ଛୁଟିଦିନ ରବିବାରରେ ରାମଲାଲାଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ । ଅଯୋଧ୍ୟା ନଗରୀରେ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ

କନକ ବ୍ୟୁରୋ : ରାମ ଲାଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟାରେ ଶଦ୍ଧାଳୁଙ୍କ ଭିଡ । ଆଜି ରବିବାର ଛୁଟିଦିନରେ ସକାଳୁ ସକାଳୁ ରାମ ମନ୍ଦିର ପରିସରରେ ବେଶ ଭିଡ ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁ ମାନେ ଧାଡିରେ ଯାଇ ମନ୍ଦିରରେ ରାମଲାଲାଙ୍କ ଦର୍ଶନ କରୁଛନ୍ତି । ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସେପଟେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ବୋର୍ଡ ପକ୍ଷରୁ ରାମଲାଲାଙ୍କContinue reading “ଛୁଟିଦିନ ରବିବାରରେ ରାମଲାଲାଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ । ଅଯୋଧ୍ୟା ନଗରୀରେ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ”

ବିଶିଷ୍ଟ ହକି ଖେଳାଳୀ ଦୀପଗ୍ରେସ ଏକ୍କାଙ୍କ ଅନ୍ତର୍ଜାତୀୟ ହକିରୁ ଅବସର । ସୋସିଆଲ ମିଡିଆ ଏକ୍ସରେ ଟ୍ୱିଟ କରି ଦେଲେ ସୂଚନା

କନକ ବ୍ୟୁରୋ : ଅନ୍ତର୍ଜାତୀୟ ହକିରୁ ଅବସର ନେଲେ ଭାରତୀୟ ମହିଳା ହକି ତାରକା ଦୀପଗ୍ରେସ ଏକ୍କା । ଅବସର ନେଇ ସୋସିଆଲ ମିଡିଆରେ ସେ ସୂଚନା ଦେଇଛନ୍ତି । କହିଛନ୍ତି, ୨୦୧୧ରୁ ୨୦୨୩ ପର୍ଯ୍ୟନ୍ତ ଯାତ୍ରା ତାଙ୍କ ଜୀବନର ସବୁଠାରୁ ଆକର୍ଷଣୀୟ ମୁହୂର୍ତ । ଆଉ ଦେଶର ପ୍ରତିନିଧିତ୍ୱ କରିବା ସବୁଠାରୁ ସମ୍ମାନର କଥା ବୋଲି ଦୀପ କହିଛନ୍ତି । ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ରହୁଥିବା ଦୀପ୍ ୨୦୧୩ରେ ଜର୍ମାନୀରେ ଆୟୋଜିତ ମହିଳା ଜୁନିୟର ହକିContinue reading “ବିଶିଷ୍ଟ ହକି ଖେଳାଳୀ ଦୀପଗ୍ରେସ ଏକ୍କାଙ୍କ ଅନ୍ତର୍ଜାତୀୟ ହକିରୁ ଅବସର । ସୋସିଆଲ ମିଡିଆ ଏକ୍ସରେ ଟ୍ୱିଟ କରି ଦେଲେ ସୂଚନା”

ଆଜି ଚଳିତ ବର୍ଷର ପ୍ରଥମ ମନ କି ବାତ । ପୂର୍ବାହ୍ନ ୧୧ଟାରେ କାର୍ଯ୍ୟକ୍ରମ, ଦେଶବାସୀଙ୍କୁ ମନର କଥା କହିବା ସହ ନୂଆ ପରାର୍ମଶ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

କନକ ବ୍ୟୁରୋ : ଆଜି ଚଳିତ ବର୍ଷର ପ୍ରଥମ ମନ କି ବାତ, ପୂର୍ବାହ୍ନ ୧୧ଟାରେ କାର୍ଯ୍ୟକ୍ରମ । ୧୦୯ତମ ଏପିସୋଡରେ ଦେଶବାସୀଙ୍କୁ ମନର କଥା କହିବା ସହ ନୂଆ ପରାର୍ମଶ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତ ବର୍ଷର ଏହା ପ୍ରଥମ ମନ କି ବାତ ହୋଇଥିବାରୁ ଦେଶ ବାସୀଙ୍କ ସହ ନୂଆ ଅନୁଭୁତି ବାଂଟିପାରନ୍ତି ପ୍ରଧାନମନ୍ତ୍ରୀ । ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇ ସାରିଥିବା ବେଳେContinue reading “ଆଜି ଚଳିତ ବର୍ଷର ପ୍ରଥମ ମନ କି ବାତ । ପୂର୍ବାହ୍ନ ୧୧ଟାରେ କାର୍ଯ୍ୟକ୍ରମ, ଦେଶବାସୀଙ୍କୁ ମନର କଥା କହିବା ସହ ନୂଆ ପରାର୍ମଶ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି”

