କ୍ରିକେଟର ମହମ୍ମଦ ସାମୀଙ୍କୁ ଅର୍ଜୁନ ସମ୍ମାନ । ରାଷ୍ଟ୍ରପତି ଭବନରେ ଜାତୀୟ କ୍ରୀଡା ପୁରସ୍କାର ପ୍ରଦାନ କଲେ ମହାମହିମ ରାଷ୍ଟ୍ରପତି ।

କନକ ବ୍ୟୁରୋ: ଅର୍ଜୁନ ପୁରସ୍କାର ପାଇଲେ କ୍ରିକେଟର ମହମ୍ମଦ ସାମି । ରାଷ୍ଟ୍ରପତି ଭବନରେ ଆୟୋଜିତ ଜାତୀୟ କ୍ରୀଡା ପୁରସ୍କାର ପ୍ରଦାନ ଉତ୍ସବରେ ତାଙ୍କୁ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଅର୍ଜୁନ ପୁରସ୍କାର ଗ୍ରହଣ କରିଛନ୍ତି ମହମ୍ମଦ ସାମି । ୨୦୨୩ ବର୍ଷ ପାଇଁ କ୍ରୀଡ଼ା ପୁରସ୍କାର ଘୋଷଣା କରାଯାଇଥିବା ବେଳେ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ୨୦୨୩ ବିଶ୍ୱକପ୍ରେ ସାମିଙ୍କ ଦମଦାର ପ୍ରଦର୍ଶନ ପାଇଁContinue reading “କ୍ରିକେଟର ମହମ୍ମଦ ସାମୀଙ୍କୁ ଅର୍ଜୁନ ସମ୍ମାନ । ରାଷ୍ଟ୍ରପତି ଭବନରେ ଜାତୀୟ କ୍ରୀଡା ପୁରସ୍କାର ପ୍ରଦାନ କଲେ ମହାମହିମ ରାଷ୍ଟ୍ରପତି ।”

ଲୋକାର୍ପିତ ହେଲା ମାଲକାନଗିରି ବିମାନବନ୍ଦର । ଆକାଶମାର୍ଗ ମାନଚିତ୍ରରେ ଜିଲ୍ଲା ପାଇଲା ପରିଚୟ । ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହେଲା ବହୁ ପ୍ରତୀକ୍ଷିିତ ମାଲକାନଗିରି ବିମାନବନ୍ଦର । ଏହାସହ ଉପାନ୍ତ ଅଞ୍ଚଳ ଭାବେ ଜଣାଯାଉଥିବା ମାମଲକାନଗିରିକୁ ଆକାଶମାର୍ଗରେ ମିଳିଲା ନୂଆ ପରିଚୟ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିମାନବନ୍ଦର ଲୋକାର୍ପିତ ହେବା ପରେ ଏଠାରୁ ପ୍ରଥମେ ନନ୍ ସିଡ୍ୟୁୁଲ୍ ବା କମର୍ସିଆଲ ବିମାନ ଉଡାଣ ଭରିଛି । ଭବିଷ୍ୟତରେ ଏହାକୁ ୩୦୦୦ ମିଟର ଯାଏଁ ସମ୍ପ୍ରସାରଣ କରାଯିବାର ମଧ୍ୟ ଯୋଜନା ରହିଛି । ଏହା ପରେ ଡିଜସିଏଙ୍କContinue reading “ଲୋକାର୍ପିତ ହେଲା ମାଲକାନଗିରି ବିମାନବନ୍ଦର । ଆକାଶମାର୍ଗ ମାନଚିତ୍ରରେ ଜିଲ୍ଲା ପାଇଲା ପରିଚୟ । ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।”

ରାଜଧାନୀରେ ପୁଣି ବଡ଼ ଧରଣର ଲୁଟ୍ । ଘରେ ପଶି କଳାକନା ବୁଲାଇଲେ ଲୁଟେରା । ୧୦ ଲକ୍ଷ ଟଙ୍କାର ସୁନାଗହଣା ଓ ଲକ୍ଷାଧିକ ଟଙ୍କା ଲୁଟ୍ ।

