କନକ ବ୍ୟୁରୋ : ସମ୍ବଲପୁର ଭିଜିଲାନ୍ସ ପକ୍ଷର ଆୟବହିର୍ଭୁତ ସମ୍ପତି ଠୁଳ ମାମଲାରେ ଭିଜିଲାନ୍ସ ଚଢାଉ । ଯୁଯୁମୁରା ବ୍ଲକ ନୂଆ ବରଙ୍ଗାମାଲ ପଂଚାୟତ ପିଇଓ ସୁଦାମ ଚରଣ ମାଝୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ସାକ୍ଷୀପଡାର ବ୍ୟାଙ୍କ କଲୋନୀରେ ତାଙ୍କ ବାସଭବନ ଓ ନୂଆବରଙ୍ଗାମାଲ କାର୍ଯ୍ୟାଳୟରେ ଚଢାଉ ହେଉଛି । ଭିଜିଲାନ୍ସ ଚଢଉରେ ୫ଟି ଗାଡି, ୫ଟି ବିଭିନ୍ନ ବ୍ୟାଙ୍କ ଆକାଉଂଟ, ଲକ୍ଷାଧିକ ଟଙ୍କାର ପଲିସି, ବ୍ୟାଙ୍କ ଆକାଉଁଟରେ ୯ ଲକ୍ଷ ୯୬ ହଜାର,Continue reading “ପଂଚାୟତ ସଂପ୍ରସାରଣ ଅଧିକାରୀଙ୍କ ଘରେ ପୁଳା ପୁଳା ସଂପତି : ସମ୍ବଲପୁର ବରଙ୍ଗାମାଲ ପଂଚାୟତ ପିଇଓ ସୁଦାମ ମାଝୀଙ୍କ ଘରେ ଭିଜିଲାନ୍ସ ରେଡ୍”
Tag Archives: News
ଆସନ୍ତାକାଲି ସୁପ୍ରିମକୋର୍ଟରେ ଦଲିଲ ଦାଖଲ କରିବ ଆନ୍ଧ୍ର : କୋଟିଆ ପ୍ରସଙ୍ଗ ନେଇ ଉଚ୍ଚସ୍ତରୀୟ ବୈଠକ
କନକ ବ୍ୟୁରୋ : କୋଟିଆ ପ୍ରସଙ୍ଗ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ବେଳେ ଏନେଇ ତଥ୍ୟ ଯୋଗାଡରେ ଲାଗିପଡିଛନ୍ତି ରାଜ୍ୟ ସରକାର । କୋଟିଆର ସ୍ଥିତି ନେଇ ସମୀକ୍ଷା କରାଯାଇଛି । ରାଜସ୍ୱ ବିଭାଗ ସଚିବ, ଅତିରିକ୍ତ ସଚିବ, ଆଇନ୍ ସଚିବ, ଜିଲ୍ଲାପାଳ ପ୍ରମୁଖ ଗୁଗୁଲମିଟ୍ ଜରିଆରେ କରିଛନ୍ତି ଆଲୋଚନା । ଓଡିଶା ପକ୍ଷରୁ ସୁପ୍ରିମକୋର୍ଟରେ କୋର୍ଟ ଅବମାନନା ମାମଲା ରୁଜୁ କରିବା ପରେ କୋଟିଆ ସଂପର୍କରେ ୧୯ ତାରିଖରେ ଆବଶ୍ୟକ ଦଲିଲ ଦାଖଲ କରିବା ନେଇ ଆନ୍ଧ୍ରContinue reading “ଆସନ୍ତାକାଲି ସୁପ୍ରିମକୋର୍ଟରେ ଦଲିଲ ଦାଖଲ କରିବ ଆନ୍ଧ୍ର : କୋଟିଆ ପ୍ରସଙ୍ଗ ନେଇ ଉଚ୍ଚସ୍ତରୀୟ ବୈଠକ”
ଟ୍ରାକ୍ଟର ରାଲି, ଚକା ଜାମ୍ ପରେ ରେଳ ରୋକ୍ ପାଇଁ ନିଷ୍ପତ୍ତି : ଆଜି ସାରାଦେଶରେ ୪ ଘଂଟିଆ ରେଳରୋକ ପାଇଁ ଚାଷୀ ସଂଗଠନର ଡାକରା
କନକ ବ୍ୟୁରୋ : ଆଜି ସାରା ଦେଶରେ ଚାଷୀ କରିବେ ରେଳ ରୋକ୍ । ଦେଶବ୍ୟାପୀ ୪ ଘଂଟିଆ ରେଳରୋକ କରିବାକୁ ନିଷ୍ପତ୍ତି ନେଇଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ଦିନ ୧୨ଟାରୁ ୪ ଟା ପର୍ଯ୍ୟନ୍ତ ସାରା ଦେଶରେ ରେଳରୋକ କରିବା ପାଇଁ ଚାଷୀ ସଂଗଠନ ଘୋଷଣା କରିଛନ୍ତି । ଏହାକୁ ନଜରରେ ରଖି ପଂଜାବ, ହରିୟାଣା, ଉତରପ୍ରଦେଶ ଓ ପଶ୍ଚିମବଙ୍ଗ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏହି ୪ଟି ରାଜ୍ୟରେ ଆରପିଏଫର ୨୦ଟିContinue reading “ଟ୍ରାକ୍ଟର ରାଲି, ଚକା ଜାମ୍ ପରେ ରେଳ ରୋକ୍ ପାଇଁ ନିଷ୍ପତ୍ତି : ଆଜି ସାରାଦେଶରେ ୪ ଘଂଟିଆ ରେଳରୋକ ପାଇଁ ଚାଷୀ ସଂଗଠନର ଡାକରା”
