କନକ ବ୍ୟୁରୋ: ଆଇପିଏଲକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଗୁଜୁରାଟ ଟାଇଟନ୍ସ ନିଜ ଅଧିନାୟକ ନାଁ ଘୋଷଣା କରିଛି । ଟିମ ଇଣ୍ଡିଆର ଷ୍ଟାର ଓପନର ଶୁଭମନ ଗିଲ ଆସନ୍ତା ଆଇପିଏଲରେ ଗୁଜୁରାଟ ଟାଇଟନ୍ସର ଅଧିନାୟକ ରହିବେ । ଗୁଜୁରାଟର ପୂର୍ବତନ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସକୁ ଚାଲିଯିବା ପରେ ଏଭଳି ବଡ ନିଷ୍ପତ୍ତି ନେଇଛି ଗୁଜୁରାଟ ଟାଇଟନ୍ସ । ଗୁଜୁରାଟ କ୍ୟାପଟେନ ରେସରେ କେନ ୱିଲିୟମସନଙ୍କ ନାଁ ବି ରହିଥିଲା ।Continue reading “ଅଧିନାୟକ ଘୋଷଣା କଲା ଗୁଜୁରାଟ ଟାଇଟନ୍ସ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଶୁଭମନ ହେଲେ କ୍ୟାପଟେନ”
Tag Archives: News
ଡିସେମ୍ବରରେ ପୁଣି ବାତ୍ୟା ଆଶଙ୍କା । ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ମୁହାଁ ହେବା ନେଇ ଆକଳନ । ନଭେମ୍ବର ୩୦ରୁ ଡିସେମ୍ବର ୪ ମଧ୍ୟରେ ରହିପାରେ ପ୍ରଭାବ ।
କନକ ବ୍ୟୁରୋ: ବାତ୍ୟା ନେଇ ଆକଳନ କରୁଛି ପାଣିପାଗ ବିଭାଗ । ଦକ୍ଷିଣ ଆଣ୍ଡାମାନ୍ ପାଶ୍ୱର୍ବର୍ତ୍ତୀ ମଲାକା ଷ୍ଟ୍ରେଟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ୨୯ ତାରିଖରେ ଅବପାତ ସୃଷ୍ଟି ହେବା ନେଇ କହିଛନ୍ତି ପାଣିପାଗ ବିଜ୍ଞାନୀ । ୪୮ ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇ ବାତ୍ୟାର ରୂପContinue reading “ଡିସେମ୍ବରରେ ପୁଣି ବାତ୍ୟା ଆଶଙ୍କା । ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ମୁହାଁ ହେବା ନେଇ ଆକଳନ । ନଭେମ୍ବର ୩୦ରୁ ଡିସେମ୍ବର ୪ ମଧ୍ୟରେ ରହିପାରେ ପ୍ରଭାବ ।”
ଆମେରିକାରେ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଅସଦାଚରଣ । ଖାଲିସ୍ତାନୀମାନେ ତାଙ୍କୁ ଠେଲାପେଲା କରିବାକୁ ଚେଷ୍ଟା କରିଥିଲେ
ଆମେରିକାର ବିଚ୍ଛିନ୍ନତାବାଦୀମାନେ ଭାରତୀୟ ରାଷ୍ଟ୍ରଦୂତଙ୍କ ପ୍ରତି ଅସଦାଚରଣ କରିଛନ୍ତି । ନିଷିଦ୍ଧ ବିଚ୍ଛିନ୍ନତାବାଦୀ ସଂଗଠନ ‘ଶିଖ୍ ଫର ଜଷ୍ଟିସ୍’ କିମ୍ବା SFJ ସହିତ ଜଡିତ ବିଚ୍ଛିନ୍ନତାବାଦୀମାନେ ରାଜଦୂତ ସିଂଙ୍କୁ ଘେରିବାକୁ ଚେଷ୍ଟା କରିଥିଲେ । ତେବେ ଭାରତୀୟ ରାଷ୍ଟ୍ରଦୂତ ତାରଞ୍ଜିତ ସିଂ ସାନ୍ଧୁ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ଅସଦାଚରଣ ଉଦ୍ୟମ ପରେ ସାନ୍ଧୁ ଶୀଘ୍ର ଗୁରୁଦ୍ୱାରରୁ ଫେରି ଆସିଥିଲେ । ଚଳିତ ବର୍ଷ ଆମେରିକାରେ ଥିବା ଭାରତୀୟ ଦୂତାବାସ ଉପରେ ଆକ୍ରମଣ ମଧ୍ୟ କରାଯାଇଥିଲା । ଶିଖContinue reading “ଆମେରିକାରେ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଅସଦାଚରଣ । ଖାଲିସ୍ତାନୀମାନେ ତାଙ୍କୁ ଠେଲାପେଲା କରିବାକୁ ଚେଷ୍ଟା କରିଥିଲେ”
ଲାଞ୍ଚ ନେଇ ଧରାପଡ଼ିଲେ ଡାକ୍ତର । ଆଖି ଅପରେସନ୍ ପାଇଁ ରୋଗୀଙ୍କ ଠାରୁ ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ ।
କନକ ବ୍ୟୁରୋ: ଲାଞ୍ଚ ନେଇ ଧରାପଡ଼ିଲେ ଡାକ୍ତର । ଆଖି ଅସ୍ତ୍ରୋପଚାର ପାଇଁ ରୋଗୀଙ୍କ ଠାରୁ ୫ହଜାର ୫ଶହ ଟଙ୍କା ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଚକ୍ଷୁ ଡାକ୍ତର । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ସଞ୍ଜୀବ କୁମାର ମୋତିଆ ବିନ୍ଦୁ ଅପରେସନ ପାଇଁ ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି । ଯାଲୋଇ ଗାଁର ଲକ୍ଷ୍ମଣ ତ୍ରିପାଠୀଙ୍କ ଅସ୍ତ୍ରୋପଚାର ପାଇଁ ଏହି ଟଙ୍କା ନେଉଥିଲେ ଡାକ୍ତର । ତେବେ ଡାକ୍ତରଙ୍କ ବାସଭବନ, ସୋନପୁର ସହର ସ୍ଥିତContinue reading “ଲାଞ୍ଚ ନେଇ ଧରାପଡ଼ିଲେ ଡାକ୍ତର । ଆଖି ଅପରେସନ୍ ପାଇଁ ରୋଗୀଙ୍କ ଠାରୁ ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ ।”
ପୁଣି ଗାତରେ ପଡ଼ିଲା ନାବାଳିକା । ଏକ ଘଣ୍ଟାରୁ ଅଧିକ ସମୟ ହେଲା ଚାଲିଛି ଉଦ୍ଧାର କାମ ।
କନକ ବ୍ୟୁରୋ: ବିଦ୍ୟୁତ ଖୁଣ୍ଟ ପାଇଁ ଖୋଳା ଯାଇଥିବା ଗାତରେ ପଡି ଫସିଗଲା ନାବାଳିକା । ପ୍ରାୟ ଏକ ଘଣ୍ଟା ହେଲାଣି ଉଦ୍ଧାର ପାଇଁ ଉଦ୍ୟମ କରାଯାଉଛି । ହେଲେ ନାବାଳିଙ୍କୁ ଗାତରୁ ଉଦ୍ଧାର କରାଯାଇପାରୁ ନାହିଁ । ମାଲକାନଗିରି ଜିଲ୍ଲା ମାଥିଲି ସଦର ବ୍ଲକ କଲୋନୀରେ ଘଟିଛି ଏହି ଅଘଟଣ । ୮ ବର୍ଷର ଶିଶୁ କନ୍ୟ ଘର ପାଖରେ ଖେଳୁଥିବା ବେଳେ ବିଦ୍ୟୁତ ଖୁଣ୍ଟ ପୋତିବା ପାଇଁ ଖୋଳା ଯାଇଥିବା ଗାତରେ ଖସି ପଡିଥିଲାContinue reading “ପୁଣି ଗାତରେ ପଡ଼ିଲା ନାବାଳିକା । ଏକ ଘଣ୍ଟାରୁ ଅଧିକ ସମୟ ହେଲା ଚାଲିଛି ଉଦ୍ଧାର କାମ ।”
ୟୁଟ୍ୟୁବ ଏବଂ ଫେସବୁକକୁ ଭାରତ ସରକାରଙ୍କ କଡ଼ା ଚେତାବନୀ ।
