ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ବଡ଼ ଦାୟିତ୍ୱ । ଉତ୍ତରପ୍ରଦେଶ ପାଇଁ ପ୍ରଭାରୀ ନିଯୁକ୍ତ କଲା ଦଳ । ଆଗାମୀ ନିର୍ବାଚନ ଲଢ଼ିବେ କି ନାହିଁ, ଉଠିଲା ପ୍ରଶ୍ନ

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ ବିଜେପିର ବଡ ପ୍ରସ୍ତୁତି । ଲୋକସଭା ନିର୍ବାଚନ ପୂର୍ବରୁ ୨୩ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଦାୟିତ୍ୱ ବରିଷ୍ଠ ନେତାଙ୍କୁ ଦେଇଛି ପଦ୍ମଦଳ । ବରିଷ୍ଠ ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କୁ ୟୁପି ଦାୟିତ୍ୱ ଦିଆଯାଇଛି । ଦିଲ୍ଲୀ ଗାଦି ପାଇଁ ସବୁବେଳେ ଉତ୍ତରପ୍ରଦେଶର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହି ଆସିଛି । ତେଣୁ ବୈଜୟନ୍ତଙ୍କୁ ଦଳ ଦେଇଥିବା ବଡ ଦାୟିତ୍ୱକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛିContinue reading “ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ବଡ଼ ଦାୟିତ୍ୱ । ଉତ୍ତରପ୍ରଦେଶ ପାଇଁ ପ୍ରଭାରୀ ନିଯୁକ୍ତ କଲା ଦଳ । ଆଗାମୀ ନିର୍ବାଚନ ଲଢ଼ିବେ କି ନାହିଁ, ଉଠିଲା ପ୍ରଶ୍ନ”

ବିହାରରେ ରାଜନୈତିକ ହଟଚମଟ ଜାରି । ଇସ୍ତଫା ଦେଇପାରନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ବିଜେପି ସହ ମିଶି ଗଢିବେ ନୂଆ ସରକାର…

କନକ ବ୍ୟୁରୋ: ରବିବାର ବିଜେପି ସହ ମିଶି ପୁଣିଥରେ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ନୀତୀଶ କୁମାର । ଚର୍ଚ୍ଚା ଅନୁସାରେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ନୀତୀଶଙ୍କ ନୂଆ ସରକାରରେ ସୁଶୀଲ କୁମାର ମୋଦୀଙ୍କୁ ପୁଣି ମିଳିପାରେ ଉପମୁଖ୍ୟମନ୍ତ୍ରୀ ପଦ । କୁହାଯାଉଛି ଅଲଗା ଅଲଗା ବୈଠକ କରି ଆଗାମୀ ପଦକ୍ଷେପ ସଂପର୍କରେ ଆଲୋଚନା ଚଳାଇଛନ୍ତି ବିଜେପି, ଆରଜେଡି ଓ କଂଗ୍ରେସ । ତେବେ ପୂର୍ବରୁ ଏନଡିଏ ସହ ରହିଥିବା ହିନ୍ଦୁସ୍ତାନ ଆୱାମContinue reading “ବିହାରରେ ରାଜନୈତିକ ହଟଚମଟ ଜାରି । ଇସ୍ତଫା ଦେଇପାରନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ବିଜେପି ସହ ମିଶି ଗଢିବେ ନୂଆ ସରକାର…”

ଲୋକାର୍ପିତ ହେଲା ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପ । ଲୋକାର୍ପଣ କରି ମନ୍ଦିର ପରିକ୍ରମା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କନକ ବ୍ୟୁରୋ: ସମ୍ବଲପୁର ସମେତ ସାରା ପଶ୍ଚିମ ଓଡିଶାବାସୀଙ୍କ ବହୁ ବର୍ଷର ସ୍ୱପ୍ନ ସାକାର ହୋଇଛି । ରୂପାନ୍ତରଣ ପରେ ଅପରୂପ ଶୋଭାରାଜିରେ ଝଟକି ଉଠୁଛି ସମଲେଇ ପୀଠ । ଆଉ ଏହି ଭବ୍ୟ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ମାଆଙ୍କ ଦର୍ଶନ କରି ଆଶୀର୍ବାଦ ନେବା ସହ ପୁରୋହିତଙ୍କ ମନ୍ତ୍ରୋଚାରଣ ଓ ଚଣ୍ଡୀପାଠ ଭିତରେ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ନବୀନ । ତାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ, ସମଲେଶ୍ୱରୀContinue reading “ଲୋକାର୍ପିତ ହେଲା ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପ । ଲୋକାର୍ପଣ କରି ମନ୍ଦିର ପରିକ୍ରମା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ”

