କନକ ବ୍ୟୁରୋ: ଭିଟାମାଟିକୁ ନିଜର କରି ରଖିବା ପାଇଁ ମାନବ ଶୃଙ୍ଖଳ । କୌଣସି ପରିସ୍ଥିତିରେ ବି କମ୍ପାନୀ ହାତରେ ଭିଟାମାଟିକୁ ଟେକି ଦିଆଯିବ ନାହିଁ । ମରିବୁ ପଛେ ଭିଟାମାଟି ଛାଡିବୁ ନାହିଁ । ଏମିତି କିଛି ଦାବି ନେଇ ରାସ୍ତା ଉପରେ ୨୪ କିଲୋମିଟର ବ୍ୟାପିି ମାନବ ଶୃଙ୍ଖଳ କରିଛନ୍ତି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ୬ଟି ପଂଚାୟତର ହଜାର ହଜାର ଲୋକ । ହଳଦିଆ ପେଟ୍ରୋକେମିକାଲ ଇଂଟିଗ୍ରେଟେଡ୍ ରିଫାଇନାରୀ ପ୍ଲାଂଟ ଓ ସୁବର୍ଣ୍ଣରେଖାContinue reading “ରାସ୍ତା ଉପରେ ମାନବ ଶୃଂଖଳ: ହଳଦିଆ ପେଟ୍ରୋକେମିକାଲ ଇଂଟିଗ୍ରେଟେଡ୍ ରିଫାଇନାରୀ ପ୍ଲାଂଟ ଓ ସୁବର୍ଣ୍ଣରେଖା ବନ୍ଦର ପ୍ରକଳ୍ପକୁ ଜୋରଦାର ବିରୋଧ”
Category Archives: News
ଶଗଡ ଗାଡିରେ ବୁହା ହେଲେ ରୋଗୀ: ରାସ୍ତା ଖରାପ ଥିବାରୁ ଗାଁରେ ପହଂଚି ପାରିଲାନି ଆମ୍ବୁଲାନ୍ସ; ରୋଗୀଙ୍କୁ ଶଗଡରେ ବସାଇ ୫ କିମି ରାସ୍ତା ପାର କଲେ ସଂପର୍କୀୟ
କନକ ବ୍ୟୁରୋ: ରୋଗୀ ବୁହାହେଲେ ଶଗଡରେ । ଉପାନ୍ତ ନବରଙ୍ଗପୁର ଚନ୍ଦାହାଣ୍ଡିରେ ଶଗଡ ବନିଲା ଆମ୍ବୁଲାନ୍ସ । ରାସ୍ତା ଖରାପ ଥିବାରୁ ଗାଁରେ ପହଂଚି ପାରିଲା ନାହିଁ ୧୦୮ ଆମ୍ବୁଲାନ୍ସ । ଶଗଡ ଗାଡିରେ ରୋଗୀଙ୍କୁ ଶୁଆଇ ୫ କିଲୋମିଟର କାଦୁଆ ରାସ୍ତା ପାରି କରାଇଛନ୍ତି ସଂପର୍କୀୟ । ଏଭଳି ଅଭାବନୀୟ ଘଟଣା ଘଟିଛି ଚନ୍ଦାହାଣ୍ଡି ବ୍ଲକ ବଦେଳପାଣି ଗାଁରେ । ଗାଁର ୩ ଜଣ ବ୍ୟକ୍ତି, କୁଳେ ସାନ୍ତା, କାତି ସାନ୍ତା ଏବଂ ଘନ ସାନ୍ତାContinue reading “ଶଗଡ ଗାଡିରେ ବୁହା ହେଲେ ରୋଗୀ: ରାସ୍ତା ଖରାପ ଥିବାରୁ ଗାଁରେ ପହଂଚି ପାରିଲାନି ଆମ୍ବୁଲାନ୍ସ; ରୋଗୀଙ୍କୁ ଶଗଡରେ ବସାଇ ୫ କିମି ରାସ୍ତା ପାର କଲେ ସଂପର୍କୀୟ”
ସଂକଟରେ ରାଜସ୍ଥାନର କଂଗ୍ରେସ ସରକାର । ପଞ୍ଚାୟତ ନିର୍ବାଚନରେ ଖରାପ ପ୍ରଦର୍ଶନ ପରେ ସମର୍ଥନ ପ୍ରତ୍ୟାହାର କଲା ଭାରତୀୟ ଟ୍ରାଇବାଲ ପାର୍ଟି
କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନରେ ଖରାପ ପ୍ରଦର୍ଶନ ପରେ ଏବେ ଗେହଲଟ୍ ସରକାର ପାଇଁ ସଂକଟ ଦେଖା ଦେଇଛି । ଭାରତୀୟ ଟ୍ରାଇବାଲ ପାର୍ଟି ରାଜସ୍ଥାନ କଂଗ୍ରେସ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇଛି । କିଛିଦିନ ପୂର୍ବରୁ ରାଜସ୍ଥାନ ସରକାରକୁ ଯେତେବେଳେ ବହୁମତ ଦେଖାଇବାକୁ ପଡିଥିଲା ସେତେବେଳେ ବି.ଟି.