ମିଶନ ଚନ୍ଦ୍ର ଓ ସୂର୍ଯ୍ୟ ପରେ ଭାରତର ମିଶନ ‘ସମୁଦ୍ର’ । ସମୁଦ୍ରର ରହସ୍ୟ ଖୋଜିବ ମିଶନ ‘ସମୁଦ୍ରଯାନ’

କନକ ବ୍ୟୁରୋ : ସଫଳତାର ସହ ଭାରତ ମିଶନ ଚନ୍ଦ୍ର ଓ ସୂର୍ଯ୍ୟ ଲଂଚ୍ କରିବା ପରେ ଆଗାମୀ ଲକ୍ଷ୍ୟ ରଖିଛି ସମୁଦ୍ର । ଏହା ପାଇଁ ଖୁବ ଶିଘ୍ର ଆରମ୍ଭ ହେବାକୁ ଯାଉଛି ମିଶନ ସମୁଦ୍ରଯାନ । ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ । ସମୁଦ୍ରଯାନର କିଛି ଫଟୋ ଓ ଭିଡିଓ ପୋଷ୍ଟ କରି କେନ୍ଦ୍ରମନ୍ତ୍ରୀ ସମୁଦ୍ରଯାନ ସମ୍ବ୍ନ୍ଧରେ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି । ସମୁଦ୍ରର ୬ହଜାର ମିଟରContinue reading “ମିଶନ ଚନ୍ଦ୍ର ଓ ସୂର୍ଯ୍ୟ ପରେ ଭାରତର ମିଶନ ‘ସମୁଦ୍ର’ । ସମୁଦ୍ରର ରହସ୍ୟ ଖୋଜିବ ମିଶନ ‘ସମୁଦ୍ରଯାନ’”

କର୍କଟରୋଗ ବିରୋଧୀ ଲଢେଇରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସର ବଡ ସଫଳତା । କର୍କଟରୋଗକୁ ଚିହ୍ନଟ ଓ ନଷ୍ଟ କରିବା ପାଇଁ ପାଇଲା ନୂଆ ପଦ୍ଧତି

କନକ ବ୍ୟୁରୋ : କର୍କଟ ରୋଗ ଚିହ୍ନଟ ଏବଂ କ୍ୟାନସର ସେଲକୁ ନଷ୍ଟ ପାଇଁ ନୂଆ ପଦ୍ଧତି ବିକାଶ କରିଛି ବେଙ୍ଗାଲୁରୁର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ । ଆଇଆଇଏସ ଏକ ହାଇବ୍ରିଡ୍ ନାନୋପାଟିକିଲ୍ସର ପ୍ରସ୍ତୁତ କରିଛନ୍ତି ଯାହା କ୍ୟାନସର ରୋଗ ଚିହ୍ନଟ କରିବା ସହ କ୍ୟାନସର ସେଲଗୁଡିକୁ ସମ୍ପୁର୍ଣ୍ଣ ନଷ୍ଟ କରିପାରିବ ବୋଲି ସେମାନେ ଦାବି କରିଛନ୍ତି । ସୁନା ଏବଂ ତମ୍ବାର ମିଶ୍ରଣରେ ତିଆରି କ୍ଷୁଦ୍ର ଧାତୁ ଉତାପ ସୃଷ୍ଟି କରି କ୍ୟାନସର ସେଲContinue reading “କର୍କଟରୋଗ ବିରୋଧୀ ଲଢେଇରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସର ବଡ ସଫଳତା । କର୍କଟରୋଗକୁ ଚିହ୍ନଟ ଓ ନଷ୍ଟ କରିବା ପାଇଁ ପାଇଲା ନୂଆ ପଦ୍ଧତି”

ଅଳିଆ ଗଦା ପାଲଟିଛି କ୍ୟାପିଟାଲ୍ ହସ୍ପିଟାଲ! ସଫେଇ କର୍ମଚାରୀଙ୍କ କାମ ବନ୍ଦ, ରୋଗୀ ହଟହଟା

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ସ୍ଥିତି ସଂଗୀନ । କ୍ୟାପିଟାଲ୍ ହସ୍ପିଟାଲରେ ଚାପ ବଢ଼ିବାରେ ଲାଗିଛି । ଠିକ୍ ଏଭଳି ସମୟରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ସ୍ଥିତିକୁ ଅଣାୟତ କରିଦେଇଛି । ଆନ୍ଦୋଳନରେ ବସିଛନ୍ତି କ୍ୟାପିଟାଲ ହସ୍ପିଟାଲର ସଫେଇ କର୍ମଚାରୀ । ଦାୟିତ୍ୱ ନେଇଥିବା ନୂଆ ସଂସ୍ଥାର ବିଭିନ୍ନ ନୀତିକୁ ବିରୋଧ କରି ଆନ୍ଦୋଳନର ବସିଛନ୍ତି ସଫେଇ କର୍ମଚାରୀ । ଫଳରେ ହସ୍ପିଟାଲରେ ହୋଇ ରହିଛି କୁଢ଼ କୁଢ଼ ମଇଳା ଜମା । ସଫେଇ କାମContinue reading “ଅଳିଆ ଗଦା ପାଲଟିଛି କ୍ୟାପିଟାଲ୍ ହସ୍ପିଟାଲ! ସଫେଇ କର୍ମଚାରୀଙ୍କ କାମ ବନ୍ଦ, ରୋଗୀ ହଟହଟା”

ରାଜଧାନୀରେ ଡେଙ୍ଗୁ ମୁକାବିଲା ପ୍ରସ୍ତୁତି ଫେଲ୍: ମୁଖ୍ୟ ଶାସନ ସଚିବଙ୍କୁ ବି ଡେଙ୍ଗୁ, ଭିଆଇପି ଅଂଚଳ ପାଲଟିଛି ହଟସ୍ପଟ

କନକ ବ୍ୟୁରୋ: ଭୁବନେଶ୍ୱରରେ ଅଣାୟତ ହେଲାଣି ଡେଙ୍ଗୁ । ବିଶେଷକରି ରାଜଧାନୀର ଭିଆଇପି ଅଂଚଳ ଡେଙ୍ଗୁର ହଟସ୍ପଟ ପାଲଟିଛି । ବଡବାବୁଙ୍କୁ ବି ଡେଙ୍ଗୁ ହୋଇଛି । ମୁଖ୍ୟ ଶାସନ ସଚିବ ବି ୩ ଦିନ ହସପିଟାଲରେ ରହିବା ପରେ ଆଜି ଘରକୁ ଫେରିଛନ୍ତି । ଆଉ ଏହା ବିଏମସି ଡେଙ୍ଗୁ ନିୟନ୍ତ୍ରଣ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜଧାନୀରେ ଡେଙ୍ଗୁର ହଟସ୍ପଟ ପାଲଟିଛି ଭିଆଇପି ଅଂଚଳ । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାContinue reading “ରାଜଧାନୀରେ ଡେଙ୍ଗୁ ମୁକାବିଲା ପ୍ରସ୍ତୁତି ଫେଲ୍: ମୁଖ୍ୟ ଶାସନ ସଚିବଙ୍କୁ ବି ଡେଙ୍ଗୁ, ଭିଆଇପି ଅଂଚଳ ପାଲଟିଛି ହଟସ୍ପଟ”

ସଚିବଙ୍କୁ ସମାଲୋଚନା, ବିଜେଡିର କାର୍ଯ୍ୟାନୁଷ୍ଠାନ: ଉଠିଲା ପ୍ରଶ୍ନ, ବିଜେଡି ପାଇଁ କିଏ ବଡ, ନେତା ନା ସଚିବ?

କନକ ବ୍ୟୁରୋ: ରାଜ୍ୟ, ରାଜନେତା ଓ ଓଡିଆଙ୍କ ସମ୍ମାନର କଥା କହି, ସଚିବଙ୍କୁ ସମାଲୋଚନା କରିବା ପରେ ଚାପ ପକାଇବାକୁ ନୂଆ ଚାଲ ଚଳାଇଛି ବିଜେଡି । ବିଜେଡି କିମ୍ବା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିରୋଧରେ କୌଣସି ଟିପଣୀ ଦେଇନଥିଲେ ବି ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଦଳର ଉପସଭାପତି ପଦରୁ ହଟାଇ ଦିଆଯାଇଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତ ଥିବା ଦୁଇ ଧାଡିଆ ନିର୍ଦ୍ଦେଶନାମା ଜାରି କରି ସୌମ୍ୟଙ୍କୁ ଉପସଭାପତିContinue reading “ସଚିବଙ୍କୁ ସମାଲୋଚନା, ବିଜେଡିର କାର୍ଯ୍ୟାନୁଷ୍ଠାନ: ଉଠିଲା ପ୍ରଶ୍ନ, ବିଜେଡି ପାଇଁ କିଏ ବଡ, ନେତା ନା ସଚିବ?”

