ସାବଧାନ ! ନାବାଳକ, ଗାଡି ଚଳାଇଲେ ଅଭିଭାବକ ଗଣିବେ ଫାଇନ୍ । ହୋଇପାରେ ୩ ବର୍ଷ ଜେଲ୍ । ନିୟମ ମନେପକାଇଦେଲା ରାଜ୍ୟ ପରିବହନ ବିଭାଗ ।

କନକ ବ୍ୟୁରୋ: ନାବାଳକଙ୍କ ପାଇଁ ବଡ ଖବର । ନାବାଳକ ଗାଡି ଚଳାଉଥିଲେ ସାବଧାନ । ଏଣିକି ବିନା ଲାଇସେନ୍ସରେ ଗାଡି ଚଳାଇଲେ ଦେବାକୁ ପଡିବ ଫାଇନ । ବିନା ଲାଇସେନ୍ସରେ ଗାଡି ଚଳାଇବା ନିଷେଧ । ନାବାଳକମାନେ ଗାଡି ଚଳାଇଲେ ସମ୍ପୃକ୍ତ ଅଭିଭାବକ କିମ୍ବା ଗାଡି ମାଲିକ ଦାୟୀ ହେବ । ନାବାଳକ ଗାଡି ଚଳାଉଥିବା ଧରାପଡିଲେ ଅଭିଭାବକ ଫାଇନ ଦେବେ । Under age driving is danger to society. The guardianContinue reading “ସାବଧାନ ! ନାବାଳକ, ଗାଡି ଚଳାଇଲେ ଅଭିଭାବକ ଗଣିବେ ଫାଇନ୍ । ହୋଇପାରେ ୩ ବର୍ଷ ଜେଲ୍ । ନିୟମ ମନେପକାଇଦେଲା ରାଜ୍ୟ ପରିବହନ ବିଭାଗ ।”

ଭୁବନେଶ୍ୱରରେ ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ । ପ୍ରଭାରୀ ନିଯୁକ୍ତ ପରେ ପୁରନ୍ଦେଶ୍ୱରୀଙ୍କ ପ୍ରଥମ ଗସ୍ତ ।

କନକ ବ୍ୟୁରୋ: ଭାରତୀୟ ଜନତା ପାର୍ଟି (ବିଜେପି) ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଆଜି ସନ୍ଧ୍ୟାରେ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଂଚିଛନ୍ତି। ରାଜ୍ୟ ପ୍ରଭାରୀ ଭାବେ ନିଯୁକ୍ତି ହେବା ପରେ ଏହା ହେଉଛି ତାଙ୍କର ପ୍ରଥମ ଗସ୍ତ। ଏହି ଗସ୍ତକାଳରେ ସେ ଦଳୀୟ ନେତାମାନଙ୍କୁ ଭେଟି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଭୁବନେଶ୍ୱରରେ ପହଂଚିବା ପରେ ଗଣମାଧ୍ୟମର ପ୍ରତିନିଧିଙ୍କ ନିକଟରେ ସେ କିଛି ପ୍ରତିକ୍ରିୟା ରଖି ନାହାନ୍ତି। ସେ କେବଳ କହିଛନ୍ତି ଯେ,Continue reading “ଭୁବନେଶ୍ୱରରେ ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ । ପ୍ରଭାରୀ ନିଯୁକ୍ତ ପରେ ପୁରନ୍ଦେଶ୍ୱରୀଙ୍କ ପ୍ରଥମ ଗସ୍ତ ।”

ସେନାକୁ ମିଳିଲା ସଫଳତା । ଜମ୍ମୁକାଶ୍ମୀର ପୁଲୱାମାରେ କାର୍ଯ୍ୟାନୁଷ୍ଠାନରେ ନିପାତ ହେଲେ ଅଲ-ବଦର ସଂଗଠନର ୩ ଆତଙ୍କୀ

