କନକ ବ୍ୟୁରୋ : ଭିକାରୀ ମୁକ୍ତ ହେବ ଲିଙ୍ଗରାଜ ମନ୍ଦିର । ଏନେଇ ବିଏମସି ଓ ବିଡିଏ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି କାର୍ଯ୍ୟ ରାଜ୍ୟ ସରକାରଙ୍କ ‘ଏକାମ୍ର’ ଯୋଜନା ମାଧ୍ୟମରେ ପ୍ରଭୁ ଲିଙ୍ଗରାଜ ମନ୍ଦିରକୁ ସୌନ୍ଦର୍ଯ୍ୟକରଣ କରିବାର ଏକ ପଦକ୍ଷେପ । ଜୀବିକା ପାଇଁ ଲିଙ୍ଗରାଜ ମନ୍ଦିର ପରିସରରେ ଭିକ୍ଷାବୃତ୍ତି କରୁଥିବା ଭିକାରୀଙ୍କ ଥାଇଥାନ କରିବାକୁ ଏହି ଯୋଜନା କରାଯାଉଛି । ‘ସହାୟ’ ଯୋଜନା ଅଧୀନରେ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଫେରାଇବାକୁ ପ୍ରୟାସContinue reading “ଭିକାରୀ ମୁକ୍ତ ହେବ ଏକ୍ରାମ କ୍ଷେତ୍ର । ବିଏମସି ଓ ବିଡିଏ ପକ୍ଷରୁ ଆରମ୍ଭ ହେଲା ପ୍ରକ୍ରିୟା”
Category Archives: News
ଆଇପିଏସ୍ ସତିଶ ଗଜଭିୟେଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି । ମାସକ ଭିତରେ ପଦୋନ୍ନତି ଓ ଆନୁସଙ୍ଗିକ ସୁବିଧା ପ୍ରଦାନ ପାଇଁ ନିର୍ଦ୍ଦେଶ ।
କନକ ବ୍ୟୁରୋ : ଆଇପିଏସ୍ ସତୀଶ କୁମାର ଈଶ୍ବରଦାସ ଗଜଭିୟେଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି ମିଳିଛି । ମାଲକାନଗିରି ଏସପି ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ବିରୋଧରେ ଥିବା ଅଭିଯୋଗ ଆଧାରରେ ଆରମ୍ଭ କରାଯାଇଥିବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ ଚାଲେଞ୍ଜ କରି ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ହାଇକୋର୍ଟ ଶ୍ରୀ ଗଜଭିୟେଙ୍କ ଆବେଦନକୁ ଗ୍ରହଣ କରିବା ସହିତ ନ୍ୟାୟ ସଂଗତ କାର୍ଯ୍ୟାନୁଷ୍ଠାନର ମାନଦଣ୍ଡକୁ ଉପେକ୍ଷା କରି ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା ବୋଲିContinue reading “ଆଇପିଏସ୍ ସତିଶ ଗଜଭିୟେଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି । ମାସକ ଭିତରେ ପଦୋନ୍ନତି ଓ ଆନୁସଙ୍ଗିକ ସୁବିଧା ପ୍ରଦାନ ପାଇଁ ନିର୍ଦ୍ଦେଶ ।”
