କନକ ବ୍ୟୁରୋ : ନ୍ୟାସନାଲ ମେଡିକାଲ କମିଶନ ତରଫରୁ ନିଜର ଅଧିକାରୀ ଲୋଗୋରେ ପରିବର୍ତ୍ତନ କରାଯାଇଛି । ଏହାକୁ ନେଇ ଏବେ ବିବାଦ ଦେଖାଦେଇଛି । ଲୋଗୋରେ ଇଣ୍ଡିଆ ବଦଳରେ ଭାରତ ଲେଖାଯିବା ସହ ଲୋଗୋରେ ଆୟୁର୍ବେଦର ଦେବତା ଧନନ୍ତ୍ୱରୀଙ୍କର ଏକ ରଙ୍ଗୀନ ଫଟୋ ଲଗାଯାଇଛି । ଏହାକୁ ନେଇ ବିବାଦ ଦେଖାଦେବା ପରେ ସଂସ୍ଥା ତରଫରୁ କୁହାଯାଇଛି କି ପୂରୁଣା ଲୋଗୋରେ ବି ଧନନ୍ତ୍ୱରୀଙ୍କର କଳାଧଳା ଫଟୋ ଥିଲା । ହେଲେ ଜାତୀୟ ଗଣମାଧ୍ୟମର ସୂଚନାContinue reading “ନ୍ୟାସନାଲ କମିଶନ ଲୋଗୋରେ ଇଣ୍ଡିଆ ବଦଳରେ ଭାରତ । ଲୋଗୋରେ ଲାଗିଲା ହିନ୍ଦୁ ଦେବତାଙ୍କ ରଙ୍ଗୀନ ଫଟୋ”
Tag Archives: News
ରାଇପୁର ଷ୍ଟାଡିୟମରୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କଲା ବିଦ୍ୟୁତ ବିଭାଗ । ସନ୍ଧ୍ୟା ୭ଟାରେ ହେବାକୁ ଅଛି ଇଣ୍ଡିଆ- ଅଷ୍ଟ୍ରେଲିଆ ଟି-୨୦ ମ୍ୟାଚ୍
କନକ ବ୍ୟୁରୋ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ ଆଜି ରାଇପୁର କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି । ସନ୍ଧ୍ୟା ୭ଟାରୁ ଏହି ମ୍ୟାଚ ଆରମ୍ଭ ହେବ । ହେଲେ ଆଜି ମ୍ୟାଚ ଖେଳାଯାଇପାରିବ କି ନାହିଁ ତାହାକୁ ନେଇ ସମସ୍ୟା ଦେଖାଦେଇଛି । ରାଇପୁର କ୍ରିକେଟ ଷ୍ଟାଡିୟମରେ ମ୍ୟାଚ ଆରମ୍ଭ ହେବାର ମାତ୍ର କିଛି ସମୟ ପୂର୍ବରୁ ବିଜୁଳି ବିଭାଗ ଷ୍ଟାଡିୟମରୁ ବିଜୁଳି ସଂଯୋଗ ବିଛିନ୍ନ କରିଛି । ଏହାରContinue reading “ରାଇପୁର ଷ୍ଟାଡିୟମରୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କଲା ବିଦ୍ୟୁତ ବିଭାଗ । ସନ୍ଧ୍ୟା ୭ଟାରେ ହେବାକୁ ଅଛି ଇଣ୍ଡିଆ- ଅଷ୍ଟ୍ରେଲିଆ ଟି-୨୦ ମ୍ୟାଚ୍”
ମିଥ୍ୟା ଖବର ପ୍ରସାରଣକୁ ନେଇ ମୋଦୀ ସରକାରଙ୍କ ଡିଜିଟାଲ ଷ୍ଟ୍ରାଇକ୍ । ୧୨୦ରୁ ଅଧିକ ୟୁଟ୍ୟୁବ୍ ଚ୍ୟାନେଲ ଉପରେ ଲାଗିଲା ପ୍ରତିବନ୍ଧକ
କନକ ବ୍ୟୁରୋ : ୟୁଟ୍ରୁବ୍ ଚ୍ୟାନେଲ ମାଧ୍ୟମରେ ରୋଜଗାର ବଢାଇବା ଓ ଅଧିକ ଲୋକଙ୍କ ପାଖରେ ପହଂଚିବା ଲକ୍ଷ୍ୟରେ କିଛି ଚ୍ୟାନେଲ ତରଫରୁ ମିଥ୍ୟା ଖବର ଓ ଦ୍ୱିଅର୍ଥବୋଧକ ଥମ୍ବନେଲ ବ୍ୟବହାର ବହୁଳମାତ୍ରାରେ ବୃଦ୍ଧି ପାଇଛି । ଏହାକୁ କେନ୍ଦ୍ର ସରକାର ଏକ ଗମ୍ଭୀର ପ୍ରସଙ୍ଗ ବୋଲି