ବିଜେପି ପଦଯାତ୍ରାକୁ ପ୍ରଦୀପ ମାଝୀଙ୍କ ସ୍ୱାଗତ ପରେ କଂଗ୍ରେସରେ କମ୍ପନ । କାର୍ଯ୍ୟାନୁଷ୍ଠାନ ଦାବି କଲେ ତାରା, ପ୍ରଦୀପ କହିଲେ, ପରୀକୁ ନ୍ୟାୟ ଦେବା ନେଇ ସବୁ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ।

କନକ ବ୍ୟୁରୋ : କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ବୟାନକୁ ନେଇ ଦଳ ଭିତରେ କମ୍ପନ ଦେଖାଦେଇଛି । ବିଜେପିର ଏକ କାର୍ଯ୍ୟକ୍ରମକୁ ପ୍ରଦୀପ ମାଝୀ କହିଥିଲେ, ଏହାକୁ ସ୍ୱାଗତ କରାଯିବା ଉଚିତ୍ । ଏହି ବୟାନ ପରେ ଦଳ ଭିତରେ ପ୍ରଦୀପଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖାଯାଇଛି । ବିଜେପିର ପଦଯାତ୍ରାକୁ ପ୍ରଦୀପ ମାଝୀଙ୍କ ସମର୍ଥନ । ପ୍ରଦେଶ କଂଗ୍ରେସରେ ସୃଷ୍ଟି ହେଲା କମ୍ପନ । ବିଜେପି ପଦଯାତ୍ରାକୁ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ଖୋଲାContinue reading “ବିଜେପି ପଦଯାତ୍ରାକୁ ପ୍ରଦୀପ ମାଝୀଙ୍କ ସ୍ୱାଗତ ପରେ କଂଗ୍ରେସରେ କମ୍ପନ । କାର୍ଯ୍ୟାନୁଷ୍ଠାନ ଦାବି କଲେ ତାରା, ପ୍ରଦୀପ କହିଲେ, ପରୀକୁ ନ୍ୟାୟ ଦେବା ନେଇ ସବୁ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ।”

ବୋଝ ନୁହେଁ ବ୍ୟାଗ ଧରି ଗାଁ ଗାଁ ବୁଲି ଶଙ୍ଖା ବିକୁଛନ୍ତି ବୁଢାଶଙ୍ଖାରୀ । ୮୭ ବର୍ଷ ବୟସରେ ବି ଥକିନି ପାଦ । ଗଞ୍ଜାମର ଉଦୟନାଥଙ୍କୁ ଦେଖି ମନେପଡିଗଲା ‘ଆସମାନ ତାରା’ କଥା…

କନକ ବ୍ୟୁରୋ: ବୟସ ୮୭ ଟପିଲାଣି । ହେଲେ ଥକି ନାହାନ୍ତି ଉଦୟନାଥ। ଆଜି ବି କର୍ମଠ। ପ୍ରତିଦିନ ସକାଳୁ ସାଇକେଲରେ ଆଖପାଖ ଗାଁକୁ ଚୁଡ଼ି ଓ ଶଂଖା ବିକିବାକୁ ନଗଲେ ଦିନ ଭଲରେ କଟେନାହିଁ। ଦୁଇ ଦୁଇଟି ପୁଅ। ସମସ୍ତେ ରୋଜଗାରିଆ। ଘରେ ମଧ୍ୟ କୌଣସି ଅଭାବ ନାହିଁ। ହେଲେ ଉଦୟଙ୍କୁ ଘରେ ବସି ଖାଇବାକୁ ଭଲ ଲାଗେ ନାହିଁ। ଆଉ ସେଇଥିପାଇଁ ସେ ଚମ ଧୁଡ଼ୁଧୁଡ଼ୁ ଦେହ ସାଙ୍ଗକୁ କାନକୁ ଭଲ ଭାବେ ଶୁଭୁContinue reading “ବୋଝ ନୁହେଁ ବ୍ୟାଗ ଧରି ଗାଁ ଗାଁ ବୁଲି ଶଙ୍ଖା ବିକୁଛନ୍ତି ବୁଢାଶଙ୍ଖାରୀ । ୮୭ ବର୍ଷ ବୟସରେ ବି ଥକିନି ପାଦ । ଗଞ୍ଜାମର ଉଦୟନାଥଙ୍କୁ ଦେଖି ମନେପଡିଗଲା ‘ଆସମାନ ତାରା’ କଥା…”