ଚୀନର ‘ଡିଜିଟାଲ’ ପ୍ରତିଶୋଧ । ଆମେରିକା ସମେତ ବିଭିନ୍ନ ଦେଶର ୧୦୫ଟି ଆପ୍ ଉପରେ ଲଗାଇଲା କଟକଣା ।
କନକ ବ୍ୟୁରୋ : ଚୀନର ଡିଜିଟାଲ ଷ୍ଟ୍ରାଇକ୍ । ଭାରତ ପରେ ଏବେ ପଡୋଶୀ ଚୀନ୍ ମଧ୍ୟ ଡ଼ିଜିଟାଲ ଷ୍ଟ୍ରାଇକ୍ କରି ନେଇଛି ପ୍ରତିଶୋଧ । ଆମେରିକା ସମେତ ଦୁନିଆର ବଡ଼ ବଡ଼ ଦେଶର ପ୍ରସିଦ୍ଧ ଆପ୍ ଉପରେ କଟକଣା ଲଗାଇଛି ଚୀନ୍ । ପ୍ରାୟ ୧୦୫ଟି ଆପ୍ ଉପରେ ନିଷେଧାଦେଶ ଜାରି କରିଛି ଚୀନ୍ । ଏହି ଆପ୍ ଗୁଡ଼ିକୁ ତୁରନ୍ତ ଆପ୍ ଷ୍ଟୋରରୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଚୀନ ନିଜ ଦେଶର ଆପ୍Continue reading “ଚୀନର ‘ଡିଜିଟାଲ’ ପ୍ରତିଶୋଧ । ଆମେରିକା ସମେତ ବିଭିନ୍ନ ଦେଶର ୧୦୫ଟି ଆପ୍ ଉପରେ ଲଗାଇଲା କଟକଣା ।”
ତୁଟିଲା ଦ୍ୱନ୍ଦ୍ୱ, ଆସିଲା ଏଭରେଷ୍ଟର ନୂଆ ଉଚ୍ଚତା । ସର୍ଭେରୁ ଜଣପଡିଲା ୮୬ ସେଣ୍ଟିମିଟର ଅଧିକ ଉଚ୍ଚ ଏଭରେଷ୍ଟ ।
କନକ ବ୍ୟୁରୋ : ବଦଳିଲା ବିଶ୍ୱର ଉଚ୍ଚତମ ଶୃଙ୍ଗର ଉଚ୍ଚତା । ଦୀର୍ଘ ବର୍ଷ ଧରି ଏଭରେଷ୍ଟ ଶୃଙ୍ଗର ଉଚ୍ଚତାକୁ ନେଇ ଲାଗି ରହିଥିବା ବିବାଦର ଆଜି ଅନ୍ତ ହୋଇଛି ବୋଲି ଘୋଷଣା କରିଛନ୍ତି ଉଭୟ ନେପାଳ ଓ ଚୀନ୍ । ନୂଆ ହିସାବ ଅନୁସାରେ ଏଭରେଷ୍ଟ ଶୃଙ୍ଗର ଉଚ୍ଚତା ହେଉଛି ୮ ହଜାର ୮୪୮ ଦଶମିକ ୮୬ ମିଟର । ୧୯୫୪ ମସିହାରେ ସର୍ଭେ ଅଫ୍ ଇଣ୍ଡିଆ କରିଥିବା ହିସାବ ଅନୁସାରେ ଏହାର ଉଚ୍ଚତା ୮Continue reading “ତୁଟିଲା ଦ୍ୱନ୍ଦ୍ୱ, ଆସିଲା ଏଭରେଷ୍ଟର ନୂଆ ଉଚ୍ଚତା । ସର୍ଭେରୁ ଜଣପଡିଲା ୮୬ ସେଣ୍ଟିମିଟର ଅଧିକ ଉଚ୍ଚ ଏଭରେଷ୍ଟ ।”
କରୋନା ଟିକାର ଦାମ ହେବ ୨୫୦ ଟଙ୍କା ! ଖୁବ୍ ଶୀଘ୍ର ସରକାରଙ୍କ ସହ ହୋଇପାରେ ସେରମ ଇନଷ୍ଟିଚ୍ୟୁଟର ଚୁକ୍ତି ।