କନକ ବ୍ୟୁରୋ : ସେନାକୁ ମିଳିଲା ସଫଳତା । ସେନା କାର୍ଯ୍ୟାନୁଷ୍ଠାନରେ ନିପାତ ହେଲେ ୩ ଆତଙ୍କୀ । ଜମ୍ମୁକାଶ୍ମୀରର ପୁଲୱାମା ଜିଲ୍ଲାର ଟିକେନ ଅଂଚଳରେ ସେନାର ଏହି କାର୍ଯ୍ୟନୁଷ୍ଠାନ । ନିହତ ଆତଙ୍କବାଦୀଙ୍କ ଠାରୁ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି । କିଛି ଆତଙ୍କବାଦୀ ସମ୍ପୃକ୍ତ ଅଂଚଳରେ ଲୁଚିଥିବାର ଖବର ପାଇବା ପରେ ସେନା ସେଠାରେ ଖାନତଲାସି ଚଳାଇଥିଲା । ଏହି ସମୟରେ ଆତଙ୍କବାଦୀ ମାନେ ଗୁଳିଚଳାଇଥିଲେ । ସୁରକ୍ଷାକର୍ମୀଙ୍କ ଜବାବୀ ଗୁଳିରେ ୩ ଆତଙ୍କବାଦୀContinue reading “ସେନାକୁ ମିଳିଲା ସଫଳତା । ଜମ୍ମୁକାଶ୍ମୀର ପୁଲୱାମାରେ କାର୍ଯ୍ୟାନୁଷ୍ଠାନରେ ନିପାତ ହେଲେ ଅଲ-ବଦର ସଂଗଠନର ୩ ଆତଙ୍କୀ”

ଦେଶରେ ଏଯାଏଁ ଆସି ନାହିଁ କରୋନାର ସେକେଣ୍ଡ ୱେଭ୍ । ଦ୍ୱିତୀୟ ସଂକ୍ରମଣରୁ ବର୍ତ୍ତିବାରେ ଆର୍ଜେଣ୍ଟିନା ପରେ ପାଲଟିଛି ଦ୍ୱିତୀୟ ଦେଶ

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ କମୁଥିବା ବେଳେ ଆଉ ଏକ ଖବର ସାମ୍ନାକୁ ଆସିଛି । ଭାରତରେ ଏଯାଏଁ କରୋନାର ସେକେଣ୍ଡ ୱେଭ୍ ବା ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆସି ନାହିଁ । କରୋନାରେ ସବୁଠୁ ପ୍ରଭାବିତ ୧୦ଟି ଦେଶ ମଧ୍ୟରେ ସେକେଣ୍ଡ ୱେଭ୍ ନଆସିବାରେ ଭାରତ ହିଁ କେବଳ ଦ୍ୱିତୀୟ ଦେଶ । ଏଯାଏଁ ଆର୍ଜେଣ୍ଟିନାରେ ମଧ୍ୟ କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆସି ନାହିଁ । ଏହି ଦୁଇ ଦେଶରେ ପ୍ରଥମContinue reading “ଦେଶରେ ଏଯାଏଁ ଆସି ନାହିଁ କରୋନାର ସେକେଣ୍ଡ ୱେଭ୍ । ଦ୍ୱିତୀୟ ସଂକ୍ରମଣରୁ ବର୍ତ୍ତିବାରେ ଆର୍ଜେଣ୍ଟିନା ପରେ ପାଲଟିଛି ଦ୍ୱିତୀୟ ଦେଶ”

ଭାରତ ଓ ଚୀନ୍ ପ୍ରସଙ୍ଗରେ ରୁଷ୍ ବୈଦେଶିକ ମନ୍ତ୍ରୀଙ୍କ ବଡ଼ ବୟାନ । ପାଶ୍ଚାତ୍ୟ ଦେଶ ରଚିଛନ୍ତି ଷଡ଼ଯନ୍ତ୍ର । ଭାରତକୁ ଚୀନ୍ ବିରୋଧୀ କରିବାକୁ ହେଉଛି ରଣନୀତି

