ଏସିଆ କପ୍ ଫାଇନାଲରେ ଶ୍ରୀଲଙ୍କା : ସୁପର୍-୪ରେ ପାକିସ୍ତାନକୁ ଶେଷ ବଲରେ ହରାଇଲା ଦଳ; ଟାଇଟଲ ମୁକାବିଲାରେ ଭାରତ ସହ ମୁହାଁମୁହିଁ

କନକ ବ୍ୟୁରୋ : ଏସିଆ କପ୍ ଫାଇନାଲରେ ପ୍ରବେଶ କରିଛି ଶ୍ରୀଲଙ୍କା । ସୁପର୍-୪ର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାର ଶେଷ ବଲରେ ପାକିସ୍ତାନକୁ ହରାଇ ଏହି ସଫଳତା ହାସଲ କରିଛି ଦଳ । ଟାଇଟଲ୍ ମୁକାବିଲାରେ ଶ୍ରୀଲଙ୍କାର ସାମ୍ନା ଭାରତ ସହ ହେବ । ଭାରତ ସୁପର୍-୪ରେ ଦୁଇଟି ମ୍ୟାଚ୍ ଜିତି ପ୍ରଥମ ଦଳ ଭାବେ ଫାଇନାଲ୍ ଟିକେଟ୍ କାଟିସାରିଛି । ରବିବାର କଲମ୍ବୋର ଆର୍ ପ୍ରେମଦାସା ଷ୍ଟାଡିୟମରେ ଟ୍ରଫି ମ୍ୟାଚ୍ ଖେଳାଯିବ । ଶ୍ରୀଲଙ୍କା-ପାକିସ୍ତାନ ସୁପର୍-୪Continue reading “ଏସିଆ କପ୍ ଫାଇନାଲରେ ଶ୍ରୀଲଙ୍କା : ସୁପର୍-୪ରେ ପାକିସ୍ତାନକୁ ଶେଷ ବଲରେ ହରାଇଲା ଦଳ; ଟାଇଟଲ ମୁକାବିଲାରେ ଭାରତ ସହ ମୁହାଁମୁହିଁ”

ରାଜ୍ୟରେ ଭୟଭୀତ କରାଣି ଡେଙ୍ଗୁ : ସଂକ୍ରମଣ ପଜିଟିଭ ହାର ୧୩ %; ରୋଗୀଙ୍କ ସଂଖ୍ୟା ୬ହଜାର ମୁହାଁ

କନକ ବ୍ୟୁରୋ : ଡରାଉଛି ଡେଙ୍ଗୁ । ରାଜ୍ୟରେ ଦିନକୁ ଦିନ ଡେଙ୍ଗୁର ସଂକ୍ରମଣ ହାର ବା ଟିପିଆର ବୃଦ୍ଧି ପାଉଛି । ରାଜ୍ୟରେ ଡେଙ୍ଗୁ ପଜିଟିଭ ହାର ୧୩ ପ୍ରତିଶତ ରହିଛି । ଦିନକ ତଳେ ହୋଇଥିବା ରକ୍ତ ନମୁନା ପରୀକ୍ଷାରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ତେଣୁ ଏଥିରୁ ରାଜ୍ୟରେ ଡେଙ୍ଗୁ ସ୍ଥିତି ବାରି ହୋଇପଡ଼ୁଛି । ଚଳିତବର୍ଷ ଜୁନ୍ ମାସରୁ ରାଜ୍ୟରେ ଡେଙ୍ଗୁ ଲୋକଙ୍କ ଭିତରେ ଭୟ ସୃଷ୍ଟି କରିଛି ।Continue reading “ରାଜ୍ୟରେ ଭୟଭୀତ କରାଣି ଡେଙ୍ଗୁ : ସଂକ୍ରମଣ ପଜିଟିଭ ହାର ୧୩ %; ରୋଗୀଙ୍କ ସଂଖ୍ୟା ୬ହଜାର ମୁହାଁ”

ଲଘୁଚାପ ପ୍ରଭାବ, ରାଜ୍ୟରେ ବର୍ଷା ଜାରି : ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

କନକ ବ୍ୟୁରୋ : ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ବିଶେଷ କରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବେହାଲ କରିଛି ବର୍ଷା । ବର୍ଷା ଯୋଗୁଁ ୫ଟି ଜିଲ୍ଲାର ୧୫୫ ଗାଁ ଓ ୧୧ହଜାର ୨୬୬ ଲୋକେ ପ୍ରଭାବିତ ହୋଇଛନ୍ତି । ବର୍ଷା ମାଡ଼ରେ ୧୫୨ଟି ଘର ମଧ୍ୟ ନଷ୍ଟ ହୋଇଛି । ଗୁରୁବାର ସନ୍ଧ୍ୟା ସୁଦ୍ଧା ବଲାଙ୍ଗିରରେContinue reading “ଲଘୁଚାପ ପ୍ରଭାବ, ରାଜ୍ୟରେ ବର୍ଷା ଜାରି : ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ”

