କନକ ବ୍ୟୁରୋ: କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନ । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନ ସମ୍ମାନ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ତାଙ୍କୁ ମରଣୋତ୍ତୋର ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବ । ଆସନ୍ତା ବୁଧବାର କର୍ପୂରୀ ଠାକୁରଙ୍କ ୧୦୦ ତମ ଜନ୍ମ ଜୟନ୍ତୀ ପାଳନ ହେବାକୁ ଯାଉଛି । ଏହି ଅବସରରେ ତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିବାକୁ ଘୋଷଣା କରାଯାଇଛି । ତେବେ ସୂଚନାଯୋଗ୍ୟContinue reading “କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନ । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମିଳିବ ଭାରତ ରତ୍ନ ସମ୍ମାନ ।”
Tag Archives: News
ରାମଲାଲାଙ୍କ ଦର୍ଶନ ପାଇଁ ଜନସମୁଦ୍ର ଅଯୋଧ୍ୟା । ରାମଲାଲାଙ୍କୁ ଦେଖିବାକୁ ଭକ୍ତଙ୍କ ଉତ୍କଣ୍ଠା
କନକ ବ୍ୟୁରୋ: ଶ୍ରଦ୍ଧାଳୁଙ୍କ ପାଇଁ ଆଜିଠୁ ଖୋଲିଛି ରାମ ଦରବାର । ମଙ୍ଗଳବାରଠୁ ରାମଲାଲାଙ୍କ ଦର୍ଶନ କରିବାକୁ ସୁଯୋଗ ପାଇଛନ୍ତି ଶ୍ରଦ୍ଧାଳୁ । ଲକ୍ଷାଧିକ ସଂଖ୍ୟକ ଶ୍ରଦ୍ଧାଳୁ ଭିଡ ଜମାଇବା ପରେ ଅଯୋଧ୍ୟା ପାଲଟିଛି ଜନସମୁଦ୍ର । ଦୂରଦୁରାନ୍ତରୁ କିଏ ନିଜ ବୃଦ୍ଧ ବାପାମାଙ୍କୁ ନେଇ ପହଁଚିଛି ତ ପୁଣି କିଏ ପୁଅ ଝିଅଙ୍କୁ ରାମଲାଲାଙ୍କ ଦର୍ଶନ କରିବାକୁ ଏଠାକୁ ପହଞ୍ଚିଛନ୍ତି । ତେବେ ଭିଡକୁ ଖାତିର ନକରି ହଜାର ସଂଖ୍ୟକ ଦର୍ଶକ ଅଯୋଧ୍ୟାରେ ପହଞ୍ଚିଛନ୍ତି ।Continue reading “ରାମଲାଲାଙ୍କ ଦର୍ଶନ ପାଇଁ ଜନସମୁଦ୍ର ଅଯୋଧ୍ୟା । ରାମଲାଲାଙ୍କୁ ଦେଖିବାକୁ ଭକ୍ତଙ୍କ ଉତ୍କଣ୍ଠା”
ଅଯୋଧ୍ୟା ରାମ ମନ୍ଦିରରେ ଅସମ୍ଭାଳ ଭିଡ: ରାମଲଲାଙ୍କୁ ଦେଖିବାକୁ ଆସିଲେ ହଜାର ହଜାର ଶ୍ରଦ୍ଧାଳୁ
