କନକ ବ୍ୟୁରୋ : ୬ ମାସ ପୂର୍ବେ ନିଜ ପ୍ରେମିକ ପାଇଁ ଦେଶରୁ ଲୁଚି ପାକିସ୍ତାନ ପଳାଇଥିବା ଅଞ୍ଜୁ ଏବେ ଭାରତ ଫେରିଛନ୍ତି । ଫେସବୁକ ବନ୍ଧୁ ନସରୁଲ୍ଲାଙ୍କ ପ୍ରେମରେ ପଡି ଜୁଲାଇ ମାସରେ ପାକିସ୍ତାନକୁ ଲୁଚି ପଳାଇଥିଲେ ଅଞ୍ଜୁ । ଏପରିକି ନସରୁଲ୍ଲାଙ୍କୁ ବିବାହ କରି ଅଞ୍ଜୁରୁ ନାଁ ବଦଳାଇ ପାଲଟିଥିଲେ ଫତିମା । ହେଲେ ୬ ମାସ ସେଠାରେ ରହିବା ପରେ ଏବେ ସେ ଭାରତ ଫେରିଛନ୍ତି । ବୁଧବାର ୱାର୍ଘା ବର୍ଡର ଦେଇContinue reading “ପାକିସ୍ତାନରୁ ଭାରତ ଫେରିଲେ ‘ଫତିମା’ । ଅଞ୍ଜୁର ଫତିମାକୁ ବଦାଳାଇଥିଲେ ନାଁ, ଏବେ ହଠାତ୍ କାହିଁକି ଆସିଲେ ଭାରତ?”
Tag Archives: News
ବଲିଉଡ ଷ୍ଟାରଙ୍କ ‘ସ୍ୱଦେଶୀ’ ବାହାଘର । ଚର୍ଚ୍ଚାରେ ରଣଦୀପ ହୁଡାଙ୍କ ବିବାହ, ସଂସ୍କୃତି ଓ ପରମ୍ପରାକୁ ଦେଲେ ପ୍ରାଧାନ୍ୟ
କନକ ବ୍ୟୁରୋ : ବଲିଉଡ ଷ୍ଟାର ରଣଦୀପ ହୁଡାଙ୍କ ବିବାହ ଏବେ ଚର୍ଚ୍ଚାରେ । ନିଜ ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ଲିନ୍ ଲେସରାମଙ୍କ ହାତ ଧରିଛନ୍ତି ରଣଦୀପ । ଇମ୍ପାଲର ଏକ ରିସର୍ଟରେ ସମ୍ପୂର୍ଣ୍ଣ ମୈତେଇ ରୀତିନୀତିରେ ହୋଇଛି ଏହି ବିବାହ । ଉଭୟଙ୍କ ବିବାହ ବେଳର ଫଟୋ ଓ ଭିଡିଓ ଏବେ ସୋଶାଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଏହି ବିବାହ ଏଇଥିପାଇଁ ଚର୍ଚ୍ଚାରେ କାରଣ ଅନେକ ବଲିଉଡ ଷ୍ଟାର ନିଜ ବିବାହକୁ ସ୍ମରଣୀୟContinue reading “ବଲିଉଡ ଷ୍ଟାରଙ୍କ ‘ସ୍ୱଦେଶୀ’ ବାହାଘର । ଚର୍ଚ୍ଚାରେ ରଣଦୀପ ହୁଡାଙ୍କ ବିବାହ, ସଂସ୍କୃତି ଓ ପରମ୍ପରାକୁ ଦେଲେ ପ୍ରାଧାନ୍ୟ”
ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି । ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ବଡ଼ ନିଷ୍ପତି, ୯୭ଟି ତେଜସ ଯୁଦ୍ଧ ବିମାନ ଓ ୧୫୬ ପ୍ରଚଣ୍ଡ ହେଲିକ୍ପଟର କ୍ରୟକୁ ମଂଜୁରୀ ପ୍ରଦାନ
କନକ ବ୍ୟୁରୋ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଗୁରୁବାର ବସିଥିବା ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ବୈଠକରେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ୯୭ଟି ତେଜସ୍ ଲଢୁଆ ବିମାନ ଓ ୧୫୬ଟି ପ୍ରଚଣ୍ଡ ଆଟାକ୍ ହେଲିକପ୍ଟର