ମନରେଗାରେ ମହାକେଳେଙ୍କାରୀ! ବିଲ୍ ପାସ୍ ପରେ ଭାଙ୍ଗିଲା ପାଚେରୀ

କନକ ବ୍ୟୁରୋ : ଶ୍ରମିକଙ୍କୁ କାମ ମିଳିବ, ପୋଖରୀର ସୌନ୍ଦର୍ଯ୍ୟକରଣ ହେବ । ଏଥିପାଇଁ ଟଙ୍କା ଆସିଲା, କାମ ବି ହେଲା । ହେଲେ ବର୍ଷେ ଗଲାନି, ସବୁ ଭାଙ୍ଗି ଚୁରମାର ହୋଇଗଲା । ଭଂଜନଗର ବିଡିପୁର ନିକଟ କଲ୍ୟାଣ ମଣ୍ଡପ ସାମ୍ନାରେ ଥିବା ପୋଖରୀ ସୌନ୍ଦର୍ଯ୍ୟକରଣ କାମରେ ଏହିଭଳି ଚଂଚକତା ଦେଖିବାକୁ ମିଳିଛି । ବିନା ସୂଚନା ଫଳକରେ ଶ୍ରମିକ ବଦଳରେ ଜେସିବି ଲଗାଇ ପୋଖରୀର ଗାଡୱାଲ କରାଯାଇଛି । ଗାଡ ୱାଲରୁ ଲାଇଟ କାମ,Continue reading “ମନରେଗାରେ ମହାକେଳେଙ୍କାରୀ! ବିଲ୍ ପାସ୍ ପରେ ଭାଙ୍ଗିଲା ପାଚେରୀ”

ଭୂତକୋଠି ପାଲଟିଛିିି ନୂଆକୋଠା । ଅସ୍ଥିତ୍ୱ ଖୋଜୁଛି ବିଇଡି କଲେଜ

କନକ ବ୍ୟୁରୋ : ଭଲ ଭାବରେ ଦେଖନ୍ତୁ ଏହି ଚିତ୍ରକୁ, ରାୟଗଡା ଉପରେ ଦେଖାଯାଉଥିବା ଫଟୋଟି ହେଉଛି ରାୟଗଡା ଅମ୍ଲାଭଟା ଛକ ଠାରେ ନିର୍ମିତ ହୋଇଥିବା ନୂତନ ବିଇଡି କଲେଜ । ଶିକ୍ଷାଦାନ ନିମନ୍ତେ ସମସ୍ତ ଭିତିଭୂମି ପ୍ରସ୍ତୁତି ହୋଇଥିଲେ ବି ଏହି କୋଠା କାର୍ଯ୍ୟକ୍ଷମ ହୋଇନାହିଁ । ଶିକ୍ଷକ ତିଆରି କରିବା ପାଇଁ ତିଆରି ହୋଇଥିବା ନବନିର୍ମିତ କୋଠା ଏବେ ଭୂତକୋଠି ପାଲଟଛିିି । ପର୍ଯ୍ୟାୟକ୍ରମେ ଏହି କୋଠାରୁ ଝରକା କବାଟ ସାଙ୍ଗକୁ ବିଦ୍ୟୁତ ସରଞ୍ଜାମContinue reading “ଭୂତକୋଠି ପାଲଟିଛିିି ନୂଆକୋଠା । ଅସ୍ଥିତ୍ୱ ଖୋଜୁଛି ବିଇଡି କଲେଜ”

ଆହାତ ହୋଇ ବାହାରେ ବୁଲୁଛି ବିଦେଶୀ ପୋଷା କୁକୁର । ବୁର୍ଲା ଏମସିଏଲ ପାଖରୁ ଜର୍ମାନ୍ ସଫର୍ଡ ପ୍ରଜାତିର କୁକୁରକୁ ଉଦ୍ଧାର କରିଛି ସ୍ୱେଚ୍ଛାସେବୀ ସଂଗଠନ

କନକ ବ୍ୟୁରୋ : କୁକୁର ମାଲିକର ସନ୍ଧାନ ଦେଲେ ମିଳିବ ପୁରସ୍କାର । ଏକ ପୋଷା କୁକୁରକୁ ଉଦ୍ଧାର କରିବା ପରେ ଏମିତି କିଛି ନିବେଦନ କରିଛି ପଶୁ ପକ୍ଷୀଙ୍କ ପାଇଁ କାମ କରୁଥିବା ସ୍ୱେଚ୍ଛାସେବୀ ସଂଗଠନ । ସୋସିଆଲ ମିଡିଆରେ ନିବେଦନ କରିଛି ପୋଷା କୁକୁରର ଯତ୍ନ ନେଉଥିବା ସେବା କୁଞ୍ଜ ସଂସ୍ଥା । ବୁର୍ଲା ଏମସିଏଲ୍ ଠାରେ ଏହି ପୋଷା କୁକୁରକୁ କାମୁଡି ଆହାତ କରିଥିଲେ ସ୍ଥାନୀୟ ବୁଲା କୁକୁର । ଜର୍ମାନ୍ ସଫର୍ଡContinue reading “ଆହାତ ହୋଇ ବାହାରେ ବୁଲୁଛି ବିଦେଶୀ ପୋଷା କୁକୁର । ବୁର୍ଲା ଏମସିଏଲ ପାଖରୁ ଜର୍ମାନ୍ ସଫର୍ଡ ପ୍ରଜାତିର କୁକୁରକୁ ଉଦ୍ଧାର କରିଛି ସ୍ୱେଚ୍ଛାସେବୀ ସଂଗଠନ”

ଯୋଡ଼ାରେ ଜଳଯନ୍ତ୍ରଣା । ଚୂଆ ପାଣିରେ ବଂଚୁଛି ଜୀବନ

କନକ ବ୍ୟୁରୋ : ଯେଉଁ ଜିଲ୍ଲାର ଖଣିରୁ କୋଟି କୋଟି ଟଙ୍କାର ରାଜସ୍ୱ ପାଉଛନ୍ତି ରାଜ୍ୟ ସରକାର ସେଇ ଜିଲ୍ଲାର ଲୋକଙ୍କୁ ମିଳୁନି ଶୁଦ୍ଧ ପିଇବା ପାଣି । ଖରା ଦିନ ଭଳି ବର୍ଷା ଦିନେ ବି ଜଳଯନ୍ତ୍ରଣା ଭୋଗୁଛନ୍ତି ଖଣି ଅଂଚଳବାସୀ । ଗାଁରେ ଥିବା ନଳକୂପ ପାଣି ପିଇବା ଯୋଗ୍ୟ ହେଉନଥିବାରୁ ଚୁଆ ପାଣି ପିଇ ବଂଚିଛି ଜୀବନ । ପାନୀୟ ଜଳ ସମସ୍ୟାର ଏହି ଖବର ଆସିଛି କେନ୍ଦୁଝର ଯୋଡା ବ୍ଲକ ଅନ୍ତର୍ଗତContinue reading “ଯୋଡ଼ାରେ ଜଳଯନ୍ତ୍ରଣା । ଚୂଆ ପାଣିରେ ବଂଚୁଛି ଜୀବନ”

ମାଲକାନଗିରିରେ ପ୍ରବଳ ବର୍ଷା । ଏମଭି ୯୬ ପୋଲ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ

କନକ ବ୍ୟୁରୋ : ଦକ୍ଷିଣ ଓଡିଶାରେ ଲାଗି ରହିଛି ବର୍ଷା । କୋରାପୁଟ, ମାଲକାନଗିରି, ଗଂଜାମ, ଗଜପତି, ରାୟଗଡା ପ୍ରାୟ ସବୁଆଡେ ବର୍ଷା ହେଉଛି । ମାଲକାନଗିରି ଜିଲ୍ଲାରେ ଏବେ ବି ବର୍ଷା ଲାଗି ରହିଛି । ମାଲକାନଗିରି ଏମଭି ୯୬ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ କାଲିମେଳାରୁ ମୋଟୁ ଦେଇ ଆନ୍ଧ୍ରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । The post ମାଲକାନଗିରିରେContinue reading “ମାଲକାନଗିରିରେ ପ୍ରବଳ ବର୍ଷା । ଏମଭି ୯୬ ପୋଲ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ”

Design a site like this with WordPress.com
Get started