କନକ ବ୍ୟୁରୋ : ଆତଙ୍କ ଖେଳାଇଛି ସ୍କ୍ରବ ଟାଇଫସ । ସୁନ୍ଦରଗଡ଼ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୩୨ ଜଣ ସ୍କ୍ରବ ଟାଇଫଓ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି ଭାରପ୍ରାପ୍ତ ସିଡିଏମ୍ଓ କାହ୍ନୁଚରଣ ନାୟକ । ସେହି ରୋଗୀ ଜଣଙ୍କ ପାଖାପାଖି ୨୦ ଦିନ ଆଇସିୟୁରେ ଚିକତ୍ସିତ ହେଉଥିଲେ । ସେ ଅନ୍ୟ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ । ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଔଷଧ ଓContinue reading “ସ୍କ୍ରବ ଟାଇଫସ ଆତଙ୍କ : ସୁନ୍ଦରଗଡ଼ରେ ୧୩୨ ଜଣ ପଜିଟିଭ୍ ଚିହ୍ନଟ; ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା”
Tag Archives: News
ତେଜିଲା ଛାତ୍ର ସଂସଦ ନିର୍ବାଚନ ଦାବି : ଆଜିଠୁ ସାରା ରାଜ୍ୟରେ ଆନ୍ଦୋଳନ କରିବ ଏବିଭିପି; ୨୪ ଘଣ୍ଟାର ମହଲତ ଦେଇଛି ଛାତ୍ର କଂଗ୍ରେସ
କନକ ବ୍ୟୁରୋ : ତେଜିଲା ଛାତ୍ର ସଂସଦ ନିର୍ବାଚନ ଦାବି । ଆଜିଠୁ ସାରା ରାଜ୍ୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଆନ୍ଦୋଳନ କରାଯିବ । ସେହିପରି ଛାତ୍ର କଂଗ୍ରେସ ମଧ୍ୟ ରଣହୁଙ୍କାର ଦେଇଛି । ରାଜ୍ୟ ସରକାରଙ୍କୁ ୨୪ ଘଣ୍ଟାର ମହଲତ ଦେଇଛି ଛାତ୍ର କଂଗ୍ରେସ । ୨୪ ଘଣ୍ଟା ମଧ୍ୟରେ ଛାତ୍ର ସଂସଦ ନିର୍ବାଚନ ନେଇ ସରକାର ଘୋଷଣା ନକଲେ ରାଜ୍ୟବ୍ୟାନୀ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି ଛାତ୍ର କଂଗ୍ରେସ ।Continue reading “ତେଜିଲା ଛାତ୍ର ସଂସଦ ନିର୍ବାଚନ ଦାବି : ଆଜିଠୁ ସାରା ରାଜ୍ୟରେ ଆନ୍ଦୋଳନ କରିବ ଏବିଭିପି; ୨୪ ଘଣ୍ଟାର ମହଲତ ଦେଇଛି ଛାତ୍ର କଂଗ୍ରେସ”
ଖୋଲିଲା ହୀରାକୁଦ ଡ୍ୟାମର ଆଉ ୮ଟି ଗେଟ୍ : ୧୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବର୍ଷା ଜଳ