ବିଶ୍ୱ ବ୍ରହ୍ମାଣ୍ଡରେ ଏଲିୟନ ଥିବା ସମ୍ଭାବନାକୁ ବଢାଇଲା ନାସାର ତାଜା ରିପୋର୍ଟ । ରିପୋର୍ଟରେ ରହିଛିି, ଅଜଣା ଉଡନ୍ତା ବସ୍ତ ବା ୟୁଏଫଓ ତଥା ଏଲିୟନଙ୍କ ସମ୍ପର୍କରେ ବିସ୍ତୁତ ରିପୋର୍ଟ ।

କନକ ବ୍ୟୁରୋ: ବିଶ୍ୱ ବ୍ରହ୍ମାଣ୍ଡରେ ଏଲିଅନ୍ ବା ପରଗ୍ରହୀ ଥିବାର ସମ୍ଭାବନା ବୃଦ୍ଧି ପାଇଛି । ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ପ୍ରକାଶ ପାଇଥିବା ଏକ ରିପୋର୍ଟ ଏଭଳି ସମ୍ଭାବନାକୁ ବଢ଼ାଇ ଦେଇଛି । ଦୀର୍ଘ ୯ ମାସ ଧରି ନାସାର ଏକ ଅନୁଧ୍ୟାନ କମିଟି, ୟୁଏଫଓ ବା ଅଜଣା ଉଡ଼ନ୍ତା ବସ୍ତୁ ଏବଂ ଏଲିଅନ୍ ସମ୍ପର୍କରେ ଅନୁଧ୍ୟାନ କରୁଥିଲା । ଏହି ଅନୁଧାନ ଟିମ୍ ଆଜି ୩୩ ପୃଷ୍ଠାର ଏକ ରିପୋର୍ଟ ପ୍ରକାଶContinue reading “ବିଶ୍ୱ ବ୍ରହ୍ମାଣ୍ଡରେ ଏଲିୟନ ଥିବା ସମ୍ଭାବନାକୁ ବଢାଇଲା ନାସାର ତାଜା ରିପୋର୍ଟ । ରିପୋର୍ଟରେ ରହିଛିି, ଅଜଣା ଉଡନ୍ତା ବସ୍ତ ବା ୟୁଏଫଓ ତଥା ଏଲିୟନଙ୍କ ସମ୍ପର୍କରେ ବିସ୍ତୁତ ରିପୋର୍ଟ ।”

ମୁମ୍ବାଇ ଏୟାରପୋର୍ଟରେ ଚାର୍ଟର ପ୍ଲେନ୍ ଦୁର୍ଘଟଣାଗ୍ରସ୍ତ । ସମସ୍ତ ଯାତ୍ରୀ ସୁରକ୍ଷିତ, ଦେଖନ୍ତୁ, ଫଟୋ…

କନକ ବ୍ୟୁରୋ: ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହୀ ବିମାନ । ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଚାର୍ଟର ପ୍ଲେନ୍ ଦୁର୍ଘଟଣାଗ୍ରସ୍ତ ହେଇଛି । ତେବେ ଦୁର୍ଘଟଣାରେ କେହି ବି ମୃତାହତ ହେଇନାହାଁନ୍ତି । ବିମାନରେ ବସିଥିବା ଯାତ୍ରୀ ଏବଂ କ୍ରିଉ ମେମ୍ବର ଆହତ ହୋଇଥିବା ନେଇ ସୂଚନା ମିଳିଛି । ଡିଜିସିଏର ସୂଚନା ମୁତାବକ, ଏହି ଚାର୍ଟର ପ୍ଲେନରେ ମୋଟ ୮ ଜଣ ରହିଥିଲେ । ସେମାନଙ୍କ ଭିତରୁ ୬ ଜଣ ଯାତ୍ରୀ ହୋଇଥିବାବେଳେ,Continue reading “ମୁମ୍ବାଇ ଏୟାରପୋର୍ଟରେ ଚାର୍ଟର ପ୍ଲେନ୍ ଦୁର୍ଘଟଣାଗ୍ରସ୍ତ । ସମସ୍ତ ଯାତ୍ରୀ ସୁରକ୍ଷିତ, ଦେଖନ୍ତୁ, ଫଟୋ…”

ସେପ୍ଟେମ୍ବର ୨୪ରେ ବିବାହ ବନ୍ଧନରେ ବାନ୍ଧି ହେବେ ଆପ ସାଂସଦ ଓ ବଲିଉଡ ଅଭିନେତ୍ରୀ । ରାଜସ୍ଥାନ ଉଦୟପୁରରେ ହେବ ରାଘବ ଚଢ଼ା ଓ ପରିଣୀତି ଚୋପ୍ରାଙ୍କ ବାହାଘର