ପିର ବିଧାୟକ ମାନେ ସରକାରକୁ ସମର୍ଥନ ଦେଇ ଗେହଲଟଙ୍କ ସରକାର ଭାଙ୍ଗିବାରୁ ତାଙ୍କୁ ରକ୍ଷା କରିଥିଲେ । କିଛିଦିନ ମଧ୍ୟରେ ରାଜସ୍ଥାନରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିଲାContinue reading “ସଂକଟରେ ରାଜସ୍ଥାନର କଂଗ୍ରେସ ସରକାର । ପଞ୍ଚାୟତ ନିର୍ବାଚନରେ ଖରାପ ପ୍ରଦର୍ଶନ ପରେ ସମର୍ଥନ ପ୍ରତ୍ୟାହାର କଲା ଭାରତୀୟ ଟ୍ରାଇବାଲ ପାର୍ଟି”
ରାଜ୍ୟପାଳ ଜଗଦୀପ୍ ଧନଖରଙ୍କ ମମତା ବାନାର୍ଜୀଙ୍କୁ ଚେତାବନୀ । ସମ୍ବିଧାନର ଆତ୍ମାକୁ ଚିହ୍ନିବାକୁ ଚେଷ୍ଟା କର । ନିଆଁ ସହ ଖେଳିଲେ ମହଙ୍ଗା ପଡିବ
କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆହୁରି ପାଖା ପାଖି ୬ ମାସ ବାକି ଅଛି । ହେଲେ ଏବେ ଠାରୁ ରାଜ୍ୟରେ ରାଜନୈତିକ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଆଉ ଏହି ରାଜନୈତିକ ଯୁଦ୍ଧକୁ ନେଇ ଅସହାୟ ହୋଇପଡିଛନ୍ତି ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ୍ ଧନଖର । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଶ୍ରୀ ଧନଖର କହିଛନ୍ତି କି ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ଏନେଇContinue reading “ରାଜ୍ୟପାଳ ଜଗଦୀପ୍ ଧନଖରଙ୍କ ମମତା ବାନାର୍ଜୀଙ୍କୁ ଚେତାବନୀ । ସମ୍ବିଧାନର ଆତ୍ମାକୁ ଚିହ୍ନିବାକୁ ଚେଷ୍ଟା କର । ନିଆଁ ସହ ଖେଳିଲେ ମହଙ୍ଗା ପଡିବ”
ବିପୁଳ ପରିମାଣର ଚୋରା ପିଡିଏସ ଚାଉଳ ଓ ଗହମ ଜବତ : ଲୋକଙ୍କଠୁ କମ ମୂଲ୍ୟରେ ପିଡିଏସ ସାମଗ୍ରୀ କିଣି ବଜାରରେ ଅଧିକ ଟଙ୍କାରେ କରାଯାଉଥିଲା ବିକ୍ରି
କନକ ବ୍ୟୁରୋ : ଗଂଜାମ ଜିଲ୍ଲା ତାରାସିଂ ଥାନା ଗାୟାଗଣ୍ଡା ଗାଁର ଜଣେ ବ୍ୟକ୍ତିଙ୍କ ଗୋଦାମ ଘରେ ଚଢାଉ କରି ବିପୁଳ ପରିମାଣର ପିଡ଼ିଏସ ସାମଗ୍ରୀ ଜବତ କରିଛି ତାରାସିଂ ପୋଲିସ । ୨୦ କ୍ୱିଂଟାଲ ଚାଉଲ, ୨କ୍ୱିଂଟାଲ ଗହମ ଗଛିତ ଥିବା ବେଳେ ପୋଲିସ ଚଢଉ କରି ପିଡ଼ିଏସ ସାମଗ୍ରୀ ଜବତ କରିଛି । ଜବତ ପିଡ଼ିଏସ ସାମଗ୍ରୀର ଆନୁମାନିକ ମୁଲ୍ୟ ୬୦ ହଜାର ଟଙ୍କା ହେବ ବୋଲି ବୋଲି ଜଣାପଡ଼ିଛି । କମ୍ ମୁଲ୍ୟContinue reading “ବିପୁଳ ପରିମାଣର ଚୋରା ପିଡିଏସ ଚାଉଳ ଓ ଗହମ ଜବତ : ଲୋକଙ୍କଠୁ କମ ମୂଲ୍ୟରେ ପିଡିଏସ ସାମଗ୍ରୀ କିଣି ବଜାରରେ ଅଧିକ ଟଙ୍କାରେ କରାଯାଉଥିଲା ବିକ୍ରି”