ଶ୍ମଶାନ ଦାବିରେ ପଞ୍ଚ ପାଇକ ପୀଠରେ ତାଲା ପକାଇଲେ ଗ୍ରାମବାସୀ । ପୀଠ ବାହାରେ ଉଡିଲା ତ୍ରିରଙ୍ଗା ପତାକା ।

କନକ ବ୍ୟୁରୋ: ଶ୍ମଶାନ ଦାବିରେ ପଞ୍ଚ ପାଇକ ପୀଠରେ ତାଲା ପକାଇ ପ୍ରତିବାଦ କଲେ ଗ୍ରାମବାସୀ । ତାଲା ପଡ଼ିବା କାରଣରୁ ପୀଠ ବାହାରେ ଉଡ଼ିଲା ତ୍ରିରଙ୍ଗା । ପାଇକ ବିଦ୍ରୋହର ଏନ୍ତୁଡ଼ିଶାଳ ଖୋର୍ଦ୍ଧା ଗଡ଼ । ଇଂରେଜ ବିରୁଦ୍ଧରେ ପାଇକ ବିଦ୍ରୋହର ମୁଖ୍ୟ ପୁରୋଧା ସାଜିଥିଲେ ପଞ୍ଚ ପାଇକ । ବକ୍ସି ଜଗବନ୍ଧୁ, ଜୟୀ ରାଜଗୁରୁ, ପିଣ୍ଡିକି ବାହୁବଳେନ୍ଦ୍ର, କୃତିବାସ ପାଟଶାଣି ଓ ମାଧବ ଚନ୍ଦ୍ର ରାଉତରାୟ ବୀରତ୍ୱର ପ୍ରତୀକ । ଜାତୀୟ ରାଜପଥ ପ୍ରଶସ୍ତିକରଣContinue reading “ଶ୍ମଶାନ ଦାବିରେ ପଞ୍ଚ ପାଇକ ପୀଠରେ ତାଲା ପକାଇଲେ ଗ୍ରାମବାସୀ । ପୀଠ ବାହାରେ ଉଡିଲା ତ୍ରିରଙ୍ଗା ପତାକା ।”

ଭଦ୍ରକ ସନ୍ଥିଆ ଗାଁର ନିଆରା ଶିକ୍ଷକ । ନାଚ ଓ ଗୀତ ମାଧ୍ୟମରେ ପିଲାଙ୍କୁ ପଢ଼ାଉଛନ୍ତି ପାଠ

କନକ ବ୍ୟୁରୋ: ଭଦ୍ରକ ସହର ନିକଟ ସନ୍ଥିଆ ଗାଁର ନିଆରା ଶିକ୍ଷକ ଦୀପକ କୁମାର ଦାସ । ପିଲାମାନଙ୍କୁ ନାଚ ଓ ଗୀତ ମଧ୍ୟମରେ ପାଠ ପଢ଼ାଇ ସେ ଚର୍ଚ୍ଚାକୁ ଆସିଛନ୍ତି । ନିଜେ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ବେଳେ ପିଲାମାନଙ୍କୁ ୧୦ ବର୍ଷ ହେଲା ଶିକ୍ଷାଦାନ କରୁଛନ୍ତି । ତାଙ୍କ ଶିକ୍ଷାଦାନ ପଦ୍ଧତି ଅନ୍ୟ ଶିକ୍ଷକଙ୍କ ଠାରୁ ସମ୍ପୂଣ୍ଣ ଭିନ୍ନ । ବ୍ୟଙ୍ଗ କଥା, ଚିତ୍ର, ଖେଳ, ମନୋରଞ୍ଜନ ଓ ଗୋଷ୍ଠୀ ପରୀକ୍ଷା ମାଧ୍ୟମରେContinue reading “ଭଦ୍ରକ ସନ୍ଥିଆ ଗାଁର ନିଆରା ଶିକ୍ଷକ । ନାଚ ଓ ଗୀତ ମାଧ୍ୟମରେ ପିଲାଙ୍କୁ ପଢ଼ାଉଛନ୍ତି ପାଠ”

ବର୍ଷ ପରେ ବର୍ଷ ବିତୁଛି । ହେଲେ ସରୁନି ରାସ୍ତା ମରାମତି । ମରଣଯନ୍ତା ପାଲଟିଛି ଅନଗୁଳ ୫୫ ନମ୍ବର ଜାତୀୟ ରାଜପଥ

