କନକ ବ୍ୟୁରୋ : ଆସନ୍ତାକାଲି ମକର ସଂକ୍ରାନ୍ତି । ମକର ସଂକ୍ରାନ୍ତିରେ ଗୁଡ଼ି ଉଡାଇବାର ପରମ୍ପରା ରହିଛି । ଗୁଡ଼ି ଉଡାଇବା ପାଇଁ ମାଞ୍ଜା ସୂତା ବ୍ୟବହାର କରିଥାନ୍ତି ଲୋକେ । ଏହି ସୂତା ଅନେକ ଲୋକଙ୍କ ଜୀବନ ନେଇଥାଏ । ତେଣୁ ଗୁଡ଼ି ଉଡାଇବା ବେଳେ ମାଞ୍ଜା ସୂତା ବ୍ୟବହାର ନକରିବାକୁ ଅପିଲ କରିଛି କମିଶନରେଟ୍ ପୋଲିସ । ଗୁଡ଼ି ଉଡାଇବା ବେଳେ ସତର୍କତା ଅବଲମ୍ବନ କରିବା ସହ ବିପଜ୍ଜନକ ମାଞ୍ଜା ସୂତା ବ୍ୟବହାର ନକରିContinue reading “ଗୁଡ଼ି ଉଡ଼ାଇବା ବେଳେ ମାଂଜା ସୂତା ବ୍ୟବହାର ନକରିବାକୁ ଅପିଲ । ସାଧାରଣ ଲୋକଙ୍କୁ ଟ୍ୱିଟ କରି ସର୍ତକ କରାଇଲା ଓଡ଼ିଶା ପୋଲିସ”
Tag Archives: News
ବାଲିଅନ୍ତାର ବ୍ୟବସାୟୀଙ୍କ ହତ୍ୟା ପଛରେ କିଏ ? ସନ୍ଦେହ ବଢ଼ାଇଲେ ସନ୍ଦିଗ୍ଧ ମହିଳା, ମୃତ୍ୟୁ ସମୟରେ ନିକଟରେ ଥିବା ମହିଳା ଫେରାର
କନକ ବ୍ୟୁରୋ : ସନ୍ଦେହ ଘେରରେ ବାଲିଅନ୍ତାରେ ବ୍ୟବସାୟୀଙ୍କୁ ହତ୍ୟା ଘଟଣା । ବ୍ୟବସାୟୀ ବିଶ୍ୱଜିତ୍ ନାୟକଙ୍କ ପାଖରେ ଜଣେ ମହିଳା ରହୁଥିଲେ । ହେଲେ ବିଶ୍ୱଜିତଙ୍କୁ ହତ୍ୟା ପରଠୁ ଆଉ ତାଙ୍କର ଦେଖାନାହିଁ । ସେ କେଉଁଆଡେ ଫେରାର ହୋଇଯାଇଛନ୍ତି । ମହିଳା ଜଣଙ୍କ ତାଙ୍କ ପତ୍ନୀ କି କେୟାର ଟେକର ତାହା ସ୍ପଷ୍ଟ ହୋଇନାହିଁ । ବିଶ୍ୱଜିତଙ୍କ ମୃତ୍ୟୁ ପରେ ଏବେ ସଂଦୀଗ୍ଧ ମହିଳାଙ୍କୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ବିଶ୍ୱଜିତଙ୍କ ତଂଟିକୁContinue reading “ବାଲିଅନ୍ତାର ବ୍ୟବସାୟୀଙ୍କ ହତ୍ୟା ପଛରେ କିଏ ? ସନ୍ଦେହ ବଢ଼ାଇଲେ ସନ୍ଦିଗ୍ଧ ମହିଳା, ମୃତ୍ୟୁ ସମୟରେ ନିକଟରେ ଥିବା ମହିଳା ଫେରାର”
ପାରାଦୀପ ଜାହାଜରୁ ୨୨୦ କୋଟି କୋକେନ ଜବତ ଘଟଣା । ଅଟକ ଥିବା ଜଣେ କ୍ର୍ୟୁ ମେମ୍ବର ସମୁଦ୍ରକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ
କନକ ବ୍ୟୁରୋ : ପାରାଦୀପରେ କୋକେନ ଜବତ ହୋଇଥିବା ଜାହାଜରୁ ଡେଇଁ ପଡ଼ିଲେ କ୍ରିୟୁ ମେମ୍ବର । ନିଜ ହାତ କାଟି ସମୁଦ୍ରକୁ ଡେଇଁ ପଡ଼ିଲେ ବୁଇ କଂ ହୁ । ସେ ଭିଏତନାମାର ନାଗରିକ । ଗୁରୁତର ଅବସ୍ଥାରେ ତାଙ୍କୁ ପାରାଦୀପ ପୋର୍ଟ ମେଡିକାଲରେ ଭର୍ତି କରାଯାଇଛି । ସେ କାହିଁକି ଆତ୍ମହତ୍ୟା ଉଦ୍ୟମ କରୁଥିଲେ ତାହା ଜଣାପଡ଼ିନାହିଁ । ଗତ ଡିସେମ୍ବର ୧ ତାରିଖରେ ପାରାଦୀପରେ ଏକ ଜାହାଜରୁ କୋକେନ ଜବତ ହୋଇଥିଲା ।Continue reading “ପାରାଦୀପ ଜାହାଜରୁ ୨୨୦ କୋଟି କୋକେନ ଜବତ ଘଟଣା । ଅଟକ ଥିବା ଜଣେ କ୍ର୍ୟୁ ମେମ୍ବର ସମୁଦ୍ରକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ”
ବାଲେଶ୍ୱରରୁ ଲଢ଼ିବେନି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କହିଲେ, ସେ ନୁହେଁ ନନା ଅଛନ୍ତି, ଘନ ଘନ ବାଲେଶ୍ୱର ଗସ୍ତ ପରେ ଲୋକସଭା ଆସନରୁ ଲଢ଼ିବା ନେଇ ବଢ଼ିଥିଲା ଚର୍ଚ୍ଚା
କନକ ବ୍ୟୁରୋ : ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ନବ । ବାଲେଶ୍ୱର ଲୋକସଭା ଆସନରୁ ଲଢିବେନି କେନ୍ଦ୍ରରେଳମନ୍ତ୍ରୀ । ଘନ ଘନ ବାଲେଶ୍ୱର ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଅଶ୍ୱିନୀ । ଏହାକୁ ଦୃଷ୍ଟିରେ ରଖି ଚର୍ଚ୍ଚା ହେଉଥିଲା ବାଲେଶ୍ୱର ଲୋକସଭା ଆସନରୁ ନିର୍ବାଚନ ଲଢିପାରନ୍ତି ଏହି ରାଜ୍ୟସଭା ସାଂସଦ । ହେଲେ ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତର ଦେଇ କହିଛନ୍ତି,Continue reading “ବାଲେଶ୍ୱରରୁ ଲଢ଼ିବେନି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କହିଲେ, ସେ ନୁହେଁ ନନା ଅଛନ୍ତି, ଘନ ଘନ ବାଲେଶ୍ୱର ଗସ୍ତ ପରେ ଲୋକସଭା ଆସନରୁ ଲଢ଼ିବା ନେଇ ବଢ଼ିଥିଲା ଚର୍ଚ୍ଚା”
ବାରିପଦା ମଧୁବନ ଗ୍ୟାରେଜ ଛକରେ ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳିଗଲା ଦୁଇଟି ଟାୟାର ଦୋକାନ
କନକ ବ୍ୟୁରୋ : ଟାୟାର ଦୋକାନରେ ଭୟାବହ ଅଗ୍ନିକାଣ୍ଡ । ହୁତୁହତୁ ହୋଇ ଜଳିଗଲା ଦୋକାନ । ଆଖି ଆଗରେ ଜଳିଗଲା ଦୋକାନରେ ଥିବା ଜିନିଷ । ବାରିପଦା ମଧୁବନ ଗ୍ୟାରେଜ ଛକରେ ଥିବା ଦୁଇଟି ରିସଲ ଟାୟାରେ ଦୋକାନରେ ନିଆଁ ଲାଗିଯାଇଛି । ଲକ୍ଷାଧିକ ଟଙ୍କାର ପୁରୁଣା ଟାୟାର ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ସଠିକ୍ ସମୟରେ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ କରିଥିବାରୁContinue reading “ବାରିପଦା ମଧୁବନ ଗ୍ୟାରେଜ ଛକରେ ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳିଗଲା ଦୁଇଟି ଟାୟାର ଦୋକାନ”