ଜାନୁୟାରୀରୁ କଡ଼ାକଡି ହେବ ଟ୍ରାଫିକ୍ ଚେକିଂ । ସେପଟେ ଗାଡ଼ି ଚାଳକ ଆଣିଲେ ସାଂଘାତିକ୍ ଅଭିଯୋଗ, କହିଲେ ଅଳ୍ପ ସମୟରେ ସରି ଯାଉଛି ବୁକିଂ ସ୍ଲଟ୍, କେମିତି ମିଳିବ ଲାଇସେନ୍ସ ?

କନକ ବ୍ୟୁରୋ : ଟ୍ରାଫିକ୍ ଫାଇନ୍ ଆଦାୟ ପାଇଁ ଏବେ ପୁଲିସ ଛକ ଛକରେ ଜଗିବା ଆରମ୍ଭ କଲେଣି । କିନ୍ତୁ ଏସବୁ ଭିତରେ ଗୋଟିଏ ପ୍ରଶ୍ନ ଉଠୁଛି, ଡ୍ରାଇଭିଂ ଲାଇସେନ୍ସ ଯାଂଚ କରି ପୁଲିସ ଫାଇନ୍ ନେବାକୁ ତ ପ୍ରସ୍ତୁତ ହେଉଛି, ହେଲେ ଆବେଦନକାରୀଙ୍କୁ ଡ୍ରାଇଭିଂ ଲାଇସେନ୍ସ ଦିଆଯାଇ ପାରୁଛି ତ । କାରଣ କରୋନା ପାଇଁ ସ୍ଲଟ୍ ବୁକିଂ ବନ୍ଦ ରହିଥିଲା । ଏବେ ଖୋଲିଛି, କିନ୍ତୁ ଭିଡ ଅନେକ ରହୁଥିବାରୁ ଅନେକ ଆବେଦନକାରୀContinue reading “ଜାନୁୟାରୀରୁ କଡ଼ାକଡି ହେବ ଟ୍ରାଫିକ୍ ଚେକିଂ । ସେପଟେ ଗାଡ଼ି ଚାଳକ ଆଣିଲେ ସାଂଘାତିକ୍ ଅଭିଯୋଗ, କହିଲେ ଅଳ୍ପ ସମୟରେ ସରି ଯାଉଛି ବୁକିଂ ସ୍ଲଟ୍, କେମିତି ମିଳିବ ଲାଇସେନ୍ସ ?”

ଚାଷୀ ସଂଗଠନକୁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଅପିଲ୍ । କହିଲେ, ଆଲୋଚନା ପାଇଁ ସରକାର ପ୍ରସ୍ତୁତ, କିନ୍ତୁ ଚାଷୀଙ୍କ ପାଖରୁ ଆସୁନି ପ୍ରସ୍ତାବ । ବନ୍ଦ ହେବ ନାହିଁ ଏମଏସପି, ଜମି ହଡ଼ପ ଆଶଙ୍କା ଅମୂଳକ ।

