କନକ ବ୍ୟୁରୋ: ବାତ୍ୟା ମିଗଜୋମ୍ ପ୍ରଭାବରେ ସମ୍ବଲପୁରରେ ବର୍ଷା ଲାଗି ରହିଛି । ଯାହା ଚାଷୀଙ୍କ ସମସ୍ୟା ବଢାଇ ଦେଇଛି । ଅଧିକାଂଶ ସ୍ଥାନରେ ଧାନ ଅମଳ ଜାରି ରହିଥିବାବେଳେ ବର୍ଷା ଚାଷୀଙ୍କ ଦୁର୍ଦ୍ଦଶା ବଢାଇ ଦେଇଛି । କେଉଁଠି ବିଲରେ ପେଟା ପଡିଛି, କିଛି ସ୍ଥାନରେ ଧାନ କଟା ସରିନାହିଁ । ଆଉ ବର୍ଷା ପାଇଁ ବିଲରେ ଧାନ ପଚିବା ସ୍ଥିତି ଦେଖା ଦେଲାଣି । ତାଲବ ଗାଁରେ ଏକର ଏକର ଧାନ ଫସଲ ବର୍ଷାContinue reading “ରାଜ୍ୟରେ ଚାଷୀଙ୍କ ଦୁର୍ଦ୍ଦଶା ବଢାଇଲା ଅଦିନିଆ ବର୍ଷା । ସୁନ୍ଦରଗଡରେ ସବୁ ସରକାରୀ, ବେସରକାରୀ ସ୍କୁଲ ବନ୍ଦ । କୋରାପୁଟରେ ଧସିଲା ପାହାଡ ।”
Tag Archives: News
ଜିଲ୍ଲା ମାନ୍ୟତା ଦାବିରେ ଆଜି ଆଠଗଡ ବନ୍ଦ । କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବାର ଘଣ୍ଟିଆ ବନ୍ଦ ଡାକରା ।
କନକ ବ୍ୟୁରୋ: ଜିଲ୍ଲା ମାନ୍ୟତା ଦାବିରେ ଆଜି ଆଠଗଡ ବନ୍ଦ । ସ୍ୱତନ୍ତ୍ର ଜିଲ୍ଲା ଦାବି ନେଇ ବାର ଘଣ୍ଟିଆ ବନ୍ଦ ଡାକରା ଦେଇଛି ଆଠଗଡ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି । କ୍ରିୟାନୁଷ୍ଠାନ ସଭ୍ୟମାନେ ବିଭିନ୍ନ ଛକରେ ପିକେଟିଂ କରି ଗାଡି ମଟର ଚଳାଚଳ ବନ୍ଦ କରୁଥିବାର ଦେଖିବାକୁ ମିଳିଛି । ଆଠଗଡକୁ ଜିଲ୍ଲା ମାନ୍ୟତା ଦାବି ଅଣଦେଖା କରାଯାଉଥିବାରୁ ଗତ ଏକ ମାସ ହେବ ଆଠଗଡ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ଆସୁଥିଲେ କ୍ରିୟାନୁଷ୍ଠାନContinue reading “ଜିଲ୍ଲା ମାନ୍ୟତା ଦାବିରେ ଆଜି ଆଠଗଡ ବନ୍ଦ । କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବାର ଘଣ୍ଟିଆ ବନ୍ଦ ଡାକରା ।”
ସଂସଦରେ ଗୃହମନ୍ତ୍ରୀଙ୍କ ବୟାନ: କହିଲେ ପିଓକେ ଆମର । ନେହେରୁଙ୍କ ଦୁଇଟି ଭୁଲ ନିଷ୍ପତ୍ତିର ଫଳ ଭୋଗୁଛନ୍ତି ପିଓକେବାସୀ ।ଗୃହରେ ମୁହାଁମୁହିଁ କଂଗ୍ରେସ ଏବଂ ବିଜେପି ।
କନକ ବ୍ୟୁରୋ: ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ପୁଣିଥରେ ପିଓକେ ପ୍ରସଙ୍ଗ ଉଠିଛି । ଗତକାଲି ସଂସଦରେ ଗୃହମନ୍ତ୍ରୀ ଅମିତ ଶାହ ଜମ୍ମୁ-କଶ୍ମୀର ସଂରକ୍ଷଣ (ସଂଶୋଧନ) ବିଲ୍ ୨୦୨୩ ଏବଂ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍ ୨୦୨୩ ଉପରେ ନିଜର ଆଭିମୁଖ୍ୟ ରଖୁଥିଲେ । ଏହି ସମୟରେ ସେ କହିଥିଲେ ନେହରୁଙ୍କ ଭୁଲ ଯୋଗୁଁ ପିଓକେ ସୃଷ୍ଟି ହୋଇଛି । କଂଗ୍ରେସ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଜୱାହରଲାଲ ନେହରୁଙ୍କୁ ଟାର୍ଗେଟ କରି ଏହା କହିଛନ୍ତି ଗୃହମନ୍ତ୍ରୀ ଅମିତContinue reading “ସଂସଦରେ ଗୃହମନ୍ତ୍ରୀଙ୍କ ବୟାନ: କହିଲେ ପିଓକେ ଆମର । ନେହେରୁଙ୍କ ଦୁଇଟି ଭୁଲ ନିଷ୍ପତ୍ତିର ଫଳ ଭୋଗୁଛନ୍ତି ପିଓକେବାସୀ ।ଗୃହରେ ମୁହାଁମୁହିଁ କଂଗ୍ରେସ ଏବଂ ବିଜେପି ।”
ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ପ୍ରସଙ୍ଗରେ ମୁହଁ ଖୋଲିଲେ ଶଙ୍କରାଚାର୍ଯ୍ୟ । ଶ୍ରୀମନ୍ଦିର ପ୍ରଶାସନ ଉପରେ କ୍ଷୋଭ । କହିଲେ, ମତେ କେହି ପଚାରୁ ନାହାଁନ୍ତି ।
କନକ ବ୍ୟୁରୋ: ଶ୍ରୀମନ୍ଦିର ଚାରିଦ୍ୱାରା ଖୋଲିବା ପ୍ରସଙ୍ଗରେ ମୁହଁ ଖୋଲିଲେ ଶଙ୍କରାଚାର୍ଯ୍ୟ । କହିଲେ ମୋତେ କେହି ପଚାରୁନାହାଁନ୍ତି । ପ୍ରଶାସନ ଉପରେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପୁରୀ ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚିଳାନନ୍ଦ ସରସ୍ୱତୀ । ଗୁଜରାଟରେ ଅନୁଷ୍ଠିତ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦେଇ ଶଙ୍କରାଚାର୍ଯ୍ୟ କ୍ଷୋଭ ପ୍ରକାଶ କରିଛନ୍ତି । ଶ୍ରୀମନ୍ଦିର ପ୍ରସଙ୍ଗରେ ତାଙ୍କ ଠାରୁ କୌଣସି ମତାମତ ନିଆଯାଉନାହିଁ ବୋଲି କହିଛନ୍ତି । ଶାସନତନ୍ତ୍ର, ଶ୍ରମନ୍ଦିର ପରିଚାଳନା କମିଟି, ସେବାୟତContinue reading “ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ପ୍ରସଙ୍ଗରେ ମୁହଁ ଖୋଲିଲେ ଶଙ୍କରାଚାର୍ଯ୍ୟ । ଶ୍ରୀମନ୍ଦିର ପ୍ରଶାସନ ଉପରେ କ୍ଷୋଭ । କହିଲେ, ମତେ କେହି ପଚାରୁ ନାହାଁନ୍ତି ।”
‘ମୋ ବାପାଙ୍କ ମୃତଦେହ ଫେରାଇ ଆଣ’ । କାନ୍ଦି କାନ୍ଦି ଜିଲ୍ଲାପାଳଙ୍କୁ ଗୁହାରୀ କଲା ମୃତ ସୁରେଶଙ୍କ କୁନି ଝିଅ ।
କନକ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ମୃତଦେହ ଫେରାଇ ଆଣିବାକୁ କାକୁତି ମିନତି ହେଉଛନ୍ତି ପରିବାର । ବାପାର ମୃତଦେହ ଆଣିବା ପାଇଁ ଭୋ ଭୋ ହୋଇ କାନ୍ଦୁଛି କୁନି ଝିଅ । ମାଆ ଅବସ୍ଥା ବି ଅନୁରୂପ । ଦାଦନ ଖଟିବାକୁ ଗୋଆକୁ ଯାଇଥିଲେ କିଂଜିରିକେଲା ଥାନା କୁକୁରିଡିହି ଗାଁର ସୁରେଶ ଲାରଙ୍ଗ । ପ୍ରାୟ ୨ ବର୍ଷ ପରେ ସେ ଘରକୁ ଫେରୁଥିଲେContinue reading “‘ମୋ ବାପାଙ୍କ ମୃତଦେହ ଫେରାଇ ଆଣ’ । କାନ୍ଦି କାନ୍ଦି ଜିଲ୍ଲାପାଳଙ୍କୁ ଗୁହାରୀ କଲା ମୃତ ସୁରେଶଙ୍କ କୁନି ଝିଅ ।”