କନକ ବ୍ୟୁରୋ: ରାଜଧାନୀରେ ବଡ଼ ଧରଣର ଲୁଟ୍ । ଖଣ୍ଡଗିରି ତାଳବଣିଆ ଅଂଚଳରୁ ଲୁଟ୍ । ପଂଚାୟତିରାଜ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଛୋଟେଲାଲ ଶର୍ମାଙ୍କ ଘରୁ ଲୁଟ୍ ହୋଇଛି । ୧୦ ଲକ୍ଷ ଟଙ୍କାର ସୁନା ଗହଣା ସହ ଦେଢ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଏହା ସହ କିଛି ବିଦେଶୀ ମୁଦ୍ରା ମଧ୍ୟ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଘରେ ଶୋଇଥିବା ବେଳେ ଭୋର ସମୟରେ ଏହି ଲୁଟ୍ ହୋଇଥିବା ଜଣାପଡ଼ିଛିContinue reading “ରାଜଧାନୀରେ ପୁଣି ବଡ଼ ଧରଣର ଲୁଟ୍ । ଘରେ ପଶି କଳାକନା ବୁଲାଇଲେ ଲୁଟେରା । ୧୦ ଲକ୍ଷ ଟଙ୍କାର ସୁନାଗହଣା ଓ ଲକ୍ଷାଧିକ ଟଙ୍କା ଲୁଟ୍ ।”

ବାଂଲାଦେଶରେ ଶେଖ ହସିନାଙ୍କ ବିଜୟରେ ଭାରତ ଖୁସ୍ କିନ୍ତୁ ଆମେରିକା କାହିଁକି ଟେନସନରେ ?

ବାଂଲାଦେଶର ଗତ ରବିବାର ଦିନ ଅନୁଷ୍ଠିତ ନିର୍ବାଚନରେ ବିଜୟ ଲାଭ କରି ଲଗାତାର ପଞ୍ଚମ ଥର ପାଇଁ ବାଂଲାଦେଶର ପ୍ରଧାନମନ୍ତ୍ରୀ ହେବା ପରେ ଆମେରିକା ଶେଖ ହସିନାଙ୍କ ବିରୋଧରେ ଏକ ବଡ ଅଭିଯୋଗ ଆଣିଛି । ବାଂଲାଦେଶରେ ନିର୍ବାଚନ ନିରପେକ୍ଷ ଭାବେ ହେଇନାହିଁ ବୋଲି ଆମେରିକା ଅଭିଯୋଗ କରିଛି । ଏଥି ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶେଖ ହସିନାଙ୍କୁ ପଞ୍ଚମ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଯେତେବେଳେ କି ହସିନାContinue reading “ବାଂଲାଦେଶରେ ଶେଖ ହସିନାଙ୍କ ବିଜୟରେ ଭାରତ ଖୁସ୍ କିନ୍ତୁ ଆମେରିକା କାହିଁକି ଟେନସନରେ ?”

୨୦୨୪ ପାଇଁ ଆଗୁଆ ଟିକେଟ ଦେବ କଂଗ୍ରେସ, ଏଯାଏଁ ୬୦ରୁ ୭୦ ଟିକେଟ ହୋଇଛି ଫାଇନାଲ । ତାରା କହିଲେ କାହାକୁ ମିଳିବ କଂଗ୍ରେସ ଟିକେଟ?

