ଅପହରଣକାରୀଙ୍କ କବଜାରେ ଯୁବତୀ । ଉଦ୍ଧାର କରିବା ପାଇଁ ମାଆକୁ ଫୋନ ଯୋଗେ ଝିଅର ନିବେଦନ । ସେପଟେ ଅଭିଯୋଗ ପରେ ଅଭିଯୁକ୍ତଙ୍କ ବାପା ଗିରଫ

କନକ ବ୍ୟୁରୋ : ଅପହରଣକାରୀଙ୍କ କବଜାରେ ଯୁବତୀ । ଏଭଳି ଏକ ସମ୍ବେଦନଶୀଳ ଖବର ଆସିଛି ଯାଜପୁର ଧର୍ମଶାଳା ଥାନା ଅଂଚଳରୁ । ଯୁବତୀଙ୍କୁ ଅପହରଣ କରାଯାଇ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି । ଖୋଦ ସଂପୃକ୍ତ ଯୁବତୀ ପୁରୀରୁ ନିଜ ମାଙ୍କ ଫୋନ କରି ଅପହରଣକାରୀଙ୍କ କବଳରୁ ଉଦ୍ଧାର କରିବାକୁ ମାଙ୍କୁ ନିବେଦନ କରିଛନ୍ତି । ପୁରୀରୁ ଏହି ଫୋନ କରିଥିବା ଯୁବତୀ ତାଙ୍କ ଫୋନକଲରେ କହିଛନ୍ତି । ତାଙ୍କ ଜୀବନ ପ୍ରତି ବିପଦ ଥିବାContinue reading “ଅପହରଣକାରୀଙ୍କ କବଜାରେ ଯୁବତୀ । ଉଦ୍ଧାର କରିବା ପାଇଁ ମାଆକୁ ଫୋନ ଯୋଗେ ଝିଅର ନିବେଦନ । ସେପଟେ ଅଭିଯୋଗ ପରେ ଅଭିଯୁକ୍ତଙ୍କ ବାପା ଗିରଫ”

ମହାକାଶକୁ ଯୋଗାଯୋଗ ସାଟେଲାଇଟ ଛାଡିଲା ଇସ୍ରୋ । ଆକାଶରୁ ଯୋଗାଯୋଗକୁ ସହଜ କରିବ ସିଏମଏସ-୦୧

କନକ ବ୍ୟୁରୋ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା  (ଇସ୍ରୋ) ପକ୍ଷରୁ ଗୁରୁବାର ଅତ୍ୟାଧୁନିକ ଯୋଗାଯୋଗ ଉପଗ୍ରହ ସିଏମଏସ-୦୧କୁ ମହାକାଶକୁ ପ୍ରେରଣ କରାଯାଇଛି । ଇସ୍ରୋର ପିଏସଏଲଭି-ସି୫୦ ମାଧ୍ୟମରେ ଏହାକୁ କକ୍ଷପଥରେ ସ୍ଥାପନ କରାଯାଇଛି । ଶ୍ରୀହରିକୋଟା ସ୍ଥିତ ଶତୀଶ ଧଓ୍ବନ ମହାକାଶ କେନ୍ଦ୍ରର ୨ୟ ଲଞ୍ଚ୍ ପ୍ୟାଡରୁ ଆଜି ଅପରାହ୍ଣ ୩ ଘଣ୍ଟା ୪୧  ମିନିଟ ସମୟରେ ପିଏସଏଲଭିର ଉତକ୍ଷେପଣ କରାଯାଇଥିଲା । ଏହା ହେଉଛି ପିଏସଏଲଭିର ୫୨ତମ ମିଶନ । ଏହି ସଫଳ ଉତକ୍ଷେପଣContinue reading “ମହାକାଶକୁ ଯୋଗାଯୋଗ ସାଟେଲାଇଟ ଛାଡିଲା ଇସ୍ରୋ । ଆକାଶରୁ ଯୋଗାଯୋଗକୁ ସହଜ କରିବ ସିଏମଏସ-୦୧”

ମମତାଙ୍କ ଉପରେ ମାଡି ଆସୁଛି ବିପଦ । ଶୁଭେନ୍ଦୁଙ୍କ ପରେ ବିଧାୟକ ପଦରୁ ଇସ୍ତଫା ଦେଲେ ଆସନସୋଲ ବିଧାୟକ । ଇସ୍ତଫା ଦେବା ଲାଇନରେ ଆହୁରି ଅନେକ