ଭାରତ ସରକାର ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଏବଂ ଭିଡିଓ ଷ୍ଟ୍ରିମିଂ ସାଇଟ ୟୁଟ୍ୟୁବକୁ ତାଗିଦ କରିଛନ୍ତି । ସୋସିଆଲ ମିଡିଆ କମ୍ପାନୀମାନଙ୍କୁ ଡିପଫେକ ଏବଂ ଫେକ ନ୍ଯୁଜର ପ୍ରସାର ବନ୍ଦ କରିବାକୁ ସରକାର ଚେତାବନୀ ଦେଇଛନ୍ତି । ଏକ ରୁଦ୍ଧଦ୍ୱାର ବୈଠକରେ କେନ୍ଦ୍ର ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ସୋସିଆଲ ମିଡିଆ କମ୍ପାନୀଗୁଡ଼ିକୁ ଡିପଫେକ ଏବଂ ଫେକ ନ୍ଯୁଜର ପ୍ରସାରଣ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଛନ୍ତି । ମିଡିଆ ନିୟମ ୨୦୨୨Continue reading “ୟୁଟ୍ୟୁବ ଏବଂ ଫେସବୁକକୁ ଭାରତ ସରକାରଙ୍କ କଡ଼ା ଚେତାବନୀ ।”
ଇଂରେଜ ଲେଖକ ପଲ୍ ଲିଞ୍ଚ ୨୦୨୩ ପାଇଁ ପାଇଲେ ସମ୍ମାନଜନକ ବୁକର୍ ପୁରସ୍କାର। ଉପନ୍ୟାସ ‘’ପ୍ରଫେଟ ସଙ୍ଗ’ ପାଇଁ ପାଇଲେ ପୁରସ୍କାର ।
ଇଂରେଜ ଲେଖକ ପଲ୍ ଲିଞ୍ଚ ଗତ ରବିବାର ଦିନ ତାଙ୍କ ଉପନ୍ୟାସ ‘’ପ୍ରଫେଟ ସଙ୍ଗ’ ପାଇଁ ସମ୍ମାନଜନକ ବୁକର୍ ପୁରସ୍କାର ୨୦୨୩ ପାଇଛନ୍ତି । ଏହି ଉପନ୍ୟାସରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଏକ ପରିବାର ଏବଂ ଦେଶର କାହାଣୀ କୁହାଯାଇଛି । ଷଡଯନ୍ତ୍ର ଅନୁଯାୟୀ ଏକ କାଳ୍ପନିକ ଇଂରେଜ ସରକାରଙ୍କ ଅତ୍ୟାଚାର ସୀମା ଲଙ୍ଘି ଦେଶ ଅରାଜକତା ଆଡକୁ ଗତି କରୁଛି । ଲିଞ୍ଚଙ୍କ ପଞ୍ଚମ ଉପନ୍ୟାସ ପାଶ୍ଚାତ୍ୟ ଗଣତାନ୍ତ୍ରିକ ରାଷ୍ଟ୍ର ତଥା ସିରିଆରେ ହେଉଥିବା ବିସ୍ଫୋରଣContinue reading “ଇଂରେଜ ଲେଖକ ପଲ୍ ଲିଞ୍ଚ ୨୦୨୩ ପାଇଁ ପାଇଲେ ସମ୍ମାନଜନକ ବୁକର୍ ପୁରସ୍କାର। ଉପନ୍ୟାସ ‘’ପ୍ରଫେଟ ସଙ୍ଗ’ ପାଇଁ ପାଇଲେ ପୁରସ୍କାର ।”
ପାରାଦୀପରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ବୋଇତ ବନ୍ଦାଣ ପରେ ଜାହାଜରେ ବସି କଲେ ଜଳଯାତ୍ରା ।
କନକ ବ୍ୟୁରୋ: ପାରାଦୀପରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ବୋଇତ ବନ୍ଦାଣ ଉତ୍ସବର ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ଜାହାଜରେ ବସି ଜଳଯାତ୍ରା କରିଛନ୍ତି ମହାମହିମ । କୁନି କୁନି ପିଲାଙ୍କୁ ଚକୋଲେଟ୍ ବାଣ୍ଟିଥିଲେ ରାଷ୍ଟ୍ରପତି । ସେପଟେ ମହାମହିମଙ୍କ ଗସ୍ତକୁ ନେଇ ସଜେଇ ହୋଇଛି ବନ୍ଦର ନଗରୀ । ସାଧାରଣ ଜନତା ଓ ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତିଙ୍କୁ ବିପୁଳ ସ୍ୱାଗତ କରାଯାଇଥିଲା । ନେହେରୁ ବଙ୍ଗଳାରେ ରାଷ୍ଟ୍ରପତି ମଧ୍ୟାନ୍ନ ଭୋଜନContinue reading “ପାରାଦୀପରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ବୋଇତ ବନ୍ଦାଣ ପରେ ଜାହାଜରେ ବସି କଲେ ଜଳଯାତ୍ରା ।”
