ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ କେନ୍ଦ୍ର ସରକାର ଦେବେ ବଡ ଉପହାର । ଆରମ୍ଭ ହେବ ‘ଆୟୁଷମାନ ଭବଃ’ କାର୍ଯ୍ୟକ୍ରମ, ଲୋକେ କିପରି ଉପକୃତ ହେବେ ଜାଣନ୍ତୁ…

କନକ ବ୍ୟୁରୋ : ଆସନ୍ତା ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ । ଏହି ଅବସରରେ ଦେଶବାସୀଙ୍କୁ ବଡ ଉପହାର ଦେବାକୁ ଯାଉଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଦେଶରେ ଆରମ୍ଭ ହେବାକୁ ଯାଉଛି ‘ଆୟୁଷମାନ ଭବଃ’ ଯୋଜନା । ଏହା ଦ୍ୱାରା ଅନେକ ଲୋକ ଉପକୃତ ହେବେ । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି, ଚଳିତବର୍ଷ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେContinue reading “ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ କେନ୍ଦ୍ର ସରକାର ଦେବେ ବଡ ଉପହାର । ଆରମ୍ଭ ହେବ ‘ଆୟୁଷମାନ ଭବଃ’ କାର୍ଯ୍ୟକ୍ରମ, ଲୋକେ କିପରି ଉପକୃତ ହେବେ ଜାଣନ୍ତୁ…”

ଟିମ୍ ଇଣ୍ଡିଆ ପାଇଁ ଶୁଭଙ୍କର ନୁହେଁ ରିଜର୍ଭ ଡେ’ରେ ମ୍ୟାଚ୍ । ୪ ବର୍ଷ ପୂର୍ବେ ରିଜର୍ଭ ଡେ’ର ମ୍ୟାଚ୍ ଭାଙ୍ଗିଥିଲା ଭାରତୀୟ କ୍ରିକେଟପ୍ରେମୀଙ୍କ ହୃଦୟ । 

କନକ ବ୍ୟୁରୋ : ବର୍ଷା କାରଣରୁ ସୁପର-୪ ପର୍ଯ୍ୟାୟର ଭାରତ-ପାକିସ୍ତାନ ମ୍ୟାଚ୍ ରିଜର୍ଭ ଡେ’କୁ ଘୁଞ୍ଚିଛି । ଗତକାଲି ପୂର୍ବ ନିର୍ଦ୍ଧାରିତ ସମୟରେ ଭାରତ-ପାକିସ୍ତାନ ମ୍ୟାଚ୍ ଆରମ୍ଭ ହୋଇଥିଲା । ଟସ୍ ଜିତି ପାକିସ୍ତାନ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ଭାରତ ଦମଦାର ଆରମ୍ଭ କରିଥିଲା । ତେବେ ମ୍ୟାଚର ୨୪.୧ ଓଭରରେ ବର୍ଷା ଆରମ୍ଭ ହୋଇଥିଲା । ଯାହା ଦୀର୍ଘ ସମୟ ପର୍ଯ୍ୟନ୍ତ ଛାଡିନଥିଲା । ଏତେ ଜୋରରେ ବର୍ଷା ହୋଇଥିଲା ଯେ, ମ୍ୟାଚ୍Continue reading “ଟିମ୍ ଇଣ୍ଡିଆ ପାଇଁ ଶୁଭଙ୍କର ନୁହେଁ ରିଜର୍ଭ ଡେ’ରେ ମ୍ୟାଚ୍ । ୪ ବର୍ଷ ପୂର୍ବେ ରିଜର୍ଭ ଡେ’ର ମ୍ୟାଚ୍ ଭାଙ୍ଗିଥିଲା ଭାରତୀୟ କ୍ରିକେଟପ୍ରେମୀଙ୍କ ହୃଦୟ । “

ହାତୀ ପାଇଁ ୧୧ ଘଣ୍ଟା ରେଞ୍ଜର ଓ ଫରେଷ୍ଟର ଅଟକ : ଦୁଇ ବନ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

