କନକ ବ୍ୟୁରୋ : ଜୋର ଧରିଲା ଛାତ୍ର ସଂସଦ ନିର୍ବାଚନ ଦାବି । କଲେଜ ଇଲେକ୍ସନ୍ ବନ୍ଦ’ର ପ୍ରତିବାଦ କରିଛି ଛାତ୍ର କଂଗ୍ରେସ । ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କରିବା ସହ ପ୍ରତିବାଦ କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ । ଘର ଆଗରେ ଛାତ୍ର କଂଗ୍ରେସ କର୍ମୀ ଅଣ୍ଡାମଡ଼ କରି ଏହି ପ୍ରତିବାଦ କରିଛନ୍ତି । ସୁରକ୍ଷା ଦୃଷ୍ଟିରୁ ଘଟଣା ସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । The post ଜୋର ଧରିଲା ଛାତ୍ରContinue reading “ଜୋର ଧରିଲା ଛାତ୍ର ସଂସଦ ନିର୍ବାଚନ ଦାବି : ବାସଭବନ ଘେରାଉ ସହ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଘରକୁ ଅଣ୍ଡାମାଡ”
Tag Archives: News
ଇନ୍ଧନ ପାଇଁ ପାକିସ୍ତାନ ପାଖରେ ନାହିଁ ଟଙ୍କା, ୟୁଏଇ ଓ ସାଉଦିରେ ଅଟକାଇଲେ ପାକିସ୍ତାନର ସରକାରୀ ବିମାନ ।
କନକ ବ୍ୟୁରୋ : ବେଶ କିଛି ଦିନ ହେବ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ । ସ୍ଥିତି ଏମିତି ହୋଇଛି ଯେ, ପାକିସ୍ତାନର ସବୁଠୁ ବଡ ଏୟାରଲାଇନ୍ସ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସରେ ଇନ୍ଧନ ଭରିବାକୁ ମଧ୍ୟ ସରକାରଙ୍କ ପାଖରେ ଟଙ୍କା ନାହିଁ । ବକେୟା ଇନ୍ଧନ ଟଙ୍କା ନ ଦେବା କାରଣରୁ ସାଉଦି ଆରବ ଓ ୟୁଏଇ ପାକିସ୍ତାନର ସରକାରୀ ବିମାନକୁ ଅଟକାଇଥିବା ସୂଚନା ମିଳିଛି । ପାକିସ୍ତାନ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ,Continue reading “ଇନ୍ଧନ ପାଇଁ ପାକିସ୍ତାନ ପାଖରେ ନାହିଁ ଟଙ୍କା, ୟୁଏଇ ଓ ସାଉଦିରେ ଅଟକାଇଲେ ପାକିସ୍ତାନର ସରକାରୀ ବିମାନ ।”
ସ୍ୱପ୍ନ ଫାଉଣ୍ଡେସନ ପକ୍ଷରୁ ସ୍କ୍ରାଇବ୍ ଯୋଗାଡ ଆରମ୍ଭ : ଦୃଷ୍ଟିବାଧିତଙ୍କ ପରୀକ୍ଷାର୍ଥୀଙ୍କ ପାଇଁ ଲେଖିବାରେ ସାହାଯ୍ୟ କରନ୍ତି ସ୍କ୍ରାଇବ୍
କନକ ବ୍ୟୁରୋ : ଦୃଷ୍ଟିବାଧିତ ବିଦ୍ୟାର୍ଥୀଙ୍କ ପାଇଁ ଆବଶ୍ୟକ ପଡୁଛି ସ୍କ୍ରାଇବ୍ । ସ୍କ୍ରାଇବ୍ ଅର୍ଥାତ୍ ଯେଉଁମାନେ ଦୃଷ୍ଟିବାଧିତ ପରୀକ୍ଷାର୍ଥୀଙ୍କ ପାଇଁ ଲେଖିବାରେ ସାହାଯ୍ୟ କରନ୍ତି । ଫଳରେ ପରୀକ୍ଷା ବେଳେ ସମସ୍ୟା ଭୋଗୁଛନ୍ତି ଦୃଷ୍ଟିବାଧିତ ଛାତ୍ରଛାତ୍ରୀ । ଏଥିପାଇଁ କଟକର ଅଗ୍ରଣୀ ସାମାଜିକ ସଂଗଠନ ସ୍ୱପ୍ନ ଫାଉଣ୍ଡେସନ୍ ଏକ ନୂଆ ଅଭିଯାନ ଆରମ୍ଭ କରିବା ସହ ସ୍କ୍ରାଇବ୍ ଯୋଗାଡ ପାଇଁ ଅଣ୍ଟା ଭିଡିଛି । ସହରର ଅନ୍ୟ ଅନୁଷ୍ଠାନ ତୁଳନାରେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସର୍ବାଧିକ ଦୃଷ୍ଟିବାଧିତContinue reading “ସ୍ୱପ୍ନ ଫାଉଣ୍ଡେସନ ପକ୍ଷରୁ ସ୍କ୍ରାଇବ୍ ଯୋଗାଡ ଆରମ୍ଭ : ଦୃଷ୍ଟିବାଧିତଙ୍କ ପରୀକ୍ଷାର୍ଥୀଙ୍କ ପାଇଁ ଲେଖିବାରେ ସାହାଯ୍ୟ କରନ୍ତି ସ୍କ୍ରାଇବ୍”
ଏଥର ଶୀଘ୍ର ଓ ସହଜରେ ଚିହ୍ନଟ ହେବ କ୍ୟାନସର । ଭାରତୀୟ ବିଶେଷଜ୍ଞଙ୍କ ଉଦ୍ଭାବନ
କନକ ବ୍ୟୁରୋ: ଅନେକ ସମୟରେ କ୍ୟାନ୍ସର ପରି ରୋଗକୁ ଜାଣିହୁଏନି । ଆଉ ଯେତେବେଳେ ଜାଣିବାକୁ ମିଳେ ସେତେବେଳେ ତାହା ଶେଷ ପର୍ଯ୍ୟାୟରେ ଥାଏ ଯାହା ରୋଗୀର ମୃତ୍ୟୁକୁ ନିଶ୍ଚିତ କରିଦିଏ । ହେଲେ ଏହି ସମସ୍ୟାକୁ ଦୂରେଇବାକୁ ଚେଷ୍ଟା କରିଛନ୍ତି ଭାରତୀୟ ବୈଜ୍ଞାନିକ । ବେଙ୍ଗାଲୁରୁସ୍ଥିତ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ (ଆଇଆଇଏସ୍ସି)ର ବୈଜ୍ଞାନିକମାନେ ସୁନା ଓ କପର ସଲ୍ଫାଇଡରୁ ପ୍ରସ୍ତୁତ ହାଇବ୍ରିଡ୍ ନାନୋପାର୍ଟିକିଲ୍ସ ପ୍ରସ୍ତୁତ କରିଛନ୍ତି। ଉତ୍ତାପର ପ୍ରୟୋଗ ଫଳରେ ଏହା କ୍ୟାନସର ସେଲ୍କୁ ମାରିଦେବାContinue reading “ଏଥର ଶୀଘ୍ର ଓ ସହଜରେ ଚିହ୍ନଟ ହେବ କ୍ୟାନସର । ଭାରତୀୟ ବିଶେଷଜ୍ଞଙ୍କ ଉଦ୍ଭାବନ”
ବିଜେଡି ବ୍ୟାନରରେ ଉପବାଚସ୍ପତିଙ୍କ ଫଟୋ : ଉଠିଲା ପ୍ରଶ୍ନ ଦଳୀୟ ବ୍ୟାନରରେ କେମିତି ରହିଲା ରଜନୀକାନ୍ତ ସିଂଙ୍କ ଫଟୋ
କନକ ବ୍ୟୁରୋ : ବିଜେଡି ମହିଳା କାର୍ଯ୍ୟକାରିଣୀ ବୈଠକରେ ଲାଗିଥିବା ବ୍ୟାନରରେ ଉପବାଚସ୍ପତି ରଜନୀକାନ୍ତ ସିଂଙ୍କ ଫଟୋକୁ ନେଇ ଉପୁଜିଛି ବିବାଦ । ସାମ୍ବିଧାନିକ ପଦ ପଦବୀରେ ଥିବା ଜଣେ ବ୍ୟକ୍ତି ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହିବା ଉଚିତ୍ । କିନ୍ତୁ ସେପରି ସ୍ଥଳେ ତାଙ୍କ ଫଟୋ କିପରି ବ୍ୟାନରରେ ସ୍ଥାନ ପାଇଲା ତାକୁ ନେଇ ଉଠିଛି ପ୍ରଶ୍ନ । ଅନୁଗୁଳ ଜିଲ୍ଲା ବିଜୁ ମହିଳା ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ସ୍ନେହାଙ୍ଗିନୀ ଛୁରିଆଙ୍କ ସମେତContinue reading “ବିଜେଡି ବ୍ୟାନରରେ ଉପବାଚସ୍ପତିଙ୍କ ଫଟୋ : ଉଠିଲା ପ୍ରଶ୍ନ ଦଳୀୟ ବ୍ୟାନରରେ କେମିତି ରହିଲା ରଜନୀକାନ୍ତ ସିଂଙ୍କ ଫଟୋ”
ଲଗାଣ ବର୍ଷାରେ ଭୁଷୁଡ଼ିଲା ଘରର କାନ୍ଥ : ଅଳ୍ପକେ ବର୍ତ୍ତିଗଲେ ପରିବାର ଲୋକ