କନକ ବ୍ୟୁରୋ : ୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସ ବିଧାୟକ ତାରା ବାହିନୀପତି ବଡ ବୟାନ ଦେଇଛନ୍ତି । ତାରା କହିଛନ୍ତି, ୨୦୨୪ ନିର୍ବାଚନ ପାଇଁ କଂଗ୍ରେସର ୬୦ରୁ ୭୦ ଟିକେଟ ଫାଇନାଲ ହୋଇସାରିଛି । ୯ ଜଣ ବିଧାୟକଙ୍କୁ ଟିକେଟ ମିଳିବା ନିଶ୍ଚିତ ହୋଇଛି । ସବୁଠୁ ବଡ କଥା ହେଉଛି, ୨୦୨୪ ନିର୍ବାଚନ ପାଇଁ କଂଗ୍ରେସ ଆଗୁଆ ଟିକେଟ ଦେବ । ଆସନ୍ତା ଫେବ୍ରୁଆରୀରେ କଂଗ୍ରେସ ଆଗୁଆ ଟିକେଟ ଦେବ ବୋଲି କହିଛନ୍ତି ତାରାContinue reading “୨୦୨୪ ପାଇଁ ଆଗୁଆ ଟିକେଟ ଦେବ କଂଗ୍ରେସ, ଏଯାଏଁ ୬୦ରୁ ୭୦ ଟିକେଟ ହୋଇଛି ଫାଇନାଲ । ତାରା କହିଲେ କାହାକୁ ମିଳିବ କଂଗ୍ରେସ ଟିକେଟ?”

ପାଣି ପାଇଁ ରାଜରାସ୍ତାରେ ବାଡି ପକାଇ ଧାରଣା ଦେଲେ ମହିଳା । ଘଣ୍ଟା ଘଣ୍ଟା ଧରି ଅଟକି ରହିଲା ଯାନବାହାନ । ଢେଙ୍କାନାଳ ଗଡପଳାଶୁଣୀ ପଞ୍ଚାୟତର ଘଟଣା ।

କନକ ବ୍ୟୁରୋ: ପାଣି ପାଇଁ ତାତିଲେ ଲୋକେ । ଢେଙ୍କାନାଳ ଜିଲ୍ଲା ଗଡପଳାଶୁଣି ପଂଚାୟତର ବଡସାହି ଗାଁରେ ମହିଳାମାନେ ପାନୀୟ ଜଳ ସମସ୍ୟାର ସମାଧାନ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି । ରାସ୍ତା ଉପରେ ଦଉଡି ଟାଣି କାଠ ଗଣ୍ଡି ପକାଇ ଗରା ମାଠିଆ ଧରି ରାସ୍ତା ଅବରୋଧ କରିଛନ୍ତି । ଫଳରେ ପରଜଙ୍ଗ- ତେଲକୋଇ ରାସ୍ତାରେ ଯାତାୟତ ପ୍ରଭାବିତ ହୋଇଛି । ରାସ୍ତା ଉପରେ ମହିଳାମାନେ ଦଉଡି ଟାଣି ବସି ରହିଛନ୍ତି । ପାନୀୟ ଜଳ ସମସ୍ୟାରContinue reading “ପାଣି ପାଇଁ ରାଜରାସ୍ତାରେ ବାଡି ପକାଇ ଧାରଣା ଦେଲେ ମହିଳା । ଘଣ୍ଟା ଘଣ୍ଟା ଧରି ଅଟକି ରହିଲା ଯାନବାହାନ । ଢେଙ୍କାନାଳ ଗଡପଳାଶୁଣୀ ପଞ୍ଚାୟତର ଘଟଣା ।”

ସୁନ୍ଦରଗଡ଼ ବଣାଇରେ ହାତୀ ଉପଦ୍ରବ । ଗାଁରେ ପଶି ଭାଙ୍ଗିଲା ଘର । ସେପଟେ ପିପିଲି କଣାସରେ ଗାଁକୁ ପଶିଆସିଲେ ହାତୀ ପଲ୍ଲ ।