ବିବେଚନା କରି ଏଭଳି କିଛି ୟୁଟ୍ୟୁବ୍ ଚ୍ୟାନେଲ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ମଧ୍ୟ ସମାନ ମାମଲାରେ ଅନେକ ୟୁଟ୍ୟୁବ୍ ଚ୍ୟାନେଲ ଉପରେContinue reading “ମିଥ୍ୟା ଖବର ପ୍ରସାରଣକୁ ନେଇ ମୋଦୀ ସରକାରଙ୍କ ଡିଜିଟାଲ ଷ୍ଟ୍ରାଇକ୍ । ୧୨୦ରୁ ଅଧିକ ୟୁଟ୍ୟୁବ୍ ଚ୍ୟାନେଲ ଉପରେ ଲାଗିଲା ପ୍ରତିବନ୍ଧକ”
ସିବିଏସଇ ବୋର୍ଡର ବଡ ନିଷ୍ପତ୍ତି । ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ପିଲାମାନଙ୍କୁ ମିଳିବ ନାହିଁ କୌଣସି ରାଙ୍କ କି ଡିଭିଜନ୍
କନକ ବ୍ୟୁରୋ : ସିବିଏସଇ ବୋର୍ଡ ତରଫରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରିଛି । ଏହି ବିଜ୍ଞପ୍ତି ମୁତାବକ ୨୦୨୪ ଶିକ୍ଷାବର୍ଷ ଠାରୁ ବୋର୍ଡ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀମାନଙ୍କୁ କୌଣସି ଡିଭିଜନ, ରାଙ୍କ କିମ୍ବା ଏଗ୍ରିଗେଟ୍ ମାର୍କସ୍ ଦିଆଯିବ ନାହିଁ । ନୂଆ ଶିକ୍ଷାନୀତି ୨୦୨୦ ଲାଗୁ ହେବା ପରେ ଶିକ୍ଷା ବିଭାଗରେ ଅନେକ ପ୍ରକାର ପରିବର୍ତ୍ତନ କରାଯାଇଛି । ଏହି କ୍ରମରେ ସିବିଏସଇ ବୋର୍ଡContinue reading “ସିବିଏସଇ ବୋର୍ଡର ବଡ ନିଷ୍ପତ୍ତି । ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ପିଲାମାନଙ୍କୁ ମିଳିବ ନାହିଁ କୌଣସି ରାଙ୍କ କି ଡିଭିଜନ୍”
ସମୟକୁ ଅପେକ୍ଷା କରନ୍ତୁ, ୫ ରାଜ୍ୟରେ ସରକାର ଗଢିବ ବିଜେପି । ବୁଥ୍ ବାହୁଡା ମତକୁ ନେଇ ବଡ ବୟାନ ଦେଲେ ମନମୋହନ ସାମଲ ।
କନକ ବ୍ୟୁରୋ : ୫ ରାଜ୍ୟର ନିର୍ବାଚନ ଶେଷ ହୋଇଥିବା ବେଳେ ଆସିଛି ବୁଥ୍ ବାହୁଡା ମତ । ୫ ରାଜ୍ୟରୁ ୩ ରାଜ୍ୟରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ବୋଲି ବୁଥ୍ ବାହୁଡା ମତ୍ ଦର୍ଶାଉଛି । ସେହିଭଳି ତେଲେଙ୍ଗାନାରେ ସରକାର କିଏ ଗଢିବ ତାହାକୁ ନେଇ କଂଗ୍ରେସ ଓ ବିଆରଏସ ମଧ୍ୟରେ ଛକାପଞ୍ଝା ଦେଖିବାକୁ ମିଳିପାରେ । ତେବେ ବୁଥ୍ ବାହୁଡା ମତ ଆସିବା ପରେ ମୁହଁ ଖୋଲିଛନ୍ତିContinue reading “ସମୟକୁ ଅପେକ୍ଷା କରନ୍ତୁ, ୫ ରାଜ୍ୟରେ ସରକାର ଗଢିବ ବିଜେପି । ବୁଥ୍ ବାହୁଡା ମତକୁ ନେଇ ବଡ ବୟାନ ଦେଲେ ମନମୋହନ ସାମଲ । “