କନକ ବ୍ୟୁରୋ : ରାସ୍ତା ପାଇଁ ପୂଜାର୍ଚ୍ଚନା । ଯାତ୍ରୀ ମାନଙ୍କ ସୁରକ୍ଷିତ ଯାତ୍ରା ଓ ଜାତୀୟ ରାଜପଥ କାମରେ ଅବହେଳା କରିଥିବା ନେତା, ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କ ସଦବୁଦ୍ଧି କାମନା କରି ଧାରଣା ସ୍ଥଳରେ ଚାଲିଛି ହୋମ ଯଜ୍ଞ । ନେତା ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରି ଦାବି ଜଣାଇଛନ୍ତି ଅନ୍ଦୋଳନକାରୀ । ଅନୁଗୁଳର ଜୀବନ ରେଖା କୁହାଯାଉଥିବା ୫୫ ନମ୍ବର ଜାତୀୟ ରାଜପଥ ପାଲଟିଛି ମୃତ୍ୟୁର ଯନ୍ତା । ରାଜପଥ ସମସ୍ୟାକୁContinue reading “ବର୍ଷ ପରେ ବର୍ଷ ବିତୁଛି । ହେଲେ ସରୁନି ରାସ୍ତା ମରାମତି । ମରଣଯନ୍ତା ପାଲଟିଛି ଅନଗୁଳ ୫୫ ନମ୍ବର ଜାତୀୟ ରାଜପଥ”

କେନାଲ ଅଛି, ହେଲେ ପାଣି ନାହିଁ । ପଡ଼ିଆ ପଡ଼ିଛି ଡେଲାଙ୍ଗ ବ୍ଲକର ହେକ୍ଟର ହେକ୍ଟର ଚାଷ ଜମି

କନକ ବ୍ୟୁରୋ: ନାଁ କୁ ଖାଲି ରହିଛି କେନାଲା । ହେଲେ ୭ ବର୍ଷ ହେଲା ଆସିନି ଟୋପାଏ ପାଣି । ଫଳରେ ପଡ଼ିଆ ପଡ଼ିଛି ଚାଷ ଉପଯୋଗୀ ଧାନ ଜମି । ଚାଷୀଙ୍କୁ ଦୁଃଖ ଦେଉଛି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ମାଛପଡ଼ା ମାଇନର କେନାଲ । ପ୍ରତିବର୍ଷ କେନାଲ କାମ ହେଉଛି । ସରକାରଙ୍କ ରାଜସ୍ୱ ଖର୍ଚ୍ଚ ହେଉଛି । ହେଲେ କେନାଲରେ ଟୋପାଏ ପାଣି ଆସୁନଥିବା ଅଭିଯୋଗ କରିଛନ୍ତି ଚାଷୀ । ଜମିରେContinue reading “କେନାଲ ଅଛି, ହେଲେ ପାଣି ନାହିଁ । ପଡ଼ିଆ ପଡ଼ିଛି ଡେଲାଙ୍ଗ ବ୍ଲକର ହେକ୍ଟର ହେକ୍ଟର ଚାଷ ଜମି”

ସାକାର ହେଲା ଶିମିଳିପାଳ ଅଭୟାରଣ୍ୟ ଭିତରେ ରହୁଥିବା ଅଧିବାସୀଙ୍କ ସ୍ୱପ୍ନ । ଦୀର୍ଘ ଦିନ ପରେ ଲୋକଙ୍କ ଘରେ ଜଳିଲା ବିଜୁଳି ଆଲୁଅ

କନକ ବ୍ୟୁରୋ: ଶିମିିଳିପାଳ ଅଭୟାରଣ୍ୟ ଭିତରେ ରହୁଥିବା ବାସିନ୍ଦାଙ୍କ ପାଇଁ ଖୁସି ଖବର । ଦେଶ ସ୍ୱାଧୀନ ହେବାର ଦୀର୍ଘ ୭୫ ବର୍ଷ ପରେ ଲୋକଙ୍କ ପାଖରେ ପହଞ୍ଚିଛି ବିଜୁଳି ଆଲୋକ । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂରେ ଆନୁଷ୍ଠାନିକ ଭାବେ ଏହାର ଲୋକାର୍ପଣ କରିଛନ୍ତି । ଅଭୟାରଣ୍ୟର ଅସ୍ତକୁମର, ଗୁଡ଼ଗୁଡ଼ିଆ, ବରେଇପାଣି ଗ୍ରାମ ପଞ୍ଚାୟତର ୪୨ଟି ଗାଁରେ ବିଜୁଳି ଆଲୋକ ପହଞ୍ଚିଛି । ଯେଉଁଥିରେ ଉପକୃତ ହେବେ ୫ହଜାର ୯ଶହ ପରିବାର ।Continue reading “ସାକାର ହେଲା ଶିମିଳିପାଳ ଅଭୟାରଣ୍ୟ ଭିତରେ ରହୁଥିବା ଅଧିବାସୀଙ୍କ ସ୍ୱପ୍ନ । ଦୀର୍ଘ ଦିନ ପରେ ଲୋକଙ୍କ ଘରେ ଜଳିଲା ବିଜୁଳି ଆଲୁଅ”

