ନୋବାକ ଜୋକୋବିଚ୍ ରଚିଲେ ଇତିହାସ । ମେଦଭେଦେବଙ୍କୁ ହରାଇ ଜିତିଲେ ୟୁଏସ୍ ଓପନ୍ ଚାମ୍ପିଅନ୍, ଭାଙ୍ଗିଲେ ସେରେନା ୱିଲିୟମ୍ସଙ୍କ ରେକର୍ଡ

କନକ ବ୍ୟୁରୋ: ସର୍ବିଆ ଟେନିସ୍ ଖେଳାଳି ନୋବାକ୍ ଜୋକୋବିଚ୍ ରଚିଲେ ଇତିହାସ । ୟୁଏସ୍ ଓପନ୍ ୨୦୨୩ରେ ପୁରୁଷ ସିଙ୍ଗିଲ୍ସ ଟାଇଟଲ ଜିତିଲେ । ଏହା ଜୋକୋବିଚଙ୍କର ୨୪ତମ ଗ୍ରାଣ୍ଡ ସ୍ଲାମ ଟାଇଟଲ । ଏହି ବିଜୟ ସହ ଜୋକୋବିଚ୍ ଓପନ୍ ଏରାରେ ସବୁଠୁ ଅଧିକ ଗ୍ରାଣ୍ଡସ୍ଲାମ କ୍ଷେତ୍ରରେ ସବୁଠୁ ଅଧିକ ଟାଇଟଲ ଜିତିବାରେ ଆଗଧାଡିର ଖେଳାଳି ହୋଇପାରିଛନ୍ତି । ସେ ମେଦଭେଦେବଙ୍କୁ ୬-୩, ୭-୬, ୬-୩ ପଏଣ୍ଟରେ ହରାଇଛନ୍ତି । ଏହି ଟାଇଟଲ ଜିତି ୩୬Continue reading “ନୋବାକ ଜୋକୋବିଚ୍ ରଚିଲେ ଇତିହାସ । ମେଦଭେଦେବଙ୍କୁ ହରାଇ ଜିତିଲେ ୟୁଏସ୍ ଓପନ୍ ଚାମ୍ପିଅନ୍, ଭାଙ୍ଗିଲେ ସେରେନା ୱିଲିୟମ୍ସଙ୍କ ରେକର୍ଡ”

ଓଡ଼ିଶାରେ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ : ଆଜି ପୁରୀ-ତାଳଚେର ଟ୍ରାଏଲ ରନ୍

କନକ ବ୍ୟୁରୋ : ଓଡ଼ିଶାରେ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ଆଜି ପୁରୀରୁ ତାଳଚେର ମଧ୍ୟରେ ଟ୍ରାଏଲ ରନ୍ କରାଯିବାର ରହିଛି । ଟ୍ରାଏଲ ରନ୍ ବେଳେ ଖୋର୍ଦ୍ଧା, ଭୁବନେଶ୍ୱର, କଟକ ଓ ଢ଼େଙ୍କାନାଳ ଷ୍ଟେସନରେ ମାତ୍ର ୨ ମିନିଟ୍ ଲେଖାଏଁ ରହିବ ଏହି ଟ୍ରେନ୍ । ପୁରୀ ଷ୍ଟେସନରୁ ସକାଳ ୯ଟା ୩୦ରୁ ବାହାରି ଦିନ ୧୨ଟା ୩୦ରେ ତାଳଚେରରେ ପହଞ୍ଚିବ ଏହି ଟ୍ରେନ୍ । ଚଳିତ ବର୍ଷ ମେ’ ମାସ ୧୮Continue reading “ଓଡ଼ିଶାରେ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ : ଆଜି ପୁରୀ-ତାଳଚେର ଟ୍ରାଏଲ ରନ୍”

ପୋଲିସ ବାବୁଙ୍କ ମନମାନି : ଡାକ ନଶୁଣିବାରୁ ୱାର୍ଡ ସଭ୍ୟଙ୍କ ମୁଣ୍ଡ ଫଟାଇ ଦେଲେ; ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