କନକ ବ୍ୟୁରୋ : ୨୫୦ ଟଙ୍କାରେ ମିଳିବ କୋଭିଡ୍ ଟିକା । ଖୁବଶୀଘ୍ର କେନ୍ଦ୍ର ସରକାରଙ୍କ ସହ ଚୁକ୍ତି । ଚୁକ୍ତି କରିବ ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ । ଭାରତବାସୀଙ୍କ ପାଇଁ ଏହି ଖବର ଏଥିପାଇଁ ଆଶ୍ୱସ୍ତି ଆଣିଦେଇଛି, କାରଣ ମାତ୍ର ୨୫୦ଟଙ୍କାରେ ମିଳିଯିବ କୋଭିଡ ଟିକାର ଗୋଟିଏ ଡୋଜ । ଯେଉଁ ଟିକା ପାଇବା ପାଇଁ କୋଟି କୋଟି ଭାରତୀୟ ଅପେକ୍ଷା କରି ବସିଛନ୍ତି, ସେହି ମାନଙ୍କ ପାଇଁ ଏହି ଟିକା ଆଣିଦେବ ସେରମ୍Continue reading “କରୋନା ଟିକାର ଦାମ ହେବ ୨୫୦ ଟଙ୍କା ! ଖୁବ୍ ଶୀଘ୍ର ସରକାରଙ୍କ ସହ ହୋଇପାରେ ସେରମ ଇନଷ୍ଟିଚ୍ୟୁଟର ଚୁକ୍ତି ।”
ଚାଷୀ ଆନ୍ଦୋଳନରେ ଭାରତ ବନ୍ଦ, ଗଡିଲାନି ଅଖଚକ । ସମର୍ଥନ ଜଣାଇଲେ ୨୪ଟି ବିରୋଧୀ ଦଳ, ସାରା ଦେଶରେ ପଡିଲା ପ୍ରଭାବ ।
କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଜୋରଦାର ହୋଇଛି ଚାଷୀ ଆନ୍ଦୋଳନ । ୧୩ ଦିନରେ ପହଁଚିଛି ଆନ୍ଦୋଳନ । ସେପଟେ ଚାଷୀ ସଂଗଠନର ଆହ୍ୱାନରେ ଆଜି ସାରା ଦେଶରେ ବନ୍ଦ ହୋଇଛି ଚକଅଖ । ଏହି ଆନ୍ଦୋଳନକୁ ସମର୍ଥନ ଦେଇଛନ୍ତି ୨୪ଟି ବିରୋଧୀ ଦଳ । ଚାଷୀ ଆନ୍ଦୋଳନରେ ଭାରତ ବନ୍ଦ, ଗଡିଲାନି ଅଖଚକ । ଦିଲ୍ଲୀରୁ କୋଲକାତା, ଉତ୍ତରପ୍ରଦେଶରୁ ବେଙ୍ଗାଲୁରୁ, ହାଇଦ୍ରାବାଦରୁ ବିହାର ସବୁଠି ପଡିଛି ଭାରତContinue reading “ଚାଷୀ ଆନ୍ଦୋଳନରେ ଭାରତ ବନ୍ଦ, ଗଡିଲାନି ଅଖଚକ । ସମର୍ଥନ ଜଣାଇଲେ ୨୪ଟି ବିରୋଧୀ ଦଳ, ସାରା ଦେଶରେ ପଡିଲା ପ୍ରଭାବ ।”
ଅଖାରୁ ମିଳିଲା ରତ୍ନପଥର । ୧୫୩ କେଜିର ମୂଲ୍ୟବାନ ରତ୍ନ ପଥରର ଆନୁମାନିକ ମୂଲ୍ୟ ଦେଢକୋଟି ଟଙ୍କା, ରାୟଗଡ଼ାରେ ଚଢାଉ କରି ଜବତ କଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ ।