କନକ ବ୍ୟୁରୋ : ସୀମା ପ୍ରସଙ୍ଗକୁ ନେଇ ଭାରତ ଓ ଚୀନ୍ ମଧ୍ୟରେ ବିବାଦ ଜାରି ରହିଥିବା ବେଳେ ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭଙ୍କ ବୟାନ ଏବେ ଚର୍ଚ୍ଚାର କାରଣ ପାଲଟିଛି । ଲାଭରୋଭ କହିଛନ୍ତି ଯେ, ଭାରତ ଓ ଚୀନକୁ ନେଇ ପାଶ୍ଚାତ୍ୟ ଦେଶମାନେ ଏବେ ଏକ ବଡ଼ କୌଶଳ ଆପଣେଇଛନ୍ତି । ଭାରତ କିପରି ଚୀନ୍ ବିରୋଧୀ ହେବ ଏନେଇ ଚେଷ୍ଟା କରାଯାଉଛି, ଯାହା ଫଳରେ ପାଶ୍ଚାତ୍ୟ ରାଷ୍ଟ୍ରମାନେ ନିଜ ସ୍ୱାର୍ଥ ହାସଲContinue reading “ଭାରତ ଓ ଚୀନ୍ ପ୍ରସଙ୍ଗରେ ରୁଷ୍ ବୈଦେଶିକ ମନ୍ତ୍ରୀଙ୍କ ବଡ଼ ବୟାନ । ପାଶ୍ଚାତ୍ୟ ଦେଶ ରଚିଛନ୍ତି ଷଡ଼ଯନ୍ତ୍ର । ଭାରତକୁ ଚୀନ୍ ବିରୋଧୀ କରିବାକୁ ହେଉଛି ରଣନୀତି”

ଶୀତ ଦିନରେ ପର୍ଯ୍ୟଟନ ସ୍ଥଳରେ ରାତି ବିତାଇବାର ସୁଯୋଗ । ଭିତରକନିକା ଓ ସାତକୋଶିଆ ସମେତ ୫ଟି ସ୍ଥାନରେ ଆରମ୍ଭ ହେଲା ଇକୋ-ରିଟ୍ରିଟ୍ । ଜାଣନ୍ତୁ କେମିତି ହେଉଛି ବୁକିଂ?

କନକ ବ୍ୟୁରୋ : ଆଜିଠାରୁ ରାଜ୍ୟର ୫ଟି ପର୍ଯ୍ୟଟନ ସ୍ଥଳିରେ ଆରମ୍ଭ ହୋଇଛି ଇକୋ ରିଟ୍ରେଟ । କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏହାକୁ ଉଦଘାଟନ କରିଛନ୍ତି । ଆଜି ଠାରୁ ଅର୍ଥାତ୍ ଡିସେମ୍ବର ୯ ତାରିଖରୁ ଫେବୃଆରୀ ୨୮ ତାରିଖ ଯାଏଁ ସ୍ୱତନ୍ତ୍ର କଟେଜରେ ରହି ପକୃତିକ ସୌନ୍ଦଯ୍ୟକୁ ଉପଭୋଗ କରିବେ ପର୍ଯ୍ୟଟକ । ଆପଣଙ୍କ ପସନ୍ଦର ପର୍ଯ୍ୟଟନସ୍ଥଳୀରେContinue reading “ଶୀତ ଦିନରେ ପର୍ଯ୍ୟଟନ ସ୍ଥଳରେ ରାତି ବିତାଇବାର ସୁଯୋଗ । ଭିତରକନିକା ଓ ସାତକୋଶିଆ ସମେତ ୫ଟି ସ୍ଥାନରେ ଆରମ୍ଭ ହେଲା ଇକୋ-ରିଟ୍ରିଟ୍ । ଜାଣନ୍ତୁ କେମିତି ହେଉଛି ବୁକିଂ?”