କନକ ବ୍ୟୁରୋ : ହାତୀ ଉପଦ୍ରବ ପାଇଁ ଅନଗୁଳ ରେଞ୍ଜର ଓ ଫରେଷ୍ଟରଙ୍କୁ ୧୧ ଘଣ୍ଟା କାଳ ଅଟକ ରଖିଲେ ଗ୍ରାମବାସୀ । ଅନଗୁଳ ବନାଞ୍ଚଳ ଜରାରପୁରର ଦୁଇ ଜଣ ବନ କର୍ମଚାରୀଙ୍କୁ ଗ୍ରାମବାସୀ ଅଟକ ରଖିଥିଲେ । ରେଞ୍ଜର ହରମୋହନ ନାୟକ ଓ ଫରେଷ୍ଟର ହରମୋହନ ପ୍ରଧାନଙ୍କୁ ସକାଳ ୮ଟାରୁ ରାତି ୭ଟା ପର୍ଯ୍ୟନ୍ତ ଅଟକ ରଖାଯାଇଥିଲା । ଦୀର୍ଘ ଦିନ ହେଲା ସେହି ଅଞ୍ଚଳରେ ହାତୀ ମାନେ ଉପଦ୍ରବ ଜାରି ରଖିଛନ୍ତି । ଏପରିକିContinue reading “ହାତୀ ପାଇଁ ୧୧ ଘଣ୍ଟା ରେଞ୍ଜର ଓ ଫରେଷ୍ଟର ଅଟକ : ଦୁଇ ବନ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ”

ରାତ୍ରିଭୋଜନରେ ପାଖାପାଖି ଛିଡା ହେଲେ ମୋଦୀ-ନୀତୀଶ : ସାମ୍ନାକୁ ଆସିଲା ବାଇଡେନଙ୍କ ସହ ଆଲୋଚନାର ଦୃଶ୍ୟ

କନକ ବ୍ୟୁରୋ : ରାଜନୀତିରେ ଦୁଇ ପ୍ରତିଦ୍ୱନ୍ଦୀ ନରେନ୍ଦ୍ର ମୋଦୀ- ନୀତୀଶ କୁମାର ପାଖାପାଖି । ଇଣ୍ଡିଆ ଏବଂ ଏନଡିଏ ମେଣ୍ଟର ଏହି ଦୁଇ ନେତା ପାଖାପାଖି ଛିଡା ହୋଇଛନ୍ତି । ଅବସର ଥିଲା ଶନିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆୟୋଜିତ ଜି-୨୦ର ନୈଶ ଭୋଜି । ଯେଉଁଥିରେ ଅନେକ ନେତା ଆସିଥିଲେ । ଫଟୋରେ ମହାମହିମଙ୍କ ସହ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରContinue reading “ରାତ୍ରିଭୋଜନରେ ପାଖାପାଖି ଛିଡା ହେଲେ ମୋଦୀ-ନୀତୀଶ : ସାମ୍ନାକୁ ଆସିଲା ବାଇଡେନଙ୍କ ସହ ଆଲୋଚନାର ଦୃଶ୍ୟ”

କଲୋମ୍ବୋ ଆକାଶରେ କଳାବାଦଲ : ଅପରାହ୍ନରେ ଭାରତ-ପାକିସ୍ତାନ ବାକି ମ୍ୟାଚକୁ ନେଇ ପୁଣି ଉଠିଲା ପ୍ରଶ୍ନ; ଯଦି ବର୍ଷା ହୁଏ ତାହେଲେ…

କନକ ବ୍ୟୁରୋ : କଲୋମ୍ବୋ ଆକାଶରେ ଏବେ ବି କଳାବାଦଲ ଘୋଟି ହୋଇ ରହିଛି । ଭାରତ-ପାକିସ୍ତାନର ବାକି ମ୍ୟାଚ ଆଜି ଅପରାହ୍ନରେ ଖେଳାଯିବ । ଏହାପୂର୍ବରୁ କିନ୍ତୁ ଶ୍ରୀଲଙ୍କାର କଲମ୍ବୋ ଆକାଶରେ ବର୍ଷା ହେବାର ସମ୍ଭାବନା ରହିଛି । ଯାହାକୁ ନେଇ ପୁଣି ମ୍ୟାଚ ହେବା ନେଇ ଆଶଙ୍କା ବଢିଛି । ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ ଥର ପାଇଁ ଦୁଇ ଟିମ ମୁହାଁମୁହିଁ ହୋଇଛନ୍ତି । କିନ୍ତୁ ପ୍ରଥମ ମ୍ୟାଚ ଭଳି ଗତକାଲି ଖେଳାଯାଇଥିବା ମ୍ୟାଚ ବର୍ଷାContinue reading “କଲୋମ୍ବୋ ଆକାଶରେ କଳାବାଦଲ : ଅପରାହ୍ନରେ ଭାରତ-ପାକିସ୍ତାନ ବାକି ମ୍ୟାଚକୁ ନେଇ ପୁଣି ଉଠିଲା ପ୍ରଶ୍ନ; ଯଦି ବର୍ଷା ହୁଏ ତାହେଲେ…”