କନକ ବ୍ୟୁରୋ: ଗାଁକୁ ପଶି ଆସିଲେ ଦୁଇଟି ଦନ୍ତା ହାତୀ । ଗେଟ ଭାଙ୍ଗି ଘରେ ପଶି ଭଙ୍ଗାରୁଜା କରିଛନ୍ତି ଜଙ୍ଗଲୀ ହାତୀ । ପ୍ରାଣ ବିକଳରେ ଘର ଛାଡି ବାହାରେ ପଳାଇଲେ ଲୋକେ । ସୁନ୍ଦରଗଡ ଜିଲ୍ଲା ବଣାଇ ରେଞ୍ଜର ତଳିତାର କିସାନ ସାହିରେ ହାତୀ ଆତଙ୍କ । ସକାଳୁ ସକାଳୁ ଦୁଇଟି ଦନ୍ତା ହାତୀ ଗାଁକୁ ପଶି ଆସିଥିଲେ । ହାତୀ ଗାଁରେ ପଶିଥିବା ଖବର ପାଇବା ପରେ ଗାଁରେ ଆତଙ୍କ ଖେଳି ଯାଇଥିଲାContinue reading “ସୁନ୍ଦରଗଡ଼ ବଣାଇରେ ହାତୀ ଉପଦ୍ରବ । ଗାଁରେ ପଶି ଭାଙ୍ଗିଲା ଘର । ସେପଟେ ପିପିଲି କଣାସରେ ଗାଁକୁ ପଶିଆସିଲେ ହାତୀ ପଲ୍ଲ ।”

ବୌଦ୍ଧରେ ଲାଗିଲା ମାଓ ପୋଷ୍ଟର । ପୋଲିସକୁ ଦେଲେ ଚେତାବନୀ, ଗଞ୍ଜେଇ ଚାଷ ନାଁରେ ଗୁଇନ୍ଦାଗିରି ବନ୍ଦ ନକଲେ ଭୋଗିବ ପରିଣାମ ।

କନକ ବ୍ୟୁରୋ : କିଛି ଦିନର ନିରବତା ପରେ ବୌଦ୍ଧରେ ପୁଣି ଲାଗିଲା ମାଓ ପୋଷ୍ଟର । ମନମୁଣ୍ଡା ଥାନା ଅନ୍ତର୍ଗତ ନୂର୍ପା ଛକରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ଆଜି ସକାଳୁ ସକାଳୁ ମାଓ ପୋଷ୍ଟର ଲାଗିଥିବା ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇଛନ୍ତି । ପୋଷ୍ଟରଟି କେକେବିଏନ ମାଓବାଦୀ ସଂଗଠନ ପକ୍ଷରୁ ମରାଯାଇଥିବା ଜଣାପଡିଛି । ଗଞ୍ଜେଇ ଚାଷ ପାଇଁ ପ୍ରୋତ୍ସାହନ ଦେଉଥିବା ପୋଲିସଙ୍କୁ ପୋଷ୍ଟର ମାରି ଚେତାବନୀ ଦେଇଛନ୍ତି ମାଓବାଦୀ ।Continue reading “ବୌଦ୍ଧରେ ଲାଗିଲା ମାଓ ପୋଷ୍ଟର । ପୋଲିସକୁ ଦେଲେ ଚେତାବନୀ, ଗଞ୍ଜେଇ ଚାଷ ନାଁରେ ଗୁଇନ୍ଦାଗିରି ବନ୍ଦ ନକଲେ ଭୋଗିବ ପରିଣାମ ।”

ଭାରତର ପ୍ରଧାନମନ୍ତ୍ରୀଙ୍କୁ ମାଳଦ୍ୱୀପରୁ ପ୍ରଂଶସା । ମୋଦୀଙ୍କ ସପକ୍ଷରେ ବାହାରିଲା ମାଳଦ୍ୱୀପ ଶିଳ୍ପ ସଂଘ, କହିଲା ବିପଦ ସମୟରେ ଭାରତ ବଢାଇଥାଏ ସହଯୋଗର ହାତ ।

