ଯୁବଚାଷୀଙ୍କ ନିଆରା ପ୍ରୟାସ । ଏକର ଏକର ଜମିରେ କରିଛନ୍ତି ଡ୍ରାଗନ୍ ଫ୍ରୁଟ୍ ଚାଷକରି ପାଉଛନ୍ତି ଭଲ ରୋଜଗାର

କନକ ବ୍ୟୁରୋ : ଏକର ଏକର ଜମିରେ ଫଳିଛି ଡ୍ରାଗନ ଫ୍ରୁଟ୍ ଫଳ । ସିମେଂଟ ଖୁଂଟ ସାହାରାରେ ଲାଗିଥିବା ଏହି ଗଛରେ ମଧ୍ୟ ପ୍ରଚୁର ପରିମାଣର ଫଳ ଫଳିଛି । ଫୁଲ ଫଳ ଭରା ଏହି କ୍ଷେତକୁ ଯିଏ ଦେଖିବ ଘଡ଼ିଏ ଅଟକିଯିବ ନିଶ୍ଚୟ । ଏମିତି କିଛି ଚାଷ କରି ନିଜ ଅଂଚଳରେ ଅନ୍ୟ ଚାଷୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଢ଼େଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଗୋପପୁର ଗାଁର ଯୁବଚାଷୀ ଅଜିତ କୁମାର ମହାନ୍ତContinue reading “ଯୁବଚାଷୀଙ୍କ ନିଆରା ପ୍ରୟାସ । ଏକର ଏକର ଜମିରେ କରିଛନ୍ତି ଡ୍ରାଗନ୍ ଫ୍ରୁଟ୍ ଚାଷକରି ପାଉଛନ୍ତି ଭଲ ରୋଜଗାର”

ବାଉଁଶରେ ନିଖୁଣ କଳାକୃତି । ତାଜମହଲ, ଘର, ମୟୂର, ରଥ ଭଳି ସୁନ୍ଦର ସୁନ୍ଦର ଘରସଜା ସମାଗ୍ରୀ ତିଆରି କରୁଛନ୍ତି ଯାଜପୁରର ଶିଳ୍ପୀ ରମେଶ

କନକ ବ୍ୟୁରୋ : ଯାଜପୁର ରସୁଲପୁର ବ୍ଲକ ରାଜେନ୍ଦ୍ରପୁର ପଂଚାୟତ ଗଙ୍ଗାଧରପୁର ଗାଁର ରମେଶ ବେହେରା । ରମେଶ ହାଇସ୍କୁଲ ସ୍ତରରୁ ପାଠପଢା ଛାଡିବା ପରେ ମୂଲ ମଜୁରୀ ଲାଗି ଚଳୁଥିଲେ । ଏହାପରେ ସେ ନିଜସ୍ୱ ଉଦ୍ୟମରେ ନୂଆ କିଛି କରିବା ପାଇଁ ସଙ୍କଳ୍ପ ନେଇ ଆରମ୍ଭ କରିଥିଲେ ମାଇକରେ ବ୍ୟବହାର ହେଉଥିବା ସାଉଣ୍ଡ ବକ୍ସ ତିଆରି । ମାତ୍ର ଏହି ବ୍ୟବସାୟରେ ସେତେଟା ସଫଳତା ନମିଳିବାରୁ ରମେଶ ନିଜ ବ୍ୟବସାୟର ଦିଗ ବଦଳାଇ ଆରମ୍ଭContinue reading “ବାଉଁଶରେ ନିଖୁଣ କଳାକୃତି । ତାଜମହଲ, ଘର, ମୟୂର, ରଥ ଭଳି ସୁନ୍ଦର ସୁନ୍ଦର ଘରସଜା ସମାଗ୍ରୀ ତିଆରି କରୁଛନ୍ତି ଯାଜପୁରର ଶିଳ୍ପୀ ରମେଶ”

ନେତାଜୀ ବସ୍ ଟର୍ମିନାଲ ଉଦଘାଟନ ପୂର୍ବରୁ ବିବାଦ । ବିନା ବିଜ୍ଞାପନରେ ନିଯୁକ୍ତି, ସ୍ଥାନୀୟ ଲୋକଙ୍କ ପ୍ରତିବାଦ