କନକ ବ୍ୟୁରୋ : ଖୋର୍ଦ୍ଧା ଜଙ୍କିଆରେ ପୋଲିସ ବାବୁଙ୍କ ମନମାନି । ଡାକ ନଶୁଣିବାରୁ ୱାର୍ଡ ସଭ୍ୟଙ୍କ ମୁଣ୍ଡ ଫଟାଇ ଦେଲେ ପୋଲିସ ବାବୁ । କୌଣସି ଏକ ମାମଲା ସମ୍ପର୍କରେ ବୁଝିବାକୁ ଜଙ୍କିଆ ଥାନାକୁ ଯାଇଥିଲେ ଜଙ୍କିଆ ପଞ୍ଚାୟତର ୱାର୍ଡ ସଭ୍ୟ ନବକିଶୋର ହରିଚନ୍ଦନ । ଥାନାରେ ଆଇଆଇସି ନଥିବାରୁ ସେ ବାହାରକୁ ଆସି ଫୋନରେ କଥା ହେଉଥିଲେ । ଏହି ସମୟରେ ଥାନା ଦାୟିତ୍ୱରେ ଥିବା ଏଏସ୍ଆଇ ଚିତରଞ୍ଜନ ମହାନ୍ତିଙ୍କୁ ତାଙ୍କୁ ଡାକିଥିଲେ ।Continue reading “ପୋଲିସ ବାବୁଙ୍କ ମନମାନି : ଡାକ ନଶୁଣିବାରୁ ୱାର୍ଡ ସଭ୍ୟଙ୍କ ମୁଣ୍ଡ ଫଟାଇ ଦେଲେ; ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା”

କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କ ବିମାନରେ ଯାନ୍ତ୍ରୀକ ତ୍ରୁଟି, ଠିକ ହେବା ଯାଏଁ ଭାରତରେ ରହଣୀ

କନକ ବ୍ୟୁରୋ: ଜି-୨- ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତ କରି ଆଲୋଚନା କରିଛନ୍ତି । ରବିବାର ସମ୍ମିଳନୀ ଶେଷ ହେବା ପରେ ଯେତେବେଳେ ସେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ ବାହାରିଲେ ତାଙ୍କ ବିମାନରେ ଯାନ୍ତ୍ରୀକ ତ୍ରୁଟି ଦେଖାଯାଇଥିବା କହିଥିଲେ ପାଇଲଟ୍ । ଫଳରେ ବିମାନ ଠିକ ହେବା ଯାଏଁ ତାଙ୍କୁ ଭାରତରେ ହିଁ ଅଟକିବାକୁ ପଡିବ । ଏହାପୂର୍ବରୁ ରବିବାର ଟ୍ରୁଡୋ ପ୍ରଧାନମନ୍ତ୍ରୀ ମୋଦୀଙ୍କContinue reading “କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କ ବିମାନରେ ଯାନ୍ତ୍ରୀକ ତ୍ରୁଟି, ଠିକ ହେବା ଯାଏଁ ଭାରତରେ ରହଣୀ”

ଖୋଲା ବଜାରରେ ମା’ ତାରିଣୀଙ୍କ ନଡ଼ିଆ : କେହି ନିଲାମ ନଧରିବାରୁ ହେଉଛି ବିକ୍ରି; ପ୍ରଥମ ଦିନରେ ୨୯୦୦ ନଡ଼ିଆ କିଣିଲେ ଲୋକେ

କନକ ବ୍ୟୁରୋ :  ଖୋଲା ବଜାରରେ ଘଟଗାଁ ମା’ ତାରିଣୀଙ୍କ ନଡ଼ିଆ । କେହି ନିଲାମ ନଧରିବାରୁ ବାଧ୍ୟ ହୋଇ ଖୋଲା ବଜାରରେ ନଡ଼ିଆ ବିକ୍ରି କରୁଛି ମନ୍ଦିର ପ୍ରଶାସନ । ଗତକାଲି ଗୋଟିଏ ଦିନରେ ୨ ହଜାର ୯୧୦ଟି ନଡ଼ିଆ ବିକ୍ରି ହୋଇଛି । ଘଟଗାଁରେ ନିଲାମ ନହୋଇ ପଡ଼ି ରହିଛି ୧୨ ଲକ୍ଷ ମାନସିକ ନଡ଼ିଆ । ମାନସିକ ନଡ଼ିଆ ନିଲାମ ପାଇଁ ଟେଣ୍ଡର ଡକାଯାଇଥିଲେ ମଧ୍ୟ କେହି ଟେଣ୍ଡର ନେଇନଥିଲେ । ଫଳରେContinue reading “ଖୋଲା ବଜାରରେ ମା’ ତାରିଣୀଙ୍କ ନଡ଼ିଆ : କେହି ନିଲାମ ନଧରିବାରୁ ହେଉଛି ବିକ୍ରି; ପ୍ରଥମ ଦିନରେ ୨୯୦୦ ନଡ଼ିଆ କିଣିଲେ ଲୋକେ”