ଦୁବାଇରେ ହେଉଛି ଆନ୍ତର୍ଜାତିକ ସମ୍ମୀଳନି ‘COP28’ – ଭାରତ ଆରମ୍ଭ କରିବ ଗ୍ରୀନ କ୍ରେଡିଟ ଇନିସିଏଟିଭ
କନକ ବ୍ୟୁରୋ : ବହୁ ପ୍ରତୀକ୍ଷିତ କୋପ ବା (କନଫେରେନ୍ସ ଅଫ ପାର୍ଟିସ) ର ୨୮ତମ ସମ୍ମୀଳନୀ ଚଳିତ ବର୍ଷ ଦୁବାଇରେ ଆରମ୍ଭ ହୋଇଛି । ଏହି ସମ୍ମୀଳନିରେ ପରିବେଶ ସୁରକ୍ଷାପାଇଁ ପ୍ରମୁଖ ଦେଶ ମାନଙ୍କୁ ନେଇ ଜରୁରୀ ଆଲୋଚନା କରିବା ସହ ସଚେତନତା ମୂଳକ ପଦକ୍ଷେପ ଓ ଅନେକ ପର୍ଯ୍ୟାବରଣ ସୁରକ୍ଷାକାରୀ ଯୋଜନା କାର୍ଯ୍ୟକାରୀ କରାଯାଇଥାଏ । ଭାରତ ଏଥିରେ ଯୋଗ ଦେବା ସହ ଗ୍ରୀନ କ୍ରେଡିଟ ଇନିସିଏଟିଭ ଓ ଲିଡଆଇଟି ୨.୦ ନାମରେ ଦୁଇଟିContinue reading “ଦୁବାଇରେ ହେଉଛି ଆନ୍ତର୍ଜାତିକ ସମ୍ମୀଳନି ‘COP28’ – ଭାରତ ଆରମ୍ଭ କରିବ ଗ୍ରୀନ କ୍ରେଡିଟ ଇନିସିଏଟିଭ”
ଭୁବନେଶ୍ୱରରେ ପହଁଚିବା ପରେ ସୁଡ଼ଙ୍ଗ ଭିତରର ସଂଘର୍ଷ କାହାଣୀ ବଖାଣିଲେ ଓଡ଼ିଆ ଶ୍ରମିକ । ‘ପ୍ରଥମେ ଭୟ ଲାଗୁଥିଲା ହେଲେ ସାହାସ ହରାଇ ନଥିଲୁ’
କନକ ବ୍ୟୁରୋ : ଓଡିଶା ଫେରିଛନ୍ତି ୪ ଓଡ଼ିଆ ଶ୍ରମିକ । ଓଡ଼ିଶା ଫେରିବା ପରେ ସୁଡଙ୍ଗ ଭିତରେ ୧୭ଦିନର ଅନୁଭୂତି ବଖାଣିଛନ୍ତି ଶ୍ରମିକ । ପ୍ରଥମେ ୧୦ଦିନ କଷ୍ଟ ଲାଗିଥିଲା ପରେ ପରେ ପାଇପ ଯୋଗେ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ପହଂଚିବା ପରେ କୌଣସି କଷ୍ଟ ଲାଗିନଥିଲା ବୋଲି କହିଛନ୍ତି । ମନ୍ତ୍ରୀ ସାରଦା ନାୟକ ସମସ୍ତ ଶ୍ରମିକଙ୍କ ସହ ଦିଲ୍ଲୀରୁ ବିମାନ ଯୋଗେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିଥିଲେ । ରାଜ୍ୟContinue reading “ଭୁବନେଶ୍ୱରରେ ପହଁଚିବା ପରେ ସୁଡ଼ଙ୍ଗ ଭିତରର ସଂଘର୍ଷ କାହାଣୀ ବଖାଣିଲେ ଓଡ଼ିଆ ଶ୍ରମିକ । ‘ପ୍ରଥମେ ଭୟ ଲାଗୁଥିଲା ହେଲେ ସାହାସ ହରାଇ ନଥିଲୁ’”
କ୍ଲାଇମେଟ ଚେଞ୍ଜ ଓ ଟେକ୍ନୋଲୋଜି ଟ୍ରାନ୍ସଫର… ଦୁବାଇରେ ଏହି ପ୍ରସଙ୍ଗ ଉଠାଇଲେ ପିଏମ ମୋଦୀ
ଜଳବାୟୁ ପରିବର୍ତ୍ତନ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁବାଇରେ ଅଛନ୍ତି । ଜଳବାୟୁ ପରିବର୍ତ୍ତନ ଉପରେ ଏହି ସମ୍ମିଳନୀ ୩୦ ନଭେମ୍ବରରୁ ୧୨ ଡିସେମ୍ବର ଯାଏ ଚାଲିବ । ଆଜି ଦୁନିଆର ଅନେକ ବଡ ନେତା ଜଳବାୟୁ ପ୍ରସଙ୍ଗରେ ମନ୍ଥନ କରିବେ । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ଏକ ଏମିରାଟୀ ସଂସ୍ଥାକୁ ଏକ ସାକ୍ଷାତକାର ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାରର ମୁଖ୍ୟ ବିଷୟ ଏହି ସବୁ ଥିଲା । ପାର୍ଟି ଅଫ୍Continue reading “କ୍ଲାଇମେଟ ଚେଞ୍ଜ ଓ ଟେକ୍ନୋଲୋଜି ଟ୍ରାନ୍ସଫର… ଦୁବାଇରେ ଏହି ପ୍ରସଙ୍ଗ ଉଠାଇଲେ ପିଏମ ମୋଦୀ”
ଅବପାତର ରୂପ ନେଲା ବଙ୍ଗୋପସାଗରରେରେ ସୃଷ୍ଟ ଲଘୁଚାପ । ଆସନ୍ତା ୩ରେ ବାତ୍ୟା ଆଶଙ୍କା । ଓଡିଶା ଉପରେ ପଡିନପାରେ ପ୍ରଭାବ ।
କନକ ବ୍ୟୁରୋ: ଅବପାତର ରୂପ ନେଲା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେରେ ସୃଷ୍ଟ ଲଘୁଚାପ । ଆସନ୍ତା ୩ରେ ବାତ୍ୟା ଆଶଙ୍କା । ୪ ତାରିଖ ସନ୍ଧ୍ୟା ବେଳକୁ ବାତ୍ୟା ଅତିକ୍ରମ କରିବା ନେଇ ସମ୍ଭବନା । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଘୂର୍ଣ୍ଣିବାତ୍ୟା ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁ ଉପକୂଳରେ ୪ ତାରିଖ ସନ୍ଧ୍ୟାରେ ମାଡ ହେବ ବୋଲି ଆକଳନ କରାଯାଇଛି । ଅବପାତ ଏବେ ଚେନ୍ନାଇଠୁ ୮୦୦ କିଲୋମିଟର ଦୂରରେ ଥିବାContinue reading “ଅବପାତର ରୂପ ନେଲା ବଙ୍ଗୋପସାଗରରେରେ ସୃଷ୍ଟ ଲଘୁଚାପ । ଆସନ୍ତା ୩ରେ ବାତ୍ୟା ଆଶଙ୍କା । ଓଡିଶା ଉପରେ ପଡିନପାରେ ପ୍ରଭାବ । “
ଜଳଖିଆ ଦୋକାନୀ ସସ୍ମିତା ବେହେରା ହତ୍ୟା ଘଟଣା । ୨୩ ଦିନ ପରେ ଧରାପଡିଲା ଅଭିଯୁକ୍ତ । ଘୁଗୁନି ଖାଇବାକୁ ନେଇ ହୋଇଥିଲା ଛୁରାମାଡ ।
କନକ ବ୍ୟୁରୋ: ଚନ୍ଦକା ଗୋଠପାଟଣା ଅଞ୍ଚଳରେ ମହିଳା ଜଳଖିଆ ଦୋକାନୀ ସସ୍ମିତା ବେହେରାଙ୍କୁ ଛୁରୀ ଭୂସି ହତ୍ୟା ଘଟଣା । ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ଚନ୍ଦକା ଥାନା ପୋଲିସ । ଗିରଫ ଅଭିଯୁକ୍ତ ମିଥୁନ୍ ଜେନା । ଅଭିଯୁକ୍ତକୁ ନେଇ ସିନ୍ ରିକ୍ରିଏଟ କରିଛି ଚନ୍ଦକା ଥାନା ପୋଲିସ । ଘଟଣା ସ୍ଥଳକୁ ଯାଇ ଡେମୋ ଦେଖାଇଛି ଅଭିଯୁକ୍ତ । ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଛୁରୀ ଜବତ କରିଛି ପୋଲିସ । ଗତContinue reading “ଜଳଖିଆ ଦୋକାନୀ ସସ୍ମିତା ବେହେରା ହତ୍ୟା ଘଟଣା । ୨୩ ଦିନ ପରେ ଧରାପଡିଲା ଅଭିଯୁକ୍ତ । ଘୁଗୁନି ଖାଇବାକୁ ନେଇ ହୋଇଥିଲା ଛୁରାମାଡ ।”