କନକ ବ୍ୟୁରୋ : ଲଗାଣ ବର୍ଷାରେ ଭୁଶୁଡ଼ି ପଡ଼ିଲା ଘରର କାନ୍ଥ । ଅଳ୍ପକେ ବର୍ତ୍ତିଗଲେ ପରିବାର ଲୋକ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଗୋମୁଣ୍ଡିଆ ଗାଁରେ ଘଟିଛି ଏହି ଅଘଟଣ । ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ ଗାଁ ଅମୂଲ୍ୟ ପଣ୍ଡାଙ୍କର କାନ୍ଥ ଭାଙ୍ଗି ପଡ଼ିଥିଲା । ଘର ଭାଙ୍ଗିବା ପରେ ମୁଣ୍ଡ ଗୁଂଜିବାକୁ ପକ୍କା ଘର ନଥିବାରୁ କ୍ଷତିପୂରଣ ଦେବାକୁ ଗାଁଲୋକ ଦାବି କରିଛନ୍ତି । ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେContinue reading “ଲଗାଣ ବର୍ଷାରେ ଭୁଷୁଡ଼ିଲା ଘରର କାନ୍ଥ : ଅଳ୍ପକେ ବର୍ତ୍ତିଗଲେ ପରିବାର ଲୋକ”
ଭିଜିଲାନ୍ସ ଜାଲରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧିକାରୀ : ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ସଂଗ୍ରାମ କେଶରୀ ଜେନାଙ୍କ ଘରେ ଚଢ଼ାଉ
କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଅଧିକାରୀ ସଂଗ୍ରାମ କେଶରୀ ଜେନା । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଛି । ବାଲୁଗାଁ, ଟାଙ୍ଗୀ ଓ ବାଣପୁର ସମେତ ୪ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ପୂର୍ବରୁ ଗଞ୍ଜାମ ବୁଗୁଡାର ତହସିଲଦାର ଥିଲେ ସଂଗ୍ରାମ କେଶରୀ ଜେନା । ୩ଜଣ ଡିଏସପି, ୧୦ଜଣ ଇନ୍ସପେକ୍ଟର ଓ ଅନ୍ୟାନ୍ୟ ଅଧିକାରୀଙ୍କୁ ନେଇ ଚଢ଼ାଉ ଜାରି ରହିଛି ।Continue reading “ଭିଜିଲାନ୍ସ ଜାଲରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧିକାରୀ : ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ସଂଗ୍ରାମ କେଶରୀ ଜେନାଙ୍କ ଘରେ ଚଢ଼ାଉ”
ବର୍ଷା ହେଲା କାଳ, ଭୁଷୁଡ଼ି ପଡ଼ିଲା ସ୍କୁଲ କାନ୍ଥ : ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୨୮ ଛାତ୍ରଛାତ୍ରୀ
