କନକ ବ୍ୟୁରୋ: ଏଟିଏମ୍ ତାଡି ଟଙ୍କା ଲୁଟ ଘଟଣାରେ ସମସ୍ତ ୫ ଲୁଟେରାଙ୍କୁ ଗିରଫ କଲା ନବରଙ୍ଗପୁର ପୋଲିସ । ସର୍ଚ୍ଚ ଅପରେସନ୍ବେଳେ ଡାବୁଗାଁ ଜଙ୍ଗଲରେ ଲୁଚି ରହିଥିବାବେଳେ ୫ଜଣ ଚୋରଙ୍କୁ ଗିରଫ କରିଛି ପୋଲିସ । ସମସ୍ତ ଲୁଟେରା ବାହାର ରାଜ୍ୟର । ୪ ଜଣ ହରିୟାଣାର ହୋଇଥିବାବେଳେ ଜଣେ ଲୁଟେରା ଛତିଶଗଡର । ସମସ୍ତ ଲୁଟେରାଙ୍କୁ ଜଙ୍ଗଲରୁ ଗିରଫ କରିବା ସହ ସେମାନଙ୍କ କାର ଏବଂ ଲୁଟ ଟଙ୍କା ଜବତ କରିଛି ପୋଲିସ ।Continue reading “ନବରଙ୍ଗପୁର ବ୍ଲକ୍ କାର୍ଯ୍ୟାଳୟ ନିକଟ ଏଟିଏମ ଲୁଟ ଘଟଣା । ଡାବୁଗାଁ ଜଙ୍ଗଲରୁ ଧରାପଡିଲେ ୫ ଅନ୍ତରାଜ୍ୟ ଲୁଟେରା କାର ସହ ଟଙ୍କା ଜବତ ।”
Category Archives: News
ଘଞ୍ଚ ଜଙ୍ଗଲ ଭିତରେ ମାଓବାଦୀଙ୍କ ସୁଡ଼ଙ୍ଗ । ଛତିଶଗଡ଼ ଦାନ୍ତେୱାଡ଼ାରେ କୁମ୍ବିଂ ବେଳେ ଠାବ କଲେ ଯବାନ ।ମାଓବାଦୀଙ୍କ ଯୋଜନା ହେଲା ପଣ୍ଡ ।
କନକ ବ୍ୟୁରୋ: ଘଞ୍ଚ ଜଙ୍ଗଲ ଭିତରେ ମାଓବାଦୀଙ୍କ ସୁଡଙ୍ଗ । ଯବାନଙ୍କୁ ଟାର୍ଗେଟ୍ କରିବା ପାଇଁ ଲାଲବାହିନୀଙ୍କ ନୂଆ ଚାଲ । ଆପଣଙ୍କ ଟିଭି ସ୍କ୍ରିନ୍ରେ ଏ ହେଉଛି ସେହି ଏକ୍ସକ୍ଲୁସିଭ୍ ଭିଜୁଆଲ । ଦେଖନ୍ତୁ କିପରି ସୁଡଙ୍ଗ ଖୋଲିଛନ୍ତି ମାଓବାଦୀ । ଏପରି ଦୃଶ୍ୟ ଆସିଛି ପଡୋଶୀ ଛତିଶଗଡ଼ରୁ । ଦାନ୍ତେୱାଡା ଜିଲ୍ଲା ଇଦ୍ରାବତୀ ନଈ କୂଳର ଘଂଚ ଜଙ୍ଗଲରେ ଏପରି ସୁଡଙ୍ଗ ତିଆରି କରିଛନ୍ତି ମାଓବାଦୀ । ଯବାନଙ୍କୁ ଟାର୍ଗେଟ୍ କରି ଏହି ସୁଡଙ୍ଗContinue reading “ଘଞ୍ଚ ଜଙ୍ଗଲ ଭିତରେ ମାଓବାଦୀଙ୍କ ସୁଡ଼ଙ୍ଗ । ଛତିଶଗଡ଼ ଦାନ୍ତେୱାଡ଼ାରେ କୁମ୍ବିଂ ବେଳେ ଠାବ କଲେ ଯବାନ ।ମାଓବାଦୀଙ୍କ ଯୋଜନା ହେଲା ପଣ୍ଡ ।”
ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଆରମ୍ଭ ବଜେଟ୍ ଅଧିବେଶନ । ସରକାରଙ୍କ ଉପଲବ୍ଧି ଓ ସଫଳତା ନେଇ ବିବୃତ୍ତି ରଖିଲେ ଦୌପଦୀ ମୁର୍ମୁ ।
କନକ ବ୍ୟୁରୋ: ଅନ୍ତରୀଣ ବଜେଟ୍ ଅଧିବେଶନ ପୂର୍ବରୁ ନୂଆ ସଂସଦ ଭବନରେ ଅଭିଭାଷଣ ରଖିଛନ୍ତି ମହମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି କ୍ରମରେ ମୋଦୀ ସରକାରଙ୍କର ୧୦ ବର୍ଷର ଉକ୍ରର୍ଷତାକୁ ବଖାଣିଛନ୍ତି । ବହୁ ପ୍ରତୀକ୍ଷିତ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ଓ ଜମ୍ମୁ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦର ପ୍ରସଙ୍ଗ ରଖିଲେ ରାଷ୍ଟ୍ରପତି । ଚଳିତ ବର୍ଷ ଲୋକସଭା ନିର୍ବାଚନ ପୂର୍ବରୁ ବଜେଟ୍ ଅଧିବେଶନ ଶେଷ ସଂସଦୀୟ ଅଧିବେଶନ ହେବ। ଫେବ୍ରୁଆରୀ୧ରେ ଅର୍ଥମନ୍ତ୍ରୀ ନିର୍ମଳାContinue reading “ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଆରମ୍ଭ ବଜେଟ୍ ଅଧିବେଶନ । ସରକାରଙ୍କ ଉପଲବ୍ଧି ଓ ସଫଳତା ନେଇ ବିବୃତ୍ତି ରଖିଲେ ଦୌପଦୀ ମୁର୍ମୁ ।”
କୁହୁଡି ପାଇଁ ଭୟଙ୍କର ଦୁର୍ଘଟଣା । ଟ୍ରକ୍ – ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ସେପଟେ ନୟାଗଡ ଦଶପଲ୍ଲା ନିକଟରେ ଟ୍ରକ୍ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର ।
କନକ ବ୍ୟୁରୋ: ନୟାଗଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦଶପଲ୍ଲା ଥାନା ଡିହଗାଁ ନିକଟରେ ଟ୍ରକ୍ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର । ଆହତକୁ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ ମୃତାହତମାନେ କବାଡିଆ ବେପାରୀ । ଉଭୟ ପାଲାଗୁଣ୍ଠୁଲି ଗାଁର ବାସିନ୍ଦା । ସକାଳୁ ଉଭୟ ବାଇକ୍ ଯୋଗେ ବେପାରକୁ ଯାଉଥିଲେ । ଡିହଗାଁ ନିକଟରେ ସେମାନଙ୍କ ବାଇକ୍କୁ ଦେଲା ଟ୍ରକ୍ । ଫଳରେ ଘଟଣା ସ୍ଥଳରେ ହିଁContinue reading “କୁହୁଡି ପାଇଁ ଭୟଙ୍କର ଦୁର୍ଘଟଣା । ଟ୍ରକ୍ – ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ସେପଟେ ନୟାଗଡ ଦଶପଲ୍ଲା ନିକଟରେ ଟ୍ରକ୍ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର ।”
ଲୁଟେରାଙ୍କୁ ଧରିବାକୁ ନାକାବନ୍ଦୀ । ନବରଙ୍ଗପୁର ବ୍ଲକ୍ କାର୍ଯ୍ୟାଳୟ ନିକଟ ଏଟିଏମରୁ ହୋଇଛି ଲୁଟ୍ । ପୋଲିସର ସର୍ଚ୍ଚ ଅପରେସନ ।
କନକ ବ୍ୟୁରୋ: ଏଟିଏମ୍ ଲୁଟେରାଙ୍କୁ ଧରିବାକୁ ତନାଘନା ଚଳାଇଛି ପୋଲିସ । ଲୁଟେରାଙ୍କୁ ଧରିବାକୁ ପୁରା ସହରକୁ ନାକାବନ୍ଦୀ କରାଯାଇଥିବା ଜଣାପଡିଛି । ମଙ୍ଗଳବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ନବରଙ୍ଗପୁର ବ୍ଲକ୍ କାର୍ଯ୍ୟାଳୟ ନିକଟ ଏଟିଏମରୁଏଟିଏମ୍ ମେସିନକୁ ତାଡି ଏଭଳି କାଣ୍ଡ ଭିଆଇ ଥିବା ଜଣାପଡିଛି । ଖବର ପାଇ ଆଜ ସକାଳୁ ଘଟଣା ସ୍ଥଳରେ ପୋଲିସ ପହଞ୍ଚିି ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା କେତେ ପରିପାଣର ଟଙ୍କା ଚୋରି ହୋଇଛି ତାହାContinue reading “ଲୁଟେରାଙ୍କୁ ଧରିବାକୁ ନାକାବନ୍ଦୀ । ନବରଙ୍ଗପୁର ବ୍ଲକ୍ କାର୍ଯ୍ୟାଳୟ ନିକଟ ଏଟିଏମରୁ ହୋଇଛି ଲୁଟ୍ । ପୋଲିସର ସର୍ଚ୍ଚ ଅପରେସନ ।”
