ଗୋଟିଏ ହାତରେ ମାଟିକୁ ଜୀବନ୍ୟାସ ଦେଉଛନ୍ତି ଦିବ୍ୟାଙ୍ଗ ବିଶ୍ୱକର୍ମା । ପ୍ରଶାସନର ଉଦାସୀନତାକୁ ନେଇ ଜଣାଇଛନ୍ତି ମନର କ୍ଷୋଭ

କନକ ବ୍ୟୁରୋ: ମାଟିକୁ ଜୀବନ୍ୟାସ ଦେଉଛନ୍ତି ଦିବ୍ୟାଙ୍ଗ କାରିଗର । ଗୋଟିଏ ହାତରେ ଗଢିଚାଲିଛନ୍ତି ଉଚ୍ଚ ଉଚ୍ଚ ମୂର୍ତ୍ତୀ । ଅନେକ ଅଭାବ ଭିତରେ ବି କଳା ପ୍ରତି ତାଙ୍କର ନିଶା ତାଙ୍କୁ ବଞ୍ଚିବାକୁ ସାହାସ ଦେଉଛି । ଆମେ କହୁଛୁ ପୁରୀ ଜିଲ୍ଲା ନିମାପଡା ବ୍ଲକ ବଳଙ୍ଗା ର ଦିବ୍ୟାଙ୍ଗ ମୂର୍ତ୍ତି କାରିଗର ବୀରକିଶୋର ସାହୁଙ୍କ କଥା । ମାଟି ଆଉ ଜୀବନ ଏଠି ଏକାକାର । ସମୟ ଗଡିଚାଲିଛି, ତା ଭିତରେ ଜୀବନ ଦେଖିଛିContinue reading “ଗୋଟିଏ ହାତରେ ମାଟିକୁ ଜୀବନ୍ୟାସ ଦେଉଛନ୍ତି ଦିବ୍ୟାଙ୍ଗ ବିଶ୍ୱକର୍ମା । ପ୍ରଶାସନର ଉଦାସୀନତାକୁ ନେଇ ଜଣାଇଛନ୍ତି ମନର କ୍ଷୋଭ”

ହୀରାକୁଦ ଡ୍ୟାମର ଆଉ ୬ ଗେଟ୍ ଖୋଲିଲା : ମୋଟ୍ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସିତ

କନକ ବ୍ୟୁରୋ : ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୬ଟି ଗେଟ୍ । ମୋଟ ୨୦ଟି ଗେଟ୍ ଦେଇ ହୀରାକୁଦରୁ ନିଷ୍କାସିତ ହେଉଛି ପାଣି । ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ବାମ ପଟରୁ ୧୩ଟି ଗେଟ୍‌ ଖୋଲି ଦିଆଯାଇଥିବା ବେଳେ ଦକ୍ଷିଣ ପଟର ୭ଟି ଗେଟ୍‌ ଖୋଲାଯାଇଛି । ବୁଧବାର ୨ଟି ସ୍ଲୁଇସ୍‌ ଗେଟ୍ ଖୋଲାଯାଇଥିବା ବେଳେ ଗୁରୁବାର ଦୁଇଟି ପର୍ଯ୍ୟାୟରେ ଆହୁରି ୧୨ଟି ସ୍ଲୁଇସ୍‌ ଗେଟ୍ ଦେଇContinue reading “ହୀରାକୁଦ ଡ୍ୟାମର ଆଉ ୬ ଗେଟ୍ ଖୋଲିଲା : ମୋଟ୍ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସିତ”

ଅଘୋଷିତ ବିଦ୍ୟୁତ୍ କାଟ, ଲୋକଙ୍କ ଲଙ୍କାକାଣ୍ଡ : ଟାୟାର ଜାଳି ଶହ ଶହ ଗ୍ରାମବାସୀଙ୍କ ରାସ୍ତାରୋକ

କନକ ବ୍ୟୁରୋ : ଅଘୋଷିତ ବିଦ୍ୟୁତ୍ କାଟ ପ୍ରତିବାଦରେ ଲୋକଙ୍କ ଆନ୍ଦୋଳନ । ବାଙ୍କୀ-କଟକ ରାସ୍ତାର କରବର ଛକ ନିକଟରେ ଟାୟାର ଜାଳି ପ୍ରତିବାଦ କରିଛନ୍ତି ଗ୍ରାମବାସୀ । ଫଳରେ ସେହି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହାନ ଅଟକି ରହିଛି । ରାସ୍ତା ରୋକ କରି ଲୋକମାନେ ସେମାନଙ୍କ ଦାବି ଜଣାଇଛନ୍ତି । ଲୋକଙ୍କ ଅଭିଯୋଗ ଅନୁସାରେ ସେହି ଅଞ୍ଚଳରେ ଦୀର୍ଘ ଦିନ ହେଲା ବାରମ୍ବାର ବିଦ୍ୟୁତ୍ କାଟ୍ କରାଯାଉଛିContinue reading “ଅଘୋଷିତ ବିଦ୍ୟୁତ୍ କାଟ, ଲୋକଙ୍କ ଲଙ୍କାକାଣ୍ଡ : ଟାୟାର ଜାଳି ଶହ ଶହ ଗ୍ରାମବାସୀଙ୍କ ରାସ୍ତାରୋକ”

