ସାତକୋଶିଆ ଗଣ୍ଡରେ ହେବ ଇକୋ-ରିଟ୍ରିଟ୍ : ଆଜି ଉଦଘାଟନ କରିବେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ, ପେଟ୍ରୋଲିୟମ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ମହାନଦୀ କୂଳରେ ଥିବା ସାତକୋଶିଆ ଗଣ୍ଡରେ ହେବ ଇକୋ-ରିଟ୍ରିଟ୍ । କଟକ ଜିଲ୍ଲା ନରସିଂହପୁର କମଳାଡିହ ଗ୍ରାମ ପଂଚାୟତ ବାଲିପୁଟର ମହାନଦୀ କୂଳରେ ରହିଛି ଏହି ସାତକୋଶିଆ ଗଣ୍ଡ । ଏଠାରେ ଚଳିତବର୍ଷ ନୂତନ ଭାବେ ଇକୋ-ରିଟ୍ରିଟର ଶୁଭାରମ୍ଭ ହେବ । ଆଜି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଚନ କରିବେ । ଗତବର୍ଷ କୋଣାର୍କ ଚନ୍ଦ୍ରଭାଗାରେContinue reading “ସାତକୋଶିଆ ଗଣ୍ଡରେ ହେବ ଇକୋ-ରିଟ୍ରିଟ୍ : ଆଜି ଉଦଘାଟନ କରିବେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ, ପେଟ୍ରୋଲିୟମ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ”

ଭାରତ ବନ୍ଦରେ ସାଇକେଲ ଚଳାଇଲେ ବିଡିଓ :  ହିତାଧିକାରୀଙ୍କ ଘରେ ପହଂଚି ପିଲାଙ୍କୁ ଦେଲେ ପୋଷାକ ଓ ମିଠା

କନକ ବ୍ୟୁରୋ : ଜଣେ ହିତାଧିକାରୀଙ୍କ ପାଖରେ ସରକାରୀ ସହାୟତା ପହଂଚାଇବାକୁ ସାଇକେଲରେ ପହଂଚିଗଲେ ବିଡିଓ । କଥାଟି ଶୁଣିଲେ ଟିକେ ଅଡୁଆ ଲାଗୁଥାଇ ପାରେ । ହେଲେ ଗତକାଲି ଭରତ ବନ୍ଦ ଯୋଗୁଁ ଗାଡି ମୋଟର ଚଳାଚଳ କରୁନଥିଲା । ସେଥିପାଇଁ ନିଜେ ସାଇକେଲ ଚଳାଇ ଜଣେ ହିତାଧିକାରୀଙ୍କ ଘରେ ପହଂଚି ଯାଇଥିଲେ ବ୍ଲକ ଉନ୍ନୟନ ଅଧିକାରୀ । ସାଙ୍ଗରେ ନେଇ ଆସିଥିଲେ ପିଲାଙ୍କ ପାଇଁ ପୋଷାକ ଓ ମିଠା । କଟକ ଜିଲ୍ଲା ନରସିଂହପୁରContinue reading “ଭାରତ ବନ୍ଦରେ ସାଇକେଲ ଚଳାଇଲେ ବିଡିଓ :  ହିତାଧିକାରୀଙ୍କ ଘରେ ପହଂଚି ପିଲାଙ୍କୁ ଦେଲେ ପୋଷାକ ଓ ମିଠା”

