କଂଗ୍ରେସ ପକ୍ଷରୁ ୧୨ ଘଂଟିଆ ଦେବଗଡ଼ ବନ୍ଦ । ମଣ୍ଡିରେ ଅବ୍ୟବସ୍ଥା, ଧାନର କଟନୀ, ଛଟନୀ ଭଳି ଚାଷୀ ସମସ୍ୟାକୁ ନେଇ ପ୍ରତିବାଦ

କନକ ବ୍ୟୁରୋ : ମଣ୍ଡିରେ ଅବ୍ୟବସ୍ଥା, ଧାନର କଟନୀ ଛଟନୀ ଭଳି ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ୧୨ ଘଂଟିଆ ଦେବଗଡ଼ ବନ୍ଦ । ଜିଲ୍ଲାରେ ମିଲର ମାନେ ଚାଷୀଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ସେହିପରି କ୍ୱିଂଟାଲ ପିଛା ୫ରୁ ୮ କେଜି ଧାନ କଟନି, ଛଟନି ସହ ୨୫ କ୍ୱିଂଟାଲରୁ ଅଧିକ ଧାନ ଦେଉଥିବା ଚାଷୀଙ୍କୁ ମିଲରେ ଧାନ ପହଞ୍ଚାଇବା ଭଳି ନିର୍ଦ୍ଦେଶକୁ ନେଇ ପ୍ରଶାସନ କର୍ଣ୍ଣପାତ କରୁନଥିବାରୁ ୧୨Continue reading “କଂଗ୍ରେସ ପକ୍ଷରୁ ୧୨ ଘଂଟିଆ ଦେବଗଡ଼ ବନ୍ଦ । ମଣ୍ଡିରେ ଅବ୍ୟବସ୍ଥା, ଧାନର କଟନୀ, ଛଟନୀ ଭଳି ଚାଷୀ ସମସ୍ୟାକୁ ନେଇ ପ୍ରତିବାଦ”

ଦେଶରୁ ଦୂର ହେଉଛି ଦାରିଦ୍ର୍ୟ, ଓଡିଶାରୁ ୧ କୋଟି ଦାରିଦ୍ର୍ୟରୁ ହୋଇଛନ୍ତି ମୁକ୍ତ । ନୀତି ଆୟୋଗ ରିପୋର୍ଟରେ ଉଲ୍ଲେଖ

କନକ ବ୍ୟୁରୋ : ଗତ ୯ ବର୍ଷ ମଧ୍ୟରେ କେବଳ ଓଡ଼ିଶାରେ ୧ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟ କବଳରୁ ମୁକ୍ତ ହୋଇଛନ୍ତି । ନୀତି ଆୟୋଗର ରିପୋର୍ଟରୁ ଜଣାପଡ଼ିଛି । ୨୦୧୩-୧୪ରୁ ୨୦୨୨-୨୩ ମଧ୍ୟରେ ଏହି ସଫଳତା ମିଳିଛି । ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ୨୦୦୫-୦୬ରେ ୬୩.୮୪ ପ୍ରତିଶତ ଲୋକ ବହୁମୁଖୀ ଦାରିଦ୍ର୍ୟ କବଳରେ ଥିଲେ । ୨୦୧୫-୧୬ ସୁଦ୍ଧା ସେହି ହାର ୨୯.୩୪ ପ୍ରତିଶତକୁ ହ୍ରାସ ପାଇଥିଲା । ଏହାପରେ ୨୦୧୯-୨୧ ସୁଦ୍ଧା ୧୫.୬୮Continue reading “ଦେଶରୁ ଦୂର ହେଉଛି ଦାରିଦ୍ର୍ୟ, ଓଡିଶାରୁ ୧ କୋଟି ଦାରିଦ୍ର୍ୟରୁ ହୋଇଛନ୍ତି ମୁକ୍ତ । ନୀତି ଆୟୋଗ ରିପୋର୍ଟରେ ଉଲ୍ଲେଖ”

ଖୋର୍ଦ୍ଧାରେ ଖଣି ମାଫିଆଙ୍କ ଆତଙ୍କରାଜ । ବେଆଇନ ଖଣି ଖନନ ଉପରେ ଚଢାଉ ବେଳେ ମାଇନିଂ ଅଫିସରଙ୍କ ଉପରେ ସଂଘବଦ୍ଧ ଆକ୍ରମଣ