ଆଜିଠୁ ବିଧାନସଭାର ବଜେଟ ଅଧିବେଶନ । କୋଟିଆ ଓ ବାଇ-ଲ ପ୍ରସଙ୍ଗରେ ସରଗରମ ହୋଇପାରେ ବିଧାନସଭା । ଚଳିତ ଅଧିବେଶନରେ ଚାଲିବ ପ୍ରଶ୍ନକାଳ ।
କନକ ବ୍ୟୁରୋ: ଆଜିଠୁ ବିଧାନସଭା ବଜେଟ ଅଧିବେଶନ । ଫେବୃଆରୀ ୧୮ରୁ ମାର୍ଚ୍ଚ ୩୧ ଯାଏଁ ଦୁଇଟି ପର୍ଯ୍ୟାୟରେ ଚାଲିବ ଚଳିତ ଅଧିବେଶନ । ଫେବୃଆରୀ ୨୨ ତାରିଖରେ ଆଗତ ହେବ ବଜେଟ୍ । ପୂର୍ବ ଅଧିବେଶନରେ କରୋନା କଟକଣା ଯୋଗୁଁ ପ୍ରଶ୍ନକାଳ ନଥିବା ବେଳେ ଏଥର କିନ୍ତୁ ପ୍ରଶ୍ନକାଳ ରହିବ ବୋଲି ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଛି । ଏହାସହ ଦେଢ ଘଣ୍ଟା ଧରି ମୁଲତବୀ ପ୍ରସ୍ତାବ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ସୂଚନା ଦେଇଛନ୍ତିContinue reading “ଆଜିଠୁ ବିଧାନସଭାର ବଜେଟ ଅଧିବେଶନ । କୋଟିଆ ଓ ବାଇ-ଲ ପ୍ରସଙ୍ଗରେ ସରଗରମ ହୋଇପାରେ ବିଧାନସଭା । ଚଳିତ ଅଧିବେଶନରେ ଚାଲିବ ପ୍ରଶ୍ନକାଳ ।”
ବାରିପଦାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାସ୍ତାରୁ ୧୦ ଫୁଟ ତଳକୁ ଖସିଲା ଟ୍ରାକ୍ଟର । ୪ ଜଣଙ୍କର ମୃତ୍ୟୁ ।
କନକ ବ୍ୟୁରୋ: ବାରିପଦାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତାରୁ ୧୦ ଫୁଟ ତଳକୁ ଖସିଲା ଦ୍ରୁତଗାମୀ ଟ୍ରାକ୍ଟର । ଯାହାଫଳରେ ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨୦ରୁ ଅଧିକ ଗୁରୁତର ଅଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତି କରାଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ଓ ଝାରପୋଖରିଆ ପୋଲିସ ପହଁଚି ଉଦ୍ଧାରକାମକୁ ତ୍ୱରାନ୍ୱିତ କରିଛନ୍ତି । ଡମଣ ସାହିରୁ ଆଦିବାସୀ ନୃତ୍ୟContinue reading “ବାରିପଦାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାସ୍ତାରୁ ୧୦ ଫୁଟ ତଳକୁ ଖସିଲା ଟ୍ରାକ୍ଟର । ୪ ଜଣଙ୍କର ମୃତ୍ୟୁ ।”
ବାଃରେ ପୁଅ ବାଃ… ତୋର ଏ କି ରୂପ ? ସାମ୍ନାକୁ ଆସିଲା ବିଧାନସଭା ଆଗରେ ଆତ୍ମାହୂତି ଉଦ୍ୟମର ସତ । ସମ୍ପତ୍ତି ଭାଗବଣ୍ଟାରୁ ମାଆକୁ ଦେଉନଥିଲା ଖାଇବା… ଆତ୍ମାହୂତି ଥିଲା ବାହାନା