ଗୁଣି ଗାରେଡି ସନ୍ଦେହରେ ହତ୍ୟା । ୬ ଜଣଙ୍କୁ ଗିରଫ କରି ଜେରା କଲା ପୋଲିସ । ବୌଦ୍ଧ ତିଳପଙ୍ଗା ଗାଁର ଘଟଣା ।
କନକ ବ୍ୟୁରୋ: ଗୁଣି ଗାରେଡି ସନ୍ଦେହରେ ହତ୍ୟା । ଗୁଣି ଗାରେଡି କରିଥିବା ସନ୍ଦେହରେ ବୌଦ୍ଧ ତିଳପଙ୍ଗା ଗାଁର ଚାଷୀ ମଧୁ କହଁରଙ୍କୁ ହତ୍ୟା କରାଯାଇଛି । ତାଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ସୂଚନା ଦେଇଛି ପୋଲିସ । ଏହି ଘଟଣାରେ ୬ ଜଣଙ୍କୁ ପୋଲିସ ଗିରଫ କରିଛି । ଗୁଣି ଗାରେଡି କରୁଥିବା ମଧୁଙ୍କ ପାଖକୁ ଅନେକ ଲୋକ ସେମାନଙ୍କ ସମସ୍ୟା ନେଇ ଆସୁଥିଲେ । କିଛି ଦିନ ତଳେ ଗାଁର ଜଣେ ବ୍ୟକ୍ତିିଙ୍କContinue reading “ଗୁଣି ଗାରେଡି ସନ୍ଦେହରେ ହତ୍ୟା । ୬ ଜଣଙ୍କୁ ଗିରଫ କରି ଜେରା କଲା ପୋଲିସ । ବୌଦ୍ଧ ତିଳପଙ୍ଗା ଗାଁର ଘଟଣା ।”
ଜନଶତାବ୍ଦୀ ଏକ୍ସପ୍ରେସରେ ନିଆଁ । କଟକ ଷ୍ଟେସନରେ ବ୍ରେକ୍ ବାଇଡିଂ ଯୋଗୁଁ ଡି-ନାଇନ୍ ବଗି ତଳୁ ବାହାରିଲା ପ୍ରବଳ ଧୂଆଁ । ଅଘଟଣକୁ ଏଡାଇଲା ଅଗ୍ନିଶମ ବାହିନୀ ।
କନକ ବ୍ୟୁରୋ: ଜନଶତାବ୍ଦୀ ଟ୍ରେନରେ ନିଆଁ ଓ ଧୂଆଁ । ଭୁବନେଶ୍ୱରରୁ ହାୱଡା ଯାଉଥିବା ଜନଶତାବ୍ଦୀ ଟ୍ରେନରେ ହଠାତ୍ ବାହାରି ଥିଲା ପ୍ରବଳ ଧୂଆଁ । କଟକ ଷ୍ଟେସନରେ ଛିଡା ହୋଇଥିବାବେଳେ ଟ୍ରେନ୍ ବଗ ତଳୁ ଧୂଆଁ ବାହାରିବାର ଦେଖିବାକୁ ମିଳିଥିଲା । ତେବେ ଏତେ ମାତ୍ରାରେ ଧୂଆଁ ବାହାରୁଥିବା ଦେଖି ଯାତ୍ରୀ ଭୟବୀତ ହୋଇଯାଇଥିଲେ । ଆରପିଏଫ୍ ଓ ଅଗ୍ନିଶମ ବାହିନୀର ତତ୍ପରତା ପାଇଁ ଏକ ବଡ ଦୁର୍ଘଟଣା ଅଳ୍ପକେ ବର୍ତ୍ତି ଯାଇଥିଲା । ତୁରନ୍ତContinue reading “ଜନଶତାବ୍ଦୀ ଏକ୍ସପ୍ରେସରେ ନିଆଁ । କଟକ ଷ୍ଟେସନରେ ବ୍ରେକ୍ ବାଇଡିଂ ଯୋଗୁଁ ଡି-ନାଇନ୍ ବଗି ତଳୁ ବାହାରିଲା ପ୍ରବଳ ଧୂଆଁ । ଅଘଟଣକୁ ଏଡାଇଲା ଅଗ୍ନିଶମ ବାହିନୀ ।”
ରାଜ୍ୟରେ ବଡ ଧରଣର ଆଇଟି ରେଡ୍ । ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣା ଉପରେ ଚଢଉ । ନଗଦ ୨୦୦ କୋଟି ଟଙ୍କା ଜବତ । ଚଢଉ ଜାରି ।
