କନକ ବ୍ୟୁରୋ : ଜୋ ବାଇଡେନଙ୍କ ବିଜୟ ଉପରେ ଲାଗିଲା ମୋହର । ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ସେ ବିଜୟୀ ହୋଇଥିବା ନେଇ ଆନୁଷ୍ଠାନିକ ଘୋଷଣା କଲା ଇଲେକଟୋରାଲ କଲେଜ । ଏହାସହ ଦୀର୍ଘଦିନ ଧରି ଚାଲିଥିବା ବିବାଦର ଏକପ୍ରକାର ଅନ୍ତ ଘଟିଛି । ଆମେରିକା ନିର୍ବାଚନ ପରେ ଫଳାଫଳ ଆସିଥିଲା । ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବାଇଡେନଙ୍କ ସପକ୍ଷରେ ଆସିଥିଲା ଜନମତ, ହେଲେ ଏହାକୁ ମାନିବାକୁ ନାରାଜ ଥିଲେ ରିପବ୍ଲିକାନ ପ୍ରାର୍ଥୀ ତଥା ରାଷ୍ଟ୍ରପତି ଡୋନାଲ୍ଡContinue reading “ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନଙ୍କ ବିଜୟ ଉପରେ ଲାଗିଲା ମୋହର,ଆନୁଷ୍ଠାନିକ ଘୋଷଣା କଲା ଇଲେକ୍ଟୋରାଲ କଲେଜ ।”
Category Archives: News
୫ ଦିନ ପରେ ପୋଖରୀରୁ ମିଳିିଲା ୩ ବର୍ଷର ଶିଶୁକନ୍ୟା ସ୍ୱାତୀର ମୃତଦେହ । କେମିତି ହେଲା ମୃତ୍ୟୁ, ତଦନ୍ତ ପାଇଁ ଫୋରେନସିକ ବିଭାଗକୁ ପଠାଇଲା ପୋଲିସ ।
କନକ ବ୍ୟୁରୋ : ପରୀ ହତ୍ୟା ଘଟଣାକୁ ନେଇ ରାଜ୍ୟ ଉଠୁଥିବା ପଡୁଥିବାବେଳେ ଆଜି ସେହି ନୟାଗଡ ଜିଲ୍ଲାର ନିଖୋଜ ୩ ବର୍ଷର ଶିଶୁ ସ୍ୱାତୀର ମୃତଦେହ ମିଳିଛି । ରାଜସୁନାଖଳା ଥାନା ବଧିପାଟଣା ଗାଁ ନିକଟ ଏକ ପୋଖରୀରୁ ସ୍ୱାତୀର ମୃତଦେହ ଉଦ୍ଧାର କରାଯାଇଛି । ପୁଲିସ ମୃତଦେହକୁ ନେଇ ଏଫଏମଟିକୁ ପଠାଇବ । ସ୍ୱାତୀ ଗତ ୧୧ ତାରିଖରେ ଘର ବାଡିପଟେ ଖେଳୁଥିବାବେଳେ କେଉଁଆଡେ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଥିଲେ । ୫ଦିନ ହେଲାContinue reading “୫ ଦିନ ପରେ ପୋଖରୀରୁ ମିଳିିଲା ୩ ବର୍ଷର ଶିଶୁକନ୍ୟା ସ୍ୱାତୀର ମୃତଦେହ । କେମିତି ହେଲା ମୃତ୍ୟୁ, ତଦନ୍ତ ପାଇଁ ଫୋରେନସିକ ବିଭାଗକୁ ପଠାଇଲା ପୋଲିସ ।”
ବିହାରରୁ କଟକ ଆସୁଛି ଚୋରା ବନ୍ଧୁକ । ୭ ଦିନରେ ଜବତ ହେଲାଣି ୨୩ ବନ୍ଧୁକ ଓ ଶହେରୁ ଅଧିକ ଗୁଳି, ଡି ବ୍ରଦର୍ସ ଗ୍ୟାଙ୍ଗ୍ ସହ ଥାଇପାରେ ଲିଙ୍କ୍ ।
କନକ ବ୍ୟୁରୋ : ବିହାରରୁ ଓଡିଶା ପର୍ଯ୍ୟନ୍ତ ଲମ୍ବିଛି ଚୋରା ବନ୍ଧୁକର ଚେର । କଟକରୁ ଲଗାତାର ଭାବେ ବନ୍ଧୁକ ଓ ଗୁଳି ଜବତ ପରେ ଏଭଳି ସାଂଘାତିକ ତଥ୍ୟ ସାମନାକୁ ଆସିଛି । ଜବତ ହୋଇଥିବା ସମସ୍ତ ବନ୍ଧୁକ ଓ ଗୁଳି ବିହାର ମୁଙ୍ଗେରରୁ ଆସିଥିବା କୁହାଯାଉଛି । ତେବେ ଏତେ ପରିମାଣର ବନ୍ଧୁକ କାହିଁକି ଓ କେଉଁ ଉଦ୍ଦେଶ୍ୟରେ ବିହାରରୁ ଓଡିଶାକୁ ଆସୁଥିଲା ଏହାର କନେକସନ ଖୋଜିବ ପୁଲିସ୍ । ଏଥିସହ ଧଳ ସାମନ୍ତContinue reading “ବିହାରରୁ କଟକ ଆସୁଛି ଚୋରା ବନ୍ଧୁକ । ୭ ଦିନରେ ଜବତ ହେଲାଣି ୨୩ ବନ୍ଧୁକ ଓ ଶହେରୁ ଅଧିକ ଗୁଳି, ଡି ବ୍ରଦର୍ସ ଗ୍ୟାଙ୍ଗ୍ ସହ ଥାଇପାରେ ଲିଙ୍କ୍ ।”