ବଢିଲା କଣ୍ଠଶିଳ୍ପୀ ଭଟ୍ଟଙ୍କ ଅଡୁଆ : ଲୁକ୍ ଆଉଟ୍ ନୋଟିସ୍ ଜାରି କଲା କମିଶନରେଟ୍ ପୁଲିସ

କନକ ବ୍ୟୁରୋ : ବଢିଲା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅଡୁଆ । ସୌରିନ୍ ଭଟ୍ଟଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରିଛି କମିଶନରେଟ୍ ପୋଲିସ । କୋଲକାତାରେ ସୌରିନ୍ ଭଟ୍ଟଙ୍କୁ ନପାଇବା ପରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରାଯାଇଛି । ସୌରିନ୍ ଭଟ୍ଟଙ୍କୁ ଖୋଜିବାକୁ କୋଲକାତା ଯାଇଥିଲ ପୋଲିସ । ତିନିଟି ସ୍ଥାନରେ ଖୋଜିବା ପରେ ମଧ୍ୟ ସୌରିନ୍ ଭଟ୍ଟଙ୍କୁ ପାଇନଥିଲା ପୋଲିସ । ଏହା ପରେ କମିଶନରେଟ୍ ପୋଲିସ ପକ୍ଷରୁ ଲୁକ୍ ଆଉଟ୍Continue reading “ବଢିଲା କଣ୍ଠଶିଳ୍ପୀ ଭଟ୍ଟଙ୍କ ଅଡୁଆ : ଲୁକ୍ ଆଉଟ୍ ନୋଟିସ୍ ଜାରି କଲା କମିଶନରେଟ୍ ପୁଲିସ”

ଜି-୨୦ ବୈଠକ ପରେ ‘ନୂଆଦିଲ୍ଲୀ ଘୋଷଣାନାମା’ ଜାରି : କେନ୍ଦ୍ର ସରକାରଙ୍କୁ ପ୍ରଶଂସା କଲେ ଶଶୀ ଥରୁର

କନକ ବ୍ୟୁରୋ : ଜି-୨୦ ବୈଠକ ପରେ କେନ୍ଦ୍ର ସରକାର ‘ନୂଆଦିଲ୍ଲୀ ଘୋଷଣାନାମା’ ଜାରି କରିଛନ୍ତି । ଏବେ ଏହି ନୂଆଦିଲ୍ଲୀ ଘୋଷଣାନାମାକୁ କଂଗ୍ରେସର ବରିଷ୍ଠ ନେତା ଶଶୀ ଥରୁର ପ୍ରଶଂସା କରିଛନ୍ତି । ସେ କହିଛନ୍ତି, କେବଳ ଜି-୨୦ ବୈଠକ ହେବ, ନେତା ଏକାଠି ହେବେ ବୋଲି ବିଶ୍ୱାସ ଥିଲା । କିନ୍ତୁ ଏହି ଅବସରରେ ବିଭିନ୍ନ ଦେଶର ନେତାଙ୍କୁ ଡାକି ଭାରତ ଦ୍ୱିପାକ୍ଷିକ ବୈଠକ କରିବା ଏବଂ ମିଳିତ ବିବୃତି ଜାରି କରିବା ଏହାContinue reading “ଜି-୨୦ ବୈଠକ ପରେ ‘ନୂଆଦିଲ୍ଲୀ ଘୋଷଣାନାମା’ ଜାରି : କେନ୍ଦ୍ର ସରକାରଙ୍କୁ ପ୍ରଶଂସା କଲେ ଶଶୀ ଥରୁର”

ଓଡ଼ିଶାରେ ଗଡ଼ିଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ : ପୁରୀରୁ ତାଳଚେର ମଧ୍ୟରେ ଟ୍ରାଏଲ ରନ୍ ଆରମ୍ଭ