କନକ ବ୍ୟୁରୋ : ରାୟଗଡାରୁ କୁଆଡେ ଲମ୍ବିଛି ରତ୍ନପଥର ଚୋରାଚାଲାଣର ଚେର । ଦୁଇଟି ବସ୍ତାରୁ ପ୍ରାୟ ୧୫୩ କେଜିର ମୂଲ୍ୟବାନ ରତ୍ନପଥର କ୍ରାଇମବ୍ରାଂଚ ଏସଟିଏଫ୍ ଟିମ୍ ଜବତ କରିବା ପରେ ଚାଲିଛି ଖୋଳତାଡ । ଜବତ ରତ୍ନପଥର ମଧ୍ୟରେ ରହିଛି ରୁବି, ପାନା, କଳାହୀରା, ମୁନ ଷ୍ଟୋନ ଭଳି ମୂଲ୍ୟବାନ ପଥର । ଯାହାର ବଜାର ମୂଲ୍ୟ ପ୍ରାୟ ଦେଢ କୋଟି ଟଙ୍କା । ଘଟଣାରେ ଗିରଫ ବ୍ୟକ୍ତିଙ୍କର ଏକାଧିକ ଶାସକ ଦଳର ନେତା-ମନ୍ତ୍ରୀଙ୍କ ସହContinue reading “ଅଖାରୁ ମିଳିଲା ରତ୍ନପଥର । ୧୫୩ କେଜିର ମୂଲ୍ୟବାନ ରତ୍ନ ପଥରର ଆନୁମାନିକ ମୂଲ୍ୟ ଦେଢକୋଟି ଟଙ୍କା, ରାୟଗଡ଼ାରେ ଚଢାଉ କରି ଜବତ କଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ ।”
ଇଣ୍ଟରନେଟ୍ ବ୍ୟବହାରରେ ଭାରତରେ ଆସିବ ବଡ ବିପ୍ଳବ । ୨୦୨୧ରେ ଜିଓ ଆଣିବ ୫-ଜି ନେଟୱାର୍କ, ସୂଚନା ଦେଲେ ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନି ।
କନକ ବ୍ୟୁରୋ : ଦେଶରେ ଇଣ୍ଟରନେଟ୍ ସେବାରେ ନୂଆ ବିପ୍ଳବ ଆଣିବ ରିଲାଏନ୍ସ ଜିଓ । ଆସନ୍ତାବର୍ଷ ରିଲାଏନ୍ସ ଜିଓ ୫ଜି ନେଟୱାର୍କ ସେବା ଆଣିବ ରିଲାଏନ୍ସ । ଏନେଇ ବଡ଼ ଘୋଷଣା କରିଛନ୍ତି ମୁକେଶ ଅମ୍ବାନୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ ୨୦୨୦ର ଉଦଘାଟନ କରିଛନ୍ତି । ଏହାର ପ୍ରଥମ ଦିନରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଯୋଗଦେଇ ରିଲାଏନ୍ସ ଜିଓ ଭାରତରେ ୨୦୨୧ରେ ୫ଜି ଇଣ୍ଟରନେଟ୍ ସେବାContinue reading “ଇଣ୍ଟରନେଟ୍ ବ୍ୟବହାରରେ ଭାରତରେ ଆସିବ ବଡ ବିପ୍ଳବ । ୨୦୨୧ରେ ଜିଓ ଆଣିବ ୫-ଜି ନେଟୱାର୍କ, ସୂଚନା ଦେଲେ ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନି ।”
