୧ହଜାର କୋଟିର ଠକେଇ ମାମଲା, ଜେରା ହେବେ ଅଭିନେତା ଗୋବିନ୍ଦା

କନକ ବ୍ୟୁରୋ : ଓଡିଶା ଅର୍ଥନୈତିକ ଅପରାଧ ଶାଖା ତରଫରୁ ଅଭିନେତା ଗୋବିନ୍ଦା ଆହୁଜାଙ୍କୁ ନୋଟିିସ ଜାରି କରାଯାଇଛି । ୧ହଜାର କୋଟି ଟଙ୍କାର ଅନଲାଇନ ଅର୍ଥ ଠକେଇ ମାମଲାରେ ଗୋବିନ୍ଦାଙ୍କ ସଂପୃକ୍ତି ଥିବା ଅଭିଯୋଗ ଉପରେ ଇଓଡବ୍ଲ୍ୟୁ ଗୋବିନ୍ଦାଙ୍କୁ ଜେରା କରିବ । ସମଗ୍ର ଭାରତବର୍ଷର ପାନ୍ ଇଣ୍ଡିଆ ନାମକ ଏକ କମ୍ପାନୀ ଠକେଇ କରିଥିଲା । ଏହି ଠକେଇରେ ଗୋବିନ୍ଦାଙ୍କ ସଂପୃକ୍ତି ଥିବା ଜଣାପଡିଛି । ସୂଚନା ମୁତାବକ ସୋଲାର ଟେକ୍ନୋ ଆଲାଏନ୍ସ ନାମକContinue reading “୧ହଜାର କୋଟିର ଠକେଇ ମାମଲା, ଜେରା ହେବେ ଅଭିନେତା ଗୋବିନ୍ଦା”

ଆଜି ଝାରସୁଗୁଡ଼ା ବିମାନ ବନ୍ଦରରେ ଓହ୍ଲାଇ ପାରନ୍ତି ପ୍ରଧାନମନ୍ତ୍ରୀ : ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

କନକ ବ୍ୟୁରୋ : ଝାରସୁଗୁଡ଼ାରେ କିଛି ସମୟ ପରେ ଓହ୍ଲାଇପାରନ୍ତି ପ୍ରଧାନମନ୍ତ୍ରୀ । କଡ଼ା ସୁରକ୍ଷା ବଳୟରେ ରହିଛି ବିମାନବନ୍ଦର । ଝାରସୁଗୁଡ଼ାରେ ଓହ୍ଲାଇ ଛତିଶଗଡ଼ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଛତିଶଗଡ଼ରେ ବର୍ଷା ଲାଗି ରହିଥିବାରୁ ବିମାନ ଅବତରଣରେ ସମସ୍ୟା ଦେଖାଦେଇଛି । ସେଥିପାଇଁ ଝାରସୁଗୁଡ଼ାରେ ଓହ୍ଲାଇ ସେନା ହେଲିକପ୍ଟରରେ ଛତିଶଗଡ଼ ଯାଇପାରନ୍ତି ପ୍ରଧାନମନ୍ତ୍ରୀ । ୩ଟା ୧୫ରେ ରାଇଗଡ଼ାରେ ମୋଦୀଙ୍କ କାର୍ଯ୍ୟକ୍ରମ ରହିଛି । ରାଇଗଡ଼ର ପରବର୍ତୀ ବିମାନବନ୍ଦର ଝାରସୁଗୁଡ଼ାରେ ହୋଇଥିବାରୁContinue reading “ଆଜି ଝାରସୁଗୁଡ଼ା ବିମାନ ବନ୍ଦରରେ ଓହ୍ଲାଇ ପାରନ୍ତି ପ୍ରଧାନମନ୍ତ୍ରୀ : ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା”

ମହାନଦୀକୁ ଡେଇଁ ପଡ଼ିଲେ ଯୁବତୀ : ଚାଉଁରପୁର ବ୍ରିଜ୍ ଉପରୁ ଡେଇଁ ନିଖୋଜ; ଅଗ୍ନିଶମ ବାହିନୀ ଓ ପୋଲିସ ପକ୍ଷରୁ ଉଦ୍ଧାର ପାଇଁ ଉଦ୍ୟମ