କନକ ବ୍ୟୁରୋ : ଓଡ଼ିଶାରେ ଗଡ଼ିଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ପୁରୀରୁ ରାଉରକେଲା ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟ୍ରେନ୍ ଆଜି ପୁରୀରୁ ତାଳଚେର ମଧ୍ୟରେ ଟ୍ରାଏଲ ରନ୍ ଆରମ୍ଭ ହୋଇଛି । ଟ୍ରାଏଲ ରନ୍ ବେଳେ ଖୋର୍ଦ୍ଧା, ଭୁବନେଶ୍ୱର, କଟକ ଓ ଢ଼େଙ୍କାନାଳ ଷ୍ଟେସନରେ ମାତ୍ର ୨ ମିନିଟ୍ ଲେଖାଏଁ ରହିବ ଏହି ଟ୍ରେନ୍ । ପୁରୀ ଷ୍ଟେସନରୁ ସକାଳ ୯ଟା ୩୦ରୁ ବାହାରିଥିବା ବେଳେ ଦିନ ୧୨ଟା ୩୦ରେ ତାଳଚେରରେ ପହଞ୍ଚିବContinue reading “ଓଡ଼ିଶାରେ ଗଡ଼ିଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ : ପୁରୀରୁ ତାଳଚେର ମଧ୍ୟରେ ଟ୍ରାଏଲ ରନ୍ ଆରମ୍ଭ”

‘ସନାତନ ଧର୍ମର ମୂଳୋତ୍ପାଟନ ଜରୁରୀ’, ଅଭିନେତା ପ୍ରକାଶ ରାଜ୍ ଦୋହରାଇଲେ ଉଦୟନିଧିଙ୍କ ବୟାନ

କନକ ବ୍ୟୁରୋ: ନିଜ ମନ୍ତବ୍ୟକୁ ନେଇ ଅନେକ ସମୟରେ ବିବାଦରେ ରହୁଥିବା ସାଉଥ୍ ଷ୍ଟାର ପ୍ରକାଶ ରାଜ ପୁଣି ବିବାଦୀୟ ହୋଇପଡିଛନ୍ତି । ସେ ସନାତନ ଧର୍ମକୁ ନେଇ ଉଦୟନିଧିଙ୍କ ବୟାନକୁ ଦୋହରାଇଛନ୍ତି । ସନାତନ ଧର୍ମକୁ ନେଇ ତାମିଲନାଡୁ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ଦେଇଥିବା ବିବାଦୀୟ ବୟାନ ବିବାଦ ଥମିବାର ନାଁ ନେଉନି । ସନାତନକୁ ‘ତନାତନ’ କହିବା ସହ ଏହାକୁ ଡେଙ୍ଗୁ ଜ୍ୱର ସହ ତୁଳନା କରିଛନ୍ତି ।Continue reading “‘ସନାତନ ଧର୍ମର ମୂଳୋତ୍ପାଟନ ଜରୁରୀ’, ଅଭିନେତା ପ୍ରକାଶ ରାଜ୍ ଦୋହରାଇଲେ ଉଦୟନିଧିଙ୍କ ବୟାନ”

ଗୋଟିଏ ପରିବାରର ୩ଜଣ ବିଷ ପିଇବା ଘଟଣା : ବୁର୍ଲା ମେଡିକାଲରେ ଆଖିବୁଜିଲେ ମାଆ; ଗତକାଲି ପୁଅ ଓ ଝିଅଙ୍କ ହୋଇଥିଲା ମୃତ୍ୟୁ

କନକ ବ୍ୟୁରୋ : ବରଗଡ଼ ସୋହେଲାରେ ଅଭାବନୀୟ ଘଟଣା । କୀଟନାଶକ ପିଇ ଗୋଟିଏ ପରିବାର ୩ଜଣଙ୍କ ମୃତ୍ୟୁ ହୋଇଛି । କୀଟନାଶକ ପିଇବା ପରେ ଗୁରୁତର ଅବସ୍ଥାରେ ୩ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରଥମେ ଭାଇ, ଭଉଣୀଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ମାଆର ଚିକିତ୍ସା ଚାଲିଥିଲା । ମାଷ୍ଟରପଡ଼ାର ସ୍ୱର୍ଗତ ଅର୍ଜୁନ ସାହୁଙ୍କ ସ୍ତ୍ରୀ କୁମୋଦିନି, ପୁଅ ବଂଶୀଧର ଓ ଝିଅ ସୁବର୍ଣ୍ଣା ବିଷ ପିଇ ଘର କବାଟ ବନ୍ଦ କରିଥିଲେContinue reading “ଗୋଟିଏ ପରିବାରର ୩ଜଣ ବିଷ ପିଇବା ଘଟଣା : ବୁର୍ଲା ମେଡିକାଲରେ ଆଖିବୁଜିଲେ ମାଆ; ଗତକାଲି ପୁଅ ଓ ଝିଅଙ୍କ ହୋଇଥିଲା ମୃତ୍ୟୁ”

Design a site like this with WordPress.com
Get started