କନକ ବ୍ୟୁରୋ : ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ସାଂସଦ ରାଘବ ଚଢା ଓ ଅଭିନେତ୍ରୀ ପରିଣୀତି ଚୋପ୍ରା । ସେପ୍ଟେମ୍ବର ୨୪ରେ ରାଜସ୍ଥାନରେ ହେବ ବାହାଘର । ଏବେ ସାମ୍ନାକୁ ଆସିଛି ଏମାନଙ୍କ ବିବାହ ନିମନ୍ତ୍ରଣ ପତ୍ର । ସଂଗୀତ,ମେହେନ୍ଦୀ ଓ ବାହାଘର ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ଭିନ୍ନ ଭିନ୍ନ ନିମନ୍ତ୍ରଣ ପତ୍ର କରାଯାଇଛି । ରାଜସ୍ଥାନ ଉଦୟପୁର ଲୀଲା ପ୍ୟାଲେସରେ ହାତଗଣତି ଅତିଥି ଓ ସମ୍ପର୍କୀୟ ବାହାଘରର ଆୟୋଜନ କରାଯାଇଛିContinue reading “ସେପ୍ଟେମ୍ବର ୨୪ରେ ବିବାହ ବନ୍ଧନରେ ବାନ୍ଧି ହେବେ ଆପ ସାଂସଦ ଓ ବଲିଉଡ ଅଭିନେତ୍ରୀ । ରାଜସ୍ଥାନ ଉଦୟପୁରରେ ହେବ ରାଘବ ଚଢ଼ା ଓ ପରିଣୀତି ଚୋପ୍ରାଙ୍କ ବାହାଘର”

ମେକ୍ସିକୋ ସାଂସଦରେ ପ୍ରଦର୍ଶିତ ହେଲା ଏଲିଅନ୍ କଙ୍କାଳ । ପ୍ରଖ୍ୟାତ ସାମ୍ବାଦିକ ଜେମେ ମୌସାନ୍ ଏଲିଏନଙ୍କ କଙ୍କାଳ ପ୍ରଦର୍ଶନ କରି ଦେଲେ ନୂଆ ତଥ୍ୟ

କନକ ବ୍ୟୁରୋ : ଏଲିଅନଙ୍କ ଅସ୍ତିତ୍ୱକୁ ନେଇ ଦ୍ୱନ୍ଦ ଥିବା ଭିତରେ ମେକ୍ସିକୋ ସଂସଦରେ ଦୁଇଟି ଏଲିଅନ୍ କଙ୍କାଳ ପ୍ରଦର୍ଶିତ କରିଛନ୍ତି ସାମ୍ବାଦିକ ତଥା ନିଜକୁ ୟୁଏଫୋଲଜିଷ୍ଟ ବା ଏଲିଅନଙ୍କ ଅନୁସନ୍ଧାନକାରୀ କହୁଥିବା ୭୦ ବର୍ଷୀୟ ଜେମେ ମୌସାନ୍ । ଦୁଇଟି କଙ୍କାଳ ରଖି ସେ କହିଛନ୍ତି, ଏ କଙ୍କାଳ ଦୁଇଟି ଅଣ-ମାନବ ଜନ୍ତୁଙ୍କର । କେବଳ ସେତିକି ନୁହେଁ ଏହି କଙ୍କାଳ ଦୁଇଟିର ବୈଜ୍ଞାନିକ ଯାଂଚ ପାଇଁ ମେକ୍ସିକୋର ନ୍ୟାସନାଲ ଅଟୋନମ୍ସ ୟୁନିଭର୍ସିଟିର ସହାୟତା ମଧ୍ୟContinue reading “ମେକ୍ସିକୋ ସାଂସଦରେ ପ୍ରଦର୍ଶିତ ହେଲା ଏଲିଅନ୍ କଙ୍କାଳ । ପ୍ରଖ୍ୟାତ ସାମ୍ବାଦିକ ଜେମେ ମୌସାନ୍ ଏଲିଏନଙ୍କ କଙ୍କାଳ ପ୍ରଦର୍ଶନ କରି ଦେଲେ ନୂଆ ତଥ୍ୟ”

କଂଗ୍ରେସକୁ କଡ଼ା ଚ୍ୟାଲେଂଜ ଦେଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । କହିଲେ, ଅଭିଯୋଗ ସତ ପ୍ରମାଣିତ ହେଲେ ସାଧାରଣ ଜୀବନରୁ ନେଇଯିବି ସନ୍ନ୍ୟାସ