କନକ ବ୍ୟୁରୋ : ୨୦୨୧ ରେ ହେବାକୁ ଥିବା ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି    । ଶୁଭେନ୍ଦୁ ଅଧିକାରୀଙ୍କ ପରେ ପାର୍ଟିର ବିଧାୟକ ତଥା ଆସନସୋଲ ନଗରନିଗମର ଅଧ୍ୟକ୍ଷ ଜିତେନ୍ଦ୍ର ତିୱାରୀ ଆଜି ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ଦଳରୁ ଇସ୍ତଫା ଦେବା ପରେ ସେ ୧୯ ତାରିଖ ଦିନ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି । ଗୋଟିଏ ଦିନ ପୂର୍ବରୁ ଜିତେନ୍ଦ୍ର ରାଜ୍ୟସରକାରଙ୍କContinue reading “ମମତାଙ୍କ ଉପରେ ମାଡି ଆସୁଛି ବିପଦ । ଶୁଭେନ୍ଦୁଙ୍କ ପରେ ବିଧାୟକ ପଦରୁ ଇସ୍ତଫା ଦେଲେ ଆସନସୋଲ ବିଧାୟକ । ଇସ୍ତଫା ଦେବା ଲାଇନରେ ଆହୁରି ଅନେକ”

ସାଧାରଣ ଲୋକଙ୍କ ଦାନ ଟଙ୍କାରେ ହେବ ଭବ୍ୟ ଶ୍ରୀରାମ ମନ୍ଦିର । ଜାନୁଆରୀ ୧୫ରୁ ଦେଶବ୍ୟାପୀ ଟଙ୍କା ଯୋଗାଡ କରିବେ ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତା ।

କନକ ବ୍ୟୁରୋ : ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏବେ ନୂଆ ଅଭିଯାନ ଆରମ୍ଭ କରିବାକୁ ଯାଉଛି ବିଶ୍ୱ ହିନ୍ଦୁ ପରିଷଦ । ଦେଶରେ ହେବାକୁ ଥିବା ଏହି ଭବ୍ୟ ମନ୍ଦିରର ନିର୍ମାଣ ପାଇଁ ସମସ୍ତ ରାମ ଭକ୍ତଙ୍କ ଠାରୁ ଆର୍ଥିକ ସହଯୋଗ ନିଆଯିବ । ଆସନ୍ତା ୧୫ ଜାନୁଆରୀ ଅଥାର୍ତ ମକର ସଂକ୍ରାନ୍ତିରୁ ମାଘ ପୂର୍ଣ୍ଣିମା ପର୍ଯ୍ୟନ୍ତ ପୂରା ଦେଶବ୍ୟାପୀ ଏହି ଅଭିଯାନ ଜାରି ରହିବ ବୋଲି କହିଛନ୍ତିContinue reading “ସାଧାରଣ ଲୋକଙ୍କ ଦାନ ଟଙ୍କାରେ ହେବ ଭବ୍ୟ ଶ୍ରୀରାମ ମନ୍ଦିର । ଜାନୁଆରୀ ୧୫ରୁ ଦେଶବ୍ୟାପୀ ଟଙ୍କା ଯୋଗାଡ କରିବେ ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତା ।”

ଚକଖଡିରେ ଲୌହମାନବ । ବିଶ୍ୱର ସବୁଠୁ କ୍ଷୁଦ୍ର ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ପ୍ରତିକୃତି ତିଆରି କରି ଚର୍ଚ୍ଚାରେ ଚିତ୍ରଶିଳ୍ପୀ ସଞ୍ଜୟ ରାଉଳ ।

କନକ ବ୍ୟୁରୋ: ଚକଖଡିରେ ଲୌହମାନବଙ୍କ ଚମକ୍ରାର ଚିତ୍ର । ଖଡିରେ ଖୋଦେଇ କରି ସମସ୍ତଙ୍କୁ ଚମକାଇଦେଲେ ବାଲେଶ୍ୱରର ଚିତ୍ରଶିଳ୍ପୀ । ସର୍ଦ୍ଦାର ପଟେଲଙ୍କ ପୁଣ୍ୟତିଥିରେ ଯୁବ ଚିତ୍ରଶିଳ୍ପୀ ସଞ୍ଜୟ ରାଉଳ ଚକଖଡିରେ ତାଙ୍କ ପ୍ରତିକୃତି ତିଆରି କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ମାତ୍ର ଘଣ୍ଟାଏ ଭିତରେ ମହାପୁରୁଷଙ୍କ କ୍ଷୁଦ୍ର ପ୍ରତିକୃତି କରି ବେଶ ଚର୍ଚ୍ଚାରେ ରହିଛନ୍ତି ସଞ୍ଜୟ । ତେବେ ଏହା ବିଶ୍ୱର ସବୁଠାରୁ ଛୋଟ ପ୍ରତିକୃତି ବୋଲି କୁହାଯାଉଛି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକContinue reading “ଚକଖଡିରେ ଲୌହମାନବ । ବିଶ୍ୱର ସବୁଠୁ କ୍ଷୁଦ୍ର ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ପ୍ରତିକୃତି ତିଆରି କରି ଚର୍ଚ୍ଚାରେ ଚିତ୍ରଶିଳ୍ପୀ ସଞ୍ଜୟ ରାଉଳ ।”