କନକ ବ୍ୟୁରୋ : ସମ୍ବଲପୁରରେ ମହାନଦୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ । ଚାଉଁରପୁର ବ୍ରିଜ୍ ଉପରୁ ଡେଇଁ ଯୁବତୀ ଜଣଙ୍କ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ବ୍ରିଜ୍ ଉପରେ ଯୁବତୀ ଜଣଙ୍କ ଚପଲ ରଖି ପାଣି ଭିତରକୁ ଡ଼େଇଁ ପଡ଼ିଛନ୍ତି । ଖବର ପାଇ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି । ଯୁବତୀଙ୍କ ପରିଚୟ ମିଳିନଥିବା ବେଳେ ଏହାର କାରଣ ମଧ୍ୟContinue reading “ମହାନଦୀକୁ ଡେଇଁ ପଡ଼ିଲେ ଯୁବତୀ : ଚାଉଁରପୁର ବ୍ରିଜ୍ ଉପରୁ ଡେଇଁ ନିଖୋଜ; ଅଗ୍ନିଶମ ବାହିନୀ ଓ ପୋଲିସ ପକ୍ଷରୁ ଉଦ୍ଧାର ପାଇଁ ଉଦ୍ୟମ”

ରାଜ୍ୟରେ ନାହିଁ ବନ୍ୟା ସ୍ଥିତି : ବର୍ଷା ଯୋଗୁଁ ନଦୀରେ ଆସିବ ପାଣି; ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଲେ, ଉପରମୁଣ୍ଡରେ ହୋଇନି ଅଧିକ ବର୍ଷା

କନକ ବ୍ୟୁରୋ : ରାଜ୍ୟରେ ନାହିଁ ବନ୍ୟା ସ୍ଥିତି । କେବଳ ବର୍ଷା ଯୋଗୁଁ ନଦୀରେ ପାଣି ଆସିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ମହାନଦୀ ଉପରମୁଣ୍ଡରେ ବର୍ଷା ହୋଇଛି, ତଳମୁଣ୍ଡରେ ବର୍ଷା ହୋଇନଥିବା ସେ ସୂଚନା ଦେଇଛନ୍ତି । ସେହିପରି ହୀରାକୁଦ ଭିତରକୁ ୧ଲକ୍ଷ ୩୦ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୨ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି । ୧୦ଟି ଗେଟ୍ ଦେଇ ନିଷ୍କାସିତContinue reading “ରାଜ୍ୟରେ ନାହିଁ ବନ୍ୟା ସ୍ଥିତି : ବର୍ଷା ଯୋଗୁଁ ନଦୀରେ ଆସିବ ପାଣି; ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଲେ, ଉପରମୁଣ୍ଡରେ ହୋଇନି ଅଧିକ ବର୍ଷା”

ଓଲଟିଲା ଡଙ୍ଗା : ୧୦ରୁ ଅଧିକ ପିଲା ଏବେବି ନିଖୋଜ; ଖୋଜାଖୋଜି ଜାରି

କନକ ବ୍ୟୁରୋ : ଓଲଟିଲା ଡଙ୍ଗା । ୧୦ରୁ ଅଧିକ ପିଲା ଏବେବି ନିଖୋଜ । ବିହାରର ମୁଜାଫରପୁରରେ ଘଟିଛି ଏଭଳି ଘଟଣା । ବେନିଆବାଦ ଅଞ୍ଚଳରେ ବାଗମତୀ ନଦୀରେ ଡଙ୍ଗା ଓଲଟି ପଡ଼ିବାରୁ ଅଘଟଣ ଘଟିଛି । ଡଙ୍ଗାରେ ୩୦ରୁ ଅଧିକ ପିଲା ଥିଲେ । ୨୦ ପିଲାଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାବେଳେ ୧୦ରୁ ଅଧିକ ପିଲା ଏବେବି ନିଖୋଜ ଅଛନ୍ତି । ପୋଲିସ ଓ ଏସଡିଏଫ୍ଆର୍ ଟିମ୍ ଘଟଣାସ୍ଥଳରେ ପହଂଚି ରେସକ୍ୟୁ ଅପରେସନକୁ ଜୋରଦାରContinue reading “ଓଲଟିଲା ଡଙ୍ଗା : ୧୦ରୁ ଅଧିକ ପିଲା ଏବେବି ନିଖୋଜ; ଖୋଜାଖୋଜି ଜାରି”

