କନକ ବ୍ୟୁରୋ: ରାଜ୍ୟ ମନ୍ତ୍ରୀମଣ୍ଡଳର ଦୁଇ ମନ୍ତ୍ରୀ ହଟହଟା । ଛାତ୍ର ସଂସଦ ନିର୍ବାଚନ ଦାବିରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ବାସଭବନ ଘେରିଛି ଛାତ୍ର କଂଗ୍ରେସ । ଛାତ୍ର ସଂସଦ ନିର୍ବାଚନ କାହିଁକି କରାଯାଉନାହିଁ ସେନେଇ ପ୍ରଶ୍ନ କରିଛି ଛାତ୍ର କଂଗ୍ରେସ । ସେପଟେ ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କ ବିରୋଧରେ ଜଳେଶ୍ୱରରେ ବଡ଼ ଧରଣର ମେଳି ହୋଇଛି । ୫୦୦ରୁ ଅଧିକ ବିଜେଡି କର୍ମୀ ତାଙ୍କୁୁ ବିରୋଧ କରିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରContinue reading “ରାଜ୍ୟ ମନ୍ତ୍ରୀମଣ୍ଡଳର ଦୁଇ ମନ୍ତ୍ରୀ ହଟହଟା । ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲା ଛାତ୍ର କଂଗ୍ରେସ । ସେପଟେ ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କ ବିରୋଧରେ ଜଳେଶ୍ୱରରେ ମେଳି”
Tag Archives: News
ବଲିଉଡର ଜଣାଶୁଣା ଅଭିନେତା ରିୟୋ କପାଡିଆଙ୍କ ମୃତ୍ୟୁ । ଶାହାରୁଖ, ଅମୀର ଓ ରାନୀ ମୁର୍ଖାଜୀଙ୍କ ସହ କରିଛନ୍ତି ଅଭିନୟ ।
କନକ ବ୍ୟୁରୋ : ବଲିଉଡ ଜଗତରୁ ଆସିଲା ଆଉ ଏକ ଦୁଃଖଦ ଖବର । ବଲିଉଡ ତଥା ଟେଲିଭିଜନ ଜଗତର ଜଣାଶୁଣା ଅଭିନେତା ରିୟୋ କପାଡିଆଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଛି । ମାତ୍ର ୬୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ରିୟୋ । ତେବେ ତାଙ୍କର କେଉଁ କାରଣରୁ ମୃତ୍ୟୁ ହୋଇଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ବଲିଉଡରେ ଜଣାଶୁଣା କଳାକାରଙ୍କ ସହ ରିୟୋ କାମ କରିଛନ୍ତି । ଅମୀରContinue reading “ବଲିଉଡର ଜଣାଶୁଣା ଅଭିନେତା ରିୟୋ କପାଡିଆଙ୍କ ମୃତ୍ୟୁ । ଶାହାରୁଖ, ଅମୀର ଓ ରାନୀ ମୁର୍ଖାଜୀଙ୍କ ସହ କରିଛନ୍ତି ଅଭିନୟ ।”
ଭାଇକୁ ତୀର ମାରିଲା ଭାଇ । ଜମିବାଡି ବିବାଦକୁ ନେଇ ଦୁଇ ଭାଇଙ୍କ ଭିତରେ ଝଗଡ, ଧନୁ ତୀରରେ ଆକ୍ରମଣ ।
କନକ ବ୍ୟୁରୋ: ଭାଇକୁ ତୀର ମାରିଲା ଭାଇ । ଜମିବାଡି ବିବାଦକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଝଗଡା ଲାଗିଥିଲା । ପରେ ଜଣେ ଅନ୍ୟ ଜଣଙ୍କୁ ଧନୁ ତୀରରେ ଆକ୍ରମଣ କରିଛି । ମାଲକାନଗରି କାଲିମେଳା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଆକ୍ରମଣରେ ବୋଜି ବେଟି ନାମ ଜଣେ ଯୁବକ ଗୁରୁତର ହୋଇଛନ୍ତି । ତାଙ୍କ ହାତରେ ୩ଟି ତୀର ବାଜିଥିବା ବେଳ ପିଠିରେ ଗୋଟିଏ ତୀର ବାଜି ବାଜିଥିବା ଦେଖିବାକୁ ମିଳିଛିContinue reading “ଭାଇକୁ ତୀର ମାରିଲା ଭାଇ । ଜମିବାଡି ବିବାଦକୁ ନେଇ ଦୁଇ ଭାଇଙ୍କ ଭିତରେ ଝଗଡ, ଧନୁ ତୀରରେ ଆକ୍ରମଣ ।”
