କନକ ବ୍ୟୁରୋ: ଖସୁଛି ତାପମାତ୍ରା, ବଢୁଛି ଶୀତ । ଉତର ଓ ଉତର ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ପବନ ବୋହୁଥିବା ଯୋଗୁଁ ରାଜ୍ୟରେ ତାପମାତ୍ରା କମିବାରେ ଲାଗିଛି । ବର୍ତମାନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପାରଦ ୫ଡିଗ୍ରୀ ତଳକୁ ଖସିଛି । ଆସନ୍ତା ୨ଦିନରେ ଏହା ଆହୁରୀ ୨ଡିଗ୍ରୀ ତଳକୁ ଖସିପାରେ । ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆଭ୍ୟନ୍ତରୀଣ ଓ ଉତର ଓଡ଼ିଶାର ଉପକୂଳ ଜିଲ୍ଲା ଗୁଡିକରେ ତାପାମତ୍ରା କମିଛିContinue reading “ବିଭିନ୍ନ ସ୍ଥାନରେ ପାରଦ ଖସିଲା ୫ ଡିଗ୍ରୀ: ଆସନ୍ତା ୨୪ ଘଂଟାରେ ୨ ଡିଗ୍ରୀ କମିବ ତାପମାତ୍ରା; ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ବଢିପାରେ ଶୀତ”
Category Archives: News
ପୋଲିସ ଡିଜିଙ୍କୁ ଚିଠି ଲେଖିଲେ ସାଂସଦ ଅନୁଭବ ମହାନ୍ତି: ସୁରକ୍ଷା ମାଗି ଲେଖିଲେ ଚିଠି; ତାଙ୍କ ଓ ତାଙ୍କ ପରିବାର ବିରୋଧରେ ଷଡଯନ୍ତ୍ର ଚାଲିଥିବା ଆଣିଲେ ଅଭିଯୋଗ
କନକ ବ୍ୟୁରୋ: ସୁରକ୍ଷା ମାଗି ପୁଲିସ ଡିଜିଙ୍କୁ ଚିଠି ଲେଖିଲେ ସାଂସଦ ଅନୁଭବ ମହାନ୍ତି । ଏଥିରେ ସେ ଅଭିଯୋଗ କରିଛନ୍ତି, ତାଙ୍କ ଓ ତାଙ୍କ ପରିବାର ପ୍ରତି ଷଡଯନ୍ତ୍ର ଚାଲିଛି । ଚିଠି ସହ ପୁଲିସ ଡିଜିଙ୍କ ପାଖରେ କିଛି ଘଟଣାକୁ ଦର୍ଶାଇଛନ୍ତି ଅନୁଭବ । ଚିଠିରେ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କରୁଥିବା ବ୍ୟକ୍ତିଙ୍କ ନାଁ ମଧ୍ୟ ଦର୍ଶାଇଛନ୍ତି । କିଛି ଦିନ ତଳେ ବର୍ଷା ପ୍ରୟିଦର୍ଶିନୀ ଓ ତାଙ୍କ ଦୁଇଉଭଣୀଙ୍କ ସହିତ ଫୋନ କଥାContinue reading “ପୋଲିସ ଡିଜିଙ୍କୁ ଚିଠି ଲେଖିଲେ ସାଂସଦ ଅନୁଭବ ମହାନ୍ତି: ସୁରକ୍ଷା ମାଗି ଲେଖିଲେ ଚିଠି; ତାଙ୍କ ଓ ତାଙ୍କ ପରିବାର ବିରୋଧରେ ଷଡଯନ୍ତ୍ର ଚାଲିଥିବା ଆଣିଲେ ଅଭିଯୋଗ”
ସାମ୍ନାକୁ ଆସିଲା ମୁମ୍ୱାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନର ପ୍ରଥମ ଚିତ୍ର: ଭାରତ-ଜାପାନ ଦୂତାବାସ ପକ୍ଷରୁ ଜାରି ହେଲା ପ୍ରଥମ ଛବି