କନକ ବ୍ୟୁରୋ : ବର୍ଷା ହେଲା କାଳ, ଭୁଷୁଡ଼ି ପଡ଼ିଲା ସ୍କୁଲ କାନ୍ଥ । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୨୮ ଛାତ୍ରଛାତ୍ରୀ । କନ୍ଧମାଳ ବାଲିଗୁଡ଼ା ବ୍ଲକ ସିନ୍ଦ୍ରିଗାଁ ପଞ୍ଚାୟତ କିଲୁପଡ଼ାରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହ ଭୁଷୁଡ଼ିପଡ଼ିଛି । ବିଦ୍ୟାଳୟ ପାଖରେ ଛାତ୍ରଛାତ୍ରୀ ଠିଆ ହୋଇଥିବା ବେଳେ ଘଟିଥିଲା ଏହି ଅଘଟଣ । ସ୍କୁଲ ଶ୍ରେଣୀ ଗୃହଟି ପୂର୍ବରୁ ପରିତ୍ୟକ୍ତ ତଥା ବିପଦ ସଙ୍କୁଳ ଅବସ୍ଥାରେ ଥିଲା । ଏହି ଅବସ୍ଥାରେ ସ୍କୁଲରେContinue reading “ବର୍ଷା ହେଲା କାଳ, ଭୁଷୁଡ଼ି ପଡ଼ିଲା ସ୍କୁଲ କାନ୍ଥ : ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୨୮ ଛାତ୍ରଛାତ୍ରୀ”
ଲଗାଣ ବର୍ଷା ଆଣିପାରେ ଅକସ୍ମାତ ବନ୍ୟା : ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ; ସକାଳ ୮ଟା ୩୦ ସୁଦ୍ଧା ବଲାଙ୍ଗୀରରେ ସର୍ବାଧିକ ବର୍ଷା ରେକର୍ଡ
କନକ ବ୍ୟୁରୋ : ଘନୀଭୂତ ହୋଇ ୱେଲ ମାର୍କଡ୍ ଲୋପ୍ରେସରରେ ପରିଣତ ହୋଇଛି ଲଘୁଚାପ । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ରହିଛି । ଏହା ଆଗାମୀ ୨ ଦିନ ଯାଏଁ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏବେ ସୁଦୃଶ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା । ସକାଳ ୮ଟା ୩୦ ସୁଦ୍ଧା ବଲାଙ୍ଗୀରରେ ସର୍ବାଧିକ ବର୍ଷା ରେକର୍ଡContinue reading “ଲଗାଣ ବର୍ଷା ଆଣିପାରେ ଅକସ୍ମାତ ବନ୍ୟା : ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ; ସକାଳ ୮ଟା ୩୦ ସୁଦ୍ଧା ବଲାଙ୍ଗୀରରେ ସର୍ବାଧିକ ବର୍ଷା ରେକର୍ଡ”
ପିଲାଙ୍କୁ ପାଠ ପଢ଼ାଇଲେ ଉପଜିଲ୍ଲାପାଳ : ସ୍କୁଲର ସ୍ଥିତି ପରଖିବା ସହ ବିଦ୍ୟାଳୟରେ ପାଠପଢ଼ା କେମିତି ଚାଲିଛି କଲେ ଅନୁଧ୍ୟାନ
କନକ ବ୍ୟୁରୋ : ଜୟପୁର ହାଟକଙ୍ଗ ପ୍ରାଥମିକ ବିଦ୍ୟାଳୟକୁ ଅଚାନକ ପରିଦର୍ଶନରେ ଗଲେ ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ା । ସେଠାରେ ସେ ସ୍ଥିତି ପରଖିବା ସହ ବିଦ୍ୟାଳୟରେ ପାଠପଢ଼ା କେମିତି ଚାଲିଛି ଓ ଭିିତ୍ତିଭୂମି କିପରି ରହିଛି ତାହା ସେ ତଦନ୍ତ କରିଛନ୍ତି । ଏବେ ପ୍ରାଥମିକ ଶିକ୍ଷକମାନେ ଆନ୍ଦୋଳନ ଚଳାଇଥିବା ବେଳେ ବାକି ଶିକ୍ଷକଙ୍କୁ ନେଇ ବିଦ୍ୟାଳୟରେ କେମିତି ପାଠପଢ଼ା ଚାଲିଛି ତାହା ଶ୍ରୀ ପରିଡ଼ା ଅନୁଧ୍ୟାନ କରିଛନ୍ତି । ଖାଲି ସେତିକି ନୁହେଁContinue reading “ପିଲାଙ୍କୁ ପାଠ ପଢ଼ାଇଲେ ଉପଜିଲ୍ଲାପାଳ : ସ୍କୁଲର ସ୍ଥିତି ପରଖିବା ସହ ବିଦ୍ୟାଳୟରେ ପାଠପଢ଼ା କେମିତି ଚାଲିଛି କଲେ ଅନୁଧ୍ୟାନ”