କୋଭିଡ ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଜୋରଦାର । ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୦ ହଜାର ଲୋକଙ୍କୁ ଦିଆଯିବ ଟିକା, ନିର୍ବାଚନୀ ବୁଥ ମଡେଲରେ ହେବ ଟିକାକରଣ କେନ୍ଦ୍ର ।
କନକ ବ୍ୟୁରୋ : କରୋନାର ଅବଗଣନା ଆରମ୍ଭ ହୋଇ ଯାଇଛି । ବ୍ରିଟେନ ସହ ପାଞ୍ଚଟି ରାଷ୍ଟ୍ର ପରେ ଗତକାଲି ଆମେରିକାରେ ଆରମ୍ଭ ହୋଇଛି ଟିକାକରଣ । ଆମେରିକା ଇତିହାସରେ ଟିକାକରଣ ପାଇଁ ସବୁଠାରୁ ବଡ ଯୋଜନା କରାଯାଇଛି । ଏପଟେ ଆମ ଦେଶରେ ଏଯାଏଁ କୌଣସି ଟିକାକୁ ଅନୁମତି ଦିଆଯାଇ ନଥିଲେ ମଧ୍ୟ ଖୁବ୍ ଶୀଘ୍ର ଅନୁମତି ମିଳିଯିବ ବୋଲି ଆଶା କରାଯାଉଛି । ଏଥିପାଇଁ ଭାରତ ସରକାର ଟିକାକରଣର ଗାଇଡଲାଇନ ମଧ୍ୟ ଜାରି କରିContinue reading “କୋଭିଡ ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଜୋରଦାର । ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୦ ହଜାର ଲୋକଙ୍କୁ ଦିଆଯିବ ଟିକା, ନିର୍ବାଚନୀ ବୁଥ ମଡେଲରେ ହେବ ଟିକାକରଣ କେନ୍ଦ୍ର ।”
କୋର୍ଟ ପରେ ମହିଳା କମିଶନରେ ପହଞ୍ଚିଲେ ବର୍ଷା । ନିର୍ଯାତନା ବିରୋଧରେ ନ୍ୟାୟ ପାଇଁ କଲେ ଦାବି । ବୈବାହିକ ଜୀବନରେ ବିବାଦକୁ ନେଇ ଫେରାଦ ସୂଚନା ।
କନକ ବ୍ୟୁରୋ: ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଆଜି ରାଜ୍ୟ ମହିଳା କମିଶନଙ୍କ ନିକଟରେ ଫେରାଦ ହୋଇଛନ୍ତି । କମିଶନଙ୍କ କାର୍ଯ୍ୟାଳୟକୁ ଯାଇ ସେ ତାଙ୍କର ବୈବାହିକ ବିବାଦ ନେଇ କମିଶନଙ୍କୁ ଅବଗତ କରିଥିବା କୁହାଯାଉଛି । ଦୁଇ ଦିନ ପୂର୍ବରୁ ଲୋକସଭା ଟିଭିର ଉପସ୍ଥାପିକା ତଥା ଅନୁଭବଙ୍କ ବାନ୍ଧବୀ ଜାଗୃତି ଶୁକ୍ଳା ଫେସବୁକରେ ଏକ ପୋଷ୍ଟ ଅପଲୋଡ କରି ବର୍ଷା ପ୍ରିୟଦର୍ଶିନୀଙ୍କୁ ଟାର୍ଗେଟ କରିଥିଲେ । ସେ ଏଥିରେ କହିଥିଲେ ବର୍ଷାଙ୍କ ପ୍ରଶଂସକମାନେContinue reading “କୋର୍ଟ ପରେ ମହିଳା କମିଶନରେ ପହଞ୍ଚିଲେ ବର୍ଷା । ନିର୍ଯାତନା ବିରୋଧରେ ନ୍ୟାୟ ପାଇଁ କଲେ ଦାବି । ବୈବାହିକ ଜୀବନରେ ବିବାଦକୁ ନେଇ ଫେରାଦ ସୂଚନା ।”