ପଶ୍ଚିମବଙ୍ଗରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଗାଡି ଉପରକୁ ଆକ୍ରମଣ ଘଟଣା : ପଶ୍ଚିମବଙ୍ଗ ଡିଜିପି ଓ ମୁଖ୍ୟ ଶାସନ ସଚିବଙ୍କୁ ସମନ କଲେ କେନ୍ଦ୍ର ସରକାର
କନକ ବ୍ୟୁରୋ : ପଶ୍ଚିମବଙ୍ଗ ଡାଏମଣ୍ଡ ହାରବରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଗାଡି ଉପରକୁ ଆକ୍ରମଣ ଘଟଣା । ପଶ୍ଚିମବଙ୍ଗ ଡିଜିପି ଓ ମୁଖ୍ୟ ଶାସନ ସଚିବଙ୍କୁ ସମନ କରିଛନ୍ତି କେନ୍ଦ୍ର ସରକାର । ଗତକାଲି ନଡ୍ଡାଙ୍କ ରାଲିରେ ହୋଇଥିଲା ମରଣାନ୍ତକ ଆକ୍ରମଣ ଘଟିଥିଲା । ହାତରେ ପ୍ଲାକାର୍ଡ ଓ ଦଳୀୟ ପତାକା ଧରି ଟିଏମସି ସମର୍ଥକ ନଡ୍ଡାଙ୍କ ସହିତ ଯାଉଥିବା ସମର୍ଥକଙ୍କ ଗାଡି ଉପରକୁ ଢେଲାମାଡ କରିଥିଲେ । ଏଥିରେ ଜେପି ନଡ୍ଡା ଅଳ୍ପକେ ବର୍ତିContinue reading “ପଶ୍ଚିମବଙ୍ଗରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଗାଡି ଉପରକୁ ଆକ୍ରମଣ ଘଟଣା : ପଶ୍ଚିମବଙ୍ଗ ଡିଜିପି ଓ ମୁଖ୍ୟ ଶାସନ ସଚିବଙ୍କୁ ସମନ କଲେ କେନ୍ଦ୍ର ସରକାର”
ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ବଡ ବୟାନ : କୃଷି ବିଲ ପ୍ରତ୍ୟାହାର କରିବାର କୌଣସି ସମ୍ଭାବନା ନାହିଁ; ପ୍ରକୃତ ଚାଷୀ କରୁନାହାନ୍ତି ଆନ୍ଦୋଳନ
କନକ ବ୍ୟୁରୋ : ଦିଲ୍ଲୀରେ ୧୬ ଦିନ ଧରି ଚାଲିଥିବା ଚାଷୀ ଆନ୍ଦୋଳନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଚାଷୀ ଆନ୍ଦୋଳନ ପଛରେ ଦେଶ ବିରୋଧିଙ୍କ ହାତ ରିହିଛି, ପ୍ରକୃତ ଚାଷୀ ଆନ୍ଦୋଳନ କରୁନାହାନ୍ତି ବୋଲି କହିଛନ୍ତି ପ୍ରତାପ ଷଡଙ୍ଗୀ । ଚାଷୀ ଆନ୍ଦୋଳନ ନାଁରେ ସେମାନେ ବିରୋଧିଙ୍କ ଭାଷା କହୁଛନ୍ତି ବୋଲି କହିଛନ୍ତି ପ୍ରତାପ ଷଡଙ୍ଗୀ । ସରକାର କୃଷି ବିଲ ପ୍ରତ୍ୟାହାର କରିବାରେ କୌଣସି ଆଶଙ୍କା ଦେଖାଯାଉନାହିଁ ବୋଲି ସେContinue reading “ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ବଡ ବୟାନ : କୃଷି ବିଲ ପ୍ରତ୍ୟାହାର କରିବାର କୌଣସି ସମ୍ଭାବନା ନାହିଁ; ପ୍ରକୃତ ଚାଷୀ କରୁନାହାନ୍ତି ଆନ୍ଦୋଳନ”
ଅଭ୍ୟାସଗତ ମଦୁଆଙ୍କ ପାଇଁ ସର୍ତ୍ତକ ବାଣୀ । କରୋନା ଟିକା ନେବା ପରେ ସର୍ବନିମ୍ନ ୪୨ ଦିନ ଛାଡିବାକୁ ପଡିବ ମଦ । ଟିକା ନେବା ପରେ ମଦ ପିଇଲେ ଶରୀରରେ ପଢିବ କୁପ୍ରଭାବ