ନିଶା ଖାଇ ଖଣ୍ଡା ବୁଲାଇଲେ ଫାର୍ମାସିଷ୍ଟ : ଆକ୍ରମଣରେ ବାଲେଶ୍ୱର ଇଡିଦା ଗାଁର ୪ ଜଣ ଆହତ

କନକ ବ୍ୟୁରୋ : ନିଶା ଖାଇ ହାତରେ ଖଣ୍ଡା ଓ କଟୁରୀ ଧରି ଲୋକଙ୍କୁ ଗୋଡାଇଲେ ଫାର୍ମାସିଷ୍ଟ । ଜାଣିଲେ ଆଶ୍ଚର୍ଯ୍ୟ ହେବେ, ହାତରେ ହତିଆର ଧରି ଲୋକଙ୍କ ଉପରକୁ ଆକ୍ରମଣ କରୁଥିବା ଏହି ବ୍ୟକ୍ତି କୌଣସି ପେଶାଦାର ଅପରାଧୀ ନୁହନ୍ତି । ବରଂ ବାଲେଶ୍ୱର ଜିଲ୍ଲା ଇଡିଦା ଗାଁରେ ଥିବା ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ସୁବାଶିଷ ଟୁଡୁ । ନିଶାଶକ୍ତ ଅବସ୍ଥାରେ ଏହିଭଳି ନିଜ ଉପରୁ ନିୟନ୍ତ୍ରଣ ହରାଇ ହିଂସ୍ର ହୋଇପଡିଥିଲେ ସ୍ୱାସ୍ଥ୍ୟContinue reading “ନିଶା ଖାଇ ଖଣ୍ଡା ବୁଲାଇଲେ ଫାର୍ମାସିଷ୍ଟ : ଆକ୍ରମଣରେ ବାଲେଶ୍ୱର ଇଡିଦା ଗାଁର ୪ ଜଣ ଆହତ”

ଆଉ ନାହିଁ ଘନ କୁହୁଡ଼ି ! ଆସନ୍ତା ୫ ଦିନ ଯାଏ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତନ ନାହିଁ: ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ପାରଦ ସାମାନ୍ୟ ଖସିବ

କନକ ବ୍ୟୁରୋ: ଦୁଇ ଦିନର ଘନ କୁହୁଡ଼ି ଆସ୍ତରଣ ପରେ ଏବେ ଆଉ ରାଜ୍ୟରେ ବିଶେଷ କୁହୁଡ଼ିର ସମ୍ଭାବନା ନାହିଁ। ରାଜ୍ୟର କିଛି ସ୍ଥାନରେ ହାଲ୍କା କୁହୁଡ଼ି ପଡ଼ିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆଶ୍ବସ୍ତ କରିଛି। ଅନ୍ୟପଟେ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବିଶେଷ ପରିବର୍ତନର ସମ୍ଭାବନା ନାହିଁ। କିନ୍ତୁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ପାରଦ ସାମାନ୍ୟ ଖସିବ ବୋଲି କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଆସନ୍ତାକାଲି ଭୋରୁ କଳାହାଣ୍ଡି,Continue reading “ଆଉ ନାହିଁ ଘନ କୁହୁଡ଼ି ! ଆସନ୍ତା ୫ ଦିନ ଯାଏ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତନ ନାହିଁ: ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ପାରଦ ସାମାନ୍ୟ ଖସିବ”

କୃଷି ଆଇନକୁ ବିରୋଧ କରି ଚାଷୀ ଆନ୍ଦୋଳନ ଜାରି: ୩ଟି କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଡି ବସିଛନ୍ତି ଅନ୍ନଦାତା; ସିଂଘୁ ସୀମାରେ ଆଜି ଚାଷୀ ନେତାଙ୍କ ହେବ ବୈଠକ

କନକ ବ୍ୟୁରୋ: ନୂଆ କୃଷି ଆଇନରେ କେତେକ ପରିବର୍ତନ ନେଇ କୃଷକ ସଂଗଠନ ଗୁଡିକୁ ଲିଖିତ ପ୍ରସ୍ତାବ ଦେବେ ସରକାର । ଏହା ଉପରେ ବିଚାର କରିବେ ଚାଷୀ ସଂଗଠନ ଗୁଡିକ । ବିଚାର କରିବା ପରେ ସେମାନଙ୍କ ମତାମତ ଜଣାଇବେ । ଚାଷୀ ସଂଗଠନ ଗୁଡିକର ଭାରତ ବନ୍ଦ ପରେ ଚିନ୍ତାରେ ପଡି ଯାଇଥିବା କେନ୍ଦ୍ର ସରକାର, ସମାଧାନର ରାସ୍ତା ଖୋଜୁଛନ୍ତି । ଏଥିପାଇଁ ଗତକାଲି ବିଳମ୍ବିତ ରାତି ଯାଏଁ ଚାଷୀ ସଂଗଠନର ପ୍ରତିନିଧିଙ୍କ ସହContinue reading “କୃଷି ଆଇନକୁ ବିରୋଧ କରି ଚାଷୀ ଆନ୍ଦୋଳନ ଜାରି: ୩ଟି କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଡି ବସିଛନ୍ତି ଅନ୍ନଦାତା; ସିଂଘୁ ସୀମାରେ ଆଜି ଚାଷୀ ନେତାଙ୍କ ହେବ ବୈଠକ”