କନକ ବ୍ୟୁରୋ: ସାମ୍ନାକୁ ଆସିଛି ମୁମ୍ୱାଇ-ଅହମ୍ମଦାବାଦ ବୁଲେଟ ଟ୍ରେନର ପ୍ରଥମ ଚିତ୍ର । ଏହି ଚିତ୍ରକୁ ଭାରତ-ଜାପାନ ଦୂତାବାସ ପକ୍ଷରୁ ଜାରି କରାଯାଇଛି । ଏହା ହେଉଛି ଭାରତରେ ଚାଲିବାକୁ ଥିବା ବହୁ ପ୍ରତିକ୍ଷୀତ ବୁଲେଟ୍ ଟ୍ରେନର ପ୍ରଥମ ଛବି । ଏହି ବୁଲେଟ୍ ଟ୍ରେନ୍ ପ୍ରକଳ୍ପର ନାଁ ରହିଛି ମୁମ୍ୱାଇ- ଅହମ୍ମଦାବାଦ ହାଇସ୍ପିଡ୍ ରେଲ ସେବା । ଏହାକୁ ୨୦୨୩ ସୁଦ୍ଧା ଶେଷ କରିବା ଯୋଜନା ରଖାଯାଇଛି । ଜାପାନ ଦୂତାବାସ ପକ୍ଷରୁ ଜାରିହୋଇଥିବା ଏହିContinue reading “ସାମ୍ନାକୁ ଆସିଲା ମୁମ୍ୱାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନର ପ୍ରଥମ ଚିତ୍ର: ଭାରତ-ଜାପାନ ଦୂତାବାସ ପକ୍ଷରୁ ଜାରି ହେଲା ପ୍ରଥମ ଛବି”
ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର… ରିଲାଏନ୍ସ ଖୋଲିବାକୁ ଯାଉଛି ବିଶ୍ୱର ବୃହତ୍ତମ ଚିଡିଆଖାନା । ଜାଣନ୍ତୁ… ଏହା କେଉଁଠି ଅବସ୍ଥିତ ରହିବ ଏବଂ କେବେ ଖୋଲିବ
ଗୁଜରାଟର ଜାମନଗରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ବିଶ୍ୱର ବୃହତ୍ତମ ଚିଡ଼ିଆଖାନା ନିର୍ମାଣ କରିବ ବୋଲି ଶନିବାର ଦିନ କମ୍ପାନିର ଜଣେ ଶୀର୍ଷସ୍ତରୀୟ ଅଧିକାରୀ ସୁନିଶ୍ଚିତ କରି କହିଛନ୍ତି । ଏହି ଚିଡ଼ିଆଖାନାରେ ଭାରତ ଏବଂ ବିଶ୍ୱର ବିବିଧ ପ୍ରଜାତିର ପ୍ରାୟ ୧୦୦ ସଂଖ୍ୟକ ପଶୁ, ପକ୍ଷୀ ଓ ସରୀସୃପଙ୍କୁ ରଖାଯିବ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସବା ସାନପୁଅ ଅନନ୍ତ ଅମ୍ବାନୀଙ୍କ ପ୍ରକଳ୍ପିତ ଏହି ଚିଡ଼ିଆଖାନା ୨୮୦ ଏକର ପରିମିତ ଜମିରେ ନିର୍ମାଣContinue reading “ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର… ରିଲାଏନ୍ସ ଖୋଲିବାକୁ ଯାଉଛି ବିଶ୍ୱର ବୃହତ୍ତମ ଚିଡିଆଖାନା । ଜାଣନ୍ତୁ… ଏହା କେଉଁଠି ଅବସ୍ଥିତ ରହିବ ଏବଂ କେବେ ଖୋଲିବ”