କନକ ବ୍ୟୁରୋ: ବିଧାନସଭା ଆଗରେ ଆତ୍ମାହୂତି ଉଦ୍ୟମ ଘଟଣା । ସାମ୍ନାକୁ ଆସିଲା ଆତ୍ମହୂତି ଉଦ୍ୟମ ପଛର ସତ । ମହଙ୍ଗା ପଡିଲା ଆତ୍ମାହୂତିର ବାହାନା । ପେଟ୍ରୋଲ ଧରି ଧମକ ଦେଉଥିବା ବ୍ୟକ୍ତିଙ୍କୁ ବାନ୍ଧିଲା ପୋଲିସ । ମଞ୍ଚେଶ୍ୱର ହଂସପାଳ ଅଞ୍ଚଳର ମାଗୁଣି ସାହୁଙ୍କୁ ଗିରଫ କଲା ପୋଲିସ । ବିଧାନସଭା ସାମ୍ନାରେ ହାଇଡ୍ରାମା କରୁଥିବା ଏ ବ୍ୟକ୍ତି ଜଣଙ୍କ ସତ ଜାଣିଲା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ମାଗୁଣି ନିଜContinue reading “ବାଃରେ ପୁଅ ବାଃ… ତୋର ଏ କି ରୂପ ? ସାମ୍ନାକୁ ଆସିଲା ବିଧାନସଭା ଆଗରେ ଆତ୍ମାହୂତି ଉଦ୍ୟମର ସତ । ସମ୍ପତ୍ତି ଭାଗବଣ୍ଟାରୁ ମାଆକୁ ଦେଉନଥିଲା ଖାଇବା… ଆତ୍ମାହୂତି ଥିଲା ବାହାନା”
ପଞ୍ଜାବ ପୌର ନିର୍ବାଚନ: ବିଜେପି ପ୍ରାର୍ଥୀଙ୍କୁ ମିଳିଲା ମାତ୍ର ୯ଟି ଭୋଟ୍ । ପରିବାର ସଦସ୍ୟ ସଂଖ୍ୟା କିନ୍ତୁ ୨୦ ।
କନକ ବ୍ୟୁରୋ: କୃଷି ଆଇନକୁ ନେଇ ଚାଲିଥିବା ଆନ୍ଦୋଳନ ଭିତରେ ଆଜି ପଞ୍ଜାବରେ ପୌରନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ କଂଗ୍ରେସକୁ ବଡ ବିଜୟ ମିଳିଥିବାବେଳେ ବିଜେପି ଓ ଅକାଳୀ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଛି । ତେବେ ଭାରତୀୟ ଜନତା ପାର୍ଟିର ଜଣେ ପ୍ରାର୍ଥୀକୁ ମାତ୍ର ୯ଟି ଭୋଟ୍ ମିଳିବାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହି ନିର୍ବାଚନରେ ଗୁରୁଦାସପୁର ନଗରପାଳିକା ପରିଷଦର ୧୨ ନମ୍ବର ୱାର୍ଡରୁ ବିଜେପି ପ୍ରାର୍ଥୀ ଥିବାContinue reading “ପଞ୍ଜାବ ପୌର ନିର୍ବାଚନ: ବିଜେପି ପ୍ରାର୍ଥୀଙ୍କୁ ମିଳିଲା ମାତ୍ର ୯ଟି ଭୋଟ୍ । ପରିବାର ସଦସ୍ୟ ସଂଖ୍ୟା କିନ୍ତୁ ୨୦ । “
ଆଇଏଫ୍-ଆଇଏ-ଓପେକ୍ ଭର୍ଚୁଆଲ ଆଲୋଚନା ଚକ୍ରରେ କେନ୍ଦ୍ରମନ୍ତ୍ରୀ । ଅର୍ଥନୀତିର ପୁନଃଉଦ୍ଧାର ପାଇଁ ତୈଳ ଉତ୍ପାଦନକୁ ସ୍ୱାଭାବିକ କରିବାକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଅପିଲ୍ ।
କନକ ବ୍ୟୁରୋ : ସାଉଦି ଆରବର ଉର୍ଜା ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଆୟୋଜିତ ୧୧ତମ ଆଇଏଫ-ଆଇଏ-ଓପେକ ଭର୍ଚୁଆଲ ଆଲୋଚନାଚକ୍ରରେ ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ବିଶ୍ୱ ଅର୍ଥନୀତିକୁ ସ୍ୱାଭାବିକ ସ୍ଥିତିକୁ ଆଣିବା ପାଇଁ ଉତ୍ପାଦନ ହ୍ରାସକୁ ସ୍ୱାଭାବିକ କରିବାକୁ ତୈଳ ଉତ୍ପାଦନକାରୀ ରାଷ୍ଟ୍ରମାନଙ୍କୁ ନିବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ‘ଏନର୍ଜି ଆଉଟଲୁକ’ ଶୀର୍ଷକ ଆଲୋଚନାରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଗତ କିଛି ସପ୍ତାହContinue reading “ଆଇଏଫ୍-ଆଇଏ-ଓପେକ୍ ଭର୍ଚୁଆଲ ଆଲୋଚନା ଚକ୍ରରେ କେନ୍ଦ୍ରମନ୍ତ୍ରୀ । ଅର୍ଥନୀତିର ପୁନଃଉଦ୍ଧାର ପାଇଁ ତୈଳ ଉତ୍ପାଦନକୁ ସ୍ୱାଭାବିକ କରିବାକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଅପିଲ୍ ।”
ରିଲିଜ୍ ହେଲା ପ୍ରଭାସଙ୍କ ରାଧେଶ୍ୟାମ ଫିଲ୍ମର ଟିଜର । ଗୋଟିଏ ଦୃଶ୍ୟ ପାଇଁ ଖର୍ଚ୍ଚ ହୋଇଛି ୧ କୋଟି ୬ ଲକ୍ଷ ଟଙ୍କା ।
କନକ ବ୍ୟୁରୋ: ରିଲିଜ ହୋଇଛି ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ରାଧେଶ୍ୟାମର ଟିଜର । ଏଥିରେ ବେଶ ରୋମାଂଟିକ ଅନ୍ଦାଜରେ ନଜର ଆସୁଛନ୍ତି ବାହୁବଳୀ ହିରୋ । ଟିଜରର ଆରମ୍ଭ ଏକ ରେଳଷ୍ଟେସନରୁ ହୋଇଛି । ଜଙ୍ଗଲ ଘାଟି ଦେଇ ଟ୍ରେନଟି ଆସୁଥିବା ବେଳେ ପୂଜା ହେଗେଡଙ୍କ ସହ ବେଶ ରୋମାଂଟିକ ଅନ୍ଦାଜରେ ନଜର ଆସୁଛନ୍ତି ପ୍ରଭାସ । ଏହି ସିନର ସୁଟିଂ ହାଇଦ୍ରାବାଦର ଅନ୍ନପୂର୍ଣ୍ଣା ଷ୍ଟୁଡିଓରେ କରାଯାଇଛି । ଏଥିପାଇଁ ସ୍ୱତନ୍ତ୍ର ସେଟ ତିଆରି କରାଯାଇଥିବାContinue reading “ରିଲିଜ୍ ହେଲା ପ୍ରଭାସଙ୍କ ରାଧେଶ୍ୟାମ ଫିଲ୍ମର ଟିଜର । ଗୋଟିଏ ଦୃଶ୍ୟ ପାଇଁ ଖର୍ଚ୍ଚ ହୋଇଛି ୧ କୋଟି ୬ ଲକ୍ଷ ଟଙ୍କା ।”
ଉତ୍ତରକୋରିଆର ଏକଛତ୍ରବାଦ ଶାସକ କିମ୍ ଜଙ୍ଗ ଉନଙ୍କ ପତ୍ନୀଙ୍କ ଗାଏବ ରହସ୍ୟ ଉପରୁ ହଟିଲା ପରଦା । ବର୍ଷକ ପରେ ସର୍ବସାଧାରଣରେ ନଜର ଆସିଲେ।
କନକ ବ୍ୟୁରୋ: ଉତ୍ତରକୋରିଆର ଏକଛତ୍ରବାଦ ଶାସକ କିମ୍ ଜଙ୍ଗ ଉନଙ୍କ ପତ୍ନୀ ରି ସୋଲ୍ ଯୁ ଶେଷରେ ସର୍ବସମ୍ମୁଖକୁ ଆସିଛନ୍ତି । ପ୍ରାୟ ୧ବର୍ଷ ହେଲା ତାଙ୍କୁ ସର୍ବସାଧାରଣରେ ଦେଖିବାକୁ ମିଳୁନଥିଲା । ଯାହାକୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା । ଏପରିକି ସେ ଗୁରୁତର ଅସୁସ୍ଥ ହୋଇପଡିଥିବା କୁହାଯାଉଥିଲା । ଏହାସହ ସେ ଗର୍ଭବତୀ ଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା । ତାଙ୍କ ଅନୁପସ୍ଥିତିକୁ ନେଇ ଅନେକ ରହସ୍ୟ ରହିଥିବା ବେଳେ ଶେଷରେ ଏଥିରେContinue reading “ଉତ୍ତରକୋରିଆର ଏକଛତ୍ରବାଦ ଶାସକ କିମ୍ ଜଙ୍ଗ ଉନଙ୍କ ପତ୍ନୀଙ୍କ ଗାଏବ ରହସ୍ୟ ଉପରୁ ହଟିଲା ପରଦା । ବର୍ଷକ ପରେ ସର୍ବସାଧାରଣରେ ନଜର ଆସିଲେ।”