କନକ ବ୍ୟୁରୋ : କୋରାପୁଟ ସ୍ଥିତ ସରକାରୀ ମହାବିଦ୍ୟାଳୟ ପଡିଆ ଠାରେ ଜାତୀୟ ଲୋକ ମହୋଉତ୍ସବ ପରବ ଆରମ୍ଭ ହୋଇଯାଇଛି । ଏହି ଲୋକ ମହୋତ୍ସବ ପରବ ତିନି ଦିନ ଧରି ଚାଲିବ । ପରବ ମଂଚରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ ବିଭିନ୍ନ ଷ୍ଟଲରେ ପଡିଛି ହାତ ତିଆରି ସାମଗ୍ରୀ । ନବରଙ୍ଗପୁର ଜ଼ିଲ୍ଲାର କାରିଗରଙ୍କ ଦ୍ୱାରା ଧାନରେ ତିଆରି ମୂର୍ତି ଲୋକଙ୍କୁ ଆକର୍ଷିତ କରୁଛି । ପରବ ଷ୍ଟଲରେ ଶୋଭା ପାଉଛି ହନୁମାନ, ଜଗନ୍ନାଥ, ମାଆContinue reading “କୋରାପୁଟ ପରବ ମହୋତ୍ସବରେ ମନମୋହୁଛି ଧାନରେ କଳାକୃତି । ଧାନରେ ତିଆରି ରଙ୍ଗବେରଙ୍ଗର ମୂର୍ତି କିଣିବାକୁ ବଢୁଛି ଆଗ୍ରହ”
Tag Archives: News
ଛୋଟ ପରିବାର ଉପରେ ଭାଙ୍ଗି ପଡିଛି ଦୁଃଖର ପାହାଡ । କିଡନୀ ରୋଗରେ ପୀଡିତ ନିଶ୍ଚିନ୍ତକୋଇଲି ଟ୍ୟୁସନ ସାର
କନକ ବ୍ୟୁରୋ : ଆଗ ଭଳି ଶୁଭୁନି ଚାଟଶାଳି ସାରଙ୍କ ପଣିକିଆ ଡାକ । ପିଲା ଆସୁନାହାନ୍ତି କି ସାରଙ୍କ ପାଟି ଶୁଭୁନାହିଁ । ଜଟିଳ ରୋଗରେ ପଡି ନୀରବି ଯାଇଛନ୍ତି ସାର୍, ଶୂନଶାନ ହୋଇଯାଇଛି ପଢାଘର । କୁନି କୁନି ପିଲାଙ୍କ ଶିକ୍ଷାର ମୁଳୁଦୁଆ ପକାଉଥିବା ଚାଟଶାଳି ଗୁରୁ କଟକ ନିଶ୍ଚିନ୍ତକୋଇଲି ଭଗବାନପୁର ଗାଁର ରତିକାନ୍ତ ମୁଦୁଲି । ବର୍ଷ ବର୍ଷ ଧରି ପିଲାଙ୍କୁ ଟ୍ୟୁସନ୍ କରି ପରିବାର ଚଳାଉଥିଲେ । ହେଲେ ଦୁଇ ବର୍ଷContinue reading “ଛୋଟ ପରିବାର ଉପରେ ଭାଙ୍ଗି ପଡିଛି ଦୁଃଖର ପାହାଡ । କିଡନୀ ରୋଗରେ ପୀଡିତ ନିଶ୍ଚିନ୍ତକୋଇଲି ଟ୍ୟୁସନ ସାର”
ମାଟିରେ ମିଶିବ ଇଂଜେର ଅମଳର ସ୍ମୃତି । ଭଙ୍ଗା ଯିବ ବ୍ରହ୍ମପୁର ଓକିଲ ସଂଘର ପୁରୁଣା କୋଠା
କନକ ବ୍ୟୁରୋ : ବ୍ରହ୍ମପୁର ସହରର ମଧ୍ୟ ଭାଗରେ ରହିଛି ଗଞ୍ଜାମ ଜିଲ୍ଲା ଦୌରାଜଜଙ୍କ ଅଦାଲତ । ଅଦାଲତ ସାମ୍ନାରେ ଥିବା ଗଞ୍ଜାମ ଓକିଲ ସଂଘର ବହୁ ପୁରାତନ କୋଠାଟି ମାଟିରେ ମିଶିିବାକୁ ଯାଉଛି । କୋଠା ଭାଙ୍ଗିବା ପୂର୍ବରୁ ସମସ୍ତ ଆସବାବ ପତ୍ର ଓ ଆବଶ୍ୟକିୟୀ ଦସ୍ତାବିଜ୍ ସ୍ଥାନ୍ତାନ୍ତରିତ କରିବାକୁ ସଂଘକୁ ଲିଖିତ ଭାବେ ଜଣାଇ ଦେଇଛନ୍ତି ମାନ୍ୟବର ଜିଲ୍ଲା ଦୌରାଜଜ୍ଙ୍କ କାର୍ଯ୍ୟାଳୟ । ପୁରୁଣା କୋଠାକୁ ଭାଙ୍ଗି ସେହି ସ୍ଥାନରେ ୫ ମହଲା ବିଶିଷ୍ଠContinue reading “ମାଟିରେ ମିଶିବ ଇଂଜେର ଅମଳର ସ୍ମୃତି । ଭଙ୍ଗା ଯିବ ବ୍ରହ୍ମପୁର ଓକିଲ ସଂଘର ପୁରୁଣା କୋଠା”
ପାଖରେ ପରିବାର ନଥିଲେ କଣ ହୁଏ । ଜୀବନର ଗତିପଥ କେମିତି ବଦଳି ଯାଏ, ପାଠ ପଢୁଥିବା ପିଲା ବିଦ୍ୟାଳୟ ବଦଳରେ ଗାଇ ଚରାଇବାକୁ ଜଙ୍ଗଲକୁ ଯାଏ
କନକ ବ୍ୟୁରୋ : ଗଜପତି ମୋହନା ବ୍ଲକ ବାଡେଗୁଡା ପଂଚାୟତ ପାଦେରମା ଗାଁର ରାହୁଲ ମଲ୍ଲିକ । ଅସହାୟ ହୋଇପଡିଛି ରାହୁଲ । ଆହା ପଦେ କହିବାକୁ କେହି ନାହିଁ । ସକାଳ ହେଲେ ଗାଇ ନେଇ ଜଙ୍ଗଲକୁ ଚରାଇବାକୁ ଯାଉଛନ୍ତି । ଦିନ ତମାମ ଜଙ୍ଗଲରେ ରହିବା ପରେ ସଂଧ୍ୟାରେ ଘରକୁ ଫେରୁଛି କୁନି ପୁଅ । ଗତବର୍ଷ ମାଆକୁ ହତ୍ୟା କରି ବାପା ପ୍ରମୋଦ ମଲ୍ଲିକ ଜେଲ ଯିବା ପରଠାକୁ ଏକା ହୋଇଯାଇଛି ରାହୁଲContinue reading “ପାଖରେ ପରିବାର ନଥିଲେ କଣ ହୁଏ । ଜୀବନର ଗତିପଥ କେମିତି ବଦଳି ଯାଏ, ପାଠ ପଢୁଥିବା ପିଲା ବିଦ୍ୟାଳୟ ବଦଳରେ ଗାଇ ଚରାଇବାକୁ ଜଙ୍ଗଲକୁ ଯାଏ”
ଦାଦନ ଖଟୁଛନ୍ତି ପୂର୍ବ ବ୍ଲକ ଅଧ୍ୟକ୍ଷା । ସମ୍ବଲପୁର ଜିଲ୍ଲା ଛାଡ଼ି କାନ୍ତି କୁମ୍ଭାର ତାମିଲନାଡ଼ୁରେ ପୁଅ ସହ କରୁଛନ୍ତି କାମ
କନକ ବ୍ୟୁରୋ : ଦିନେ ସକାଳୁ ରାତି ଯାଏଁ ଘର ବାହାରେ ଲୋକଙ୍କ ଭିଡ ଜମୁଥିଲା । କିଏ ମୁଣ୍ଡିଆ ମାରୁଥିଲା ତ ଆଉ କିଏ କାମ ପାଇଁ ଗୁହାରୀ କରୁଥିଲା । ହେଲେ ଭାଗ୍ୟର ବିଡମ୍ବନା, ଅନ୍ୟକୁ କାମ ଦେଉଥିବା ମଣିଷ ବର୍ତମାନ ଦାଦନ । ପେଟ ପାଇଁ ଦାଦନ ଖଟୁଛନ୍ତି ପୂର୍ବତନ ବ୍ଲକ ଅଧ୍ୟକ୍ଷ । ତାମିଲନାଡୁର ଏକ କାରଖାନାରେ ମେସିନ ଚଳାଇଲେ ପରିବାର ଚଳୁଛି । ଏ ହେଉଛନ୍ତି ସମ୍ବଲପୁର ଧନକଉଡା ବ୍ଲକContinue reading “ଦାଦନ ଖଟୁଛନ୍ତି ପୂର୍ବ ବ୍ଲକ ଅଧ୍ୟକ୍ଷା । ସମ୍ବଲପୁର ଜିଲ୍ଲା ଛାଡ଼ି କାନ୍ତି କୁମ୍ଭାର ତାମିଲନାଡ଼ୁରେ ପୁଅ ସହ କରୁଛନ୍ତି କାମ”