ଆମେରିକାରେ ଚୀନ ମହିଳାଙ୍କ ଗୁଇନ୍ଦାଗିରିର ବଡ ଖୁଲାସା : ୫ବର୍ଷ ଧରି ଅନେକ ରାଜନେତାଙ୍କ ଅତି ନିକଟତର ଥିଲେ କ୍ରିଷ୍ଟିନ ଫାଙ୍ଗ

କନକ ବ୍ୟୁରୋ : ଆମେରିକାରେ ରହି ଚୀନ ପାଇଁ ଗୁଇନ୍ଦାଗିରି କରୁଥିଲେ ଜଣେ ଚୀନ ମହିଳା । ଆମେରିକାର କିଛି ରାଜନେତାଙ୍କର ସେ ଖୁବ ଘନିଷ୍ଠ ଥିଲେ । ଚୀନର ଏହି ରହସ୍ୟମୟୀ ମହିଳାଙ୍କ ବାବଦରେ ରିପୋର୍ଟ ପ୍ରକାଶ କରିଛି ଏକ ୱେବସାଇଟ୍ । ଆକ୍ସିଓସ ଡଟ୍ ମକର ରିପୋର୍ଟ ଅନୁସାରେ ସେହି ମହିଳା ପ୍ରାୟ ୫ ବର୍ଷ ଧରି ଆମେରିକାରେ ରହିଥିଲେ । ଏପରିକି ସଂପୃକ୍ତ ମହିଳାଙ୍କ ହନିଟ୍ରାପରେ ଫସି ଯାଇଥିଲେ ଆମେରିକାର ଦୁଇ ରାଜନେତାContinue reading “ଆମେରିକାରେ ଚୀନ ମହିଳାଙ୍କ ଗୁଇନ୍ଦାଗିରିର ବଡ ଖୁଲାସା : ୫ବର୍ଷ ଧରି ଅନେକ ରାଜନେତାଙ୍କ ଅତି ନିକଟତର ଥିଲେ କ୍ରିଷ୍ଟିନ ଫାଙ୍ଗ”

କେବେ ଖୋଲିବ ଶିକ୍ଷାନୁଷ୍ଠାନ ? ଶିକ୍ଷାବର୍ଷ ସ୍ପଷ୍ଟ କରୁନାହାନ୍ତି କେନ୍ଦ୍ର ସରକାର

କନକ ବ୍ୟୁରୋ : ରାଜ୍ୟରେ ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟ କେବେ ଖୋଲିବ? କ୍ଲାସରୁମ୍‌ ପାଠପଢ଼ା ପରେ ପରୀକ୍ଷା ହେବ ନା ଅନ୍‌ଲାଇନ୍‌ ପାଠପଢ଼ାକୁ ଆଧାର କରି ପିଲାଙ୍କ ‌ପରୀକ୍ଷା କରାଯିବ। ଯଦି କ୍ଲାସରୁମ୍‌ ପାଠପଢ଼ା ପରେ ପରୀକ୍ଷା ହୁଏ, ତେବେ କେତେ ମାସ କ୍ଲାସ କରାଯିବ। କେଉଁ ମାଧ୍ୟମରେ ହେବ? ସମସ୍ତ ଛାତ୍ରଛାତ୍ରୀଙ୍କୁ ଏକାଠି ବସାଇ ପାଠପଢ଼ା ହେବ ନା ପର୍ଯ୍ୟାୟକ୍ରମେ କ୍ଲାସ କରିବାକୁ ଡକାଯିବ। ରାଜ୍ୟ କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ଶିକ୍ଷାନୁଷ୍ଠାନ ଖୋଲିବାContinue reading “କେବେ ଖୋଲିବ ଶିକ୍ଷାନୁଷ୍ଠାନ ? ଶିକ୍ଷାବର୍ଷ ସ୍ପଷ୍ଟ କରୁନାହାନ୍ତି କେନ୍ଦ୍ର ସରକାର”

କୃଷକଙ୍କ ସହ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଆଲୋଚନା ଶେଷ । ଆସନ୍ତାକାଲି ପ୍ରସ୍ତାବ ଦେବେ କେନ୍ଦ୍ର ସରକାର ।