ଅଣ୍ଡା କିମ୍ବା ଶୁକ୍ରାଣୁ ବିନା ମାନବ ଭ୍ରୁଣ ସମ୍ଭବ ।  

      ବୈଜ୍ଞାନିକମାନେ ଶୁକ୍ରାଣୁ କିମ୍ବା ଅଣ୍ଡା ବିନା ମାନବ ଭ୍ରୁଣର ଏକ ମଡେଲ ସୃଷ୍ଟି କରିଛନ୍ତି। ଯଦି ଏହି ପରୀକ୍ଷଣ ସଫଳ ହୁଏ ତେବେ ଭବିଷ୍ୟତରେ ଶିଶୁ ଜନ୍ମ କରିବାପାଇଁ ଆଉ ମଣିଷମାନକଙ୍କର ଆବଶ୍ୟକତା ପଡ଼ିବ ନାହିଁ । ଇସ୍ରାଏଲ୍ ବୈଜ୍ଞାନିକକମାନେ ଶୁକ୍ରାଣୁ, ଅଣ୍ଡା କିମ୍ବା ଗର୍ଭାଶୟ ବ୍ୟବହାର ନକରି ଲାବୋରେଟୋରୀରେ ଥିବା ଷ୍ଟେମ୍ ସେଲରୁ ମାନବ ଭ୍ରୁଣର ଏକ ମଡେଲ୍ ସୃଷ୍ଟି କରିଛନ୍ତି। ଏହା ଭ୍ରୁଣ ବିକାଶର ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି ।Continue reading “ଅଣ୍ଡା କିମ୍ବା ଶୁକ୍ରାଣୁ ବିନା ମାନବ ଭ୍ରୁଣ ସମ୍ଭବ ।  “

ରାଜରାସ୍ତାରେ ଶିକ୍ଷକ, ପିଲାଙ୍କ ପାଠପଢ଼ା ଠପ୍ : ଚକୁଳିଆ ପଣ୍ଡା ଗୀତ ଗାଇ ଗଞ୍ଜାମ ଧରାକୋଟ ବ୍ଳକରେ ଶିକ୍ଷକଙ୍କ ପ୍ରତିବାଦ

କନକ ବ୍ୟୁରୋ : ଚକୁଳିଆ ପଣ୍ଡା ବେଶରେ ଶିକ୍ଷକଙ୍କ ପ୍ରତିବାଦ । ଗଞ୍ଜାମ ଧରାକୋଟ୍ ବ୍ଲକର ଶିକ୍ଷକମାନେ ଚକୁଳିଆ ପଣ୍ଡାଙ୍କ ଭଳି ହାତରେ ଥାଳ ଓ ଛତା ଧରି ଗୀତଗାଇ ନିଜର ଦାବି ଜଣାଇଛନ୍ତି । ଧରାକୋଟ୍ ବ୍ଳକର ପ୍ରାୟ ୧୦୩ଟି ସ୍କୁଲର ମୋଟ ୩୪୭ଜଣ ଶିକ୍ଷକ ସମୂହ ଛୁଟିରେ ଯାଇ ଧାରଣା ଦେଇଛନ୍ତି । ନିଆରା ଢ଼ଙ୍ଗରେ ସରକାରଙ୍କ ନିକଟରେ ସେମାନଙ୍କ ଦାବି ଉପସ୍ଥାପନ କରିଛନ୍ତି । ଯାହା ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।Continue reading “ରାଜରାସ୍ତାରେ ଶିକ୍ଷକ, ପିଲାଙ୍କ ପାଠପଢ଼ା ଠପ୍ : ଚକୁଳିଆ ପଣ୍ଡା ଗୀତ ଗାଇ ଗଞ୍ଜାମ ଧରାକୋଟ ବ୍ଳକରେ ଶିକ୍ଷକଙ୍କ ପ୍ରତିବାଦ”