ମମତାଙ୍କ ଗଡରେ ଅମିତ ଶାହାଙ୍କ ହୁଙ୍କାର: ଆଜି କେନ୍ଦ୍ରମନ୍ତ୍ରୀଙ୍କ ପଶ୍ଚିମବଙ୍ଗ ଗସ୍ତର ଦ୍ୱିତୀୟ ଦିନ; ସେପଟେ ବିଜେପି ଓ ବିଦ୍ରୋହୀଙ୍କୁ କାଉଁଣ୍ଟର କରିବାକୁ ଦିଦିଙ୍କ ଖାସ ରଣନୀତି
କନକ ବ୍ୟୁରୋ: ଦିଦିଙ୍କ ଗଡରେ ଧସେଇ ପଶିବାକୁ ପ୍ରୟାସ ଜାରି ରଖିଛି ଭାରତୀୟ ଜନତା ପାର୍ଟି । ହାଇଭୋଲଟେଜ୍ ରାଜନୌତିକ ଡ଼୍ରାମା ଭିତରେ ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗ ଗସ୍ତ କରି ବିଶାଳ ରୋଡଶୋ କରିଛନ୍ତି । ଜନସଭାରେ ମିଶନ ଦୁଇ ଶହ ପ୍ଲସ ନାରା ଦେଇ ମମତାଙ୍କୁ ଉପାଡି ଫୋପାଡି ଦେବାକୁ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ଶାହା । ଏଥିସହ ନିକଟରେ ଦିଦିଙ୍କ ହାତ ଛାଡିଥିବା ତୃଣମୂଳ କଂଗ୍ରେସର ନେତାମାନେ ମୋଦିଙ୍କ ହାତ ଧରିଛନ୍ତି ।Continue reading “ମମତାଙ୍କ ଗଡରେ ଅମିତ ଶାହାଙ୍କ ହୁଙ୍କାର: ଆଜି କେନ୍ଦ୍ରମନ୍ତ୍ରୀଙ୍କ ପଶ୍ଚିମବଙ୍ଗ ଗସ୍ତର ଦ୍ୱିତୀୟ ଦିନ; ସେପଟେ ବିଜେପି ଓ ବିଦ୍ରୋହୀଙ୍କୁ କାଉଁଣ୍ଟର କରିବାକୁ ଦିଦିଙ୍କ ଖାସ ରଣନୀତି”
ପୁଣି କଂଗ୍ରେସର ମଙ୍ଗ ଧରିବେ କି ରାହୁଲ ଗାନ୍ଧୀ? ଦିଲ୍ଲୀର ୧୦ ନଂବର ଜନପଥରେ ଦଳର ମାନସ ମନ୍ଥନ; ବରିଷ୍ଠ ନେତା କହିଲେ ରାହୁଲଙ୍କୁ ଦଳର ଦାୟିତ୍ୱ ଦିଆଯାଉ
କନକ ବ୍ୟୁରୋ: ପୁଣି ଥରେ କଂଗ୍ରେସର ମଙ୍ଗ ସମ୍ଭାଲିବେ ରାହୁଲ ଗାନ୍ଧୀ । ଗୋଟିଏ ପରେ ଗୋଟିଏ ନିର୍ବାଚନରେ ପରାଜୟ ପରେ ନୂଆ ରଣନୀତି ପ୍ରସ୍ତୁତି ଓ ଅସନ୍ତୁଷ୍ଟ ନେତାଙ୍କୁ ମନାଇବା ପାଇଁ ବୈଠକ କରିଥିଲେ ସୋନିଆ ଗାନ୍ଧୀ । ଦିଲ୍ଲୀ ୧୦ ନଂବର ଜନପଥରେ ହୋଇଥିବା ବୈଠକରେ ବରିଷ୍ଠ କଂଗ୍ରେସ ନେତା ସାମିଲ ହୋଇଥିଲେ । ବୈଠକରେ ପୁଣି ରାହୁଲ ଗାନ୍ଧୀଙ୍କୁ ଅଧ୍ୟ କ୍ଷ କରିବାକୁ ଦାବି ହୋଇଥିଲା । ଅନ୍ୟପଟେ ଅସନ୍ତୁଷ୍ଟ ନେତା ନିବContinue reading “ପୁଣି କଂଗ୍ରେସର ମଙ୍ଗ ଧରିବେ କି ରାହୁଲ ଗାନ୍ଧୀ? ଦିଲ୍ଲୀର ୧୦ ନଂବର ଜନପଥରେ ଦଳର ମାନସ ମନ୍ଥନ; ବରିଷ୍ଠ ନେତା କହିଲେ ରାହୁଲଙ୍କୁ ଦଳର ଦାୟିତ୍ୱ ଦିଆଯାଉ”