ବିଜେପି ପରେ ପଶ୍ଚିମବଙ୍ଗରେ ମମତାଙ୍କ ପାଇଁ କାଳ ହେବେ କି ନିତୀଶ । ବିଧାନସଭା ନିର୍ବାଚନରେ ୭୫ ଆସନରେ ଲଢିବାକୁ ଘୋଷଣା । ସେପଟେ ମମତାଙ୍କ ସମର୍ଥନରେ ତେଜସ୍ୱୀ

କନକ ବ୍ୟୁରୋ : ଆସନ୍ତା ବର୍ଷ ପଶ୍ଚମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଏବେ ଠାରୁ ରାଜନୈତିକ ଦଳ ମାନେ ପ୍ରସ୍ତୁତ ଆରମ୍ଭ କରିଦେଇଛନ୍ତି । ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ କ୍ଷମତାରେ ଥିବା ଟିଏମସି ଓ କେନ୍ଦ୍ର କ୍ଷମତାରେ ଥିବା ବିଜେପି ମଧ୍ୟରେ ଘମାଘୋଟ ଲଢେଇ ଦେଖିବାକୁ ମଳିଛି । ଏହାରି ମଧ୍ୟରେ ବିହାରରେ କ୍ଷମତା ଦଖଲ କରିଥିବା ନିତୀଶ କୁମାରଙ୍କ ଜେଡିୟୁ ବି ପଶ୍ଚିମବଙ୍ଗ ନିର୍ବାଚନରେ ପ୍ରାର୍ଥୀ ଦେବ ବୋଲି ଜଣାପଡିଛି । ପାର୍ଟିContinue reading “ବିଜେପି ପରେ ପଶ୍ଚିମବଙ୍ଗରେ ମମତାଙ୍କ ପାଇଁ କାଳ ହେବେ କି ନିତୀଶ । ବିଧାନସଭା ନିର୍ବାଚନରେ ୭୫ ଆସନରେ ଲଢିବାକୁ ଘୋଷଣା । ସେପଟେ ମମତାଙ୍କ ସମର୍ଥନରେ ତେଜସ୍ୱୀ”

କଏଦୀ କରିଛନ୍ତି ବ୍ୟାଣ୍ଡ ପାର୍ଟି । ଜେଲରୁ ବରାଦ ନେଇ ବିବାହରେ ବଜାଉଛନ୍ତି ବ୍ୟାଣ୍ଡ ଓ ଗାଉଛନ୍ତି ଗୀତ । ମିଳୁଥିବା ଟଙ୍କାକୁ ପଠାଉଛନ୍ତି ନିଜ ପରିବାରର ଖର୍ଚ୍ଚ ପାଇଁ ।

କନକ ବ୍ୟୁରୋ : ସାଧାରଣତଃ କଏଦୀ ମାନଙ୍କୁ ଜେଲରେ ରହି ସଜା କାଟୁଥିବାର ଦେଖିଥିବେ । ହେଲେ କେବେ କଏଦୀମାନେ ଜେଲରୁ ଆସି ବ୍ୟାଣ୍ଡ ପାର୍ଟି ବଜାଉଥିବାର ଦେଖିନଥିବେ । କିନ୍ତୁ ଏଠି ଘଟିଛି କିଛି ଏଭଳି ଏକ ଘଟଣା । ଏଠାରେ କଏଦୀମାନେ କେବଳ ବାଜା ବଜାଉନାହାନ୍ତି ଗୀତ ଗାଇ ଲୋକଙ୍କ ମନୋରଞ୍ଜନ ମଧ୍ୟ କରୁଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ରାଜଧାନୀ ଲଖ୍ନୌରେ । ଲଖ୍ନୌ ଜେଲରେ ସଜାContinue reading “କଏଦୀ କରିଛନ୍ତି ବ୍ୟାଣ୍ଡ ପାର୍ଟି । ଜେଲରୁ ବରାଦ ନେଇ ବିବାହରେ ବଜାଉଛନ୍ତି ବ୍ୟାଣ୍ଡ ଓ ଗାଉଛନ୍ତି ଗୀତ । ମିଳୁଥିବା ଟଙ୍କାକୁ ପଠାଉଛନ୍ତି ନିଜ ପରିବାରର ଖର୍ଚ୍ଚ ପାଇଁ ।”