ନବଜାତ ଶିଶୁକୁ ବାପା-ମା ଛାଡି ଚାଲିଗଲେ । ଅସୁସ୍ଥ ଅବସ୍ଥାରେ ମା’କୁ ଖୋଜୁଛି ଶିଶୁ ।
କନକ ବ୍ୟୁରୋ: ନବଜାତ ଶିଶୁକୁ ବାପା,ମା’ ଛାଡି ଚାଲିଗଲେ । ଏବେ କ୍ୟାପିଟାଲ ହସ୍ପିଟାଲରେ ରହି ଅସୁସ୍ଥ ଅବସ୍ଥାରେ ମାଆକୁ ଖୋଜୁଛି ଶିଶୁ । ନୟାଗଡ ଦଶପଲ୍ଲାର ଖଣ୍ଡପଡା ଅଞ୍ଚଳର ଏହି ଘଟଣା ଯେତିକି ସମ୍ବେଦନଶୀଳ, ସେତିକି ହୃଦୟସ୍ପର୍ଶୀ । ମା’ ଅସୁସ୍ଥ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଆଉ ଡିସଚାର୍ଜ ହେବା ପରେ ଗାଁକୁ ଚାଲିଗଲେ । ଆଉ କୁନି ଶିଶୁକୁ କ୍ୟାପିଟାଲ ହସ୍ପିଟାଲରେ ଦେଖାଶୁଣା କରିବ ବୋଲି କଥା ଦେଇଥିବା ବାପା କେଉଁଆଡେContinue reading “ନବଜାତ ଶିଶୁକୁ ବାପା-ମା ଛାଡି ଚାଲିଗଲେ । ଅସୁସ୍ଥ ଅବସ୍ଥାରେ ମା’କୁ ଖୋଜୁଛି ଶିଶୁ ।”
ମୀନାକ୍ଷୀ ବାହିନୀପତିଙ୍କୁ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ସଭାନେତ୍ରୀ ରୂପେ ନିଯୁକ୍ତ ।
କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶା କଂଗ୍ରେସର ସାଂଗଠନିକ ପରିବର୍ତନ । ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଗସ୍ତର ଗୋଟିଏ ଦିନ ପରେ ବଦଳିଛନ୍ତି ମହିଳା କଂଗ୍ରେସର ସଭାପତି । ଜୟପୁର ବିଧାୟକ ତାରା ବାହିନୀପତିଙ୍କ ପତ୍ନୀ ମିନାକ୍ଷୀ ବାହିନୀପତିଙ୍କୁ ମହିଳା କଂଗ୍ରେସ ସଭାପତି ଭାବେ ନିଯୁକ୍ତ କରାଯାଇଛି । ମିନାକ୍ଷୀଙ୍କ ନିଯୁକ୍ତି ନେଇ ଏଆଇସିସି ପକ୍ଷରୁ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି । ଏହା ପୂର୍ବରୁ କଂଗ୍ରେସ ମିଡ଼ିଆ ସେଲର ମଧ୍ୟ ପରିବର୍ତନContinue reading “ମୀନାକ୍ଷୀ ବାହିନୀପତିଙ୍କୁ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ସଭାନେତ୍ରୀ ରୂପେ ନିଯୁକ୍ତ ।”
ଅନ୍ଧାରୁଆ ବିକାଶ କାର୍ଯ୍ୟ । ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଗାଡି ଆଲୁଅରେ ଚାଲିଛି ରାସ୍ତା ଢଳେଇ କାମ ।
କନକ ବ୍ୟୁରୋ: ଅନ୍ଧାରରେ ଚାଲିଛି ବିକାଶ କାର୍ଯ୍ୟ, ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଗାଡି ଆଲୁଅରେ ଚାଲିଛି ରାସ୍ତା ଢଳେଇ କାମ । ଠିକଦାର ମନଇଚ୍ଛା ରାତି ଅଧିଆ କାମ କରି ରାଜସ୍ୱ ଲୁଟୁଥିବା ବେଳେ ପ୍ରଶାସନର ନୀରବତା ନେଇ ଉଠିଲା ପ୍ରଶ୍ନ । ପୁରୀ ସାକ୍ଷୀଗୋପଳରୁ ଅଳଗୁମ ମୁଖ୍ୟରାସ୍ତା ନରେନ୍ଦ୍ରପୁର ଠାରେ ରାତିଅଧିଆ ଗାର୍ଡୱାଲ ନିର୍ମାଣ ହେଉଥିବା ଦେଖିବାକୁ ମିଳିଛି । ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଠିକାଦାର କାହିଁକି ତରବରିଆ ଭାବେ ନିର୍ମାଣ କାର୍ଯ୍ୟ କରୁଛନ୍ତି ତାକୁContinue reading “ଅନ୍ଧାରୁଆ ବିକାଶ କାର୍ଯ୍ୟ । ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଗାଡି ଆଲୁଅରେ ଚାଲିଛି ରାସ୍ତା ଢଳେଇ କାମ ।”
ଛତିଶଗଡରେ ଆହତ ଯବାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ । ମେଡିକାଲରେ ପହଞ୍ଚିି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ।
କନକ ବ୍ୟୁରୋ: ଛତିଶଗଡରେ ଆହତ ଯବାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ । ମେଡିକାଲରେ ପହଞ୍ଚି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ସେମାନଙ୍କ ଉନ୍ନତମାନର ଚିକିତ୍ସା ନିଶ୍ଚିତ କରାଇଛନ୍ତି । ଛତିଶଗଡ଼ରେ ବଡ଼ ଧରଣର ମାଓ ଆକ୍ରମଣ ହୋଇଛି । ସୁକମା-ବିଜାପୁର ଜିଲ୍ଲା ସୀମାରେ ଥିବା ଟେକଲଗୁଡେମ୍ ଗାଁ ନିକଟରେ ଗୁଳିବିନିମୟ ହୋଇଛି । ଏଥିରେ ୩ ଜଣ ଯବାନ ସହିତ ହୋଇଥିବା ବେଳେ ୧୪ ଜଣ ଯବାନ ଆହତ ହୋଇଛନ୍ତି । ଆହତContinue reading “ଛତିଶଗଡରେ ଆହତ ଯବାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ । ମେଡିକାଲରେ ପହଞ୍ଚିି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ।”
ଦିବ୍ୟାଙ୍ଗ ବ୍ୟବସାୟୀଙ୍କ ଉପରେ ବିଏମସିର ଜୁଲମ୍ । ଦାବି ପୂରଣ ବଦଳରେ ମାଡ ମାରିଲେ ।
କନକ ବ୍ୟୁରୋ: ଅନିର୍ଦ୍ଦିଷ୍ଟକାଳ ପାଇଁ ଧାରଣା ଦେଇଥିବା ଦିବ୍ୟାଙ୍ଗ ବ୍ୟବସାୟୀଙ୍କୁ ଉଠାଇ ନେଲା ବିଏମସି । ମାଡ଼ ମାରି ଜୋରଜବରଦସ୍ତି ଉଠାଇ ନେଇଥିବା ଅଭିଯୋଗ ହୋଇଛି । ଦାବି ପୂରଣ କରିବା ବଦଳରେ ରାତି ଅଧରେ ଧାରଣାରୁ ଉଠାଇ ନିଆଯାଇଛି । ବିଏମସି ଏନଫୋର୍ସମେଣ୍ଟଟିମ୍ ଉପସ୍ଥିତିରେ ଏକ ଘରୋଇ ସଂସ୍ଥା ଉଠାଇ ନେଇଥିବା ଅଭିଯୋଗ ହୋଇଛି ।ବିଏମସି ଅଫିସ୍ ଆଗରେ ୪ ଦିନ ହେବ ଜୀବନ ଜୀବିକା ପାଇଁ ଭେଣ୍ଡିଂ ଜୋନ୍ ଦାବିରେ ଧାରଣାରେ ବସିଥିଲେ ।Continue reading “ଦିବ୍ୟାଙ୍ଗ ବ୍ୟବସାୟୀଙ୍କ ଉପରେ ବିଏମସିର ଜୁଲମ୍ । ଦାବି ପୂରଣ ବଦଳରେ ମାଡ ମାରିଲେ ।”