କନକ ବ୍ୟୁରୋ : ଆସନ୍ତା ୧୬ତାରିଖରେ ଉଦଘାଟନ ହେବ କଟକ ନେତାଜୀ ବସ୍ ଟର୍ମିନାଲ । କିନ୍ତୁ ଟର୍ମିନାଲର ଉଦଘାଟନ ପୂର୍ବରୁ ନିଯୁକ୍ତି ନେଇ ଦେଖା ଦେଇଛି ବିବାଦ । ବିନା ବିଜ୍ଞାପନରେ ପ୍ରାୟ ୩ଶହ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିବା ଅଭିଯୋଗ ଆଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ସ୍ଥାନୀୟ ଲୋକ । ବାଦାମବାଡି-ଖାନନଗର ରାସ୍ତା ରୋକ କରିବା ସହ ପ୍ରତିବାଦ କରିଛନ୍ତି । ଏପରିକି ଯେଉଁ ସଂସ୍ଥାକୁ ନିଯୁକ୍ତି ଦିଆଯାଇଛି ,ତାହା ରାଜ୍ୟ ବାହାରର ସଂସ୍ଥା ବୋଲି ଅଭିଯୋଗContinue reading “ନେତାଜୀ ବସ୍ ଟର୍ମିନାଲ ଉଦଘାଟନ ପୂର୍ବରୁ ବିବାଦ । ବିନା ବିଜ୍ଞାପନରେ ନିଯୁକ୍ତି, ସ୍ଥାନୀୟ ଲୋକଙ୍କ ପ୍ରତିବାଦ”

ଗଂଜାମରେ ପୁଣି ଗଡିଲା ମୁଣ୍ଡ । ବିଜେଡି ନେତାଙ୍କୁ ହାଣି ନଦୀରେ ପିଙ୍ଗିଦେଲେ

କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ଗଞ୍ଜାମରେ ରାଜନୈତିକ ହତ୍ୟାକାଣ୍ଡ । ଶେରଗଡ ଥାନା କୁମାରପାଣି ପଂଚାୟତର ବିଜେଡି ନେତା ମଧୁ ବିଷୋୟୀଙ୍କୁ ବାରସିଙ୍ଗି ଗାଁ ନିକଟ ନନ୍ଦିନୀ ସେତୁ ଉପରେ କିଛି ଦର୍ବୃତ ନିର୍ମମଭାବେ ହତ୍ୟା କରିଛନ୍ତି । ଆଉ ଶବକୁ ପୋଲ ଉପରୁ ନଦୀକୁ ଫୋଫାଡିଦେଇଛନ୍ତି । ମଧୁ ଦୀର୍ଘ ୨୦ ବର୍ଷ ହେଲା ସ୍ଥାନୀୟ ଅଂଚଳର ଜଣେ ଦକ୍ଷ ସଙ୍ଗଠକ ଥିଲେ । ମଧୁ ତାଙ୍କର ସହଯୋଗୀ କୃଷ୍ଣଙ୍କ ସହ ଶେରଗଡ ଆସିContinue reading “ଗଂଜାମରେ ପୁଣି ଗଡିଲା ମୁଣ୍ଡ । ବିଜେଡି ନେତାଙ୍କୁ ହାଣି ନଦୀରେ ପିଙ୍ଗିଦେଲେ”

ସମ୍ବାଦ ଓ ଆମ ଓଡିଶା ପକ୍ଷରୁ ଭାଷା ପ୍ରତି ଆଦର ସୃଷ୍ଟି କରିବା ପାଇଁ କୁନି ପ୍ରତିଭା ପ୍ରତିଯୋଗିତା । ରାଜ୍ୟର ସମସ୍ତ ବ୍ଲକରେ ହେଲା ଆୟୋଜିତ

କନକ ବ୍ୟୁରୋ : କୁନି କୁନି ପିଲାଙ୍କ ଭିତରେ ଭାଷା ପ୍ରତି ଆଦର ସୃଷ୍ଟି କରିବା ଏବଂ କୁନି ପ୍ରତିଭାକୁ ପ୍ରୋତ୍ସାହିତ କରିବ ଲକ୍ଷ୍ୟରେ, ପ୍ରତିବର୍ଷ ଭଳି ଚଳିତବର୍ଷ ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ ସାରା ରାଜ୍ୟରେ ଅନୁଷ୍ଠିତ ହୋଇଛି ବାର୍ଷିକ ପ୍ରତିଯୋଗିତା । ଛାତ୍ରଛାତ୍ରୀଙ୍କୁ ନେଇ ଚିତ୍ରାଙ୍କନ, ହସ୍ତାକ୍ଷର ଓ ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗତା ଆୟୋଜିତ ହୋଇଛି । ରାଜ୍ୟର ସମସ୍ତ ବ୍ଲକ୍, ପୌରାଂଚଳ ଓ ବିଜ୍ଞାପିତ ଅଂଚଳ ପରିଷତ ସଦର ମହକୁମାରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାରେContinue reading “ସମ୍ବାଦ ଓ ଆମ ଓଡିଶା ପକ୍ଷରୁ ଭାଷା ପ୍ରତି ଆଦର ସୃଷ୍ଟି କରିବା ପାଇଁ କୁନି ପ୍ରତିଭା ପ୍ରତିଯୋଗିତା । ରାଜ୍ୟର ସମସ୍ତ ବ୍ଲକରେ ହେଲା ଆୟୋଜିତ”