କନକ ବ୍ୟୁରୋ : କରୋନା ଟିକାକୁ କିଛି ଦେଶ ଅନୁମତି ଦେଇଥିବା ବେଳେ କିଛି ଦେଶରେ ଟିକାକରଣ ଆରମ୍ଭ ହୋଇଯାଇଛି । ଏହି ଟିକା ନେବା ପରେ ଗତକାଲି ୨ ଜଣ ଲୋକଙ୍କ ନିକଟରେ ପାଶ୍ୱର୍ ପ୍ରତିକ୍ରିୟା ଦେଖା ଦେଇଥିଲା । ହେଲେ ଏହି ଟିକା କରୋନା ସଂକ୍ରମଣ ରୋକିବାରେ କେତେ ସଫଳ ହେବ ତାହା ତ ସମୟ କହିବ । ହେଲେ ଟିକା କରଣ ପୂର୍ବରୁ ଏକ ବଡ ସଚେତନତା ବାର୍ତ୍ତା ଆସିଛି ଋଷରୁ ।Continue reading “ଅଭ୍ୟାସଗତ ମଦୁଆଙ୍କ ପାଇଁ ସର୍ତ୍ତକ ବାଣୀ । କରୋନା ଟିକା ନେବା ପରେ ସର୍ବନିମ୍ନ ୪୨ ଦିନ ଛାଡିବାକୁ ପଡିବ ମଦ । ଟିକା ନେବା ପରେ ମଦ ପିଇଲେ ଶରୀରରେ ପଢିବ କୁପ୍ରଭାବ”
ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ସିପିଆଇର ବିରୋଧ : ତୈଳ ଦରରେ ୫୩ଟଙ୍କା ଟିକସକୁ ନେଇ ରାଜମହଲ ଛକରେ ବିକ୍ଷୋଭ
କନକ ବ୍ୟୁରୋ : ରାଜଧାନୀରେ ତୈଳ ଦର ବୃଦ୍ଧିକୁ ନେଇ ପ୍ରତିବାଦ । ଆଜି ସିପିଆଇ ପକ୍ଷରୁ ଏନେଇ ଭୁବନେଶ୍ୱରରେ ପ୍ରତିବାଦ ଶୋଭାଯାତ୍ରା କରାଯାଇଛି । ବର୍ତମାନ ପେଟ୍ରୋଲ ଓ ଡିଜେଲ ଦରରେ ୫୩ ଟଙ୍କା ଟିକସ ନିଆଯିବା ପରେ ପେଟ୍ରୋଲ ଦର ୯୦ ଟଙ୍କା ଡେଇଁଲାଣି । ରାଜମହଲ ଛକରେ ବିରୋଧ ପ୍ରଦର୍ଶନ କରି ସିପିଆଇ ପକ୍ଷରୁ ଏପରି ଦରବୃଦ୍ଧି ଉପରେ ଲଗାମ ଲଗାଇବାକୁ ଦାବି କରାଯାଇଛି । ରାଜ୍ୟ ଓ କେନ୍ଦ୍ର ସରକାର ତୁରନ୍ତContinue reading “ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ସିପିଆଇର ବିରୋଧ : ତୈଳ ଦରରେ ୫୩ଟଙ୍କା ଟିକସକୁ ନେଇ ରାଜମହଲ ଛକରେ ବିକ୍ଷୋଭ”
ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ: ସମସ୍ତ ଜିଲ୍ଳା ସଭାପତିଙ୍କ ସହ ପ୍ରଭାରୀ ଡି ପୁରନ୍ଦେଶ୍ୱରୀଙ୍କ ଆଲୋଚନା
କନକ ବ୍ୟୁରୋ: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆରମ୍ଭ ହୋଇଛି ଗୁରୁତ୍ୱୂପୂର୍ଣ୍ଣ ବୈଠକ । ପ୍ରଭାରୀ ଡି ପୁରନ୍ଦେଶ୍ୱରୀଙ୍କ ଅଧ୍ୟକ୍ଷତାରେ ୪ଟି ପର୍ଯ୍ୟାୟରେ ବୈଠକ ହେବ । ସମସ୍ତ ଜିଲ୍ଲା ସଭାପତି, ପ୍ରଭାରୀ, ପଦାଧିକାରୀ, ବିଧାୟକ, ସାଂସଦ, ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ସହ ବୈଠକ ହେଉଛି । ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ କରିବା ପାଇଁ ରଣନୀତି ପ୍ରସ୍ତତ ହେଉଛି । ୩୬ ସାଂଗଠାନିକ ଜିଲ୍ଲାର ସଭାପତିଙ୍କ ସହ ବୁଥ ସ୍ତରରେ ଦଳକୁ ମଜବୁତ କରିବା ପାଇଁContinue reading “ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ: ସମସ୍ତ ଜିଲ୍ଳା ସଭାପତିଙ୍କ ସହ ପ୍ରଭାରୀ ଡି ପୁରନ୍ଦେଶ୍ୱରୀଙ୍କ ଆଲୋଚନା”