ଚିନ୍ତା ବଢ଼ାଉଛି ସ୍କ୍ରବ୍ ଟାଇଫସ୍ : ଦିନକରେ ସୁନ୍ଦରଗଡ଼ରେ ୨୭ ଓ ପଦ୍ମପୁରରେ ୫ଜଣ ଆକ୍ରାନ୍ତ ଚିହ୍ନଟ

କନକ ବ୍ୟୁରୋ : ଚିନ୍ତା ବଢ଼ାଇଲାଣି ସ୍କବ ଟାଇଫସ । ଗୋଟିଏ ଦିନରେ ସୁନ୍ଦରଗଡ଼ରେ ୨୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ସ୍କବ ଟାଇଫସରେ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ସୁନ୍ଦରଗଡ଼ରେ ସ୍କବ ଟାଇଫଓ ରୋଗୀଙ୍କ ସଂଖ୍ୟା ୧୬୨ରେ ପହଞ୍ଚିଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ଆକ୍ରାନ୍ତଙ୍କ ପାଇଁ ମହଜୁଦ ରହିଛି ଔଷଧ, ପ୍ରସ୍ତୁତ ଅଛନ୍ତି ସ୍ୱତନ୍ତ୍ର ଡାକ୍ତରୀ ଦଳ । ସେପଟେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ଆତଙ୍କ ଖେଳାଇଛିContinue reading “ଚିନ୍ତା ବଢ଼ାଉଛି ସ୍କ୍ରବ୍ ଟାଇଫସ୍ : ଦିନକରେ ସୁନ୍ଦରଗଡ଼ରେ ୨୭ ଓ ପଦ୍ମପୁରରେ ୫ଜଣ ଆକ୍ରାନ୍ତ ଚିହ୍ନଟ”

କାଶ୍ମୀରକୁ ବିପଦ ଟିଆରଏଫ୍ : ଅନନ୍ତନାଗ ଆକ୍ରମଣ ପାଇଁ ନିଜକୁ ଦାୟୀ କଲା ଆତଙ୍କବାଦୀ ସଂଗଠନ

କନକ ବ୍ୟୁରୋ : କାଶ୍ମୀରରେ ସକ୍ରିୟ ହୋଇଛି ନୂଆ ଆତଙ୍କବାଦୀ ସଂଗଠନ ଟିଆରଏଫ୍ । ଏହି ସଂଗଠନ ଲସ୍କରର ସ୍ଥାନ ନେବା ପାଇଁ ପାକ୍ ସେନା ଓ ଆଇଏସ୍ଆଇ ଠାରୁ ସମସ୍ତ ସହାୟତା ହାସଲ କରୁଛି । ଜମ୍ମୁ କାଶ୍ମୀର ଅନନ୍ତନାଗରେ ହୋଇଥିବା ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ଟିଆରଏଫ୍ । ଜମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ପାହ୍ୟା ଦେଉଥିବା ଧାରା ୩୭୦ ଉଚ୍ଛେଦ ପରେ କାଶ୍ମୀରର ଭାଗ୍ୟ ବଦଳିଛି । ସୁରକ୍ଷା ବାହିନୀର ସ୍ୱତନ୍ତ୍ର ଅପରେସନରେContinue reading “କାଶ୍ମୀରକୁ ବିପଦ ଟିଆରଏଫ୍ : ଅନନ୍ତନାଗ ଆକ୍ରମଣ ପାଇଁ ନିଜକୁ ଦାୟୀ କଲା ଆତଙ୍କବାଦୀ ସଂଗଠନ”

ଲଗାଣ ବର୍ଷା ପରେ ବଢ଼ୁଛି ଲୋକଙ୍କ ଦୁର୍ଦ୍ଦଶା : ମୋହନା ଗଦାପୁର ନଦୀରେ ଜଳସ୍ତର ବୃଦ୍ଧି; ୫ ଖଣ୍ଡ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

କନକ ବ୍ୟୁରୋ : ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ଦୁଇ ଦିନ ହେବ ଲାଗି ରହିଛି ବର୍ଷା । ଲଗାଣ ବର୍ଷା ପାଇଁ ଗଦାପୁର ନଦୀର ଜଳସ୍ତର ବୃଦ୍ଧି ପାଉଛି । ନଦୀ ଆରପଟେ ଥିବା ୫ଖଣ୍ଡ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଗରଡମା ପଞ୍ଚାୟତ ରାଜଖମା ଗାଁ ଲୋକଙ୍କ ଯାତାୟତରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନଦୀ ପାଣିରେ ପଶି ଯିବା ଆସିବା କରୁଛନ୍ତି ଲୋକେ । ସେପଟେ ହରଭଙ୍ଗୀ ନଦୀରେ ଜଳସ୍ତରContinue reading “ଲଗାଣ ବର୍ଷା ପରେ ବଢ଼ୁଛି ଲୋକଙ୍କ ଦୁର୍ଦ୍ଦଶା : ମୋହନା ଗଦାପୁର ନଦୀରେ ଜଳସ୍ତର ବୃଦ୍ଧି; ୫ ଖଣ୍ଡ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ”