ପୁଣି ଡିପ୍ ଫେକର ଶିକାର ହେଲେ ଆମେରିକାର ପ୍ରସିଦ୍ଧ ଗାୟିକା ଟେଲର ସ୍ୱିଫ୍ଟ , ଆଇନ ତିଆରି ପାଇଁ ଉଠିଲା ଦାବି

କନକ ବ୍ୟୁରୋ : ଏବେର ସମୟରେ ସବୁଠାରୁ ବଡ ବିପଦ ହେଇଛି ଆର୍ଟିଫିିଆଲ୍ ଇଣ୍ଟେଲିଜେନ୍ସର ଡିପ୍ ଫେକ୍ ଭିଡିଓ ଏବଂ ଫଟୋ । ଆମେରିକାର ପ୍ରସିଦ୍ଧ ଗାୟିକା ଟେଲର ସ୍ୱିଫ୍ଟ ଏହି ଡିପ୍ ଫେକର ଶିକାର ହୋଇଛନ୍ତି । ତାଙ୍କର ଏକ ଡିପ୍ ଫେକ୍ ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ଜରସରରେ ଭାଇରାଲ ହେବାରେ ଲାଗିଛି । ଯେତେବେଳେ ସ୍ୱିଫ୍ଟଙ୍କ ଏହି ନକଲି ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା. ତାହା ଆମେରିକାର ନେତାମାନଙ୍କ ଦୃଷ୍ଟିContinue reading “ପୁଣି ଡିପ୍ ଫେକର ଶିକାର ହେଲେ ଆମେରିକାର ପ୍ରସିଦ୍ଧ ଗାୟିକା ଟେଲର ସ୍ୱିଫ୍ଟ , ଆଇନ ତିଆରି ପାଇଁ ଉଠିଲା ଦାବି”

୨୦୨୪ ଲୋକସଭା ନିର୍ବାଚନ ଲଢିବେ ତ ବୈଜୟନ୍ତ? ଉତ୍ତରପ୍ରଦେଶ ପ୍ରଭାରୀ ଦାୟିତ୍ୱ ମିଳିବା ପରେ ବଢିଲା ଚର୍ଚ୍ଚା…

କନକ ବ୍ୟୁରୋ: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ବଡ଼ ଦାୟିତ୍ୱ । ୨୦୨୪ ଲୋକସଭା ନିର୍ବାଚନ ପାଇଁ ବୈଜୟନ୍ତଙ୍କୁ ଉତ୍ତରପ୍ରଦେଶର ନିର୍ବାଚନ ପ୍ରଭାରୀ ଦାୟିତ୍ୱ ମିଳିଛି । ଉତ୍ତର ପ୍ରଦେଶ ଭଳି ବଡ଼ ରାଜ୍ୟର ନିର୍ବାଚନ ଦାୟିତ୍ୱ ନେବା ବୈଜୟନ୍ତଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ । ହେଲେ ଏବେ ପ୍ରଶ୍ନ ଉଠୁଛି, ଉତ୍ତରପ୍ରଦେଶ ନିର୍ବାଚନୀ ପ୍ରଭାରୀ ଦାୟିତ୍ୱ ମିଳିବା ପରେ ବୈଜୟନ୍ତ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବେ କି ନାହିଁ? ଯଦି ପୂର୍ବ ଇତିହାସContinue reading “୨୦୨୪ ଲୋକସଭା ନିର୍ବାଚନ ଲଢିବେ ତ ବୈଜୟନ୍ତ? ଉତ୍ତରପ୍ରଦେଶ ପ୍ରଭାରୀ ଦାୟିତ୍ୱ ମିଳିବା ପରେ ବଢିଲା ଚର୍ଚ୍ଚା…”

Design a site like this with WordPress.com
Get started