କଟନୀଛଟନୀକୁ ବିରୋଧ । ରାତିସାରା ମଣ୍ଡି ଆଗରେ ଧାରଣା ଦେଲେ ଜଟଣୀ କନ୍ତିଆ ପଞ୍ଚାୟତର ୩୦ରୁ ଅଧିକ ଚାଷୀ
କନକ ବ୍ୟୁରୋ : କଟନୀ ଛଟନୀକୁ ବିରୋଧ । ରାତି ସାରା ମଣ୍ଡି ଆଗରେ ଧାରଣାରେ ବସିଲେ ଖୋର୍ଦ୍ଧା ଜଟଣୀ ବ୍ଲକ କନ୍ତିଆ ପଂଚାୟତର ୩୦ରୁ ଅଧିକ ଚାଷୀ । ୫ ଶହ କୁଇଂଟାଲରୁ ଅଧିକ ଧାନ ଆଣି ମଣ୍ଡିରେ ରଖି ପ୍ରତିବାଦ କରିଥିଲେ । ମିଲର ଧାନ ବସ୍ତା ପ୍ରତି ୬ କେଜି କଟନୀ କରିବାକୁ କହୁଥିବା ବେଳେ ଏଥିରେ ଚାଷୀ ରାଜି ହେଉନାହାନ୍ତି । ଏହାକୁ ନେଇ ମିଲର ଓ ଚାଷୀଙ୍କ ମଧ୍ୟରେ କଥାContinue reading “କଟନୀଛଟନୀକୁ ବିରୋଧ । ରାତିସାରା ମଣ୍ଡି ଆଗରେ ଧାରଣା ଦେଲେ ଜଟଣୀ କନ୍ତିଆ ପଞ୍ଚାୟତର ୩୦ରୁ ଅଧିକ ଚାଷୀ”
ଆମେରିକାରେ ଜୟ ଶ୍ରୀରାମ ନାରା । ବିଭିନ୍ନ ସ୍ଥାନରେ ହିନ୍ଦୁ ସଂପ୍ରଦାୟ ପାଳୁଛନ୍ତି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ
କନକ ବ୍ୟୁରୋ : ଆମେରିକାରେ ଜୟ ଶ୍ରୀରାମ ନାରା । ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠାକୁ ଆଉ ସପ୍ତାହେ । ଏହାପୂର୍ବରୁ ସାରା ବିଶ୍ୱରେ ଭାରତୀୟମାନେ ଏହି ଐତିହାସିକ ଘଟଣାକୁ ବିଭିନ୍ନ ଉପାୟରେ ପାଳନ କରିବା ଆରମ୍ଭ କରିଛନ୍ତି । ଆମେରିକାର ଭାରତୀୟମାନେ ଶନିବାର ନ୍ୟୁଜର୍ସିର ଏଡିସନରେ ଏକ ବିଶାଲ କାର ରାଲିର ଆୟୋଜନ କରିଥିଲେ । ଏହି ରାଲିରେ ପ୍ରାୟ ୩୫୦ଟି କାର ସାମିଲ ହୋଇଥିଲା । ଏବଂ ଏହି କାର୍ଯ୍ୟକ୍ରମର ଭିଡିଓ ଏବେContinue reading “ଆମେରିକାରେ ଜୟ ଶ୍ରୀରାମ ନାରା । ବିଭିନ୍ନ ସ୍ଥାନରେ ହିନ୍ଦୁ ସଂପ୍ରଦାୟ ପାଳୁଛନ୍ତି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ”
ଆଜି ଭୋଗି, କାଲି ପୋଙ୍ଗଲ । ଦକ୍ଷିଣ ଓଡ଼ିଶାରେ ଧୁମଧାମରେ ଚାଲିଛି ଉତ୍ସବ ।