କନକ ବ୍ୟୁରୋ : ଖୋର୍ଦ୍ଧାରେ ଖଣି ମାଫିଆଙ୍କ ଆତଙ୍କରାଜ । ମାଇନିଂ ଅଫିସରଙ୍କୁ କଲେ ଆକ୍ରମଣ । ବେଆଇନ ଖଣି ଖନନ ଉପରେ ଚଢାଉ ପାଇଁ ଯାଇଥିବା ବେଳେ ଖୋର୍ଦ୍ଧାର ମାଇନିଂ ଅଫିସର ଜଗନ ବେହେରାଙ୍କ ଉପରେ ସଂଗବଦ୍ଧ ଆକ୍ରମଣ ହୋଇଛି । ଖୋର୍ଦ୍ଧା ଆଦର୍ଶ ଥାନା ଜକରା ଖଣି ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ମାଫିଆଙ୍କ ମାଡ଼ରେ ମାଇନିଂ ଅଫିସର ଗୁରୁତର ଆହତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେContinue reading “ଖୋର୍ଦ୍ଧାରେ ଖଣି ମାଫିଆଙ୍କ ଆତଙ୍କରାଜ । ବେଆଇନ ଖଣି ଖନନ ଉପରେ ଚଢାଉ ବେଳେ ମାଇନିଂ ଅଫିସରଙ୍କ ଉପରେ ସଂଘବଦ୍ଧ ଆକ୍ରମଣ”

ତାରା ପାଲଟିଲେ ଆନ୍ନ । ତେଲୁଗୁ ସୁପରଷ୍ଟାରଙ୍କ ସହ ମିଶି ଧୋତି ପନ୍ଧି ନାଚିଲେ ତାରା ।

କନକ ବ୍ୟୁରୋ : ଆନ୍ନା ପାଲଟିଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ଧୋତି ପିନ୍ଧି ତେଲଗୁ ସୁପରଷ୍ଟାରଙ୍କ ସହ ନାଚିଲେ ତାରା । ପୋଙ୍ଗଲ ଅବସରରେ ଜୟପୁର ନାରାୟଣୀ କଲେଜରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ତେଲୁଗୁ କଳାକାର ଓ ଗାୟକ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମକୁ ଦେଖିବା ପାଇଁ ହଜାର ହଜାର ଲୋକ ଏକାଠି ହୋଥିଲେ । ତେଲୁଗୁ କଳାକାର ଓ ଗାୟକଙ୍କ ଗୀତରେ ଝୁମିଥିଲେ ଦର୍ଶକ ।Continue reading “ତାରା ପାଲଟିଲେ ଆନ୍ନ । ତେଲୁଗୁ ସୁପରଷ୍ଟାରଙ୍କ ସହ ମିଶି ଧୋତି ପନ୍ଧି ନାଚିଲେ ତାରା ।”

ପୁଣି ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ । ବଲାଙ୍ଗିର ଖଇରଗୁରା ଓ କୁମୁରିଆ ଖଳାରେ ପଡିଲା ପଶୁବଳି

କନକ ବ୍ୟୁରୋ : ଆଜି ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା । ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଖଇରଗୁରା ଓ କୁମୁରିଆ ଖଳାରେ ଶୁଲିଆ ଯାତ୍ରା ଅନୁଷ୍ଠିତ ହେଉଛି । ଆଦିବାସୀ ସମ୍ପ୍ରଦାୟ ତଥା ମାନସିକଧାରୀ ଶ୍ରଦ୍ଧାଳୁମାନେ ପଶୁବଳି ଦେଉଛନ୍ତି । ଯାତ୍ରା ପାଇଁ ଆଖପାଖ ଗାଁ ମାନଙ୍କରେ କୁଣିଆ ପହଞ୍ଚି ଗ୍ରାମ୍ୟ ଦେବତାଙ୍କ ଗାଁ ପରିକ୍ରମା ଓ ଆଦ୍ୟପୂଜା କରାଯାଇଛି । ଶାନ୍ତି ଶୃଙ୍ଖଳାର ସହ ଯାତ୍ରା ଆୟୋଜନ ପାଇଁ ଓ ପୋଲିସ ପ୍ରଶାସନ ପକ୍ଷରୁContinue reading “ପୁଣି ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ । ବଲାଙ୍ଗିର ଖଇରଗୁରା ଓ କୁମୁରିଆ ଖଳାରେ ପଡିଲା ପଶୁବଳି”

କଣାସ ବାଦୂରାବର ଗାଁରେ ହାତୀ ଆତଙ୍କ । ଚାଷ ଜମିରେ ପଶି ନଷ୍ଟ କରୁଛନ୍ତି ଫସଲ, ଖାଇଗଲେ ୨ଶହ ବସ୍ତା ଅମଳ ଧାନ