ଆସନ୍ତାକାଲିଠୁ ରତ୍ନଭଣ୍ଡାରର ଲେଜର ସ୍କାନିଂ । ବାହାର କାନ୍ଥର ସ୍କାନିଂ କରି ରିପୋର୍ଟ ଦେବ ଏଏସଆଇ । ବୈଷୟିକ ଟିମ୍ ସମୀକ୍ଷା କରିବା ପରେ ରତ୍ନଭଣ୍ଡାର ପ୍ରସଙ୍ଗରେ ନିଆଯିବ ନିଷ୍ପତ୍ତି ।
କନକ ବ୍ୟୁରୋ: ଆସନ୍ତାକାଲିଠୁ ଆରମ୍ଭ ହେବ ରତ୍ନଭଣ୍ଡାରର ଲେଜର ସ୍କାନିଂ । କାର୍ତିକ ମାସରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ଣ୍ଣିମା ପରଦିନଠୁ ସ୍କାନିଂ କରିିବାକୁ ନିଷ୍ପତ୍ତିି ନିଆଯାଇଥିଲା । ରତ୍ନଭଣ୍ଡାର ବାହାର ପଟ କାନ୍ଥର ପ୍ରଥମେ ସ୍କାନିଂ କରାଯିବା ପରେ କେଉଁ ସ୍ଥାନରେ ଫାଟ ଓ ଅନ୍ୟାନ୍ୟ ସମସ୍ୟା ରହିଛି, ତାହା ଚିହ୍ନଟ କରାଯିବ । ଆବଶ୍ୟକ ପଡ଼ିଲେ ଭିତର ରତ୍ନଭଣ୍ଡାର ଓ ଅନ୍ୟ ପାଶ୍ୱର୍ଦେବାଦେବୀଙ୍କ ମନ୍ଦିରର ମଧ୍ୟ ଲେଜର ସ୍କାନିଂ କରାଯିବାର ସୂଚନା ରହିଛିContinue reading “ଆସନ୍ତାକାଲିଠୁ ରତ୍ନଭଣ୍ଡାରର ଲେଜର ସ୍କାନିଂ । ବାହାର କାନ୍ଥର ସ୍କାନିଂ କରି ରିପୋର୍ଟ ଦେବ ଏଏସଆଇ । ବୈଷୟିକ ଟିମ୍ ସମୀକ୍ଷା କରିବା ପରେ ରତ୍ନଭଣ୍ଡାର ପ୍ରସଙ୍ଗରେ ନିଆଯିବ ନିଷ୍ପତ୍ତି ।”
ବିିଜେଡିରେ ଭିକେ ପାଣ୍ଡିଆନଙ୍କୁ ସ୍ୱାଗତ କଲେ ବରିଷ୍ଠ ସାଂସଦ ଓ ବିଧାୟକ । କହିଲେ ତାଙ୍କର ବିସ୍ତୃତ ଅଭିଜ୍ଞତା ଦଳ ପାଇଁ ଲାଭଦାୟୀ ହେବ ।
କନକ ବ୍ୟୁରୋ: ବିଜେଡିରେ ଆଜି ବିଦ୍ଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ଭିକେ ପାଣ୍ଡିଆନ୍ । ଦଳର ସମସ୍ତ ସାଂସଦ, ବିଧାୟକଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ଦଳରେ ସାମିଲ ହୋଇଛନ୍ତି ପାଣ୍ଡିଆନ୍ । ମୁଖ୍ୟମନ୍ତ୍ରୀ ତାଙ୍କୁ ଆଶୀର୍ବାଦ ଦେବା ସହ ଦଳ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଆଶା ବ୍ୟକ୍ତ କରିଛନ୍ତି । ତେବେ ଭିକେ ପାଣ୍ଡିଆନଙ୍କ ବିଜେଡିରେ ସାମିଲ ହେବା ନେଇ ଦଳୀୟ ନେତା, ମନ୍ତ୍ରୀ ବେଶ୍ ଆଶାୟୀ ହୋଇଛନ୍ତି ।Continue reading “ବିିଜେଡିରେ ଭିକେ ପାଣ୍ଡିଆନଙ୍କୁ ସ୍ୱାଗତ କଲେ ବରିଷ୍ଠ ସାଂସଦ ଓ ବିଧାୟକ । କହିଲେ ତାଙ୍କର ବିସ୍ତୃତ ଅଭିଜ୍ଞତା ଦଳ ପାଇଁ ଲାଭଦାୟୀ ହେବ ।”