କନକ ବ୍ୟୁରୋ : ଘନଉଛି ଭାରତ-ମାଳଦ୍ୱୀପ ବିବାଦ । ମୋଦୀ ବିରୋଧୀ ମନ୍ତବ୍ୟ ଦେବା ପରେ ଏବେ ଚାରିଆଡୁ ମାଳଦ୍ୱୀପକୁ ନିନ୍ଦା କରାଯାଉଛି । ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସପକ୍ଷରେ ବାହାରିଛି ମାଳଦ୍ୱୀପ ପର୍ଯ୍ୟଟନ ଶିଳ୍ପ ସଂଘ । ଘଟଣାକୁ ମାଳଦ୍ୱୀପ ପର୍ଯ୍ୟଟନ ଶିଳ୍ପ ସଂଘ ନିନ୍ଦା କରିଛି । ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମାଳଦ୍ୱୀପ ମନ୍ତ୍ରୀ ଦେଇଥିବା ମନ୍ତବ୍ୟକୁ ଶିଳ୍ପ ସଂଘ ଦୃଢ ନିନ୍ଦା କରିବା ସହ ମୋଦୀଙ୍କୁ ପ୍ରଶଂସା କରିଛି । ମାଳଦ୍ୱୀପର ଶିଳ୍ପContinue reading “ଭାରତର ପ୍ରଧାନମନ୍ତ୍ରୀଙ୍କୁ ମାଳଦ୍ୱୀପରୁ ପ୍ରଂଶସା । ମୋଦୀଙ୍କ ସପକ୍ଷରେ ବାହାରିଲା ମାଳଦ୍ୱୀପ ଶିଳ୍ପ ସଂଘ, କହିଲା ବିପଦ ସମୟରେ ଭାରତ ବଢାଇଥାଏ ସହଯୋଗର ହାତ ।”

ହ୍ୱାଇଟ ହାଉସ୍ ସୁରକ୍ଷାରେ ତ୍ରୁଟି । ଫାଟକକୁ ପିଟିଲା କାର୍ ଗାଡ଼ିର ଡ୍ରାଇଭରକୁ ଗିରଫ କରି ଚାଲିଛି ତଦନ୍ତ । ଦୁର୍ଘଟଣା ବେଳେ ହ୍ୱାଇଟ ହାଉସରେ ନଥିଲେ ବାଇଡେନ୍ ।

କନକ ବ୍ୟୁରୋ: ହ୍ୱାଇଟ୍ ହାଉସ୍ ସୁରକ୍ଷାରେ ତ୍ରୁଟି । ହ୍ୱାଇଟ୍ ହାଉସ୍ କମ୍ଲେକ୍ସର ଗେଟକୁ ଧକ୍କା ଦେଲା କାର । ଗେଟକୁ ଧକ୍କା ଦେଇଥିବା ଗାଡିର ଡ୍ରାଇଭରଙ୍କୁ ଗିରଫ କରାଯାଇଛି । ଏହା ସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ସୋମବାର ସନ୍ଧ୍ୟା ୬ଟା ସମୟରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ଏହି ସମୟରେ ଆମେରିକା ରାଷ୍ଟ୍ରପତି ହ୍ୱାଇଟ୍ ହାଉସ୍ରେ ନଥିଲେ । ହ୍ୱାଇଟ୍ ହାଉସକୁ ବିଶ୍ୱର ସବୁଠୁ ସୁରକ୍ଷିତ ସ୍ଥାନ ବୋଲି କୁହାଯାଏContinue reading “ହ୍ୱାଇଟ ହାଉସ୍ ସୁରକ୍ଷାରେ ତ୍ରୁଟି । ଫାଟକକୁ ପିଟିଲା କାର୍ ଗାଡ଼ିର ଡ୍ରାଇଭରକୁ ଗିରଫ କରି ଚାଲିଛି ତଦନ୍ତ । ଦୁର୍ଘଟଣା ବେଳେ ହ୍ୱାଇଟ ହାଉସରେ ନଥିଲେ ବାଇଡେନ୍ ।”

Design a site like this with WordPress.com
Get started