ଭଦ୍ରକରେ ନକଲି ଜର୍ଦ୍ଦା କାରଖାନା ଠାବ: ବିପୁଳ ପରିମାଣର ନକଲି ଜର୍ଦ୍ଦା, ୨ଟି ମେସିନ, ପାଉଚ, କ୍ୟାମିକାଲ, ସେଂଟ ଜବତ; ଜଣେ ଅଭିଯୁକ୍ତ ଗିରଫ
କନକ ବ୍ୟୁରୋ: ଭଦ୍ରକରୁ ନକଲି ଜର୍ଦ୍ଦା କାରଖାନା ଠାବ । ଭଦ୍ରକ ପୁରୁଣାବଜାର ଥାନା ଅଂଚଳରେ ଥିବା ନକଲି ଜର୍ଦ୍ଦା କାରଖାନା ଉପରେ ଚଢାଉ ଠାବ । କାରଖାନାରୁ ବିପୁଳ ପରିମାଣର ନକଲି ଜର୍ଦ୍ଦା ସହ ୨ଟି ମେସିନ, ପାଉଚ, ଡବା ମସଲା, କ୍ୟାମିକାଲ, ସେଂଟ ଆଦି ଜବତ କରାଯିବା ସହ ଜଣକୁ ଗିରଫ କରିଛି ପୁଲିସ । ବିଭିନ୍ନ ନାମୀ ଦାମୀ କଂପାନୀର ବିଶେଷ କରି ଗୋପାଳ, ଶିବ, ବାବା ଆଦି ବ୍ରାଣ୍ଡର ନକଲି ଜର୍ଦ୍ଦାContinue reading “ଭଦ୍ରକରେ ନକଲି ଜର୍ଦ୍ଦା କାରଖାନା ଠାବ: ବିପୁଳ ପରିମାଣର ନକଲି ଜର୍ଦ୍ଦା, ୨ଟି ମେସିନ, ପାଉଚ, କ୍ୟାମିକାଲ, ସେଂଟ ଜବତ; ଜଣେ ଅଭିଯୁକ୍ତ ଗିରଫ”
ଅଯୋଧ୍ୟାରେ ହେବାକୁ ଥିବା ମସଜିଦର ଆସିଲା ପ୍ରଥମ ଝଲକ: ସୁନ୍ନୀ ୱାକଫ ବୋର୍ଡ ପକ୍ଷରୁ ଜାରି ହେଲା ନକ୍ସା; ଧନ୍ନିପୁରରେ ତିଆରି ହେବ ଭବ୍ୟ ମସଜିଦ, ହସ୍ପିଟାଲ ଓ ମ୍ୟୁଜିୟମ
କନକ ବ୍ୟୁରୋ: ଅଯୋଧ୍ୟାରେ ରାମ ମନ୍ଦିର ନକ୍ସା ବା ଡିଜାଇନ ପରେ ଏବେ ଅଯୋଧ୍ୟାରେ ନିର୍ମାଣ ହେବାକୁ ଯାଉଥିବା ମସଜିଦ ନକ୍ସାର ଫାଷ୍ଟ ଲୁକ ଜାରି କରାଯାଇଛି । ସୁନ୍ନୀ ସେଂଟ୍ରାଲ ୱାକଫ ବୋର୍ଡ ମସଜିଦ ନିର୍ମାଣ ପାଇଁ ଇଣ୍ଡୋ ଇସଲାମିକ କଲଚର ଫାଉଣ୍ଡେସନ ନାମକ ଏକ ଟ୍ରଷ୍ଟ ଗଠନ କରିଛି । ସେହି ଟ୍ରଷ୍ଟ ପକ୍ଷରୁ ଅଯୋଧ୍ୟାର ଧନ୍ନିପୁରରେ ହେବାକୁ ଥିବା ମସଜିଦର ଡିଜାଇନ ଜାରି କରାଯାଇଛି । ଡିଜାଇନକୁ ଦେଖିବା ପରେ ଅନୁମାନ କରିହେଉଛି,Continue reading “ଅଯୋଧ୍ୟାରେ ହେବାକୁ ଥିବା ମସଜିଦର ଆସିଲା ପ୍ରଥମ ଝଲକ: ସୁନ୍ନୀ ୱାକଫ ବୋର୍ଡ ପକ୍ଷରୁ ଜାରି ହେଲା ନକ୍ସା; ଧନ୍ନିପୁରରେ ତିଆରି ହେବ ଭବ୍ୟ ମସଜିଦ, ହସ୍ପିଟାଲ ଓ ମ୍ୟୁଜିୟମ”
କୃଷକ ଆନ୍ଦୋଳନକୁ ନେଇ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଭେଟିଲେ ହରିୟାଣା ମୁଖ୍ୟମନ୍ତ୍ରୀ: ମନୋହରଲାଲ ଖଟ୍ଟର କହିଲେ, ଦିନେ ୨ଦିନ ଭିତରେ ଆଲୋଚନା ପାଇଁ ଫିଟିପାରେ ବାଟ