କିଣିବାକୁ ମଞ୍ଜୁରୀ ଦିଆଯାଇଛି । ଏସବୁର ମୋଟ ମୂଲ୍ୟ ୧ ଲକ୍ଷ ୧୦ ହଜାର କୋଟି ଟଙ୍କା ହେବ । ଏହାଛଡ଼ା ଆଉ କିଛି ପ୍ରତିରକ୍ଷା ଉପକରଣ କ୍ରୟକୁ ମଧ୍ୟ ମଞ୍ଜୁରୀ ମିଳିଛି । ଭାରତୀୟ ବାୟୁସେନା ପାଇଁContinue reading “ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି । ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ବଡ଼ ନିଷ୍ପତି, ୯୭ଟି ତେଜସ ଯୁଦ୍ଧ ବିମାନ ଓ ୧୫୬ ପ୍ରଚଣ୍ଡ ହେଲିକ୍ପଟର କ୍ରୟକୁ ମଂଜୁରୀ ପ୍ରଦାନ”
ଯୁଦ୍ଧ ବିରତି ମଧ୍ୟରେ ଇସ୍ରାଏଲର ନୂଆ ପଦକ୍ଷେପ । ଗାଜା ପଟିରେ ପଶି ଔଫିର କଲୋନୀର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ
କନକ ବ୍ୟୁରୋ : ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଯୁଦ୍ଧ ସାମୟିକ ଭାବେ ବନ୍ଦ ରହିଛି । ଉଭୟ ଦେଶ ମଧ୍ୟରେ କିଛି ଚୁକ୍ତିନାମା ହୋଇଛି । ହମାସ୍ ୫୦ ଜଣ ବନ୍ଧକଙ୍କୁ ମୁକ୍ତ କରୁଥିବାବେଳେ ଇସ୍ରାଏଲ୍ ୧୫୦ ପାଲେଷ୍ଟାଇନ ବନ୍ଦୀଙ୍କୁ ମୁକ୍ତ କରିବ । ବନ୍ଧକ ମୁକ୍ତ ହେବା ମଧ୍ୟରେ ଇସ୍ରାଏଲ୍ ପାଲେଷ୍ଟାଇନରେ ଏକ ନୂଆ ପଦକ୍ଷେପ ନେଇଛି । ଇସ୍ରାଏଲ୍ ଗାଜାରେ ଏକ ଔଫିର ନାମରେ ଏକ କଲୋନୀ ନିର୍ମାଣ ଆରମ୍ଭ କରିଛିContinue reading “ଯୁଦ୍ଧ ବିରତି ମଧ୍ୟରେ ଇସ୍ରାଏଲର ନୂଆ ପଦକ୍ଷେପ । ଗାଜା ପଟିରେ ପଶି ଔଫିର କଲୋନୀର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ”
ଶୀତକାଳୀନ ଅଧିବେଶନ ପୂର୍ବରୁ ରାଜ୍ୟସଭା ସାଂସଦଙ୍କ ପାଇଁ ନିୟମାବାଳି ଜାରି । ଗୃହରେ ଉଠାଇବାକୁ ଥିବା ପ୍ରସଙ୍ଗ ଆଗୁଆ କରିପାରିବେନି ସାର୍ବଜନୀନ
କନକ ବ୍ୟୁରୋ : ଆସନ୍ତା ସପ୍ତାହରୁ ସଂସଦର ଶୀତକାଳୀନ ଅଧିବେଶନ । ରାଜ୍ୟସଭାରେ ଉଠାଯାଇଥିବା ପ୍ରସଙ୍ଗ ଉପରେ କୌଣସି ପ୍ରଚାର ହେବା ଉଚିତ ନୁହେଁ ବୋଲି ରାଜ୍ୟସଭା ସାଂସଦମାନଙ୍କୁ ନିର୍ଦ୍ଦେଶ ରହିଛି । ଗୃହର ଅଧ୍ୟକ୍ଷ ନୋଟିସ୍ ଅନୁମୋଦନ ନକରିବା ପର୍ଯ୍ୟନ୍ତ ଏବଂ ଅନ୍ୟ ସାଂସଦମାନଙ୍କୁ ଏହା ଜଣାଇବା ପର୍ଯ୍ୟନ୍ତ ବିଜ୍ଞପ୍ତିଗୁଡିକ ସାର୍ବଜନୀନ କରାଯିବା ଉଚିତ୍ ନୁହେଁ ବୋଲି କୁହାଯାଇଛି । ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ସାଂସଦମାନଙ୍କୁ ଦିଆଯାଇଥିବା ନିର୍ଦ୍ଦେଶରେ ସଂସଦର ପରମ୍ପରା ଏବଂ ପ୍ରକ୍ରିୟାContinue reading “ଶୀତକାଳୀନ ଅଧିବେଶନ ପୂର୍ବରୁ ରାଜ୍ୟସଭା ସାଂସଦଙ୍କ ପାଇଁ ନିୟମାବାଳି ଜାରି । ଗୃହରେ ଉଠାଇବାକୁ ଥିବା ପ୍ରସଙ୍ଗ ଆଗୁଆ କରିପାରିବେନି ସାର୍ବଜନୀନ”
