କନକ ବ୍ୟୁରୋ : ବିଜେପି ଦଖଲରେ ଜମ୍ମୁ, କଶ୍ମୀରରେ ଗୁପକାର ମେଂଟର ବାଜିମାତ । ଫାରୁକ ଅବଦୁଲ୍ଲାଙ୍କ ନେତୃତ୍ୱାଧିନ ଗୁପକାର ମେଂଟ ଜମ୍ମୁକଶ୍ମୀରରେ ଆୟୋଜିତ ଜିଲ୍ଲା ବିକାଶ ପରିଷଦ ନିର୍ବାଚନରେ ବାଜିମାତ କରିଛି । ଜମ୍ମୁକଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ ଏହି କେନ୍ଦ୍ର ଶାସିତ ଅଂଚଳରେ କୌଣସି ନିର୍ବାଚନ ଆୟୋଜିତ ହୋଇଥିଲା । ବିଜେପି ଦଖଲରେ ଜମ୍ମୁ, କଶ୍ମୀରରେ ଗୁପକାର ମେଂଟର ବାଜିମାତ । ଧାରା ୩୭୦ ଉଚ୍ଛେଦ ହେବାContinue reading “ଧାରା ୩୭୦ ଉଚ୍ଛେଦ ପରେ ଘାଟୀରେ ପ୍ରଥମ ନିର୍ବାଚନ ଫଳାଫଳ । ଜିଲ୍ଲା ବିକାଶ ପରିଷଦ ନିର୍ବାଚନରେ ବିଜେପି ଦଖଲରେ ଜମ୍ମୁ, କଶ୍ମୀରରେ ଗୁପକାର ମେଂଟର “
Category Archives: News
ଯବାନଙ୍କ ଉପରେ ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣ । ଜମ୍ମୁକଶ୍ମୀର ଗାନ୍ଦେରବଲ ସିଆରପିଏଫ ଯବାନଙ୍କ ଉପରକୁ ଗ୍ରେନେଡ ମାଡରେ ୩ସୁରକ୍ଷା କର୍ମୀ ଆହତ ।
କନକ ବ୍ୟୁରୋ : ଯବାନଙ୍କ ଉପରେ ଆତଙ୍କବାଦୀଙ୍କ ଗ୍ରେନଡେ ଆକ୍ରମଣ । ଜମ୍ମୁକଶ୍ମୀର ଗାନ୍ଦେରବଲ ଅଂଚଳରେ ସିଆରପିଏଫ ଯବାନଙ୍କ ଉପରକୁ ଗ୍ରେନେଡ ମାଡ ହୋଇଥିବା ବେଳେ ୩ଜଣ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି । ଆହତ ୩ଜଣ ଯବାନଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଗାନ୍ଦେରବଲର ଦୁଦେରହାମା ଅଂଚଳରେ ଏହି ଆକ୍ରମଣ ହୋଇଛି । ଆକ୍ରମଣ ସମ୍ପର୍କରେ ସୂଚନା ଦେଇଛନ୍ତି ଗାନ୍ଦେରବଲ ଏସଏସପି । ଏବଂ ଯବାନଙ୍କ ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେContinue reading “ଯବାନଙ୍କ ଉପରେ ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣ । ଜମ୍ମୁକଶ୍ମୀର ଗାନ୍ଦେରବଲ ସିଆରପିଏଫ ଯବାନଙ୍କ ଉପରକୁ ଗ୍ରେନେଡ ମାଡରେ ୩ସୁରକ୍ଷା କର୍ମୀ ଆହତ ।”
ପଶ୍ଚିମବଙ୍ଗ ରାଜନୈତିକ ଲଢେଇ ପୁଣି ହିଂସାତ୍ମକ ରୂପ ନେଇଛି । ମେଦିନାପୁରରେ ବିଜେପି ଓ ଟିଏମି ସମର୍ଥକଙ୍କ ମଧ୍ୟରେ ରକ୍ତାକ୍ତ ସଂର୍ଘଷ ।