ଦିଲ୍ଲୀ ଅବକାରୀ ନୀତି ମାମଲାରେ କବିତାଙ୍କୁ ପୁଣି ନୋଟିସ ପଠାଇଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଶୁକ୍ରବାର ଦିନ ହେବ ପଚରା ଉଚରା
କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ମାମଲାକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବିଆରଏସ ନେତା ତଥା ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ. କବିତାଙ୍କୁ ନୋଟିସ ଜାରି କରିଛି । ଇଡି ତରଫରୁ କବିତାଙ୍କୁ ୧୫ ତାରିଖରେ ହାଜର ହେବାକୁ କୁହାଯାଇଛି । ତେଲେଙ୍ଗାନା ବିଧାନପରିଷଦର ସଦସ୍ୟ କବିତାଙ୍କୁ ସମାନ ମାମଲାରେ ଗତବର୍ଷ ଡିସେମ୍ବର ମାସରେ ସିବିଆଇ ଜେରା କରିଥିଲା । ଇଡି ଅଭିଯୋଗ କରିଛି କି କବିତା ଆମ୍ ଆଦମୀ ପାର୍ଟିର ପ୍ରଭାରୀ ବିଜୟContinue reading “ଦିଲ୍ଲୀ ଅବକାରୀ ନୀତି ମାମଲାରେ କବିତାଙ୍କୁ ପୁଣି ନୋଟିସ ପଠାଇଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଶୁକ୍ରବାର ଦିନ ହେବ ପଚରା ଉଚରା”
ସହିଦ ପୁଅକୁ ଝୁରି ଝୁରି ଅଚେତ ହୋଇପଡୁଛି ମା’ । ବାଟ ଚାହିଁ ରହିଛନ୍ତି କୁନି ପୁଅ , ଝିଅ । ସହିଦ କର୍ଣ୍ଣେଲ ମନପ୍ରୀତ ସିଂଙ୍କ ପାଇଁ ସମସ୍ତଙ୍କ ଆଖିରେ ଲୁହ ।
କନକ ବ୍ୟୁରୋ: ପୁଅ କଥା କହି କାନ୍ଦି କାନ୍ଦି ଅଚେତ୍ ହୋଇପଡୁଛି ସହିଦ ପୁଅର ମା’ । ଆର ମାସରେ ଘରକୁ ପୁଅର ଜନ୍ମଦିନ ପାଳିବାକୁ ଆସିଥାନ୍ତେ କର୍ଣ୍ଣେଲ ମନପ୍ରୀତ । ସପ୍ତାହେ ରହିଥାନ୍ତେ ସବୁ ବନ୍ଧୁବାନ୍ଧବଙ୍କ ଘରକୁ ଯାଇଥାନ୍ତେ । ୩/୪ ଘଣ୍ଟା ପୂର୍ବରୁ ମା’ଙ୍କ ସହ ଫୋନରେ କଥା ବି ହୋଇଥିଲେ । କହିଲେ ଆଉ କିଛି ସମୟ ପରେ ଫୋନ୍ କରିବେ । ହେଲେ ଆଉ ସେ ଫୋନ୍ କଲ୍ ଆସିଲାନି ।Continue reading “ସହିଦ ପୁଅକୁ ଝୁରି ଝୁରି ଅଚେତ ହୋଇପଡୁଛି ମା’ । ବାଟ ଚାହିଁ ରହିଛନ୍ତି କୁନି ପୁଅ , ଝିଅ । ସହିଦ କର୍ଣ୍ଣେଲ ମନପ୍ରୀତ ସିଂଙ୍କ ପାଇଁ ସମସ୍ତଙ୍କ ଆଖିରେ ଲୁହ ।”
ଜଳେଶ୍ୱର ବିଜେଡିରେ କନ୍ଦଳ । ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କ ବିରୋଧରେ ମେଳି ବାନ୍ଧିଲେ ୫୦୦ରୁ ଅଧିକ ବିଜେଡି କର୍ମୀ, ଅଶ୍ୱିନୀ କହିଲେ ନିର୍ବାଚନ ବେଳେ ଏମିତି ଦେଖିବାକୁ ମିଳେ ।