ବିହାରରୁ ରାଜ୍ୟକୁ ଆସୁଛି ଚୋରା ବନ୍ଧୁକ । କେବଳ କଟକରେ ୭ ଦିନରେ ୨୩ ବନ୍ଧୁକ ସହ ହଜାରୁ ଅଧିକ ଗୁଳି । ଆଜି ୭ଟି ବନ୍ଧୁକ ସହ ୩୫ ଗୁଳି ଜବତ । ୧୨ ଅପରାଧୀ ଗିରଫ
କନକ ବ୍ୟୁରୋ : ବିହାରରୁ ରାଜ୍ୟକୁ ଆସୁଛି ଚୋରା ବନ୍ଧୁକ । କେବଳ କଟକରେ ୭ ଦିନରେ ୨୩ ବନ୍ଧୁକ ସହ ହଜାରୁ ଅଧିକ ଗୁଳି ଜବତ ହୋଇଛି । ଆଜି ୭ଟି ବନ୍ଧୁକ ସହ ୩୫ ଗୁଳି ଜବତ ହେବା ସହ ୧୨ ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି । ଏମାନଙ୍କ ସଂପର୍କରେ ଧଳସାମନ୍ତ ବ୍ରଦର୍ସ ଗ୍ୟାଙ୍ଗ ସହ ଥିବା ଜଣାପଡିଛି । ଜବତ ହୋଇଥିବା ସମସ୍ତ ବନ୍ଧୁକ ଓ ଗୁଳି ବିହାର ମୁଙ୍ଗେରରୁ ମୁଖ୍ୟତଃContinue reading “ବିହାରରୁ ରାଜ୍ୟକୁ ଆସୁଛି ଚୋରା ବନ୍ଧୁକ । କେବଳ କଟକରେ ୭ ଦିନରେ ୨୩ ବନ୍ଧୁକ ସହ ହଜାରୁ ଅଧିକ ଗୁଳି । ଆଜି ୭ଟି ବନ୍ଧୁକ ସହ ୩୫ ଗୁଳି ଜବତ । ୧୨ ଅପରାଧୀ ଗିରଫ”
କୋଭିଡ ରିପୋର୍ଟ ବିନା ଲିଙ୍ଗରାଜ ଦର୍ଶନ ମନା । ରିପୋର୍ଟ ନେଗେଟିଭ ଥିଲେ କରିପାରିବେ ଲିଙ୍ଗରାଜ ଦର୍ଶନ ।
କନକ ବ୍ୟୁରୋ : କୋଭିଡ ନେଗେଟିଭ ରିପୋର୍ଟ ଦେଖାଇଲେ ହିଁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିପାରିବେ ଭକ୍ତ । ଏହାସହ ଦର୍ଶନ ବେଳେ କୋଭିଡ ଗାଇଡଲାଇନକୁ ଗୁରୁତ୍ୱ ଦିଆଯିବା ନେଇ ସ୍ପଷ୍ଟ କରିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ଆସନ୍ତା ଡିସେମ୍ବର ୨୭ରେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଖୋଲାଯିବାକୁ ନିଷ୍ପତ୍ତି ନେଇଛି ବିଏମସି । ଏହାସହ କୋଭିଡ କଟକଣାକୁ ମଧ୍ୟ କଡାକଡି କରାଯାଇଛି । ଆସନ୍ତା ୨୭ରୁ ଲିଙ୍ଗରାଜ ମନ୍ଦିର ଖୋଲିବାକୁ ଥିବା ବେଳେ ୨୭ରୁ ୩୧Continue reading “କୋଭିଡ ରିପୋର୍ଟ ବିନା ଲିଙ୍ଗରାଜ ଦର୍ଶନ ମନା । ରିପୋର୍ଟ ନେଗେଟିଭ ଥିଲେ କରିପାରିବେ ଲିଙ୍ଗରାଜ ଦର୍ଶନ ।”
ଏଥର ଭୁବନେଶ୍ୱରରେ ହେବନି ଜିରୋ ଲାଇଟ ସେଲିବ୍ରେସନ । କୋଭିଡ ପାଇଁ କଟକଣା ଜାରି କଲେ ବିଏମସି କମିଶନର ।