କନକ ବ୍ୟୁରୋ : କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହାଙ୍କ ପ୍ରସ୍ତାବକୁ ଖାରଜ କରିବା ପରେ କୃଷକ ଓ ସରକାରଙ୍କ ଆଲୋଚନାର ଗତି ଏକ ପ୍ରକାର ଅନିଶ୍ଚିତ ହୋଇଯାଇଥିଲା । ଆଜି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପ୍ରେସମିଟ୍ କରି କହିଛନ୍ତି, ସରକାରଙ୍କ ପ୍ରସ୍ତାବକୁ ଚାଷୀମାନେ ବିଚାର କରନ୍ତୁ, ଏବଂ ସରକାର ସେମାନଙ୍କ ସହ ଆଲୋଚନା ପାଇଁ ସବୁବେଳେ ପ୍ରସ୍ତୁତ ଅଛନ୍ତି । ଚାଷୀଙ୍କୁ ବୁଝାଇବାକୁ ଅମିତ ଶାହା, ରାଜନାଥ ସିଂହ, ପୀୟୁଷ ଗୋଏଲ, ନରେନ୍ଦ୍ରContinue reading “ଚାଷୀ ସଂଗଠନକୁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଅପିଲ୍ । କହିଲେ, ଆଲୋଚନା ପାଇଁ ସରକାର ପ୍ରସ୍ତୁତ, କିନ୍ତୁ ଚାଷୀଙ୍କ ପାଖରୁ ଆସୁନି ପ୍ରସ୍ତାବ । ବନ୍ଦ ହେବ ନାହିଁ ଏମଏସପି, ଜମି ହଡ଼ପ ଆଶଙ୍କା ଅମୂଳକ ।”

ସ୍କୁଲ, କଲେଜ ଖୋଲିବା ନେଇ ବିଭିନ୍ନ ବିଭାଗର ମନ୍ତବ୍ୟକୁ ନାପସନ୍ଦ କଲେ ମୁଖ୍ୟମନ୍ତ୍ରୀ । କହିଲେ ବିଚାର କରି ସରକାର ନେବେ ନିଷ୍ପତ୍ତି ।

କନକ ବ୍ୟୁରୋ: ଜାନୁଆରୀରେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ବିଭିନ୍ନ ବିଭାଗର ମନ୍ତବ୍ୟ ପ୍ରସଙ୍ଗ । ସ୍କୁଲ, କଲେଜ ଖୋଲିବା ନେଇ ବିଭିନ୍ନ ବିଭାଗର ମନ୍ତବ୍ୟକୁ ନାପସନ୍ଦ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ ସମସ୍ତ ଦୃଷ୍ଟିକୋଣରୁ ବିଚାର କରି ସରକାର ଉଚିତ ନିଷ୍ପତ୍ତି ନେବେ । ତେବେ ଜାନୁଆରୀରେ ସ୍କୁଲ ଖୋଲିବା ନେଇ ଚିନ୍ତା କରାଯାଉଥିବା ଆଜି କହିଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ମୁଖତଃ ଦଶମ ଓ ଦ୍ୱାଦଶ ଶ୍ରେଣୀContinue reading “ସ୍କୁଲ, କଲେଜ ଖୋଲିବା ନେଇ ବିଭିନ୍ନ ବିଭାଗର ମନ୍ତବ୍ୟକୁ ନାପସନ୍ଦ କଲେ ମୁଖ୍ୟମନ୍ତ୍ରୀ । କହିଲେ ବିଚାର କରି ସରକାର ନେବେ ନିଷ୍ପତ୍ତି ।”

ଜଗା ଦର୍ଶନ ଜିଦରେ ବଡଦାଣ୍ଡରେ ୭ ଘଂଟା ଧରି ବସିରହିଲେ ୯୮ ବର୍ଷର ବୃଦ୍ଧା । କହିଲେ ବଡ଼ଦାଣ୍ଡରେ ଯିବ ତାଙ୍କ ଶବ । ସେପଟେ ଶ୍ରୀମନ୍ଦିର ଖୋଲିବା ନେଇ ୧୨ ତାରିଖରେ ନିଆଯିବ ନିଷ୍ପତି ।