କନକ ବ୍ୟୁରୋ : ପଶ୍ଚିମବଙ୍ଗ ରାଜନୈତିକ ଲଢେଇ ପୁଣି ହିଂସାତ୍ମକ ରୂପ ନେଇଛି । ଆଜି ପୂର୍ବ ମେଦିନାପୁରରେ ବିଜେପି ଓ ଟିଏମି ସମର୍ଥକଙ୍କ ମଧ୍ୟରେ ରକ୍ତାକ୍ତ ସଂର୍ଘଷ ହୋଇଛି । ଟିଏମସି ଛାଡି ବିଜେପିରେ ସାମିଲ ହୋଇଥିବା ଶୁଭେନ୍ଦୁ ଅଧିକାରୀଙ୍କ ସମର୍ଥକ ଓ ଟିଏମସି ସମର୍ଥକଙ୍କ ମଧ୍ୟରେ ବିବାଦ ରକ୍ତ ସଂଘର୍ଷରେ ପରିଣତ ହୋଇଛି । ରାମନଗର ଅଂଚଳରେ ବିଜେପିର ରାଲି ଚାଲିଥିବା ବେଳେ ଟିଏମସି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । କିଛିContinue reading “ପଶ୍ଚିମବଙ୍ଗ ରାଜନୈତିକ ଲଢେଇ ପୁଣି ହିଂସାତ୍ମକ ରୂପ ନେଇଛି । ମେଦିନାପୁରରେ ବିଜେପି ଓ ଟିଏମି ସମର୍ଥକଙ୍କ ମଧ୍ୟରେ ରକ୍ତାକ୍ତ ସଂର୍ଘଷ ।”
ସୁନ୍ଦରଗଡ଼ରେ ଧାନ ବିକ୍ରି ବେଳେ ଚାଷୀଙ୍କୁ ଲୁଟୁଛନ୍ତି ଦଲାଲ । ଲ୍ୟାମ୍ସରେ ବସ୍ତା ପିଛା କଟାଯାଉଛି ମନଇଚ୍ଛା ଧାନ । ଚାଷୀଙ୍କୁ ମିଳୁନି ବସ୍ତା ପଇସା
କନକ ବ୍ୟୁରୋ : ଚାଷୀଙ୍କ ପିଛା ଛାଡୁନାହିଁ ସମସ୍ୟା । ଯେତେ ଯାହା କଲେ ବି ପ୍ରତି ବର୍ଷ ଧାନ ବିକ୍ରି ବେଳେ ଚାଷୀ ମୁଣ୍ରେ ବଜ୍ର ପକାଉଛି ମଣ୍ଡି ସମସ୍ୟା । ଧାନର ମାନକୁ ନେଇ ପ୍ରଶ୍ନ କରି, ମନଇଚ୍ଛା କଟନୀ ଛଟନୀ କରୁଛନ୍ତି ଅଧିକାରୀ ଓ ଦଲାଲ୍ । ସୁନ୍ଦରଗଡରେ ଗାଁ ଗାଁରେ ମଣ୍ଡି ଖୋଲିଥିବା ବେଳେ ଏମିତି ଶୋଷଣର ଶିକାର ହେଉଛନ୍ତି ଚାଷୀ । ସବୁ ଦେଖି ଚୁପ୍ ବସିଛି ପ୍ରଶାସନ ।Continue reading “ସୁନ୍ଦରଗଡ଼ରେ ଧାନ ବିକ୍ରି ବେଳେ ଚାଷୀଙ୍କୁ ଲୁଟୁଛନ୍ତି ଦଲାଲ । ଲ୍ୟାମ୍ସରେ ବସ୍ତା ପିଛା କଟାଯାଉଛି ମନଇଚ୍ଛା ଧାନ । ଚାଷୀଙ୍କୁ ମିଳୁନି ବସ୍ତା ପଇସା”
ବିଜେଡି ପାଠଶାଳାରେ ପରୀକ୍ଷା ଦେଲେ ଛାତ୍ର ନେତା । ନବୀନ ଓ ବିଜୁଙ୍କ ନେଇ ପଚରାଗଲା ୨୫ ପ୍ରଶ୍ନ । ପରୀକ୍ଷାର ନିୟନ୍ତ୍ରକ ସାଜିଲେ ପ୍ରଣବ ପ୍ରକାଶ ଦାସ
କନକ ବ୍ୟୁରୋ : ବିଜେଡି କାର୍ଯ୍ୟାଳୟରେ ଚାଲିଥିଲା ଛାତ୍ର କାର୍ଯ୍ୟକାରିଣୀ ବୈଠକ । ଯେଉଁଥିରେ ସାମିଲ ହୋଇଥିଲେ ଏହି ଛାମୁଆ ସଂଗଠନର ନେତୃମଣ୍ଡଳୀ । ବୈଠକ ସରିବା ପରେ ହଠାତ ଏକ ନିଆରା ଦୃଶ୍ୟ ସାମ୍ନାକୁ ଆସିଥିଲା । ୧୭୭ ଛାତ୍ର କାର୍ଯ୍ୟକର୍ତାଙ୍କୁ ନେଇ ଆରମ୍ଭ ହେଲା ପରୀକ୍ଷା । ଆଉ ଏହି ପରୀକ୍ଷାର ନିୟନ୍ତ୍ରକ ସାଜିଥିଲେ ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ । ୨୦ ମିନିଟ୍ର ଏହି ପରୀକ୍ଷା ପାଇଁ ଥିଲା ମୋଟContinue reading “ବିଜେଡି ପାଠଶାଳାରେ ପରୀକ୍ଷା ଦେଲେ ଛାତ୍ର ନେତା । ନବୀନ ଓ ବିଜୁଙ୍କ ନେଇ ପଚରାଗଲା ୨୫ ପ୍ରଶ୍ନ । ପରୀକ୍ଷାର ନିୟନ୍ତ୍ରକ ସାଜିଲେ ପ୍ରଣବ ପ୍ରକାଶ ଦାସ”