କନକ ବ୍ୟୁରୋ : ଖୋଲିଲା ହୀରାକୁଦ ଡ୍ୟାମର ଆଉ ୮ଟି ଗେଟ୍ । ଏବେ ମୋଟ୍ ୧୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବର୍ଷା ଜଳ । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ହୀରାକୁଦର ଗେଟ୍ ଖୋଲିଛି । ଆଉ ୨ଟି ଗେଟ୍ ଖୋଲଯିବ ବୋଲି ହୀରାକୁଦ ଡ୍ୟାମର ମୁଖ୍ୟଯନ୍ତ୍ରୀ ସୂଚନା ଦେଇଛନ୍ତି । ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ଏବେ ଜଳସ୍ତର ରହିଛି ୬୨୮.୭୧ ଫୁଟ । ଜଳଭଣ୍ଡାରକୁContinue reading “ଖୋଲିଲା ହୀରାକୁଦ ଡ୍ୟାମର ଆଉ ୮ଟି ଗେଟ୍ : ୧୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବର୍ଷା ଜଳ”
ଅଖା ଭିତରେ ଯୁବତୀଙ୍କ ହାତ ବନ୍ଧା ମୃତଦେହ : ଦୟାନଦୀର କଣାସ ନୂଆଗାଁ କୂଳରୁ ଉଦ୍ଧାର
କନକ ବ୍ୟୁରୋ : ଅଖା ଭିତରେ ଯୁବତୀଙ୍କ ହାତ ବନ୍ଧା ମୃତଦେହ । ପୁରୀ ଜିଲ୍ଲା କଣାସ ବ୍ଲକ ଗଡ଼ିଶାଗୋଦା ଥାନା ଦୟାନଦୀର ନୂଆଗାଁ ସେତୁ ନିକଟରୁ ମୃତଦେହ ଉଦ୍ଧାର କରାଯାଇଛି । ଗତକାଲି ରାତିରେ ସ୍ଥାନୀୟ ଲୋକେ ନଦୀ କୂଳରେ ଏକ ଜରି ଅଖା ଦେଖିଥିଲେ । ସେଥିରୁ ଦୁର୍ଗନ୍ଧ ବାହାରୁ ଥିବାରୁ ସନ୍ଦେହରେ ପୋଲିସକୁ ଜଣାଇଥିଲେ । ପୋଲିସ ପହଞ୍ଚି ଅଖା ଭିତରୁ ମୃତଦେହ ଉଦ୍ଧାର କରିଥିଲା । ମୃତକଙ୍କ ବୟସ ୩୦ ବର୍ଷContinue reading “ଅଖା ଭିତରେ ଯୁବତୀଙ୍କ ହାତ ବନ୍ଧା ମୃତଦେହ : ଦୟାନଦୀର କଣାସ ନୂଆଗାଁ କୂଳରୁ ଉଦ୍ଧାର”
ଏସିଆ କପ୍ ସୁପର ୪ ରାଉଣ୍ଡ : ଆଜି ଶ୍ରୀଲଙ୍କା-ପାକିସ୍ତାନ ମୁକାବିଲା; ବର୍ଷା ହେଲେ ଫାଇନାଲକୁ ଯିବ କେଉଁ ଦଳ ?
କନକ ବ୍ୟୁରୋ : ଏସିଆ କପ୍ ସୁପର ୪ ରାଉଣ୍ଡ । ଆଜି ଶ୍ରୀଲଙ୍କା-ପାକିସ୍ତାନ ମୁକାବିଲା । ବିଜୟୀ ଦଳ ଫାଇନାଲରେ ପ୍ରବେଶ କରିବ । ପୂର୍ବରୁ ଫାଇନାଲରେ ସ୍ଥାନ ପକ୍କା କରି ସାରିଛି ଟିମ୍ ଇଣ୍ଡିଆ । ଭାରତ-ପାକିସ୍ତାନ ସମ୍ଭାବ୍ୟ ଫାଇନାଲ୍ ପଥରେ ପ୍ରତିବନ୍ଧକ ସାଜିଛନ୍ତି ଶ୍ରୀଲଙ୍କା ଓ ବର୍ଷା। ଆଜି ଖେଳାଯିବାକୁ ଥିବା ପାକିସ୍ତାନ ଓ ଶ୍ରୀଲଙ୍କା ମୁକାବିଲା ସେମିଫାଇନାଲ୍ ସଦୃଶ । ଏହି ମ୍ୟାଚ୍ର ବିଜେତା ହିଁ ଭାରତ ସହ ଫାଇନାଲ୍ ଖେଳିବContinue reading “ଏସିଆ କପ୍ ସୁପର ୪ ରାଉଣ୍ଡ : ଆଜି ଶ୍ରୀଲଙ୍କା-ପାକିସ୍ତାନ ମୁକାବିଲା; ବର୍ଷା ହେଲେ ଫାଇନାଲକୁ ଯିବ କେଉଁ ଦଳ ?”