କନକ ବ୍ୟୁରୋ : ପୁରୀ ଜିଲ୍ଲା କଣାସ ବ୍ଲକରେ ହାତୀ ଉପଦ୍ରବ । ରାତିରେ ଆସି ନଷ୍ଟ କରିଦେଲେ ଚାଷୀଙ୍କ ଫସଲ । କଣାସ ଗଡଖାରଦ ପଞ୍ଚାୟତର ବାଦୁରାବର ଗାଁରେ ୮ରୁ ଅଧିକ ହାତୀ ଆତଙ୍କ ଖେଳାଇଛି । ରାତିରେ ହାତୀପଲ ଜଗନ୍ନାଥ ରୋଡ ପାରି ହେଉଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି । ହାତୀ ପଲ ଗୁଡିକ ଚିତ୍ରକୁଟ ଜଙ୍ଗଲରୁ ଆସି ଗାଁ ଭିତରେ ପଶିଥିଲେ । ଏହାପରେ ଫସଲ ନଷ୍ଟ କରିଥିବା ଜଣାପଡିଛି ।Continue reading “କଣାସ ବାଦୂରାବର ଗାଁରେ ହାତୀ ଆତଙ୍କ । ଚାଷ ଜମିରେ ପଶି ନଷ୍ଟ କରୁଛନ୍ତି ଫସଲ, ଖାଇଗଲେ ୨ଶହ ବସ୍ତା ଅମଳ ଧାନ”

ଲଣ୍ଡନରେ ହେବ ଜଗନ୍ନାଥ ମନ୍ଦିର । ଜମି ଅଧିଗ୍ରହଣ ପାଇଁ ଅନୁମତି ଦେଲେ ବ୍ରିଟେନ ସରକାର

କନକ ବ୍ୟୁରୋ : ୟୁକେରେ ଥିବା ଭାରତୀୟ ମାନଙ୍କ ପାଇଁ ଖୁସିର ଖବର । ଲଣ୍ଡନରେ ହେବାକୁ ଥିବା ଜଗନ୍ନାଥ ମନ୍ଦିର ପାଇଁ ବ୍ରିଟେନ ସରକାର ଜମି ଅଧିଗ୍ରହଣ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ମିଳିଥବା ଜମିରେ ଶ୍ରୀଜଗନ୍ନାଥଙ୍କ ଭବ୍ୟ ମନ୍ଦିର ନିର୍ମାଣ କରାଯିବ । ଖୁବଶୀଘ୍ର ଭୂମି ପୂଜନ କରାଯିବା ନେଇ ଫିନନେଷ୍ଟ ଗ୍ରୁପର ଅଧ୍ୟକ୍ଷ ବିଶ୍ୱନାଥ ପଟ୍ଟନାୟକ ସୂଚନା ଦେଇଛନ୍ତି । ଶ୍ରୀପଟ୍ଟନାୟକ ହେଉଛନ୍ତି ୟୁକେର ଜଣାଶୁଣା ବ୍ୟବସାୟୀ । ଏପ୍ରିଲ ୨୩,Continue reading “ଲଣ୍ଡନରେ ହେବ ଜଗନ୍ନାଥ ମନ୍ଦିର । ଜମି ଅଧିଗ୍ରହଣ ପାଇଁ ଅନୁମତି ଦେଲେ ବ୍ରିଟେନ ସରକାର”

ବରଗଡ଼ ଧନୁଯାତ୍ରାର ଆଜି ଦ୍ୱିତୀୟ ଦିନ । ଶ୍ରୀକୃଷ୍ଣ ଜନ୍ମ ଓ ଗୋପପୁର ଯାତ୍ରା ନେଇ ହେବ ଦୃଶ୍ୟ ଅଭିନୟ

କନକ ବ୍ୟୁରୋ : ଆଜି ବରଗଡ଼ ଧନୁଯାତ୍ରାର ଦ୍ୱିତୀୟ ଦିନ । ମଥୁରାବାସୀଙ୍କ ମନୋରଞ୍ଜନ ସକାଶେ ରଙ୍ଗମହଲର ଉଦଘାଟନ କରିବେ ମହାରାଜ କଂସ । ସେପଟେ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଶ୍ରୀକୃଷ୍ଣଙ୍କ ଜନ୍ମ ସହ କଂସ ଭୟରେ କୃଷ୍ଣଙ୍କୁ ନେଇ ବାସୁଦେବଙ୍କ ଗୋପପୁର ଯାତ୍ରା, ଉଗ୍ରସେନଙ୍କ ସହ ଭେଟ ଓ ଯଶୋଦାଙ୍କ କୋଳରେ କୃଷ୍ଣଙ୍କୁ ଥୋଇ ବିଜୁଳି କନ୍ୟାଙ୍କୁ ନେଇ ମଥୁରା ଫେରିବାର ଦୃଶ୍ୟ ଅଭିନୀତ ହେବ । ୭୬ତମ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଉଦଘାଟିତContinue reading “ବରଗଡ଼ ଧନୁଯାତ୍ରାର ଆଜି ଦ୍ୱିତୀୟ ଦିନ । ଶ୍ରୀକୃଷ୍ଣ ଜନ୍ମ ଓ ଗୋପପୁର ଯାତ୍ରା ନେଇ ହେବ ଦୃଶ୍ୟ ଅଭିନୟ”