ବିବାଦରେ ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସପି, ଟି-ସାର୍ଟରେ ନବୀନଙ୍କ ଫଟୋ : ଟ୍ୱିଟ୍ କରି ସାଂସଦ ଅପରାଜିତା ଷଡଙ୍ଗୀ କହିଲେ ଦୁର୍ଭାଗ୍ୟପୂର୍ଣ୍ଣ

କନକ ବ୍ୟୁରୋ : ବିବାଦରେ ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସପି । ଗତକାଲି ଏକ ଆଦିବାସୀ ମାରାଥନ ଦୌଡ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ମନ୍ତ୍ରୀ ସୁଦାମ ମାରାଣ୍ଡି ଏବଂ ଅନ୍ୟମାନେ ଯୋଗ ଦେଇଥିଲେ । ଯେଉଁଥିରେ ଜିଲ୍ଲାପାଳ ଏବଂ ଏସପି ମଧ୍ୟ ମଞ୍ଚରେ ଉପସ୍ଥିତ ଥିବା ଦେଖିବାକୁ ମିଳିିଛି । ହେଲେ ଉଭୟ ସରକାରୀ ବାବୁଙ୍କ ଟି-ସାର୍ଟରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବାକୁ ନେଇ ବିବାଦ ଦେଖାଦେଇଛି । ସାଂସଦ ଅପରାଜିତା ଷଡଙ୍ଗୀ ଏହାକୁ ନେଇContinue reading “ବିବାଦରେ ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସପି, ଟି-ସାର୍ଟରେ ନବୀନଙ୍କ ଫଟୋ : ଟ୍ୱିଟ୍ କରି ସାଂସଦ ଅପରାଜିତା ଷଡଙ୍ଗୀ କହିଲେ ଦୁର୍ଭାଗ୍ୟପୂର୍ଣ୍ଣ”

୧୦ ଦିନରେ ରାଜ୍ୟରେ ପଛକୁ ପଛ ଦୁଇଟି ଲଘୁଚାପ : ୧୧% ନିଅଣ୍ଟିଆ ବର୍ଷା ସ୍ଥିତି କିଛି ମାତ୍ରାରେ ହୋଇପାରେ ଭରଣା

କନକ ବ୍ୟୁରୋ : ୧୦ ଦିନ ମଧ୍ୟରେ ଦୁଇଟି ଲଘୁଚାପ । ୧୨ ଓ ୧୯ ତାରିଖ ଆଡ଼କୁ ବଙ୍ଗୋପସାଗରରେ ଦୁଇଟି ଲଘୁଚାପ କ୍ଷେତ୍ର ହେବ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତାକାଲି ଆଡ଼କୁ ଉତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହାର ପ୍ରଭାବରେ ଆଜିଠାରୁ ରାଜ୍ୟରେ ବିଶେଷ କରି ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଯିବ । ଏହାର ପ୍ରଭାବରେ ମଙ୍ଗଳବାରରୁContinue reading “୧୦ ଦିନରେ ରାଜ୍ୟରେ ପଛକୁ ପଛ ଦୁଇଟି ଲଘୁଚାପ : ୧୧% ନିଅଣ୍ଟିଆ ବର୍ଷା ସ୍ଥିତି କିଛି ମାତ୍ରାରେ ହୋଇପାରେ ଭରଣା”

ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ : ଖୋର୍ଦ୍ଧାଗଡ ଓ ପଞ୍ଚପାଇକ ସ୍ଥଳୀରେ ବିଜୟ ଉତ୍ସବ ପାଳନ