ରାଜ୍ କରୁଛନ୍ତି ବୁଲେଟ ରାଜା । ଆକ୍ସନରେ ଟ୍ରାଫିକ ପୁଲିସ, ଫାଇନ ନୁହେଁ, କୋର୍ଟରୁ ଆଣିବେ ବେଲ୍

କନକ ବ୍ୟୁରୋ : ବୁଲେଟରେ ମଡି ଫାଏଡ ସାଇଲେନ୍ସର ଲଗାଇଲେ ସିଜ ହେବ ବାଇକ୍ । ଏଣିକି ଥାନାରୁ ଫାଇନ ଦେଇ ଖସିପାରିବେନି ଚାଳକ । ରାଜଧାନୀ ରାଜରାସ୍ତାରେ ସାପ ଖେଳାଇଲା ଭଳି ବାଇକ ଚଳାଉଥିବା ରୋମିଓଙ୍କୁ କୋର୍ଟର ରାସ୍ତା ଦେଖାଇଦେଇଛି କମିଶନରେଟ୍ ପୁଲିସ । ବିପଦପୂର୍ଣ୍ଣ ଗାଡି ଚାଳନା କରି ବାଇକରୁ ବିକଟାଳ ଶବ୍ଦ ବାହାର କରୁଛନ୍ତି ରୋମିଓ । ଆଉ ଏମାନଙ୍କୁ ସାବାଡ କରିବାକୁ ଅଣ୍ଟା ଭିଡିଛି କମିଶନରେଟ ପୁଲିସ । ରବିବାରଦିନ ଭୁବନେଶ୍ୱରContinue reading “ରାଜ୍ କରୁଛନ୍ତି ବୁଲେଟ ରାଜା । ଆକ୍ସନରେ ଟ୍ରାଫିକ ପୁଲିସ, ଫାଇନ ନୁହେଁ, କୋର୍ଟରୁ ଆଣିବେ ବେଲ୍”

ଘରକୁ କାମ୍ବୋଡିଆରେ ବନ୍ଦୀଥିବା ଓଡିଆ ପୁଅ । ପୂରା ଗାଁରେ ଖୁସିର ମାହୋଲ

କନକ ବ୍ୟୁରୋ : କାମ୍ବୋଡିଆରେ ବନ୍ଦୀ ଜୀବନ ବିତାଉଥିବା ରଙ୍ଗେଇଲୁଣ୍ଡାର ଗୋଳନ୍ଥରାର ଦୀନବନ୍ଧୁ ସାହୁ ନିଜ ଘରକୁ ଫେରିବା ପରେ ପୂରା ଗାଁରେ ଖୁସିର ମାହୋଲ । ଘରକୁ ଫେରିବା ପରେ ତାଙ୍କ ସହ ଘଟି ଯାଇଥିବା ଦୁଃଖକୁ ବଖାଣିଛନ୍ତି ଦୀନବନ୍ଧୁ । କହିଛନ୍ତି, ଭିଏତନାମରେ ଚାକିରି ଦେବା ନାଁରେ କମ୍ବୋଡିଆରେ କେମିତି ବିକିଦେଇଥିଲା ଏଜେଂଟ । ୨୫ଶହ ଡଲାର ଦେଲେ ଛାଡ଼ିବେ ବୋଲି ଏଜେଂଟ କହିଥିଲେ । ଆଉ ଘରକୁ ନଫେରିପାରି କୋଠରୀରେ ବନ୍ଦୀ ଭାବରେContinue reading “ଘରକୁ କାମ୍ବୋଡିଆରେ ବନ୍ଦୀଥିବା ଓଡିଆ ପୁଅ । ପୂରା ଗାଁରେ ଖୁସିର ମାହୋଲ”

ଶେଷ ହେଲା ଜି-୨୦ ଶିଖର ସମ୍ମିଳନୀ । ଆଗାମୀ ଶିଖର ସମ୍ମିଳନୀ ପାଇଁ ବ୍ରାଜିଲକୁ ଦାୟୀତ୍ୱ ହସ୍ତାନ୍ତର କଲେ ପ୍ରଧାନମନ୍ତ୍ରୀ ମୋଦୀ