ଏଣିକି ବିମାନ ଉଡାଣରେ ବିଳମ୍ବ ହେଲେ ଯାତ୍ରୀଙ୍କୁ ହ୍ୱାଟ୍ସଆପ୍ ମାଧ୍ୟମରେ ଜଣାଇବେ ଏୟାରଲାଇନ୍ସ । ଡିଜିସିଏ ପକ୍ଷରୁ ଏସଓପି ଜାରି

କନକ ବ୍ୟୁରୋ : ଏଣିକି ବିମାନ ଉଡାଣରେ ବିଳମ୍ବ ହେଲେ ଯାତ୍ରୀଙ୍କୁ ହ୍ୱାଟ୍ସଆପ୍ ମାଧ୍ୟମରେ ଜଣାଇବେ ଏୟାରଲାଇନ୍ସ । ଇଣ୍ଡିଗୋ ବିମାନ ଘଟଣା ପରେ ଡିଜିସିଏ ପକ୍ଷରୁ ଏନେଇ ଏସଓପି ଜାରି କରାଯାଇଛି । ଉତମ ଯୋଗାଯୋଗ ଏବଂ ଯାତ୍ରୀଙ୍କ ସୁବିଧା ପାଇଁ ଏଭଳି ଏସଓପି ଜାରି କରଯାଇଛି । ବିମାନ ଉଡାଣରେ ବିଳମ୍ବ ହେବାକୁ ଥିଲେ ତୁରନ୍ତ ଲୋକଙ୍କ ଅସୁବିଧା ନେଇ ସୂଚନା ଦେବାକୁ ଜାରି ହୋଇଥିବା ଏସଓପିରେ ନିର୍ଦ୍ଦେଶ ଦିଆଯାଇଛି । ବିମାନ ବିଳମ୍ବContinue reading “ଏଣିକି ବିମାନ ଉଡାଣରେ ବିଳମ୍ବ ହେଲେ ଯାତ୍ରୀଙ୍କୁ ହ୍ୱାଟ୍ସଆପ୍ ମାଧ୍ୟମରେ ଜଣାଇବେ ଏୟାରଲାଇନ୍ସ । ଡିଜିସିଏ ପକ୍ଷରୁ ଏସଓପି ଜାରି”

ଆସ୍କାରେ ପଳାତକ ଅଭିଯୁକ୍ତଙ୍କୁ ଚରମ ଚେତାବନୀ । କୋର୍ଟ ଅବମାନନା ଅଭିଯୋଗରେ ଡେଙ୍ଗୁରା ବଜାଇ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ସମନ କଲା ପୁଲିସ

କନକ ବ୍ୟୁରୋ : ପଳାତକଙ୍କୁ ଚରମ ଚେତାବନୀ । କୋର୍ଟରେ ହାଜର ନହେଲେ ବାଜ୍ୟାପ୍ତ ହେବ ସମ୍ପତି । ଡେଙ୍ଗୁରା ବଜାଇ ଏଭଳି ଏକ ସମନ ଜାରି କରିଛି ଆସ୍କା ପୋଲିସ । ଆସ୍କା ଥାନା ଅଧିନରେ ପଞ୍ଜୀକୃତ ହୋଇଥିବା ଅନେକ ଅଭିଯୁକ୍ତଙ୍କୁ ଏଭଳି ଚେତାବନୀ ଦିଆଯାଇଛି । ଥାନାରେ ମାମଲା ରୁଜୁ ହୋଇଥିବା ବେଳେ କୋର୍ଟରେ ଚାର୍ଜସିଟ ଦାଖଲ ହୋଇଥିଲା । ହେଲେ ଅନେକ ଅଭିଯୁକ୍ତ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି କୋର୍ଟରେ ପକ୍ଷ ରଖିନଥିଲେContinue reading “ଆସ୍କାରେ ପଳାତକ ଅଭିଯୁକ୍ତଙ୍କୁ ଚରମ ଚେତାବନୀ । କୋର୍ଟ ଅବମାନନା ଅଭିଯୋଗରେ ଡେଙ୍ଗୁରା ବଜାଇ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ସମନ କଲା ପୁଲିସ”

Design a site like this with WordPress.com
Get started