କନକ ବ୍ୟୁରୋ : କୋଟି କୋଟି ଜଗନ୍ନାଥ ଭକ୍ତ ଯେଉଁ ମୂହୁର୍ତ୍ତକୁ ଅପେକ୍ଷା କରିଛନ୍ତି, ସେହି ଦାବିରେ ଆଜି ବଡଦାଣ୍ଡରେ ଘଟିଛି ଏକ ରୋଚକ ଘଟଣା । ଜଣେ ୯୮ ବର୍ଷର ବୃଦ୍ଧା ସକାଳ ୧୦ଟାରେ ଆସି ଜିଦ୍ ଧରି ବଡଦାଣ୍ଡରେ ବସିଲେ । ତାଙ୍କର ଗୋଟିଏ ଦାବି ଥିଲା, ମହାପ୍ରଭୁଙ୍କ ଦର୍ଶନ ପାଇଁ ତାଙ୍କୁ ସୁଯୋଗ ଦିଆଯାଉ । ସେ ବାରମ୍ବାର କହୁଥିଲେ, ତାଙ୍କର ସମୟ ହୋଇ ଯାଇଛି, ସେ ଠାକୁରଙ୍କୁ ଦେଖିବା ପରେ, ବଡଦାଣ୍ଡContinue reading “ଜଗା ଦର୍ଶନ ଜିଦରେ ବଡଦାଣ୍ଡରେ ୭ ଘଂଟା ଧରି ବସିରହିଲେ ୯୮ ବର୍ଷର ବୃଦ୍ଧା । କହିଲେ ବଡ଼ଦାଣ୍ଡରେ ଯିବ ତାଙ୍କ ଶବ । ସେପଟେ ଶ୍ରୀମନ୍ଦିର ଖୋଲିବା ନେଇ ୧୨ ତାରିଖରେ ନିଆଯିବ ନିଷ୍ପତି ।”

ନିଲମ୍ବିତ ହେଲେ ନୟାଗଡ଼ ଆଇଆଇସି । ପରୀ ମାମଲାରେ ଆଇଆଇସି ରୀନାରାଣୀ ସାହୁଙ୍କୁ ନିଲମ୍ବନ କଲେ ପୋଲିସ ଡିଜି ।

କନକ ବ୍ୟୁରୋ : ନିଲମ୍ବିତ ହେଲେ ନୟାଗଡ଼ ଆଇଆଇସି । ପରୀ ମୃତ୍ୟୁ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ପୋଲିସ ଡିଜି ଅଭୟ । ପରୀ ମାମଲାରେ ନୟାଗଡ ସଦର ଆଇଆଇସି ରୀନାରାଣୀ ସାହୁଙ୍କୁ ଆଜି ନିଲମ୍ବନ କରାଯାଇଛି । ସେପଟେ ନୟାଗଡ ଏସଡିପିଓଙ୍କୁ ମଧ୍ୟ ବଦଳି କରାଯାଇଛି । ନୟାଗଡ ଏସଡିପିଓ ନିରଞ୍ଜନ ପାଢୀଙ୍କୁ ଡିଏସପି କନ୍ଧମାଳ ଭାବେ ନିଯୁକ୍ତି ଦିଆଯାଇଛି । ଏନେଇ ପୋଲିସ ଡିଜିଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ହସ୍ତଗତ ହୋଇଛି ।Continue reading “ନିଲମ୍ବିତ ହେଲେ ନୟାଗଡ଼ ଆଇଆଇସି । ପରୀ ମାମଲାରେ ଆଇଆଇସି ରୀନାରାଣୀ ସାହୁଙ୍କୁ ନିଲମ୍ବନ କଲେ ପୋଲିସ ଡିଜି ।”

କୃଷିମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମଳନୀ ପରେ କୃଷକ ମାନଙ୍କ ଡାକରା । ଏକଜୁଟ୍ ହୋଇ ଆମକୁ ନିଷ୍ପତ୍ତି ଜଣାଅ ସରକାର, ନଚେତ୍ ବନ୍ଦ କରିବୁ ରେଳ ଲାଇନ୍ ।