କନକ ବ୍ୟୁରୋ : ନିରନ୍ତର ବିକାଶର ନୂଆ ଆଶା ଓ ବିଶ୍ୱାସ ସହ ବ୍ରାଜିଲ ରାଷ୍ଟ୍ରପତିଙ୍କୁ ପରବର୍ତୀ ସମ୍ମିଳନୀ ପାଇଁ ଦାୟୀତ୍ୱ ହସ୍ତାନ୍ତର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତର ଲକ୍ଷ୍ୟ ନେଇ ଆଗକୁ ବଢ଼ିବାର ଆହ୍ୱାନ ଦେଇଛନ୍ତି ମୋଦି । ସେହିପରି ଆସନ୍ତା ନଭେମ୍ବର ମାସରେ ଦିଲ୍ଲୀ ସମ୍ମିଳନୀରେ ସହମତି ହୋଇଥିବା ପ୍ରସଙ୍ଗ ଗୁଡ଼ିକ ଉପରେ ସମୀକ୍ଷା କରିବା ନେଇ ସେ ସୂଚନା ଦେଇଛନ୍ତି । ନଭେମ୍ବରContinue reading “ଶେଷ ହେଲା ଜି-୨୦ ଶିଖର ସମ୍ମିଳନୀ । ଆଗାମୀ ଶିଖର ସମ୍ମିଳନୀ ପାଇଁ ବ୍ରାଜିଲକୁ ଦାୟୀତ୍ୱ ହସ୍ତାନ୍ତର କଲେ ପ୍ରଧାନମନ୍ତ୍ରୀ ମୋଦୀ”

ଅପରାଜିତାଙ୍କୁ ଲିଗାଲ୍ ନୋଟିସ୍ ଦେଲେ କିରୁଥିକା । ନିସର୍ତ୍ତ କ୍ଷମା ମାଗିବାକୁ ଦାବି

କନକ ବ୍ୟୁରୋ : ଭୁବନେଶ୍ୱର ଉପକଣ୍ଠ ଡେରାସ ନିକଟ ଗିରିଙ୍ଗପୁଟ ଗାଁ ଓ ଏହାର ନିକଟବର୍ତି ଅଂଚଳରେ ବେଆଇନ ଜମି ଜବରଦଖଲ ନେଇ ପ୍ରେସମିଟ୍ କରି ବର୍ଷିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । କେନାଲ ଅବରୋଧ ଯୋଗୁଁ ୩୦୦ ଏକର ଚାଷଜମିକୁ ପାଣି ଯାଉନଥିବା ଅଭିଯୋଗ କରି ଗାଁ ଲୋକଙ୍କ ସହ ମିଶି କେନାଲ ଖୋଳିବା ସହ ପ୍ରଶାସନକୁ ୩ ଦିନର ମହଲତ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଓ ମୁଖ୍ୟଯନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ପ୍ରଶାସନର ନିଦContinue reading “ଅପରାଜିତାଙ୍କୁ ଲିଗାଲ୍ ନୋଟିସ୍ ଦେଲେ କିରୁଥିକା । ନିସର୍ତ୍ତ କ୍ଷମା ମାଗିବାକୁ ଦାବି”

ରାତ୍ରୀ ଭୋଜନକୁ କାହିଁକି ଗଲେନି ମୁଖ୍ୟମନ୍ତ୍ରୀ? ନବୀନଙ୍କୁ କଟାକ୍ଷ କଲେ ଜୟନାରାୟଣ

କନକ ବ୍ୟୁରୋ : ଜି-୨୦ ଶିଖର ସମ୍ମିଳନୀ ଅବସରରେ ରାତ୍ରୀ ଭୋଜନର ଆୟୋଜନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଦ୍ୱାରା ଆୟୋଜିତ ରାତ୍ରୀ ଭୋଜନରେ ଯୋଗ ଦେଇଥିଲେ ଭାରତକୁ ଆସିଥିବା ବହୁ ବିଶ୍ୱ ନେତା ଓ ପ୍ରତିନିଧି । ରାତ୍ରୀ ଭୋଜନରେ ଭାରତ ସରକାରଙ୍କ ମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ନେତା ବି ଯୋଗ ଦେଇଥିଲେ । ଏପରିକି ମୋଦୀଙ୍କ କଟ୍ଟର ବିରୋଧୀ ମମତା ବାନାର୍ଜୀ, ନୀତିଶ କୁମାର ବି ରାତ୍ରୀ ଭୋଜନରେContinue reading “ରାତ୍ରୀ ଭୋଜନକୁ କାହିଁକି ଗଲେନି ମୁଖ୍ୟମନ୍ତ୍ରୀ? ନବୀନଙ୍କୁ କଟାକ୍ଷ କଲେ ଜୟନାରାୟଣ”

Design a site like this with WordPress.com
Get started