ଏକଜିଟ୍ ପୋଲ ଭିତରେ ଆସିଲା ଭଲ ଖବର । ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ବଢିଛି ଅଭିବୃଦ୍ଧି ହାର
କନକ ବ୍ୟୁରୋ : ବଢିଲା ଅଭିବୃଦ୍ଧି ହାର । ଜୁଲାଇରୁ ସେପ୍ଟେମ୍ବର ମାସ ମଧ୍ୟରେ ଅଭିବୃଦ୍ଧି ହାର ୭.୬ ପ୍ରତିଶତ ରହିଛି । କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ମନ୍ତ୍ରଣାଳୟ ଏହି ରିପୋର୍ଟ ଜାରି କରିଛି । ପୂର୍ବ ବର୍ଷ ଏହି ସମୟରେ ଅଭିବୃଦ୍ଧି ହାର ୬.୨ ପ୍ରତିଶତ ଥିଲା । ତେବେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସିକ ଜିଡିପି ଅଭିବୃଦ୍ଧି ୭.୮ ପ୍ରତିଶତ ରହିଥିଲା । ଜୁଲାଇ-ସେପ୍ଟେମ୍ବର ତ୍ରୟମାସରେ ଜିଡିପି ଅଭିବୃଦ୍ଧି ୬.୫ ପ୍ରତିଶତ ରହିବContinue reading “ଏକଜିଟ୍ ପୋଲ ଭିତରେ ଆସିଲା ଭଲ ଖବର । ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ବଢିଛି ଅଭିବୃଦ୍ଧି ହାର”
ଶେଷ ଦିନରେ ତେଲେଙ୍ଗାନାରେ ୧୧୯ ବିଧାନସଭା ଆସନ ପାଇଁ ପଡିଲା ଭୋଟ । ଧାଡିରେ ଛିଡା ହୋଇ ଭୋଟ ଦେଲେ ନେତା, ଜନତା ଏବଂ ଅଭିନେତା
କନକ ବ୍ୟୁରୋ : ସରିଲା ୫ ରାଜ୍ୟର ବିଧାନସଭା ନିର୍ବାଚନ । ଗୁରୁବାର ଅନ୍ତିମ ପର୍ଯ୍ୟାୟରେ ତେଲେଙ୍ଗାନା ପାଇଁ ପଡିଛି ଭୋଟ୍ । ମୋଟ୍ ୧୧୯ ବିଧାନସଭା ଆସନ ପାଇଁ ମତଦାନ ସରିଛି । ଇଭିଏମରେ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ କରିଛନ୍ତି ମତଦାତା । ତେବେ ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ମତଦାନ ସନ୍ଧ୍ୟା ୫ଟା ଯାଏଁ ଚାଲିଥିଲା । ଏଥର ତେଲେଙ୍ଗାନାରେ ଆଶାଠୁ କମ୍ ଭୋଟିଂ ହୋଇଛି । ମୋଟ ୨୨୯୦ ଜଣ ପ୍ରାର୍ଥୀContinue reading “ଶେଷ ଦିନରେ ତେଲେଙ୍ଗାନାରେ ୧୧୯ ବିଧାନସଭା ଆସନ ପାଇଁ ପଡିଲା ଭୋଟ । ଧାଡିରେ ଛିଡା ହୋଇ ଭୋଟ ଦେଲେ ନେତା, ଜନତା ଏବଂ ଅଭିନେତା”
ସରିଲା ପାଞ୍ଚ ରାଜ୍ୟର ମତଦାନ । ‘୨୪’ ଲଢ଼େଇ ପାଇଁ ବଳ ଦେବ ଫଳାଫଳ, ହିନ୍ଦୀ ହାର୍ଟଲ୍ୟାଣ୍ଡରେ କାହାର ରହିବ ପ୍ରଭାବ?
କନକ ବ୍ୟୁରୋ : ସରିଛି ପାଂଚ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ମତଦାନ । ଆସନ୍ତାବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ବିଧାନସଭା ନିର୍ବାଚନ । ତେଣୁ ଫଳାଫଳ ଉପରେ ଏବେ ସମସ୍ତଙ୍କ ନଜର ରହିଛି । କାରଣ ଦିଲ୍ଲୀ ଗାଦିରେ ବସିବାକୁ ହେଲେ ହିନ୍ଦୀ ହାର୍ଟଲ୍ୟାଣ୍ଡର ଫଳାଫଳ ଗୋଟିଏ ବଡ ବଳ ଦେଇଥାଏ । ୫ ରାଜ୍ୟର ରାଜନୈତିକ ଦୃଶ୍ୟପଟ୍ଟ ବେଶ୍ ଭିନ୍ନ ରହିଛି । ମଧ୍ୟପ୍ରଦେଶରେ ବିଜେପି କ୍ଷମତାରେ ଥିବା ବେଳେ ରାଜସ୍ଥାନContinue reading “ସରିଲା ପାଞ୍ଚ ରାଜ୍ୟର ମତଦାନ । ‘୨୪’ ଲଢ଼େଇ ପାଇଁ ବଳ ଦେବ ଫଳାଫଳ, ହିନ୍ଦୀ ହାର୍ଟଲ୍ୟାଣ୍ଡରେ କାହାର ରହିବ ପ୍ରଭାବ?”
ସରିଲା ରତ୍ନଭଣ୍ଡାର ବାହାରର ଲେଜର ସ୍କାନିଂ । ୪୫ଟି ପଏଣ୍ଟର ହେଲା ଫଟୋଗ୍ରାଫି
କନକ ବ୍ୟୁରୋ : ଶ୍ରୀମନ୍ଦିର ରତ୍ନଭଣ୍ଡାର ସୁରକ୍ଷା ନେଇ ଚାଲିଥିବା ଚର୍ଚ୍ଚା ଭିତରେ, ରତ୍ନଭଣ୍ଡାର ବାହାର ପାଶ୍ୱର୍ର ଲେଜର ସ୍କାନିଂ କାମ ସରିଛି । ଏଏସଆଇ’ର ୧୬ଜଣିଆ ଟିମ୍ ତିନି ଦିନ ଧରି ତର୍ଜମା କରିଛନ୍ତି । ଏଥିରେ ୪୫ଟି ପଏଂଟ’ର ଫଟୋଗ୍ରାଫି କରାଯାଇଛି । ଯାହାର, ଡକ୍ୟୁମେଣ୍ଟେସନ ଆରମ୍ଭ ହୋଇଛି । ତଥ୍ୟ ହସ୍ତଗତ ହେବା ପରେ ଫଟୋଗୁଡ଼ିକର ତର୍ଜମା ହେବ । ଆଉ ଫାଟ ଚିହ୍ନଟ ହେଲେ, ଫାଟର ଡ୍ରଇଂ କରାଯିବ । ଫାଟରContinue reading “ସରିଲା ରତ୍ନଭଣ୍ଡାର ବାହାରର ଲେଜର ସ୍କାନିଂ । ୪୫ଟି ପଏଣ୍ଟର ହେଲା ଫଟୋଗ୍ରାଫି”
ନାରୀ ଶକ୍ତିର ବିକାଶକୁ ରାଜ୍ୟପାଳଙ୍କ ଗୁରୁତ୍ୱ । ଯୁବ ଶକ୍ତିକୁ ସଶକ୍ତ କରିବାକୁ ଆହ୍ୱାନ
କନକ ବ୍ୟୁରୋ : ଅବସର ଥିଲା, କନକ ନ୍ୟୁଜର ଓଡିଶା ନିର୍ମାଣ କନକ୍ଲେଭ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ଅଭିଭାଷଣରେ ନାରୀ ଶକ୍ତିର ଗୁରୁତ୍ୱକୁ ବଖାଣିଛନ୍ତି ରାଜ୍ୟପାଳ ରଘୁବର ଦାସ । କହିଛନ୍ତି, ନାରୀଶକ୍ତି ବିନା ରାଜ୍ୟ କି ଦେଶ ଆଗକୁ ବଢ଼ିବା ଅସମ୍ଭବ । ଯେପର୍ଯ୍ୟନ୍ତ ସେମାନଙ୍କୁ ଉଚିତ୍ ସମ୍ମାନ ନମିଳିଛି ସେପର୍ଯ୍ୟନ୍ତ ରାଜ୍ୟ ଓ ଦେଶ ଆଗକୁ ବଢି ପାରିବ ନାହିଁ । ଏହାସହ ରାଜ୍ୟ ବିକାଶ ପାଇଁContinue reading “ନାରୀ ଶକ୍ତିର ବିକାଶକୁ ରାଜ୍ୟପାଳଙ୍କ ଗୁରୁତ୍ୱ । ଯୁବ ଶକ୍ତିକୁ ସଶକ୍ତ କରିବାକୁ ଆହ୍ୱାନ”