୂଳକ କରାଯାଇଛି। ଯେଉଁମାନେ ଦୋକାନରେ ଦୁଇଟି ଡଷ୍ଟବିନ୍ ରଖିବେନି, ସେମାନଙ୍କ ଦୋକାନ ସିଲ୍ କରାଯିବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି। ବିଏମ୍ସିContinue reading “ରାସ୍ତାକଡ଼ରେ ବ୍ୟବସାୟ କରୁଥିବା ଦୋକାନୀକୁ ବିଏମସିର ଚରମବାଣୀ : ଦୋକାନ ସାମ୍ନାରେ ଦୁଇଟି ଡଷ୍ଟବିନ୍ ନରଖିଲେ ସିଲ୍ ହେବ ଦୋକାନ”
ଆଜି ୬ଟି ରାଜ୍ୟର ଚାଷୀଙ୍କ ସହ ସିଧାସଳଖ କଥା ହେବେ ପ୍ରଧାନମନ୍ତ୍ରୀ : ପିଏମ୍ କିଷାନ୍ ଯୋଜନାରେ ୯ କୋଟି ଚାଷୀଙ୍କ ଖାତାକୁ ୧୮ ହଜାର କୋଟିର ସହାୟତା ପଠାଇବେ ମୋଦି ।
ଦିଲ୍ଲୀରେ ଚାଷୀଙ୍କ ଆନ୍ଦୋଳନ ଭିତରେ ଆଜି ଚାଷୀଙ୍କ ସହ ସିଧାସଳଖ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ଆଜି ନରେନ୍ଦ୍ର ମୋଦି ୬ ରାଜ୍ୟର ଚାଷୀଙ୍କ ସହ ଭର୍ଚୁଆଲ ମାଧ୍ୟମରେ ଆଲୋଚନା କରିବେ । ଏହା ସହିତ ଦେଶର ୯ କୋଟି ଚାଷୀଙ୍କ ଖାତାକୁ କିଷାନ୍ ସମ୍ମାନ ନିଧି ଯୋଜନା ଜରିଆରେ ୧୮ ହଜାର କୋଟି ଟଙ୍କା ପଠାଇବେ । ଏସମ୍ପର୍କରେ ଟ୍ୱିଟ୍ କରି ମଧ୍ୟContinue reading “ଆଜି ୬ଟି ରାଜ୍ୟର ଚାଷୀଙ୍କ ସହ ସିଧାସଳଖ କଥା ହେବେ ପ୍ରଧାନମନ୍ତ୍ରୀ : ପିଏମ୍ କିଷାନ୍ ଯୋଜନାରେ ୯ କୋଟି ଚାଷୀଙ୍କ ଖାତାକୁ ୧୮ ହଜାର କୋଟିର ସହାୟତା ପଠାଇବେ ମୋଦି ।”
୧୪ ଦିନ ଭିତରେ ବ୍ରିଟେନରୁ ଓଡ଼ିଶା ଫେରିଛନ୍ତି ୪୩ ଜଣ : ତାଲିକା ଦେଲା ସ୍ୱାସ୍ଥ୍ୟ ବିଭାଗ , ଭୁବନେଶ୍ୱରକୁ ଆସିଛନ୍ତି ୨୧ ଜଣ, କଟକକୁ ୫
ବ୍ରିଟେନରେ କରୋନା ନୂଆ ଷ୍ଟ୍ରେନ ଚିହ୍ନଟ ହେବା ପରେ ଚିନ୍ତା ବଢିଯାଇଛି । ଏପରି ସମୟରେ ଜଣେ ବ୍ରିଟେନ ଫେରନ୍ତା ପଜିଟିଭ ଚିହ୍ନଟ ହେବା ପରେ ସତର୍କ ହୋଇଛନ୍ତି ସରକାର । ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗତ ୧୪ ଦିନ ଭିତରେ ୟୁକେରୁ ଓଡିଶାକୁ ଆସିଥିବା ୪୩ ଜଣ ଯାତ୍ରୀଙ୍କ ତାଲିକା ଜାରି କରାଯାଇଛି । ବ୍ରିଟେନ ଫେରନ୍ତାଙ୍କ ଉପରେ ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେContinue reading “୧୪ ଦିନ ଭିତରେ ବ୍ରିଟେନରୁ ଓଡ଼ିଶା ଫେରିଛନ୍ତି ୪୩ ଜଣ : ତାଲିକା ଦେଲା ସ୍ୱାସ୍ଥ୍ୟ ବିଭାଗ , ଭୁବନେଶ୍ୱରକୁ ଆସିଛନ୍ତି ୨୧ ଜଣ, କଟକକୁ ୫”
ଦସ୍ତଖତ ନେଇ ପହଞ୍ଚିଲା ହାତ… ନୂଆ କୃଷି ଆଇନ ପ୍ରତିବାଦରେ ରାଷ୍ଟ୍ରପତିଙ୍କୁ ଭେଟିଲା କଂଗ୍ରେସ । ୨ କୋଟି ଚାଷୀଙ୍କ ଦସ୍ତଖତ ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କଲେ ରାହୁଲ ।
କନକ ବ୍ୟୁରୋ: ଦିଲ୍ଲୀରେ ଚାଷୀଙ୍କ ଆନ୍ଦୋଳନ ୨୯ଦିନରେ ପହଂଚିଥିବା ବେଳେ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି କଂଗ୍ରେସ ନେତୃତ୍ୱ । ନୂଆ କୃଷି ଆଇନ ପ୍ରତ୍ୟାହାର କରିବା ନେଇ ରାଷ୍ଟ୍ରପତିଙ୍କୁ ୨ କୋଟି ଚାଷୀଙ୍କ ଦସ୍ତଖତ ଥିବା ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଆଇନକୁ ପ୍ରତ୍ୟାହାର କରିବା ସହ ସରକାର ସଂସଦର ଯୁଗ୍ମ ଅଧିବେଶନ ଡାକନ୍ତୁ ଓ ଆଇନକୁ ପ୍ରତ୍ୟାହାର କରନ୍ତୁ ବୋଲି କହିଛନ୍ତି ରାହୁଲ ଗାନ୍ଧୀ । ତେବେ କଂଗ୍ରେସ ବିଜୟ ଚୌକରୁ ରାଷ୍ଟ୍ରପତି ଭବନContinue reading “ଦସ୍ତଖତ ନେଇ ପହଞ୍ଚିଲା ହାତ… ନୂଆ କୃଷି ଆଇନ ପ୍ରତିବାଦରେ ରାଷ୍ଟ୍ରପତିଙ୍କୁ ଭେଟିଲା କଂଗ୍ରେସ । ୨ କୋଟି ଚାଷୀଙ୍କ ଦସ୍ତଖତ ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କଲେ ରାହୁଲ ।”