କନକ ବ୍ୟୁରୋ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ କଂଗ୍ରେସ ସାଂସଦ ଗୌରବ ଗୋଗାଇଙ୍କ ମଧ୍ୟରେ ଆରମ୍ଭ ହୋଇଛି ଟୁଇଟର ୱାର । ଗୁରୁବାର ହିମନ୍ତ କହିଛନ୍ତି ଯଦି ତାଙ୍କ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଲଗାଯାଇଥିବା ଅଭିଯୋଗ ସତ ପ୍ରମାଣିତ ହୁଏ ତେବେ ସେ ସାଧାଣ ଜୀବନରୁ ସନ୍ନ୍ୟାସ ନେବେ । ବୁଧବାର କଂଗ୍ରେସ ଅଭିଯୋଗ କରିଛି ସେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ପତ୍ନୀ ସହ ଜଡିତ ଏକ ମିଡିଆ ଓContinue reading “କଂଗ୍ରେସକୁ କଡ଼ା ଚ୍ୟାଲେଂଜ ଦେଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । କହିଲେ, ଅଭିଯୋଗ ସତ ପ୍ରମାଣିତ ହେଲେ ସାଧାରଣ ଜୀବନରୁ ନେଇଯିବି ସନ୍ନ୍ୟାସ”

ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସ ବିରୋଧରେ ଚାର୍ଜଫ୍ରେମ୍ । ଆସନ୍ତା ଅକ୍ଟୋବର ୫ ତାରିଖରେ ପରବର୍ତ୍ତୀ ଶୁଣାଣି ।

କନକ ବ୍ୟୁରୋ: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସ ବିରୋଧରେ ହୋଇଛି ଚାର୍ଜଫ୍ରେମ । କ୍ରାଇମବ୍ରାଞ୍ଚ ପକ୍ଷରୁ ଦାଖଲ ହୋଇଥିବା ଚାର୍ଜସିଟ୍ ଆଧାରରେ ଗୋପାଳ ବିରୋଧରେ ଚାର୍ଜଫ୍ରେମ ହୋଇଛି ଏବଂ ଆସନ୍ତା ଅକ୍ଟୋବର ୫ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ । ଗୋପଳକୁ ଆଜି ଚୌଦ୍ୱାର ଜେଲରୁ ଅଣାଯାଇ ଝାରସୁଗୁଡା ଏଡିଜେ କୋର୍ଟରେ ହାଜର କରାଯାଇଥିଲା । ତେବେ ଗୋପାଳ ପକ୍ଷରୁ ଦାଖଲ ହୋଇଥିବା ଡିସଚାର୍ଜContinue reading “ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସ ବିରୋଧରେ ଚାର୍ଜଫ୍ରେମ୍ । ଆସନ୍ତା ଅକ୍ଟୋବର ୫ ତାରିଖରେ ପରବର୍ତ୍ତୀ ଶୁଣାଣି ।”

ଚୀନକୁ ଆଇନା ଦେଖାଇଲେ ସେନାର ପୂର୍ବତନ ମୁଖ୍ୟ ଜେନେରାଲ ଏମ ନରଭଣେ । ଚୀନର ଅସଲ ମାନଚିତ୍ର ପୋଷ୍ଟ କରି ଦେଲେ ଉଚିତ ଜବାବ

କନକ ବ୍ୟୁରୋ : ଚୀନକୁ ଆଇନା ଦେଖାଇଲେ ଭାରତୀୟ ସେନାର ପୂର୍ବତନ ସେନାମୁଖ୍ୟ ଜେନେରାଲ ଏମଏମ ନରଭଣେ । ନିଜ ଟୁଇଟର ପେଜରେ ଚୀନର ଅସଲ ମାନଚିତ୍ର ପୋଷ୍ଟ କରିଛନ୍ତି ନରଭଣେ । ପୋଷ୍ଟ କରି ସେ ଲେଖିଛନ୍ତି ଶେଷରେ ଜଣେ କିଏ ଚୀନର ଅସଲ ମାନଚିତ୍ର ପାଇଛନ୍ତି । ମାନଚିତ୍ରରେ ଲଦାଖ ଓ ତିବଦ୍ଧ ସମେତ କେତେକ ଅଂଚଳକୁ ଚୀନ ଅଧିକୃତ ଅଂଚଳ ବୋଲି କୁହାଯାଇଛି । କିଛି ଦିନ ପୂର୍ବରୁ ଚୀନ ଏକ ମାନଚିତ୍ରContinue reading “ଚୀନକୁ ଆଇନା ଦେଖାଇଲେ ସେନାର ପୂର୍ବତନ ମୁଖ୍ୟ ଜେନେରାଲ ଏମ ନରଭଣେ । ଚୀନର ଅସଲ ମାନଚିତ୍ର ପୋଷ୍ଟ କରି ଦେଲେ ଉଚିତ ଜବାବ”

Design a site like this with WordPress.com
Get started