ପାର୍ଲାମେଣ୍ଟର ସ୍ୱତନ୍ତ୍ର ଅଧିବେଶନ ପାଇଁ ଆସିଲା ଏଜେଣ୍ଡା : ୪ଟି ବିଲ ହେବ ଉପସ୍ଥାପିତ; ପ୍ରଥମ ଦିନରେ ୭୫ ବର୍ଷର ଯାତ୍ରା ନେଇ ଆଲୋଚନା
କନକ ବ୍ୟୁରୋ : ଆସନ୍ତା ୧୮ ତାରିଖରୁ ପାର୍ଲାମେଣ୍ଟର ସ୍ୱତନ୍ତ୍ର ଅଧିବେଶନ ପାଇଁ ଏଜେଣ୍ଡା ଜାରି କରିଛନ୍ତି କେନ୍ଦ୍ର ସରକାର । ପ୍ରଥମ ଦିନରେ ସଂସଦର ୭୫ ବର୍ଷର ଯାତ୍ରା ନେଇ ଆଲୋଚନା ହେବ । ଏହି ଅବସରରେ ସମ୍ବିଧାନ ସଭାଠାରୁ ଆରମ୍ଭ କରି ଆଜି ଯାଏଁ ଚାଲିଥିବା ସଂସଦୀୟ ଯାତ୍ରା ଉପରେ ଆଲୋଚନା ହେବ । ଏହା ସହ ୪ଟି ବିଲ ବି ଉପସ୍ଥାପିତ କରିବେ କେନ୍ଦ୍ର ସରକାର । ଏଥିମଧ୍ୟରେ ରହିଛି ଆଡଭୋକଟସ ସଂଶୋଧାନContinue reading “ପାର୍ଲାମେଣ୍ଟର ସ୍ୱତନ୍ତ୍ର ଅଧିବେଶନ ପାଇଁ ଆସିଲା ଏଜେଣ୍ଡା : ୪ଟି ବିଲ ହେବ ଉପସ୍ଥାପିତ; ପ୍ରଥମ ଦିନରେ ୭୫ ବର୍ଷର ଯାତ୍ରା ନେଇ ଆଲୋଚନା”
ଅନନ୍ତନାଗରେ ବଡ ଏନକାଉଣ୍ଟର : କର୍ଣ୍ଣେଲ, ମେଜରଙ୍କ ସମେତ ୪ ଯବାନ ସହିଦ; ୨ ଆତଙ୍କବାଦୀ ନିପାତ
କନକ ବ୍ୟୁରୋ : ଜାମ୍ମୁ-କାଶ୍ମୀରରେ ବଡଧରଣର ଏନକାଉଣ୍ଟର । ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀଙ୍କ ଆକ୍ରମଣରେ ୩ ଅଧିକାରୀଙ୍କ ସମେତ ୪ ଜଣ ଯବାନ ଆହତ ହୋଇଛନ୍ତି । ଅଧିକାରୀଙ୍କ ମଧ୍ୟରେ ଜଣେ କର୍ଣ୍ଣେଲ, ରାଷ୍ଟ୍ରୀୟ ରାଇଫଲ୍ସର ଜଣେ ମେଜର ଓ ଜମ୍ମୁକଶ୍ମୀର ପୋଲିସର ଜଣେ ଡିଏସ୍ପି ରହିଛନ୍ତି । ଏମାନେ ହେଲେ କର୍ଣ୍ଣେଲ ମନପ୍ରୀତ ସିଂହ, ମେଜର ଆଶିଷ ଢୋଚକ ଓ ଡିଏସପି ହୁମାୟୁଁ । ଘଟଣାରେ ଦୁଇ ଜଣContinue reading “ଅନନ୍ତନାଗରେ ବଡ ଏନକାଉଣ୍ଟର : କର୍ଣ୍ଣେଲ, ମେଜରଙ୍କ ସମେତ ୪ ଯବାନ ସହିଦ; ୨ ଆତଙ୍କବାଦୀ ନିପାତ”
କୁକୁଡାଖଣ୍ଡି ଗ୍ରାନାଇଟ୍ ୟୁନିଟରେ ଅଘଟଣ : ପଥର ତଳେ ଚାପି ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ
କନକ ବ୍ୟୁରୋ : ପଥର ତଳେ ଚାପି ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଆଉ ୨ ଜଣ ଆହତ ହୋଇଥିବା ସୂଚନା ମିଳିଛି । ମୃତକ ଦୁଇ ଜଣ ସମ୍ପର୍କୀୟ ଭାଇ ବୋଲି ଜଣାପଡିଛି । ବ୍ରହ୍ମପୁର ସଦର ଥାନା କାଳୁଆ ଛକ ନିକଟରେ ଏକ ପଥର କ୍ୱାରିରେ ଏହି ଅଘଟଣ ଘଟିଛି । ମୃତକ ହେଲେ ଦିଗପହଣ୍ଡି ଥାନା ପିଲିକାଡିହା ଗାଁର ଗୋବିନ୍ଦ ମଲିକ ଓ ଜଗା ମଲିକ । ମହୁରୀକାଳୁଆ ଛକContinue reading “କୁକୁଡାଖଣ୍ଡି ଗ୍ରାନାଇଟ୍ ୟୁନିଟରେ ଅଘଟଣ : ପଥର ତଳେ ଚାପି ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ”