ଆଉ ନିର୍ବାଚନ ଲଢିବେନି ନରସିଂହ ମିଶ୍ର । ବଲାଙ୍ଗୀରରେ ଜନତା ଦରବାରରେ ଘୋଷଣା କଲେ ବଲାଙ୍ଗିର ବିଧାୟକ

କନକ ବ୍ୟୁରୋ : ଆଗାମୀ ନିର୍ବାଚନ ଲଢିବେ ନାହିଁ ବଲାଙ୍ଗୀର କଂଗ୍ରେସ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ତେବେ ରାଜନୀତି ଛାଡିବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ନରସିଂହ । ବଲାଙ୍ଗୀରରେ ଡାକିଥିବା ଜନତା ଦରବାରରେ ସେ ଏହି ଘୋଷଣା କରିଛନ୍ତି । ଆଗାମୀ ୫ ତାରିଖରେ ବିଧାନସଭା ଅଧିବେଶନ ଆରମ୍ଭ ହେଉଛି । ଏହି ଅଧିବେଶନରେ ପ୍ରସଙ୍ଗ ଉଠାଯିବା ନେଇ ସେ ଲୋକଙ୍କ ସହ ଆଲୋଚନା କରିବାକୁ ବଲାଙ୍ଗୀରର ଏକContinue reading “ଆଉ ନିର୍ବାଚନ ଲଢିବେନି ନରସିଂହ ମିଶ୍ର । ବଲାଙ୍ଗୀରରେ ଜନତା ଦରବାରରେ ଘୋଷଣା କଲେ ବଲାଙ୍ଗିର ବିଧାୟକ”

ବିହାର ରାଜନୀତି ସରଗରମ । ଆଜି ଇସ୍ତଫା ପରେ ପୁଣି ଶପଥ ନେଇପାରନ୍ତି ନୀତୀଶ କୁମାର,ପଶ୍ଚିମବଙ୍ଗ ବଦଳରେ ବିହାର ଯାଇପାରନ୍ତି ଅମିତ୍ ଶାହା

କନକ ବ୍ୟୁରୋ : ବିହାରରେ ରାଜନୈତିର ହଲଚଲ ବଢିଯାଇଛି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଇଣ୍ଡିଆ ମେଂଟ ଛାଡି ବିଜେପି ମେଂଟରେ ସାମିଲ ହେବା ନେଇ ଚର୍ଚ୍ଚା ବଢିବା ପରେ ପାଟନାରୁ ଦିଲ୍ଲୀ ଯାଏଁ ରାଜନୈତିକ ହଟଚମଟ ବଢିଯାଇଛି । ଆରଜେଡି, ହାମ ଓ ବିଜେପିର ଘନ ଘନ ବୈଠକ ବସିଛି । ଶନିବାର ପାଟନାରେ ଦିନସାରା ରାଜନୈତିକ ହଟଚମଟ ଦେଖାଦେଇଥିଲା । ବିଜେପି, ଆରଜେଡି ଓ ହାମର ବୈଠକ ବସିଥିବାବେଳେ ଆଜି ଜେଡିୟୁର ବୈଠକ ବସିବContinue reading “ବିହାର ରାଜନୀତି ସରଗରମ । ଆଜି ଇସ୍ତଫା ପରେ ପୁଣି ଶପଥ ନେଇପାରନ୍ତି ନୀତୀଶ କୁମାର,ପଶ୍ଚିମବଙ୍ଗ ବଦଳରେ ବିହାର ଯାଇପାରନ୍ତି ଅମିତ୍ ଶାହା”

ଯୌନ ଉତ୍ପୀଡନ ଓ ମାନହାନୀ ମାମଲାରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଝଟକା । ଦେବାକୁ ପଡିବ ୬୪୨ କୋଟି ଟଙ୍କାର ଜରିମାନା