ଜରୁରୀ ଟିକାକରଣ ପାଇଁ ସିରମ ଓ ଭାରତ ବାୟୋଟେକର ଆବେଦନ ଝୁଲି ରହିଲା । ଦୁଇ ଟିକା ନିର୍ମାତାଙ୍କୁ ସରକାର ମାଗିଲେ ଅଧିକ ତଥ୍ୟ

କନକ ବ୍ୟୁରୋ : ଭାରତୀୟ ଔଷଧ ନିୟନ୍ତ୍ରକ କର୍ତୃପକ୍ଷଙ୍କ ନିକଟରେ ଜରୁରୀକାଳିନ ବ୍ୟବହାର ପାଇଁ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ୍ ମାଗିଥିବା ଅନୁମତିକୁ ନେଇ ଅଧିକ ତଥ୍ୟ ମଗାଯାଇଛି । ଭାକସିନ୍ ସଂପର୍କରେ ଏଯାଏଁ ମିଳିଥିବା ତଥ୍ୟ ଯଥେଷ୍ଟ ନୁହେଁ ବୋଲି ଦୁଇଟି କମ୍ପାନୀକୁ ଅବଗତ କରାଯାଇଥିବା ଜଣାପଡିଛି । ଜାତୀୟ ଗଣମାଧ୍ୟମ ଏନେଇ ରିପୋର୍ଟ ପ୍ରକାଶ କରିଛନ୍ତି । ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକାର ଭାକ୍ସିନ୍, ‘କୋଭିିସିଲ୍ଡ’ ପାଇଁ ସିରମ ଇନ୍ଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଅନୁମତି ମାଗିଥିଲା, ଏବଂContinue reading “ଜରୁରୀ ଟିକାକରଣ ପାଇଁ ସିରମ ଓ ଭାରତ ବାୟୋଟେକର ଆବେଦନ ଝୁଲି ରହିଲା । ଦୁଇ ଟିକା ନିର୍ମାତାଙ୍କୁ ସରକାର ମାଗିଲେ ଅଧିକ ତଥ୍ୟ”

ପୁଣି ନିୟମ କଡ଼ାକଡ଼ି, ଫେରିଲା ଜୋରିମାନା । ସ୍କୁଟି ଚାଳକଙ୍କୁ ୨୬ ହଜାର ଟଙ୍କା ଫାଇନ କଲା କମିସନରେଟ୍ ପୁଲିସ

କନକ ବ୍ୟୁରୋ : ବେଶ କିଛି ମାସର ନିରବତା ପରେ ରାଜଧାନୀ ଭୁବନେଶ୍ୱରରେ ପୁଣି ଥରେ କଡ଼ାକଡ଼ି ହୋଇଛି ଟ୍ରାଫିକ୍ ନିୟମ । ଆଉ ପୁଲିସ୍ ଜାଲରେ ପଡ଼ିଛନ୍ତି ଜଣେ ନାବାଳକ । ଖଣ୍ଡଗିରି ଅଂଚଳରେ ସ୍କୁଟି ନେଇ ଯାଉଥିବା ଜଣେ ନାବାଳକକୁ ୨୬ ହଜାରର ଚାଲାଣ କାଟିଛନ୍ତି ପୁଲିସ୍ କର୍ମଚାରୀ । ନାବାଳକ ହୋଇଥିବାରୁ ଚାଳକଙ୍କ ଡ୍ରାଇଭିଂଗ ଲାଇସେନ୍ସ ନଥିବା ବେଳେ ହେଲମେଟ ମଧ୍ୟ ପିନ୍ଧି ନଥିଲେ । ଆଉ ପଛରେ ବସିଥିବା ବ୍ୟକ୍ତି ଜଣଙ୍କContinue reading “ପୁଣି ନିୟମ କଡ଼ାକଡ଼ି, ଫେରିଲା ଜୋରିମାନା । ସ୍କୁଟି ଚାଳକଙ୍କୁ ୨୬ ହଜାର ଟଙ୍କା ଫାଇନ କଲା କମିସନରେଟ୍ ପୁଲିସ”