‘ରାମଚରିତ ମାନସ ପୋଟାସିୟମ୍ ସାଇନାଇଟ୍ ଭଳି’… ଷ୍ଟାଲିନଙ୍କ ପରେ ବିହାର ଶିକ୍ଷାମନ୍ତ୍ରୀଙ୍କ ବିବାଦୀୟ ବୟାନ

କନକ ବ୍ୟୁରୋ: ପୁଣି ବିବାଦ ଘେରକୁ ଆସିଛନ୍ତି ବିହାର ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖର ଯାଦବ । ‘ରାମଚରିତ ମାନସ ପୋଟାସିୟମ୍ ସାଇନାଇଟ ଭଳି’ ବୋଲି କହି ବିବାଦୀୟ ହୋଇଛନ୍ତି ମନ୍ତ୍ରୀ । ହିନ୍ଦୀ ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଚନ୍ଦ୍ରଶେଖର ଯାଦବ କହିଥିଲେ ଯେ, ‘ ଠାକୁରଙ୍କ ଆଗରେ ଛପନ ପ୍ରକାର ଭୋଗ ବାଢି ଯଦି ସେଥିରେ ପୋଟାସିୟମ ସାଇନାଇଟ୍ ମିଶାଇଦିଆଯାଏ ତାହେଲେ କ’ଣ ହେବ? ହିନ୍ଦୁ ଧର୍ମଗ୍ରନ୍ଥର ଅବସ୍ଥା ମଧ୍ୟ ସେହିଭଳି’ । ଆହୁରିContinue reading “‘ରାମଚରିତ ମାନସ ପୋଟାସିୟମ୍ ସାଇନାଇଟ୍ ଭଳି’… ଷ୍ଟାଲିନଙ୍କ ପରେ ବିହାର ଶିକ୍ଷାମନ୍ତ୍ରୀଙ୍କ ବିବାଦୀୟ ବୟାନ”

ରାଜରାସ୍ତାରେ ଶିକ୍ଷକ, ପିଲାଙ୍କ ପାଠପଢ଼ା ଠପ୍ । ସରକାରଙ୍କ ନାଲିଆଖି ପରେ ବି ହଟୁନି ଆନ୍ଦୋଳନ, ୪୦ ଲକ୍ଷରୁ ଅଧିକ ପିଲାଙ୍କ ପାଠପଢ଼ା ପ୍ରଭାବିତ ।

କନକ ବ୍ୟୁରୋ : ୩ଦଫା ଦାବିରେ ଆନ୍ଦୋଳନରେ ପ୍ରାଥମିକ ଶିକ୍ଷକ । ସେପଟେ ବିଦ୍ୟାଳୟରେ ଶିକ୍ଷକଙ୍କ ଅନୁପସ୍ଥିତି ପାଇଁ ବିଭିନ୍ନ ସ୍କୁଲରେ ତାଲା ପଡ଼ିଛି । ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଜିଦରେ ଅଟଳ ଅଛନ୍ତି ପ୍ରାଥମିକ ଶିକ୍ଷକ ସଂଘ । ଶିକ୍ଷକଙ୍କ ଆନ୍ଦୋଳନ ପାଇଁ ସାରା ରାଜ୍ୟରେ ପ୍ରାଥମିକ ଶିକ୍ଷା ଏକପ୍ରକାର ଠପ ହୋଇଯାଇଛି । ଅନ୍ୟପଟେ ଗତକାଲି ଆନ୍ଦୋଳନରତ ପ୍ରାଥମିକ ଶିକ୍ଷକଙ୍କୁ ସରକାର ନାଲି ଆଖି ଦେଖାଇଥିଲେ ।Continue reading “ରାଜରାସ୍ତାରେ ଶିକ୍ଷକ, ପିଲାଙ୍କ ପାଠପଢ଼ା ଠପ୍ । ସରକାରଙ୍କ ନାଲିଆଖି ପରେ ବି ହଟୁନି ଆନ୍ଦୋଳନ, ୪୦ ଲକ୍ଷରୁ ଅଧିକ ପିଲାଙ୍କ ପାଠପଢ଼ା ପ୍ରଭାବିତ ।”

Design a site like this with WordPress.com
Get started