ଚାଷୀଙ୍କ ବନ୍ଦ ପାଳନରେ ସାମିଲ ହେଲା ସାରା ଓଡ଼ିଶା । ‘ବନ୍ଦ’ର ପଡିଲା ଆଂଶିକ ପ୍ରଭାବ, ହେଲେ ଆନ୍ଦୋଳନକୁ ମିଳିଲା ପୂର୍ଣ୍ଣ ସମର୍ଥନ । ବନ୍ଦ ହେଲା ଗାଡିମୋଟର, ରାସ୍ତାରେ ଜଳିଲା ଟାୟାର ।
କନକ ବ୍ୟୁରୋ : ଆଜିର ଭାରତ ବନ୍ଦ, ଗୋଟିଏ କଥା ପ୍ରମାଣ କରୁଛି ଯେ, ଯେତେବେଳେ ପ୍ରାୟ ୭୦% ନିର୍ଭର କରୁଥିବା ଲୋକଙ୍କ ଜୀବନ-ଜୀବିକାର ପ୍ରସଙ୍ଗ ଆସେ, ସ୍ୱତଃପ୍ରବୃତ ଭାବେ ଆସିଯାଏ ଜନସମର୍ଥନ । ଚାଷୀଙ୍କ ଭାରତ ବନ୍ଦ ଆନ୍ଦୋଳନରେ ଅବିକଳ ତାହା ହିଁ ଦେଖିବାକୁ ମିଳିଛି । ଚାଷୀ ଓ ଚାଷ ପ୍ରସଙ୍ଗକୁ ନେଇ ରାସ୍ତାରୋକ୍ ହୋଇଛି, ଗାଡିମଟର ବନ୍ଦ ରହିଛି ଏବଂ ଟାୟାର ଜଳିଛି । ବାଲେଶ୍ୱରରରୁ ବଲାଙ୍ଗିର, ସମ୍ବଲପୁରରୁ ଜୟପୁର ସବୁଠି ଚାଷୀContinue reading “ଚାଷୀଙ୍କ ବନ୍ଦ ପାଳନରେ ସାମିଲ ହେଲା ସାରା ଓଡ଼ିଶା । ‘ବନ୍ଦ’ର ପଡିଲା ଆଂଶିକ ପ୍ରଭାବ, ହେଲେ ଆନ୍ଦୋଳନକୁ ମିଳିଲା ପୂର୍ଣ୍ଣ ସମର୍ଥନ । ବନ୍ଦ ହେଲା ଗାଡିମୋଟର, ରାସ୍ତାରେ ଜଳିଲା ଟାୟାର ।”
ପରୀ ମୃତ୍ୟୁର ରହସ୍ୟ ଖୋଜୁଥିବା କ୍ରାଇମବ୍ରାଞ୍ଚ ଏସଆଇଟିକୁ ବିରୋଧ । ରାସ୍ତାରେ ବାଉଁଶ ବାନ୍ଧି ପଶିବାକୁ ଦେଲେନାହିଁ ଯଦୁପୁର ଗାଁର ଲୋକ
କନକ ବ୍ୟୁରୋ : ପରୀ ମୃତ୍ୟୁର ରହସ୍ୟ ଖୋଜୁଥିବା ଏସଆଇଟିକୁ ବିରୋଧ । ପରୀର ନିଜ ଗାଁ ଯଦୁପୁରରୁ ଆସିଛି ଏହି ଦୃଶ୍ୟ । ଯେତେବେଳେ ଗାଁର ପ୍ରବେଶ ପଥରେ ବାଉଁଶ ବାନ୍ଧି ପରୀ ମୃତ୍ୟୁର ତଦନ୍ତ କରୁଥିବା ଏସଆଇଟିର ବାଟ ଓଗାଳିଛନ୍ତି ଗ୍ରାମବାସୀ । ଯାଂଚକାରୀ ଦଳକୁ ଗାଁ ଭିତରକୁ ପୁରାଇ ଦେଇନାହାନ୍ତି । କଥାହେଲା ନୟାଗଡ ଯଦୁପୁର ଗାଁର ପରୀ ମୃତ୍ୟୁ ପ୍ରସଙ୍ଗରେ ଉଠୁଛି ପଡୁଛି ସାରା ଓଡିଶା । ସିବିଆଇ ତଦନ୍ତ ସହContinue reading “ପରୀ ମୃତ୍ୟୁର ରହସ୍ୟ ଖୋଜୁଥିବା କ୍ରାଇମବ୍ରାଞ୍ଚ ଏସଆଇଟିକୁ ବିରୋଧ । ରାସ୍ତାରେ ବାଉଁଶ ବାନ୍ଧି ପଶିବାକୁ ଦେଲେନାହିଁ ଯଦୁପୁର ଗାଁର ଲୋକ”