କନକ ବ୍ୟୁରୋ: ନୂଆ କୃଷି ଆଇନକୁ ନେଇ କୃଷକଙ୍କ ଆନ୍ଦେଳନ ୨୫ ଦିନରେ ପହଂଚିିଛି । ତିନୋଟି କୃଷି ଆଇନକୁ ହଟାଇବା ଦାବିରେ କୃଷକ ରାସ୍ତାରେ ଥିବା ବେଳେ ସାକ୍ଷାତ, ଆଲୋଚନା ମଧ୍ୟ ଜାରି ରହିଛି । ଏହି କ୍ରମରେ ଶନିବାର କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଭେଟିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର । ଦିଲ୍ଲୀ ସ୍ଥିତ ବାସଭବନରେ କେନ୍ଦ୍ର କୃଷମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ । ଦୁଇ ନେତାଙ୍କContinue reading “କୃଷକ ଆନ୍ଦୋଳନକୁ ନେଇ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଭେଟିଲେ ହରିୟାଣା ମୁଖ୍ୟମନ୍ତ୍ରୀ: ମନୋହରଲାଲ ଖଟ୍ଟର କହିଲେ, ଦିନେ ୨ଦିନ ଭିତରେ ଆଲୋଚନା ପାଇଁ ଫିଟିପାରେ ବାଟ”
ପରୀ ପାଇଁ ଆଜିଠୁ ବିଜେପିର ପଦଯାତ୍ରା: ସାମିଲ ହେବେ ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ଭାନତି ଶ୍ରୀନିବାସନ; ଭୁବନେଶ୍ୱରରୁ ଯଦୁପୁରକୁ ପଦଯାତ୍ରା କରିବ ଦଳ
କନକ ବ୍ୟୁରୋ: ପରୀକୁ ନ୍ୟାୟ ଦାବିରେ ପଦଯାତ୍ରା କରିବ ବିଜେପି । ଭୁବନେଶ୍ୱରରୁ ନୟାଗଡ ଯଦପୁୁରକୁ ଯିବ ପଦଯାତ୍ରା । ଏଇଥି ପାଇଁ ଭୁବନେଶ୍ୱରରେ ପହଁଚିଛନ୍ତି ବିଜେପି ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ଭାନତି ଶ୍ରୀନିବାସନ । ଭୁବନେଶ୍ୱରରେ ପହଁଚିବା ପରେ ସେ ଏହି ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି । ବିଜେପି ପକ୍ଷରୁ ୫ ଦିନ ଧରି ଆଜିଠାରୁ ଆସନ୍ତା ୨୪ ତାରିଖ ଯାଏଁ ଏହି ପଦଯାତ୍ରା ଚାଲିବ । ଆଜି ଲିଙ୍ଗରାଜ ମନ୍ଦିରରୁContinue reading “ପରୀ ପାଇଁ ଆଜିଠୁ ବିଜେପିର ପଦଯାତ୍ରା: ସାମିଲ ହେବେ ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ଭାନତି ଶ୍ରୀନିବାସନ; ଭୁବନେଶ୍ୱରରୁ ଯଦୁପୁରକୁ ପଦଯାତ୍ରା କରିବ ଦଳ”