କନକ ବ୍ୟୁରୋ : ଦିନକୁ ଦିନ ଦିଲ୍ଲୀ ସୀମାରେ କୃଷକ ମାନଙ୍କ ଆନ୍ଦୋଳନ ତେଜିବାରେ ଲାଗିଛି । ଏନେଇ ବାରମ୍ବାର ସରକାରଙ୍କ ସହ ବୈଠକ ଫେଲ୍ ମାରିବା ପରେ କୃଷକ ମାନେ ହିଂସା ଆଚରଣ କରିବାକୁ ପ୍ରସ୍ତୁତ ହେଉଥିବା ଜଣାପଡିଛି । ଏନେଇ ପୁଣିଥରେ ଆଜି କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏକ ସାମ୍ବାଦିକ ସମ୍ମଳନୀ ମାଧ୍ୟମରେ କୃଷକ ମାନଙ୍କୁ ଅପିଲ୍ କରି କହିଛନ୍ତି କି ଖୋଲା ମନରେ ସରକାରଙ୍କ ପ୍ରସ୍ତାବକୁ ବିଚାର କରନ୍ତୁ । ଏହାContinue reading “କୃଷିମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମଳନୀ ପରେ କୃଷକ ମାନଙ୍କ ଡାକରା । ଏକଜୁଟ୍ ହୋଇ ଆମକୁ ନିଷ୍ପତ୍ତି ଜଣାଅ ସରକାର, ନଚେତ୍ ବନ୍ଦ କରିବୁ ରେଳ ଲାଇନ୍ ।”

ରାତି ହେଲେ ଆସୁଛନ୍ତି ହାତୀ… ଚାଲୁଛି ହାତୀ ମଣିଷ ଲଢେଇ । ଦଳ ଦଳ କରି ମାଡି ଆସୁଛନ୍ତି, ଘରଦ୍ୱାର ଭାଙ୍ଗିଦେଉଛନ୍ତି । ନାକେଦମ୍ ବନ ବିଭାଗ ।

କନକ ବ୍ୟୁରୋ: ଲୋକଙ୍କ ନିଦ ହଜେଇ ଦେଇଛନ୍ତି ହାତୀପଲ । ହାତୀ ମାତିବା ସହ ଘରଦ୍ୱାର ଭାଙ୍ଗି ଦେଇଛନ୍ତି । ସବୁ ବର୍ଷ ଭଳି ଏ ବର୍ଷ ବି କେନ୍ଦୁଝର ଅଂଚଳରେ ଲାଗି ରହିଛି ହାତୀ ମଣିଷ ଲଢେଇ । ଚମ୍ପୁଆ ରେଂଜ ବାଲିବନ୍ଧ ସେକ୍ସନରେ ୩୪ଟିକିଆ ହାତୀ ପଲ ଲୋକଙ୍କ ନିଦ ହଜେଇ ଦେଇଛନ୍ତି । ଦିନରେ ଜଙ୍ଗଲରେ ରହୁଥିବା ହାତୀପଲ ରାତି ହେଲେ ଜନବସତି ମୁହାଁ ହେଉଛନ୍ତି । ବଳଭଦ୍ରପୁର ଗାଁରେ ୪ଟି ଘରContinue reading “ରାତି ହେଲେ ଆସୁଛନ୍ତି ହାତୀ… ଚାଲୁଛି ହାତୀ ମଣିଷ ଲଢେଇ । ଦଳ ଦଳ କରି ମାଡି ଆସୁଛନ୍ତି, ଘରଦ୍ୱାର ଭାଙ୍ଗିଦେଉଛନ୍ତି । ନାକେଦମ୍ ବନ ବିଭାଗ ।”

Design a site like this with WordPress.com
Get started