କନକ ବ୍ୟୁରୋ: ଅଯୋଧ୍ୟାରେ ରାମଲାଲାଙ୍କୁ ଦର୍ଶନ କରିବା ପାଇଁ ଅସମ୍ଭାଳ ଭିଡ଼ । ଏକାଠି ହୋଇଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ଶ୍ରୀରାମଙ୍କୁ ଦର୍ଶନ କରିବା ପାଇଁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପରି ଗହିଳି ହୋଇଥିଲା ଯେ, ଭିଡ଼ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପାଇଁ ସମ୍ଭବ ହୋଇନଥିଲା । ରାପିଡ୍ ଆକ୍ସନ ଫୋର୍ସକୁ ଡକାଯାଇଥିଲା । ରାପିଡ୍ ଆକ୍ସନ ଫୋର୍ସ ପ୍ରବଳ ଭିଡକୁ ନିୟନ୍ତ୍ରଣ କରିଛିି । ତେବେContinue reading “ଅଯୋଧ୍ୟା ରାମ ମନ୍ଦିରରେ ଅସମ୍ଭାଳ ଭିଡ: ରାମଲଲାଙ୍କୁ ଦେଖିବାକୁ ଆସିଲେ ହଜାର ହଜାର ଶ୍ରଦ୍ଧାଳୁ”
ଡ୍ରୋନ୍ ମାଧ୍ୟମରେ ରକ୍ତ ପରିବହନ: ଭୁବନେଶ୍ୱର ଏମ୍ସକୁ ମିଳିଲା ସଫଳତା
କନକ ବ୍ୟୁରୋ: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଡ୍ରୋନର ବ୍ୟବହାର କରିବ ଭୁବନେଶ୍ୱର ଏମ୍ସ । ଡ୍ରୋନ ଜରିଆରେ ମେଡିକାଲ ଉପକରଣ, ରକ୍ତ ଓ ଔଷଧ ପଠାଯିବ । ଏଥିପାଇଁ ଆଜି କରାଯାଇଥିବା ଟ୍ରାଏଲ ରନ ସଫଳ ହୋଇଛି । ଏମ୍ସରୁ ଡ୍ରୋନ ରକ୍ତ ନେଇ ଟାଙ୍ଗି ମେଡିକାଲ ଯାଇଥିଲା ଫେରିଥିଲା । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭୁବନେଶ୍ୱର ଏମ୍ସକୁ ମିଳିଛି ଏକ ବଡ ସଫଳତା । ଆଗକୁ ଡ୍ରୋନ୍ ଯୋଗେ ଗୁରୁତର ରୋଗିଙ୍କ ପାଖକୁ ପଠାଯିବ ରକ୍ତ, ମେଡିସିନ, ପ୍ଲେଟଲେଟContinue reading “ଡ୍ରୋନ୍ ମାଧ୍ୟମରେ ରକ୍ତ ପରିବହନ: ଭୁବନେଶ୍ୱର ଏମ୍ସକୁ ମିଳିଲା ସଫଳତା”
ଉଚିତ ବ୍ୟବହାର ପାଇଁ ସେବାୟତଙ୍କୁ ନିର୍ଦ୍ଦେଶ: ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତିକୁ ଭକ୍ତଙ୍କ ସ୍ୱାଗତ
କନକ ବ୍ୟୁରୋ: ନୂଆବର୍ଷରେ ନୂଆରୂପରେ ଶ୍ରୀକ୍ଷେତ୍ର । ଭକ୍ତଙ୍କ ପାଇଁ ଡ୍ରେସ କୋର୍ଡ ଲାଗୁ ହୋଇଛି । ପରିକ୍ରମା ପ୍ରକଳ୍ପ ଦେଖିବ ପାଇଁ ଭକ୍ତଙ୍କ ସୁଅ ଛୁଟିଛି । ଏହି ସମୟରେ ସେବାୟତ ଠିକ ଉଚ୍ଚାରଣ ଓ ଆଚରଣ ଦେଖାଇବାକୁ ସମସ୍ତ ନିଯୋଗକୁ ଚିଠି କରିଛି ଶ୍ରୀମନ୍ଦିର ପ୍ରଶାସନ । ଭକ୍ତ ଏହାକୁ ସ୍ୱାଗତ କରିଛନ୍ତି । ପ୍ରଶ୍ନ ଉଠୁଛି, ପ୍ରଶାସନର ନିର୍ଦ୍ଦେଶକୁ ସେବାୟକ ମାନିବେ କେତେ? ଅନେକ ସମୟରେ ଶ୍ରୀମନ୍ଦିର ଭିତରେ, ବାହାରେ ପର୍ଯ୍ୟଟକ ଓContinue reading “ଉଚିତ ବ୍ୟବହାର ପାଇଁ ସେବାୟତଙ୍କୁ ନିର୍ଦ୍ଦେଶ: ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତିକୁ ଭକ୍ତଙ୍କ ସ୍ୱାଗତ”