ଖଳାକୁ ଆସିବା ଆଗରୁ ଜାଳିଦେଲା ବର୍ଷା । ପାଣି ଅଭାବରୁ କଳାହାଣ୍ଡି ଜିଲ୍ଲାର ଦଣ୍ଡପାଟ ଅଂଚଳରେ ମରୁଡି ଆଶଙ୍କା
କନକ ବ୍ୟୁରୋ : ଶୁଖିଲା ପଡିଛି ଧାନ ବିଲ । ଧାନ ଗଛ ଜଳି ଗଲାଣି । ଅନେକ ସ୍ଥାନରେ ଜମି ପଡିଆ ପଡିଛି । ପାଣି ଅଭାବରୁ ମାଟି ଫାଟି ଆଁ କରିଛି । ବର୍ଷାକୁ ଭରସା କରି ଧାନ ଚାଷ କରିଥିବା ଦଣ୍ଡପାଟ ଅଂଚଳର ଚାଷୀ ବହୁ ସମସ୍ୟା ଭିତରେ ଘାଂଟି ହେଉଥିବା ଅଭିଯୋଗ କରିଛନ୍ତି । ଧର୍ମଗଡ଼ ଉପଖଣ୍ଡର କୋକସରା ଓ ଧର୍ମଗଡ ବ୍ଲକର ୬୬ଟି ଗାଁକୁ ଦଣ୍ଡପାଟ ଅଂଚଳ କୁହାଯାଏ ।Continue reading “ଖଳାକୁ ଆସିବା ଆଗରୁ ଜାଳିଦେଲା ବର୍ଷା । ପାଣି ଅଭାବରୁ କଳାହାଣ୍ଡି ଜିଲ୍ଲାର ଦଣ୍ଡପାଟ ଅଂଚଳରେ ମରୁଡି ଆଶଙ୍କା”
ଡିସେମ୍ବର ପହିଲାରୁ ବଦଳି ଯିବ ସିମ୍ କିଣିବା ନିୟମ । ନକଲି ଫୋନକଲ ରୋକିବାକୁ ସରକାର ନେବାକୁ ଯାଉଛନ୍ତି ବଡ ପଦକ୍ଷେପ
କନକ ବ୍ୟୁରୋ : ଡିସେମ୍ବର ପହିଲାରୁ ସରକାର ସିମ୍ କିଣିବା ନିୟମ ଉପରେ ପରିବର୍ତ୍ତନ କରିବକୁ ଯାଉଛନ୍ତି । ଏହି ନିମୟ ଅକ୍ଟୋବର ପହିଲାରୁ ଲାଗୁ ହେବାର ଥିଲା । ହେଲେ ସରକାର ଏହାକୁ ୨ ମାସ ବୃଦ୍ଧି କରିଥିଲେ । ଯଦି ଆପଣ ସିମ୍ ଡିଲର ବା ସିମ୍ କାର୍ଡ କିଣିବାକୁ ଯାଉଛନ୍ତି ତେବେ ଆପଣଙ୍କୁ ଏହି ନୂଆ ନିୟମ ବାବଦରେ ଜାଣିବା ନିହାତି ଜରୁରୀ । ନୂଆ ନିୟମ ମୁତାବକ ସିମ୍ ବିକ୍ରୟ କରୁଥିବାContinue reading “ଡିସେମ୍ବର ପହିଲାରୁ ବଦଳି ଯିବ ସିମ୍ କିଣିବା ନିୟମ । ନକଲି ଫୋନକଲ ରୋକିବାକୁ ସରକାର ନେବାକୁ ଯାଉଛନ୍ତି ବଡ ପଦକ୍ଷେପ”
ଜଙ୍ଗଲ ରାସ୍ତାରେ ବାଘୁଆ ମହୁମାଛି ଆତଙ୍କ । ୨ ଛାତ୍ରଙ୍କ ସମେତ ୭ ଜଣ ଗୁରୁତର ।
କନକ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକର ବର୍ତନା ଜଙ୍ଗଲ ରାସ୍ତାରେ ବାଘୁଆ ମହୁମାଛି ଆତଙ୍କ । ରାସ୍ତାରେ ଯାଉଥିବା ଲୋକଙ୍କୁ ବାଘୁଆ ମହୁମାଛି ଗୋଡେଇ ଗୋଡେଇ କାମୁଡିଛି । ବାଘୁଆ ମହୁମାଛି କାମୁଡାରେ ୨ ଜଣ ସ୍କୁଲ ଛାତ୍ରଙ୍କ ସମେତ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ବୈଶିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ଚିକିତ୍ସା ପରେ ସମସ୍ତେ ସୁସ୍ଥ ହୋଇ ଘରକୁ ଫେରିବା ବେଳେ ୨ ଜଣ ଏବେ ବିContinue reading “ଜଙ୍ଗଲ ରାସ୍ତାରେ ବାଘୁଆ ମହୁମାଛି ଆତଙ୍କ । ୨ ଛାତ୍ରଙ୍କ ସମେତ ୭ ଜଣ ଗୁରୁତର ।”
ପ୍ରତାରିତ କଲା ପାକିସ୍ତାନୀ ପ୍ରେମିକ ! ୫ ମାସ ପରେ ଭାରତ ଫେରିଲେ ଅଞ୍ଜୁ
କନକ ବ୍ୟୁରୋ : ଦୀର୍ଘ ୫ମାସ ପରେ ଭାରତ ଫେରିଛନ୍ତି ପାକିସ୍ତାନ ଚାଲିଯାଇଥିବା ଅଞ୍ଜୁ । ବିବାହିତା ମହିଳା ଅଞ୍ଜୁ ଜଣେ ପାକିସ୍ତାନ ନାଗରିକଙ୍କ ପ୍ରେମରେ ପଡି ଭାରତ ଛାଡି ପାକିସ୍ତାନ ପଳାଇ ଯାଇଥିଲା । ସେଠାରେ ସେ ପାକିସ୍ତାନୀ ନାଗରିକ ନସୁରୁଲ୍ଲାହଙ୍କୁ ବିବାହ କରିଥିଲେ । ଏହି ବିବାହ ଓ ତା ପରର ଫଟୋ ସବୁ ଅଞ୍ଜୁ ସୋସିଆଲ ମିଡିଆରେ ପୋଷ୍ଟ କରି ବେଶ୍ ଚର୍ଚ୍ଚାକୁ ଆସିଥିଲେ । ଅଞ୍ଜୁ ପର୍ଯ୍ୟଟକ ଭିସାରେ ପାକିସ୍ତାନ ଯାଇଥିଲେContinue reading “ପ୍ରତାରିତ କଲା ପାକିସ୍ତାନୀ ପ୍ରେମିକ ! ୫ ମାସ ପରେ ଭାରତ ଫେରିଲେ ଅଞ୍ଜୁ”
ଘରେ କେହି ନଥିବା ବେଳେ ଆଲମିରା ଖୋଲି ଲକ୍ଷେ ଟଙ୍କା ଚୋରିକଲା କାମବାଲି । ଲକ୍ଷ୍ମୀସାଗର ଥାନାରେ ଏତଲା । ପୋଲିସର ତଦନ୍ତ ଜାରି
କନକ ବ୍ୟୁରୋ: ରାଜଧାନୀରେ ଘର କାମବାଲୀଙ୍କୁ ସାବଧାନ । ମଉକା ପାଇଲେ ଘରେ କାମ କରୁଥିବା କାମବାଲୀ ଆପଣଙ୍କ ଘରେ କଳା କନା ବୁଲାଇ ଦେଇପାରେ । ସତର୍କ ନ ରହିଲେ, ଯାହାକୁ ଆପଣ ଘରର ସଦସ୍ୟ ଭଳି ଭାବୁଛନ୍ତି ସୁଯୋଗ ପାଇଲେ ସେ ଆପଣଙ୍କୁ ଚୁନା ଲଗାଇ ଦେଇପାରେ । ଭୁବନେଶ୍ୱର ଝାରପଡାର ଜଗନ୍ନାଥ ନଗରରେ ଘଟିଛି ଏଭଳି ଘଟଣା । ଘରେ କେହିନଥିବା ସୁଯୋଗରେ କେମିତି କାମବାଲୀ ଆଲମିରାରରୁ ନଗଦ ଏକ ଲକ୍ଷ ଟଙ୍କାContinue reading “ଘରେ କେହି ନଥିବା ବେଳେ ଆଲମିରା ଖୋଲି ଲକ୍ଷେ ଟଙ୍କା ଚୋରିକଲା କାମବାଲି । ଲକ୍ଷ୍ମୀସାଗର ଥାନାରେ ଏତଲା । ପୋଲିସର ତଦନ୍ତ ଜାରି”