ବର୍ଷାରେ ଭୁଶୁଡ଼ି ପଡ଼ିଲା ଘର : ଶୋଇଥିବା ଅବସ୍ଥାରେ କାନ୍ଥ ପଡ଼ି ଚାଲିଗଲା ବ୍ୟକ୍ତିଙ୍କ ଜୀବନ

କନକ ବ୍ୟୁରୋ : ଲଗାଣ ବର୍ଷା ବେଳେ ଅଘଟଣ । କଳାହାଣ୍ଡିରେ କାନ୍ଥ ଭୁଶୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଲଗାଣ ବର୍ଷା ଯୋଗୁଁ ମାଟି କାନ୍ଥ ପଡ଼ି ଏଭଳି ଅଘଟଣ ଘଟିଛି । କଳାହାଣ୍ଡି ଲାଞ୍ଜିଗଡ଼ ବ୍ଲକ ତୁମେରମୁଣ୍ଡା ଗାଁର ରୁଷି ସାହୁ ଘରେ ଶୋଇଥିବା ସମୟରେ ତାଙ୍କ ଉପରେ କାନ୍ଥ ପଡ଼ିଯାଇଥିଲା । ସ୍ଥାନୀୟ ଲୋକେ ପ୍ରାୟ ୩୦ ମିନିଟ୍ ପରେ ତାଙ୍କୁ କାନ୍ଥ ତଳୁ ଉଦ୍ଧାର କରି ମେଡ଼ିକାଲ ନେଇଥିଲେ ।Continue reading “ବର୍ଷାରେ ଭୁଶୁଡ଼ି ପଡ଼ିଲା ଘର : ଶୋଇଥିବା ଅବସ୍ଥାରେ କାନ୍ଥ ପଡ଼ି ଚାଲିଗଲା ବ୍ୟକ୍ତିଙ୍କ ଜୀବନ”

ପୂର୍ବତନ ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା : କୂଅରୁ ମୃତଦେହ ଉଦ୍ଧାର କଲା ପୋଲିସ

କନକ ବ୍ୟୁରୋ : ପୂର୍ବତନ ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା । କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବାଲିପାଳ ପଞ୍ଚାୟତରେ ଘଟିଛି ହତ୍ୟାକାଣ୍ଡ । ଜମିବାଡ଼ି ବିବାଦ କିମ୍ବା ରାଜନୈତିକ ଶତ୍ରୁତାରୁ ଏଭଳି ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ ହୋଇଛି । ପୂବର୍ତନ ସରପଞ୍ଚ ରମ୍ଭା ପାତ୍ରଙ୍କ ସ୍ୱାମୀ ନିରଞ୍ଜନ ପାତ୍ର ବଉଳା ଫାଣ୍ଡିର ଗ୍ରାମରକ୍ଷୀ ଥିଲେ । ମଙ୍ଗଳବାର ରାତିରେ ଉଭୟ ଦମ୍ପତିଙ୍କୁ କେହି ହତ୍ୟା କରି ବାରିପଟେ ପକାଇ ଦେଇଥିବା ଅଭିଯୋଗ ହୋଇଛିContinue reading “ପୂର୍ବତନ ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା : କୂଅରୁ ମୃତଦେହ ଉଦ୍ଧାର କଲା ପୋଲିସ”

ବାଂଲାଦେଶକୁ ମୋଦି ଏତେ ଗୁରୁତ୍ୱ କାହିଁକି ଦେଉଛନ୍ତି ?

ଗତ ସପ୍ତାହରେ ନୂଆଦିଲ୍ଲୀରେ ଅନୁଷ୍ଠିତ G-20 ଶିଖର ସମ୍ମିଳନୀରେ ଭାରତ ବାଂଲାଦେଶକୁ ଏକ ବିଶେଷ ଅତିଥି ଭାବରେ ନିମନ୍ତ୍ରଣ କରିଥିଲା । ବାଂଲାଦେଶ ଏକମାତ୍ର ପଡୋଶୀ ଦେଶ ଯାହାକୁ  G-20 ରେ ଭାରତ ନିମନ୍ତ୍ରଣ କରିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୮ ରେ ତାଙ୍କ ବାସଭବନରେ ଦ୍ୱିପାକ୍ଷିକ ବୈଠକ କରିଥିଲେ ଏଥିରେ ତିନୋଟି ଦେଶ ସାମିଲ ହେଇଥିଲେ । ମରିସସ୍ ଏବଂ ଆମେରିକା ସହିତ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ମଧ୍ୟ ସେଠାରେ ଉପସ୍ଥିତContinue reading “ବାଂଲାଦେଶକୁ ମୋଦି ଏତେ ଗୁରୁତ୍ୱ କାହିଁକି ଦେଉଛନ୍ତି ?”