କନକ ବ୍ୟୁରୋ : କୃଷକଙ୍କ ସହ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଆଲୋଚନା ଶେଷ । ବୈଠକ ପରେ କୃଷକ ନେତାଙ୍କ ପ୍ରତିକ୍ରିୟା । କହିଲେ ଆସନ୍ତାକାଲି ପ୍ରସ୍ତାବ ଦେବେ ସରକାର । ସଂଶୋଧନ ପାଇଁ ଲିଖିତ ପ୍ରସ୍ତାବ ଦେବେ ସରକାର । ହେଲେ କାଲି ଆଉ ଚାଷୀ ଓ ସରକାରଙ୍କ ମଧ୍ୟରେ ବୈଠକ ହେବନି ବୋଲି କହିଛନ୍ତି ଚାଷୀ ନେତା । ଆଜି ସାରା ଦେଶରେ ଚାଷୀଙ୍କ ଭାରତ ବନ୍ଦ ଭିତରେ ଚାଷୀ ସଂଗଠନ ସହିତ ଆଲୋଚନାContinue reading “କୃଷକଙ୍କ ସହ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଆଲୋଚନା ଶେଷ । ଆସନ୍ତାକାଲି ପ୍ରସ୍ତାବ ଦେବେ କେନ୍ଦ୍ର ସରକାର ।”

ଟିକା ଆସିଯାଉଛି, ଜରୁରୀକାଳୀନ ଅନୁମତି ବି ମିଳିଯାଉଛି । ହେଲେ ପରିବହନ ସାଜିଛି ବଡ ଚ୍ୟାଲେଞ୍ଜ ।

କନକ ବ୍ୟୁରୋ : ଫାଇଜର ଟିକାକୁ ଜରୁରୀକାଳୀନ ଅନୁମତି ମିଳିବା ପରେ ଏବେ ୟୁନାଇଟେଡ କିଙ୍ଗଡମରେ ଟିକାକରଣ ପ୍ରକ୍ରିୟା ଜୋରସୋରରେ ଆରମ୍ଭ ହୋଇଯାଇଛି । ଏହାରି ଭିତରେ ଏହି ଟିକା ପାଇବାକୁ ଅପେକ୍ଷା କରିଛନ୍ତି ବିଶ୍ୱର ବଡ ବଡ ଦେଶ । କିନ୍ତୁ ବଡ ପ୍ରଶ୍ନଟି ହେଲା ଏହି ଟିକାର ପରିବହନ । ଅନୁମାନ କରାଯାଉଛି, ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ ଫାଇଜର ଟିକାର ପରିବହନ ସବୁଠାରୁ ବଡ ପରିବହନ ପ୍ରକ୍ରିୟା ହେବାକୁ ଯାଉଥିବା ନେଇ ଅନୁମାନContinue reading “ଟିକା ଆସିଯାଉଛି, ଜରୁରୀକାଳୀନ ଅନୁମତି ବି ମିଳିଯାଉଛି । ହେଲେ ପରିବହନ ସାଜିଛି ବଡ ଚ୍ୟାଲେଞ୍ଜ ।”

କେବେ ଆସିବ କରୋନା ଟିକା ? ଟିକାକୁ କେମିତି ମିଳେ ଜରୁରୀକାଳୀନ ଅନୁମତି ?

କନକ ବ୍ୟୁରୋ : କେବେ ଆସିବ କରୋନା ଟିକା ? ଏହି ମୁହୁର୍ତ୍ତକୁ ବେଶ ଉତ୍ସୁକତାର ସହିତ ଅପେକ୍ଷା କରିଛି ସାରା ଦେଶ । ବିଶେଷ କରି ସ୍ୱଦେଶୀ ଟିକାକୁ ଅପେକ୍ଷା ରହିଛି । ଏହାରି ମଧ୍ୟରେ ହାଇଦ୍ରାବାଦର ଫାର୍ମାସ୍ୟୁଟିକାଲ କମ୍ପାନି ଭାରତ ବାୟୋଟେକ୍ ତିଆରି କରୁଥିବା କୋଭିଡ-୧୯ ଟିକା କୋଭାକସିନ, ସେଂଟ୍ରାଲ ଡ୍ରଗସ ରେଗୁଲେଟରଙ୍କ ଠାରୁ ଜରୁରୀକାଳୀନ ଅନୁମତି ମାଗିଛି । ତୃତୀୟ କମ୍ପାନି ଭାବେ କୋଭାକସିନ ଏହି ଅନୁମତି ମାଗିଛି । ଏହା ପୂର୍ବରୁContinue reading “କେବେ ଆସିବ କରୋନା ଟିକା ? ଟିକାକୁ କେମିତି ମିଳେ ଜରୁରୀକାଳୀନ ଅନୁମତି ?”

Design a site like this with WordPress.com
Get started