ଲଗାଣ ବର୍ଷାରେ ଦକ୍ଷିଣ ଓଡ଼ିଶାରେ ଅସମ୍ଭାଳ ସ୍ଥିତି : ତେଲେଙ୍ଗିରି ଜଳଭଣ୍ଡାରରେ ବଢିଲା ଜଳସ୍ତର
କନକ ବ୍ୟୁରୋ : କୋରାପୁଟ ଜିଲ୍ଲାରେ ଜାରି ରହିଛି ଲଗାଣ ବର୍ଷା । ଫଳରେ ତେଲେଙ୍ଗିରି ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି । ଜଳଭଣ୍ଡାରର ଗୋଟିଏ ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି । ଆଖପାଖ ଅଂଚଳର ଲୋକ ଡ୍ୟାମ୍ ନିକଟକୁ ନଯିବା ପାଇଁ ବିଭାଗ ଡାକବାଜି ଯନ୍ତ୍ର ଦ୍ୱାରା ସୂଚନା ଦିଆଯାଇଛି । ଜଳଭଣ୍ଡାରର କ୍ଷମତା ୬୩୩ ଘନମିଟର ଥିବା ବେଳେ ଏବେ ୬୩୨.୮ ଘନମିଟର ଜଳ ରହିଛି । ପ୍ରତି ସେକେଣ୍ଡରେ ୫୦ ଘନମିଟରContinue reading “ଲଗାଣ ବର୍ଷାରେ ଦକ୍ଷିଣ ଓଡ଼ିଶାରେ ଅସମ୍ଭାଳ ସ୍ଥିତି : ତେଲେଙ୍ଗିରି ଜଳଭଣ୍ଡାରରେ ବଢିଲା ଜଳସ୍ତର”
ଲଘୁଚାପ ପ୍ରଭାବ, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା : ଆଜି ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
କନକ ବ୍ୟୁରୋ : ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା । ଟ୍ୱିନସିଟି କଟକ ଓ ଭୁବନେଶ୍ୱରରେ ଲଗାଣ ବର୍ଷା ହେଉଛି । ରାତି ସାରା ବର୍ଷା ଲାଗି ରହିଛି । ସେହିପରି ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଯାଜପୁର, ବାଲେଶ୍ୱର, ଭଦ୍ରକ, କୋରାପୁଟ. ସମ୍ବଲପୁର, ବଲାଙ୍ଗୀର, ସୋନପୁର ଆଦି ଜିଲ୍ଲାରେ ବର୍ଷା ଲାଗି ରହିଛି । ସକ୍ରିୟ ଲଘୁଚାପ ପ୍ରଭାବରେ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷାContinue reading “ଲଘୁଚାପ ପ୍ରଭାବ, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା : ଆଜି ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି”