କନକ ବ୍ୟୁରୋ: ବାପା ଜେଜେ ଅମଳର ଭିଟାମାଟିକୁ ନିଜର କରିବାକୁ ସଂଗ୍ରାମ କରୁଛନ୍ତି ଆଦିବାସୀ ସାନ୍ତାଳୀ ପରିବାର । ଜମିପଟ୍ଟା ପାଇଁ ବର୍ଷବର୍ଷ ଧରି କରୁଛନ୍ତି ସଂଘର୍ଷ । ପ୍ରଶାସନିକ ବାବୁଙ୍କ କାର୍ଯ୍ୟାଳୟକୁ ଦଉଡି ଦଉଡି ଥକି ପଡିଲେଣି ୬୦ରୁ ଅଧିକ ଆଦିବାସୀ ପରିବାର । ଆଉ ସବୁ ଜାଣି ଚୁପ୍ ରହିଛି ଯାଜପୁର ଜିଲ୍ଲା ପ୍ରଶାସନ । ସେପଟେ ଘରଡିହ ପଟ୍ଟା ନଥିବାରୁ ଉଚ୍ଚଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଅସୁବିଧା ଭୋଗୁଛନ୍ତି ମେଧାବୀ ଛାତ୍ରଛାତ୍ରୀ ।Continue reading “ଭିଟାମାଟି ପାଇଁ ବର୍ଷ ବର୍ଷର ସଂଘର୍ଷ: ଯାଜପୁରରେ ୬୬ ସାନ୍ତାଳି ପରିବାରକୁ ମିଳୁନି ଜମିପଟ୍ଟା”
Tag Archives: News
ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଅଧା ଓଡିଶାରେ ବର୍ଷା: ଶିମିଳିଗୁଡା ବ୍ଲକ ଅଫିସରେ ପଶିଲା ପାଣି
କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଆସନ୍ତା ୨୪ ଘଂଟା ଭିତରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ଦକ୍ଷିଣ ଓଡ଼ିଶା, ଉତର ଆନ୍ଧ୍ର ଓ ଛତିଶଗଡ଼ରେ ପ୍ରବଳ ବର୍ଷାର ସମ୍ଭାବନା ନେଇ ସୂଚନା ଦେଇଛି ଆଂଚଳିକ ପାଣିପାଗ କେନ୍ଦ୍ର । ମାଲକାନଗିରି ଜିଲ୍ଲାରେ ଦୁଇ ଦିନ ହେଲା ବର୍ଷା ଲାଗି ରହିଛି । ଆଜି ମଧ୍ୟ ଦିନ ତମାମ ବର୍ଷା ଲାଗିContinue reading “ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଅଧା ଓଡିଶାରେ ବର୍ଷା: ଶିମିଳିଗୁଡା ବ୍ଲକ ଅଫିସରେ ପଶିଲା ପାଣି”
ବଙ୍ଗୋପସାଗରେ ସୃଷ୍ଟି ହେଲା ଲଘୁଚାପ: ଉପରମୁଣ୍ଡରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଖୋଲିବ ହୀରାକୁଦର ୨ଟି ଗେଟ୍
କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଏହାର ପ୍ରଭାବରେ ଆସନ୍ତା ୨୪ଘଂଟା ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ଦକ୍ଷିଣ ଓଡ଼ିଶା ଓ ଉତର ଆନ୍ଧ୍ର ଓ ଛତିଶଗଡ଼ରେ ପ୍ରବଳ ବର୍ଷାର ସମ୍ଭାବନା ନେଇ ସୂଚନା ଦେଇଛି ଆଂଚଳିକ ପାଣିପାଗ କେନ୍ଦ୍ର । ରାଜ୍ୟର ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୫ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ବଙ୍ଗୋପସାଗରରେContinue reading “ବଙ୍ଗୋପସାଗରେ ସୃଷ୍ଟି ହେଲା ଲଘୁଚାପ: ଉପରମୁଣ୍ଡରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଖୋଲିବ ହୀରାକୁଦର ୨ଟି ଗେଟ୍”
ଅପରାଧିକ ମାମଲାରେ ମିଡିଆ ଟ୍ରାଏଲ ଉପରେ ହସ୍ତକ୍ଷେପ କଲେ ସୁପ୍ରିମକୋର୍ଟ, ଗାଇଡଲାଇନ ପ୍ରସ୍ତୁତ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ
କନକ ବ୍ୟୁରୋ : ଅପରାଧିକ ମାମଲାରେ ମିଡିଆ ଟ୍ରାଏଲକୁ ନେଇ ସୁପ୍ରିମକୋର୍ଟ ବଡ ଦଖଲ ଦେଇଛନ୍ତି । କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି, ପୋଲିସ ମିଡିଆ ବ୍ରିଫିଂ ଉପରେ ବିସ୍ତୃତ ଗାଇଡଲାଇନ ପ୍ରସ୍ତୁତ କରାଯାଉ । ଦୁଇମାସ ମଧ୍ୟରେ ଗଣମାଧ୍ୟମ ବ୍ରିଫିଂ ସମ୍ପର୍କିତ ମାନୁଆଲ ପ୍ରସ୍ତୁତ କରିବାକୁ କୋର୍ଟଙ୍କ ତରଫରୁ ଗୃହମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ରାଜ୍ୟର ଡିଜିପି ଏକମାସ ମଧ୍ୟରେ ଗୃହ ମନ୍ତ୍ରଣାଳୟକୁ ପରାମର୍ଶ ଦେବେ । ୨୦୨୪ ଜାନୁଆରୀ ଦ୍ୱିତୀୟContinue reading “ଅପରାଧିକ ମାମଲାରେ ମିଡିଆ ଟ୍ରାଏଲ ଉପରେ ହସ୍ତକ୍ଷେପ କଲେ ସୁପ୍ରିମକୋର୍ଟ, ଗାଇଡଲାଇନ ପ୍ରସ୍ତୁତ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ”
ଯାଜପୁର ମେଡିକାଲ କଲେଜର ନାମକରଣ: ଯଯାତି କେଶରୀ ମେଡିକାଲ କଲେଜ ନାଁରେ ନାମିତ
କନକ ବ୍ୟୁରୋ: ଯାଜପୁର ମେଡିକାଲ କଲେଜର ନାମକରଣ । ଯଯାତି କେଶରୀ ମେଡିକାଲ କଲେଜ ନାଁରେ ହେଲା ନାମିତ । ଓଡିଶା ପ୍ରସିଦ୍ଧ ସୋମବଂଶୀ ରାଜା ହେଉଛନ୍ତି ଯଯାତି କେଶରୀ । ଯଯାତିଙ୍କ ନାଁରେ ନାମିତ ହେଲା ଯାଜପୁର ମେଡିକାଲ କଲେଜ । ନାମକରଣକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । The post ଯାଜପୁର ମେଡିକାଲ କଲେଜର ନାମକରଣ: ଯଯାତି କେଶରୀ ମେଡିକାଲ କଲେଜ ନାଁରେ ନାମିତ first appeared on Kanak News.Continue reading “ଯାଜପୁର ମେଡିକାଲ କଲେଜର ନାମକରଣ: ଯଯାତି କେଶରୀ ମେଡିକାଲ କଲେଜ ନାଁରେ ନାମିତ”
ପଞ୍ଜାବ ପରେ ହରିୟାଣାରେ ମୁହାଁମୁହିଁ ଆପ୍ ଓ କଂଗ୍ରେସ: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ କହିଲେ, ୨୦୨୪ ନିର୍ବାଚନ ଏକାକୀ ଲଢ଼ିବ କଂଗ୍ରେସ
କନକ ବ୍ୟୁରୋ: କଂଗ୍ରେସ ମେଂଟରେ ଫାଟ! ପଂଜାବ ପରେ ହରିୟାଣାରେ ରାଜନୈତିକ ଟଣାଓଟରା । ପଂଜାବରେ କାହା ସହ ମେଂଟ କରିବ ନାହିଁ ବୋଲି ଘୋଷଣା କରିସାରିଛି ଆପ୍ । ଆଉ ଏହି ଘୋଷଣାର ମାତ୍ର ସପ୍ତାହକ ଭିତରେ ହରିୟାଣାରୁ ଶୁଭୁଛି ସମାନ ସ୍ୱର । ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡ୍ଡା ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ୨୦୨୪ ଲୋକସଭା ନିର୍ବାଚନରେ ଦଳ ଏକାକୀ ଲଢ଼ିବ । ଯଦିଓ ମେଂଟ ନେଇ ସର୍ବଭାରତୀୟ ସ୍ତରରେContinue reading “ପଞ୍ଜାବ ପରେ ହରିୟାଣାରେ ମୁହାଁମୁହିଁ ଆପ୍ ଓ କଂଗ୍ରେସ: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ କହିଲେ, ୨୦୨୪ ନିର୍ବାଚନ ଏକାକୀ ଲଢ଼ିବ କଂଗ୍ରେସ”
ବାଣ ଫୁଟାଇବାକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି । କହିଲେ ଖୁସି ମନାଇବାକୁ ଖୋଜିନିଅ ଅନ୍ୟ ତରିକା । ମନୋଜ ତିୱାରୀଙ୍କୁ ବଡ ଝଟକା
କନକ ବ୍ୟୁରୋ : ସୁପ୍ରିମକୋର୍ଟଙ୍କ ତରଫରୁ କେନ୍ଦ୍ରମନ୍ତ୍ରୀ ମନୋଜ ତିୱାରୀଙ୍କୁ ବଡ ଝଟକା ଲାଗିଛି । ବାଣ ଉପରେ କୋର୍ଟ ଲଗାଇଥିବା ପ୍ରତିବନ୍ଧକ ବିରୋଧରେ ମନୋଜ ତିୱାରୀ କରିଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି । ବୁଧବାର ଦିନ କୋର୍ଟରେ ଶୁଣାଣି ବେଳେ ବିଚାରପତି ବାଣ ଉପରେ ଲାଗିଥିବା ପ୍ରତିବନ୍ଧକ ମାମଲାରେ ଦଖଲ ଦେବାକୁ ମନା କରିଦେଇଛନ୍ତି । କହିରଖୁ କି ଦିଲ୍ଲୀ ସରକାର ଚଳିତ ସପ୍ତାହରେ ବାଣ ଉପରେ ପ୍ରତିବନ୍ଧକ ଲଗାଇଥିଲେ । କୋର୍ଟ କେନ୍ଦ୍ରମନ୍ତ୍ରୀContinue reading “ବାଣ ଫୁଟାଇବାକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି । କହିଲେ ଖୁସି ମନାଇବାକୁ ଖୋଜିନିଅ ଅନ୍ୟ ତରିକା । ମନୋଜ ତିୱାରୀଙ୍କୁ ବଡ ଝଟକା”
ଆତଙ୍କବାଦୀ ଗତିବିଧି ଉପରେ ନଜର ରଖିବ ଡ୍ରୋନ୍: ଜମ୍ମୁ-କାଶ୍ମରରେ ଆର୍ଟିଫିସିଆଲ ଇଂଟେଲିଜେନ୍ସ ବ୍ୟବସ୍ଥା ଥିବା ରୋବଟର ହେଲା ପ୍ରଦର୍ଶନୀ
କନକ ବ୍ୟୁରୋ: ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ନଜର ରଖିବ, ଅତ୍ୟାଧୁନିକ ରବୋଟିକ୍ ଡ୍ରୋନ୍ । ଆର୍ଟିଫିସିଆଲ୍ ଇନ୍ଟିଲେଜେନ୍ସ ବ୍ୟବସ୍ଥା ସଂଯୁକ୍ତ ଥିବା ଏହି ଅତ୍ୟାଧୁନିକ ଡ୍ରୋନ୍କୁ ଜାମ୍ମୁକାଶ୍ମୀରରେ ପ୍ରଦର୍ଶିତ କରାଯାଇଛି । ଏହି ରବୋଟିକ୍ ଡ୍ରୋନ୍ ସୁରକ୍ଷା କ୍ଷେତ୍ରରେ ଏକ ବିପ୍ଳବ ଆଣିବ ବୋଲି କୁହାଯାଇଛି । ସୁରକ୍ଷାକର୍ମୀମାନେ ଅପରେସନ୍କୁ ଯିବା ପୂର୍ବରୁ ଏହି ଡ୍ରୋନ୍ ଜରିଆରେ ସ୍ଥିତିର ଅନୁଧ୍ୟାନ କରିପାରିବେ । ଘଟଣାସ୍ଥଳର ସ୍ଥିତି ଜାଣିବା ପରେ ସୁରକ୍ଷାକର୍ମୀମାନେ ଅପରେସନ୍ ପାଇଁ ଆଗକୁ ବଢ଼ିପାରିବେ ।Continue reading “ଆତଙ୍କବାଦୀ ଗତିବିଧି ଉପରେ ନଜର ରଖିବ ଡ୍ରୋନ୍: ଜମ୍ମୁ-କାଶ୍ମରରେ ଆର୍ଟିଫିସିଆଲ ଇଂଟେଲିଜେନ୍ସ ବ୍ୟବସ୍ଥା ଥିବା ରୋବଟର ହେଲା ପ୍ରଦର୍ଶନୀ”
ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ସରକାର ଡାକିଲେ ସର୍ବଦଳୀୟ ବୈଠକ । ଅଧିବେଶନରେ କ’ଣ ରହିବ ପ୍ରସଙ୍ଗ ହୋଇନାହିଁ ସ୍ପଷ୍ଟ
କନକ ବ୍ୟୁରୋ : କେନ୍ଦ୍ର ସରକାର ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଛନ୍ତି । ଏହି ବୈଠକ ସେପ୍ଟେମ୍ବର ୧୭ ତାରିଖରେ ଅନୁଷ୍ଠିତ ହେବ । ବୈଠକକୁ ଏଥିପାଇଁ ମହତ୍ୱପୂର୍ଣ୍ଣ ବୋଲି ଭାବିବାକୁ ପଡୁଛି କାରଣ ସ୍ୱତନ୍ତ୍ର ଅଧିବେଶନରେ କଣ ଆଲୋଚନା ହେବ ସେ ନେଇ ଏପର୍ଯ୍ୟନ୍ତ ସରକାର କୌଣସି ସ୍ପଷ୍ଟ କରିନାହାଁନ୍ତି । ସଂସଦର ସ୍ୱତନ୍ତ୍ର ଅଧିବେଶନ ସେପ୍ଟେ୍ମ୍ବର ୧୮ ରୁ ୨୨ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ସେପଟେ ବିନାContinue reading “ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ସରକାର ଡାକିଲେ ସର୍ବଦଳୀୟ ବୈଠକ । ଅଧିବେଶନରେ କ’ଣ ରହିବ ପ୍ରସଙ୍ଗ ହୋଇନାହିଁ ସ୍ପଷ୍ଟ”
ପାହାଡ଼ରୁ ଧସୁଛି ପଥର, ରେଳ ଧାରଣାରେ ପାଣି: ବର୍ଷା ଯୋଗୁଁ କୋରାପୁଟ, ରାୟଗଡ଼ା ରେଳପଥରେ ଟ୍ରେନ୍ ଚଳାଚଳ ବନ୍ଦ
କନକ ବ୍ୟୁରୋ: ପାହାଡ଼ରୁ ଧସୁଛି ପଥର । ରେଳ ଧାରଣାରେ ବହୁଛି ପାଣି । ବର୍ଷା ଯୋଗୁଁ କୋରାପୁଟ, ରାୟଗଡ଼ା ରେଳପଥରେ ବନ୍ଦ ରହିଛି ଟ୍ରେନ୍ ଚଳାଚଳ । ସେହିପରି ରାଉଳି ଓ ଲିଲିଗୁମା ରେଳପଥରେ ମଧ୍ୟ ମାଟି ଅତଡ଼ା ଧସେଇ ପଶିବାରୁ ଟ୍ରେନ୍ ଚଳାଚଳ ବନ୍ଦ ରହିଛି । ଏହାଫଳରେ ବିଶାଖାପାଟଣା-କୋରାପୁଟ ଏବଂ କୋରାପୁଟ-ବିଶାଖାପାଟଣା ଡିଏମୟୁ ବାତିଲ ହୋଇଛି । ତେବେ ଖବର ପାଇ ରେଳ ବିଭାଗ କର୍ମଚାରୀ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତିContinue reading “ପାହାଡ଼ରୁ ଧସୁଛି ପଥର, ରେଳ ଧାରଣାରେ ପାଣି: ବର୍ଷା ଯୋଗୁଁ କୋରାପୁଟ, ରାୟଗଡ଼ା ରେଳପଥରେ ଟ୍ରେନ୍ ଚଳାଚଳ ବନ୍ଦ”