ଅନନ୍ତନାଗରେ ଏନକାଉଣ୍ଟର ପରେ ସର୍ଚ୍ଚ ଅପରେସନ ଜାରି : ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଛନ୍ତି କର୍ଣ୍ଣେଲ, ମେଜର ଓ ଡିଏସପି

କନକ ବ୍ୟୁରୋ : ଜାମ୍ମୁ-କାଶ୍ମୀରରେ ବଡଧରଣର ଏନକାଉଣ୍ଟର ପରେ ଜାରି ରହିଛି ସର୍ଚ୍ଚ ଅପରେସନ । କୋକେରନାଗର ଗଡୋଲେ ଅଞ୍ଚଳରେ ଗତକାଲି ଏନକାଉଣ୍ଟର ପରେ ଆଲର୍ଟରେ ଅଛନ୍ତି ସୁରକ୍ଷାକର୍ମୀ । ଏହି ସ୍ଥାନରେ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି, ଏମାନଙ୍କୁ ଖୋଜିବା ପାଇଁ ଗତକାଲି ସାରା ରାତି ସର୍ଚ୍ଚ ଅପରେସନ ଜାରି ରହିଥିଲା । ଆଜି ମଧ୍ୟ ସକାଳୁ ସକାଳୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ଘଞ୍ଚ ଜଙ୍ଗଲ ଓ ପାହାଡContinue reading “ଅନନ୍ତନାଗରେ ଏନକାଉଣ୍ଟର ପରେ ସର୍ଚ୍ଚ ଅପରେସନ ଜାରି : ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଛନ୍ତି କର୍ଣ୍ଣେଲ, ମେଜର ଓ ଡିଏସପି”

ଲଗାଣ ବର୍ଷାରେ ବୁଡ଼ିଲା ଏମଭି ୯୬ ପୋଲ : ବ୍ରିଜ୍ ଉପରେ ୬ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ; ଆନ୍ଧ୍ର ଓ ତେଲେଙ୍ଗାନାକୁ ଯୋଗାଯୋଗ ବିଚ୍ଛିନ୍ନ

କନକ ବ୍ୟୁରୋ : ବର୍ଷାରେ ବେହାଲ୍ ମାଲକାନଗିରି ଜିଲ୍ଲାର କାଲିମେଳା । କାଲିମେଳା ଏମ-ଭି-୯୬ରେ ପୋଲ ଉପରେ ପ୍ରବାହିତ ହେଉଛି ୬ଫୁଟର ବନ୍ୟା ପାଣି । ୩୨୬ ନମ୍ବର ଜାତୀୟ ରାଜପଥରେ ପାଣି ଜମି ରହିଥିବାରୁ ଉଭୟ ପାଶ୍ୱର୍ରେ ଅଟକି ରହିଛି ଯାନବାହାନ । ଫଳରେ ଆନ୍ଧ୍ର ଓ ତେଲେଙ୍ଗାନା ରାଜ୍ୟକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଲଘୁଚାପ ଜନିତ ବର୍ଷା ଯୋଗୁଁ ୨୪ ଘଂଟାରେ କାଲିମେଳାରେ ୮୦ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି । ବିଭିନ୍ନContinue reading “ଲଗାଣ ବର୍ଷାରେ ବୁଡ଼ିଲା ଏମଭି ୯୬ ପୋଲ : ବ୍ରିଜ୍ ଉପରେ ୬ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ; ଆନ୍ଧ୍ର ଓ ତେଲେଙ୍ଗାନାକୁ ଯୋଗାଯୋଗ ବିଚ୍ଛିନ୍ନ”

Design a site like this with WordPress.com
Get started