କନକ ବ୍ୟୁରୋ : ଆମେରିକା ପୂର୍ବତନ ରାଷ୍ଟ୍ରପତିଙ୍କୁ ଝଟକା । ଯୌନ ଉତ୍ପୀଡିନ ଓ ମାନହାନି ମାମଲରେ ଟ୍ରମ୍ପଙ୍କ ବିରୋଧରେ ରାୟ ଶୁଣାଇଛନ୍ତି କୋର୍ଟ । ଲେଖିକା ଇ ଜିନ କ୍ୟାରୋଲଙ୍କୁ ଟ୍ରମ୍ପ ମାନାହାନି ମାମଲାରେ ୮୩.୦୩ ମିଲିୟନ ଅର୍ଥାଥ ଭାରତୀୟ ମୁଦ୍ରା ହିସାବରେ ୬୪୨କୋଟି ଟଙ୍କା ଦେବେ । ଲେଖିକା ୧୦ ମିଲିୟନ ଡଲାର ଦାବି କରିଥିଲେ । କିନ୍ତୁ କୋର୍ଟ ଦାବିଠୁ ବହୁ ଅଧିକ ଟଙ୍କା କ୍ଷତିପୁରଣ ବାବଦକୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।Continue reading “ଯୌନ ଉତ୍ପୀଡନ ଓ ମାନହାନୀ ମାମଲାରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଝଟକା । ଦେବାକୁ ପଡିବ ୬୪୨ କୋଟି ଟଙ୍କାର ଜରିମାନା”

କାଳ ହେଲା କସମେଟିକ ସର୍ଜରୀ । ଅକାଳରେ ଗଲା ବ୍ରାଜିଲ ପପ ଷ୍ଟାରଙ୍କ ଜୀବନ,୪୨ବର୍ଷ ବୟସରେ ଡାନି ଲିଙ୍କ ପରଲୋକ

କନକ ବ୍ୟୁରୋ : ବ୍ରାଜିଲର ଲୋକପ୍ରିୟ ପପଷ୍ଟାର ଡାନି ଲିଙ୍କ ପରଲୋକ । ୪୨ ବର୍ଷ ବୟସରେ ଡାନି ଲିଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଅଧିକ ସୁନ୍ଦର ଦେଖାଯିବା ପରେ ଡାନି ନିକଟରେ କସମେଟିକ ସର୍ଜରୀ କରିଥିଲେ । ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଥିଲା । କିଛି ଦିନ ଧରି ଡାକ୍ତରଖାନାରେ ଚିିକିତ୍ସା କରାଯିବା ପରେ ଏବେ ତାଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ୨୪ ତାରିଖରେ ଡାନି ଲିଙ୍କ ମୃତ୍ୟୁContinue reading “କାଳ ହେଲା କସମେଟିକ ସର୍ଜରୀ । ଅକାଳରେ ଗଲା ବ୍ରାଜିଲ ପପ ଷ୍ଟାରଙ୍କ ଜୀବନ,୪୨ବର୍ଷ ବୟସରେ ଡାନି ଲିଙ୍କ ପରଲୋକ”

ରାସ୍ତା ଉପରେ ଚୌକିରେ ବସି ଧାରଣା ଦେଲେ କେରଳ ରାଜ୍ୟପାଳ । କେରଳ ପୁଲିସର ବିଫଳତାକୁ ରାଜ୍ୟପାଳଙ୍କ ନିନ୍ଦା

କନକ ବ୍ୟୁରୋ : ରାସ୍ତାରେ ଧାରଣା ଦେଲେ ରାଜ୍ୟପାଳ । ଷ୍ଟୁଡେଂଟ ଫେଡେରେସନ ଅଫ ଇଣ୍ଡିଆ ପକ୍ଷରୁ ବିରୋଧ ପରେ ତାର ପ୍ରତିବାଦ କରିଛନ୍ତି ଆରିଫ୍ ମୋହମ୍ମଦ । କୋଲାମରେ ରାସ୍ତାକଡରେ ବସି କଳାପତାକା ପ୍ରଦର୍ଶନକୁ ପ୍ରତିବାଦ କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ପୁଲିସ ବିକ୍ଷୋଭକାରୀଙ୍କୁ ହଟାଇଥିଲେ ବି ରାଜ୍ୟପାଳ ରାସ୍ତାକଡରେ ଏକ ଚେୟାର ପକାଇ ବସିରହିଥିଲେ । ପୁଲିସ ସୁରକ୍ଷା ଦେବାରେ ବିଫଳ ହେଉଥିବା କଥା ଉଠାଇ ଆଣିଥିଲ ଅଭିଯୋଗ । ଆନ୍ଦୋଳନକାରୀଙ୍କ ବିରୋଧରେContinue reading “ରାସ୍ତା ଉପରେ ଚୌକିରେ ବସି ଧାରଣା ଦେଲେ କେରଳ ରାଜ୍ୟପାଳ । କେରଳ ପୁଲିସର ବିଫଳତାକୁ ରାଜ୍ୟପାଳଙ୍କ ନିନ୍ଦା”