କନକ ବ୍ୟୁରୋ: ଆସନ୍ତାକାଲି ମକର ସଂକ୍ରାନ୍ତି । ଏହାପୂର୍ବରୁ ତେଲୁଗୁ ସଂପ୍ରଦାୟର ଲୋକମାନେ ପାଳୁଛନ୍ତି ପୋଂଗଲ । ପରିବାର ଓ ବନ୍ଧୁଙ୍କ ସହ ଧୁମଧାମରେ ଦକ୍ଷିଣ ଓଡିଶାରେ ଏହି ପର୍ବ ପାଳନ କରୁଛନ୍ତି ତେଲୁଗୁ ସଂପ୍ରଦାୟ ବାସୀ । ତିନି ଦିନ ଧରି ଚାଲିବାକୁ ଥିବା ଏହି ପର୍ବର ଆଜି ପ୍ରଥମ ଦିନ । ଆସନ୍ତାକାଲି ପୋଙ୍ଗଲ ଓ ପରଦିନ କାନୁଗୁ ରୂପେ ପାଳନ କରିବେ । ଗତକାଲି ରାତିରୁ ବିଭିନ୍ନ ସ୍ଥାନରେ ନିଆଁ ଲଗାଇ ଏହିContinue reading “ଆଜି ଭୋଗି, କାଲି ପୋଙ୍ଗଲ । ଦକ୍ଷିଣ ଓଡ଼ିଶାରେ ଧୁମଧାମରେ ଚାଲିଛି ଉତ୍ସବ ।”
ସକାଳୁ ପରିକ୍ରମା ପ୍ରକଳ୍ପ ସମୀକ୍ଷା କଲେ ଫାଇଭ୍ ଟି ଅଧ୍ୟକ୍ଷ । ମହାପ୍ରଭୁଙ୍କୁ ଦର୍ଶନ ପରେ ପ୍ରସ୍ତୁତି ନେଇ ପଚାରି ବୁଝିଲେ ।
କନକ ବ୍ୟୁରୋ:ସକାଳୁ ସକାଳୁ ପୁରୀ ପରିକ୍ରମା ପ୍ରକଳ୍ପ ସ୍ଥଳ ବୁଲି ଦେଖିଛନ୍ତି ଫାଇଭ୍-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ । ପୁରୀରେ ପହଂଚିବା ପରେ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ । ଏହା ପରେ ପରିକ୍ରମା ସ୍ଥଳରେ ପହଂଚିଥିଲେ । ପ୍ରରିକ୍ରମା ପ୍ରକଳ୍ପ ସ୍ଥଳ ବୁଲି ଦେଖିବା ସହ ଉଦ୍ଘାଟନ ନେଇ ଯଜ୍ଞ ଓ ଅନ୍ୟାନ୍ୟ କାର୍ଯ୍ୟର ଅନୁଧ୍ୟାନ କରିଥିଲେ । ଫାଇଭ୍-ଟି ଅଧ୍ୟକ୍ଷଙ୍କ ସହ ପୁରୀ ଜିଲ୍ଲାପାଳ ଓ ଏସ୍ପି ମଧ୍ୟ ଉପସ୍ଥିତ ଥିଲେ । ଏହା ସହContinue reading “ସକାଳୁ ପରିକ୍ରମା ପ୍ରକଳ୍ପ ସମୀକ୍ଷା କଲେ ଫାଇଭ୍ ଟି ଅଧ୍ୟକ୍ଷ । ମହାପ୍ରଭୁଙ୍କୁ ଦର୍ଶନ ପରେ ପ୍ରସ୍ତୁତି ନେଇ ପଚାରି ବୁଝିଲେ ।”
ଉଜୁଡା ବିଲକୁ ଦେଖି ବିଷ ପିଇଦେଲେ ଚାଷୀ । ଗୁରୁତର ଅବସ୍ଥାରେ ଏସସିବି ସ୍ଥାନାନ୍ତର ।
କନକ ବ୍ୟୁରୋ: ଚାଷ ଜମିକୁ ନେଇ ଯାଇଥିବା କିଟନାଶକ ପିଇ ବିଲ ମୁଣ୍ଡରେ ଆତ୍ମହତ୍ୟା ଉଦ୍ୟମ କଲେ ଚାଷୀ । ପୁରୀ ଜିଲ୍ଲା ଅନ୍ତିକେରା ଗାଁର ଚାଷୀ କାଶୀନାଥ ସ୍ୱାଇଁଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଧାର କରଜ କରି ଦୁଇ ଏକର ଜମିରେ ଧାନ ଚାଷ କରିଥିଲେ କାଶୀନାଥ । ହେଲେ ପାଣି ଅଭାବରୁ ବିଲରେ ଧାନ ତଳି ଝାଉଁଳିContinue reading “ଉଜୁଡା ବିଲକୁ ଦେଖି ବିଷ ପିଇଦେଲେ ଚାଷୀ । ଗୁରୁତର ଅବସ୍ଥାରେ ଏସସିବି ସ୍ଥାନାନ୍ତର ।”