ୟୁଜିସି ନିୟମ ମାନୁନାହାନ୍ତି ବିଶ୍ୱବିଦ୍ୟାଳୟ: ଖିଲାପ ତାଲିକାରେ ଉତ୍କଳ ସମେତ ୧୧ ବିଶ୍ୱବିଦ୍ୟାଳୟ
କନକ ବ୍ୟୁରୋ: ୟୁଜିସି ନିର୍ଦ୍ଦେଶକୁ ମାନୁନାହାନ୍ତି ବିଶ୍ୱବିଦ୍ୟାଳୟ । ବାରମ୍ବାର ତାଗିଦ ସତ୍ୱେ ଦେଶର ଅନେକ ବିଶ୍ୱବିଦ୍ୟାଳୟ ଲୋକପାଳ ନିଯୁକ୍ତ କରୁନାହାନ୍ତି । ୟୁଜିସି ଜାରି କରିଥିବା ପବ୍ଲିକ ନୋଟିସରୁ ଏହି କଥା ସାମ୍ନାକୁ ଆସିଛି । ୟୁଜିସି ତାଲିକାରେ ରାଜ୍ୟର ଉକ୍ରଳ ବିଶ୍ୱବିଦ୍ୟାଳୟ ସମେତ ୧୧ ବଡ ଶିକ୍ଷାନୁଷ୍ଠାନ ରହିଛନ୍ତି । ଏ ଗୁଡିକ ମଧ୍ୟରେ ଅଛି ବିପିୟୁଟି, ଓୟୁଏଟି ଭିମସାର, ବଲାଙ୍ଗିରରେ ରାଜେନ୍ଦ୍ର ଓ ବ୍ରହ୍ମପୁରର ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଭଳି ବଡ ଶିକ୍ଷାନୁଷ୍ଠାନ ।Continue reading “ୟୁଜିସି ନିୟମ ମାନୁନାହାନ୍ତି ବିଶ୍ୱବିଦ୍ୟାଳୟ: ଖିଲାପ ତାଲିକାରେ ଉତ୍କଳ ସମେତ ୧୧ ବିଶ୍ୱବିଦ୍ୟାଳୟ”
ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସର ଘର ସଜଡ଼ା: ୩ ନେତାଙ୍କ ଉପରୁ ହଟିଲା ନିଲମ୍ବନ, ବହିଷ୍କାର
କନକ ବ୍ୟୁରୋ: ବଳ ଗୋଟାଉଛି କଂଗ୍ରେସ । ଦଳକୁ ଫେରିଛନ୍ତି ମହମ୍ମଦ ମୋକିମ୍, ଚିରଞ୍ଜୀବ ବିଶ୍ୱାଳ ଓ କୃଷ୍ଣଚନ୍ଦ୍ର ସଗରିଆ । ଦୀର୍ଘଦିନ ଧରି ଦଳରୁ ନିଲମ୍ବିତ ହୋଇ ରହିବା ପରେ ମହମ୍ମଦ ମୋକିମ ଓ ଚିରଞ୍ଜିବ ବିଶ୍ୱାଳ ଉପରୁ ନିଲମ୍ବନ ଆଦେଶ ହଟାଇଛି କଂଗ୍ରେସ । ନିଲମ୍ବନ ପ୍ରତ୍ୟାହାର ନେଇ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର । ୧୫ ଜୁଲାଇ ୨୦୨୩ରେ ମହମ୍ମଦ ମୋକିମ୍ ଓ ଚିରଞ୍ଜୀବ ବିଶ୍ୱାଳଙ୍କୁ ଦଳରୁContinue reading “ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସର ଘର ସଜଡ଼ା: ୩ ନେତାଙ୍କ ଉପରୁ ହଟିଲା ନିଲମ୍ବନ, ବହିଷ୍କାର”
ଆରମ୍ଭ ହେଲା ବିଜେଡିର ପରିବାର ସମ୍ପର୍କ ଅଭିଯାନ: ଘରେ ଘରେ ଶଙ୍ଖ ଷ୍ଟିକର ମାରିଲେ ବିଜେଡି ନେତା