କନକ ବ୍ୟୁରୋ : ଏଥର ରାଜଧାନୀ ଭୁବନେଶ୍ୱରରେ ହେବନି ଜିରୋ ନାଇଟ ସେଲିବ୍ରେସନ । ନୂଆବର୍ଷ ପାଇଁ ୩୧ ତାରିଖ ରାତିରେ ଭୁବନେଶ୍ୱରରେ କୌଣସି ପ୍ରକାର ଉତ୍ସବ ପାଳନ କରାଯିବ ନାହିଁ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା ଲଗାଇଛନ୍ତି ବିଏମସି କମିଶନର । ପ୍ରତିବର୍ଷ ଡିସେମ୍ବର ୩୧ ତାରିଖ ରାତିରେ ଭୁବନେଶ୍ୱରରେ ଜିରୋ ନାଇଟ ସେଲିବ୍ରେସନ ହୋଇଥାଏ । କ୍ଲବ ଓ ବିଭିନ୍ନ ବାରରେ ନୂଆ ବର୍ଷ ପାଇଁContinue reading “ଏଥର ଭୁବନେଶ୍ୱରରେ ହେବନି ଜିରୋ ଲାଇଟ ସେଲିବ୍ରେସନ । କୋଭିଡ ପାଇଁ କଟକଣା ଜାରି କଲେ ବିଏମସି କମିଶନର ।”
କରୋନା ଜନିତ ଆର୍ଥିକ ମାନ୍ଦାବସ୍ଥାକୁ ଏଡାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ପଦକ୍ଷେପ । ଏମଏସଏମଇ ପାଇଁ ୨୮୯ କୋଟି ୪୨ ଲକ୍ଷର ପ୍ୟାକେଜ ଘୋଷଣା କଲେ ନବୀନ
କନକ ବ୍ୟୁରୋ : ରାଜ୍ୟରେ କରୋନା ମହାମାରୀ ପରିସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମଏସଏମଇ କ୍ଷେତ୍ର ପାଇଁ ୧୮୯.୪୨ କୋଟି ଟଙ୍କାର ଏକ ପ୍ୟାକେଜକୁ ଆଜି ଅନୁମୋଦନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ଏହି ପ୍ୟାକେଜରେ ଅନେକଗୁଡ଼ିଏ ସହାୟତା ପଦକ୍ଷେପ ଅନ୍ତର୍ଭୁକ୍ତ କରାଯାଇଛି। ଯେପରିକି ସୁଧ ସବଭେନ୍ସନ୍, ଟପ୍ ଅପ୍ ସବସିଡି, ରାଜ୍ୟ ଜିଏସ୍ଟିର ଫେରସ୍ତ ଏବଂ ବାର୍ଷିକ ଅନୁଷ୍ଠାନ ରକ୍ଷଣାବେକ୍ଷଣ ଦେୟ ଛାଡ ଇତ୍ୟାଦି। କୋଭିଡ-୧୯ ମହାମାରୀ ଦ୍ୱାରା ସୃଷ୍ଟ ଅପ୍ରତ୍ୟାଶିତ ଆହ୍ଵାନରୁ ମୁକ୍ତିContinue reading “କରୋନା ଜନିତ ଆର୍ଥିକ ମାନ୍ଦାବସ୍ଥାକୁ ଏଡାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ପଦକ୍ଷେପ । ଏମଏସଏମଇ ପାଇଁ ୨୮୯ କୋଟି ୪୨ ଲକ୍ଷର ପ୍ୟାକେଜ ଘୋଷଣା କଲେ ନବୀନ”
୨୭ରୁ ଖୋଲିବ ଲିଙ୍ଗରାଜ ମନ୍ଦିର । ଜାଣନ୍ତୁ କଣ ରହିଛି ଗାଇଡଲାଇନ, କେଉଁ ମାନେ କରିପାରିବେ ପ୍ରଥମେ ଦର୍ଶନ?
କନକ ବ୍ୟୁରୋ : ଦୀର୍ଘ ୯ ମାସ ପରେ ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର । ପୁରୀ ଜଗନ୍ନାଥ ମନ୍ଦିର ପରେ ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ହୋଇଛି । ଆସନ୍ତା ୨୭ରୁ ଲିଙ୍ଗରାଜ ମନ୍ଦିର ଖୋଲିବାକୁ ଥିବା ବେଳେ ୨୭ରୁ ୩୧ ଯାଏଁ ଦର୍ଶନ କରିପାରିବେ ସେବାୟତଙ୍କ ପରିବାର । ନୂଆବର୍ଷ ଅଥାର୍ତ ଜାନୁଆରୀ ୧ ଓ ୨ରେ ବନ୍ଦ ରହିବ ଲିଙ୍ଗରାଜ ମନ୍ଦିର । ଏହି ସମୟରେ କୌଣସି ଭକ୍ତ କିମ୍ବା ସେବାୟତଙ୍କ ପରିବାରକୁContinue reading “୨୭ରୁ ଖୋଲିବ ଲିଙ୍ଗରାଜ ମନ୍ଦିର । ଜାଣନ୍ତୁ କଣ ରହିଛି ଗାଇଡଲାଇନ, କେଉଁ ମାନେ କରିପାରିବେ ପ୍ରଥମେ ଦର୍ଶନ?”