ବ୍ରହ୍ମପୁରର କୋଟିପତି ଅଙ୍ଗନବାଡି କର୍ମୀ ଗିରଫ । ୨କୋଟି ୨୫ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କଲା ଭିଜିଲାନ୍ସ ।
କନକ ବ୍ୟୁରୋ : ବ୍ରହ୍ମପୁର ମହାନଗର ନିମର ୱାର୍ଡ ନମ୍ବର ୨ରେ କାର୍ଯ୍ୟରତ ଅଙ୍ଗନବାଡି ଦିଦି ନମିତା ଦଳାଇ । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ୫ଟି ସ୍ଥାନରେ ଚଢାଉ କରିଥିଲା । ବ୍ରହ୍ମପୁର ସହରରେ ଥିବା ୩ ମହଲା କୋଠା, ପୁରୁଣା ବ୍ରହ୍ମପୁରସ୍ଥିତ ଘର, ଭୁବନେଶ୍ୱରରେ ୨ଟି ଫ୍ଲାଟ, ବ୍ରହ୍ମପୁରରେ ଥିବା ଛତୁଆ ଫ୍ୟାକ୍ଟ୍ରି ଉପରେ ହୋଇଥିଲା ଚଢାଉ । ନମିତାଙ୍କ ଘର, ସୁନା ଓ ବ୍ୟାଙ୍କ ବାଲାନସ ମିଶାଇ ମୋଟ ୨କୋଟି ୨୫ଲକ୍ଷContinue reading “ବ୍ରହ୍ମପୁରର କୋଟିପତି ଅଙ୍ଗନବାଡି କର୍ମୀ ଗିରଫ । ୨କୋଟି ୨୫ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କଲା ଭିଜିଲାନ୍ସ ।”
ପ୍ରାୟ ୯ ମାସ ପରେ ଆଜି ଖୋଲିଲା ଶ୍ରୀମନ୍ଦିର । ପ୍ରଥମ ଦିନରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ସେବାୟତ ପରିବାର । ଜାରି ହେଲା ନୂଆ ଏସଓପି ।
କନକ ବ୍ୟୁରୋ : ଯେଉଁ ଦିନଟିକୁ ଦୀର୍ଘ ୯ମାସ ଧରି ଭକ୍ତମାନେ ଅପେକ୍ଷା କରି ରହିଥିଲେ ଆଜି ସେହି ମୁହୁର୍ତ ଆସିଛି । ଖୋଲିଛି ପୁରୀ ଶ୍ରୀମନ୍ଦିର । ମନର ଠାକୁରକୁ ଦର୍ଶନ କରିଛନ୍ତି ଭକ୍ତ । ପୁରୀରେ ପ୍ରବଳ ଥଣ୍ଡା ସତ୍ୱେ ଭୋର ୪ଟା ୫୦ ମିନିଟରେ ଫିଟିଥିଲା ଶ୍ରୀମନ୍ଦିର ଦୁଆର । ପରେ ପରେ ସେବାୟତ ପରିବାରର ସଦସ୍ୟ ମୁହଁରେ ମାସ୍କ ପିନ୍ଧି ପରିଚୟ ପତ୍ର ଦେଖାଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ମନ୍ଦିର ଭିତରକୁContinue reading “ପ୍ରାୟ ୯ ମାସ ପରେ ଆଜି ଖୋଲିଲା ଶ୍ରୀମନ୍ଦିର । ପ୍ରଥମ ଦିନରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ସେବାୟତ ପରିବାର । ଜାରି ହେଲା ନୂଆ ଏସଓପି ।”
ଲେଗିଙ୍ଗସକୁ ଫରେନସିକ ଲ୍ୟାବକୁ ପଠାଇଲା ଏସଆଇଟି । ଅଭିଯୁକ୍ତର ବୟାନ ଓ ଏସଆଇଟିର ହତ୍ୟା ଥିଓରୀର ପ୍ରମାଣ ପାଇଁ ବେଶ ଗୁରୁତ୍ୱ ରଖୁଛି ଲେଗିଙ୍ଗସ ।