କନକ ବ୍ୟୁରୋ: ନିର୍ବାଚନ ପାଖେଇ ଆସୁଛନ୍ତି । ଆଉ ଭୋଟରଙ୍କ ପାଖରେ ପଂହଚିବା ପାଇଁ କସରତ ଆରମ୍ଭ କରିଛନ୍ତି ରାଜନୈତିକ ଦଳ । ବିଜେଡି ଆଜିଠାରୁ ରାଜ୍ୟରେ ଆରମ୍ଭ କରିଛି ପରିବାର ସମ୍ପର୍କ ଯାତ୍ରା । ନେତା ଓ କର୍ମୀ ଘରକୁ ଘର ବୁଲିଛନ୍ତି ଓ ଶଙ୍ଖ ଷ୍ଟିକର ମାରିଛନ୍ତି । ପାଖେଇ ଆସୁଛି ନିର୍ବାଚନ । ଆଉ ଭୋଟର ମୁହାଁ ହେଉଛି ରାଜନୈତିକ ଦଳ । ଉତର ନିର୍ବାଚନମଣ୍ଡଳୀରେ ଏଥିପାଇଁ ପରିବାର ସମ୍ପର୍କ ଅଭିଯାନ ଆରମ୍ଭContinue reading “ଆରମ୍ଭ ହେଲା ବିଜେଡିର ପରିବାର ସମ୍ପର୍କ ଅଭିଯାନ: ଘରେ ଘରେ ଶଙ୍ଖ ଷ୍ଟିକର ମାରିଲେ ବିଜେଡି ନେତା”
ରାଜନୀତିରେ ‘ରାମ’! ରାମରାଜ୍ୟର କଥା ଉଠାଇଲା ବିଜେପି, କଟାକ୍ଷ କଲେ ଉଭୟ ବିଜେଡି ଓ କଂଗ୍ରେସ
କନକ ବ୍ୟୁରୋ: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପରେ ରାମ ଓ ରାମରାଜ୍ୟ ପ୍ରସଙ୍ଗ ଉଠାଇଛି ବିଜେପି । ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି, ଦେଶରେ ମୋଦି ରାମରାଜ୍ୟ ପ୍ରତିଷ୍ଠା କରିଛନ୍ତି । ଆଉ ଆଗକୁ ଓଡିଶାରେ ବି ରାମରାଜ୍ୟ ପ୍ରତିଷ୍ଠା ହେବାକୁ ଯାଉଛି । ଆଉ ରାଜ୍ୟ ସରାକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ବିଜେପି ନେତା । ଏହାପରେ ବିଜେଡି ଓ କଂଗ୍ରେସ, ବିଜେପିକୁ କଡା ଜବାବ ଦେଇଛନ୍ତି । ବିଜେଡି କହିଠି, ବିଜେପିରContinue reading “ରାଜନୀତିରେ ‘ରାମ’! ରାମରାଜ୍ୟର କଥା ଉଠାଇଲା ବିଜେପି, କଟାକ୍ଷ କଲେ ଉଭୟ ବିଜେଡି ଓ କଂଗ୍ରେସ”
୨୯ରୁ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଡାକରା । ଦାବି ପୂରଣ ନହେଲେ ପୁଣି ଗର୍ଜିବ ସଂଘ ।
କନକ ବ୍ୟୁରୋ: ପୁଣିଥରେ ଆନ୍ଦୋଳନର ଡାକରା ଦେଲା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ । ଦାବି ପୁରା ନହେଲେ ଆସନ୍ତା ଜାନୁୟାରୀ ୨୯ ରେ ସାରା ରାଜ୍ୟର ପ୍ରାୟ ଦେଢ଼ ଲକ୍ଷ ଶିକ୍ଷକ ଆନ୍ଦୋଳନ କୁ ଓହ୍ଲାଇବେ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ରାଜ୍ୟ ସଭାପତି ବ୍ରହ୍ମାନନ୍ଦ ମହାରଣା । ପୂର୍ବରୁ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ ନକରିବାରୁ ପୁଣିଥରେ ଆନ୍ଦୋଳନ ଡାକରା ଦିଆଯାଇଛି । ୩ ଦଫାContinue reading “୨୯ରୁ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଡାକରା । ଦାବି ପୂରଣ ନହେଲେ ପୁଣି ଗର୍ଜିବ ସଂଘ ।”