କୋଲକାତା ହାଇକୋର୍ଟଙ୍କ ସମସ୍ତ ଶୁଣାଣୀ ଉପରେ ସୁପ୍ରିମ ରୋକ । ଆବେଦନ ଶୁଣାଣୀ ସମୟରେ ସିଙ୍ଗଲ ବେଂଚ ଓ ଡିଭିଜନ ବେଂଚ ବିଚାରପତି ମୁହାଁମୁହିଁ

କନକ ବ୍ୟୁରୋ : ବିଚାରପତି ବନାମ ବିଚାରପତି । କୋଲକାତା ହାଇକୋର୍ଟଙ୍କ ସମସ୍ତ ଶୁଣାଣୀ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ । ସିଙ୍ଗଲ ବେଂଚ ଓ ଡିଭିଜନ ବେଂଚଙ୍କ ସମସ୍ତ ଶୁଣାଣୀ ଉପରେ କୋର୍ଟ ରୋକ ଲଗାଇଛନ୍ତି । ପଶ୍ଚିମବଙ୍ଗ ସରକାର ଓ ଆବେଦନକାରୀଙ୍କୁ ନୋଟିସ ଦେଇଛନ୍ତି କୋର୍ଟ । ଏଥିସହ ରିଜର୍ଭ କ୍ୟାଟାଗୋରୀ ଜାଲ ପ୍ରମାଣପତ୍ର ମାମଲାରେ ସିବିଆଇ ତଦନ୍ତ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି । ସୂଚନା ଅନୁସାରେ ପଶ୍ଚିମବଙ୍ଗ ମେଡିକାଲ ଆଡମିଶନ ଜାଲିଆତିContinue reading “କୋଲକାତା ହାଇକୋର୍ଟଙ୍କ ସମସ୍ତ ଶୁଣାଣୀ ଉପରେ ସୁପ୍ରିମ ରୋକ । ଆବେଦନ ଶୁଣାଣୀ ସମୟରେ ସିଙ୍ଗଲ ବେଂଚ ଓ ଡିଭିଜନ ବେଂଚ ବିଚାରପତି ମୁହାଁମୁହିଁ”

ଉସମାନିଆ ବିଶ୍ୱବିଦ୍ୟାଳୟରେ ସୁୁରକ୍ଷା ତ୍ରୁଟି । ଛାତ୍ରୀ ହଷ୍ଟେଲରୁ କାବୁ ହେଲେ ଦୁଇ ଅଜ୍ଞାତ, ନିଧୁର୍ମ ମାଡମାରିଲେ ଆକ୍ରୋଶିତ ଛାତ୍ରୀ

କନକ ବ୍ୟୁରୋ : ହାଇଦ୍ରାବାଦ ଉସମାନିଆ ବିଶ୍ୱବିଦ୍ୟାଳୟର ଏକାଠି ହୋଇଛନ୍ତି ଶହ ଶହ ସଂଖ୍ୟକ ଛାତ୍ରଛାତ୍ରୀ । ଚାଲିଛି ଧାରଣା । ପୁଲିସ ବୁଝାଇବାକୁ ଚେଷ୍ଟା କଲେ ବି ବୁଝିବାକୁ ନାରାଜ ଛାତ୍ରଛାତ୍ରୀ । ଶୁକ୍ରବାର ରାତିରେ ବିଶ୍ୱବିଦ୍ୟାଳୟରେ ସେତିକିବେଳେ ହୋହାଲ୍ଲା ଆରମ୍ଭ ହୋଇଥିଲା ଯେଉଁ ସମୟରେ ଦୁଇଜଣ ଅଜ୍ଞାତ ବ୍ୟକ୍ତିଙ୍କ ସେମାନେ ଛାତ୍ରୀ ହଷ୍ଟେଲ ଭିତରେ ଦେଖିବାକୁ ପାଇଥିଲେ । ଛାତ୍ରୀ ହଷ୍ଟେଲର ବାଥରୁମରେ ଦୁଇଜଣ ଅଜ୍ଞାତ ଥିବା ଘଟଣା ବିଶ୍ୱବିଦ୍ୟାଳୟରେ ନିଆଁ ପରି ବ୍ୟାପିଥିଲାContinue reading “ଉସମାନିଆ ବିଶ୍ୱବିଦ୍ୟାଳୟରେ ସୁୁରକ୍ଷା ତ୍ରୁଟି । ଛାତ୍ରୀ ହଷ୍ଟେଲରୁ କାବୁ ହେଲେ ଦୁଇ ଅଜ୍ଞାତ, ନିଧୁର୍ମ ମାଡମାରିଲେ ଆକ୍ରୋଶିତ ଛାତ୍ରୀ”

Design a site like this with WordPress.com
Get started