କନକ ବ୍ୟୁରୋ : ମଙ୍ଗଳବାର ଦିନ ପୋଖରୀରୁ ପାଣି ନିଷ୍କାସନ ପରେ ରାତି ପ୍ରାୟ ୧୦ଟା ୧୦ ପାଖାପାଖି ଓଡ୍ରାଫ୍ ଟିମକୁ ମିଳିଥିଲା ଏକ ଛୋଟ ପିଲାର ଲେଗିଙ୍ଗସ । ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଦୁଷ୍କର୍ମ ଓ ହତ୍ୟାର ଯେଉଁ ଥିଓରୀ ଦେଇଥିଲେ ସେହି ଆଧାରରେ ଦିନତମାମ ପୋଖରୀରୁ ଜଳ ନିଷ୍କାସନ ହେବା ସହ ପ୍ରମାଣ ଖୋଜା ଚାଲିଥିଲା । ପ୍ରେସମିଟ୍ କରି ବୋଥ୍ରା କହିଥିଲେ ଅଭିଯୁକ୍ତ ସରୋଜ ସେଠୀ, ଏହି ଜଘନ୍ୟ କାଣ୍ଡ ଘଟାଇବାContinue reading “ଲେଗିଙ୍ଗସକୁ ଫରେନସିକ ଲ୍ୟାବକୁ ପଠାଇଲା ଏସଆଇଟି । ଅଭିଯୁକ୍ତର ବୟାନ ଓ ଏସଆଇଟିର ହତ୍ୟା ଥିଓରୀର ପ୍ରମାଣ ପାଇଁ ବେଶ ଗୁରୁତ୍ୱ ରଖୁଛି ଲେଗିଙ୍ଗସ ।”
ବ୍ରିଟେନରୁ ଭୁବନେଶ୍ୱର ଫେରିଥିବା ବ୍ୟକ୍ତିଙ୍କ ଠାରେ କରୋନା ପଜିଟିଭ । ନୂଆ ଷ୍ଟ୍ରେନ କି ନୁହେଁ ହୋଇନି ସ୍ପଷ୍ଟ । ହସ୍ପିଟାଲରେ କରାଗଲା ଭର୍ତ୍ତି ।
କନକ ବ୍ୟୁରୋ : କରୋନାର ନୂଆ ରୂପକୁ ନେଇ ଆତଙ୍କ ଖେଳିଯାଇଥିବା ବେଳେ ଭୁବନେଶ୍ୱରର ଜଣେ ବ୍ରିଟେନ ଫେରନ୍ତା ପଜିଟିଭ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ସୂଚନା ମିଳିଛି । ସଂପୃକ୍ତ ବ୍ୟକ୍ତି ଗତ ୧୮ ତାରିଖରେ ବ୍ରିଟେନରୁ ଭୁବନେଶ୍ୱରକୁ ଫେରିଛନ୍ତି । ଏହା ଜାଣିବା ପରେ ବିଏମସି ପକ୍ଷରୁ ତାଙ୍କର କୋଭିଡ ପରୀକ୍ଷା ପାଇଁ ନମୂନା ସଂଗ୍ରହ କରିଯାଇଥିଲା । ତାଙ୍କର ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ହସ୍ପିଟାଲରେContinue reading “ବ୍ରିଟେନରୁ ଭୁବନେଶ୍ୱର ଫେରିଥିବା ବ୍ୟକ୍ତିଙ୍କ ଠାରେ କରୋନା ପଜିଟିଭ । ନୂଆ ଷ୍ଟ୍ରେନ କି ନୁହେଁ ହୋଇନି ସ୍ପଷ୍ଟ । ହସ୍ପିଟାଲରେ କରାଗଲା ଭର୍ତ୍ତି ।”
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ବିଜେପିର ଅଭିଯୋଗ, କେନ୍ଦ୍ରୀୟ ଯୋଜନାକୁ ହଡପ କରୁଛି ବିଜେଡି ।
କନକ ବ୍ୟୁରୋ : ଆବାସ ଯୋଜନାକୁ ନେଇ ନବୀନ ସରକାରଙ୍କୁ ଘେରିଛି ବିଜେପି । ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଦେଇଥିବା ଆବାସ ଯୋଜନା ସମ୍ପର୍କିତ ଚିଠିକୁ ଚିରି ଦେଇଥିଲେ ବିଜେପି ନେତା । ବିଜେପି ଅଭିଯୋଗ କରିଛି, ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହଡପ କରିବାକୁ ଉଦ୍ୟମ କରୁଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ପ୍ରଆଜୋ ଏବଂ ଇନ୍ଦିରା ଆବାସ ଯୋଜନାକୁ ଇଆଜୋ ଲେଖି ବିଜୁ ବାବୁଙ୍କ ଫଟୋ ଲଗାଇ ଷ୍ଟିକର ମାରୁଛନ୍ତି ।Continue reading “ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ବିଜେପିର ଅଭିଯୋଗ, କେନ୍ଦ୍ରୀୟ ଯୋଜନାକୁ ହଡପ କରୁଛି ବିଜେଡି ।”