ହୁ ହୁ ହୋଇ ବଢୁଛି ତେଲ ଦର, ଗାଡି ଚଲାଇବାକୁ ଲାଗୁଛି ଡର…ମୁମ୍ବାଇରେ ଯାହା ମାଲକାନଗିରିରେ ତାହା । ୯୦ ଟପିଲା ପେଟ୍ରୋଲ ଦର ।

କନକ ବ୍ୟୁରୋ: ଗତ ୬ଦିନ ହେଲା ପେଟ୍ରୋଲ ଓ ଡିଜେଲ ଦର ଲଗାତର ବୃଦ୍ଧି ହେବା ପରେ ଦୁଇଦିନ ହେଲା ସ୍ଥିର ରହିଛି । ହେଲେ ଗତ ଦୁଇବର୍ଷରେ ସର୍ବାଧିକ ସ୍ତରକୁ ଛୁଇଁଛି ତେଲଦର । ଜାଣିଲେ ଆଶ୍ଚର୍ଯ୍ୟ ହେବେ, ମୁମ୍ବାଇ ଭଳି ମେଟ୍ରୋ ସହରଠାରୁ ଅଧିକ ରହିଛି ଓଡିଶାରେ ପେଟ୍ରୋଲ ଦର । ଆଜି ମାଲକାନଗିରି କାଲିମେଳାରେ ପେଟ୍ରୋଲ ଲିଟର ପିଛା ୯୦ ଟଙ୍କା ୯୪ ପଇସାରେ ବିକ୍ରି ହୋଇଛି । ଯାହା ସାଧାରଣ ଉପଭୋକ୍ତାଙ୍କContinue reading “ହୁ ହୁ ହୋଇ ବଢୁଛି ତେଲ ଦର, ଗାଡି ଚଲାଇବାକୁ ଲାଗୁଛି ଡର…ମୁମ୍ବାଇରେ ଯାହା ମାଲକାନଗିରିରେ ତାହା । ୯୦ ଟପିଲା ପେଟ୍ରୋଲ ଦର ।”

୧୨ ପ୍ରସ୍ତାବ ଉପରେ ଲାଗିଲା ରାଜ୍ୟ କ୍ୟାବିନେଟ୍ ମୋହର । ନଜର ପକାନ୍ତୁ କେଉଁ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ ?

କନକ ବ୍ୟୁରୋ: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ୧୨ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ଦେଶରେ କୃଷକ ଆନ୍ଦୋଳନ ଜୋର ଧରିଥିବା ବେଳେ ରାଜ୍ୟ ସରକାର ଆଜି କ୍ୟାବିନେଟରେ ଏ ସଂପର୍କିତ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ପାରିତ କରିଛନ୍ତି। ରାଜ୍ୟରେ ଏମଏସ୍ ସ୍ବାମୀନାଥନ୍ କମିଟିର ସୁପାରିସ ଲାଗୁ କରିବା ନିଷ୍ପତ୍ତିକୁ କ୍ୟାବିନେଟ ଅନୁମୋଦନ ମିଳିଛି। ଏ ନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଯିବ। ସେହିପରି ଚାଷୀଙ୍କ ଆୟ ଦ୍ବିଗୁଣ କରିବା ଲାଗି ଏମଏସପି ଗୁରୁତ୍ବପୂର୍ଣ୍ଣ ଏବଂ ଏହାContinue reading “୧୨ ପ୍ରସ୍ତାବ ଉପରେ ଲାଗିଲା ରାଜ୍ୟ କ୍ୟାବିନେଟ୍ ମୋହର । ନଜର ପକାନ୍ତୁ କେଉଁ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ ?”

Design a site like this with WordPress.com
Get started