କନକ ବ୍ୟୁରୋ : ଜଳେଶ୍ୱରରେ ବିଜେଡ଼ିରେ କନ୍ଦଳ ଚର୍ଚ୍ଚା । ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶ୍ୱନୀ ପାତ୍ରଙ୍କୁ ବିରୋଧ କରି ଜଳେଶ୍ୱରରେ ବଡ଼ ଧରଣର ମେଳି ହୋଇଛି । ୫୦୦ରୁ ଅଧିକ ବିଜେଡ଼ି କର୍ମୀ ଏକାଠି ହୋଇ ମନ୍ତ୍ରୀ ଅଶ୍ୱନୀ ପାତ୍ରଙ୍କୁ ବିରୋଧ କରିଛନ୍ତି । ଏହି ମେଳିରେ ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ୩୫ଟି ପଞ୍ଚାୟତ ଓ ବସ୍ତା ବ୍ଲକର ୭ଟି ପଂଚାୟତର କର୍ମୀ ମାନେ ଯୋଗ ଦେଇ ଅଶ୍ୱନୀ ପାତ୍ରଙ୍କ ବିରୋଧରେ ନାରାବାଜି କରିଛନ୍ତିContinue reading “ଜଳେଶ୍ୱର ବିଜେଡିରେ କନ୍ଦଳ । ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କ ବିରୋଧରେ ମେଳି ବାନ୍ଧିଲେ ୫୦୦ରୁ ଅଧିକ ବିଜେଡି କର୍ମୀ, ଅଶ୍ୱିନୀ କହିଲେ ନିର୍ବାଚନ ବେଳେ ଏମିତି ଦେଖିବାକୁ ମିଳେ ।”
ବାଚସ୍ପତି ନିର୍ବାଚନକୁ ବୟକଟ୍ କରିବ କଂଗ୍ରେସ । ନରସିଂହ କହିଲେ, ପଶ୍ଚିମ ଓଡ଼ିଶାକୁ ଅଣଦେଖା କରି ଜାଣିଶୁଣି ନୂଆଁଖାଇବାସୀ ଦିନ ରଖାଯାଇଛି ନିର୍ବାଚନ ।
କନକ ବ୍ୟୁରୋ : ବାଚସ୍ପତି ନିର୍ବାଚନକୁ ବୟକଟ୍ କରିବ କଂଗ୍ରେସ । ନୂଆଁଖାଇ ବାସୀ ଦିନ ନିର୍ବାଚନ ରଖାଯାଇଥିବାରୁ ଅପତି ଉଠାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା । ନରସିଂହ ମିଶ୍ର କହିଛନ୍ତି ନିର୍ବାଚନରେ କଂଗ୍ରେସର କୌଣସି ବିଧାୟକ ଅଂଶଗ୍ରହଣ କରିବେ ନାହିଁ । ନୂଆଁଖାଇ ହେଉଛି ପଶ୍ଚିମ ଓଡ଼ିଶାର ସବୁଠୁ ବଡ଼ ପର୍ବ । ଏହାକୁ ଦୁଇ ଦିନ ଧରି ପାଳନ କରାଯାଇଥାଏ । ହେଲେ ଦୁର୍ଭାଗ୍ୟର କଥା ହେଉଛି ରାଜ୍ୟ ସରକାର ବାଚସ୍ପତି ନିର୍ବାଚନContinue reading “ବାଚସ୍ପତି ନିର୍ବାଚନକୁ ବୟକଟ୍ କରିବ କଂଗ୍ରେସ । ନରସିଂହ କହିଲେ, ପଶ୍ଚିମ ଓଡ଼ିଶାକୁ ଅଣଦେଖା କରି ଜାଣିଶୁଣି ନୂଆଁଖାଇବାସୀ ଦିନ ରଖାଯାଇଛି ନିର୍ବାଚନ ।”
ମଧ୍ୟପ୍ରଦେଶରେ ବିରୋଧୀଙ୍କ ଉପରେ ବର୍ଷିଲେ ମୋଦୀ । କହିଲେ, ସନାତର ସଂସ୍କାର ଓ ପରମ୍ପରାକୁ ସମାପ୍ତ କରିବାକୁ ଚାହୁଁଛନ୍ତି ବିରୋଧୀ
କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ସାଗର ଜିଲ୍ଲା ଗସ୍ତ କରି ୫୦,୭୦୦ କୋଟି ଟଙ୍କାର ପରିଯୋଜନାକୁ ଲୋକାର୍ପଣ କରିଛନ୍ତି । ଏହି କ୍ରମରେ ଜନସଭାକୁ ସମ୍ବୋଧିତ କରିବା ଅବସରରେ ସେ କହିଛନ୍ତି କି ସ୍ୱାଧୀନତାର ଏହି ଅମୃତକାଳରେ ଦେଶର ପ୍ରତିଟି ନାଗରିକ ଦେଶକୁ ବିକଶିତ କରିବାକୁ ସଂକଳ୍ପ ନେଇଛନ୍ତି । ଏହି ସଂକଳ୍ପକୁ ଫଳବତୀ କରିବାକୁ ହେଲେ ଆତ୍ମନିର୍ଭର ଭାରତକୁ ଆଗକୁ ନେବାକୁ ପଡିବ । ଏହାସହ ଜନସଭାରେ ମୋଦୀ ବିରୋଧୀContinue reading “ମଧ୍ୟପ୍ରଦେଶରେ ବିରୋଧୀଙ୍କ ଉପରେ ବର୍ଷିଲେ ମୋଦୀ । କହିଲେ, ସନାତର ସଂସ୍କାର ଓ ପରମ୍ପରାକୁ ସମାପ୍ତ କରିବାକୁ ଚାହୁଁଛନ୍ତି ବିରୋଧୀ”
ଖୋଲୁଛି ହନିଟ୍ରାପ ରାଣୀ ଇରାନି ପାତ୍ରଙ୍କ ଗୁମର : ସାମ୍ନାକୁ ଆସିଲେ ଠକେଇର ଶିକାର ହୋଇଥିବା ଆଉ ଜଣେ ବ୍ୟବସାୟୀ
କନକ ବ୍ୟୁରୋ : ଖୋଲୁଛି ହନିଟ୍ରାପ ରାଣୀ ଇରାନି ପାତ୍ରଙ୍କ ଗୁମର । ସାମ୍ନାକୁ ଆସିଲେ ଠକେଇର ଶିକାର ହୋଇଥିବା ଆଉ ଜଣେ ବ୍ୟବସାୟୀ । ଚାକିରି କରାଇ ଦେବାକୁ କହି ବ୍ୟବସାୟୀଙ୍କୁ ଠକିଥିଲେ ଇରାନି ଓ ତାଙ୍କ ଗ୍ୟାଙ୍ଗ୍ । ବ୍ୟବସାୟୀଙ୍କ ଠାରୁ ଜୋର ଜବରଦସ୍ତି ୨୦ ହଜାର ଟଙ୍କା ନେଇଥିଲେ ଇରାନି । ପ୍ରଥମରେ ଇରାନି ଫେସବୁକ ବନ୍ଧୁତ୍ୱ ସ୍ଥାପନ କରୁଥିଲେ । ପରେ ତାଙ୍କୁ ଫସାଇ ଠକେଇ କରୁଥିଲେ । ଚାକିରି କରାଇଦେବାକୁContinue reading “ଖୋଲୁଛି ହନିଟ୍ରାପ ରାଣୀ ଇରାନି ପାତ୍ରଙ୍କ ଗୁମର : ସାମ୍ନାକୁ ଆସିଲେ ଠକେଇର ଶିକାର ହୋଇଥିବା ଆଉ ଜଣେ ବ୍ୟବସାୟୀ”
ଲଘୁଚାପ ପ୍ରଭାବ, ଓଡ଼ିଶାରେ ଭୀଷଣ ବର୍ଷା ! ୬ ଜିଲ୍ଲାକୁ ରେଡ, ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ; ଜରୁରୀ ନଥିଲେ ଘରୁ ନବାହାରିବାକୁ ପରାମର୍ଶ
କନକ ବ୍ୟୁରୋ : ଲଘୁଚାପ ପ୍ରଭାବରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଭୀଷଣ ବର୍ଷା ସମ୍ଭାବନା । ୬ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ, ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବଲାଙ୍ଗୀର, କଳାହାଣ୍ଡି, ସୋନପୁର, ବରଗଡ଼, ନୂଆପଡ଼ା ଏବଂ ସମ୍ବଲପୁରକୁ ରେଡ୍ ୱାର୍ଣ୍ଣି ଜାରି କରାଯାଇଛି । ସେହିପରି ନବରଙ୍ଗପୁର, କନ୍ଧମାଳ, ବୌଦ୍ଧ, କଟକ, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ, ଢ଼େଙ୍କନାଳ ଜିଲ୍ଲାକୁ ଅରେଂଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକContinue reading “ଲଘୁଚାପ ପ୍ରଭାବ, ଓଡ଼ିଶାରେ ଭୀଷଣ ବର୍ଷା ! ୬ ଜିଲ୍ଲାକୁ ରେଡ, ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ; ଜରୁରୀ ନଥିଲେ ଘରୁ ନବାହାରିବାକୁ ପରାମର୍ଶ”