କନକ ବ୍ୟୁରୋ: ମଦ ବ୍ୟବସାୟୀଙ୍କ ଅମାପ ସମ୍ପତ୍ତି । ଟଙ୍କା ଗଣି ଗଣି ହାଲିଆ ଆୟକର ବିଭାଗ । କୋଟିଏ କି ଦୁଇ କୋଟି ନୁହେଁ ତାଙ୍କ ଠାରୁ ୨୦୦ କୋଟିରୁ ଅଧିକ ଟଙ୍କା ଠାବ କରାଯାଇଛି । ଘର ଚଟାଣ ହେଉ କି ପଲଙ୍କ, ରୋଷେଇ ଘର ହେଉ ଅବା ଡ୍ରଇଂ ରୁମ, ଯେଉଁଠି ଖୋଜିଲେ ସେଇଠୁ ମିଳୁଛି ଟଙ୍କା । ଆୟକର ଫାଙ୍କିବା ଅଭିଯୋଗରେ ରାଜ୍ୟର ମଦ ବ୍ୟବସାୟୀ ରାଜକିଶୋର ସାହୁ ଏବଂ ଦବରାଜContinue reading “ରାଜ୍ୟରେ ବଡ ଧରଣର ଆଇଟି ରେଡ୍ । ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣା ଉପରେ ଚଢଉ । ନଗଦ ୨୦୦ କୋଟି ଟଙ୍କା ଜବତ । ଚଢଉ ଜାରି । “
ଜାତୀୟ ରାଜପଥରେ ବୁଲୁଛନ୍ତି ହାତୀ । ଢେଙ୍କାନାଳ ହଳଦିଆବାହାଳ ନିକଟରେ ରାସ୍ତା ପାର ହେଲେ ୨୫ ଟିକିଆ ହାତୀ ପଲ । ଘଣ୍ଟା ଘଣ୍ଟା ଅଟକିଲା ଗାଡି ।
କନକ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳ ନିକଟରେ ବୁଲୁଛନ୍ତି ହାତୀ । ୨୫ ଟିକିଆ ହାତୀ ଜାତୀୟ ରାଜପଥର ଗୋଟିଏ ପାଖରୁ ଅନ୍ୟପାଖକୁ ପାର ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ୫୫ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ କାମ ଅଥପନ୍ତରିଆ ଭାବେ ପଡ଼ି ରହିଛି । ତେଣୁ ରାସ୍ତା ମଝିରେ କ୍ରସର ଗୁଣ୍ଡ ଓ ମାଟି ଜମା ହୋଇ ରହିଛି । ଫଳରେ ରାସ୍ତା ଅତିକ୍ରମ କରିବା ପାଇଁ ହାତୀଙ୍କୁContinue reading “ଜାତୀୟ ରାଜପଥରେ ବୁଲୁଛନ୍ତି ହାତୀ । ଢେଙ୍କାନାଳ ହଳଦିଆବାହାଳ ନିକଟରେ ରାସ୍ତା ପାର ହେଲେ ୨୫ ଟିକିଆ ହାତୀ ପଲ । ଘଣ୍ଟା ଘଣ୍ଟା ଅଟକିଲା ଗାଡି ।”
ରାତିରେ ବି ସୁରକ୍ଷିତ ଅତିଥି ପକ୍ଷୀ । ଚିଲିକାରେ ପକ୍ଷୀ ସୁରକ୍ଷା ଦିଗରେ ଅଣ୍ଟା ଭିଡିଛି ବନ ବିଭାଗ । ଉପରେ ବୁଲୁଛି ଡ୍ରୋନ୍ ।
କନକ ବ୍ୟୁରୋ: ରାତିରେ ବି ସୁରକ୍ଷିତ ଆମ ଅତିଥି ପକ୍ଷୀ । ଚିଲିକାରେ ପକ୍ଷୀ ସୁରକ୍ଷା ଦିଗରେ ଅଣ୍ଟା ଭିଡ଼ିଛି ବନ ବିଭାଗ । ରାତିରେ ବନ ବିଭାଗର ସ୍ୱତନ୍ତ୍ର ଟିମ୍ ଚିଲିକାରେ ଘୁରି ବୁଲୁଛନ୍ତି । ଯେଉଁ ସ୍ଥାନରେ ଅଧିକ ବିଦେଶୀ ପକ୍ଷୀ ରହୁଛନ୍ତି, ସେହି ସ୍ଥାନରେ ସୁରକ୍ଷା ଅଧିକ କଡ଼ାକଡ଼ି କରାଯାଇଛି । ବାଇନାକୁଲାର, ଟ୍ରଚ ଲାଇଟ୍, ଲାଠି ଓ ଠେଙ୍ଗା ସାହାଯ୍ୟରେ ବନ ବିଭାଗ କର୍ମଚାରୀମାନେ ପାଟ୍ରୋଲିଂ କରୁଛନ୍ତି । ଏହା ସହContinue reading “ରାତିରେ ବି ସୁରକ୍ଷିତ ଅତିଥି ପକ୍ଷୀ । ଚିଲିକାରେ ପକ୍ଷୀ ସୁରକ୍ଷା ଦିଗରେ ଅଣ୍ଟା ଭିଡିଛି ବନ ବିଭାଗ । ଉପରେ ବୁଲୁଛି ଡ୍ରୋନ୍ ।”