କୋଭିଡ ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀ ଓ କରୋନା ଯୋଦ୍ଧାଙ୍କୁ ଦିଆଯିବ ଟିକା

କନକ ବ୍ୟୁରୋ : ରାଜ୍ୟରେ କୋଭିଡ ଟୀକା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ ରାଜ୍ୟରେ ଟୀକାକରଣ କରାଯିବ । ପ୍ରାଥମିକ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବ । ପରେ ବୟସ୍କ ଲୋକ ଓ ଅନ୍ୟମାନଙ୍କୁ ଟୀକା ଦିଆଯିବ । ତେବେ ସାଧାରଣ ଲୋକଙ୍କୁ ଗାଇଡଲାଇନ ଅନୁସାରେ ବ୍ୟବସ୍ଥା କଣ ରହିବ ସେ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କିଛି ନିର୍ଦ୍ଦେଶନାମା ଆସିନାହିଁ ।Continue reading “କୋଭିଡ ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀ ଓ କରୋନା ଯୋଦ୍ଧାଙ୍କୁ ଦିଆଯିବ ଟିକା”

ରାଜ୍ୟରେ ଜୋରଦାର ଚାଲିଛି ନକଲି ନୋଟ୍ କାରବାର : ଜବତ ହେଲା ୮୫ ହଜାର ଟଙ୍କାର ଜାଲ ନୋଟ୍, ୨ ଗିରଫ

କନକ ବ୍ୟୁରୋ : ବାରିପଦା ଟାଉନ ଥାନା ପୋଲିସ ବିପୁଳ ପରିମାଣର ନକଲି ନୋଟ ଜବତ କରିଛି । ଏହାସହ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ୮୫ହଜାର ଟଙ୍କାର ନକଲି ନୋଟ ଜବତ କରିବା ସହ ୨ଟି ମୋବାଇଲ ଫୋନ ଓ ଗୋଟିଏ ବାଇକ ଜବତ କରାଯାଇଛି । ଗିରଫ ଦୁଇ ଜଣ ରାସବିହାରୀ ରଣା ଓ ରାଖହରୀ ରଣା, ଝାଡଖଣ୍ଡ ବହୋଡାଗୁଡା ଅଂଚଳର ବୋଲି ଜଣାପଡିଛି । ବାରିପଦା ଟାଉନContinue reading “ରାଜ୍ୟରେ ଜୋରଦାର ଚାଲିଛି ନକଲି ନୋଟ୍ କାରବାର : ଜବତ ହେଲା ୮୫ ହଜାର ଟଙ୍କାର ଜାଲ ନୋଟ୍, ୨ ଗିରଫ”

କୃଷକ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଆନ୍ଦୋଳନ ଓ ପ୍ରତିବାଦ ନାଗରିକର ମୌଳିକ ଅଧିକାର । ହେଲେ କରିପାରିବେନି ରାସ୍ତା ବନ୍ଦ

କନକ ବ୍ୟୁରୋ : ୨୨ ଦିନରେ ପହଂଚଲା କୃଷକଙ୍କ ଆନ୍ଦୋଳନ । ୪ ଡିଗ୍ରୀ ତାପମାତ୍ରାରେ ଦିଲ୍ଲୀ ସୀମାରେ ହଜାର ହଜାର କୃଷକ ଆନ୍ଦୋଳନରେ ବସିଛନ୍ତି । ନା ସରକାର ତାଙ୍କ ଜିଦରୁ ଓହୁରୁଛନ୍ତି ନା କୃଷକ । ଏହା ମଧ୍ୟରେ ମାମଲା ଯାଇ ସୁପ୍ରିମକୋର୍ଟରେ ପହଂଚିଛି । ଜଣେ ଆବେଦନକାରୀ ଆନ୍ଦୋଳନ ଫଳରେ ରାସ୍ତା ବନ୍ଦକୁ ନେଇ ସାଧାରଣ ଲୋକମାନେ ହଇରାଣ ହେଉଥିବା ଦର୍ଶାଇ ସୁପ୍ରିମକୋର୍ଟରେ ଏକ ମମଲା ଦାୟର କରିଥିଲେ । ଏହି ମାମଲାରContinue reading “କୃଷକ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଆନ୍ଦୋଳନ ଓ ପ୍ରତିବାଦ ନାଗରିକର ମୌଳିକ ଅଧିକାର । ହେଲେ କରିପାରିବେନି ରାସ୍ତା ବନ୍ଦ”

Design a site like this with WordPress.com
Get started