କନକ ବ୍ୟୁରୋ : ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିବା ପରେ ଖୋର୍ଦ୍ଧାରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ଖୋର୍ଦ୍ଧାଗଡ ଓ ପଂଚପାଇକ ସ୍ଥଳୀରେ ବିଜୟ ଉତ୍ସବ ପାଳନ କରିଛନ୍ତି ବରୁଣେଇ ଓ ଖୋର୍ଦ୍ଧା ଗଡ ବିକାଶ ପରିଷଦ । ଖୋର୍ଦ୍ଧାଗଡରେ ପାଇକ କଳା ପ୍ରଦର୍ଶନ କରିବା ସହ ସରକାରୀଙ୍କ ଏଭଳି ଘୋଷଣାକୁ ପରିଷଦ ପକ୍ଷରୁ ସ୍ୱାଗତ କରାଯାଇଛି । ଓଡିଆ ପାଇକ ଏକାଡେମୀ ଦ୍ୱାରା ପାଇକ ସଂଗଠନ ଉପକୃତContinue reading “ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ : ଖୋର୍ଦ୍ଧାଗଡ ଓ ପଞ୍ଚପାଇକ ସ୍ଥଳୀରେ ବିଜୟ ଉତ୍ସବ ପାଳନ”

କାନ୍ଥିଭଉଁରୀ ଆଦର୍ଶ ବିଦ୍ୟାଳୟରେ ଅବ୍ୟବସ୍ଥା : ପିଲାଙ୍କ ପାଇଁ ନାହିଁ ଛାତ୍ରବାସ ସୁବିଧା; ଅର୍ଥ ମଞ୍ଜୁର ହେବାର ବର୍ଷେ ପରେ ବି ଆରମ୍ଭ ହୋଇନି ନିର୍ମାଣ

କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କାନ୍ଥିଭଉଁରୀ ଆଦର୍ଶ ବିଦ୍ୟାଳୟରେ ଅବ୍ୟବସ୍ଥା । ପିଲାଙ୍କ ପାଇଁ ହଷ୍ଟେଲ ସୁବିଧା ନଥିବାରୁ ଛାତ୍ରଛାତ୍ରୀ ସମେତ ଅଭିଭାବକ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି । ବଡ କଥା ହେଉଛି ହଷ୍ଟେଲ ନିର୍ମାଣ ପାଇଁ ଅର୍ଥମଞ୍ଜୁର ହୋଇ ଆସିଛି । ହେଲେ ହଷ୍ଟେଲ ନିର୍ମାଣ ହୋଇପାରୁ ନାହିଁ । ହଷ୍ଟେଲ ପାଇଁ ୭ କୋଟି ଟଙ୍କା ମଞ୍ଜୁର ହୋଇଛି, ଟେଣ୍ଡର ମଧ୍ୟ ସରିଛି । ବର୍ଷେ ହେଲାଣି କାମContinue reading “କାନ୍ଥିଭଉଁରୀ ଆଦର୍ଶ ବିଦ୍ୟାଳୟରେ ଅବ୍ୟବସ୍ଥା : ପିଲାଙ୍କ ପାଇଁ ନାହିଁ ଛାତ୍ରବାସ ସୁବିଧା; ଅର୍ଥ ମଞ୍ଜୁର ହେବାର ବର୍ଷେ ପରେ ବି ଆରମ୍ଭ ହୋଇନି ନିର୍ମାଣ”

ନିଯୁକ୍ତି ପାଇବେ ୨୦ ହଜାର ପ୍ରାଥମିକ ଶିକ୍ଷକ : ନୂଆ ନିଯୁକ୍ତି ପାଇଁ ଓସେପା ୱେବସାଇଟରେ ବିଜ୍ଞପ୍ତି ପ୍ରକାଶ

କନକ ବ୍ୟୁରୋ : ନିଯୁକ୍ତି ପାଇବେ ୨୦ ହଜାର ପ୍ରାଥମିକ ଶିକ୍ଷକ । ଏନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୨୦ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୧୩ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଓସେପା ୱେବସାଇଟ୍ ଡବ୍ଲୁଡବ୍ଲୁଡବ୍ଲୁ ଓସେପା ଡଟ୍ ଓଡ଼ିଶା ଡଟ୍ ଗଭ୍ ଡଟ୍ ଇନ୍ରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଅକ୍ଟୋବର ୧୦ ତାରିଖContinue reading “ନିଯୁକ୍ତି ପାଇବେ ୨୦ ହଜାର ପ୍ରାଥମିକ ଶିକ୍ଷକ : ନୂଆ ନିଯୁକ୍ତି ପାଇଁ ଓସେପା ୱେବସାଇଟରେ ବିଜ୍ଞପ୍ତି ପ୍ରକାଶ”

Design a site like this with WordPress.com
Get started